ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଧରି କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ବିଜୟ କୁମାର ରାଉତଙ୍କୁ ଆଜି ମହାବିଦ୍ୟାଳୟ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମେ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର କଳ୍ପନା ଦାଶ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ପ୍ରକାଶିତ ଏକ ଅଭିନନ୍ଦନିକା ଉନ୍ମୋଚିତ ହୋଇଥଲା। ଏହାପରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର କଳ୍ପନା ଦାଶ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ବିଦ୍ୟାଧର…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଚମ୍ପାଦେଇପୁର ଗ୍ରାମରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ବୈକୁଣ୍ଠନାଥ ମହାରଣା ସୋମବାର ଦିନ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ କେଉଁଝର ଯାଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ମାନେ ମଧ୍ୟରାତ୍ରିରେ ତାଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଏବଂ କିଛି ନକଦ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠ। ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୬୭/୨୩ ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଅନୁରୂପ ଭାବେ ଗତକାଲି ବିଳମ୍ବିତ ରାତିରେ ବାଣପୁର ଥାନା ପଦନପୁର ଛକସ୍ଥିତ ଏକ ସ୍ପେୟାର ପାର୍ଟସ ଦୋକାନରୁ ଚୋରି ଉଦ୍ୟମ ବିଫଳ ହୋଇଥିବାର ଜଣାପଡିଛି। ରାମପୁର ଗ୍ରାମ…
ନୂଆଦିଲ୍ଲୀ: ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇନାହିଁ। ବର୍ତ୍ତମାନ କ୍ରେମଲିନରେ ଆତଙ୍କବାଦୀଙ୍କ ଆକ୍ରମଣ ପରି ୟୁକ୍ରେନ ମଧ୍ୟ ଆକ୍ରମଣ କରିଥିବା ଋଷ ଅଭିଯୋଗ କରିଛି। ଋଷ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ କ୍ରେମଲିନ୍ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି, ଏହାର କାର୍ଯ୍ୟ “ଆତଙ୍କବାଦୀ” ପରି ଏବଂ ଋଷ ଏହାର ଦୃଢ ଜବାବ ଦେବ। ମେ ୩ ତାରିଖ ବୁଧବାର ଦିନ କ୍ରେମଲିନ୍ କହିଛି ଯେ, ଏହା ୟୁକ୍ରେନ ଦ୍ୱାରା ଲଞ୍ଚ ହୋଇଥିବା ଦୁଇଟି ଡ୍ରୋନ୍କୁ ଖସାଇ ଦେଇଛି। ଋଷ ସରକାରଙ୍କ ତରଫରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ଦ୍ଵାରା ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଶ୍ରୀନଗର: ଜମ୍ମୁ କାଶ୍ମୀରର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଅନୁପ୍ରବେଶ ବିଫଳ ହୋଇଛି। ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ସେନା ମଧ୍ୟ ସେମାନଙ୍କ ଘୃଣ୍ୟ ଯୋଜନାକୁ ପଣ୍ଡ କରିଛି। କୁପୱାରା ପୋଲିସର ଏସଏସପି ଙ୍କୁ ଏକ ଗୁପ୍ତଚର ସୂଚନା ମିଳିଥିଲା। ଯେଉଁଥିରେ ମେ ୧ ତାରିଖରେ ଆତଙ୍କବାଦୀଙ୍କ ଗୋଷ୍ଠୀ ମାଛିଲ ସେକ୍ଟରର ଅପର ପାର୍ଶ୍ୱରେ ଥିବା ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି। ଅନୁପ୍ରବେଶର ସମ୍ଭାବ୍ୟ ରାସ୍ତାରେ ସେନା ଏବଂ ପୋଲିସ ଯବାନ ପ୍ରସ୍ତୁତ ହୋଇ ରହିଥିଲେ। ଖରାପ ପାଗ, ଲଗାତାର ବର୍ଷା ଏବଂ କୁହୁଡି ସତ୍ତ୍ୱେ ଯବାନମାନେ ସେଠାରୁ ହଟିନଥିଲେ। ଲଗାତାର ଦୁଇ ଦିନ ତାପମାତ୍ରା ହ୍ରାସ ପାଇବା ପରେ ଯବାନମାନେ ମଜବୁତ ଭାବରେ ଠିଆ ହୋଇରହିଥିଲେ। ଆଜି ତାରିଖ ସକାଳ ୮.୩୦ସମୟରେ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ସେନା ଉଭୟ ଆତଙ୍କବାଦୀଙ୍କୁ ନିହତ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଓଡ଼ିଶା ସିମାନ୍ତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର ସହର ବାହାରେ ଥିବା ପୁରୁଣା ବାହୁଦା ନଦୀ ପୋଲଟି ଭୁଷୁଡି ପଡିଛି। ଯାହା ଫଳରେ ୭୦ ଟନ୍ ବିଶିଷ୍ଟ ଉକ୍ତ ଭାରି ଯାନ ର ଚାଳକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଥାଉକି ଉକ୍ତ ବାହୁଦା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମହେନ୍ଦ୍ର ଗିରି ପର୍ବତ ରୁ ଉତ୍ପନ୍ନ ହୋଇ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଦେଇ ସମୁଦ୍ର ରେ ମିଶିଛି। ଦୁର୍ଘଟଣା ଘଟିଥିବା ବାହୁଦା ନଦୀ ପୋଲଟି ଅତି ପୁରୁଣା। ଏହି ପୋଲ ଉପରେ ଭାରିଯାନ ନିଷେଧ ନିହାତି ଆବଶ୍ୟକ। ନଚେତ ଆଜି ମାଲବାହୀ ଟ୍ରକ ପରିବର୍ତ୍ତେ ଯାତ୍ରୀବାହୀ ବସ୍ ହୋଇ ଥିଲେ ବହୁ ଜନ ଜୀବନ ବିପନ୍ନ ହୋଇଥାନ୍ତା।
ଭୁବନେଶ୍ଵର: ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି। ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ପାଇଁ କେବଳ ଏକ ଅପୂରଣୀୟ କ୍ଷତି ନୁହେଁ, ବରଂ ସେମାନଙ୍କ ପ୍ରିୟଜନମାନଙ୍କୁ ହରାଇ ଗଭୀର ମାନସିକ ଚାପରେ ମଧ୍ୟ ରହିଥାନ୍ତି। ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ରାଶିର ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗୁରୁତର ଆହତଙ୍କ (Permanent Injury) କ୍ଷେତ୍ରରେ ସହାୟତା ପରିମାଣ ମଧ୍ୟ ବୃଦ୍ଧି ପାଇଛି। ୬୦ ପ୍ରତିଶତରୁ…
ନୂଆଦିଲ୍ଲୀ: ଏନସିପିର ସାଧାରଣ ସମ୍ପାଦକ ପଦରୁ ଜିତେନ୍ଦ୍ର ଆହ୍ଵାଡ ଇସ୍ତଫା ଦେଇଛନ୍ତି। ଜିତେନ୍ଦ୍ର ଆହ୍ଵାଡ କହିଛନ୍ତି ଯେ ‘ମୋ ସହ ଥାନେ ସହରର ସମସ୍ତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି’। ଜୟନ୍ତ ପାଟିଲଙ୍କୁ ଜିତେନ୍ଦ୍ର ଇସ୍ତଫା ପତ୍ର ପଠାଇଛନ୍ତି। ଶରଦ ପାୱାର ଏନସିପିର ରାଷ୍ଟ୍ରୀୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ବର୍ତ୍ତମାନ ଦଳର ନୂତନ ସଭାପତିଙ୍କ ବିଷୟରେ ଅସ୍ପଷ୍ଟତା ରହିଛି। ନୂତନ ଏନସିପି ସଭାପତି ପଦ ପାଇଁ ପୱାରଙ୍କ ପୁତୁରା ଅଜିତ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନାମ ସାମ୍ନାକୁ ଆସୁଛି। କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କାରଣ ଏନସିପିର ଅନେକ ନେତା ଦାବି କରିଛନ୍ତି ଯେ, ନୂତନ ସଭାପତି ପରିବାରର ସଦସ୍ୟ ହେବେ ନାହିଁ। ଅନ୍ୟପକ୍ଷରେ ଏନସିପି ନେତା ଖଗନ ଭୁଜବଲ କହିଛନ୍ତି ଯେ, ଯଦି ଶରଦ ପାୱାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନକରନ୍ତି ତେବେ ରାଜ୍ୟର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆସ୍କା ଥାନା ଅନ୍ତର୍ଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମର ସୁନୀଲ ପାତ୍ର ନାମକ ଜଣେ ଯୁବକ ଦାଦାଙ୍କ ବାଡିପଟ ପାଇଖାନା ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ଆତ୍ମହତ୍ୟା କରିଥିବା ସୁନୀଲ ପରିବାର ସହ ସୁରତ୍ ରେ ରହୁଥିଲେ ଓ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହି କିଛି ଦିନ ତଳେ ସେ ଗାଁକୁ ଆସିଥିଲେ। କିନ୍ତୁ କ’ଣ ହେଲା ହଠାତ୍ ଦାଦା ମହେନ୍ଦ୍ର ଗୌଡ଼ଙ୍କ ଘର ବାଡିପଟେ ସେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଘରର କବାଟ ଭାଙ୍ଗି ଶବ ଉଦ୍ଧାର କରିଥିଲା। ଏବଂ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ୍ ନଂ ୪/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଏହି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ, ୬ଟି ମୋଟରସାଇକେଲ ଓ ନଗଦ ୨୨୦୦ ଟଙ୍କା ଜବତ କରିଛନ୍ତି।ଆଉ କିଛି ଜୁଆଡି ପୋଲିସକୁ ଦେଖି ଡିଆଁ ମାରିଥିବା ଜଣାପଡ଼ିଛି।
କୈଲାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ନୁଆଁ ତାଲୁକା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାହା ଫଳରେ ଜଣେ ସ୍କୁଟି ଆରୋହୀଙ୍କ ବିୟୋଗ ଘଟିଛି। ଆଜି ଭୋର୍ ସକାଳୁ କେ ଏ୩୫ ସି ୯୮୪୫ ନଂ ବିଶିଷ୍ଟ ଟ୍ରକ୍ ଦ୍ରୁତ ଗତିରେ ଆସି ସ୍କୁଟି ଚାଳକକୁ ଧକ୍କା ଦେଇଥିଲା, ଯ’ଦ୍ଵାରା ସ୍କୁଟି ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ତାଙ୍କର ମୁଣ୍ଡରୁ ଦହି ବାହାରି ଘଟଣାସ୍ଥଳରେ ମୃତ୍ୟୁହୋଇ ଯାଇଥିଲା। ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲା ଓ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ସମ୍ପ୍ରତି ଦେଶରେ ଚାଲିଛି ଆଇପିଏଲ କ୍ରେଜ। ଯୁବକଙ୍କୁ ଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଦେଖିବା ପାଇଁ ମତୁଆଲା। ତେବେ କ୍ରୀଡା ପ୍ରେମୀଙ୍କ ମନକୁ ପ୍ରଫୁଲ୍ଲିତ କରିବା ଉଦ୍ଦେଶ୍ୟରେ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ଏହାର ଦୁରୁପଯୋଗ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଇପିଏଲ ସଟ୍ଟା କବଜାରେ ହଜାର ହଜାର ଯୁବପିଢ଼ି। ଅଘୋଷିତ ଗ୍ରୁପ ଗଠନ କରି ଜୁଆରେ ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ବାଣପୁର ବାଲୁଗାଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଜୁଆ କ୍ରେଜ ଜୋର ଧରିଛି। ସମସ୍ତେ ଜଣେ ଜଣେ ବୁକି ସାଜୁଛନ୍ତି। ଆଇପିଏଲ ପାଇଁ ୧୦୦ ଟଙ୍କା ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସଟ୍ଟା ଲାଗେ। ତେବେ ଏହା ଦ୍ୱାରା ଯୁବପିଢ଼ି ବିପଥଗାମୀ ହେବା ସହ ଜୁଆ ନିଶାରେ ନିଜର ସର୍ବସ୍ବ ହରାଇ ବସୁଛନ୍ତି। କାହା ପାଇଁ ପୁଷମାସ ତ କାହାପାଇଁ ସର୍ବନାଶ…
