ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମେ ୪, ୨୦୨୩)ରେ ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ। ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ। ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ଯ୍ୟ। ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଆୟତ୍ତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମର ଶତାଧିକ ଗ୍ରାମବାସୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡି ଗୃହ ନିର୍ମାଣକୁ ବିରୋଧ କରି ଆଜି ପୂର୍ବାହ୍ନରେ ପୁନର୍ବାର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଗୋପୀନାଥ ପ୍ରସାଦ (ଖ ) ନାମରେ ଆସିଥିବା ଅଙ୍ଗନୱାଡି ଗୃହକୁ ପାଳଧୁଆ ପଲ୍ଲୀ ମୌଜାରେ ଥିବା ପ୍ରାଥମିକ ସ୍କୁଲ ପରିସରରେ ନିର୍ମାଣ କରିବାକୁ ପ୍ରଶାସନ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ପାଳଧୁଆପଲ୍ଲୀ ମୌଜାର ବହୁ ଜାଗା ଉକ୍ତ ଗ୍ରାମବାସୀ ଅକ୍ତିଆର କରି ରଖିଥିବା ବେଳେ ଏବଂ ତାହା ସମାଧାନ ହୋଇନଥିବା ବେଳେ ପୁଣି ସ୍କୁଲ ଗୃହ ଅକ୍ତିଆର କରିବାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଯାହାଫଳରେ ସ୍କୁଲ ନିମନ୍ତେ ଖେଳ ପଡିଆ ଓ ଆବଶ୍ୟକ କାର୍ଯ୍ୟର ଭିତ୍ତିଭୂମି ଅଭାବ ଥିବା ସତ୍ତ୍ୱେ ଏଠାରେ ଗୃହ ନିର୍ମାଣ କଦାପି କରାଇଦିଆଯିବ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଚିଲିକା ତହସିଲ ଅନ୍ତର୍ଗତ ବିଭିନ୍ନ ମତ୍ସ୍ୟ ସମବାୟ ସମିତିର ପ୍ରତିନିଧି ପାରମ୍ପରିକ ମତ୍ସ୍ୟଜୀବୀ ମାନଙ୍କର ପ୍ରତିନିଧି, ଅଣପାରମ୍ପରିକ ମତ୍ସ୍ୟଜୀବୀ ତଥା ଚିଲିକା ହ୍ରଦ ଉପରେ ନିର୍ଭର କରି ଚଳୁଥିବା ପ୍ରତିନିଧି ମାନଙ୍କର ତହସିଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଉଛି।ଉକ୍ତ ବୈଠକରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ଯାହାକି ମତ୍ସ୍ୟଜୀବୀ ମାନଙ୍କର ଚିଲିକା ଭାତହାଣ୍ଡି ହୋଇଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ବିନା ଦ୍ଵିଧାରେ ଅକାତକାତ ଜଳରାଶିରେ ନିଜର ପେଶା ଜାରି ରଖିଥାନ୍ତି। ମତ୍ସ୍ୟଜୀବୀ ମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ତହସିଲ ଚିଲିକା ଜଳ ରାଶିରେ ମାଛ ଧରିବା କାର୍ଯ୍ୟ କରି ଆସୁଥିଲେ। ମାତ୍ର ଅନେକ ସମୟରେ ସେଠାକାର ଅଣମତ୍ସ୍ୟଜୀବୀମାନେ ନାନାଦି…
