ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଜଣେ ନାବାଳିକା ଛାତ୍ରୀ ଲଭ ଜିହାଦର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି କୋର୍ଟ ତାରିଖରେ ବାପାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପଦ୍ମପୁର ଗ୍ରାମର କୁଳମଣୀ ପ୍ରଧାନ। ଝିଅ ମୃତ୍ୟୁ ଘଟଣାରେ ଆଜି କୋର୍ଟରେ ଶୁଣାଣି ଥିଲା ହେଲେ ହାଜର ହେବା ପୂର୍ବରୁ ବାପା କୁଳମଣୀଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଘଟଣାରୁ ଜଣାପଡିଛି ଗତବର୍ଷ ଅକ୍ଟୋବର ମାସରେ ନାବାଳିକା ଛାତ୍ରୀ ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ (ଛଦ୍ମ ନାମ) ଲଭ ଜିହାଦର ଶିକାର ହୋଇ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲା। ଏକତରଫା ପ୍ରେମରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଓ ତାର ପରିବାର ଲୋକେ ମିଶି ଇପସିତାକୁ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏ ସଂମ୍ପର୍କରେ ପୂର୍ବରୁ…
Author: Samikhsya Bureau
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି। ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି। ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି। ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଗୋପୀନାଥପୁର ସ୍ଥିତ ବାଲୁଗାଁ କଲେଜ ଅଧ୍ୟାପକଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହେଇଛି। ଖବର ମୁତାବକ ବାଲୁଗାଁ କଲେଜ ଇତିହାସ ବିଭାଗ ଅଧ୍ୟାପକ ମୃଦନୀ ଶଙ୍କର ପ୍ରସାଦ ମିଶ୍ର ଗୋପୀନାଥପୁର ଠାରେ ଭଡା ଘରେ ରହିଆସୁଥିଲେ। ଗତକାଲି ନିଜ ପୁତୁରାର ବ୍ରତ କାର୍ଯ୍ୟ ଥିବା ଯୋଗୁଁ ସନ୍ଧ୍ୟା ସମୟରେ ପରିବାର ସହ ନିକଟସ୍ଥ ବଡ଼କୁଳ ଯାଇଥିଲେ। ଆଜି ସକାଳୁ ଘରକୁ ଫେରି ଦେଖିବା ବେଳକୁ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ବେଳେ ସ୍କୁଟି, ଲାପଟପ ସହ ଆଲମିରା ଭାଙ୍ଗି ଦୁଇଟି ସୁନା କାନ ଫୁଲ, ଦୁଇଟି ସୁନା ମୁଦି ଓ ନଗଦ ଦଶ ହଜାର ଟଙ୍କା ଚୋରି ହୋଇଯାଇଛି। ଏନେଇ ଶ୍ରୀ ମିଶ୍ର ବାଲୁଗାଁ ଥାନାରେ ଏତଲା ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି। କିଛିଦିନ ପୂର୍ବରୁ ନିକଟରେ ଏପରି ଡକାୟତି ହେଇଥିବା ବେଳେ ପୁନର୍ବାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ପୁଣେରେ ଅନୁଷ୍ଠିତ ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କେବଳ ଆମର ମୂଳଦୁଆ ନୁହେଁ, ଏହା ଭବିଷ୍ୟତର ମାନବିକତା ପାଇଁ ମଧ୍ୟ ଆୟୁଦ୍ଧ ଅଟେ। ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରୀମାନଙ୍କୁ ଶେରପା ବୋଲି କହିଥିଲେ ଏବଂ ସମସ୍ତଙ୍କ ବିକାଶ, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନେ ମାନବଜାତିର ନେତୃତ୍ୱ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ଶାସ୍ତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଖୁସି ପାଇବାର ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା। ଏକ ସଂସ୍କୃତ ଶ୍ଲୋକ ପଢିବାର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତା ଠାରୁ ମୂଲ୍ୟବୋଧ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନା ପରିସରରେ ଏକ ଅଟୋ ଭିତରୁ ଜନୈକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଜଣାପଡିଛି। ଡାକ୍ତରଖାନା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ସୁରକ୍ଷା ଗୃହରେ ଶବକୁ ରଖି ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଥାଉକି ଲୋଚାପଡା ଅଞ୍ଚଳର ଜନୈକ ଅଟୋ ଚାଳକ ତାଙ୍କର ଅଟୋକୁ ଉକ୍ତ ସ୍ଥାନରେ ରଖି ବାହାରକୁ ବୁଲିବାକୁ ଯାଇ ଆସି ଦେଖିଲା ବେଳକୁ ଏହି ଭଳି ଘଟଣା ଘଟିଛି ଓ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପଦକ୍ଷେପ ଗ୍ରହଣ କରିଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ସମଗ୍ର ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ସେଥିପାଇଁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ରାଜ୍ୟ ସରକାର ମଧ୍ୟ ନୂତନ ଭାବେ ମିଶନ ଶକ୍ତି ବିଭାଗ ଆରମ୍ଭ କରି ସେହି ବିଭାଗ ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନା କରୁଥିବା ଜଣାପଡିଛି। ଆଗରୁ ଚାଲିଥିବା ଓଡ଼ିଶା ଜୀବିକା ମିଶନ ମଧ୍ୟ ଏହି ମିଶନ ଶକ୍ତି ବିଭାଗ ଅଧିନକୁ ଚାଳିଆସିଥିବା ପ୍ରକାଶ। ମିଶନ ଶକ୍ତି ବିଭାଗ ଆରମ୍ଭ କରିବା ଆଗରୁ କେବଳ ସମାଜ କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେଉଥିବା ସମନ୍ଵିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଉଥିଲା। ଏବେ ସେହି ଅଙ୍ଗନୱାଡି କର୍ମୀ ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନାରେ ଅଲୋଡା ହୋଇ ପଡିଛନ୍ତି।…
ୱାଶିଂଟନ: ୱାଶିଂଟନ ଡିସି ସ୍ଥିତ ନେସନାଲ ସାଇନ୍ସ ସେଣ୍ଟର ଠାରେ ଆୟୋଜିତ ‘‘ଭାରତ ଓ ଆମେରିକା: ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ୍ ଅଂଶଗ୍ରହଣ କରିଛନ୍ତି। ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଭି ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଭାରତ ଓ ଆମେରିକାର ଶିକ୍ଷା ଓ ଗବେଷଣା ଇକୋସିଷ୍ଟମ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ଦ୍ୱିପାକ୍ଷିକ ଶିକ୍ଷାଗତ ବିନିମୟ ଓ ସହଭାଗିତାକୁ ସେ ପ୍ରଶଂସା କରିଥିଲେ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ୫-ସୂତ୍ରୀ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ବାଳକୃଷ୍ଣ ଚୌଧୁରୀ ନାମକ ଜଣେ ଆଇନଜୀବିଙ୍କୁ ହତ୍ୟା ଧମକ ଓ ଦାଦାବଟି ଅଭିଯୋଗରେ ସଦର ଥାନାରେ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗ ପାଇ ପୋଲିସ ଏତଲା ନଂ ୩୧୬/୨୦୨୩ ଅନୁସାରେ ମକଦ୍ଦମା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା ଉକ୍ତ ଆଇନଜୀବୀଙ୍କ ଘର ପାଖରେ ଅଳିଆ ଆବର୍ଜ୍ଜନା ପକାଇଥିଲେ। ଏହି କାର୍ଯ୍ୟକୁ ଆଇନଜୀବୀ ଜଣଙ୍କ ଆପତ୍ତି କରିବାରୁ ମହିଳାଙ୍କ ସ୍ବାମୀ ଏକ ଧାରୁଆ ଖଣ୍ଡା ଧରି ଆଇନଜୀବୀଙ୍କ ଚେମ୍ବର୍ ଭିତରକୁ ଯାଇ ହତ୍ୟାର ଧମକ ଦେବା ସହ ଆଜିଠାରୁ ପ୍ରତ୍ୟେକ ମାସରେ ବଟି ଦାବି କରିଥିଲେ। ନଚେତ ଏହି ଖଣ୍ଡାରେ ତୋତେ ହତ୍ୟା କରିବି ବୋଲି ଧମକ ଦେଇଥିଲେ। ବାଧ୍ୟ ହୋଇ ଆଇନଜୀବୀ ଜଣଙ୍କ ଥାନାରେ ଅଭିଯୋଗ…
