ନୂଆଦିଲ୍ଲୀ: ଚୀନ୍ରେ ନିର୍ଯାତନାର ଶିକାର ହୋଇଥିବା ଅରୁଣାଚଳ ପ୍ରଦେଶର ଜଣେ ମହିଳା ସାଂଘାଇ ବିମାନବନ୍ଦର ଘଟଣା ପରେ ଏବେ ଟ୍ରୋଲ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଯେକୌଣସି ପଦକ୍ଷେପ କେବଳ ତାଙ୍କ ନିଜସ୍ୱ ନୁହେଁ, ସମସ୍ତ ଭାରତୀୟଙ୍କ ସ୍ୱାର୍ଥରେ। ଏହିପରି ଭାବରେ, ସେ ସମସ୍ତ ଭାରତୀୟଙ୍କ ମଧ୍ୟରେ ଏକତାର ବାର୍ତ୍ତା ଦେଇଛନ୍ତି। ପେମା ୱାଙ୍ଗ ଥଙ୍ଗଡୋକ୍ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାତ୍ରା କରିବା ସମୟରେ ସାଂଘାଇ ବିମାନବନ୍ଦରରେ ତିନି ଘଣ୍ଟାର ରହଣି ସମୟରେ ଚୀନ୍ କର୍ତ୍ତୃପକ୍ଷ ତାଙ୍କୁ ପ୍ରାୟ ୧୮ ଘଣ୍ଟା ପାଇଁ ଅଟକ ରଖିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଇମିଗ୍ରେସନ୍ ଅଧିକାରୀମାନେ ତାଙ୍କ ଭାରତୀୟ ପାସପୋର୍ଟକୁ ଚିହ୍ନିତ କରିବାକୁ ମନା କରିଥିଲେ ଏବଂ ଦାବି କରିଥିଲେ ଯେ, ତାଙ୍କ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଚୀନ୍ର ଏକ ଅଂଶ। ପେମା ୱାଙ୍ଗ ଥଙ୍ଗଡୋକ୍ ସମର୍ଥନ ପାଇଁ…
Author: Samikhsya Bureau
ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖରୁ ଦକ୍ଷିଣ ଆଫ୍ରିକାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ଏବଂ ଏଥର କେଏଲ ରାହୁଲଙ୍କୁ ଦଳର ନେତୃତ୍ଵ ଦିଆଯାଇଛି। ବେକରେ ଆଘାତ ଯୋଗୁଁ ଶୁଭମନ ଗିଲଙ୍କୁ ଦଳରୁ ବାହାର କରିଦିଆଯାଇଛି, ଯାହାର ନେତୃତ୍ଵ ସିଧାସଳଖ ରାହୁଲଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି। ରାହୁଲ ପୂର୍ବରୁ ତିନୋଟି ଫର୍ମାଟରେ ଭାରତର ଅଧିନାୟକତ୍ୱ କରିଛନ୍ତି ଏବଂ ଏବେ ପୁଣି ଥରେ ଦିନିକିଆ ଦଳର ନେତୃତ୍ୱ ନେବେ। କେଏଲ ରାହୁଲଙ୍କ ଅଧିନାୟକତ୍ୱ ରେକର୍ଡ କିପରି? କେଏଲ ରାହୁଲଙ୍କ ଅଧିନାୟକତ୍ୱ ରେକର୍ଡ ପ୍ରଭାବଶାଳୀ ନ ହୋଇପାରେ, କିନ୍ତୁ ସେ ପ୍ରାୟ ପ୍ରତ୍ୟେକ ସୁଯୋଗରେ ଦଳକୁ ଦୃଢ଼ ଦିଗଦର୍ଶନ ଦେଇଛନ୍ତି। ରାହୁଲ ଏପର୍ଯ୍ୟନ୍ତ ମୋଟ ୧୨ ଟି ଦିନିକିଆ ମ୍ୟାଚର ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରୁ ଭାରତ ଆଠଟି ଜିତିଛି। ଏହା ପ୍ରାୟ ୬୬% ବିଜୟ ପ୍ରତିଶତ, ଯାହା ଯେକୌଣସି ନୂତନ ଅଧିନାୟକ ପାଇଁ ଉତ୍କୃଷ୍ଟ ବୋଲି ବିବେଚନା କରାଯାଏ। ଟେଷ୍ଟରେ, ରାହୁଲ ତିନୋଟି…
Free Trade Agreement Discussion: ଭାରତ ଆଜି ରୁଷ ନେତୃତ୍ୱାଧୀନ ୟୁରେସିଆନ୍ ଅର୍ଥନୈତିକ ସଂଘ (EAEU) ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପାଇଁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି ଯେ ଅଗଷ୍ଟ 20, 2025 ରେ ସର୍ତ୍ତାବଳୀ ସ୍ୱାକ୍ଷର କରିବା ପରେ ପାଞ୍ଚ ସଦସ୍ୟ ବିଶିଷ୍ଟ EAEU – ରୁଷ, ଆର୍ମେନିଆ, ବେଲାରୁସ, କାଜାଖସ୍ତାନ ଏବଂ କିର୍ଗିଜସ୍ତାନକୁ ନେଇ ଗଠିତ FTA ଆଲୋଚନା ନୂଆଦିଲ୍ଲୀରେ ଆରମ୍ଭ ହେବ। ଭାରତୀୟ ବ୍ୟବସାୟ, ବିଶେଷକରି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କ ପାଇଁ ନୂତନ ବଜାର ଖୋଲିବା ଉପରେ ଧ୍ୟାନ ଦେଇ ଏକ 18 ମାସର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଆମେରିକା ଦ୍ୱାରା ଲାଗୁ ହୋଇଥିବା ଉଚ୍ଚ ଶୁଳ୍କ ମଧ୍ୟରେ ଭାରତ ଏହାର ରପ୍ତାନି ଅନ୍ୟାନ୍ୟ ଦେଶ ସହିତ କରିବାକୁ ଚାହୁଁଥିବାରୁ ଏହି ପଦକ୍ଷେପ ଗୁରୁତ୍ୱ…
