ଭୁବନେଶ୍ବର: ଆଜି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରାଜ୍ୟର ଦୁଇଟି ଏନଏସି ନିର୍ବାଚନ। ଏହି ଦୁଇଟି ହେଲା ବରଗଡ ଜିଲ୍ଲାର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ ଏନଏସି। ଏହି ଦୁଇ ଏନଏସିରେ ମୋଟ 28ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଫିସରୁ ସୂଚନା ଦିଆଯାଇଛି। ଅତାବିରା ଏନଏସିର 12ଟି ୱାର୍ଡ କାଉନସିଲର ପାଇଁ 39 ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଅଧ୍ୟକ୍ଷ ପାଇଁ 4 ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ହିନ୍ଦୋଳର 16ଟି କାଉନସିଲର ପଦବୀ ପାଇଁ 50 ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ଅଧ୍ୟକ୍ଷ ପାଇଁ ତିନିଜଣ ଅଛନ୍ତି। ଆଜି ସକାଳ 8ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା।
Author: Samikhsya Bureau
ଭୁବନେଶ୍ୱର: ଏନ୍ଏସୟୁଆଇର ନିର୍ଦ୍ଦେଶକ୍ରମେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ “ମୋଦି-ଆଦାନୀ” ମଧୂଚନ୍ଦ୍ରିକା ପ୍ରସଙ୍ଗରେ ଏକ ପୋଷ୍ଟକାର୍ଡ କ୍ୟାମ୍ପେନ ହୋଇଥିଲା। ଭୁବନେଶ୍ୱର ସ୍ଥିତ ମୁଖ୍ୟ ଡାକଘର ସାମନରେ ବିକ୍ଷୋଭ ପ୍ରଦର୍ଶନ କରି ମୋଦିଙ୍କ ନିକଟକୁ ପୋଷ୍ଟାକାର୍ଡ ଗୁଡ଼ିକ ଡାକମାଧ୍ୟମରେ ପ୍ରେରଣ ହୋଇଥିଲା। ଏହି ପୋଷ୍ଟକାର୍ଡରେ ପ୍ରଶ୍ନ ପଚାରାଯାଇଛି ଯେ- ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ, ଯଦି ନିର୍ବାଚିତ ପ୍ରତିନିଧି ମାନଙ୍କର ଆପଣଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନାହିଁ ତେବେ ଆମେ ଆପଣଙ୍କୁ ସିଧାସଳଖ ନିମ୍ନୋକ୍ତ ପ୍ରଶ୍ନ କରୁଛୁ। ୧. ଆଦାନୀ ଆଜିପର୍ଯ୍ୟନ୍ତ ବିଜେପିକୁ କେତେ କୋଟି ଟଙ୍କା ଅର୍ଥ ଦେଇଛି? ୨. ଆପଣଙ୍କର ସରକାରୀ ବିଦେଶଗସ୍ତର ପ୍ରଭାବରେ ମୋଦି ତାଙ୍କ ବ୍ୟବସାୟରେ କେତୋଟି ରାଜିନାମା ପ୍ରାପ୍ତ ହୋଇଛନ୍ତି? ୩. ବିଶ୍ୱରେ ୬୦୯ ସ୍ତରରେ ରହିଥିବା ଆଦାନୀଗ୍ରୁପ ୮ବର୍ଷ ଭିତରେ କିପରି ବିଶ୍ୱରେ ଦ୍ୱିତୀୟସ୍ଥାନ ଅଧିକାର କଲେ ତା’ର ସୂତ୍ର ଆପଣ ଟିକିଏ ଆମକୁ ବୁଝାଇ ଦିଅନ୍ତୁ। ଆଜି ଭୁବନେଶ୍ୱର…
ଭୁବନେଶ୍ବର: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଦଳ ଝାରସୁଗୁଡାରେ ପହଁଚିଛନ୍ତି। ସେମାନେ ମୁଖ୍ୟତଃ ଝାରସୁଗୁଡା ଉପନିର୍ବାଚନରେ ଦଳ ତରଫରୁ କିଏ ପ୍ରାର୍ଥୀ ହେବ ତାହା ନିର୍ଦ୍ଧାରଣ କରିବେ। ଏହି ଦଳରେ ସାଲୁଜାଙ୍କ ସହିତ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ସଦସ୍ୟ ଅଛନ୍ତି। ଏହି ଦଳ ଆଜି ଝାରସୁଗୁଡା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତିନୋଟି ବ୍ଲକ ଗସ୍ତରେ ଯାଇଥିଲେ। ସେଠାରେ ଏହି ଦଳ ତ୍ରୁଣମୂଳ ସ୍ତରର ନେତାଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେମାନେ ଭୁବନେଶ୍ବର ଆସି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ନାମ ପ୍ରସ୍ତାବ ଦେବେ। ଝାରସୁଗୁଡା ଉପନିର୍ବାଚନ ମେ ଦଶ ତାରିଖରେ ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଲଚର ଓ ଆଖପାଖ ଅଞ୍ଚଳରେ ଜୀବନଶୈଳୀ ସହଜ କରିବା ପାଇଁ ହେଉଥିବା ଉନ୍ନୟନମୂଳକ କାର୍ୟ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାଂସଦ ଡଃ ରାଜଦୀପ ରାୟ ଏକ ଟ୍ୱିଟ ଶୃଙ୍ଖଳରେ ସିଲଚରର ବିକାଶ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ଶିକ୍ଷା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା, ଜଳ ଯୋଗାଣ, ପରିବେଶ, ପରିବହନ, ସୁଲଭ ମୂଲ୍ୟରେ ଆବାସ, ସୁରକ୍ଷା ନିରାପତ୍ତା ଅବା ସାର୍ବଜନୀନ ସେବା ଭଳି କ୍ଷେତ୍ରରେ ଏହି ଅଞ୍ଚଳରେ ଲୋକଙ୍କ ଆର୍ଥିକ କ୍ଷମତା ସହ ଜୀବନର ଗୁଣବତ୍ତା ବଢିଛି। ସିଜିଏଚଏସ ୱେଲନେସ ସେଣ୍ଟର, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ), ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି) ଓ ଅନ୍ୟ ବିକାଶ ଉପକ୍ରମ ସମ୍ପର୍କରେ ମଧ୍ୟ କହିଛନ୍ତି, ଯାହା ସିଲଚର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିଛି। ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ବିକାଶମୂଳକ କାର୍ୟ୍ୟର ପରିଣାମ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ବା ‘ସିବିଆଇ’ ର ଆଜି ହୀରକ ଜୟନ୍ତୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ସେ ଶିଲୋଙ୍ଗ, ପୁଣେ ଏବଂ ନାଗପୁରରେ ସିବିଆଇର ନୂତନ କାର୍ଯ୍ୟାଳୟ କମ୍ପ୍ଲେକ୍ସଗୁଡ଼ିକର ଉଦଘାଟନ କରିଥିଲେ। ସାରା ଦେଶରେ ବର୍ତ୍ତମାନ ସିବିଆଇ ଏବଂ ଇଡିର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ତଥା ଉତ୍ତେଜନା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତୁମ (ସିବିଆଇ) କୁ କୈଣସି ସ୍ଥାନରେ କେହି ଅଟକାଇ ପାରିବେ ନାହିଁ। ମୁଁ ଜାଣେ ଯେଉଁମାନଙ୍କ ବିରୁଦ୍ଧରେ ଆପଣମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେମାନେ ବହୁତ ଶକ୍ତିଶାଳୀ ଲୋକ। ବର୍ଷ ବର୍ଷ ଧରି ସେମାନେ ସରକାର ଏବଂ ବ୍ୟବସ୍ଥାର ଅଂଶ ହୋଇ ରହି ଆସିଥିଲେ। ଆଜି ବି ସେମାନେ ଅନେକ ସ୍ଥାନରେ କେତେକ ରାଜ୍ୟରେ ଶକ୍ତି କେନ୍ଦ୍ରର ଅଂଶ ଭାବେ ଅଛନ୍ତି। କିନ୍ତୁ ଆପଣମାନେ ଆପଣମାନଙ୍କ…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ। ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଡାକ ଦ୍ୱାରା ଆରମ୍ଭ ହୋଇଥିବା “ମହିଳା ସମ୍ମାନ ବଚତ ପତ୍ର” ଏହାର ସର୍ବୋତ୍ତମ ଉଦାହରଣ। ଅର୍ଥ ମନ୍ତ୍ରଣାଳୟ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର, ୨୦୨୩ ପାଇଁ ଗେଜେଟ ବିଜ୍ଞପ୍ତି ଜାରି କରିଛି ଏବଂ ତୁରନ୍ତ ପ୍ରଭାବ ସହିତ ୧.୫୯ ଲକ୍ଷ ଡାକଘରେ ଉପଲବ୍ଧ କରାଯାଇଛି। ୨୦୨୩-୨୪ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ‘ଆଜାଦୀ କା ଅମୃତ ମହୋତ୍ସବ’ କୁ ସ୍ମରଣ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା ଏବଂ ବାଳିକାଙ୍କ ସମେତ ମହିଳାଙ୍କ ଆର୍ଥିକ ଅନ୍ତର୍ଭୂକ୍ତି ତଥା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତୀୟ ଡାକର ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ଏବଂ “ମହିଳା…
ଭଦ୍ରକ : ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବି ନେଇ ଆଜି ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଖୋଦ୍ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ନେତୃତ୍ଵରେ ୩୦ରୁ ଉଦ୍ଧ୍ଵର୍ କର୍ମକର୍ତ୍ତା ଏବଂ ମଞ୍ଚର ଉପଦେଷ୍ଟା ଆଜି ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିବା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରାଯିବା, ଖାଲିଥିବା ଅଧ୍ୟାପକ ପଦ ପୂରଣ ସହିତ ଖାଲି ପଡ଼ିଥିବା ସମସ୍ତ କର୍ମଚାରୀ ପଦବୀ ପୂରଣ ପ୍ରଭୃତି ଦାବୀ କରାଯାଇଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜିଲ୍ଳାପାଳ ଭଦ୍ରକର ବୁଦ୍ଧିଜୀବୀମାନଙ୍କ ସହିତ ତଥ୍ୟଭିତ୍ତିକ ଆଲୋଚନା କରି ସରକାରଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାକୁ…
ଭୁବନେଶ୍ବର: ଚିଲିକାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ପରିବେଷ ଓ ଜଙ୍ଗଲମନ୍ତ୍ରୀ ଭୁପେନ୍ଦର ଯାଦବଙ୍କୁ ଏହି ସାକ୍ଷାତ କରିଛନ୍ତି। ଏ ନେଇ ସେ ଏକ ଦାବୀପତ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୋ ନିର୍ବାଚନ ମଣ୍ଡଳୀ ଏବଂ ଏହାର ପାଖ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କର ଜୀବନ ରେଖା ହେଉଛି ଚିଲିକା। ହେଲେ ଏହା ଧିରେଧିରେ ପୋତି ହୋଇପଡୁଥିବାରୁ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି। ମନ୍ତ୍ରୀ ଏ ନେଇ ତୁରନ୍ତ ହସ୍ତକ୍ଷେପ କରିବା ସହିତ ଚିଲିକା ଖୋଳିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ ୩ ତାରିଖରୁ ଆରମ୍ଭ ହେବ। ପୁନଶ୍ଚ ଗ୍ରୀଷ୍ମ ଋତୁ ପାଇଁ ଆସନ୍ତା ଏପ୍ରିଲ ୧୧ରୁ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟମାନଙ୍କରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ଯୋଗେଇ ଦେବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯନିବାନ ହେବେ।
