Author: Samikhsya Bureau

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ନଭେମ୍ବର ୧୭ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ୨୦୨୫ ଉପଲକ୍ଷେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ବିଭାଗ ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ କୁଷ୍ଠ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। କୁଷ୍ଠ ରୋଗୀର ନାକରୁ ଜୀବାଣୁ ବାହାରି ବାୟୁ ମଣ୍ଡଳରେ ଘୁରି ବୁଲନ୍ତି। ରୋଗୀ ନିକଟରେ ଚଳ ପ୍ରଚଳ କରୁଥିବା ପରିବାର ଲୋକ ପ୍ରଶ୍ୱାସରେ କୁଷ୍ଠ ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରି ବହୁ ବର୍ଷ ପରେ କୁଷ୍ଠ ରୋଗର ଲକ୍ଷଣ ଜାଣି ହୁଏ। ଯେଉଁ ବ୍ୟକ୍ତିଙ୍କୁ କୁଷ୍ଠ…

Read More

CBI Inquiry: ଓଡିଶା ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ସିବିଆଇ ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା। ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଥିବାର ସନ୍ଦେହ କରାଯାଉଛି। ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି। ତେଣୁ ଏହାର ଉପଯୁକ୍ତ ବିସ୍ତୃତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।…

Read More

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଥମାଷ୍ଟମୀ। ବିଶ୍ବାସ ରହିଛି ମାର୍ଗଶୀର ଅଷ୍ଠମୀରେ ମାମୁଁଙ୍କ ଘରୁ ଭଣଜା ଭାଣଜୀଙ୍କ ପାଇଁ ଭାର ଆସେ। ସେଥିରେ ସେମାନେ ପୋଢୁଆଁ ବା ପୂଜା ହୋଇଥାଆନ୍ତି। ଏହିପରି ପ୍ରଥା କାହିଁ କେଉଁ କାଳରୁ ଓଡିଶାରେ ପାଳିତ ହୋଇଆସୁଛି। ଏହି ପ୍ରଥମାଷ୍ଠମୀରେ ମାମୁଁ ଘରୁ ଭାରରେ କଣ ଆସୁଛି ତାହାକୁ ଅପେକ୍ଷା କରିଥାନ୍ତି ଭଣଜାଭାଣଜୀ। ତେବେ ଏହି ପରଂପରା ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଆସୁଛି। ମାର୍ଗଶୀର ଅଷ୍ଠମୀରେ ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଥାଏ ପ୍ରଥମାଅଷ୍ଠମୀ ବା ପୋଢୁଆଁ ଅଷ୍ଠମୀ। ଏହି ଦିନ ମହାପ୍ରଭୃଙ୍କର ସ୍ବତନ୍ତ୍ର ନୀତି ପାଳନ ହୋଇଥାଏ। ଏହି ପର୍ବ ଶ୍ରୀମନ୍ଦିର ଭିତରେ ପାଳନ କରାଯାଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ମହାପ୍ରଭୃଙ୍କର ମାମୁଁ ଘର କେଉଁଠି? ସେଠାରୁ କଣ ପ୍ରତିବର୍ଷ ଅଷ୍ଟମୀ ଭାର ଆସିଥାଏ କି? ଯଦି ହଁ ତେବେ ସେହି ଭାରରେ ପ୍ରଭୃଙ୍କ ପାଇଁ କଣ କଣ ଆସେ? ଏହାର ଉତ୍ତର ହେଲା ଯେ,…

Read More

Modi in Bhutan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ କେବେ ବି ଛଡ଼ାଯିବ ନାହିଁ। ପିଡିତମାନଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ। ଭୁଟାନର ଥିମ୍ପୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ଗତକାଲି ସାରା ରାତି ଏହି ଘଟଣାର ତଦନ୍ତ କରୁଥିବା ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ସହିତ ଯୋଗାଯୋଗରେ ଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସେ ବହୁତ ଦୁଃଖ ହୃଦୟରେ ଭୁଟାନ ଆସିଛନ୍ତି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଘଟଣା ସମସ୍ତଙ୍କୁ ଗଭୀର ଭାବରେ ବିଚଳିତ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ, ସେ ପ୍ରଭାବିତ ପରିବାରର ଯନ୍ତ୍ରଣା ବୁଝନ୍ତି ଏବଂ ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭୁଟାନ ପାଇଁ, ଭୁଟାନର ରାଜପରିବାର ପାଇଁ…

