Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ: ୫୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର କରିବେ ଶିଳାନ୍ୟାସ
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ: ୫୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର କରିବେ ଶିଳାନ୍ୟାସ

May 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ ୧୧:୪୫ ରେ ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ।

ନାଥଦ୍ୱାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୫୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଯନ, ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପର ଧ୍ୟାନ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ରହିବ। ସଡକ ଏବଂ ରେଳ କ୍ଷେତ୍ରର ପ୍ରକଳ୍ପଗୁଡିକ ସାମଗ୍ରୀ ଏବଂ ସେବାଗୁଡିକର ଗତିବିଧିକୁ ମଧ୍ୟ ସହଜ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ରେ ଉନ୍ନତି ଆସିବ।

ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନର ବିକାଶ ପାଇଁ ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଜନସାଧାରଣଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ମୂଳଦୁଆ ପକାଇବେ। ଗେଜ୍ ରୂପାନ୍ତର ପ୍ରକଳ୍ପ ତଥା ନାଥୱାରା ଠାରୁ ରାଜସମନ୍ଦର ନାଥଦ୍ବାର ଟାଉନ୍ ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ଏହା ସହିତ, ପ୍ରଧାନମନ୍ତ୍ରୀ  ଦେଶକୁ ତିନିଟି ଜାତୀୟ ରାଜପଥକୁ ଉତ୍ସର୍ଗ କରିବେ। ଏଥିରେ ରହିଛି ଏନଏଚ-୪୮ ରେ ୧୧୪ କିମିର ଛଅ ଲେନ୍ ଉଦୟପୁରରୁ ସାମଲାଜି ସେକ୍‌ସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ ୧୧୦ କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ ୪ ଲେନ୍ ପେଭଡ୍‌ ସୋଲ୍‌ଡର ଓ  ଏନଏଚ ୫୮ ଇ ରେ ପେଭ୍‌ଡ ସୋଲ୍‌ଡର ସେକ୍‌ସନ ସହିତ ୪୭ କିମି ଲମ୍ବର ଦୁଇ ଲେନ୍ ସଡ଼କ।

ବ୍ରହ୍ମ କୁମାରି ଶାନ୍ତିବନ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏକ ବିଶେଷ ଧ୍ୟାନ ସମଗ୍ର ଦେଶରେ ଆଧ୍ୟାତ୍ମିକ ନବୀକରଣକୁ ଉତ୍ସାହିତ କରିବା ଉପରେ ରହିଛି। ଏହି ପ୍ରୟାସକୁ ଜାରି ରଖି ପ୍ରଧାନମନ୍ତ୍ରୀ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍  ହସ୍ପିଟାଲ, ଶିବମଣି ଓଲ୍‌ଡ ଏଜ ହୋମର ଦ୍ବିତୀୟ ପର୍ଯ୍ୟାୟ ଓ ନର୍ସିଂ କଲେଜର ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ। ୫୦ ଏକର ପରିସରରେ ବ୍ୟାପିଥିବା ଆବୁ ରୋଡରେ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏହା ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଗରିବ ଏବଂ ଆଦିବାସୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ।

ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.