ନୂଆଦିଲ୍ଲୀ: ଦାମୀ ଖାଇବା ତେଲର ମୂଲ୍ୟରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଧାରା ବ୍ରାଣ୍ଡ ନାମରେ ଖାଇବା ତେଲ ବିକ୍ରି କରୁଥିବା ମଦର ଡେୟରି ଲିଟର ପିଛା ୧୫ ରୁ ୨୦ ଟଙ୍କା ଏମଆରପି ହ୍ରାସ କରିବାକୁ ଘୋଷଣା କରିଛି। ଆସନ୍ତା ସପ୍ତାହରେ, ଯେତେବେଳେ ନୂଆ ଷ୍ଟକ୍ ବଜାରରେ ଆସିବ, ଲୋକମାନେ ଖୁଚୁରା ବଜାରରେ ଶସ୍ତା ଖାଇବା ତେଲ ପାଇପାରିବେ। ମଙ୍ଗଳବାର ଦିନ ଖାଦ୍ୟ ମନ୍ତ୍ରଣାଳୟ ଖାଇବା ତେଲର ମୂଲ୍ୟ ହ୍ରାସ କରିବା ପାଇଁ SEA କୁ ନିର୍ଦ୍ଦେଶ ଦେଇଛି, ଏହା ପରେ ମଦର ଡେୟରି ଖାଇବା ତେଲର ମୂଲ୍ୟ ହ୍ରାସ କରିଛଛି। ଏକ ମଦର ଡେୟରି ମୁଖପାତ୍ର କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଏବଂ ଘରୋଇ ଫସଲର ଉତ୍ତମ ଉତ୍ପାଦନ ପରେ ତୁରନ୍ତ ଧାରାର ଖାଇବା ତେଲର ସମସ୍ତ ଲିଟର ପିଛା ୧୫ ରୁ ୨୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋୟାବିନ୍…
ଭୁବନେଶ୍ଵର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ର ୧୦୦ ଟି ସୁସ୍ଥ ତଥା ସ୍ୱଚ୍ଛ ଖାଦ୍ୟ ଷ୍ଟ୍ରିଟର ବିକାଶ ପାଇଁ ‘ଫୁଡ୍ ଷ୍ଟ୍ରିଟ୍ ପ୍ରୋଜେକ୍ଟ’ର ସମୀକ୍ଷା କରିଛନ୍ତି। ଖାଦ୍ୟ ବ୍ୟବସାୟ ତଥା ସଦସ୍ୟଙ୍କ ମଧ୍ୟରେ ନିରାପଦ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଖରାପ ଖାଦ୍ୟ ଦ୍ବାରା ହେଉଥିବା ରୋଗକୁ ହ୍ରାସ କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ମଧ୍ୟ ଏହି ଯୋଜନାର ଲକ୍ଷ୍ୟ ଅଟେ। ଫୁଡ୍ ଷ୍ଟ୍ରିଟକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ପ୍ରତି ଫୁଡ ଷ୍ଟ୍ରିଟକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ଏହା ମାଧ୍ୟମରେ ପାଇଲଟ୍ ପ୍ରକଳ୍ପ ଭାବରେ ଦେଶର…
ଭୁବନେଶ୍ଵର: ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ସାତ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ଵର: ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି। କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ। ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା…
ଭୁବନେଶ୍ୱର: ବିକିରଣ (ରେଡିଏସନ୍) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ବିରଳ ଗଳା କର୍କଟ ରୋଗରେ ପିଡ଼ୀତ ଥିଲେ। ଏମ୍ସକୁ ଆସିବା ପୂର୍ବରୁ ଉକ୍ତ ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଏହାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବାକ୍ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଏହି ଟ୍ୟୁମର ଫଳରେ ଯୁବତୀଜଣଙ୍କ ଶ୍ବାସକ୍ରିୟା ଏବଂ କଥା କହିବାରେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଏବଂ କେମୋ ପ୍ରତିରୋଧୀ ଏହି ବିରଳ…