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆଫଗାନିସ୍ତାନ ତାଲିବାନ ସରକାର କହିଛନ୍ତି ଯେ, ପାକିସ୍ତାନୀ ଆକ୍ରମଣକାରୀ ସୈନ୍ୟମାନେ ଏକ ଅଞ୍ଚଳରେ ପ୍ରବଳ ବୋମାମାଡ଼ କରିଛନ୍ତି, ଯେଉଁଥିରେ ୯ ପିଲାଙ୍କ ସମେତ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଏହି ଆକ୍ରମଣର ଉପଯୁକ୍ତ ଜବାବ ଦେବେ। ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଛି ବୋଲି ଜଣାପଡିଛି। ଆଫଗାନିସ୍ତାନ ମୁଖପାତ୍ର କ’ଣ କହିଛନ୍ତି? ଆଫଗାନିସ୍ତାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, “ପାକିସ୍ତାନୀ ଆକ୍ରମଣକାରୀ ସୈନ୍ୟମାନେ ଜଣେ ସ୍ଥାନୀୟ ନାଗରିକଙ୍କ ଘର ଉପରେ ବୋମାମାଡ଼ କରିଛନ୍ତି। ଫଳସ୍ୱରୂପ, ଖୋସ୍ତ ପ୍ରଦେଶରେ ନଅ ଜଣ ପିଲା (ପାଞ୍ଚ ପୁଅ ଏବଂ ଚାରି ଜଣ ଝିଅ) ଏବଂ ଜଣେ ମହିଳା ସହିଦ ହୋଇଛନ୍ତି।” ସେ କହିଛନ୍ତି ଯେ, “ଇସଲାମିକ୍ ଏମିରେଟ୍ ଏହି ଉଲ୍ଲଂଘନର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭାରତର ଐତିହ୍ୟରେ ଏକ ସୁନ୍ଦର ସଙ୍ଗମ। ଆଜି ସକାଳେ ସେ ରାମାୟଣର ନଗରୀ ଅଯୋଧ୍ୟାରେ ଥିଲେ ଏବଂ ଏବେ ସେ ଗୀତାର ନଗରୀ କୁରୁକ୍ଷେତ୍ରରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ସମସ୍ତେ ଆଜି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ସନ୍ଥ ଏବଂ ସମ୍ମାନିତ ସଂଗତମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରିଥିଲେ। 5-6 ବର୍ଷ ପୂର୍ବେ ଘଟିଥିବା ଆଉ ଏକ ଉଲ୍ଲେଖନୀୟ ସଂଯୋଗକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, 9 ନଭେମ୍ବର,…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ, ଶିଖ ଧର୍ମର ନବମ ଗୁରୁ, ‘ହିନ୍ଦୀ କି ଚାଦର’, ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ୩୫୦ତମ ବଳିଦାନ ଦିବସ ଅବସରରେ ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟରେ ଅମିତ ଶାହା କହିଛନ୍ତି, ଶିଖ ଧର୍ମର ନବମ ଗୁରୁ’ ହିନ୍ଦ କି ଚାଦର’ ଙ୍କ ୩୫୦ତମ ବଳିଦାନ ଦିବସରେ, ଗୁରୁ ତେଗ ବାହାଦୂର ଜୀଙ୍କୁ ମୁଁ ପ୍ରଣାମ କରୁଛି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଗୁରୁ ତେଗ ବାହାଦୂର ଜୀ, ଗୋଟିଏ ଜୀବନକାଳ ମଧ୍ୟରେ, ଗଭୀର ଆଧ୍ୟାତ୍ମିକ ଅଭ୍ୟାସରେ ନିମଗ୍ନ ହୋଇଥିଲେ, ଧାର୍ମିକ ପ୍ରବଚନ ପ୍ରଦାନ କରିଥିଲେ ଏବଂ ନିଷ୍ଠୁର ଆକ୍ରମଣକାରୀଙ୍କଠାରୁ ଆମର ସଂସ୍କୃତି ଏବଂ ବିଶ୍ୱାସକୁ ରକ୍ଷା କରିଥିଲେ। ସେ କାଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ଲଢ଼ିଥିଲେ, ଅତ୍ୟାଚାରୀ ମୋଗଲମାନଙ୍କୁ ଆହ୍ୱାନ କରିଥିଲେ ଏବଂ ଧର୍ମ ପାଇଁ ସବୁକିଛି ତ୍ୟାଗ କରିଥିଲେ। ବୀରତ୍ୱ,…
