Author: Samikhsya Bureau

ନୂଆପଡ଼ା / ଭୁବନେଶ୍ୱର: ନୂଆପଡ଼ା ସ୍ଥିତ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଲେ, ନୂଆପଡା ଓଡ଼ିଶାର ସବୁଠୁ ପଛୁଆ ଜିଲ୍ଲା। ଏହା ମଧ୍ୟ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଚିତ । ଏଠାରେ ଫ୍ଲୋରାଇଡଯୁକ୍ତ ପାଣି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା । ଏଥିପାଇଁ ପ୍ରାୟ ୫୦ ହଜାର ଲୋକ ଫ୍ଲୋରାଇସି ରୋଗର ଶିକାର ହୋଇଛନ୍ତି। ୨୦୦୬ରେ ୟୁପିଏ ଆଦିବାସୀଙ୍କୁ ବନାଧିକାର ପଟ୍ଟା ପ୍ରଦାନ କରିଥିଲା । ନୂଆପଡାରୁ ୪୫ ହଜାର ଜଣ ପଟ୍ଟା ପାଇଁ ଆବେଦନ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୭୦୦୦ ପଟ୍ଟା ଦିଆଯାଇଛି । ସିଆରଏଫ ପ୍ରୋଗ୍ରାମ ମାଧ୍ୟମରେ ୮୪୬ ଗୋଟି ଗ୍ରାମ ସଭା ବନବିଭାଗ ଏବଂ ସରକାରକୁ ଆବେଦନ କରିଥିଲା । କିନ୍ତୁ କେବଳ ୪୬ ଗୋଟି ଗ୍ରାମସଭାକୁ ଅନୁମତି ମିଳିଛି । ମହୁଲ ଉପରେ ଏମଏସପି ନାହିଁ, କେନ୍ଦୁପତ୍ର ଏବଂ…

Read More

Subhadra Shakti Mela: ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରାର ମେଳା ‘ସୁଭଦ୍ରା ଶକ୍ତି ମେଳା’ ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନ ଅବସରରେ କହିଛନ୍ତି । ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୁରଣ ହେବ ଯେତେବେଳେ ଆମର ଲକ୍ଷ ଲକ୍ଷ ସୁଭଦ୍ରା ମା’ମାନଙ୍କ ଶକ୍ତିର ଜାଗରଣ ଆସିବ । ସେମାନେ ସଶକ୍ତ…

