Author: Samikhsya Bureau

Nuapada Bypoll: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଗତ ମଙ୍ଗଳବାର ଦିନ ବିଭାଗୀୟ ଅଧିକାରୀମାନେ ଯାଞ୍ଚ କରି ୧୫୦ଲିଟର ହାତ ରନ୍ଧା ମଦ, ୧୦୭ଲିଟର ବାହାର ଭାଟି ମଦ, ୪୩୦୦ କେଜି ମହୁଲ ପୋଚ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୦୩ ଲକ୍ଷ ୨୧ ହଜାର ୮୫୦ ଟଙ୍କା ହେବ। ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲିଟର ବିଅର୍, ୪୨ ଲିଟର ବିଦେଶୀ ମଦ, ୬୭୬୫ ଲିଟର ହାତ ରନ୍ଧା ମଦ, ୧୪୧୯ ଲିଟର ବାହାର ଭାଟି ମଦ, ୬୦କେଜି ଗଞ୍ଜେଇ ଏବଂ ୧,୬୬ ,୬ ୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୬ ଲକ୍ଷ ୦୬ ହଜାର ୩୮୬ ଟଙ୍କା ହେବ। ଏହା ସହିତ ଛଅ ଗୋଟି ବାଇକ୍ ଏବଂ ଏକ…

Read More

Bihar Assembly Polls: ବିହାରର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର ୧୨୧ଟି ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମତଦାନ ହେଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୩.୭୫ କୋଟି ଭୋଟର ଅଂଶଗ୍ରହଣ କରୁଛନ୍ତି, ଯାହା ୧୮ ଟି ଜିଲ୍ଲାର ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ଏହି ନିର୍ବାଚନର ମୁଖ୍ୟ ପ୍ରସଂଗ ହେଉଛି ବେକାରୀ, ପ୍ରବାସ, ଦୁର୍ନୀତି, ଏବଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ହ୍ରାସ – ଏହି ପ୍ରସଙ୍ଗଗୁଡ଼ିକ ରାଜ୍ୟରେ ସାଧାରଣ ଆଲୋଚନାରେ ପ୍ରଭାବ ପକାଇଥାଏ। ଗୁରୁବାରର ମତଦାନ RJD ର ତେଜସ୍ୱୀ ଯାଦବ, ବିଜେପି ନେତା ସମ୍ରାଟ ଚୌଧୁରୀ ଏବଂ ମଙ୍ଗଲ ପାଣ୍ଡେ ଏବଂ JD(U) ର ଶ୍ରବଣ କୁମାର ଏବଂ ବିଜୟ କୁମାର ଚୌଧୁରୀଙ୍କ ସମେତ ଅନେକ ଉଚ୍ଚ-ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ସମ୍ଭାବନା ନିର୍ଣ୍ଣୟ କରିବ। ନିଜସ୍ୱ ଦଳ ଗଠନ କରିଥିବା ତେଜ ପ୍ରତାପ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୁଇଟି ପ୍ରମୁଖ ସମବାୟ ସଂସ୍ଥା, ଅମୂଲ ଏବଂ ଇଫକୋକୁ ଯଥାକ୍ରମେ ସମବାୟ ପାଇଁ ବିଶ୍ୱ ରାଙ୍କିଂରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।  “ଭାରତର ସମବାୟ କ୍ଷେତ୍ର ସକ୍ରିୟ ଏବଂ ଅନେକ ଜୀବନକୁ ପରିବର୍ତ୍ତନ କରୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛି”, ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି: “ଅମୂଲ ଏବଂ ଇଫକୋକୁ ଅଭିନନ୍ଦନ। ଭାରତର ସମବାୟ କ୍ଷେତ୍ର ସକ୍ରିୟ ଏବଂ ଅନେକ ଜୀବନକୁ ପରିବର୍ତ୍ତନ କରୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛି।” Prime Minister posted on X: “Congratulations to Amul and IFFCO. India’s cooperative sector is vibrant and is…