ଭୁବନେଶ୍ଵର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଲୋକପ୍ରତିନିଧି, ସ୍କୁଲ ପରିଚାଳନା କମିଟି ତଥା ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ମତାମତ ନେଇଥିଲେ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୦୨୦ ଜୁନ ମାସ ୩ ତାରିଖରେ ଜନୈକା ନାବାଳିକା ନିଜ ସମ୍ପର୍କୀୟଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗରକୁ ଯାଉଥିବା ବେଳେ ସୁବାସ ମହାନ୍ତି ନାମକ ଜଣେ ବ୍ୟକ୍ତି ବାଟରେ ଉକ୍ତ ନାବାଳିକାକୁ ମୋଟରସାଇକେଲରେ ଉଠାଇ ନେଇ ନିକଟସ୍ଥ ଏକ ମନ୍ଦିର ନିକଟ ନିଚ୍ଛାଟିଆ ଜାଗାରେ ଦୁଷ୍କର୍ମ କରିଥିଲା। ସେଠାରୁ ଫେରି ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ବଡ଼ବଜାର ଥାନା ପୋଲିସ ଏତଲା ନଂ ୧୨୧/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ତତ୍କାଳୀନ ଜନୈକା ମହିଳା ଉପନିରୀକ୍ଷକଙ୍କ ଦ୍ଵାରା ତଦନ୍ତ ଚଳାଇ ଠିକ ପରଦିନ ଅଭିଯୁକ୍ତ ସୁବାସକୁ ଗିରଫ କରି ପୋସ୍କ ଅଦାଲତକୁ ଚାଲାଣ କରିଥିଲେ। ମାନ୍ୟବର ଅଦାଲତ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ସୁବାସକୁ ୩ ବର୍ଷ କାରାଦଣ୍ଡ ସହ ନଗଦ ୫ ହଜାର…
ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୧ରେ ମାଇକ୍ରନ୍ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଛନ୍ତି। ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ କରିଛନ୍ତି। ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିଭିନ୍ନ ଭାଗରେ ଭାରତ ପ୍ରତିଯୋଗିତାମୂଳକ ସୁବିଧା ପ୍ରଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ। ସହର ମାନଙ୍କରେ ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି।
ନୂଆଦିଲ୍ଲୀ: ଗୋଟିଏ ସ୍ଥାନରେ ଏକସଙ୍ଗେ ସର୍ବାଧିକ ଲୋକ ଯୋଗ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଥିବାରୁ ସୁରଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଂଘଭିଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତ: ‘ସୁରଟକୁ ଶୁଭେଚ୍ଛା! ଏକ ଉଲ୍ଲେଖନୀୟ ଉପଲବ୍ଧି।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ୍ ୨୦୨୩ରେ ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଏକ ବ୍ୟକ୍ତିଗତ ସମାରୋହରେ ଆମେରିକା ରାଷ୍ଟ୍ରପତି ମହାମହିମ ମିଃ ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ମହାମହିମ ଡକ୍ଟର ଜିଲ୍ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଥିଲେ। ଏହି ସ୍ୱତନ୍ତ୍ର ସାକ୍ଷାତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତାକୁ ପ୍ରମାଣିତ କରିଥାଏ।