Read More

Indian IPO Market: ଅକ୍ଟୋବର ମାସଟି ଭାରତୀୟ ପୁଂଜି ବଜାର ବେଶ ଉତ୍ସାହ ଜନକ ଥିଲା। ବିଶେଷ କରି IPO କ୍ଷେତ୍ରରେ ଏହି ମାସ ବେଶ ଆଗୁଆ ରହିଥିଲା। ଏପର୍ଯ୍ୟନ୍ତ 14ଟି କମ୍ପାନୀ ବଜାରରେ ପ୍ରବେଶ କରିଛନ୍ତି, ଯେଉଁମାନେ ପ୍ରାୟ ₹46,000 କୋଟିରୁ ଅଧିକ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ମାସରେ, ଘରୋଇ ପୁଞ୍ଜି ବଜାର ମାସିକ ପାଣ୍ଠି ସଂଗ୍ରହ ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଟାଟା କ୍ୟାପିଟାଲ୍ ଏବଂ LG ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଏଥର ତାଲିକାଭୁକ୍ତ। ଟାଟା କ୍ୟାପିଟାଲ୍ ଏବଂ LG ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ମୋଟ ପାଣ୍ଠି ସଂଗ୍ରହର ଅଧାରୁ ଅଧିକ ଥିଲା। ଟାଟା କ୍ୟାପିଟାଲ୍ ₹15,512 କୋଟି ସଂଗ୍ରହ କରିଥିବା ବେଳେ, LG ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ IPO ମାଧ୍ୟମରେ ₹11,607 କୋଟି ସଂଗ୍ରହ କରିଥିଲା। ସେହିପରି ଲେନ୍ସକାର୍ଟ ସଲ୍ୟୁସନ୍ସ ଅକ୍ଟୋବର 31 ତାରିଖରେ ଏହାର ₹7,278 କୋଟି ଇସ୍ୟୁ ଜାରି କରିଛି, ଯାହା ନଭେମ୍ବର…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ଆଜିଠାରୁ ଖୋଲିବ ସୁଭଦ୍ରା ପୋର୍ଟାଲ। ଏହା ମାଧ୍ୟମରେ ମହିଳାମାନେ ସେମାନଙ୍କ ନାମ ପଂଜକରୀଣ କରିପାରିବେ। ଫଳରେ ସେମାନଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ମୋଟ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁମାନେ ଯୋଗ୍ୟା ହିତାଧିକାରୀ ସେମାନଙ୍କୁ ଏହି ଯୋଜନାରେେ ସାମିଲ କରାଯାଇଛି। ତେବେ ଯେଉଁମାନଙ୍କର ଏହି ଯୋଜନା ପାଇଁ ଗତଥର ବୟସ ହୋଇ ନ ଥିଲା ହେଲେ ବର୍ତ୍ତମାନ ଯୋଗ୍ୟ ହୋଇପାରିଛନ୍ତି ସେମାନେ ଏଥିରେ ପଂଜୀକରଣ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଏହି ପୋର୍ଟାଲ ପୁଣି ଥରେ ଖୋଲାଯାଇଛି। ଏହି ଯୋଜନାରେ ଯେଉଁମାନେ ବର୍ତ୍ତମାନ ଆବେଦନ କରିବେ ସେମାନେ ଆସନ୍ତା ବର୍ଷା ମାର୍ଚ୍ଚ ଆଠ…

Read More

Reliance Jio: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଏବଂ ଗୁଗୁଲ୍ ଆଜି ଏକ ପ୍ରମୁଖ ରଣନୈତିକ ସହଭାଗୀତା ଘୋଷଣା କରିଛନ୍ତି, ଯାହା ଅଧୀନରେ ଉଭୟ କମ୍ପାନୀ ଭାରତରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାରକୁ ଦ୍ରୁତ ଭାବରେ ବିସ୍ତାର କରିବା ପାଇଁ ଏକାଠି କାମ କରିବେ। ଏହି ସହଭାଗୀତାର ସ୍ୱତନ୍ତ୍ରତା ହେଉଛି ଜିଓ ବ୍ୟବହାରକାରୀମାନେ ୧୮ ମାସ ପାଇଁ ଗୁଗୁଲ ଏଆଇ ପ୍ରୋ ପ୍ଲାନ ର ମାଗଣା ପ୍ରବେଶ ବା ଆକ୍ସେସ ପାଇବେ। ଏହି ପ୍ଲାନର ମୂଲ୍ୟ ପ୍ରତି ଉପଯୋଗକର୍ତ୍ତାଙ୍କ ପାଇଁ ପ୍ରାୟ ୩୫,୧୦୦ ଟଙ୍କା ରହିଥିବା ବେଳେ, ଏହି ସହଭାଗିତା ଅଧୀନରେ ଏହା ମାଗଣାରେ ଉପଲବ୍ଧ ହେବ। ଗୁଗୁଲ୍ ଜେମିନି ୨.୫ ପ୍ରୋ, ନୂତନତମ ନାନୋ ବନାନା, ଏବଂ ଭିଓ ୩.୧ ମଡେଲ୍ ସହିତ ଚମତ୍କାର ଚିତ୍ର ଏବଂ ଭିଡିଓ ତିଆରି କରିବା ପାଇଁ ଉପଭୋକ୍ତାମାନେ ବିସ୍ତାରିତ ଲିମିଟ ପାଇବେ। ଅଧ୍ୟୟନ ଏବଂ ଗବେଷଣା ପାଇଁ ନୋଟବୁକ୍ ଏଲଏମର ବର୍ଦ୍ଧିତ ଆକ୍ସେସ ଏବଂ…