Read More

ଭୁବନେଶ୍ୱର: ଆଠ ଦଫା ଦାବି ନେଇ ରାଜ୍ୟ ଆୟୁଷ ଛାତ୍ର ସଙ୍ଗଠନ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ଅଧିକାରୀ ଙ୍କୁ ବାରମ୍ବାର ଦାବୀ ପତ୍ର ଓ ଆଲୋଚନା କରିଛନ୍ତି। ହେଲେ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଗଲା ନାହିଁ। ଫଳରେ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଆଙ୍କୁଶପୁର ଆଦି ସମସ୍ତ ସରକାରୀ ଆୟୁଷ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ କଳାବ୍ୟାଚ ପରିଧାନ କରି ସରକାର ଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବେ। ଓଡ଼ିଶାରେ ନୂତନ ଆୟୁଷ ପଦବୀ ଓ ପି ଏସ ସି ଦ୍ଵାରା ଖୋଲାବା,ପିଜି ଓ ପି ଏଚ ଡ଼ି ସିଟ ସଂଖ୍ଯା ବୃଦ୍ଧି ,ଡାଇନାମିକ ଭର୍ତା ଆୟୁଷ ହାଉସ ସର୍ଜନଙ୍କୁ ତୁରନ୍ତ ପ୍ରଦାନ,ସମସ୍ତ ଆୟୁଷ କଲେଜ ରେ ପରିଚାଳନା କମିଟି ଗଠନ ,ଆୟୁଷ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାଇ ଭିତ୍ତିଭୂମି ଓ ମାନବ…

Read More

ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି । କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ…

Read More

ନୂଆପଡା ଉପନିର୍ବାଚନ: ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରି ଓଡ଼ିଶା ପ୍ରଦେଶ କଂଗେସ ପକ୍ଷରୁ ଏକ ୫ ଜଣିଆ ମହିଳା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ସହ ଏକ ଦାବିପତ୍ର ପ୍ରଦାନ କରି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତିରେ ସ୍ମାରକପତ୍ର ଗ୍ରହଣ କରିଥିବା ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି କି ଭାରତୀୟ ଜନତା ପାର୍ଟି (BJP)ର କିଛି ମହିଳା ସଦସ୍ୟ ଏବଂ କର୍ମୀମାନେ ନୂଆପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ମହିଳା ଭୋଟରମାନଙ୍କୁ ଖୋଲାଖୋଲି ଭାବରେ ଶାଢ଼ି ଏବଂ ଅନ୍ୟାନ୍ୟ ଉପହାର ସାମଗ୍ରୀ ବଣ୍ଟନ କରୁଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ଶାଢ଼ି ପ୍ୟାକେଟରେ ୫୦୦ ଟଙ୍କା ନଗଦ ରାଶି ରହିଛି, ଯାହାକୁ ମହିଳା ଭୋଟରମାନଙ୍କୁ ଶାଢ଼ି ସହିତ ପ୍ରଦାନ କରାଯାଉଛି।…

Read More

Nuapada Bypoll: ନୂଆପଡା ନିର୍ବାଚନ ଯେତିକି ପାଖଉଛି, ବିଜେଡି ବିଜେପି ଭିତରେ କନ୍ଦଳ ସେତିକି ବଢିବାରେ ଲାଗିଛି। ପ୍ରତିଦିନ ନିର୍ବାଚନ ଅଧିକାରୀଙ୍କ ନିକଟରେ ତିନି ପ୍ରମୁଖ ଦଳର ନେତା କିଛି ଅଭିଯୋଗ କରିବାରେ ଲାଗିଛନ୍ତି। ଆଜି ସେହିପରି ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କରିଛି ବିଜେଡି। ବିଜେଡି ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ବିଜେଡି ଉଲ୍ଲେଖ କରିଛି ଯେ, ଶାସକ ବିଜେପି ନୂଆପଡା ମହିଳା ଭୋଟରଙ୍କୁ ଶାଢୀ ବଣ୍ଟନ କରିଛି। ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ନେତାମାନେ ଏହି ଶାଢୀ ବାଣ୍ଟିବାରେ ଲାଗିଛନ୍ତି। ଏପରିକି ସେମାନଙ୍କୁ ଟଙ୍କା ବଣ୍ଟାଯାଉଛି ବୋଲି ଅଭିଯୋଗ କରାଯାଇଛି। ସେହିପରି ବିଜେଡି ଅଭିଯୋଗ କରିଛି ଯେ, ବିଜେପି ପିଲାମାନଙ୍କୁ ନିର୍ବାଚନ ପ୍ରଚାରରେ ମଧ୍ୟ ନିୟୋଜିତ କରୁଛି। ଏ ନେଇ ଦଳ ତରଫରୁ ବିଭିନ୍ନ ପ୍ରମାଣ ଦାଖଲ କରାଯାଇଛି।…

