ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ

Published: May 10, 2023, 8:11 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ସେ ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିବା ସହ ଭଗବାନ ଶ୍ରୀନାଥଙ୍କୁ ‘ଭେଟ ପୂଜା’ ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ନାଥଦ୍ୱାରାରେ ଭଗବାନ ଶ୍ରୀନାଥଜୀଙ୍କ ଦର୍ଶନ ଓ ଆଶୀର୍ବାଦର ସୌଭାଗ୍ୟ ପ୍ରାପ୍ତ ହେଲା। ତାଙ୍କ ଠାରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କଲି।”

Related posts