Author: Samikhsya Bureau

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟରେ କଳାହାଣ୍ଡି ଜିଲ୍ଲା ମିଲର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲା ମିଲର ଏସୋସିଏସନର ସଭାପତି ନଳିନୀ କୁମାର ପଟ୍ଟଯୋଶୀଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି। ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି।ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି। କଳାହାଣ୍ଡି ଜିଲ୍ଲାର ୧୫ଟି ମିଲରଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି।ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ। କିନ୍ତୁ ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)- ନେସନାଲ ଇନଷ୍ଟିଚ୍ୟୁଟ୍‌ ଅନ୍‌ ଫୁଟ୍‌ ଏଣ୍ଡ ମାଉଥ୍‌ ଡିଜିଜ୍‌ (ଏନଆଇଏଫଏମଡି) ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଏନଆଇଏଫଏମଡି ପରିସରକୁ ସଫେଇ କରିଥିଲେ।

Read More

ରଣପୁର: ଦୀର୍ଘ ୬୦ ବର୍ଷ ହେବ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ମା’ ସର୍ଵମଙ୍ଗଳାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ମା’ଙ୍କ ଦୈନନ୍ଦିନ ପୂଜା ନୀତି ସମ୍ପନ୍ନ ହେଲା ପରେ ମା’ଙ୍କ କଳସ ଶୋଭାଯାତ୍ରା ଅପରାହ୍ନ ୨:୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ପୁଷ୍କରିଣୀରେ ମା’ଙ୍କ କଳସ ପୂଜନ ହୋଇଥିଲା ଓ ପରେ ମା’ ଙ୍କ ଆରତୀ ବନ୍ଦାପନା କରାଯାଇ ମା’ଙ୍କ ମୁଖ୍ୟ ଘଟ ସମେତ ଆଉ ଦୁଇ ଘଟ ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା ଦ୍ୱାରା ବିରାଟ ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହା ପରେ ମା ନିଜେ ୧୬ ହାତ ଝାମୁ କୁଣ୍ଡରେ ଚାଲିଥିଲେ। ପରେ ମା’ଙ୍କ ଆଦେଶ ବା ହୁକୁମ ଅନୁସାରେ ଯେଉଁ ଭକ୍ତଙ୍କୁ ମା ଡାକି ଥିଲେ ସେହି ଭକ୍ତ ବା ମାନସିକଧାରି ଝାମୁ ଚାଲି ଥିଲେ। ଏହି ଝାମୁ ଯାତ୍ରା ଦେଖିବାକୁ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ଏକ ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା– ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ। ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇ ଆସୁଛନ୍ତି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ…

Read More

ନୂଆଦିଲ୍ଲୀ: ମିଡିଆ, ଏଣ୍ଟରଟେନମେଣ୍ଟ ଏବଂ ଜନସଚେତନତା କ୍ଷେତ୍ରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆମାଜନ ଇଣ୍ଡିଆ ମଧ୍ୟରେ ସହଭାଗିତା ସମ୍ପର୍କରେ ଘୋଷଣା କରିଛନ୍ତି। ସହଭାଗୀତାର ଶୁଭାରମ୍ଭ ଅବସରରେ ଅନୁରାଗ ଠାକୁର କହିଛନ୍ତି ଯେ ଭାରତ ଏକ ପ୍ରାଚୀନ ସଭ୍ୟତା ହୋଇଥିବାରୁ ଏଥିରେ ଲକ୍ଷ ଲକ୍ଷ କାହାଣୀର ସମାହାର ରହିଛି ଯାହା ଏବେ ମଧ୍ୟ ପ୍ରକାଶ କରିବାକୁ ରହିଛି। କାହାଣୀର ପରିସର ଅତ୍ୟନ୍ତ ବ୍ୟାପକ ଏବଂ ଏଥିରେ ଆଧ୍ୟାତ୍ମିକତା ଠାରୁ ସଫ୍ଟୱେର୍, ପରମ୍ପରା, ଟ୍ରେଣ୍ଡ୍, ଲୋକନୃତ୍ୟ ଏବଂ ପର୍ବପର୍ବାଣି ଏବଂ ଗ୍ରାମାଞ୍ଚଳ ଭାରତରୁ ଉଦୀୟମାନ ଭାରତ ପର୍ଯ୍ୟନ୍ତ ବିସ୍ତୃତ ଦିଗ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ଭାରତୀୟ ବିଷୟବସ୍ତୁ ଆନ୍ତର୍ଜାତୀୟ ଫୋରମରେ ସଫଳତା ହାସଲ କରିଛି ଏବଂ ଭାରତୀୟ କଳାକାରମାନେ ବିଦେଶୀ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି। ଭାରତରେ ମନୋରଞ୍ଜନ ଶିଳ୍ପ ପାଇଁ…