ଖୋର୍ଦ୍ଧା: ଆଜି ଓସ୍ୱାନ ଭିଡ଼ିଓ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯୟ ବୈଠକ ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଏବଂ ବିଭିନ୍ନ ବ୍ଲକ, ତହସିଲ ସ୍ତରୀୟ ଅଧିକାରୀମାନଙ୍କ ସହ ଭିଡ଼ିଓ ମାଧ୍ୟମରେ ଆଲୋଚନା କରାଯାଇଥିଲା। R&B ବିଭାଗଙ୍କୁ ବିଭିନ୍ନ ବ୍ଲକରେ ହେଲିପାଡ଼ର ପ୍ରସ୍ତୁତି, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଡ୍ରେନେଜ ବିଷୟରେ ପଚାରି ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ରେନଗଜ ରିପୋର୍ଟିଂ ସଠିକ ସମୟରେ ରିପୋର୍ଟ ଦେବାକୁ ଉପ-ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ବିଡିଓମାନଙ୍କୁ ପଞ୍ଜିକୃତ ବୋଟ ଗୁଡିକୁ ଯାଞ୍ଚ କରିବା ସହିତ ଅଣ ପଞ୍ଜିକୃତ ବୋଟ ଗୁଡିକୁ ରବ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଲାଇଫ ଜ୍ୟାକେଟ, ଲାଇଫ ବୟ, ନାଇଲନ ରୋପ ର ଆବଶ୍ୟକତା ବିଷୟରେ ତୁରନ୍ତ ରିପୋର୍ଟ ଦେବାକୁ ଵି. ଡ଼ି. ଓ. ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ତରରେ ଏବଂ ବ୍ଲକ ସ୍ତରରେ…
ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ଜମିଅତ୍ ଉଲେମା-ଏ-ହିନ୍ଦର ଓକିଲମାନେ ପୁଣି ଥରେ ‘ଦ କେରଳ ଷ୍ଟୋରି’ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତେବେ ଜମିଅତର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଓକିଲ ଦାବି କରିଛନ୍ତି ଯେ, କେରଳ ହାଇକୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରୁନାହାଁନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ରିଲିଜ ହେବ, ତେଣୁ ସୁପ୍ରିମକୋର୍ଟ ଆଜି ଶୁଣାଣି ନିର୍ଦ୍ଦେଶ ଦେବା ଉଚିତ୍। ଏହା ଉପରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଏହି ମାମଲାରେ ହାଇକୋର୍ଟ ଏହାର ପ୍ରାରମ୍ଭିକ ମତ ଦେଇଛନ୍ତି। ଯଦି ଏହା ନିଷିଦ୍ଧ ଯୋଗ୍ୟ, ତେବେ ଏହା ହୋଇପାରିଥାନ୍ତା। ସେ କହିଛନ୍ତି ଯେ, “ଆପଣ ବାରମ୍ବାର ନିଷେଧାଦେଶ ଦାବି କରୁଛନ୍ତି, କିନ୍ତୁ ଆପଣ ଏହା ମଧ୍ୟ ଭାବିବା ଉଚିତ ଯେ ନିର୍ମାତା ସହିତ ଫିଲ୍ମ ସହ ଜଡିତ ଅନ୍ୟ ଲୋକମାନେ…
ଭୁବନେଶ୍ଵର: ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି। ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି। ତାଙ୍କର କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳି ସମାଜ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି। ସାନ୍ତାଳି ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଅଧକ୍ଷତାରେ ୫ ଟି ଅନ୍ତର୍ଗତ ବଳରାମ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଏକ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ କୃଷି ଅଧିକାରୀ ଅଜୟ କୁମାର କର, ବାଣପୁର ବ୍ଲକ ଅଧିନସ୍ଥ ସମସ୍ତ ବ୍ୟାଙ୍କ ପରିଚାଳକ, କୃଷି ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, ସମସ୍ତ ସମବାୟ ସମିତିର ସମ୍ପାଦକ, ଉଦ୍ୟାନ ଓ ମତ୍ସ୍ୟ ଓଡିଶା