ଫୁଲବାଣୀ: ଆଜି ଦୁର୍ବତମାନେ ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଜଣେ ବ୍ୟବସାୟଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏହି ଘଟଣାଟି ଫୁଲବାଣୀ ସହରରେ ଘଟିଛି। ଅଜୟ ପାତ୍ର ନାମିତ ଜଣେ ବ୍ୟବସାୟୀ ବ୍ୟାଙ୍କରେ ପଇସା ଡିପୋଜିଟ କରିବା ପାଇଁ ଯାଉଥିବା ବେଳେ ଏହା ଘଟିଛି। ଟଙ୍କା ଡିପୋଜିଟ କରିବାକୁ ଯିବା ବେଳେ ଲୁଟେରାମାନେ କଳା ପଲ୍ସସର୍ରେ ଆସି ଆଖି ପିଛୁଳାକେ ଲୁଟି ନେଇଥିଲେ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ। ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।
ମୁମ୍ବାଇ: ନୀତା ଅମ୍ବାନି କଲଚରାଲ୍ ସେଣ୍ଟର ଶୁଭାରମ୍ଭର ଦ୍ୱିତୀୟ ଦିନରେ “ଇଣ୍ଡିଆ ଇନ୍ ଫେସନ’ ନାମକ ଏକ ମେଗା ସୋ’ ଆୟୋଜିତ ହୋଇଯାଛି। ଏହି ପ୍ରଦର୍ଶନୀରେ ଫେସନ ଦୁନିଆରେ ଭାରତୀୟ ଫେସନର ରହିଥିବା ପ୍ରଭାବକୁ ଅତି ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଥିଲା। କଷ୍ଟ୍ୟୁମ୍ ବିଶେଷଜ୍ଞ ହାମିସ ବୋଲ୍ସ ଏହି କଷ୍ଟ୍ୟୁମ୍ ଆର୍ଟ ସୋ’କୁ ପ୍ରସ୍ତୁତ କରିଥିବା ବେଳେ ପ୍ୟାଟ୍ରିକ୍ କିନ୍ମୋଂଥ୍ଙ୍କ ସହିତ ମିଶି ଋଶଦ ଶ୍ରଫ ଏହାର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ଏହି ସୋ’ରେ ଦୁନିଆର କିଛି ଦୁର୍ଲଭ ପୋଷାକକୁ ସାମିଲ କରାଯାଇଛି। ଏହି ସୋ’ ପାଇଁ ୧୪୦ରୁ ଅଧିକ ପୋଷାକ ପରିଚ୍ଛଦକୁ ପ୍ରମୁଖ ଫେସନ୍ ହାଉସ୍, ବ୍ୟକ୍ତିଗତ ସଂଗ୍ରହ ଏବଂ ସାରା ଦୁନିଆର ପ୍ରମୁଖ ସଂଗ୍ରହାଳୟଗୁଡ଼ିକରୁ ଅଣାଯାଇଥିଲା। ଆଲେକଜାଣ୍ଡର ମାକ୍ୱିନ, ବେଲେନ୍ସିୟାଗା ଆର୍କାଇଭ୍ସ-ପ୍ୟାରିସ, ସନେଲ୍, କ୍ରିଷ୍ଟିଆନ ଡିୟୋର କୁଟୁଅର, ମେସନ କ୍ରିଷ୍ଟିଆନ ଲୁବୋଟିନ୍, କୋରା ଗେନ୍ସବର୍ଗ ଏଲ୍ଏଲ୍ସି, ଡ୍ରିସ୍ ବେନ୍ ନୋଟେନ୍, ଏନ୍ରିକୋ କ୍ୱିଂଟୋ ଏବଂ ପାଓଲୋ ତିନାରେଲି କଲେକ୍ସନ,…
ଭୁବନେଶ୍ବର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି। ସେଥିରେ ଚଳନ ଶକ୍ତି ରହିତ (OH) ଭିନ୍ନକ୍ଷମ ମାନେ ମଧ୍ୟ ଭାଗ ନେଇ ପାରିବେ। ଏହା ୦୬ ଅପ୍ରେଲ ୨୦୨୩ ରେ ଏନସିଏସସିଡ଼ିଏ(NCSCDA) କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହେବ। ଏହି ମେଳାରେ ଉଭୟ ଭିନ୍ନକ୍ଷମ ଏବଂ ଅଣଭିନ୍ନକ୍ଷମ ଯୁବକ ଏବଂ ଯୁବତୀ ମାନେ ଭାଗ ନେଇ ପାରିବେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ମ୍ୟାନେଜର (ଆକାଉଣ୍ଟସ,ଦରମା : ୩୦୦୦୦-୩୩୦୦୦/-) ଜୁନିୟର ଆକଉଣ୍ଟାଣ୍ଟ (ଦରମା ୧୧୦୦୦ -୧୩୦୦୦/-) ଏଚ.