Read More

ଭୁବନେଶ୍ୱର: ଆଇଆଇଏମ ସମ୍ବଲପୁର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଇଆଇଏମ ସହଯୋଗରେ ଜି-୨୦ ବିଷୟବସ୍ତୁକୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମିଳିତ ପ୍ରୟାସ ଜରିଆରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ମହାମାରୀ ଭଳି ସମସ୍ୟାର ସମାଧାନ କରାଯାଇପାରିବ, ଏହି ବିଷୟକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ। ସେହିପରି ଆଇଆଇଏମ ସହଯୋଗରେ ‘‘ଜଳବାୟୁ ପରିବର୍ତ୍ତନ, ବନୀକରଣ, ଅକ୍ଷୟଶକ୍ତି ଏବଂ ଇନ୍ଧନ ପରିଦୃଶ୍ୟ’’ ବିଷୟବସ୍ତୁକୁ ନେଇ ସମ୍ବଲପୁର ନବୋଦୟ ବିଦ୍ୟାଳୟ ଏବଂ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶବ୍ୟାପୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ବୈଠକମାନ ଆୟୋଜନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ଠାରେ ଆସନ୍ତା…

Read More

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ମିକ୍ସଚର ଫାକ୍ଟ୍ରିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ମୁତାବକ ଉକ୍ତ ମିକ୍ସଚର ଫାକ୍ଟ୍ରିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହେଉଥିବାର ଅଭିଯୋଗ ପାଇଥିଲେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ। ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ଉକ୍ତ ସଂସ୍ଥାରେ ଚଢ଼ାଉ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରିଭାବେ ୧୦୦ କେଜି କଞ୍ଚା ମାଲ ନଷ୍ଟ କରାଯାଇଥିବା ବେଳେ ଏକାଧିକ ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାର ସିଡ଼ିଏମଓ ଡ଼ା ନାୟକ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ । ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଛି ଜନଭାଗିଦାରୀ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ବଲାଙ୍ଗିର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନ କରାଯାଇଥିଲା।

Read More

ମେଷ- ପରିଶ୍ରମର ଫଳ ଭଲ ଭାବରେ ଗ୍ରହଣ କରାଯିବ।  ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ , ଭ୍ରମଣ ଏବଂ ଚାକିରୀକୁ ଅଧିକ ପସନ୍ଦ କରାଯିବ । ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ । ବିରୋଧୀମାନେ ସକ୍ରିୟ ରହିବେ । ଟଙ୍କା ମିଳିବା ସହଜ ହେବ । ରିସ୍କ ନେବାକୁ ସାହସ କରିବେ । ସୁଖ ବୃଦ୍ଧି ପାଇବ । ଲଜ୍ଜିତ ହୁଅନ୍ତୁ ନାହିଁ । ବୃକ୍ଷ- ଅତିଥିମାନଙ୍କର ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଆତ୍ମ ସମ୍ମାନ ବୃଦ୍ଧି ପାଇବ ।  ରିସ୍କ ନେବାକୁ ସାହସ କରିବେ।  ବିନିଯୋଗ ଶୁଭ ହେବ ।  ଚାକିରିରେ କିଛି ଅସୁବିଧା ହୋଇପାରେ । ବ୍ୟବସାୟ ଭଲ କରିବ ।  ଘର ବାହାରେ ସୁଖ ମିଳିବ । ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ । ରୋଜଗାର ବୃଦ୍ଧି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବୁଧବାର ଅପରାହ୍ନରେ ବାଲୁଗାଁ ସହରରେ ଏକ ନୀଲକମଲର ଫର୍ନିଚର ସୋ ରୁମ ଉଦଘାଟନ ହୋଇଯାଇଛି। ଏଥି ପୂର୍ବରୁ ଓଡ଼ିଶାରେ ନୀଲକମଲର ଭୁବନେଶ୍ୱର, ବଲାଙ୍ଗୀର ଏବଂ କୋରାପୁଟ ସହରରେ ସୋ ରୁମ ଥିବାବେଳେ ବାଲୁଗାଁ ସହରରେ ଏହା ନୀଲକମଲର ଚତୁର୍ଥ ସୋ ରୁମ ବୋଲି ସୋ ରୁମ ମାଲିକ ଟୁନା ଖାଁ କହିଛନ୍ତି। ଏଥିସହିତ ଏହି ସୋ ରୁମରେ ଗ୍ରାହକଙ୍କ ଆବଶ୍ୟକ ମୁତାବକ ବିଭିନ୍ନ ଫର୍ନିଚର ସୁଲଭ ଦରରେ ବିକ୍ରି କରାଯାଉଥିବା ବେଳେ ପ୍ରତି ସାମଗ୍ରୀ ଉପରେ ଆକର୍ଷଣ ଉପହାର ରହିଥିବା ଶ୍ରୀ ଖାଁ କହିଛନ୍ତି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଥିବା ବେଳେ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ଥିଲେ।