Read More

ଭୁବନେଶ୍ବର: ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ବେଶ ସରଗରମ। କାରଣ ଏଥର ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛି। ତେଣୁ ସରକାରୀ ଦଳ ଏଥିରେ କେତେ ସଫଳ ହେଉଛି ତାହା ଦେଖିବା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମୀକ୍ଷକମାନେ ମଧ୍ୟ ଅପେକ୍ଷା କରିଛନ୍ତି। ତେବେ ଏ ନେଇ ‘ଦ ସମୀକ୍ଷା’ ତରଫରୁ ନୂଆପଡା ହାଲଚାଲ ଜାଣିବା ପାଇଁ ସେଠାକାର କିଛି ବୁଦ୍ଧିଜୀବି, ଓକିଲ, ତଥା ସାମ୍ବାଦିକଙ୍କ ସହିତ ଯୋଗଯୋଗ କରାଯାଇଥିଲା। ବର୍ତ୍ତମାନ ନୂଆପଡାରେ କେଉଁ ଦଳର ସ୍ଥିତି କଣ ଅଛା ତାହା ପଚରାଯାଇଥିଲା। ତେବେ ସେମାନଙ୍କ ଉତ୍ତର ଯାହା ଆସିଲା ତାହା ବଡ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ସେମାନଙ୍କ ମଧ୍ୟରୁ ଅନେକ ଗୋଟିଏ କଥା କହିଥିଲେ। ରାଜନୈତିକ ଦଳଗୁଡିକ ମଧ୍ୟରେ ମଧ୍ୟ ସେହି କଥାକୁ ନେଇ କୁଆଡେ ବଡ ଆଲୋଚନା ଚାଲିଛି। ଯେଉଁ ଆଶ୍ଚର୍ଯ୍ୟଜନକ କଥାଟି ଅଛି…

Read More

ଭୁବନେଶ୍ବର: ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆଜି ପାଳିତ ହେଉଛି। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ଗଛକୁ ପୂଜା କରିଥାନ୍ତି। ଏହି ପୂଜା ପିଲା ଏବଂ ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ।

Read More

The Samikhsya Desk: ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କ ପିଠି ଥାପୁଡେଇ ଆର୍ଶିବାଦ କଲେ ତେବେ ଆପଣଙ୍କ ଭାଗ୍ୟ ଉଦୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କ୍ଷେତ୍ରରେ ସେହିପରି ପରିସ୍ଥିତି ଆସିଛି। ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ବାଲୁକା କଳା ପାଖକୁ ଆସି ତାଙ୍କ ପିଠି ଥାପୁଡେଇଲେ। ଆଉ ତାଙ୍କ ବାଲୁକା କଳାକୁ ସେ ବେଶ ପ୍ରଶଂସା ମଧ୍ୟ କଲେ। ଯାହାକୁ ନେଇ ସୁଦର୍ଶନ ନିଜକୁ ଧନ୍ୟ ମନେ କରିବା ସହିତ ଖୁସି ପ୍ରକଟ ମଧ୍ୟ କରିଛନ୍ତି। ଅବସର ଥିଲା ମୁମ୍ବାଇରେ ଆୟୋଜିତ ଭାରତ ସାମୁଦ୍ରିକ ସପ୍ତାହ 2025 ବା ଇଣ୍ଡିଆ ମେରିଟାଇମ ଉଇକି 2025। ଏହି ସମ୍ମିଳନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ଅତିଥୀଙ୍କ ପାଇଁ ନିର୍ମାଣ କରିଥିଲେ ଏକ ସୁନ୍ଦର ବାଲୁକା କଳା। ଏଥିରେ ସେ ବାଲିଯାତ୍ରା ଉପରେ 30 ଫୁଟ ଉଚ୍ଚତାର ଏହି କଳା ନିର୍ମାଣ କରିଥିଲେ।…