ଜୀବିକା ମିଶନ ସହ ସମସ୍ତ କୃଷକସାଥି ଉପସ୍ଥିତ ଥିଲେ। କୃଷି ଅଧିକାରୀ ଶ୍ରୀ କର ଭିଡିଓ ମାଧ୍ୟମରେ ବଳରାମ ଯୋଜନର ଆଭିମୁଖ୍ୟ ଓ ବାସ୍ତବକ୍ଷେତ୍ରରେ ତାହାର କାର୍ଯ୍ୟକାରିତା, ନୀତିନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କିପରି ଛୋଟଚାଷୀ, ଭାଗ ଚାଷୀ ମାନେ ବଳରାମ ଯୋଜନାରେ ଅଂଶ ଗ୍ରହଣ ପୂର୍ବକ ବ୍ୟାଙ୍କ ମାଧ୍ୟମରେ ଋଣ ଗ୍ରହଣ କରି…
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସର ଦଳ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କ ବିକଳ୍ପ ପାଇଛି। ଲିଟନ୍ ଦାସଙ୍କ ସ୍ଥାନରେ କେକେଆର୍ ଟିମ୍ ନୂଆ ଖେଳାଳି ଘୋଷଣା କରିଛନ୍ତି। କେକେଆର୍ ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜ୍ ର ଜନସନ ଚାର୍ଲ୍ସଙ୍କୁ ଅନ୍ତର୍ଭୁକ୍ତ କରିଛି। ୩୪ ବର୍ଷିୟ ଜନସନ ଦକ୍ଷିଣ ଆଫ୍ରିକା ଗସ୍ତରେ ବ୍ୟାଟ୍ ସହ ହଇଚଇ ସୃଷ୍ଟି କରିଥିଲେ। ଚାର୍ଲ୍ସ ଏହି ଟି -୨୦ ମ୍ୟାଚ୍ରେ ମାତ୍ର ୩୯ ବଲରେ ଶତକ ହାସଲ କରିଥିଲେ। ମାର୍ଚ୍ଚ ୨୬ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍ ସମୟରେ ୱେଷ୍ଟଇଣ୍ଡିଜ୍ ଦଳ ନିର୍ଦ୍ଧାରିତ ୨୦ ଓଭରରେ ପାଞ୍ଚଟି ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରିଥିଲା। ତେବେ ଏହା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଦଳ ୬ ୱିକେଟ୍ ରେ ମ୍ୟାଚ୍ ଜିତିଥିଲା। ପାରିବାରିକ କାରଣରୁ ଲିଟନ୍ ଦାସ କେକେଆର ଛାଡି ଗତ ସପ୍ତାହରେ ବାଂଲାଦେଶ ଫେରିଥିଲେ। କେକେଆର୍ ଗତ ବର୍ଷ ଲିଟନ୍ ଦାସଙ୍କୁ ତାଙ୍କର ମୂଳ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦପୁର ରେଞ୍ଜର ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ବିରଳ ପ୍ରଜାତିର ୨ ଟି ମୃତ ପକ୍ଷୀ ସହ ୨ ଜଣ ଶୀକାରୀକୁ ଗିରଫ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗିରିଶ୍ଚନ୍ଦ୍ରପୁର ରେଞ୍ଜର ଶଙ୍ଖାଭାଙ୍ଗୁଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇଜଣ ଯୁବକ ପକ୍ଷୀ ଶିକାର କରୁଥିବା ସମୟରେ ବନବିଭାଗ ହାବୁଡରେ ପଡ଼ିଯାଇଥିଲେ। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବ୍ରଜ ନାଏକ ଓ ଅନାମ ଅଢ଼ା। ସେମାନଙ୍କ ପାଖରୁ ୨ ଟି ବାଟୁଳିଖଡ଼ା, ୨୦ ମାଟି ଗୋଳି, ୨ ମୃତ ପକ୍ଷୀକୁ ବନବିଭାଗ ଜବତ କରିବା ସହ ଆଜି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ଭାରତରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ମୃତ ପେଚାକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର ସାହୁ, ଫରେଷ୍ଟ ପ୍ରବୀଣ କୁମାର ସାହୁ ତଥା ବନ ବିଭାଗର ଅନ୍ୟକର୍ମଚାରୀ ମାନେ…