Read More

ପୁରୀ: ଆଜି ହଠାତ ପୁରୀରେ ଆସି ପହଞ୍ଚିଛି ୪୧୦୦ ଟି ଇଭିଏମ। କଡା ସୁରକ୍ଷାରେ କେତେକ ଟ୍ରକରେ ଏହି ଇଭିଏମଗୁଡିକ ହାଇଦ୍ରାବାଦରୁ ଆସି ପୁରୀ ପହଞ୍ଚିଛି। ଏଥିରେ ରହିଛି ମୋଟ ୮୨୦୦ ଇଭିଏମ। ସେଥିମଧ୍ୟରୁ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି। ଏଗୁଡିକ ପୁରୀର ପେଣ୍ଠକଟାଠାରେ ଥିବା ୱେୟାରହାଉସରେ ରଖାଯାଇଛି। ଇଭିଏମ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକୁ ତଦାରଖ କରିଥିଲେ।ଏଥିସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେସିନ ଗୁଡିକୁ ମଧ୍ୟ ଦେଖିଥିଲେ। ତେବେ ନିର୍ବାଚନ ଆହୁରି ବର୍ଷେ ଉପରେ ଥିବାରୁ ହଠାତ କାହିଁକି ଇଭିଏମଗୁଡିକ ଓଡିଶା ଆସିଲା ତାହାକୁ ନେଇ ସମସ୍ତଙ୍କର ଆଶଙ୍କା ବୃଦ୍ଧି ପାଇଛି। ଏହି ଖବର ପୁରୀ ବଡଦାଣ୍ଡରୁ ଗଡିଗଡି ସାରା ଓଡିଶାର ନେତାଙ୍କ ନିକଟରେ…

Read More

ଭୁବନେଶ୍ବର: ରାଜ୍ୟର ଆଜି ଦୁଇଟି ଏନଏସି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ପୁରା ବାଜିମାତ କରିଛି। ଏହି ଦୁଇଟି ଏନଏସି ହେଲା ବରଗଡର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ। ଅତାବିରାରେ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ବିଜୟ ଲାଭ କରିଛି। ସେହିପରି ଢେଙ୍କାନାଳ ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡରୁ ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ କରିଛନ୍ତ। ଏହି ବିଜୟକୁ ନେଇ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳର କର୍ମିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ‘  ଅତାବିରା ଓ ହିନ୍ଦୋଳ ଏନଏସିରେ ବିପୁଳ ବିଜୟ ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତ ବରିଷ୍ଠ ନେତୃବୃନ୍ଦ, ପର୍ଯ୍ୟବେକ୍ଷକ ଏବଂ ବିଜୁ ଜନତା ଦଳର ଅଗଣିତ କର୍ମୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି। ସେ ଆହୁରି କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଉପରେ ପୁନର୍ବାର…