Read More

Vande Mataram: ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”କୁ ୭ ନଭେମ୍ବରରେ ୧୫୦ ବର୍ଷ ପୁରିବାକୁ ଯାଉଛି । ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଏହାକୁ ରଚନା କରିଥିଲେ । ଏହି ଗୀତ ଗାଇ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ହସି ହସି ଜେଲ୍ ଚାଲିଯାଉଥିଲେ, ତ କିଏ ନିଜର ପାଠପଢ଼ା ଓ ଚାକିରି ଆଦି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେଉଥିଲେ, କିଏ ହସି ହସି ବିଟ୍ରିଶ ସରକାରଙ୍କ ଗୁଳିର ସମ୍ମୁଖୀନ ହେଉଥିଲେ ତ ଆଉ କିଏ ଫାଶୀ ଖୁଂଟରେ ଝୁଲି ଶହୀଦ ହୋଇଯାଉଥିଲେ। ଏହି ରାଷ୍ଟ୍ରଗୀତ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସମସ୍ତଙ୍କ ପାଇଁ ଉତ୍ସାହ ଓ ପ୍ରେରଣାର ଗୀତ ଥିଲା । ସ୍ୱଦେଶୀ ଆନ୍ଦୋଳନ ଓ ସ୍ୱତନ୍ତ୍ରତା ପାଇଁ ଦେଶବାସୀଙ୍କ ପ୍ରେରଣା ସାଜିଥିଲା । ମାତ୍ର କଂଗ୍ରେସ ମୁସ୍‌ଲିମ୍ ତୃଷ୍ଟିକରଣର ବଶବର୍ତୀ ହୋଇ ବନ୍ଦେ ମାତରମ୍ ଗୀତର ବିରୋଧ କରିଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି…

Read More

Boita Bandana in Delhi: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ,ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ସହିତ ସକାଳୁ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ପୁର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ବେଶ ଉତ୍ସବ ମୁଖର ହୋଇପଡିଥିବାର ଲକ୍ଷ୍ୟ କରାଯାଇଥିଲା। ଦର୍ଶକମାନଙ୍କ ମଧ୍ୟରେ ବୋଇତ ଭସାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିଲା।ବଢ଼ି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର…

Read More

Nuapada ByElection:ନୂଆପଡା ଉପନିର୍ବାଚନର ପ୍ରଚାରରେ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ନୂଆପଡାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ଟାର୍ଗେଟ କରିଛି । ଦଳ କହିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ନୂଆପଡା ଆସିଥିଲେ। ନୂଆପଡା ମାଟିରେ ଛିଡା ହୋଇ ନୂଆପଡାବାସୀଙ୍କୁ ଗାଳି ଦେଲେ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ନବୀନ ପଟ୍ଟନାୟକଙ୍କ ଏଭଳି ଭାଷାକୁ ସ୍ଥାନୀୟ ଅଂଚଳବାସୀ କେବେବି କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ନବୀନ ପଟ୍ଟନାୟକ। ନୂଆପଡାରେ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନୀ ସଭାରେ ଯେଉଁ ଅଶାଳୀନ ଭାଷାର ପ୍ରୟୋଗ କରିଛନ୍ତି, ଯାହା ତାଙ୍କ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରୁଛି । ନବୀନ ବାବୁ ମଂଚରେ ଛିଡା ହୋଇ ନୂଆପଡାବାସୀଙ୍କୁ ନିଜ ଶାସନ କାଳର ଉପଲବ୍ଧି ନକହି ଓଲଟା ପ୍ରଶ୍ନ ପଚାରିବା ଦ୍ୱାରା ନିଜ…

