ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ହକି ଟ୍ରଫି ଟୁରର ସ୍ୱାଗତ ସମାରୋହରେ ଯୋଗ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ତାମିଲନାଡୁରେ ହେବାକୁ ଥିବା ଏଫଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୫ ଟ୍ରଫିକୁ ରାଜ୍ୟରେ ସେ ଉନ୍ମୋଚନ କରିଛନ୍ତି। ନଭେମ୍ବର ୨୮ରୁ ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଆୟୋଜନ ହେବାକୁ ଯାଉଥିବା ଏହି ବିଶ୍ୱକପ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ନଭେମ୍ବର ୭ରେ ଆରମ୍ଭ ହୋଇଥିବା ଟ୍ରଫି ପରିକ୍ରମା ହରିଆଣା, ଚଣ୍ଡିଗଡ଼, ପଞ୍ଜାବ, ଜାମ୍ମୁକାଶ୍ମୀର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଗସ୍ତ କରି ଏବେ ଓଡ଼ିଶାରେ ପହଞ୍ଚିଛି।
Author: Samikhsya Bureau
ଭୁବନେଶ୍ଵର: ରାଜ୍ୟର କେନ୍ଦୁପତ୍ର ତୋଳାଳି, ବାଇଣ୍ଡର୍ ଏବଂ ଋତୁକାଳୀନ କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଅର୍ଥବର୍ଷ ପାଇଁ ମୋଟ ୪୧ କୋଟି ୧୭ ଲକ୍ଷ ଟଙ୍କା ବିତରଣ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ ଆଜି ସୁଦ୍ଧା ୮ ଲକ୍ଷ ୫୯ ହଜାର ୭୨୭ ଜଣ କେନ୍ଦୁପତ୍ର ତୋଳାଳି, ୧୮ ହଜାର ୭୬୮ ଜଣ ବାଇଣ୍ଡର ଓ ୧୬ ହଜାର ୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜଙ୍ଗଲ ଓ ପରିବେଶ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣ୍ଣାୟକ ଭୂମିକା ନେଇଛି।
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ନୂଆଦିଲ୍ଲୀରେ ୨୦୨୪-୨୫ ବର୍ଷ ପାଇଁ ଫସଲ ଉତ୍ପାଦନର ଚୂଡ଼ାନ୍ତ ଆକଳନ ପ୍ରକାଶ କରିବା ସମୟରେ, ଖାଦ୍ୟ ଶସ୍ୟ ଉତ୍ପାଦନର ରେକର୍ଡ ସ୍ତର ପାଇଁ ଦେଶର ଚାଷୀ ଭାଇଭଉଣୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଡାଲି ଏବଂ ତୈଳବୀଜରେ ଆଶାଜନକ ବୃଦ୍ଧି ପାଇଁ ମଧ୍ୟ ଖୁସି ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ୨୦୧୫-୧୬ ବର୍ଷରେ ଉତ୍ପାଦନ ୨୫୧.୫୪ ନିୟୁତ ଟନ୍ ଥିବାବେଳେ, ଏହା ବର୍ତ୍ତମାନ ୧୦୬ ନିୟୁତ ଟନ୍ ବୃଦ୍ଧି ପାଇ ୩୫୭.୭୩ ନିୟୁତ ଟନ୍ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ଏହାର ପ୍ରମାଣ। କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ଚାଉଳ ଉତ୍ପାଦନ ମଧ୍ୟ ସର୍ବାଧିକ ୧୫୦୧.୮୪ ଲକ୍ଷ ଟନ୍ରେ ପହଞ୍ଚିଛି। ଏହା ଗତ ବର୍ଷର ୧୩୭୮.୨୫ ଲକ୍ଷ ଟନ୍…