Read More

Islambad Bomb Blast: ଆଜି ପାକିସ୍ତାନର ଇସଲାମାବାଦର ଏକ କୋର୍ଟ କୋଠା ବାହାରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ ଅନୁଯାୟୀ, କୋର୍ଟ ବାହାରେ ପାର୍କିଂ ହୋଇଥିବା ଏକ କାରରେ ବିସ୍ଫୋରଣ ଘଟିଥିଲା। ପାକିସ୍ତାନ ଗତ କିଛି ବର୍ଷ ଧରି ବିଶେଷକରି ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ, ପାକିସ୍ତାନ ମାନବାଧିକାର କମିଶନ (HRCP) ଖାଇବର ପଖତୁନଖ୍ୱାରେ ସୁରକ୍ଷା ଏବଂ ମାନବାଧିକାର ପରିସ୍ଥିତି ବିଗିଡ଼ିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।

Read More

Nuapada Voting: ବେଶ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ନୂଆପଡା ଉପନିର୍ବାଚନ ମତଦାନ। ତେବେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ୬୫.୫୬ ପ୍ରତିଶତ ମତଦାନ ହୋଇଛି। ବର୍ତ୍ତମାନ ମତଦାନ ଦେବା ସମୟ ଶେଷ ହେବା ପାଇଁ ଯାଉଛି। ତେବେ ଯେଉଁଠି ଅତି ଉତ୍ତେଜନ ପ୍ରବଣ ବୁଥ ରହିଛି ସେଠାରେ ଅପରାହ୍ନ ଚାରିଟାରେ ଭୋଟ ଗ୍ରହଣ ଶେଷ ହେବ।

Read More

Nuapada Bypoll: ନୂଆପଡା ଭୋଟର ବର୍ତ୍ତମାନ ତାଙ୍କର ନୂଆ ନେତା ବାଛିବା ପାଇଁ ମତଦାନ କରୁଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ମତଦାନ ଶାନ୍ତଶୃଙ୍ଖଳାର ସହିତ ଚାଲିଛି। ମୋଟ ୩୫୮ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି। ଏହାମଧ୍ୟରେ ୪୭ଟି ସମ୍ବେଦନଶୀଳ ବୁଥ୍‌ ଥିବା ବେଳେ ୮ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି। ଏହି ଆଠଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ରହିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି।

Read More

ନୂଆପଡା: ଆଜି ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୯ ଟା ସୁଦ୍ଧା ମତଦାନ ହାର ୧୪.୯୯ % ରହିଛି। ଲୋକମାନେ ଭୋଟ ଦେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଛି। ତେବେ ଏହା ଭିତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପୂଜାପାଠ କରୁଥିବାରୁ ଲକ୍ଷ କରାଯାଇଛି। ସକାଳୁ ସକାଳୁ ସେ ଘରେ ହୋମଯଜ୍ଞ କରିଛନ୍ତି। ଏଥିରେ ତାଙ୍କର ପତ୍ନୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏହା କରିବାର ଅର୍ଥ ହେଲା ସେ ଭୋଟ ଦେବାକୁ ଯିବେ। ଏକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ପୂଜାପାଠ କରାଯାଇଥାଏ। ସେଥିପାଇଁ ସେ ଭୋଟ ଦେବା ପୂର୍ବରୁ ଏହି ପୂଜାପାଠ କରିଛନ୍ତି। ଏହାପରେ ସେ ୧୬୬ ନମ୍ବର ବୁଥରେଭୋଟ ଦେଇଛନ୍ତି। 

Read More

Bihar Assembly Voting: ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର‌୍ୟ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଚାଲିଛି। ଏଥିରେ ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଏକ ହଜାର ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୭ଟି ନିର୍ବାଚନମଣ୍ଡଳୀରେ ମତଦାନ ସନ୍ଧ୍ୟା ୫ଟାରେ ଶେଷ ହେବ। ତେବେ ନିର୍ବାଚନ କମିସନରଙ୍କ ସୂଚନା ଅନୁସାରେ ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ ହୋଇଛି। ଗୟା ଜି ଏବଂ କିଶନଗଞ୍ଜରେ ସର୍ବାଧିକ ମତଦାନ ହୋଇଛି।  ସକାଳ ୯ ଟା ସୁଦ୍ଧା ପ୍ରାୟ ୧୬ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ପୋଲିସ ମହାନିର୍ଦ୍ଦେଶକ ବିନୟ କୁମାର କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ, ନେପାଳ ସଂଲଗ୍ନ ସୀମା ଏବଂ ଉତ୍ତର…

Read More

Nuapada Voting: ଆଜି ସକାଳୁ ନୂଆପଡାରେ ଭୋଟଦାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା କେଉଁଠାରେ କିଛି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ। ଶାନ୍ତ ଶୃଙ୍ଖଳାର ସହିତ ଚାଲିଛି ମତଦାନ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ନୂଆପଡା ଉପନିର୍ବାଚନରେ ସକାଳ ୯ ଟା ସୁଦ୍ଧା ମତଦାନ ହାର ୧୪.୯୯ % ରହିଛି। ଲୋକମାନେ ଭୋଟ ଦେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଛି। ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମେ ଇଭିଏମ ଯାଞ୍ଚ ପରେ ଏହି ପକ୍ରିୟା ଆରମ୍ଭ କରାଯାଇଥିଲା। ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟରମାନେ ମୋଟ ୩୫୮ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି। ଏହାମଧ୍ୟରେ ୪୭ଟି ସମ୍ବେଦନଶୀଳ ବୁଥ୍‌ ଥିବା ବେଳେ ୮ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି। ଏହି ଆଠଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ରହିଛି।

Read More

ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯିବା ପାଇଁ ବିମାନ କଂପାନୀଗୁଡିକର ମୁଖ୍ୟ କାର୍ଯ୍ୟ। ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆକାଶ ଏୟାର ଏକ ନୂଆ ନିୟମ ଜାରୀ କରିଛି। ତାହା ହେଲା ଯାତ୍ରୀମାନେ ବିମାନ ଛାଡିବାର ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦର ଆସିବାକୁ ଅନୁରୋଧ କରିଛି। ଏ ନେଇ ବିମାନ କଂପାନୀ ଏକ ପରମର୍ଶ ଜାରୀ କରିଛି। ସାଧାରଣତଃ ବିମାନ ଛାଡିବାର ଏକ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ଚେକ ଇନ କରିଥାନ୍ତି। ହେଲେ ଆକାଶ ଏୟାର ଏହାର ସମୟ ବୃଦ୍ଧି କରି ତିନିଘଣ୍ଟା କରିଛି। ଏହାଦ୍ବାରା ଯାତ୍ରୀମାନଙ୍କର ଚେକ ଇନ ସୁବିଧାଜନକ ହେବା ସହିତ କେହି ଅସୁବିଧାରେ ପଡିବେ ନାହିଁ ବୋଲି କଂପାନୀ କହିଛି। ଏଥିସହିତ ଯାତ୍ରୀମାନେ ସେମାନଙ୍କର ସରକାରୀ ସ୍ବୀକୃତ ପରିଚୟ ପତ୍ର ଆଣିବା ପାଇଁ ମନେପକାଇ ଦେଇଛି।

