ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସମନ୍ୱିତ କୃଷି ଏବଂ ଫସଲର ବିବିଧିକରଣ ଏକ ଫଳପ୍ରଦ ପଦକ୍ଷେପ ଏବଂ ଏହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କୃଷି ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ଚାଷୀଙ୍କୁ ବର୍ଷସାରା ରୋଜଗାର ଯୋଗାଇବା ସହିତ ଆୟବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକ ଏକତ୍ର କାର୍ଯ୍ୟକାରୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। କୃଷି ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମନ୍ୱିତ କୃଷି, ଫସଲର ବିବିଧିକରଣ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ସମନ୍ୱିତ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଦିଗରେ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସମୀକ୍ଷା…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ଲୋକମାନେ ସ୍ନାନ କରିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି, ଯେପରିକି କେଶ, ମୁହଁ ସଫା କରିବା ଏବଂ ଦାନ୍ତ ଘଷିବା। କିନ୍ତୁ ସାୱାର ତଳେ ଠିଆ ହେବା ସମୟରେ ଯଦି ଆପଣଙ୍କର ପରିସ୍ରା କରିବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ବର୍ତ୍ତମାନ ସତର୍କ ହେବା ଆବଶ୍ୟକ। ଯଦିଓ ଆପଣ ସାୱାର ତଳେ ପରିସ୍ରା କରିବାରେ ଆରାମ ପାଆନ୍ତି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଅନେକ ଗମ୍ଭୀର ରୋଗରେ ପୀଡିତ କରିପାରେ। ବିଶେଷଜ୍ଞମାନେ ଯୁକ୍ତି କରିଛନ୍ତି ଯେ, ସାୱାରରେ ପରିସ୍ରା କରିବା ଆପଣଙ୍କ ପେଲଭିକ୍ ଫ୍ଲୋର୍ ଏବଂ ବ୍ଲାଡର ନିୟନ୍ତ୍ରଣକୁ ଦୁର୍ବଳ କରିପାରେ। ୱେଲବିଙ୍ଗ ପ୍ଲାଟଫର୍ମର ପ୍ରତିଷ୍ଠାତା ୱେଲଗୁଡ୍ ୱେଲବିଙ୍ଗ କହିଛନ୍ତି ଯେ, ଯଦି ଆପଣଙ୍କର ପରିସ୍ରା କରିବାର ଇଚ୍ଛା ନାହିଁ, ତେବେ ଜବରଦସ୍ତ ପରିସ୍ରା କରିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ବ୍ଲାଡର ଅସୁବିଧା ହୋଇପାରେ। ସେ କହିଛନ୍ତି ଯେ, ଯଦି ଆପଣ…
ଧନୁ: – କାରବାରରେ ସାବଧାନ ରୁହ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ । ମୀନ: – ମାନସିକ ଅସ୍ଥିରତା ଦେଖାଯିବ। ବନ୍ଦ କାର୍ଯ୍ୟଗୁଡିକ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଗତି କରିବ। ବିବାଦର ସମାଧାନ ହୋଇପାରିବ । ଜୀବନସାଥୀ ଉପହାର ଦେବାର ସୁଯୋଗ ପାଇବେ। ଖୁସି ହେବେ। ପାରିବାରିକ ସହାୟତା ଜାରି ରହିବ। ଆୟ ବୃଦ୍ଧି ପାଇବ ।
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। କର୍କଟ : – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ସହିତ ରହିବ । ବିରୋଧୀମାନେ ସକ୍ରିୟ ରହିବେ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । ଖୁସି ହେବ।