Read More

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ତଥା ସାହିତ୍ୟିକ ଶଙ୍କର ପରିଡାଙ୍କ ଆଜି ପରଲୋକ ଘଟିଛି। ସେ ଫୁସଫୁସ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ବର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ରୋଗ ଚତୁର୍ଥ ପର୍ଯ୍ୟାୟକୁ ଆସିଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା। ପୂର୍ବରୁ ସେ ଏହି ରୋଗର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଭଲ ହୋଇ ଫେରିଥିଲେ ମଧ୍ୟ ଏହି ରୋଗ ପୁଣି ବାହାରିଥିଲା। ଫଳରେ ସେ ପ୍ରଥମେ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲ ଏବଂ ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଶଙ୍କର ପରିଡା ଯୁବ ସାହିତ୍ୟିକ ତଥା ସାମ୍ବାଦିକ ମହଲରେ ବେଶ ପରିଚିତ ବ୍ୟକ୍ତିତ୍ବ। ସେେ ବିଜେପି ରାଜନୀତିରେ ଥିଲେ ସତ ହେଲେ ସେ ଜଣେ ସାହିତ୍ୟିକ ତଥା ସଂଗଠକ ଭାବେ ତାଙ୍କୁ ଭୁବନେଶ୍ବରର ସମସ୍ତେ ଅବଗତ। ପୁରୀ ମୁନିସିପାଲଟିର ଅଧ୍ୟକ୍ଷ ହୋଇଥିଲେ। ଏହାପରେ ତାଙ୍କୁ ବିଜେପି 2009…

Read More

ଭୁବନେଶ୍ବର: ବେଆଇନ ସୈନିକ ସ୍କୁଲ ଗାଡ଼କଣ ଅଳିଆଗଦାକୁ ହଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମୁଖରେ ଆମରଣ ଅନଶନ କରିଥିଲା ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ। ମଙ୍ଗଳବାର ଦିନ ବୋର୍ଡ ତରବରିଆ ଭାବେ ଅଭିଯାନକୁ ଏକ ଚିଠି ଲେଖି ଆମରଣ ଅନଶନ ବନ୍ଦ ରଖିବାକୁ ଅନୁରୋଧ କରିବା ସହିତ ଏହି ବିଷୟରେ ଗୃହ ଓ଼ ନଗର ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରିବାକୁ କହିଥିଲା। ହେଲେ ପ୍ରବଳ ବର୍ଷା ସତ୍ୱେ ଆଜି ଅନଶନ ଚାଲିଥିଲା। ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ସହିତ ପ୍ରଦୂଷଣ ବୋର୍ଡ ଅଧିକାରୀ ଆଲୋଚନା କରିବାକୁ ଗେଟ ସମୁଖକୁ ଆସିଥିଲେ। ଆଲୋଚନା ସମୟରେ ଗାଡକଣ ଅଳିଆ ପ୍ରୋସେସିଂ ସମ୍ପୂର୍ଣ୍ଣ ସେଟ୍ ଅପ୍ ସ୍ଥାନାନ୍ତର କେବେ ହେବ ପ୍ରଶ୍ନରେ, ଏହି ପ୍ରକ୍ରିୟା ଜାରି ରହିଛି ବୋଲି ବି ଏମ ସି ଲିଖିତ ଭାବେ ଜଣାଇଛି ଏବଂ କେତେଦିନ ଭିତରେ ଅଳିଆ ଗଦା ସମ୍ପୂର୍ଣ ବନ୍ଦ…