Read More

ଭୁବନେଶ୍ବର: ଦିଲ୍ଲୀରେ ଆଜି ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଏବଂ ସାଧାରଣ ଲୋକଙ୍କ ଜୀବନହାନି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର କଡ଼ା ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଓଡ଼ିଶାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି, ଓଡ଼ିଶାରେ ବାଲିଯାତ୍ରା ପରି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ଟ୍ରାକ୍ସନ୍ ପାୱାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି, ଯାହା ଦ୍ୱାରା ସିଙ୍ଗାପୁର ରୋଡ୍ – ଟିଟଲାଗଡ଼ ସେକ୍ସନରେ ବିଦ୍ୟମାନ 1 X 25 KV ଓଭରହେଡ୍ ବିଦ୍ୟୁତୀକରଣ (OHE) ସିଷ୍ଟମକୁ ଉନ୍ନତ 2 X 25 KV ସିଷ୍ଟମରେ ଅପଗ୍ରେଡେସନ୍ କରାଯିବ, ଯେଉଁଥିରେ ସମ୍ବଲପୁର ଡିଭିଜନର ଟିଟଲାଗଡ଼ – ବଡ଼ମାଲ ଏବଂ ଟିଟଲାଗଡ଼ – ମୁରିବାହାଲ ଟ୍ରିପଲ୍ ଲାଇନ୍ ସେକ୍ସନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ, 153 ରୁଟ୍ କିଲୋମିଟର (RKM) ଏବଂ 575 ଟ୍ରାକ୍ କିଲୋମିଟର (TKM) କୁ ଅନ୍ତର୍ଭୁକ୍ତ କରି, ₹465.47 କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ପ୍ରସ୍ତାବିତ। ଏହି କାର୍ଯ୍ୟ ଭାରତୀୟ ରେଳବାଇରେ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମକୁ ଉନ୍ନତ କରିବା ପାଇଁ ଏହା ରେଳବାଇ ବୋର୍ଡ ପଦକ୍ଷେପର ଏକ ପ୍ରମୁଖ ଅଂଶ, ଯାହା ପାଇଁ ବିଦ୍ୟୁତ୍ ଯୋଗାଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିଦ୍ୟୁତିକୃତ ରୁଟର…

Read More

ନାଥଦ୍ୱାରା/ରାଜସ୍ଥାନ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥଳ ଶ୍ରୀନାଥଜୀଙ୍କ ସହର ନାଥଦ୍ୱାରାରେ ଏକ ଆଧୁନିକ “ଯାତ୍ରୀ ଏବଂ ବରିଷ୍ଠ ସେବା ସଦନ” ନିର୍ମାଣ ଘୋଷଣା କରିଛନ୍ତି। ସେ ଶ୍ରୀନାଥଜୀ ମନ୍ଦିରକୁ ୧୫ କୋଟି ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। ଅମ୍ବାନୀ ରବିବାର ଦିନ ଶ୍ରୀନାଥଜୀଙ୍କ ଭୋଗ-ଆରତୀ ଓ ଦର୍ଶନ କରିବା ସହିତ ପୂଜ୍ୟ ଗୁରୁ ବିଶାଳ ବାବା ସାହେବଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଏହି ନୂତନ ସେବା ସଦନ​​ତୀର୍ଥଯାତ୍ରୀ ଏବଂ ବରିଷ୍ଠ ବୈଷ୍ଣବ ଭକ୍ତଙ୍କ ପାଇଁ ସମର୍ପିତ ରହିବ। ଏଥିରେ ୧୦୦ ରୁ ଅଧିକ କୋଠରୀ ରହିବ, ଯାହା ସୁରକ୍ଷିତ ଏବଂ ସମ୍ମାନଜନକ ଆବାସ ସୁବିଧା ପ୍ରଦାନ କରିବ। ଏଠାରେ ଏକ ୨୪ ଘଣ୍ଟା ଚାଲୁଥିବା ଚିକିତ୍ସା ୟୁନିଟ୍, ନର୍ସିଂ ଏବଂ ଫିଜିଓଥେରାପି ସେବା, ସତସଙ୍ଗ ଏବଂ ପ୍ରବଚନ ହଲ୍ ଏବଂ ପୁଷ୍ଟିମାର୍ଗ ଥାଳ-ପ୍ରସାଦ ପରମ୍ପରା ଉପରେ ଆଧାରିତ ଭୋଜନ ବ୍ୟବସ୍ଥା ମଧ୍ୟ ରହିବ। ଏହି ବିଶେଷ ଅବସରରେ…