ସ୍ୱାସ୍ଥ୍ୟ ଟିପ୍ସ: କିଏ ଗ୍ରୀଷ୍ମ ଋତୁରେ ଆମ୍ବ ଖାଇବାକୁ ପସନ୍ଦ କରେ ନାହିଁ। ଏହି ଋତୁରେ ସମସ୍ତେ ଏହି ରସଯୁକ୍ତ ଫଳ ଉପଭୋଗ କରିବାକୁ ପସନ୍ଦ କରନ୍ତି। ଆମ୍ବ ଚାହିଦା ବୃଦ୍ଧି ହେତୁ କେତେକ ମାର୍କେଟର ରାସାୟନିକ ଇଞ୍ଜେକ୍ସନ ବ୍ୟବହାର କରି ଶୀଘ୍ର ପାଚିବା ପାଇଁ ବ୍ୟବହାର କରନ୍ତି, ଯେଉଁ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ରହିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏପରି କିଛି ପଦ୍ଧତି ବିଷୟରେ କହିବୁ, ଯାହା ଜାଣିବା ଦ୍ୱାରା ଆପଣ ପ୍ରାକୃତିକ ଭାବରେ ପାଚିଲା ଆମ୍ବ ଏବଂ କୃତ୍ରିମ ଭାବରେ ପାଚିଲା ଆମ୍ବକୁ ଚିହ୍ନଟ କରିବାରେ ସକ୍ଷମ ହେବେ। କେଉଁ ରାସାୟନିକ ବ୍ୟବହାର କରାଯାଏ?: ଆମ୍ବକୁ ପାଚିବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍ ଇଞ୍ଜେକ୍ସନ ଦିଆଯାଏ, ଯାହା ଆର୍ଦ୍ରତା ସଂସ୍ପର୍ଶରେ ଆସିବା ପରେ ଆସେଟିଲିନ୍ ଗ୍ୟାସ୍ ଛାଡିଥାଏ। ଏହା ଆମ୍ବ ଶୀଘ୍ର ପାଚିବାରେ ସାହାଯ୍ୟ…
ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଶୁଣିବା ପରେ ସୁପ୍ରିମକୋର୍ଟ ଏହି ମାମଲା ବନ୍ଦ କରି ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି ଯେ, ଆମେ ଏଠାରେ ଏହି ମାମଲା ବନ୍ଦ କରୁଛୁ। ଯଦି ଆଉ କିଛି ଅଭିଯୋଗ ଅଛି, ତେବେ ଏହାକୁ ମାଜିଷ୍ଟ୍ରେଟ କିମ୍ବା ହାଇକୋର୍ଟରେ ରଖାଯାଇପାରିବ। ଶୁଣାଣି ସମୟରେ ଭାରତ ସରକାରଙ୍କ ସଲିସିଟର ଜେନେରାଲ ବେଞ୍ଚକୁ କହିଛନ୍ତି ଯେ, ଅଭିଯୋଗକାରୀଙ୍କୁ କୋର୍ଟ ସୁରକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକା ଅଭିଯୋଗକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଛି। ସାଧା ପୋଷାକରେ ଥିବା ପୋଲିସ୍ ସୁରକ୍ଷା ଯୋଗାଉଛି, ଯାହା ଦ୍ଵାରା ପରିଚୟ ପ୍ରକାଶ ହୋଇପାରିବ ନାହିଁ। ଅବଶିଷ୍ଟ ୬ ଜଣ ବିପଦରେ ଥିବା ଜଣାପଡି ନାହିଁ। କିନ୍ତୁ ସେମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଛି।
ନୂଆଦିଲ୍ଲୀ: ଡିଏମକେ ସାଂସଦ କାନିମୋଝି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ତୁତିକୋରିନ ଆସନରୁ ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ। କାନିମୋଝି କହିଛନ୍ତି ଯେ, ନାମାଙ୍କନପତ୍ର ଦାଖଲ ବେଳେ ସେ ତାଙ୍କ ସ୍ୱାମୀଙ୍କ ପ୍ୟାନ ନମ୍ବର ଉଲ୍ଲେଖ କରିନାହାଁନ୍ତି। ଯେତେବେଳେ ତାଙ୍କ ସ୍ୱାମୀ ସିଙ୍ଗାପୁରର ନାଗରିକ ଅଟନ୍ତି। ତାଙ୍କ ପାଖରେ ପାନ୍ କାର୍ଡ ମଧ୍ୟ ନାହିଁ।