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ହୃଦଘାତ ଏକ ସାଧାରଣ ସମସ୍ୟା ପାଲଟିଛି। ବର୍ତ୍ତମାନ କେବଳ ହୃଦଘାତ ରୋଗୀ କିମ୍ବା ବୃଦ୍ଧ ବ୍ୟକ୍ତି ହୃଦଘାତରେ ଆକ୍ରାନ୍ତ ହୁଅନ୍ତି, ବରଂ ଯୁବକମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୁଅନ୍ତି। ଆଜିକାଲି ଜଣେ ବ୍ୟକ୍ତିଙ୍କୁ ଜିମ୍, ସ୍କୁଲ, ଟ୍ରେନରେ ଖେଳିବା ସମୟରେ ମଧ୍ୟ ହୃଦଘାତ ହୋଇ ପାଇପାରେ। ସବୁଠାରୁ ଅସୁବିଧାଜନକ ବିଷୟ ହେଉଛି ଯେ, ଏହା ଯେକୌଣସି ବୟସର ଲୋକଙ୍କ ସହିତ ହୋଇପାରେ ଯେପରିକି ବୃଦ୍ଧ, ପିଲାମାନେ। ଆଜିକାଲି ଯେଉଁ ଉପାୟରେ କେହି ହୃଦଘାତରେ ଆକ୍ରାନ୍ତ ହେଉଛନ୍ତି, ଏହା ଦେଖି ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି ଯେ ଯଦି ହୃଦଘାତ ଏକୁଟିଆ ସମୟରେ ଆସେ ତେବେ କଣ କରିବା ଉଚିତ୍? ସେ ନିଜ ଜୀବନ ବଞ୍ଚାଇବା ପାଇଁ କ’ଣ କରିବା ଉଚିତ୍?, ଆସନ୍ତୁ ଜାଣିବା…. ସୂଚନା ଯୋଗ୍ୟ ଯେ, ହୃଦଘାତର ଘଟଣା ଦିନକୁ ଦିନ ବଢୁଛି। ବିଶେଷକରି ଯୁବକ ଏବଂ ୪୦ ବର୍ଷର ଲୋକମାନଙ୍କ କ୍ଷେତ୍ରରେ ଏହା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ସ୍ଥିତ ଫାଲକନ ଫିଡ଼ସରେ ଜଣେ କାର୍ଯ୍ୟରତ ଶ୍ରମିକ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି। ଶ୍ରମିକଙ୍କ ନାମ ଅନିରୁଦ୍ଧ ସ୍ୱାଇଁ (୩୩)। ମୃତକଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି। ତେବେ କୌଣସି କାରଣରୁ ଗତକାଲି ରାତିରେ ଅନିରୁଦ୍ଧ ତାଙ୍କ କୋଠରୀ ଝରକାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ସନ୍ଦେହ ହେଉଛି। ତେବେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଅଦ୍ୟାବଧି ମୃତକଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ଅଭିଯୋଗ ହୋଇନଥିବାର ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି।
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି। ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ। ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ…
ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହିଛନ୍ତି ଯେ, ଭୂକମ୍ପ ଏକ ଅକସ୍ମାତ ଘଟଣା। ଏହା କେବେ ଏବଂ କେଉଁଠାରେ ଆସିବ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଭୂକମ୍ପ ଘଟିଲେ ନିଜକୁ ରକ୍ଷା କରିବା ପାଇଁ କ’ଣ କରିବା ଉଚିତ, ସେ ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ ଅଟେ। ଭୂକମ୍ପ ପୂର୍ବରୁ ଏବଂ ପରେ ନିଜକୁ ରକ୍ଷା କରିବା ପାଇଁ ଆମକୁ କ’ଣ କରିବା ଉଚିତ୍? ଆସନ୍ତୁ ଜାଣିବା ଭୂକମ୍ପ ପୂର୍ବରୁ କଣ କରିବା ଉଚିତ୍?: ଯଦି ଆପଣଙ୍କର ଘର ବହୁତ ପୁରୁଣା, ତେବେ ନିଶ୍ଚିତ ଭାବରେ ଘରର ସମ୍ଭାବ୍ୟ ଦୁର୍ବଳତାକୁ ଚିହ୍ନଟ କରନ୍ତୁ। ଘରେ ଜିନିଷଗୁଡିକ ସଜାନ୍ତୁ, ଯାହା ଭୂମିକମ୍ପ ହେଲାବେଳେ ଖସିପାରେ କିମ୍ବା ଭାଙ୍ଗିପାରେ। ସୁରକ୍ଷିତ କିମ୍ବା ଆଲମାରୀର ତାଲା ଲଗାନ୍ତୁ। ଗ୍ୟାସ ସଂଯୋଗକୁ ବିଶେଷ ଭାବରେ ଘର ଉପକରଣରେ ବନ୍ଦ ରଖନ୍ତୁ। ଏହା ବ୍ୟତୀତ, ଘରେ ଏପରି ଜିନିଷ ଯାଞ୍ଚ କରନ୍ତୁ, ଯାହା ମୁଣ୍ଡ ଉପରେ ଝୁଲୁଛି।…