Read More

ଭୁବନେଶ୍ବର: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଟି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହିତ ଘଡଘଡିବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ଏକ ଆଗୁଆ ସୂଚନା ପ୍ରଦାନ କରିଛି। ଯେଉଁ ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଦିଆଯାଇଛି ସେଗୁଡିକ ହେଲା ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡା। ଗତ କିଛି ଦିନ ଧରି ରାଜ୍ୟରେ ବାରମ୍ବାର ପଶ୍ଚିମା ଝଡ ପ୍ରଭାବରେ ଝଡବର୍ଷା ଲାଗିରହିଛି।  ଏବେ ପୁଣି ସେହି ଝଡବର୍ଷା ଲାଗରହିବ ବୋଲି ପାଣିପାଗ ବିଭାଗ କହିଛି।

Read More

Naveen In Japan: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କାଳରେ ଟୋକିଓଠାରେ ଆୟୋଜିତ ବିଜିନେସ ସମ୍ମିଳନୀକୁ ଉଦବୋଧନ ଦେଲେ। ଏଥିରେ ଯୋଗଦେଇଥିବା ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ଉପରେ ଅବତାରଣା କରିଥିଲେ। ଏଥିରେ ସେ ଓଡିଶା ବ୍ୟବସାୟ ପାଇଁ କିପରି ଉପଯୁକ୍ତ ତାହା ସମସ୍ତଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ମୁଖ୍ୟତଃ ରାଜ୍ୟକୁ ବିପୁଳ ପୁଂଜି ଆଣିବା ଲକ୍ଷ୍ୟ ନେଇ ଏକ ବଡ ପ୍ରତିନିଧୀ ଦଳ ସହିତ ସେ ଜାପାନ ଗସ୍ତ କରିଛନ୍ତି। ଗତକାଲି ସେ ନିପ୍ପନ ଷ୍ଟିଲ କଂପାନୀର ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଓଡିଶାରେ କଂପାନୀ ଏକ ସର୍ବବୃହତ ଷ୍ଟିଲ ପ୍ରକଳ୍ପ ସ୍ଥାପନ ପାଇଁ ଘୋଷଣା କରିଥିଲେ। ପୂର୍ବରୁ ନିପ୍ପନ ଓଡିଶାରେ ଆର୍ସଲର ମିତ୍ତଲ ସହିତ ମିଶି ଇସ୍ପାତ ପ୍ରକଳ୍ପ କରିବା ପାଇଁ ବୁଝାମଣା କରିଛି। ଏ ନେଇ କେନ୍ଦ୍ରାପଡାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ନିଷ୍ପତି…

Read More

ଭୁବନେଶ୍ଵର: ସମାପ୍ତ ହୋଇଯାଇଛି ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ପ୍ରଶିକ୍ଷଣ ଶିବିର “ବାହୁବଳୀ” (PETs / SETs)। ଯେଉଁଥିରେ ୧୨୦ ରୋଟାରୀ କ୍ଲବର ସଭାପତି ଏବଂ ସମ୍ପାଦକଙ୍କୁ ମିଳିଲା ତାଲିମ। ପ୍ରଥମ ମହିଳା ରୋଟାରୀ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ରୋଟାରୀ ବର୍ଷ ୨୩-୨୪ ପାଇଁ ରାଜ୍ୟରେ ଥିବା ୪୫୦୦ ରୋଟାରିୟାନସ୍ ମାନଙ୍କୁ ବିଶ୍ୱରେ ଆଶା ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଡିଆର ଗର୍ବ ତଥା ରୋଟାରୀ ଆନ୍ତର୍ଜାତୀୟ ସଭାପତି ୨୧-୨୨, ଶେଖର ମେହେଟ୍ଟା ଯୋଗଦେଇଥିଲେ। ବାହାରକୁ ଯାଇ ସେବା କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ। ଅତିଥି ତଥା ସମ୍ମାନିତ ପିଡିଜି ରୋନ୍ ଡେନହମ୍, WASRAGs ର ଚେୟାର୍ ଏମିରିଟସ୍, ଯିଏ କି ଜଳ ଏବଂ ପରିମଳ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସର୍ବ ବୃହତ ଫେଲୋସିପ୍ ଗ୍ରୁପ୍, ରାଜ୍ୟରେ ନିଆଯାଇଥିବା ଆନ୍ତର୍ଜାତୀୟ ପ୍ରକଳ୍ପ ବିଷୟରେ ଆଲୋଚନା…