ଭୁବନେଶ୍ଵର: ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ଆସନ୍ତା ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ’ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଜୀ-ସାର୍ଥକ ଫିଲ୍ମ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ମାର୍କେଟିଙ୍ଗ ହେଡ଼ ବିଶ୍ୱରଞ୍ଜନ, ନିର୍ଦ୍ଦେଶକ ତ୍ରିପତି ସାହୁ, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ସଂଳାପକାର ଡ଼ଃ ରଜନୀ ରଞ୍ଜନ, ନାୟକ ଭୂମିକାରେ ଥିବା ଅଭିନେତା ଶୁଭାଶିଷ ଶର୍ମା, ଅଭିନେତ୍ରୀ କୁକୀଜ୍ ସ୍ବାଇଁ, ବରିଷ୍ଠ ଅଭିନେତା ପୃଥ୍ଵୀରାଜ ନାୟକ, ଅଭିନେତ୍ରୀ ଅଭୀପ୍ସା ଭଞ୍ଜ, ଜଗନ୍ନାଥ ସାହୁ ଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ଗୀତିକାର ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏସ…
ଭୁବନେଶ୍ଵର: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି। ୟୁଆଇଡିଏଆଇ ର ନଜରକୁ ଏହା ଆସିଥିଲା ଯେ କେତେକ କ୍ଷେତ୍ରରେ, ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଲୋକେ ଅବଗତ ନାହାନ୍ତି। ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ୍ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ। ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ। ଅଫିସିଆଲ୍ ୱେବସାଇଟ୍ (https://myaadhaar.uidai.gov.in/) କିମ୍ବା mAadhaar App ମାଧ୍ୟମରେ “ଭେରିଫାଏ ଇମେଲ୍ / ମୋବାଇଲ୍ ନମ୍ବର” ବୈଶିଷ୍ଟ୍ୟ ଅଧୀନରେ ଏହି ସୁବିଧା ଉପଲବ୍ଧ ହୋଇପାରିବ। ଲୋକଙ୍କ ପାଇଁ ସେମାନଙ୍କର ନିଜସ୍ୱ ଇମେଲ / ମୋବାଇଲ୍ ନମ୍ବର ସଂପୃକ୍ତ ଆଧାର ସହିତ ଯୋଡି ହୋଇଛି କି ନାହିଁ…
ନୂଆଦିଲ୍ଲୀ: କୋଭିଡ-୧୯ କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କର ୨୦୨୩-୨୪ ବଜେଟ୍ରେ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଏମ୍ଏସ୍ଏମ୍ଇ ଶିଳ୍ପ ସଂସ୍ଥାଗୁଡିକୁ ସହାୟତା ଯୋଗାଇବା ବିଷୟ ଘୋଷଣା କରିଥିଲେ। ଏହି ସହାୟତା ଯୋଜନାଟି କେନ୍ଦ୍ରୀୟ ବଜେଟ୍ର ୬୬ନମ୍ବର ପାରାଗ୍ରାଫ୍ରେ ଉଲ୍ଲେଖ ଅଛି। ଏଥିରେ କୁହାଯାଇଛି, “କୋଭିଡ କାଳରେ ଏମ୍ଏସ୍ଏମଇମାନେ ଯଦି ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥାନ୍ତି ତା’ହେଲେ ସେମାନଙ୍କ ବିଡ୍ର୯୫% କିମ୍ବା ପରଫରମାନ୍ସ ସିକ୍ୟୁରିଟି (ଅମାନତ ରାଶି) ସେମାନଙ୍କୁ ସରକାର କିମ୍ବା ସରକାରୀ ଉପକ୍ରମରେ ଥିବା ସଂସ୍ଥା ଫେରାଇଦେବେ। ଏହା ଫଳରେ ଏମ୍ଏସ୍ଏମଇଗୁଡିକ ଉପକୃତ ହେବେ। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ମର୍ମରେ ୨୦୨୩ ଫେବୃୟାରୀ ୬ତାରିଖରେ ଏକ…
ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଦିନ “ରିସେଂଟ୍ ଡେଭଲପ୍ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍ ଇନ୍ କୋର ଇଣ୍ଡଷ୍ଟ୍ରିଜ୍” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ୧୩୦ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ରିନ୍ୟୁବଲ୍ ଏନର୍ଜି, ଫ୍ୟୁଚର ଚାଲେଞ୍ଜେସ୍ ଅଫ୍ ୱାର୍କ, ୱାର୍କଫୋର୍ସ ଆଣ୍ଡ ୱାର୍କପ୍ଲେସ୍ ଇନ୍ ମାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରିଜ୍, ଚାଲେଞ୍ଜେସ ହ୍ୱିଚ୍ ଅବ୍ଷ୍ଟ୍ରକ୍ସ ଦ ଇମ୍ପ୍ରୁଭ୍ମେଂଟ ଅଫ୍ କୋର ଇଣ୍ଡଷ୍ଟ୍ରିଜ୍, ଅପର୍ଚୁନିଟିଜ୍ ଅଫ୍ ସ୍ମାର୍ଟ ମାନୁଫ୍ୟାକ୍ଚରିଂ ଆଣ୍ଡ ଆପ୍ଲିକେସନ୍ ଅଫ୍ ଡାଟା ସାଇନ୍ସ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍) ଇନ୍ ଇଣ୍ଡଷ୍ଟ୍ରିଜ୍ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଅଧିନସ୍ଥ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କର୍ମଶାଳା…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯ, ଜୀବନ କାଳ ମଧ୍ୟରେ ଯେତେବେଳେ ଭାଗ୍ୟ ଖରାପ ପଡେ ସେବେବେଳେ କେହି ଅନାନ୍ତି ନାହିଁ। ସେମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେ ମାତ୍ର ଚାରୋଟି ଉଦାହରଣ ଦେଇ ଏହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ୧- ଧନହୀନ ପୁରୁଷକୁ ବେଶ୍ୟା- ଚାଣକ୍ୟ କହିଛନ୍ତି ଯେ, ଯେତେେବଳେ ପୁରୁଷଙ୍କଠାରୁ ପଇସା ସରିଯାଏ ସେତେବେଳେ ବେଶ୍ୟା ତାଙ୍କୁ ତ୍ୟାଗ କରିଥାଏ। ପଇସା ଥିବା ବେଳେ ସେ ପୁରା ନିଜର ହୋଇ ବାନ୍ଧି ରଖିବାକୁ ଚେଷ୍ଠା କରେ। ଉଦ୍ଦେଶ୍ୟ ହେଉଛି ସବୁ ପଇସା ମାରି ନେବା। ୨- ଶକ୍ତିହୀନ ରାଜାକୁ ପ୍ରଜା- ସେହିପରି ଯେ ପର୍ଯ୍ୟନ୍ତ ରାଜା ଶକ୍ତିଶାଳୀ ଥିବେ ସେ ପର୍ଯ୍ୟନ୍ତ ପ୍ରଜା ତାଙ୍କୁ ଖାତିର କରି ରହିବେ। ହେଲେ ଯେତେବେଳ ରାଜା ଶକ୍ତିହୀନ ହେବେ ସେତେବେଳେ ସେହି ପ୍ରଜାମାନେ ଦୂରେଇ ଯିବେ। ଏପରିକି ହଇରାଣ କରିବାକୁ ମଧ୍ୟ ପଛେଇବେ…
ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ…
ଭୁବନେଶ୍ୱର: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଦୁଇ ବର୍ଷ ଧରି ତାଣ୍ଡବ ରଚିଥିବା କୋଭିଡ ମହାମାରୀ ସମୟରେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା କୃଷକମାନେ ନିଜର ଜୀବିକା ନିର୍ବାହ କରିପାରିଛନ୍ତି ବୋଲି ପୂର୍ବରୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱରେ ଥିବା ଶ୍ରୀ ସେଠୀ କହିଛନ୍ତି। ଗତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବାଣ୍ଡ୍ରୀ (ଆଇଭିଏସ୍ଏଏଚ୍) ପକ୍ଷରୁ ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ଯୋଗ ଦେଇ ଶ୍ରୀ ସେଠୀ ଏହା କହିଛନ୍ତି। ଶ୍ରୀ ସେଠୀ କହିଥିଲେ ଯେ, ରାଜ୍ୟ ସରକାର ୨୦୦୨ ମସିହାରେ ବୋଭାଇନ୍ ବ୍ରିଡିଂ ପଲିସି ନିର୍ଣ୍ଣୟ…
ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ସବୁବେଳେ କୌଣସି ନା କୌଣସି ଘଟଣାକୁ ନେଇ ରାଜନୈତିକ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରାଜନୈତିକ ଉଷ୍ମତା ଲାଗି ରହିଛି। ଚଳିତ ନିର୍ବାଚନରେ ରଣପୁର ବ୍ଲକ ଅଧ୍ୟକ୍ଷ ପଦକୁ ନେଇ କଡା ଟକ୍କର ହେଇଥିଲା। ବିଜେଡିରୁ ପ୍ରଭାତ ଦଳ ବେହେରା ଲଢେଇ କରୁଥିଲା ବେଳେ ବେଜିପିରୁ ନିର୍ମଳା ବେହେରା ଲଢେଇ କରିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀନୀ ନିର୍ମଳା ବେହେରା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇ ନେଇଥିଲେ। ପରେ ବିଜେଡି ପ୍ରାର୍ଥୀ ପ୍ରଭାତ ଦଳବେହେରା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ପଦ ବିଜେପି ହାତେଇ ନେଇଥିଲା ବେଳେ ଉପାଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରି ନେଇଥିଲା। ତେଣୁ ରଣପୁର ବ୍ଲକରେ ସବୁବେଳେ ରାଜନୈତିକ ଉଷ୍ମତା ଲାଗି ରହିଥିବା ଦେଖିବାକୁ ମିଳିଥାଏ। ଗତକାଲି ଅର୍ଥାତ ସୋମବାର ଦିନ ରଣପୁର ବ୍ଲକ…
ରଣପୁର: ରାଜ୍ୟ ସରକାରଙ୍କ ସାମ୍ବାଦିକମାନଙ୍କ ପ୍ରତି ଅବହେଳା ମନୋଭାବ ସାମ୍ବାଦିକମାନଙ୍କୁ ମର୍ମାହତ କରିଛି। ଅନ୍ୟ ରାଜ୍ୟର ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳୁଥିବା ବେଳେ ଓଡିଶାର ସାମ୍ବାଦିକମାନେ ସେସବୁ ସୁବିଧାରୁ ବଂଚିତ ହେଉଛନ୍ତି। ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଅବହେଳା ପ୍ରତିବାଦରେ ନୟାଗଡ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି। ଏହା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନୟାଗଡ ଜିଲ୍ଲାପାଳଙ୍କୁ ଏକ ଚାରି ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଚାରି ଦଫା ଦାବିଗୁଡିକ ହେଉଛି ପ୍ରଚଳିତ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କା ପେନାସନ ପ୍ରଦାନ କରିବା, ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନଃ ଗଠନ କରିବା ଓ ସାମ୍ବାଦିକ ସୁରକ୍ଷା ଆଇନ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ନିମନ୍ତ୍ରଣ ପତ୍ର ପାଇ ଭୋଜି ଖାଇବାକୁ ଆସିଥିବା ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସନ୍ତୋଷ ସାହୁ ଓ ରବି ସାହୁ ନାମକ ଦୁଇ ଯୁବକଙ୍କୁ ହଠାତ୍ କିଛି ଆସି ଖୁରରେ ଆକ୍ରମଣ କରିଛନ୍ତି। ଯାହା ଫଳରେ ଆହତ ଯୁବକ ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ଙ୍କ ଠାରୁ ପ୍ରକାଶ।