ସିଂହ : – ଦୂରରୁ ଭଲ ଖବର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ । ଅସ୍ଥିରତା ହୋଇପାରେ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ତୂଳା : – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ଚିନ୍ତା ଏବଂ ଟେନସନ ରହିବ । ବ୍ୟବସାୟ ଭଲ କରିବ ।
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଚାରମାଳ ଥାନା ପାଖରେ ଆଜି ସକାଳ ୭ଟା ସମୟରେ ଟ୍ରକ ପଛପଟେ ଏକ କାର୍ ଧକ୍କା ଦେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ବିବରଣୀରୁ ପ୍ରକାଶ ଯେ, ଚାରମାଳ ଥାନା ନିକଟରେ ଟ୍ରକ ଟି ରାସ୍ତା ସାଇଟ ରେ ଠିଆ ହୋଇ ରହିଥିବା ବେଳେ ଏକ କାର ଭୁବନେଶ୍ୱର ରୁ ଝାରସୁଗୁଡା ଯାଉଥିବା ସମୟରେ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ କାର ଡ୍ରାଇଭର ସୁସ୍ଥ ଥିବାବେଳେ ଗାଡି ମାଲିକ ର ସାଙ୍ଗ ଶଙ୍କର ରାମା (୫୫ )ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଚାରମାଳର କିଛି ଯୁବକ ଆସି ପହଞ୍ଚି ଚାରମାଳ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁଣି ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଲକ୍ଷ୍ନୌ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲକ୍ଷ୍ନୌ ଠାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଖେଲୋ ଇଣ୍ଡିଆ ବିଶ୍ୱବ୍ୟିାଳୟ କ୍ରୀଡା ଉତ୍ତରପ୍ରଦେଶ ୨୦୨୨ ର ଅଫିସିଆଲ୍ ଲୋଗୋ, ମାସ୍କଟ୍, ମଶାଲ, ସଙ୍ଗୀତ ଏବଂ ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଛନ୍ତି, ଆଜି ମୋତେ ବହୁତ ଖୁସି ଲାଗୁଛି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ଖେଲୋ ଇଣ୍ଡିଆ ଆନ୍ଦୋଳନ ଆଜି ଏକ ବିପ୍ଳବରେ ପରିଣତ ହୋଇଛି ଏବଂ ଆଜି ଏହି ବିପ୍ଳବ ଭାରତର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ପହଞ୍ଚିଛି। ଏହି ଖେଳଗୁଡିକରେ ଅଂଶଗ୍ରହଣ କରୁଥିବା ବିଶ୍ୱବିଦ୍ୟାଳୟ ଆଥଲେଟ୍ ମାନେ ଜାଣିବେ ଯେ ଜୀବନର କଠିନ ଶିକ୍ଷା ଗ୍ରହଣ ପାଇଁ କ୍ରୀଡା ଏକ ଉତ୍ତମ ପଥ ଅଟେ। ଖେଲୋ ଇଣ୍ଡିଆ ପ୍ଲାଟଫର୍ମ…
ଭୁବନେଶ୍ୱର: ଅଲଚିକି ଲିପିର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ନିଳାଦ୍ରୀବିହାର ସୀତାନାଥ ବସ୍ତିସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ପ୍ରାଧ୍ୟାପକ ଡଃ ରଙ୍ଗାଧର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, କର୍ପୋରେଟର ମୋନାଲିସା ସାହୁ, ଜୟ ଓଡ଼ିଶା, ଉଇ ଫର ଭୁବନେଶ୍ୱର, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ, ବହୁ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ବକ୍ତବ୍ୟରେ ସାନ୍ତାଳି ଭାଷାର ଅଲଚିକି ଲିପି ଉଦ୍ଭାବନ କରି ପଣ୍ଡିତ ରଘୁନାଥ ମୁର୍ମୁ ଭାଷାର ବିକାଶ ଦିଗରେ ଯେଉଁ ଭୂମିକା ଗ୍ରହଣ…