Read More

Delhi Car Blast Update: ଦିଲ୍ଲୀରେ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂତ୍ର ଅନୁଯାୟୀ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛନ୍ତି। ଏହି ସମୟରେ, ଗୃହମନ୍ତ୍ରୀ ଦିଲ୍ଲୀ ପୋଲିସ କମିଶନର, NIA ଡିଜି ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକଙ୍କ ସହ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂତ୍ର ଅନୁସାରେ ଶ୍ରୀ ଶାହା NSG, NIA ଏବଂ ଫୋରେନସିକ୍ ବିଭାଗର ଦଳଗୁଡ଼ିକୁ ଘଟଣାସ୍ଥଳକୁ ତୁରନ୍ତ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଘଟଣା ସମ୍ପର୍କରେ IB ନିର୍ଦ୍ଦେଶକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

Read More

ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେସନ। ଚଳିତ ଅଧିବେଶନ ଏକ ଐତିହାସିକ ଅଧିବେସନ ହେବ। କାରଣ ହେଲା ଏହି ଅଧିବେସନକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ଆଜି ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଅଧିବେଶନ ଆରମ୍ଭ ଦିନ ରାଷ୍ଟ୍ରପତି ଅଭିଭାଷଣ ରଖିବେ ବୋଲି ଉଲ୍ଲେଖ ରହିଛି। ଏହି ଅଧିବେଶନ ନଭେମ୍ବର ୨୭ ତାରଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୮ ତାରିଖ ଦିନ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଉପସ୍ଥାପନା କରିବେ। ଏହି ଅଧିବେଶନରେ ୨୯ ଟି କାର୍ଯ୍ୟ ଦିବସ ରହିଛି।

Read More

Delhi Car Blast: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ହୋଇଥିବା କାର ବ୍ଲାଷ୍ଟ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, i20 କାରରେ ଏହି ବିସ୍ପୋରଣ ହୋଇଛି। ଏହାଦ୍ବାରା ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେଠାକୁ ବିଭିନ୍ନ ତଦନ୍ତ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଲାଗିଥିବା ସମସ୍ତ ସିସି ଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଏହି ଘଟଣା ସଂପର୍କରେ ତଦନ୍ତ ହେବା ପରେ ଯେଉଁ ରିପୋର୍ଟ ଆସିବ ତାହା ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପିତ କରାଯିବ। ସେ ଖୁବ ଶିଘ୍ର ଘଟଣାସ୍ଥଳ ଏବଂ ଡାକ୍ତରଖାନା ଯିବେ ବୋଲି ଅମିତ ଶାହ କହିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଲାଲ କ୍ୱିଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଶକ୍ତିଶାଳୀ କାର ବିସ୍ଫୋରଣ ଘଟିଛି।ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚବିଶ ଜଣ ଆହତ ହୋଇଛନ୍ତି।  ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୬.୫୨ ସମୟରେ ଏକ ଧୀର ଗତିରେ ଯାଉଥିବା ଗାଡି ଲାଲ ଆଲୋକରେ ଅଟକି ଯାଇଥିଲା ଏବଂ ସେହି ଗାଡିରେ ବିସ୍ଫୋରଣ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।  ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ସେମାନେ ସନ୍ଧ୍ୟା ପ୍ରାୟ ୬:୫୫ ସମୟରେ ଘଟଣା ବିଷୟରେ ଏକ ଫୋନ୍ ପାଇଥିଲେ। ଏଥିରେ କୁହାଯାଇଛି ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସାତୋଟି ଦମକଳ ଗାଡି ଘଟଣାସ୍ଥଳକୁ ପଠାଯାଇଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ବିସ୍ଫୋରଣ ଫଳରେ ନିକଟରେ ଥିବା ଦୁଇଟି କାରରେ ମଧ୍ୟ ନିଆଁ ଲାଗିଯାଇଛି। ଭାରତର…