ମେଷ: – ଧାର୍ମିକ ଭାବନା ହେତୁ ଆପଣ ଯେ କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ଏବଂ ଜଣେ ସାଧୁଙ୍କଠାରୁ କିଛି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିବେ । କ୍ୟାରିୟର ପାଇଁ ଯୋଜନା ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ଆଶା ଅନୁଯାୟୀ ଫଳାଫଳ ଆସେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ । ଆପଣଙ୍କର ପରିଚିତ ଭିତରେ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ଭେଟିବା ଆବଶ୍ୟକ । କାହାର ପ୍ରଭାବରେ , ଆପଣଙ୍କ ସାଥୀ ଆପଣଙ୍କ ସହ ଝଗଡା କରିପାରନ୍ତି । କିନ୍ତୁ ପ୍ରେମ ଏବଂ ସମନ୍ୱୟ ସହିତ ଏହି ସମସ୍ୟାର ସମାଧାନ ହେବ । ବୃଷ: – ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆଜି ଖୋଲା ହାତରେ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଆପଣଙ୍କର କାମ ପ୍ରତି ଧ୍ୟାନ ଦିଅନ୍ତି, ତେବେ ସଫଳତା ଏବଂ ପ୍ରତିଷ୍ଠା ପାଇବେ। ଆଜି ଆପଣ ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବେ ଏବଂ ଆପଣ କରିବାକୁ…
ବାଣପୁର: ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକ ବାଣପୁର ପୋଲିସ ସହାୟତାରେ ଜାତୀୟ ରାଜପଥ ଉପରେ ଏକ କଣ୍ଟେନରରେ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ପ୍ରକାଶ ଥାଉକି ଜାତୀୟ ରାଜପଥ ଉପରେ ଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ବିଶ୍ୱାଳ ମୋଟର ସାଇକେଲରେ ବାଲୁଗାଁ ଆସୁଥିବା ବେଳେ MH25AJ5330 ନମ୍ବର ଥିବା ଏକ କଣ୍ଟେନରରୁ ରକ୍ତ ଓ ପାଣି ଝରୁଥିବା ଦେଖି ସନ୍ଦେହ ହେବାରୁ ଗାଡିକୁ ପିଛା କରି ଗୋପୀନାଥପୁର ଛକ ପାଖରେ ସ୍ଥାନୀୟ ଲୋକଙ୍କ ସହାୟତରେ ଅଟକ ରଖି ୧୧୨କୁ କଲ କରି ପୋଲିସ ସହାୟତା ମାଗିଥିଲେ। ସ୍ଥାନୀୟ ଲୋକ ଚାଲାଣ ମାଗିବାରୁ ଡ୍ରାଇଭର ଓ ହେଲଫର ଲୁହା ରଡ଼ ଓ ଛୁରୀ ଦେଖାଇ ଭୟଭୀତ କରିଥିଲେ। ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ଡ୍ରାଇଭର ଓ ହେଲ୍ପରକୁ କାବୁ କରି ଗାଡିକୁ ଜବତ କରିଥିଲା। ଗାଡି ତନଖରେ ସେଥିରେ ୬୦୦୦କେଜି ଗୋମାଂସ ଥିବା ଜଣାପଡିଥିଲା। ଉକ୍ତ ଗୋମାଂସ ଗାଡିଟି କଲିକତା…