Read More

Jatra Actor’s Death: ବର୍ଷିଆନ କଳାକାର ଦେବୀ ରଥ ଆଉ ନାହାଁନ୍ତି। ସେ ଆଜି ସକାଳେ ନିଜ ଗାଁ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ  71 ବର୍ଷ ବୟସ ହୋଇଥିଲା। ସତୁରି ଦଶକରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ସେ ନିଜର ଯାତ୍ରା ଜୀବନ ଶେଷ କରିଥିଲେ। ଜେଲ ଟାଇଗର, ଲାଲୁଲକା, ଡ଼ିମିରି ଫୁଲ, ବାଟ ଛାଡ଼ ଷଣ୍ଡ ଆସୁଛି, ଅକୁହା କଥା, କେମିତି ଏ ବନ୍ଧନ, ଅଜବ କାହାଣୀ, ତୁଳସୀ, ବଳାତ୍କାର, ମଶାଣୀ ଫୁଲ, ଛତା ଚିହ୍ନରେ ଭୋଟ ଦିଅ ଆଦି ଦୁଇ ଶହରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ଅନେକ ନାଟକରେ ସେ ନିର୍ଦେଶନା ମଧ୍ୟ ଦେଇଛନ୍ତି। ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। Kartik Purnima and Dev Deepavali: PM…

Read More

Kartik Purnima: ଆଜି କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ ଏହି ଦିବ୍ୟ ଅବସର ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପବିତ୍ର ସ୍ନାନ, ଦାନ, ଆରତୀ ଏବଂ ପୂଜା ସହିତ ଜଡିତ ଆମର ପବିତ୍ର ପରମ୍ପରା ସମସ୍ତଙ୍କ ଜୀବନକୁ ଆଲୋକିତ କରୁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ହିନ୍ଦିରେ ଉଲ୍ଲେଖ କରିଛନ୍ତି ଯେ, The Prime Minister posted on X: “देश के अपने सभी परिवारजनों को कार्तिक पूर्णिमा और देव दीपावली की कोटि-कोटि शुभकामनाएं। भारतीय संस्कृति और अध्यात्म से जुड़ा यह दिव्य अवसर हर किसी के लिए सुख, शांति, आरोग्य और सौभाग्य लेकर…

Read More

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀ ଏବଂ ପକ୍ଷୀଙ୍କ ଅବୈଧ ବ୍ୟାପାର ଉପରେ ନଜର ରଖୁଥିବା ସଂଗଠନ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି (ସିଆଇଟିଇଏସ) ଗୁଜୁରାଟର ଜାମନଗରରେ ଥିବା ବନତାରା ପରିଯୋଜନା ଏବଂ ଏହାର ସହଯୋଗୀ ପ୍ରତିଷ୍ଠାନ, ଗ୍ରୀନ ଜୁଲୋଜିକାଲ ରେସକ୍ୟୁ ଏଣ୍ଡ ରିକଭରୀ ସେଣ୍ଟର (ଜିଜେଡ଼ଆରଆରସି) ଏବଂ ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ (ଆରକେଟିଇଡବ୍ଲୁଟି) ର ଉତ୍କୃଷ୍ଟ କାର୍ଯ୍ୟପ୍ରଣାଳୀ ଏବଂ କାର୍ଯ୍ୟଗୁଡିକର ଖୋଲାଖୋଲି ପ୍ରଶଂସା କରିଛି। ଏହା ପୂର୍ବରୁ, ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟ ବନତାରାକୁ କ୍ଲିନ୍ ଚିଟ୍ ଦିଆଯାଇଥିଲା। ଏହାର ଯାଞ୍ଚ ରିପୋର୍ଟରେ, ସିଆଇଟିଇଏସ କହିଛି ଯେ ଉଭୟ ପ୍ରତିଷ୍ଠାନ ବହୁତ ଉଚ୍ଚ ମାନଦଣ୍ଡ ଆଧାରରେ ସଞ୍ଚାଳିତ ହେଉଛି। ଏଠାରେ ପଶୁମାନଙ୍କ ପାଇଁ ଆଧୁନିକ ପ୍ରାଣୀ ଘେରା, ଚିକିତ୍ସା ସେବା, ଯତ୍ନ ଏବଂ ଉନ୍ନତ ସୁବିଧାସମୂହ ଉପଲବ୍ଧ ରହିଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରତିଷ୍ଠାନଗୁଡ଼ିକ ପଶୁଚିକିତ୍ସା କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଆହୁରି ଆଗକୁ ଯାଇ,…