ଭୁବନେଶ୍ବର: ଆଜି ବିଜେଡିର ବରିଷ୍ଠ ନେତା ଲେନିନ ମହାନ୍ତିଙ୍କ ନେତୃତ୍ୟରେ ଏକ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିସହିତ ସେମାନେ ଝାରସୁଗୁଡା ଉପନିର୍ବାଚନ ନେଇ ଏକ ଅଭିଯୋଗ ସିଇଓଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସେମାନେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ବିଜେଡି କର୍ମିମାନେ ପ୍ରଚାର କରୁଥିବା ବେଳେ ସେମାନଙ୍କୁ ଉଭୟ ଡରାଇଥିଲେ। ସେମାନେ ଲାଇକେରା ବ୍ଲକର ନିକିତିମାଳରେ ପ୍ରଚାର କରୁଥିବା ବେଳେ ଏହା ଘଟିଛି। ଉଭୟ କର୍ମମାନଙ୍କୁ ବିଜେପିର ପ୍ରଚାର କରିବାକୁ ବାଧ୍ୟ କରିଥିଲେ। ତାହା ନ କରିବାରୁ ସେମାନେ ବିଜେଡି କର୍ମିଙ୍କ ମୋଟର ସାଇକେଲକୁ ଗୋଇଠା ମାରିଥିଲେ। ଏହା ଉପରେ ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠନ ନେବାକୁ ବିଜେଡି ନେତା ଅନୁରୋଧ କରିଥିଲେ।
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମ ମାଟି ପାହାଡପୁରରେ ପହଞ୍ଚିଛନ୍ତି। ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଆଜି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସେଥିପାଇଁ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି। ସେଠାରେ ସେ ନିଜ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାଁ ଭିତରକୁ ପ୍ରବେଶ କରି ସମସ୍ତଙ୍କୁ ହାତହଲାଇ ଅଭିନନ୍ଦନ ଜଣାଇଥିଲେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେଠାରେ ଥିବା ନୂଆ ସର୍କିଟ ହାଉସରେ ଅବସ୍ଥାନ କରିବେ। ମେ ୫ ତାରିଖରେ ରାଷ୍ଟ୍ରପତି…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତୱାଡ ଜିଲ୍ଲାର ଦୂରବର୍ତ୍ତୀ ମଡୱା ମଚନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ALH ଧ୍ରୁଭ ହେଲିକପ୍ଟର। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ପାଇଲଟମାନେ ଆହତ ହୋଇଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି। ସେନା ଅଧିକାରୀ କହିଛନ୍ତି ଯେ, ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ନୂଆଦିଲ୍ଲୀ: ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପୂର୍ବ ଥିଏଟରରେ ଏକ ହାଇ ଭୋଲଟେଜ୍ ସାମରିକ ଅଭ୍ୟାସରେ ବଡ଼ ତୋପ ବ୍ୟବହାର କରିଛି। ସେନା ବୁଧବାର ଦିନ ଅରୁଣାଚଳ ପ୍ରଦେଶର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ତୱାଙ୍ଗ ଏବଂ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ବୁଲନ୍ଦ ଭାରତ ନାମକ ଏକ ସାମରିକ ଅଭ୍ୟାସ କରିଥିଲା। ଏଥିରେ ୧୫୫ ମିଲିମିଟର ବୋଫର୍ସ ହାୱିଜର୍, ୧୦୫ ମିଲିମିଟର ଫିଲ୍ଡ ଗନ ଏବଂ ୧୨୦ ମିଲିମିଟର ମୋର୍ଟାରର ଗର୍ଜନ ଶୁଣାଯାଇଥିଲା। ଜୁନ୍ ୨୦୨୦ରେ ପୂର୍ବ ଲଦାଖରେ ଚୀନ୍ ସହ ମୁହାଁମୁହିଁ ହେବା ଏବଂ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (PLA) ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ସେବେଠାରୁ ଭାରତ ଦୁଇ ଦେଶ ମଧ୍ୟରେ ୩୪୮୮ କିଲୋମିଟର ଲମ୍ବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଏଥିରେ ବହୁ…