ଭୁବନେଶ୍ୱର: କେନ୍ଦ୍ରୀୟ ଯୋଗାଯୋଗ କାର୍ଯ୍ୟାଳୟ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି, ଜାତୀୟ ସମ୍ବିଧାନ ଦିବସ ୨୦୨୫ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ସାମ୍ବିଧାନିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ସମ୍ବିଧାନରେ ପ୍ରଦତ୍ତ ମୂଲ୍ୟବୋଧକୁ ପୁନଃନିର୍ମାଣ କରିବା। ଅଖିଳ କୁମାର ମିଶ୍ର, ଅତିରିକ୍ତ ମହାନିର୍ଦ୍ଦେଶକ, ପିଆଇବି ଏବଂ ସିବିସି (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର) ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଭାଷଣ ପ୍ରଦାନ କରିଥିଲେ। ଏହା ସହିତ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ଏବଂ ଡକ୍ଟର ପ୍ରତିମା ସାରଙ୍ଗୀ, ସ୍ନାତକୋତ୍ତର ସାଧାରଣ ପ୍ରଶାସନ ଏବଂ ସାମ୍ବାଦିକତା ବିଭାଗର ମୁଖ୍ୟ, ବିଶିଷ୍ଟ ବକ୍ତା ଭାବରେ ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ, ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ସମ୍ବିଧାନ ଦିବସ ପାଳନର ଏକ ପ୍ରାରମ୍ଭିକ କାର୍ଯ୍ୟକ୍ରମ। ୨୬ ନଭେମ୍ବର…
ଭୁବନେଶ୍ୱର: ଓଡିଶା ଏବଂ ଗୁଜୁରାଟ ମଧ୍ୟରେ ଯାତ୍ରୀ ସୁବିଧାରେ ବୃଦ୍ଧି ଏବଂ ଦୂରଗାମୀ ସଂଯୋଗୀକରଣକୁ ଉନ୍ନତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ଟ୍ରେନ୍ ନମ୍ବର ୧୯୦୨୧/୧୯୦୨୨ ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ଚଳାଚଳ ସପ୍ତାହରେ ତିନିଦିନ ପରିବର୍ତ୍ତେ ନିୟମିତ ଚଳାଚଳ କରିବା ପାଇଁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସେବା ପ୍ରଦାନ କରିବା ଲାଗି ମାନ୍ୟବର ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉପରୋକ୍ତ ପରିବର୍ତ୍ତନଗୁଡିକ ଖୁବଶୀଘ୍ର ଯାତ୍ରୀମାନଙ୍କ ପାଇଁ କାର୍ଯ୍ୟକାରୀ ହେବ, ଯାହା ପରେ ସୂଚିତ କରାଯିବ।
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରବାଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଆଦେଶ ବାତିଲ ଦାବିରେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ସ୍କୁଲ କମିଟି। ପ୍ରକାଶ ଯେ, ଚରବାଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି। ହେଲେ ଶିକ୍ଷା ବିଭାଗ ଜିତେନ୍ଦ୍ର କୁମାର ଦେହୁରୀ ନାମକ ଶିକ୍ଷକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଯା’ ଫଳରେ ବିଦ୍ୟାଳୟ ରେ ଶିକ୍ଷା ଦାନରେ ବାଧା ପ୍ରାପ୍ତ ହେବ ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଗକୁ ପରୀକ୍ଷା ରହି ଥିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେବ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି। ତେଣୁ ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲ ବାହାରେ ତାଲା…