ଆର ଏକ୍ଜିକ୍ୟୁଟିଭ୍, ଅଫିସ ବୟ, ହୋଟେଲ ଷ୍ଟିୱାର୍ଡ, ବି. ଡି. ଏମ (୮ଟି ପଦବୀ), ଟେଲି ସେଲ୍ସ ଏକ୍ଜିକ୍ୟୁଟିଭ୍ ପ୍ରାୟ ୩୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ୪ରୁ ଅଧିକ କମ୍ପାନୀ / ସଂସ୍ଥା ଯଥା ଗଦ୍ରେଜ ,ଗର୍ଗ ଲଜିଷ୍ଟିକ, ଏକ୍ସାଇଡ, ଅସ୍ମିତା ହୋଲଡ଼େସ ପ୍ରା.…
ଭୁବନେଶ୍ବର: ଦେଶର ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ୪ ଏପ୍ରିଲ ୨୦୨୩ ରୁ ଜାପାନ ଗସ୍ତରେ ଯାଉଛନ୍ତି। ସେମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବେ। ସେଥିପାଇଁ ଆଜି ଭୁବନେଶ୍ବର ଛାଡିଛନ୍ତି ନବୀନ। ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ, ହେମନ୍ତ ଶର୍ମା, ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ, ଆଇପିଆଇସିଏଲ୍, ଭୁପେନ୍ଦେର ପୁନିଆ ଅନ୍ତର୍ଭୁକ୍ତ। ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିଏମ୍ (୫ ଟି) ର ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୁଖ ସଚିବ ଭିନିଲ କୃଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି।…
ଭୁବନେଶ୍ବର: ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଡକ୍ୟୁ ଫିଲ୍ମ ‘ମିଶନ ଶକ୍ତି’ କୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା ମିଳିଛି। ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀରେ ଓଡ଼ିଶା ଅଂଶ ଗ୍ରହଣ କରିବା ସହ 3.22 ମିନିଟର ‘ମିଶନ ଶକ୍ତି’ ଶୀର୍ଷକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏହାକୁ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(SHG) କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ…
ବରଗଡ: ଏଥର ଏସଟିଏଫ ଏକ ଜୀଅଁନ୍ତା ବଜ୍ରକାପ୍ତାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାକୁ ବାହାରକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ସହଯୋଗରେ ଏସଟିଏଫ ଏହାକୁ ପଦ୍ମପୁର ଅଞ୍ଚଳରୁ ଉଦ୍ଧାର କରିଛି। ଏ ନେଇ ଜଣଙ୍କୁ ଏସଟିଏଫ ଗିରଫ କରିଛି। ତେବେ ଏ ନେଇ ଅଧିକ ଖୋଲତାଡ ଚାଲିଛି। ରାଜ୍ୟରେ ବର୍ତ୍ତମାନ ଏହି ବିରଳ ଜନ୍ତୁ ବଜ୍ରକାପ୍ତା ଚୋରା ଚାଳଣ ହେବାର ଲାଗିଛି। ବିଶେଷ କରି ଆଠଗଡ ଏବଂ ବରଗଡ ଅଞ୍ଚଳରେ ଏହା ଦେଖିବାକୁ ମିଳୁଛି। କେତେକ ଦଲାଲ ସ୍ଥାନୀୟ ଅଞ୍ଚଳରେ ଡେରା ପକାଇ ଶିକାରୀମାନଙ୍କୁ ନିୟୋଜିତ କରୁଥିବାର ଜଣାପଡିଛି। ତେବେ ଏସଟିଏଫ ତରଫରୁ ଏ ନେଇ ବିଶେଷ କିଛି ସୂଚନା ଦିଆଯାଇ ନାହିଁ।