Read More

ଭୁବନେଶ୍ବର: ଖଣ୍ଡାୟତ’ ବା ‘Khandayat’ ଜାତିକୁ କେନ୍ଦ୍ର ଓବିସି ବର୍ଗରେ ସାମିଲ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ ବା National Commission for Backward Classes ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ବିଜେପି ନେତା ତେଜେଶ୍ୱର ପରିଡ଼ା। ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ ଅହିରଙ୍କ ଓଡିଶା ଗସ୍ତ ଅବସରରେ ସେ ଏହି ଦାବୀ କରିଛନ୍ତି। ତେଜେଶ୍ବର କମିଶନର ଏବଂ ସଦସ୍ୟ ଶ୍ରୀଯୁକ୍ତ ଭୁବନ ଭୂଷଣ କମଲ ଏବଂ କମିଶନଙ୍କ ସଚିବଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟ ଅତିଥି ଭବନରେ ତାଙ୍କୁ ଭେଟି ‘ଖଣ୍ଡାୟାତ’ ଜାତି କୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ। ‘ଖଣ୍ଡାୟତ’ ଜାତିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀମାନେ କମିଶନରଙ୍କ ଜନଶୁଣାଣିରେ ଭାଗ ନେଇ ଏହି ଯୁକ୍ତି ଉପସ୍ଥାପନା କରିଥିଲେ। ସୂଚନା ଯୋଗ୍ୟ ଯେ,  ଖଣ୍ଡାୟତ ଜାତିକୁ ଓଡ଼ିଶା…

Read More

ଭୁବନେଶ୍ବର: ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଛି। ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦମ ରେ ଲାଗିପଡିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଶାସକ ବିଜେପିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାରକୁ ଯାଇ ନାହାଁନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ନାହାଁନ୍ତି। ଉଭୟ ଦଳର କର୍ମି ଓ ପ୍ରାର୍ଥୀ ଏହି ଦୁଇ ନେତାଙ୍କୁ ଅପେକ୍ଷା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କେବେ ପ୍ରଚାରକୁ ଯିବେ ସେ ନେଇ କୌଣସି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ନ ଥିବା ବେଳେ ନବୀନଙ୍କ ଗସ୍ତ ପ୍ରାୟ ଚୁଡାନ୍ତ ହୋଇଥିବାର ଜଣାପଡିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ତିନି ତାରିଖରେ ନୂଆପଡା ଗସ୍ତ କରିବେ ବୋଲି ଦଳୀୟ ସୁତ୍ରରୁ ଜଣାପଡିଛି। ସେଥିପାଇଁ ନୂଆପଡା ବିଜେଡି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ସୂଚନା ଅନୁସାରେ ନବୀନ ତିନି ତାରିଖ ସକାଳୁ ନୂଆପଡା ଗସ୍ତ କରିବେ।…

Read More

ଭୁବନେଶ୍ବର: ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋନ୍ଥାର ପ୍ରକୋପ ଭୁବନେଶ୍ବରରେ ଆରମ୍ଭ ହେବାରେ ଲାଗିଛି। ଆଜି ରାଜଧାନୀର ପାଗ ସକାଳେ ବେଶ ଭଲ ଥିଲା, ସକାଳୁ ସକାଳୁ ଖରା ପଡିଥିଲା। ହେଲେ ଦିନ ଏଗାର ବେଳକୁ ଆକାଶ ମେଘାଛନ୍ନ ହେବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷ କରି ଖଣ୍ଡଗିରି, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଶହୀଦନଗର ଏବଂ ପୁରୁଣା ଭୁବନେଶ୍ବରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ସହିତ ପବନ ପ୍ରବାହିତ ହୋଇଛି। ବାତ୍ୟା ମୋନ୍ଥା ଭୀଷଣ ବାତ୍ୟାରେ ପରିଣତ ହୋଇ ଘଣ୍ଟାକୁ 15 କିଲୋମିଟର ବେଗରେ ଗତି କରୁଛି। ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ଗୋପାଳପୁରରୁ 550 କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ ରହିଛି। ସେହିପରି ଆନ୍ଧ୍ରପ୍ରଦେଶ ମଚ୍ଛଲିପାଟନମରୁ 190 କିଲୋମିଟର, କାକିନଡାରୁ 270 କିଲୋମିଟର ଦୂରରରେ ରହିଛି।