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା। ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ ପ୍ରଭାବିତ ତଥା ଉଦ୍ଧାରକାରୀ ଦଳଗୁଡିକର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ତତ୍କ୍ଷଣାତ ଫେସ୍ ମାସ୍କ, ସର୍ଜିକାଲ ଗ୍ଲୋଭ୍ସ୍, ବେଡସିଟ୍, ଔଷଧ, ପାନୀୟ ଜଳ ଓ ଖାଦ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦୁର୍ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ଦୁର୍ଘଟଣାରେ ପ୍ରଭାବିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍ ସ୍ୱଳ୍ପ ଓ ଦୀର୍ଘାବଧି ସୂତ୍ରରେ ୧୦ ସୂତ୍ରୀ ରିଲିଫ ଯୋଜନା ଘୋଷଣା କରିଥିଲା। ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରୀକାଳୀନ ଉଦ୍ଧାର ଆଦି ସହିତ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ…
ନୂଆଦିଲ୍ଲୀ: ଭାରତର ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୁନେ ଠାରେ ଅନୁଷ୍ଠିତ ‘ଚତୁର୍ଥ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ୟୁଏଇ, ୟୁକେ, ଓମାନ ଏବଂ ମରିସସର ଶିକ୍ଷା ମନ୍ତ୍ରୀଙ୍କ ସମେତ ୟୁନିସେଫ୍ ଓ ଓଇସିଡି ସଂଗଠନର ପ୍ରତିନିଧିଙ୍କ ସହ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଓମାନର ଉଚ୍ଚଶିକ୍ଷା, ଅନୁସନ୍ଧାନ ଏବଂ ନବସୃଜନ ମନ୍ତ୍ରୀ ଡା. ରହମା ଇବ୍ରାହିମ୍ ଅଲ୍ ମହାରୁକିଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷତଃ ଉଚ୍ଚଶିକ୍ଷା, ଗବେଷଣା, ଉର୍ଜା, ଖାଦ୍ୟ ସୁରକ୍ଷା, ବାୟୋଟେକ୍ ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ। ଅନୁରୂପ ଭାବରେ ୟୁଏଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ…
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ, ୨୦୨୩ରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ଥିବା ନର୍ଥ ଲନ୍ରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ ରଖାଯାଇଛି। ‘‘ବସୁଧୈବ କୁଟୁମ୍ବକମ୍’’ ବା ‘‘ଏକ ପୃଥିବୀ-ଏକ ପରିବାର – ଏକ ଭବିଷ୍ୟତ।’’ ଏହି କାର୍ଯ୍ୟକ୍ରମରେ ୧୩୫ରୁ ଅଧିକ ଦେଶର ହଜାର ହଜାର ଲୋକ ଅତି ଆଗ୍ରହର ସହିତ ସାମିଲ ହୋଇ ଯୋଗ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଏଠାରେ ଆୟୋଜିତ ଗୋଟିଏ ଯୋଗ ଅଧିବେଶନରେ ସର୍ବାଧିକ ସଂଖ୍ୟକ ଦେଶର ଲୋକମାନେ ଅଂଶଗ୍ରହଣ କରିବା ଦ୍ୱାରା ଗିନିଜ୍ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ଏହି ଅବସରରେ ମିଳିତ ଜାତସସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୭୭ତମ ମିଳିତ ଜାତିସଂଘ ମହାସଭାର ଅଧ୍ୟକ୍ଷ ସାବା କୋରୋସୀ, ନ୍ୟୁୟର୍କ…