ପାଣାଜୀ: ଐତିହାସିକ ଭବ୍ୟ ପରେଡ୍ ବା କାର୍ଣ୍ଣିଭାଲ୍ ଆୟୋଜନ ସହ ଆଜି ଠାରୁ ଗୋଆରେ ଆରମ୍ଭ ହୋଇଛି 56ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)। ଗୋଆର ରାଜରାସ୍ତା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର କାହାଣୀ ଉନ୍ମୋଚନର ମଞ୍ଚ ପାଲଟିଛି। ପ୍ରଥମ ଥର ପାଇଁ ପାରମ୍ପରିକ ଶୁଭାରମ୍ଭ ପରିବର୍ତ୍ତେ ଆଇଏଫଏଫଆଇ ଗୋଆର ଜନତାଙ୍କ ଗହଣରେ ଏବଂ ଏହାର ରାଜରାସ୍ତାରେ ଚିତ୍ତାକର୍ଷକ ଢଙ୍ଗରେ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଗୋଆ ଜନଜୀବନକୁ ସମ୍ପୂର୍ଣ୍ଣ ଜୀବନ୍ତ କରି ଦେଇଛି । ଆଜିର ଭବ୍ୟ ଉଦଘାଟନୀ ସମାରୋହରେ ଏକ ସାହସିକ ପରିକଳ୍ପନା ସହିତ ଆରମ୍ଭ ହୋଇଛି । ଆଇଏଫଏଫଆଇ 2025 ଗୋଆର ପାଣାଜୀ ସହରକୁ ଏକ ବଡ଼ ଏବଂ ଜୀବନ୍ତ କାନଭାସରେ ପରିଣତ କରି ଦେଇଥିଲା। ସହରରେ ଚଳଚ୍ଚିତ୍ର ଚମକ, ସାଂସ୍କୃତିକ ଗୌରବ ଏବଂ ଶାଶ୍ୱତ କାହାଣୀର କୁହୁକ ଦେଖିବାକୁ ମିଳିଛି। ଏଥିରେ କଳାକାର, ସୃଜନଶୀଳ ପ୍ରତିଭା, ସିନେମାପ୍ରେମୀଙ୍କ ଉତ୍ସାହ ଗୋଆର…
ଭୁବନେଶ୍ଵର: ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍ୟର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟ. ଦରରେ ବିକ୍ରୀ କରାଯାଉଛି ଓ ଆଳୁ ବିହନ ଜମିରେ ଲଗେଇବା ପରେ କିଲୋ ପ୍ରତି ୧୦ ଟ. ଫେରେଇ ଦେବାର ଯୋଜନା ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୧.୦ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବଣ୍ଟନ କରାଗଲାଣି। ନଭେମ୍ବର ମାସ ଶେଷ ଶୁଦ୍ଧା ସମସ୍ତ ବିହନ ଆଳୁ ଯୋଗାଇ ଦେବାପାଇଁ ରାଜ୍ଯ ବିହନ ନିଗମ ଓ ଉଦ୍ଯାନ କଷି ନିର୍ଦ୍ଦେଶକଂକୁ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦେଶ ଦେଇଛନ୍ତି। ଆଳୁ ବିହନ ପାଇବା ପରେ ବିଶୋଧନ କରି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି ଜମିରେ ଲଗେଇବା ପାଇଁ ଚାଷୀ…
ଭୁବନେଶ୍ଵର: ବିଏସଇ ତରଫରୁ ପିଲାମାନଙ୍କ ପାଇଁ ବାର୍ଷିକ ଏଚଏସସି ପରୀକ୍ଷାର ଫର୍ମ ପୂରଣର ଅବଧି ବୃଦ୍ଧି କରାଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ବିଭିନ୍ନ ବିଦ୍ୟାଳୟର ଅନୁରୋଧକୁ ବିଚାର କରି, ବାର୍ଷିକ HSC ପରୀକ୍ଷା, SOSC (ପ୍ରଥମ) ଏବଂ ମଧ୍ୟମା ପରୀକ୍ଷା, 2026 ପାଇଁ ଫର୍ମ ପୂରଣର ଶେଷ ତାରିଖ ତାରିଖ 28.11.2025 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 28.11.2025 ପରେ ଆଉ କୌଣସି ବୃଦ୍ଧି ଅନୁମତି ଦିଆଯିବ ନାହିଁ।
ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ ରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରାକୃତିକ କୃଷିରେ ନିୟୋଜିତ ଚାଷୀମାନଙ୍କୁ ଅଭିବାଦନ ଜଣାଇ ଶ୍ରୀ ମୋଦୀ କଦଳୀ ଉତ୍ପାଦନ ଦେଖିଥିଲେ ଏବଂ କଦଳୀ ଗଛର ବର୍ଜ୍ୟ ବ୍ୟବହାର ବିଷୟରେ ପଚାରିଥିଲେ। ଚାଷୀ ବୁଝାଇଥିଲେ ଯେ ପ୍ରଦର୍ଶିତ ସମସ୍ତ ସାମଗ୍ରୀ କଦଳୀ ବର୍ଜ୍ୟରୁ ନିର୍ମିତ ମୂଲ୍ୟଯୁକ୍ତ ଉତ୍ପାଦ। ସେମାନଙ୍କର ଉତ୍ପାଦଗୁଡ଼ିକ ସାରା ଭାରତରେ ଅନଲାଇନରେ ବିକ୍ରି ହୁଏ କି? ବୋଲି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପଚାରିଥିଲେ, ଯାହା ସମ୍ପର୍କରେ ସେମାନେ ନିଶ୍ଚିତ କରିଥିଲେ। କୃଷକମାନେ ଆହୁରି କହିଥିଲେ ଯେ, ସେମାନେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ବ୍ୟକ୍ତିଗତ ଯୋଗଦାନକାରୀଙ୍କ ମାଧ୍ୟମରେ ସମଗ୍ର ତାମିଲନାଡୁର ପ୍ରତିନିଧିତ୍ୱ କରୁଛନ୍ତି। ସେ ସୂଚନା ଦେଇଥିଲେ ଯେ, ସେମାନଙ୍କର ଉତ୍ପାଦଗୁଡ଼ିକ ଅନଲାଇନରେ ବିକ୍ରି ହୁଏ, ରପ୍ତାନି ହୁଏ ଏବଂ ସାରା ଭାରତରେ ସ୍ଥାନୀୟ ବଜାର ଏବଂ ସୁପରମାର୍କେଟରେ ମଧ୍ୟ…
ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍), ଭାରତର ସର୍ବବୃହତ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଭାବରେ ଉଭା ହୋଇଛି। ଏହାର ୪୪ବର୍ଷର ଐତିହ୍ୟ ଏବଂ ଏହି ବର୍ଷର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଷୟବସ୍ତୁ ସହିତ, ଏହି ମେଳା ଅଂଶୀଦାର ରାଜ୍ୟ, କେନ୍ଦ୍ରିତ ରାଜ୍ୟ, ମନ୍ତ୍ରଣାଳୟ, ବିଶ୍ୱ ଅଂଶଗ୍ରହଣକାରୀ, ଏମଏସଏମଇ, କାରିଗର ଏବଂ ଷ୍ଟାର୍ଟ-ଅପ୍ଗୁଡ଼ିକୁ ଗୋଟିଏ ଛାତ ତଳେ ଏକତ୍ରିତ କରେ, ଯାହା ବିବିଧତାରେ ଭାରତର ଏକତା ଏବଂ ଏହାର ଅର୍ଥନୈତିକ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରେ। ମେଳାର ବିସ୍ତୃତ ଲେଆଉଟ୍ – ବହୁ-ଉତ୍ପାଦ ହଲ୍, ରାଜ୍ୟ ମଣ୍ଡପ, ଆନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳ ଏବଂ ଏକ ସ୍ପନ୍ଦନଶୀଳ ସାଂସ୍କୃତିକ କ୍ୟାଲେଣ୍ଡର ସହିତ – ଏକ ଗତିଶୀଳ ଇକୋସିଷ୍ଟମ ସୃଷ୍ଟି କରେ ଯେଉଁଠାରେ ଐତିହ୍ୟ, ନବସୃଜନ ଏବଂ ଉଦ୍ୟୋଗ ଏକତ୍ରିତ ହୁଏ। ଜଣେ ପରିଦର୍ଶକଙ୍କ ଦୃଷ୍ଟିକୋଣରୁ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଭାରତର ସାଂସ୍କୃତିକ ଏବଂ ହସ୍ତଶିଳ୍ପ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପରିଚାଳନା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତେଶ ଶାହଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଅମିତେଶ ଶାହ ମଧ୍ୟ ଲେଗାକ୍ସି ନାମକ ଏକ କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ। ଏସିଆ କପ୍ ସମୟରେ ଅନଧିକୃତ ବିଜ୍ଞାପନ ପାଇଁ ଅମିତେଶ ଜାଲ୍ ଡକ୍ୟୁମେଣ୍ଟ ତିଆରି କରିଥିବା ଅଭିଯୋଗରେ ଗୁରଗାଓଁରେ ଏଫଆଇଆର ରୁଜୁ ହୋଇଛି। ତାଙ୍କ ଉପରେ ଶିଖର ଧାୱନଙ୍କ ନାମର ଅପବ୍ୟବହାର ଏବଂ ତାଙ୍କୁ ଠକିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶିଖର ଧାୱନଙ୍କ କମ୍ପାନୀ ଛାଡିବା ପରେ ମଧ୍ୟ ଅମିତେଶ ଶାହ ନିଜକୁ ଧାୱନଙ୍କ ଅଧିକୃତ ଏଜେଣ୍ଟ ବୋଲି ଦାବି କରି ଚାଲିଥିଲେ। ସେ ଚୁକ୍ତିନାମା ମଧ୍ୟ ଜାଲିଆତି କରିଥିଲେ, ଯାହାଦ୍ୱାରା ସେ ଶିଖର ଧାୱନଙ୍କ ସହିତ ଜଡିତ ବୋଲି ନିଜକୁ ଉପସ୍ଥାପନ କରିଥିଲେ। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ଅମିତେଶ ଶିଖର ଧାୱନ ଏବଂ ପରିଚାଳନା ଦଳକୁ ନ ଜଣାଇ…
ନୂଆଦିଲ୍ଲୀ: ରାଜସ୍ଥାନ ଭରତପୁରରେ ୩,୧୦୦ କୋଟି ଟଙ୍କାର ଏକ ଠକେଇର ପର୍ଦ୍ଦାଫାସ କରି ପୋଲିସ ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି। ପୋଲିସ ଅଧୀକ୍ଷକ ପଙ୍କଜ ଯାଦବ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତଙ୍କଠାରୁ ୪୦ ଲକ୍ଷ ଟଙ୍କା ନଗଦ, ସୁନା ଅଳଙ୍କାର, ପାଞ୍ଚଟି ଲଗଜରୀ କାର ଏବଂ ୪୦ ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସି ଜବତ କରିଛି। ସେ ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନେ ତିନି ବର୍ଷ ମଧ୍ୟରେ ୩୦୦,୦୦୦ ରୁ ଅଧିକ ଲୋକଙ୍କୁ ଠକିଛନ୍ତି। ଅଭିଯୁକ୍ତମାନେ ୨୦୨୨ ଶେଷ ଭାଗରେ ଜୟପୁରରେ XPO ନାମକ ଏକ ନିବେଶ କମ୍ପାନୀ ଖୋଲିଥିଲେ। ଏହା ମାଧ୍ୟମରେ ସେମାନେ ଛୋଟ ନିବେଶ ସହିତ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିଥିଲେ।