ଭୁବନେଶ୍ୱର: ଉକିର୍ଷ କଳାର ରାଜ୍ୟ ଓଡିଶା ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ବିଶ୍ୱବିଦିତ। ଉକିଳୀୟ କଳା ସଂସ୍କୃତି ପାଇଁ “ହସ୍ତତନ୍ତ ବସ୍ତ୍ର’’ର ଭୂମିକା ସ୍ୱତନ୍ତ୍ର। ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ “ବାନ୍ଧବସ୍ତ୍ର’’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ଏହି ପ୍ରାଚୀନ କଳାକୁ ଉଜ୍ଜିବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡିଶାର ଅଗଣିତ ବୁଣାକାର। ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରୁଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଞ୍ଜିକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୭ ବର୍ଷଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଅଛି। ୧୯୫୬ ମସିହାରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି “ବୟନିକା’’ ନାମରେ ସୁଖ୍ୟାତି ଅର୍ଜନ…
ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ। ତାଙ୍କର ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ। ତାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ। ଏଭଳି ଜଣେ ସତ୍ୟନିଷ୍ଠ ସଂଗ୍ରାମୀଙ୍କ ପ୍ରେରଣାସ୍ପଦ ଜୀବନକାହାଣୀ ଉତ୍ତରପିଢ଼ିଙ୍କ ନିକଟରେ ସସମ୍ମାନେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦୁଝର ଭୂୟାଁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ଅନେକବାର ବିଦ୍ରୋହ କରିଥିଲେ। ସେଥି…
କୈଲାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପାଟ୍ରୋଲିଂ କରୁଥିବା ସମୟରେ ରାଆଣ୍ଡି ସ୍ଥିତ ଧନେଇ ଡ଼୍ୟାମ ନିକଟରେ ଏକ ସ୍କୁଟି ଗାଡ଼ିରେ ଦୁଇ ଯୁବକ ଯାଉଥିବା ଦେଖି ସେମାନଙ୍କୁ ସନ୍ଦେହରେ ଅଟକାଇଥିଲେ। ସେମାନଙ୍କୁ ଯାଞ୍ଚ କରିବା ବେଳେ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ୍ ମିଳିଥିଲା। ପରେ ସେମାନଙ୍କୁ ଥାନା କୁ ଆଣି ପଚରାଉଚରା କରିବା ବେଳେ ସେମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳିଲା ନାହିଁ। ଯାହା ଫଳରେ ପୋଲିସ୍ ପକ୍ଷରୁ କେଶ୍ ନଂ ୨୪୪/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକ ଦ୍ବୟ ପୋଲସରାରୁ ପାଣ୍ଡିରିପଡା ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧନେଇ ଡ଼୍ୟାମ ନିକଟରେ ଧରିଥିଲା।
ଭୁବନେଶ୍ଵର: ଓଡ଼ିଆଙ୍କୁ ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା ଚଖାଉଥିବା ମାଇକେଲ୍ କିଚେନ୍ ରେ ମେ ୫ତାରିଖରୁ ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ ଆୟୋଜନ ହେଲା। ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ମିଲେଟ୍ କୁ ନେଇ ଦେଶ ବିଦେଶର ନୂଆ ନୂଆ ଖାଦ୍ୟ ଚଖାଇବା ଉଦ୍ଦେଶ୍ୟରେ ସେଫ୍ ମାଇକେଲ୍ ଆରମ୍ଭ କରିଛନ୍ତି ଏହି ଫେଷ୍ଟିଭାଲ। ସୈନିକ ସ୍କୁଲ ସମ୍ମୁଖରେ ଥିବା ତାଙ୍କ ଓଡ଼ିଆ କଜିନ୍ ରେସ୍ତୋରାଁ ‘ମାଇକେଲ୍ କିଚେନ୍’ ହେଉଛି ମାଇକେଲ୍ କିଚେନ୍ ଏବଂ ହୋଟେଲ ସାର୍ଭିସେସ ପ୍ରା. ଲି. ଏକ ୟୁନିଟ୍। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢୀ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ ର ଉଦ୍ଘାଟନ କରିଥିଲେ। ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ଆନ୍ତର୍ଜାତୀୟ ଏବଂ ଭାରତୀୟ ଖାଦ୍ୟର ମଜା ଦେବା ହେଉଛି ଏହି ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ’ର ଉଦ୍ଦେଶ୍ୟ। ଆନ୍ତର୍ଜାତୀୟ ବର୍ଷ ମିଲର୍ସ (TYM…
ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଆଜି ଜେଟ ଏୟାରୱେଜ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାତାଙ୍କ ଘରେ ଚଢାଉ କରିଛି। କେନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଜେଟ୍ ଏୟାରୱେଜ୍ ସହିତ ଜଡିତ ସାତଟି ପରିସରରେ ସିବିଆଇ ତଲାସୀ ନେଇଛି। ଏଥିମଧ୍ୟରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନୀତା ଗୋୟଲଙ୍କ ଘର ଅନ୍ତର୍ଭୁକ୍ତ। ଏହା ସହିତ ଗୌରଙ୍ଗା ଆନନ୍ଦ ଶେଟ୍ଟୀଙ୍କ ଠିକଣାରେ ମଧ୍ୟ ଚଢାଉ କରାଯାଇଛି।
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସମ୍ବନ୍ଧରେ ବିଶ୍ୱକୁ ବହୁତ ଆଶ୍ଵସ୍ତି ଦେଇଛି। WHO କୋଭିଡ ବିଷୟରେ ଏକ ବଡ ଘୋଷଣା କରି କହିଛି ଯେ, କୋଭିଡ-୧୯ ଆଉ ବୈଶିକ ମହାମାରୀ ନୁହେଁ। ଜରୁରୀ କମିଟିର ୧୫ ତମ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ କହିଛନ୍ତି ଯେ, “ଗତକାଲି ଜରୁରୀକାଳୀନ କମିଟି ୧୫ ତମ ବୈଠକ କରିଥିଲା। ଏଥିରେ କୋଭିଡ -୧୯ କୁ ବୈଶିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିରୁ ବାହାର କରିବାକୁ ମୋତେ କୁହାଯାଇଛି। ମୁଁ ତାଙ୍କ ପରାମର୍ଶ ଗ୍ରହଣ କଲି।
ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତା ୭ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ପାଣିପାଗ ବିଭାଗର ଆକଳନକୁ ନଜରରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରଶାସନ ତପ୍ତର ହୋଇ ଉଠିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ, ତୁମୁରାପୁଟ ଓ ଭେଟେଶ୍ୱର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିଧାୟକଙ୍କ ପ୍ରତିନିଧି ମନୋଜ ପ୍ରଧାନ ଓ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବୁଲି ସେଠାରେ ବିଦ୍ୟୁତ, ପାଣି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ତନଖି କରିଛନ୍ତି। ଅନୁରୂପ ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅପରାହ୍ନରେ କୁଲେଇ ଓ ମୋରାମରୀ ପଞ୍ଚାୟତ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରଖିଛନ୍ତି। ବ୍ଲକରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବାର ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ…