ଭୁବନେଶ୍ଵର: ନେସନାଲ ମୋଭମେଣ୍ଟ ଫର୍ ଓଲ୍ଡ ପେନସନ ସ୍କୀମ ସଂଗଠନ (ଏନ୍ ଏମ ଓ ପି ଏସ) ର ଆନ୍ଦୋଳନ ଡାକରାରେ ଆଜି ନୂଆଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର କର୍ମଚାରୀମାନେ ଏନ ପି ଏସ, ୟୁ ପି ଏସ ହଟାଇ ପୁରୁଣା ପେନସନ ଲାଗୁ ନେଇ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୦୪ ମସିହାରୁ ଓ ରାଜ୍ୟ ସରକାର ୨୦୦୫ ମସିହାରୁ ପୁରୁଣା ପେନସନ ବ୍ୟବସ୍ଥା ଉଚ୍ଛେଦ କରି ନେସନାଲ ପେନସନ ସିଷ୍ଟମ (ଏନ ପି ଏସ) ଲାଗୁ କରିଥିଲେ, ଯେଉଁଥିରେ କି କର୍ମଚାରୀ ମାନେ ବେତନର ୧୦ ପ୍ରତିଶତ ଦେବେ ଓ ସରକାର ୧୪ ପ୍ରତିଶତ ପ୍ରଦାନ କରିବେ ଏବଂ ଏହା ବିଭିନ୍ନ ସେୟାର ମାର୍କେଟ ରେ ବିନିଯୋଗ ହେବ। ଯେଉଁଥିରେ କି କର୍ମଚାରୀ ମାନେ ଅବସର ପରେ ପେନସନ ଭାବେ ପାଇବେ। ପର ମୁହୂର୍ତ୍ତରେ ଦେଖାଗଲା କି ସେୟାର ମାର୍କେଟ ର…
ଭୁବନେଶ୍ୱର: ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି। ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeper,…
ଖୋର୍ଦ୍ଧା: ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଖୋର୍ଦ୍ଧା ସଦର ମହକୁମାର ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିସରରୁ ୧୬୯ ତୀର୍ଥ ଯାତ୍ରୀ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର୍ ତୀର୍ଥ ଭ୍ରମଣ ନିମନ୍ତେ ସ୍ବତନ୍ତ୍ର ବସରେ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଆସନ୍ତାକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନରେ ସେମାନେ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର ତୀର୍ଥ ଭ୍ରମଣରେ ଯିବେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ଶୁଭାରମ୍ଭ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗଦେଇ କହିଲେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ନିମନ୍ତେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ସରକାରଙ୍କ ସମ୍ପୂର୍ଣ ଆଧ୍ୟାତ୍ମିକ ଯୋଜନା ଜ ଦ୍ଵାରା ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ବରିଷ୍ଟ ନାଗରିକ ମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ଓ ଜାତୀୟ…
ଭୁବନେଶ୍ୱର: ଶାସନ ସୁଦୃଢ଼ୀକରଣ ଓ ଏକ ଅନ୍ତର୍ଭୁକ୍ତ ସଂସ୍କୃତି ସୃଷ୍ଟି ନିମନ୍ତେ ମହିଳା ସଶକ୍ତୀକରଣ ଏକ ରଣନୈତିକ ଆବଶ୍ୟକ ବୋଲି ଭାରତରେ ଅବସ୍ଥାପିତ ୮ ଟି ଦେଶର କୂଟନୀତିଜ୍ଞ ଓ ପ୍ରତିନିଧି ସୋମବାର ମତ ପ୍ରଦାନ କରିଛନ୍ତି। ଚିରାଚରିତ ପୁରାତନ ପ୍ରଥାକୁ ଭାଙ୍ଗି ମହିଳାମାନଙ୍କୁ ସମାନ ଅଧିକାର ଦେବା ସହ ବିକାଶ ଏବଂ ସୁଶାସନ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ରିଡିଫାଇନିଂ ଲିଡରସିପ୍: ଦ ରାଇଜ ଅଫ୍ ୱିମେନ୍ ଇନ୍ ଗ୍ଲୋବାଲ ଗଭର୍ଣ୍ଣାନ୍ସ’ ଶୀର୍ଷକ ପ୍ରସଙ୍ଗରେ ଏହି ବକ୍ତାମାନେ ମତ ରଖିଛନ୍ତି। ଶାସନ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନର ଆବଶ୍ୟକତା ରହିଛି ଏବଂ ସେମାନେ ପୂର୍ଣ୍ଣମାତ୍ରାରେ ଏଥି ସହିତ ଜଡ଼ିତ ହେବା ଉଚିତ୍। କାରଣ ସେମାନେ ଯାହା ବି କାର୍ଯ୍ୟ କରିଥାନ୍ତି ସେଥିରେ ନୂତନ ଉଦ୍ଭାବନ ଏବଂ ନୂତନତ୍ୱର ଛାପ ରହିଥାଏ ବୋଲି କହିଛନ୍ତି ସ୍ପେନ୍ର ରାଷ୍ଟ୍ରଦୂତ…
ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆଜି ଶ୍ରୀଅରବିନ୍ଦଙ୍କ ସିଦ୍ଧିଦିବସ ଅବସରରେ ବାର୍ଷିକ ପ୍ରକଳ୍ପ ଭିତ୍ତିକ ବିଜ୍ଞାନ, ସାହିତ୍ୟ, ଇତିହାସ, ଭୂଗୋଳ, ଚିତ୍ରାଙ୍କନ, ହସ୍ତ କର୍ମ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି। ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଶିକ୍ଷକ ସର୍ବେଶ୍ଵର ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଆବାହକ ସୁରେନ୍ଦ୍ର ନାଥ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ଜେନା ସିଦ୍ଧିଦିବସ ସମ୍ପର୍କ ରେ ବିଷଦ୍ ଭାବେ ଆଲୋଚନା କରି କହିଥିଲେ ଯେ “ଦୀର୍ଘ ୯୯ ବର୍ଷ ତଳେ ୧୯୨୬ ମସିହା ନଭେମ୍ବର ମାସ ୨୬ ତାରିଖରେ ଶ୍ରୀଅରବିନ୍ଦ ଅଧିମାନସ…
ଖୋର୍ଦ୍ଧା: ବ୍ରିଟିଶ ଶାସନ ସମୟରେ ସେମାନଙ୍କ ଚକ୍ରାନ୍ତ ଦ୍ଵାରା ଭାରତ ବିଖଣ୍ଡିତ ହୋଇଥିଲା। ଏହିସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ବଳିଷ୍ଠ ତ୍ୟାଗ ଓ ନେତୃତ୍ଵ ବଳରେ ବିଖଣ୍ଡିତ ଭାରତକୁ ଅଖଣ୍ଡ ଭାରତ ନିର୍ମାଣ କରି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ କୁ ଅକ୍ଷୁର୍ଣ୍ଣ ରଖିବାରେ ତାଙ୍କର ଯେଉଁ ଅତୁଳନୀୟ ଅବଦାନ ସର୍ଦ୍ଧାର ପଟେଲଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ପୃଥ୍ବୀରାଜ ହରିଚନ୍ଦନ ବାଲୁଗାଁ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ବାଣପୁର ଶିଶୁ ମନ୍ଦିର ପର୍ଯ୍ୟନ୍ତ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ୧୫୦ ତମ ଜୟନ୍ତୀ ଏକତା ପଦଯାତ୍ରା ପତାକା ଦେଖାଇ ଶୁଭାରମ୍ଭ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କହିଲେ…
Khordha Road Division’s Record: ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ (MT) ପରିବହନ ପରିଚାଳନା କରିବାରେ ଭାରତୀୟ ରେଳବାଇର ସବୁଠାରୁ ଦ୍ରୁତତମ ରେଳମଣ୍ଡଳ ହୋଇ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଏହି ଐତିହାସିକ ସଫଳତା ୨୧ ନଭେମ୍ବର ୨୦୨୫ ସୁଦ୍ଧା ମାତ୍ର ୨୩୫ ଦିନରେ ହାସଲ କରାଯାଇଛି, ଯାହା ମଣ୍ଡଳର ବର୍ଦ୍ଧିତ ପଣ୍ୟ ପରିବହନ କ୍ଷମତା ଏବଂ ପରିଚାଳନାଗତ ଉତ୍କର୍ଷତାକୁ ସ୍ପଷ୍ଟ କରୁଛି । ଏହି ମଣ୍ଡଳ ମୋଟ ୨୦୦ ମେଟ୍ରିକ୍ ଟନ୍ ପରିବହନ କରିଛି, ଯାହା ନିମ୍ନପ୍ରକାର: ୧୧୦ ମେଟ୍ରିକ୍ ଟନ୍ ଲୋଡିଂ, ଯାହା ମୁଖ୍ୟତଃ କୋଇଲା, ଖଣିଜ ପଦାର୍ଥ, ଇସ୍ପାତ ଏବଂ ଅନ୍ୟାନ୍ୟ ପ୍ରମୁଖ ସାମଗ୍ରୀ ଦ୍ୱାରା ପରିଚାଳିତ ୯୦ ମେଟ୍ରିକ୍ ଟନ୍ ଅନଲୋଡିଂ, ସମଗ୍ର ଅଞ୍ଚଳରେ ସୁଗମ ବଣ୍ଟନ ଏବଂ ଶେଷରୁ ଶେଷ ପର୍ଯ୍ୟନ୍ତ ମାଲ ପରିବହନ ସୁନିଶ୍ଚିତ କରୁଛି ଏହି ସଫଳତା ମଣ୍ଡଳର…