ଭୁବନେଶ୍ଵର: ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ ପ୍ରଗତି ନିମନ୍ତେ ଗହନ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଆଜି ଠାରୁ ଭୁବନେଶ୍ୱର ଠାରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ. ଡି କୁମାର ସ୍ୱାମୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ସଚିବ ସନ୍ଦୀପ ପୌଣ୍ଡ୍ରିକ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଲ୍, ଏନଏମଡିସି, ଏମଓଆଇଏଲ, ମେକନ, ଏମଏସଟିସି ଆଦି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟ, ଆଇଏନଏସଡିଏଜି, ଆଇଏସସିଏ, ବିଆଇଏସଏଜି ଆଦିର ବିଶେଷଜ୍ଞଙ୍କ ସମେତ ଟାଟା ଷ୍ଟିଲ୍, ଜେଏସଡବ୍ଲୁ ଭଳି ଘରୋଇ ଶିଳ୍ପସଂସ୍ଥାର ପ୍ରତିନିଧିମାନେ ଶିବିରରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
ନୂଆଦିଲ୍ଲୀ: ଉମର ଖାଲିଦ, ଶର୍ଜିଲ ଇମାମ, ଗୁଲଫିଶା ଫାତିମା, ମୀନା ହାଇଦର ଏବଂ ଅନ୍ୟାନ୍ୟ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସ ବିରୋଧ କରିଛି। ସୁପ୍ରିମକୋର୍ଟଙ୍କୁ ଦିଲ୍ଲୀ ପୋଲିସ କହିଛି ଯେ, ବୁଦ୍ଧିଜୀବୀମାନେ ଆତଙ୍କବାଦୀ ହୋଇଗଲେ ଅଧିକ ବିପଦପୂର୍ଣ୍ଣ ହୋଇଯାଆନ୍ତି। ସେମାନେ ଲାଲକିଲ୍ଲା କାର ବୋମା ବିସ୍ଫୋରଣ ଏବଂ ଧଳା ରଙ୍ଗର ଆତଙ୍କୀ ମଡ୍ୟୁଲକୁ ଉଦାହରଣ ଦେଇଥିଲେ। ଶୁଣାଣି ସମୟରେ ଶର୍ଜିଲ ଇମାମଙ୍କ ଭାଷଣର ଭିଡିଓ କ୍ଲିପ୍ ଦେଖାଯାଇଥିଲା, ଯେଉଁଥିରେ ସେ ଉତ୍ତର-ପୂର୍ବ ରାଜ୍ୟ ଆସାମକୁ ଭାରତରୁ କାଟି ଦେବା, ଦିଲ୍ଲୀର ଜଳ ଯୋଗାଣ ବନ୍ଦ କରିବା ଏବଂ ହିଂସାତ୍ମକ ପ୍ରତିବାଦ କରିବା ବିଷୟରେ କଥା ହୋଇଛନ୍ତି। ଆଜି ସୁପ୍ରିମକୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଦିଲ୍ଲୀ ପୋଲିସ କହିଛି ଯେ, ଆଜିକାଲି ଏକ ଧାରା ପରିଲକ୍ଷିତ ହୋଇଛି ଯେଉଁଠାରେ ବୁଦ୍ଧିଜୀବୀମାନେ ପ୍ରଥମେ ସରକାରୀ ଟଙ୍କାରେ ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନଂ ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ ପୁଣି ଏକ ଟ୍ରକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ବରଣ ହୋଇଛି। ମୃତକ ଜଣଙ୍କ ହେଲେ ଡ଼ିମିରିକୁଡା ଗ୍ରାମର ସୁବାଷ ଖିଲାରି ବୋଲି ଜଣା ପଡିଛି। ପ୍ରକାଶ ଯେ, ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ଡ଼ିମିରିକୁଦା ଗ୍ରାମର ସୁବାଷ ଖିଲାରୀ ଏକ ସାଇକେଲରେ କଇଥସାହି ପଟରୁ ଭୀମ ଭୋଇ ଛକ ଆଡକୁ ଆସୁଥିଲେ। ରାସ୍ତା ପାର ହେଉଥିବା ସମୟରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଯା’ ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା। ତାଙ୍କର ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ (ଓଏସଇଏଫଡ଼ି) ରାଜ୍ୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ଓ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଅଦମ୍ୟ ପ୍ରଚ଼େଷ୍ଟା ଓ ସଂଘର୍ଷ ୨୦୧୭ ମସିହାରୁ କରିଆସୁଥିଲା। ଏହି ନ୍ୟାର୍ଯ୍ୟ ଦାବିକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି ଓ ଓଡ଼ିଶା ସରକାରଙ୍କ ସମର୍ଥନରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବ ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସଂଘକୁ ମାର୍ଗଦର୍ଶନ ଦେଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଏବଂ ସକ୍ଷମ ସଂଗଠନକୁ ଓଏସଇଏଫଡ଼ି ସଂଘ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛି। ଏହି ଅବସରରେ…
ଭୁବନେଶ୍ବର: କିଛିଦିନର ନିରବତା ପରେ ଏବେ ପୁଣି ଥରେ ଚେଇଁ ଉଠିଛନ୍ତି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ। ସେ ନୂଆପଡା ଉପନିର୍ବାଚନକୁ ନେଇ କରିଛନ୍ତି ଏକ ବଡ ବିସ୍ପୋରଣ। ଯାହାକୁ ନେଇ ସାଧାରଣରେ ଏବଂ ବିଜେଡି ଦଳ ଭିତରେ ବେଶ ଚର୍ଚ୍ଚା ଚାଲିଛି। ଭୂପିନ୍ଦର ସେହିପରି ବିଧାନସଭା ନିର୍ବାଚନ ପରେ ପରେ ମଧ୍ୟ ଏକ ବିସ୍ପୋରଣ କରିଥିଲେ। ଯାହାକୁ ନେଇ ସେତେବେଳେ ମଧ୍ୟ ଏହା ବେଶ ଚର୍ଚ୍ଚା ହୋଇଥିଲା। ଭୂପିନ୍ଦର କହିଛନ୍ତି ଯେ, ବିଜେଡିର ଭୁଲ ଯୋଗୁଁ ନୂଆପଡାରେ ଦଳ ସେଠାରେ ହାରିଲା। ସେ କହିଛନ୍ତି ଯେ, ପ୍ରାର୍ଥୀ ଚୟନରେ ଦଳ ପ୍ରଥମରୁ ଭୁଲ କରି ବସିଲା। କାରଣ ଦଳ ଯାହାକୁ ପ୍ରାର୍ଥୀ କଲା ତାଙ୍କୁ ନୂଆପଡାବାସୀ କେହି ଗ୍ରହଣ କଲେ ନାହିଁ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ, ନୂଆପଡାରେ ଏକ ପ୍ରଚାର ହେଲା ଯେ, ବିଜେଡି ଚାହୁଁଛି ବିଜେପି ଜିତୁ। ସେଥିପାଇଁ ଦଳ ସେଠାରେ ଯେପରି ସଫଳତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ନୀତିଶ କୁମାର ଜଣେ ଅଭିଜ୍ଞ ପ୍ରଶାସକ ଯାହାଙ୍କର ବହୁ ବର୍ଷ ଧରି ସୁଶାସନର ପ୍ରମାଣିତ ରେକର୍ଡ ରହିଛି। ତାଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା। ପ୍ରଧାନମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ୍ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଉଭୟ ନେତା ଲୋକଙ୍କ ସେବା କରିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପାକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି। ନରେନ୍ଦ୍ର ମୋଦୀ ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହା ଏକ ଉତ୍ସର୍ଗୀକୃତ ନେତାଙ୍କ ସହିତ ଏକ ଚମତ୍କାର ଦଳ ଯେଉଁମାନେ ବିହାରକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବେ ଏବଂ…