Read More

ଭୁବନେଶ୍ବର: ଆଜି ଓଡିଶାର ଦୁଇଟି ଏନଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ପକ୍ଷରୁ ଏହି ଫଳ ପ୍ରକାଶିତ ହୋଇଛି। ଯେଉଁ ଦୁଇଟି ଏନଏସିରେ ଆଜି ଭୋଟ ଗଣତି ହୋଇଥିଲା ସେ ଦୁଇଟି ହେଲା ବରଗଡର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ ଏନଏସି। ଫଳାଫଳ ଅନୁସାରେ ଅତାବିରାରେ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ବିଜୟ ଲାଭ କରିଛି। ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅତାବିରା ୱାର୍ଡ ନମ୍ବର ୱାନ ରେ କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ 18 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିଜୟ ଲାଭ କରିଛନ୍ତି। ଏହି ଏନଏସିରେ ବିଜେପି ଖାତା ଖୋଲିପାରି ନାହିଁ। ସେହିପରି ଢେଙ୍କାନାଳ ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡରୁ ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ କରିଛନ୍ତି। ହେଲେ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ଦୁଃଖର କଥା ଏହି ଏନଏସିରେ କଂଗ୍ରେସ…

Read More

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ସଂଗଠନ କିଛି ସମୟ ପୂର୍ବରୁ ବମ୍ପର ପଦବୀ ପାଇଁ ନିଯୁକ୍ତି ଚାଲିଛି। ଏଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିଛି। ଯଦି ଆପଣ ମଧ୍ୟ ଏହି ପଦବୀଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ ଦିଆଯାଇଥିବା ଫର୍ମାଟରେ ଫର୍ମ ପୂରଣ କରିପାରିବେ। ମାର୍ଚ୍ଚ ୨୭ ତାରିଖରୁ ଆବେଦନ ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୬ ତାରିଖ ୨୦୨୩ ରହିଛି। ଏହି ନିଯୁକ୍ତି ବିଷୟରେ ବିଶେଷ କଥା ହେଉଛି ଉଭୟ ଦ୍ୱାଦଶ ପାସ୍ ଏବଂ ସ୍ନାତକମାନେ ସେମାନଙ୍କ ପାଇଁ ଆବେଦନ କରିପାରିବେ। ତଥାପି, ପଦବୀ ଅନୁଯାୟୀ ସେମାନଙ୍କର ଅନ୍ୟ କିଛି ଯୋଗ୍ୟତା ରହିବା ଉଚିତ୍। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଜାଣନ୍ତୁ….. ଏହି ନିଯୁକ୍ତି ଯୋଜନା ମାଧ୍ୟମରେ ମୋଟ ୨୮୫୯ ଟି ପୋଷ୍ଟ ପୂରଣ ହେବ। ସେଥିମଧ୍ୟରୁ ୨୬୭୪ ଟି ପୋଷ୍ଟ ସାମାଜିକ ସୁରକ୍ଷା ସହାୟକ…