Samruddha Odisha Conclave: ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍କ୍ଲେଭ୍’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ଓଡିଶାର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ। ଏହି ଅବସରରେ ସମୃଦ୍ଧ ଓଡ଼ିଶାର ରୋଡମ୍ୟାପ୍ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୨୦ ବିଲିୟନ ଡଲାର ରହିଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର କରିବାକୁ ହେଲେ, ଆମକୁ ଆସନ୍ତା ୧୦-୧୧ ବର୍ଷ ଭିତରେ ପ୍ରାୟ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏଥିପାଇଁ ଆମେ ଭିତ୍ତିଭୂମି, ଶିଳ୍ପ ଓ ସ୍କିଲ୍ ଡେଭ୍ଲପ୍ମେଣ୍ଟ ଉପରେ ଫୋକସ୍ କରିଛୁ। ଆପଣମାନେ ଜାଣନ୍ତି, ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି…
Ethiopia Volcano Impact: ନୂଆଦିଲ୍ଲୀ: ହେଲି ଗୁବ୍ବି ଜ୍ୱାଳାମୁଖୀ ବିସ୍ଫୋରଣ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଏୟାର ଇଣ୍ଡିଆ ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଘରୋଇ ଉଡ଼ାଣ ବାତିଲ କରିଛି। କମ୍ପାନୀ ଅନୁଯାୟୀ, ବିସ୍ଫୋରଣ ପରେ ପ୍ରଭାବିତ ଅଞ୍ଚଳ ଉପରେ ଉଡ଼ାଣ କରିଥିବା ବିମାନଗୁଡ଼ିକର ସୁରକ୍ଷା ଯାଞ୍ଚ କରାଯାଉଛି। ବିମାନ ପରିଚାଳନା ଅସ୍ଥାୟୀ ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ସରକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପରାମର୍ଶ ଜାରି କରି ଏୟାର ଇଣ୍ଡିଆ କହିଛି ଯେ ଯାତ୍ରୀ ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ତେଣୁ, ଏହି ନିଷ୍ପତ୍ତି ଆବଶ୍ୟକତାରୁ ନିଆଯାଇଛି। ବିମାନ ବାତିଲ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କମ୍ପାନୀ ମଧ୍ୟ କ୍ଷମା ପ୍ରାର୍ଥନା କରିଛି। ଏୟାର ଇଣ୍ଡିଆ କହିଛି, “ଆମର ନେଟୱାର୍କରେ ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ସ୍ଥିତି ବିଷୟରେ ନିରନ୍ତର ଅପଡେଟ୍ କରୁଛନ୍ତି ଏବଂ ତୁରନ୍ତ ସହାୟତା ପ୍ରଦାନ କରୁଛନ୍ତି। ଆବଶ୍ୟକ…
ଭୁବନେଶ୍ବର: ଆଉ ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ରଖିବେ ଅଭିଭାଷଣ। ସେଥିପାଇଁ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ବରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ୨୦୦ ଅଫିସରଙ୍କୁ ଏହି ସୁରକ୍ଷା ଦାୟିତ୍ବରେ ମୁତୟନ କରାଯାଇଛି। ରାଷ୍ଟ୍ରପତି ୨୭ ତାରିଖରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର୍ୟ୍ୟନ୍ତ ନିଜର ଅଭିଭାଷଣ ରଖିବେ। ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ…