Jay MLA Oath: ଆଜି ନୂଆପଡା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଜୟ ଢୋଲକିଆ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବିଧାନସଭାରେ ବାଚସ୍ପତି ସୁରମା ପାଢୀଙ୍କ କାର୍ଯ୍ୟାଳୟରେ ସେ ଏହି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ମାଆ ଏବଂ ଧର୍ମପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେହିପରି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗମ, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସେ ଆଜିଠାରୁ ବିଧିବଧ ଭାବେ ବିଧାୟକ ଭାବେ ପରିଚିତ ହେଲେ। ଏହାପରେ ତାଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ। ଏଥିରେ ତାଙ୍କର ମାସିକ ଦରମା 35000 ଟଙ୍କା ମାସିକ ରହିଛି। ସେହିପରି ତାଙ୍କର ଅନ୍ୟାନ୍ୟ ସୁବିଧା ପାଇଁ ମାସିକ 65000 ଟଙ୍କା ହୋଇ ମୋଟ 100000 ଟଙ୍କା ପାଇବେ। ଏହା ସହିତ ସେ ବିଧାନସଭା ଅଧିବେଶନ ବେଳେ ଦୈନିକ 1500 ଟଙ୍କା ମଧ୍ୟ ପାଇବେ। Train Accident…
ନୂଆଦିଲ୍ଲୀ: ଏସିଆ କପ୍ ରାଇଜିଂ ଷ୍ଟାର୍ସ 2025 ଏକ ରୋମାଞ୍ଚକର ଗ୍ରୁପ୍ ପର୍ଯ୍ୟାୟ ଶେଷ ହୋଇଛି, ଏବଂ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ତିନୋଟି ଲିଗ୍ ମ୍ୟାଚ୍ ପରେ, ଚାରି ସେମିଫାଇନାଲ ଟିମ ଚୂଡ଼ାନ୍ତ ହୋଇଛନ୍ତି: ଭାରତ A, ପାକିସ୍ତାନ A, ଶ୍ରୀଲଙ୍କା A, ଏବଂ ବାଂଲାଦେଶ A। ଉଭୟ ସେମିଫାଇନାଲ ମ୍ୟାଚ୍ ନଭେମ୍ବର 21 ରେ ଖେଳାଯିବ, ଯେଉଁଥିରେ ଭାରତ ବାଂଲାଦେଶ ସହିତ ଏବଂ ପାକିସ୍ତାନ ଶ୍ରୀଲଙ୍କା ସହିତ ମୁକାବିଲା କରିବ। ବାଂଲାଦେଶ ଏବଂ ଶ୍ରୀଲଙ୍କା ଗ୍ରୁପ୍ A ରୁ ଯୋଗ୍ୟତା ଅର୍ଜନ କରିଛନ୍ତି ଗ୍ରୁପ୍ A ରେ ବାଂଲାଦେଶ A ଏବଂ ଶ୍ରୀଲଙ୍କା A ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବାଂଲାଦେଶ ସେମାନଙ୍କର ତିନୋଟି ମ୍ୟାଚ୍ ରୁ ଦୁଇଟି ଜିତି ଚାରି ପଏଣ୍ଟ ଅର୍ଜନ କରିଛି ଏବଂ ସେମାନଙ୍କର ନେଟ୍ ରନ୍ ରେଟ୍ ଆଧାରରେ ଆଗକୁ ବଢ଼ିଛି। ଅନ୍ୟପକ୍ଷରେ, ଶ୍ରୀଲଙ୍କା ଦୃଢ଼ ପ୍ରଦର୍ଶନ କରିଛି,…