Read More

ନୂଆଦିଲ୍ଲୀ: ସୁପରଷ୍ଟାର କିଚା ସୁଦୀପଙ୍କ ବିଜେପିରେ ଯୋଗଦେବା ଖବର ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିବା ଅଭିଯୋଗ ହୋଇଛି। ବାସ୍ତବରେ, ଅଭିନେତାଙ୍କ ମ୍ୟାନେଜର ଜ୍ୟାକ୍ ମଞ୍ଜୁଙ୍କୁ ସୋସିଆଲ ମିଡିଆରେ କିଚାଙ୍କ ବ୍ୟକ୍ତିଗତ ଭିଡିଓ ଜାରି କରିବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ଏହା ପରେ ସେ ବେଙ୍ଗାଲୁରୁର ପୁତ୍ତନହଲି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସିର ଅନେକ ଧାରା ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲା ପଞ୍ଜୀକରଣ କରିବା ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜୁଛି ଯିଏକି କନ୍ନଡ ଅଭିନେତ୍ରୀ ସୁଦୀପଙ୍କୁ ଦୁଇଟି ଚିଠି ପଠାଇଥିଲେ ଏବଂ ତାଙ୍କ ବ୍ୟକ୍ତିଗତ ଭିଡିଓ ସାର୍ବଜନୀନ କରିବାକୁ ଧମକ ଦେଇଥିଲେ। ଚିଠିରେ ସୁଦୀପଙ୍କ ବିରୋଧରେ ଅପମାନଜନକ ଶବ୍ଦ ଲେଖାଯାଇଛି। ପରିବାରର ତଦାରଖକାରୀଙ୍କୁ ଏହି ଚିଠି ମିଳିଥିଲା। ଅନ୍ୟପକ୍ଷରେ ସୁଦୀପଙ୍କ ପରିବାରର ପ୍ରତିନିଧିତ୍ୱ କରୁଥିବା ମଞ୍ଜୁନାଥ କହିଛନ୍ତି ଯେ, ଏହା ମାନସିକ ନିର୍ଯ୍ୟାତନା ସୃଷ୍ଟି କରିଛି ଏବଂ…

Read More

ହାଇଦ୍ରାବାଦ: ଏସସି ପେପର ଲିକ୍ ମାମଲାରେ ବିଜେପିର ତେଲେଙ୍ଗାନା ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ମଧ୍ୟରାତ୍ରିରେ ତେଲେଙ୍ଗାନା ପୋଲିସ କରିମନଗରରେ ସଞ୍ଜୟଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଅଟକ ରଖିଥିଲା। ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ ଗିରଫଦାରୀ ଉପରେ ବିଜେପି ଆଇଟି ସେଲ କେସିଆର ସରକାର ଉପରେ ଆକ୍ରମଣ କରିଛି ଏବଂ ଏହା ଭଲ ହେବ ନାହିଁ ବୋଲି କହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଓଏଏସ ଅଧିକାରିଣୀ ଶୀତଲ ଅଗ୍ରୱାଲ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀମତୀ ଅଗ୍ରୱାଲ ଏହା ପୁର୍ବରୁ ନୟାଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବାଣପୁର ବ୍ଲକର ସମସ୍ତ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ତେବେ ବାଣପୁର ବ୍ଲକରେ ଜନ ଅଭିଯୋଗ ଏବଂ ୫-ଟି ବ୍ୟବସ୍ଥା ଶତ ପ୍ରତିଶତ ଲାଗୁ କରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ନୂତନ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ବାଣପୁର ବ୍ଲକର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଯଥା ନୀଳାଦ୍ରିପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ସୂଚନା ଥାଉକି ନିକଟରେ ବାଣପୁର ବ୍ଲକ ପୂର୍ବତନ ବିଡିଓ ବୁଲବୁଲ ବେହେରାଙ୍କ ବାଲିପାଟଣା ତହସିଲଦାର ଭାବେ ବଦଳି ହୋଇଥିଲା।

Read More

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ତାରକା କିଚା ସୁଦୀପ ଏବଂ ଦର୍ଶନ ତୁଗୁଦୀପା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମ୍ଭାବନା ରହିଛି। ପାର୍ଟି ସୂତ୍ର ଅନୁଯାୟୀ, ଉଭୟ କଳାକାର କର୍ଣ୍ଣାଟକର ବେଙ୍ଗାଲୁରୁର ଏକ ଘରୋଇ ହୋଟେଲରେ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୨.୩୦ ରେ ପାର୍ଟିରେ ଯୋଗଦେବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ ଏବଂ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ। ଯଦି ରିପୋର୍ଟଗୁଡିକ ବିଶ୍ଵାସ କରାଯାଏ, ତେବେ କିଚା ସୁଦୀପ ମଧ୍ୟ ତାରକା ପ୍ରଚାରକମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବେ। କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ କିଚା ସୁଦୀପ ଏକ ଲୋକପ୍ରିୟ ଚେହେରା। ସେ ଫିଲ୍ମ ‘ଫୁଙ୍କ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ ୨ ରେ ଜଣେ ଭିଲେନ ଭାବରେ ଦେଖିବାକୁ ମିଳିଥିଲା। ଆସନ୍ତା…

Read More