କନ୍ଦର୍ପ ବେହେରା ରେଢ଼ାଖୋଲ: କଥିତ ଭାଷାକୁ ଚମତ୍କାର ଭାବରେ କବିତା ରଚନା କରି ପ୍ରକାଶ କରିଛନ୍ତି ସନ୍ଥ କବି ଭୀମ ଭୋଇ। ସୁସ୍ଥ ସମାଜ ଗଠନରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଆନନ୍ଦମୟ ସମାଜ ଥିଲା ତାଙ୍କର ବାର୍ତ୍ତା ବୋଲି ଆଜି ରେଢ଼ାଖୋଲ କନ୍ଧରାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳନ କମିଟି ରେଢ଼ାଖୋଲ ତରଫରୁ ଆୟୋଜିତ ଆବାହକ ମୁରଲୀଧର ସେଠୀଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ବିଶେଷ ଅତିଥି ଭାବରେ ସନ୍ଥ ଆନନ୍ଦ ଚନ୍ଦ୍ର ଦାସ ବାବା, ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଶ୍ରୀକାନ୍ତ ବଲ୍ଲଭ ସାମନ୍ତ, ସମ୍ମାନୀତ ଅତିଥି ଭାବରେ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଫେସର ଅଖିଳ ବିଶ୍ବାଳ ପ୍ରମୁଖ ଯୋଗଦେଇ ଭୀମଭୋଇଙ୍କ କବିତା ତଥା ତାଙ୍କର କୈଶୋର ଜୀବନ କେଡ଼େ ସଂଘର୍ଷମୟ ଥିଲା ସେ ସଂପର୍କରେ…
ନୂଆଦିଲ୍ଲୀ: ଶରଦ ପାୱାର ଏନସିପି ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ସେ ଏନସିପିର ସଭାପତି ରହିବେ। ଆଜି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହା ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାରଙ୍କ ସହ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି ଯେ, ଏହି ପଦ ଛାଡିବା ପରେ ଦଳର ନେତା ଓ କର୍ମୀମାନେ ମୋତେ ମୋର ନିଷ୍ପତ୍ତି ଉପରେ ବିଚାର କରିବାକୁ କହିଥିଲେ। ସେମାନେ ଚାହୁଁଥିଲେ ମୁଁ ମୋର ପଦବୀ ଜାରି ରଖିବି। ସେମାନଙ୍କ ଅନୁରୋଧ ପରେ ହିଁ ମୁଁ ମୋର ନିଷ୍ପତ୍ତି ଉପରେ ପୁନର୍ବିଚାର କଲି। ଏହା ପରେ ହିଁ ମୁଁ ଆଜି ମୋର ଇସ୍ତଫା ପ୍ରତ୍ୟାହାର କରୁଛି। ମୁଁ ମୋର ଦଳର ନେତା ଓ କର୍ମୀମାନଙ୍କ ଭାବନାକୁ ସମ୍ମାନ କରେ। ମୋର ପ୍ରିୟଜନମାନେ ମଧ୍ୟ ଚାହୁଁଥିଲେ ଯେ ମୁଁ ମୋର ନିଷ୍ପତ୍ତି…
ଭୁବନେଶ୍ୱର: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଂଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବାଣ୍ଡ୍୍ରୀ (ଆଇଭିଏସ୍ଏଏଚ୍)ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଶାମପୁର ଠାରେ ଗତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତଥା ତତ୍କାଳୀନ କୃଷି ଏବଂ କୃଷକ ସଶକ୍ତିକରଣ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ବର୍ତମାନର ନୟାଗଡର ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ହସ୍ପିଟାଲ୍ରେ ଲାବାରେଟୋରୀ ଓ ଅପରେସନ୍ ଥିଏଟର ସମେତ ସବୁ ପ୍ରକାର ପଶୁପକ୍ଷୀଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି। ବର୍ଷକ…
ନୂଆଦିଲ୍ଲୀ: ଆହତ କାରଣରୁ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଅଧିନାୟକ ଲୋକେଶ ରାହୁଲ (କେ.ଏଲ୍ ରାହୁଲ) ଆଇପିଏଲ ଏବଂ ଡବ୍ଲ୍ୟୁଟିସି ଫାଇନାଲରୁ ବାଦ୍ ପଡିଛନ୍ତି। କେ.ଏଲ୍ ରାହୁଲ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରି ଏହି ସୂଚନା ସେୟାର କରିଛନ୍ତି। ପ୍ରକାଶ ଯେ, WTC ର ଫାଇନାଲ୍ ଆଇପିଏଲ୍ ପରେ ଖେଳାଯିବ। କେଏଲ ବାଦ ପଡିଥିବା ଯୋଗୁଁ ପ୍ରଶଂସକମାନଙ୍କୁ ନିଶ୍ଚିତ ଭାବରେ ଝଟକା ଲାଗିଛି। ରାହୁଲ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି ଯେ, ବର୍ତ୍ତମାନ ସେ ଅସ୍ତ୍ରୋପଚାର କରିବାକୁ ଯିବେ। ତାଙ୍କ ଅନୁପସ୍ଥିତିରେ କ୍ରୁନାଲ ପାଣ୍ଡ୍ୟା ଆଇପିଏଲରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଅଧିନାୟକ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି କେ.ଏଲ୍ ରାହୁଲ ଲେଖିଛନ୍ତି ଯେ, ‘ଡାକ୍ତରୀ ଦଳ ସହ ଯତ୍ନର ସହ ବିଚାର କରିବା ପରେ ଏହା ସିଦ୍ଧାନ୍ତ ନିଆଯାଇଛି ଯେ ମୁଁ ଶୀଘ୍ର ମୋ ଜଙ୍ଘରେ ଅସ୍ତ୍ରୋପଚାର କରିବି .. ମୋର ଧ୍ୟାନ ଆସନ୍ତା ସପ୍ତାହରେ ନିଜକୁ…
ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ପାଞ୍ଚ ଜଣ ସେନା ସହିଦ ହୋଇଛନ୍ତି। ଦୁଇ ସୈନିକଙ୍କ ସହିଦ ହେବା ଏବଂ ଜଣେ ଅଧିକାରୀଙ୍କ ସମେତ ଚାରିଜଣଙ୍କ ଆହତ ବିଷୟରେ ପୂର୍ବରୁ ସୂଚନା ମିଳିଥିଲା, ଏହା ପରେ ଆହତମାନଙ୍କ ମଧ୍ୟରୁ ତିନିଜଣ ଚିକିତ୍ସା ସମୟରେ ସହିଦ ହୋଇଥିଲେ। ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀରର ରାଜୌରେ ତଲାସୀ ଅଭିଯାନ ସମୟରେ ଆତଙ୍କବାଦୀମାନେ ଏକ ବିସ୍ଫୋରଣ ଘଟାଇଥିଲେ ଯେଉଁଥିରେ ଯବାନମାନେ ସହିଦ ହୋଇଥିଲେ। ଏହି ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ପାଉଛି। ଭାରତ ମଧ୍ୟ ଏଥିରେ ବାଦ ପଡିନାହିଁ। ଭାରତରେ ଅର୍ଦ୍ଧାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ସମ୍ବାଦ ପଢିବା ଏବଂ ଦେଖିବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରିବାକୁ ପସନ୍ଦ କରନ୍ତି ଏବଂ ଏହି ଅର୍ଦ୍ଧାଧିକ ଲୋକ ସମ୍ବାଦରେ ବିଶ୍ୱାସକୁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିବେଚନା କରନ୍ତି। ଗୁରୁବାର ମିଳିତ ଭାବେ ପ୍ରକାଶିତ ଏକ ରିପୋର୍ଟରେ ମିଡିଆ କମ୍ପାନୀ କାନ୍ତାର ଏବଂ ଗୁଗୁଲ ଏହି ଆକଳନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳରେ (୬୩ ପ୍ରତିଶତ କିମ୍ବା ୨୩.୮ କୋଟି) ସମ୍ବାଦ ପ୍ରତି ଆଗ୍ରହ ଅଧିକ ଥିବାବେଳେ ସହରାଞ୍ଚଳରେ ଏହା ମାତ୍ର ୩୭ ପ୍ରତିଶତ ଅଟେ। ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଭାଷାରେ ୫୨ ପ୍ରତିଶତ କିମ୍ବା ୩୭.୯ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ବିଭିନ୍ନ ନ୍ୟୁଜ୍ ଆପ୍ / ୱେବସାଇଟ୍, ସୋସିଆଲ୍ ମିଡିଆ ପୋଷ୍ଟ, ହ୍ଵାଟସ୍ ଆପ୍ ମେସେଜ୍ ଏବଂ ୟୁଟ୍ୟୁବ୍ ଇତ୍ୟାଦିରେ ଅନଲାଇନରେ…