Read More

ଭୁବନେଶ୍ବର: ଆସନ୍ତାକାଲି ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେଥିପାଇଁ ଆଜି ସକାଳୁ ସମସ୍ତ ବୁଥକୁ ପୋଲିଂ ପାର୍ଟି ପଠାଇବା ଆରମ୍ଭ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ବାବଧାନରେ ଏହି ବ୍ୟବସ୍ଥା କରାଯାଇଛି। ଆଜି ସଂଧ୍ୟା ସୁଦ୍ଧା ପୋଲିଂ ପାର୍ଟି ସେମାନଙ୍କ ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସକାଳୁ ସବୁ ବୁଥକୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। କେତେକ ବୁଥରେ ପୋଲିଂ ପାର୍ଟି ପହଞ୍ଚିଥିବାର ଜଣାପଡିଛି। ତେବେ ଏହି ନିର୍ବାଚନ ମଣ୍ଡଳିର ଆଠଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବେ ଗ୍ରହଣ କରାଯାଇଛି। ଫଳରେ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ସୁନାବେଡା ଅଞ୍ଚଳକୁ ପୋଲିଂ ପାର୍ଟିଙ୍କୁ ସ୍ବତନ୍ତ୍ର ବାୟୁ ସେନା ହେଲିକାପ୍ଟରରେ ପଠାଯାଇଛି। ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।  ପୋଲିଂ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ଦୁଇଟି ହେଲିକାପ୍ଟର ନିୟୋଜିତ କରାଯାଇଛି। ଗୋତମା ଏୟାରପୋର୍ଟରୁ ଆଜି…

Read More

Union Budget 2026: ଆଜି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ କେନ୍ଦ୍ର ବଜେଟ୍ 2026-27 ପାଇଁ ନୂଆଦିଲ୍ଲୀରେ ଦେଶର ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ପ୍ରଥମ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ କରିଛନ୍ତି। ଏହି ବୈଠକରେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବଙ୍କ ସହିତ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ଅର୍ଥନୈତିକ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ଅର୍ଥନୀତିଜ୍ଞଙ୍କ ସହ ପ୍ରାକ୍-ବଜେଟ୍ ପରାମର୍ଶ ସକାଳ 10ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅପରାହ୍ନ 1ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବିଶିଷ୍ଟ କୃଷି ବିଶେଷଜ୍ଞ ଏବଂ କୃଷକ ସଂଗଠନ ସହିତ ଆଉ ଏକ ଆଲୋଚନା ହେବ। ଏହି ବୈଠକଗୁଡ଼ିକ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅଂଶ ଭାବରେ ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟ କରୁଥିବା ପ୍ରାକ୍-ବଜେଟ୍ ଆଲୋଚନାର ଆରମ୍ଭ। ଏହି ପ୍ରାକ୍-ବଜେଟ୍ ବୈଠକ ହେଉଛି ଚୂଡ଼ାନ୍ତ ବାର୍ଷିକ ବଜେଟ୍…

Read More

ଭୁବନେଶ୍ୱର: ଶ୍ରୀ ମନ୍ଦିର ରଥଯାତ୍ରା ସମୟରେ ଦଳା ଚକଟାରେ ୩ ଭକ୍ତଙ୍କ ପ୍ରାଣହାନୀ ଓ ଶତାଧିକ ଆହତ ହେବା ଅଘଟଣ ଉପରେ ଅନୁସନ୍ଧାନ କମିଟିର ରିପୋର୍ଟ ପ୍ରକାଶକୁ ନେଇ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ ଏବଂ ମୁଖପାତ୍ର ଜୟଶ୍ରୀ ପାତ୍ର ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ଉପସ୍ଥାପିତ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ କହିଲେ, ରଥଯାତ୍ରା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ । ପ୍ରଶାସନ ରଥଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ୨୭୫ ଗୋଟି ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇ ଥିବାବେଳେ ପ୍ରକୃତପକ୍ଷେ ୧୬୦/୬୫ ଗୋଟି ଲାଗିଥିଲା । ଦାୟିତ୍ୱ କାହିଁକି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦିଆ ଯାଇ ନଥିଲା, ତିରୁପତି ମନ୍ଦିର ଦର୍ଶନ ବ୍ୟବସ୍ଥା ଅନୁସାରେ ଆଇନ ମନ୍ତ୍ରୀ ଧାଡି ବ୍ୟବସ୍ଥା ପାଇଁ ସୁପାରିଶ କରିବା…

Read More