ଖୋର୍ଦ୍ଧା: ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ ଅବସରରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ବିଛେଇ ହୋଇପଡିଛନ୍ତି ପୋଲିସ। ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା ଏବଂ ନାବାଳକ ଡ୍ରାଇଭରକୁ ପୋଲିସ ଗୋଡାଇ ଗୋଡାଇ ଧରିବାରେ ଲାଗିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ବିତୀୟ ଦିନରେ ଆଜି ସକାଳୁ ସକାଳୁ ୭୯ ଜଣ ବିନା ହେଲେମେଟରେ ଗାଡି ଚଳାଉଥିବାରୁ ଧରାପଡିଛନ୍ତି। ସେହିପରି ତିନିଜଣ ମଦ ପିଇ ଗାଡି ଚଳାଉଥିବା ଧରାପଡିଛନ୍ତି। ଉଭୟ ସଦର ଏବଂ ବାଘମାରି ପୋଲିସ ଏହି ଚଢାଉ କରିଛନ୍ତି।
କେନ୍ଦୁଝର: ଆଜି ସକାଳୁ କେନ୍ଦୁଝର ଡେଲି ମାର୍କେଟରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ନିଆଁର ବେଗ ଏପରି ଥିଲା ଯେ ସେଠାରେ ଛିଡା ହେବା ଅସମ୍ଭବ ହୋଇପଡିଥିଲା। ମାର୍କେଟ ବନ୍ଦଥିବା ବେଳେ ଏହି ଅଗ୍ନକାଣ୍ଡ ଘଟିଛି। ଖବର ପାଇ ଅଗ୍ନଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଥିଲେ। ହେଲେ ସେମାନଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଯାଇଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବ ବୋଲି ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ୨୫ରୁ ୩୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି।
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ ଶ୍ରୀମତୀ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍କୁ ଉଦ୍ଘାଟନ କରିଛନ୍ତି। ଏହି କଲଚରାଲ୍ ସେଂଟର୍ର ଉଦ୍ଘାଟନୀ ସମାରୋହର ଆଜି ତୃତୀୟ ଦିନରେ ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା। ମେଗା ଉଦଘାଟନୀ ସମାରୋହର ତୃତୀୟ ଦିନରେ ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ। ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ। ଆର୍ଟ ହାଉସ୍ରେ “ସଙ୍ଗମ’ ନାମରେ ଏକ ଉଦ୍ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି।…
ଭୁବନେଶ୍ବର: ସ୍ୱପରାୟଣତା (ଅଟିଜିମ୍) ରହିଥିବା ଲୋକମାନଙ୍କୁ ସ୍ନାୟବିକ ସମସ୍ୟା କାରଣରୁ ସାମାଜିକ ଭାବବିନିମୟ ଏବଂ ଯୋଗାଯୋଗ ଅସୁବିଧା ହେଉଥିବାରୁ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଓ ବିଭିନ୍ନ ପଦକ୍ଷେପର ରୂପାୟନ ଦରକାର ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ଆଜି ସକାଳେ ଆୟୋଜିତ ଏକ ସଚେତନତା ରାଲିର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ସ୍ୱପରାୟଣତା ସମସ୍ୟା ରହିଥିବା ଲୋକମାନେ ମାନସିକ ସ୍ତରରେ ଅନଗ୍ରସର ହୋଇଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରତିବନ୍ଧକରୁ ମୁକ୍ତ କରି ବିଭିନ୍ନ କାର୍ଯ୍ୟରେ ସାମିଲ କରାଯାଇପାରିବ। ଆଜି ସକାଳେ ସ୍ଥାନୀୟ ରାମ ମନ୍ଦିର ଛକଠାରୁ କ୍ୟାପିଟାଲ୍ ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଏହି ରାଲିରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର…
ଭୁବନେଶ୍ବର: ଆଜି ପୁଣି ଥରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏଥର ଜାପାନ ଗସ୍ତରେ ଯାଉଥିବାର ଜଣାପଡିଛି। ଏଥିପାଇଁ ଶନିବାର ଦିନ ଶିଳ୍ପ ବିଭାଗ ମନ୍ତ୍ରୀ, ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀ ଜାପାନ ଗସ୍ତ କରିଛନ୍ତି। ନବୀନଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟକୁ ପୁଂଜି ଆଣିବା। ସେଥିପାଇଁ ସେ ଶିଳ୍ପ ଏବଂ ଇଡକୋର ପ୍ରମୁଖ ଅଧିକାରୀଙ୍କୁ ନେଇ ସେ ଏହି ଗସ୍ତ କରୁଛନ୍ତି। ଏଥିରେ ନବୀନ ପ୍ରଥମେ ଜାପାନରେ ଏକ ରୋଡ ସୋ କରିବେ। ଏଥିସହିତ ସେ ବିଭିନ୍ନ ଶିଳ୍ପପତିଙ୍କ ସହିତ ବୈଠକ କରିବେ। ନବୀନ ପ୍ରଥମେ ଟୋକିଓ ରେ ଶିଳ୍ପ ସମ୍ମିଳନୀରେ ଯୋଗଦେବେ। ଏହାପରେ ସେ କ୍ବୋଟୋ, ଓସାକା ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ 5ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନଅ ତାରିଖରେ…
ନୂଆଦିଲ୍ଲୀ, ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଭବିଷ୍ୟତ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି। ସାଧାରଣତଃ ଲୋକମାନେ ସେମାନଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି। ଏପରିକି ସେମାନେ ବିଭିନ୍ନ ପ୍ରକାରର ପ୍ରତିକାର ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ପାଦ ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ। ହଁ, ଆପଣଙ୍କର ପାଦଚିହ୍ନ ମଧ୍ୟ ଆପଣଙ୍କ ଜୀବନ ସହିତ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥାଏ, ତେବେ ଆସନ୍ତୁ ଆପଣଙ୍କୁ ଏହିପରି ପାଦଚିହ୍ନ ବିଷୟରେ କହିବା। ପ୍ରଥମ ପାଦ ଅନୁଯାୟୀ- ଯଦି ଆପଣଙ୍କର ପାଦର ଆକୃତି କିମ୍ବା ପାଦର ଚିହ୍ନ ପ୍ରଥମ ଚିତ୍ର ଅନୁଯାୟୀ, ତେବେ ଆପଣଙ୍କର ପାଦର ଗଠନ ବହୁତ ସମତଳ। ଯଦି ଆପଣ ଜଣେ ମହିଳା, ଏହାର ଅର୍ଥ ହେଉଛି ଆପଣ ଅତି ସରଳ ଏବଂ ପ୍ରକୃତିରେ ଅତି ନିର୍ଦ୍ଦୋଷ । ଏହା ସହିତ ଆପଣ ବହୁତ ସଚ୍ଚୋଟ ଏବଂ ଅତି ଦ୍ରୁତ। କିନ୍ତୁ…