Read More

ଭୁବନେଶ୍ବର: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଲେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଏହି ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି। ୨୦୧୫ ମସିହାରେ ୭୧ ନିୟୁତ ଟନ୍ ପଣ୍ୟ ପରିବହନ…

Read More

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି । (1) 08417 ବ୍ରହ୍ମପୁର–ପୁରୀ ପ୍ୟାସେଞ୍ଜର ବିଶେଷ ଟ୍ରେନ 04.11.2025 (ମଙ୍ଗଳବାର) ରାତି 8ଘ.35ମି.ରେ ବ୍ରହ୍ମପୁରରୁ ଛାଡି ମଧ୍ୟରାତ୍ରି ପରେ 01ଘ.30ମି.ରେ ପୁରୀ ଠାରେ ପହଞ୍ଚିବ । (2) 08418 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 05.11.2025 ବୁଧବାର ଭୋର 03 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ । (3) ଅନ୍ୟ ଏକ ବିଶେଷ ଟ୍ରେନ 08448 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 06.11.2025 (ଗୁରୁବାର) ସକାଳ 05 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ । ଏହି ବିଶେଷ ଟ୍ରେନଗୁଡିକ ଯାତ୍ରୀମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ହବିଶ୍ୟା ଉତ୍ସବ ସମୟରେ ସୁବିଧାଜନକ ଯାତ୍ରା ପାଇଁ ସହାୟକ ହେବ । Fortified Rice Kernel: APEDA Facilitates First Export  from Chhattisgarh…

Read More

ଭୁବନେଶ୍ବର: ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୋମବାର ଦିନ ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ଚିଲିକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ ଭିନ୍ନ ଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ସେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଲକ୍ଷ୍ମୀମନ୍ଦିର ଉନ୍ନତି କରଣ ପ୍ରକଳ୍ପର ଉଦଘାଟନ କରିଥିଲେ। ମନ୍ତ୍ରୀ ଚାଷଙ୍ଗରରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗ୍ରାମବାସୀଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ପତିତପାବନ ଦେବଙ୍କୁ ଦର୍ଶନ କରିଥିଲେ। ସେଠାରେ ଆୟୋଜିତ ହେଉଥିବା ଅଷ୍ଟପ୍ରହରୀ ନାମ ଯଜ୍ଞରେ ମଧ୍ୟ ସେ ସାମିଲ ହୋଇ ହରି ନାମ ଉଚ୍ଚାରଣ କରି ଝାଞ୍ଜ ବଜାଇଥିଲେ। ଏହାପରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇଥିବା ଲକ୍ଷ୍ମୀ ମନ୍ଦିର ଚତୁଃପାର୍ଶ ଉନ୍ନତି କରଣ ପ୍ରକଳ୍ପକୁ ଶୁଭ ଉଦଘାଟନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ଅବସରରେ…

Read More

ଭୁବନେଶ୍ୱର: ଗ୍ରାହକଙ୍କ ଅତୁଳନୀୟ ବିଶ୍ୱାସ ଏବଂ ଏହାର ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ପନ୍ନ ୪ଜି ଓ ଟ୍ରୁ ୫ଜି ନେଟୱାର୍କକୁ ସୁଦୃଢ଼ ​​କରି, ଜିଓ ଓଡ଼ିଶାରେ ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଚମତ୍କାର ଅଭିବୃଦ୍ଧି ଜାରି ରଖିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୫ରେ ଓଡ଼ିଶାରେ ଏକ ଲକ୍ଷ ୯୬ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ, ଏହା ପଛକୁ ଦ୍ଵିତୀୟ ସ୍ଥାନରେ ରହିଥିବା ଭୋଡାଫୋନ ଆଇଡ଼ିଆ ମାତ୍ର ୭,୯୮୦ ଜଣ ଗ୍ରାହକ ଯୋଡିଛି। ଉଭୟ ଏୟାରଟେଲ୍ ଏବଂ ବିଏସଏନଏଲ ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଜିଓ ଯୋଡିଥିବା ନୂଆ ଗ୍ରାହକ ସଂଖ୍ୟା ଏହି ମାସରେ ସମସ୍ତ ଅପରେଟରଙ୍କ ଦ୍ୱାରା ରାଜ୍ୟରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍…

