Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ
ଆଞ୍ଚଳିକ

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ
ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆଜି ଶ୍ରୀଅରବିନ୍ଦଙ୍କ ସିଦ୍ଧିଦିବସ ଅବସରରେ ବାର୍ଷିକ ପ୍ରକଳ୍ପ ଭିତ୍ତିକ ବିଜ୍ଞାନ, ସାହିତ୍ୟ, ଇତିହାସ, ଭୂଗୋଳ, ଚିତ୍ରାଙ୍କନ, ହସ୍ତ କର୍ମ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି। ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଶିକ୍ଷକ ସର୍ବେଶ୍ଵର ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

ଏହି ଉତ୍ସବରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଆବାହକ ସୁରେନ୍ଦ୍ର ନାଥ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ଜେନା ସିଦ୍ଧିଦିବସ ସମ୍ପର୍କ ରେ ବିଷଦ୍ ଭାବେ ଆଲୋଚନା କରି କହିଥିଲେ ଯେ “ଦୀର୍ଘ ୯୯ ବର୍ଷ ତଳେ ୧୯୨୬ ମସିହା ନଭେମ୍ବର ମାସ ୨୬ ତାରିଖରେ ଶ୍ରୀଅରବିନ୍ଦ ଅଧିମାନସ ଚେତନାର ସିଦ୍ଧି ଲାଭ କରିଥିଲେ। ପାର୍ଥିବ ଭୂମିରେ ଶ୍ରୀକୃଷ୍ଣଙ୍କ ଚେତନାର ଅବତରଣ କରାଇ ତାଙ୍କ ଇପ୍ସିତ ଅତିମାନସ ରୂପାନ୍ତର ନିମିତ୍ତ ପଥ ଉନ୍ମିଳିତ କରିଥିଲେ। ଛାତ୍ର ଛାତ୍ରୀମାନେ ତାଙ୍କ ନିର୍ଦ୍ଦେଶିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନ କରି ନିଜକୁ ଭାଗ୍ୟବାନ ମନେକରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କଲେ ପୂର୍ଣ୍ଣାଙ୍ଗ ମନୁଷ୍ଯ ଟିଏ ହୋଇ ପାରିବ”।

ମୁଖ୍ୟଅତିଥି ପ୍ରଫେସର ନନ୍ଦ ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, “ବିଜ୍ଞାନ ଓ ଆଧ୍ୟାତ୍ମିକତା ପରସ୍ପର ସହିତ ଜଡିତ। ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ ପାଇଁ ନିରବଛିନ୍ନ ପ୍ରୟାସର ଆବଶ୍ୟକତା ରହିଛି। ପାଠପଢା ସହିତ ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିଛି। ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ସୁରକ୍ଷାର ଭାର ବହନ କରିବା ଭବିଷ୍ୟତ ପିଢିର ଛାତ୍ର ଛାତ୍ରୀ ମାନେ ନେବା ଉଚିତ”।

ଶିକ୍ଷାକେନ୍ଦ୍ରର ଉପସଭାପତି ପ୍ରକାଶ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ ଯେ “ପରିଷ୍କାର ପରିଚ୍ଛନ୍ନତା ଓ ଶୃଙ୍ଖଳା ମନୁଷ୍ଯର ରୂପାନ୍ତର ନିମିତ୍ତ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବା ଦରକାର”। ଏହାପରେ ମୁଖ୍ୟଅତିଥି ପ୍ରଫେସର ନନ୍ଦ ପ୍ରଦର୍ଶନୀ ଉଦ୍ଘାଟନ କରି ୧୨୫ରୁ ଉର୍ଦ୍ଧ୍ବ ପ୍ରକଳ୍ପ ଦେଖି ଆନନ୍ଦ ଅନୁଭବ କରିବା ସହିତ ପିଲାମାନଙ୍କୁ ଉନ୍ନତ ଶୈକ୍ଷିକ ଅଗ୍ରଗତି ପାଇଁ ପରାମର୍ଶ ଦେଇଥିଲେ।

ଏବର୍ଷ ପ୍ରଦର୍ଶନୀର ଶିର୍ଷକ ଥିଲା LEARNING BY DOING ବାଲୁଗାଁର CRCC ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପିଲାମାନଙ୍କ ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର, ଶିକ୍ଷକ ଦିବ୍ୟ ରଞ୍ଜନ ସ୍ବାଇଁ, ରଶ୍ମିତା ସାହୁ, ମଞ୍ଜୁଶ୍ରୀ ସାମଲ, ରଶ୍ମିତା ମହାରଣା, ଅନି ବିଶ୍ବାଳ, ଇତିଶ୍ରୀ ବାରିକ, ଶୁଭଶ୍ରୀ ସାହୁ, ସଦାଶିବ ସେନାପତି, ରାମଚନ୍ଦ୍ର ପ୍ରଧାନ, ପଦ୍ମାଳୟା ଜେନା, ପରିଚାଳନା କମିଟିର ସଂପାଦକ ଡକ୍ଟର କୈଳାସ ମହାରଣା ଓ ସମସ୍ତ ଅଭିଭାବକ ବୃନ୍ଦ ସହଯୋଗ କରିଥିଲେ।

ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

June 4, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026
Latest News

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.