Train Accident Mock Drill: ପୂର୍ବ ତଟ ରେଳପଥର ଖୋର୍ଧା ରୋଡ୍ ଡିଭିଜନ ୨୦ ନଭେମ୍ବର ୨୦୨୫ (ଗୁରୁବାର) ହିନ୍ଦୋଳ ରୋଡ୍ ରେଳ ଷ୍ଟେସନରେ ଏକ ବିପର୍ଯ୍ୟୟ ପରିଚାଳନା ବା ଟ୍ରେନ ଦୁର୍ଘଟଣା ମୁକାବିଲାର ମକ୍ ଡ୍ରିଲ୍ କରିଛି। ଏଥିରେ ଟ୍ରେନ୍ ଦୁର୍ଘଟଣା ପରିଚାଳନା ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ଦ୍ରୁତ ପୁନରୁଦ୍ଧାର, ପ୍ରଭାବଶାଳୀ ଯାତ୍ରୀ ସହାୟତା ଏବଂ ଟ୍ରେନ ପରିଚାଳନାର ଶୀଘ୍ର ସ୍ୱାଭାବିକୀକରଣ ସୁନିଶ୍ଚିତ କରାଯାଇଥିଲା। ଭାରତୀୟ ରେଳବାଇ ନିୟମିତ ଭାବରେ ଏହାର ସମସ୍ତ ଡିଭିଜନରେ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରିଥାଏ। ଏହି ଅଭ୍ୟାସଗୁଡ଼ିକ ନିମ୍ନଲିଖିତ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି: ଦୁର୍ଘଟଣା ପରି ପରିସ୍ଥିତିରେ ରେଳ କର୍ମଚାରୀ, NDRF ଏବଂ ସ୍ଥାନୀୟ ଏଜେନ୍ସିଗୁଡ଼ିକର ଜରୁରୀକାଳୀନ ପ୍ରସ୍ତୁତି ପରୀକ୍ଷା କରିବା। RPF, GRP/ପୋଲିସ, ଅଗ୍ନିଶମ ସେବା, ଡାକ୍ତରୀ ୟୁନିଟ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମେତ ବହୁ-ଶାଖାଗତ ଦଳ ମଧ୍ୟରେ ସମନ୍ୱୟରେ…
ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ଘଟିଥିବା କାର ବୋମା ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନରୁ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ବୟାନ ଆସିଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପୂର୍ବତନ “ପ୍ରଧାନମନ୍ତ୍ରୀ” ଚୌଧୁରୀ ଅନୱର-ଉଲ-ହକ୍ ଦାବି କରିଛନ୍ତି ଯେ, ବିସ୍ଫୋରଣରେ ପାକିସ୍ତାନର ସିଧାସଳଖ ଭୂମିକା ଥିଲା, ଯେଉଁଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨ରୁ ଅଧିକ ଆହତ ହୋଇଥିଲେ। ପିଓକେ ବିଧାନସଭାରେ ଭାଷଣ ଦେଇ ଅନୱର-ଉଲ-ହକ୍ କହିଛନ୍ତି ଯେ, ଯଦି ଭାରତ ବେଲୁଚିସ୍ତାନରେ ହିଂସାକୁ ଉସୁକାଏ, ତେବେ ପାକିସ୍ତାନ ଦିଲ୍ଲୀର ଲାଲକିଲ୍ଲାରୁ କାଶ୍ମୀରର ଜଙ୍ଗଲ ପର୍ଯ୍ୟନ୍ତ ପ୍ରତିଶୋଧ ନେବ। ସେ କହିଛନ୍ତି ଯେ, “ଆଲ୍ଲାହଙ୍କ କୃପାରୁ, ଆମେ ଏହା କରିଛୁ, ଏବଂ ଆମର ସାହସୀ ଲୋକମାନେ ଏହାକୁ ସଫଳ କରିଛନ୍ତି।” ପାକିସ୍ତାନ ସରକାରଙ୍କ ପ୍ରତିକ୍ରିୟା? ପାକିସ୍ତାନ ସରକାର ଅନୱର-ଉଲ-ହକ୍ ଙ୍କ ଦାବି ଉପରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ତଥାପି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ…