Read More

ଭୁବନେଶ୍ବର: ଆଜି ବିଜେଡିକୁ ବଡ ଧକ୍କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତରେ ସେ ଦଳରେ ସାମଲ ହୋଇଛନ୍ତି। ଅମର ପଟ୍ଟନାୟକ ଆକାଉଣ୍ଟ ଜେନରାଲ ଭାବେ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲେ। ଏହାପରେ ସେ ବିଜେଡିରେ ସାମିଲ ହୋଇ ଦୁଇଥର ରାଜ୍ୟସଭା ସାଂସଦ ଭାବେ ଯାଇଥିଲେ। ଏହାପରେ ତାଙ୍କୁ ଦଳ ଆଇଟି ସେଲର ମୁଖ୍ୟ ଭାବେ ଅବସ୍ଥାପିତ କରିଥିଲା। ସେ ଏକଦା ନବୀନ ଓ ପଣ୍ଡିଆନଙ୍କ ଖାସ ଲୋକ ଭାବେ ପରିଚିତ ଥିଲେ।

Read More

ଭୁବନେଶ୍ବର: ଆଜି ପୁଣି ଥରେ ନେତ୍ରୀ ଶ୍ରୀମୟୀ ମିଶ୍ର ଆଉ ଏକ ବାଣ ଫୁଟାଇଛନ୍ତି। ଏଥର ସେ ଶକ୍ତି ନାନୀ ବୋଲି କହି ଇସାରା କରିଛନ୍ତି। ତେବେ ସେ ଆଜି ଯାହା ଲେଖିଛନ୍ତି ତାହା ହେଲା Titanic କୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ବସ୍ତରୀୟ ଯୋଜନା ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ। କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି , ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ଅବଶ୍ୟ ବିଭାଗବିହିନ ନାନୀ ସୁଭଦ୍ରା ମାଆ ମାନଙ୍କୁ…

Read More

ଭୁବନେଶ୍ବର: ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ଶ୍ରୀ ରେଭନ୍ଥ ରେଡ୍ଡୀ । ସେ ନୂଆପଡା ବାସୀଙ୍କୁ ଭେଟି ଭୋଟ ଭିକ୍ଷା କରିବେ। ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ସେ ଯୋଗଦେବେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଚଳଚଞ୍ଚଳ ହୋଇପଡିଛି ପ୍ରଦେଶ କଂଗ୍ରେସ। ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଏକ ଦଳ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରିଛନ୍ତି।  ଏହି ଅବସରରେ, ଦଳର ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ, ବିଧାୟକ ଶ୍ରୀ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଶ୍ରୀ ଅମିତ ହୁସେନ ଏବଂ ଶ୍ରୀ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। SiCSem Breaks Ground on India’s First Integrated Device Manufacturing Facility in Bhubaneswar ( Click Here To Read)

Read More

ପୁରୀ: ଆଜିଠାରୁ ଆରମ୍ଭ ହେଉଛି ପଞ୍ଚୁକ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ରହିବ। ପଞ୍ଚୁକ ତିଥିରେ ଏକ ଦିବସ କ୍ଷୟ ପଡୁଥିବାରୁ ଏଥର ଏହା ଚାରିଦିନ ପାଳନ ହେବ। ତେବେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର  ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ ଓ ହରିହର ବେଶରେ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି ଲାଭ କରିଛନ୍ତି। ପଞ୍ଚକର ପ୍ରଥମ ଦିବସ ଆଜି ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ବିଶ୍ୱାସ ରହିଅଛି ଯେଉଁ ମାନେ ମାସକ ଯାକ କାର୍ତିକ ବ୍ରତ କରି ନ ଥାନ୍ତି ସେମାନେ ଏହି ପଂଚୁକ ବ୍ରତ ନିଷ୍ଠାର ସହ  ପାଳନ କଲେ ସମପରିମାଣର…

Read More