Read More

Chhath Puja:ଆଜି ଶେଷ ହୋଇଛି ଛଟ୍ ପୂଜା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭକ୍ତଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭଗବାନ ସୂର୍ଯ୍ୟଦେବଙ୍କୁ ସକାଳେ ଅର୍ଘ୍ୟ ଅର୍ପଣ ସହିତ ଏହି ମହାନ ଚାରି ଦିନିଆ ମହୋତ୍ସବ ଶେଷ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ମହୋତ୍ସବ ସମୟରେ ଭାରତର ଗୌରବମୟ ଛଟ ପୂଜା ପରମ୍ପରାର ଦିବ୍ୟ ମହିମା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଭକ୍ତ ଏବଂ ପରିବାରକୁ ତାଙ୍କର ଶୁଭକାମନା ଜଣାଇବା ସହିତ ପ୍ରାର୍ଥନା କରିଛନ୍ତି ଯେ ଛଟ ମାଇୟାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ଆଲୋକ ଏବଂ ଖୁସିରେ ପରିପୂର୍ଣ୍ଣ କରୁ। ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ହିନ୍ଦିରେ ଲେଖିଛନ୍ତି ଯେ, “भगवान सूर्यदेव को प्रात:कालीन अर्घ्य के साथ आज महापर्व छठ का शुभ समापन हुआ। चार दिवसीय इस…

Read More

ଭୁବନେଶ୍ବର: ଆଜି ଛଟ୍ ପୂଜାର ଉଦିତ ସୂର୍ଯ୍ୟଙ୍କୁ ପୂଜା କରାଯାଇଛି। ବିଭିନ୍ନ ନଦୀପଠାରେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ପାରଂପାରିକ ରିତିରେ ଏହି ପୂଜା କରାଯାଇଛି। ଗତକାଲି ସଂଧ୍ୟାରେ ସୂର୍ଯ୍ୟ ପୂଜା କରାଯାଇଥିବା ବେଳେ ଆଜି ଉଦିତ ସୂର୍ଯ୍ୟ ପୂଜା କରାଯାଇଛି। ବିହାରର ପ୍ରସିଦ୍ଧ ଏହି ପୂଜା ବର୍ତ୍ତମାନ ସାରା ଭାରତରେ ପାଳ ଆରମ୍ଭ ହୋଇଯାଇଛି। ଯେଉଁ ରାଜ୍ୟରେ ବିହାରୀମାନେ ଅଛନ୍ତି ସେମାନେ ସେହି ସ୍ଥାନରେ ଛଟ୍ ପୂଜା କରୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଏଥିରେ ଆଗ୍ରହ ପ୍ରକାଶ କରି ସେମାନେ ମଧ୍ୟ ଛଟ୍ ପୂଜା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ବିଭିନ୍ନ ନଦୀପଠାରେ ଛଟ୍ ପୂଜା ପାଳିତ ହୋଇଆସୁଛି। ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଏହା ପାଳନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ପତ୍ନୀ ମଧ୍ୟ ଛଟ ପୂଜାରେ ସାମିଲ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୁମ୍ବାଇରୁ ଫେରିବା ପରେ ସେ ଆଜି ଭୋରରୁ ସେ…

Read More

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ତଥା ଯୁବ ଲେଖିକା ମୁନ୍‌‌ମୁନ୍‌ ମହାନନ୍ଦିଆଙ୍କ ଲିଖିତ ଇଂରାଜୀ ଉପନ୍ୟାସ ‘ଦ ଗ୍ଲାସ୍‌ ସିଲିଂ’କୁ ଉନ୍ମୋଚନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି। ସୋମବାର ପୂର୍ବାହ୍ନରେ ରାଜଭବନ ପରିସରରେ ରାଜ୍ୟପାଳ ପୁସ୍ତକଟି ଉନ୍ମୋଚନ କରିବା ସମୟରେ ଜଣେ ନାରୀର ସଂଘର୍ଷ ଓ ସଫଳତାକୁ ନେଇ ଲିଖିତ ଏ ଉପନ୍ୟାସର ପ୍ରଶଂସା କରିଥିଲେ। ଲେଖିକା ମୁନ୍‌ମୁନ୍‌ଙ୍କର ଏହା ପ୍ରଥମ ଉପନ୍ୟାସ। ପରିସ୍ଥିତିକୁ ସାମନା କରି ଜଣେ ସାଧାରଣ ନିମ୍ନମଧ୍ୟବିତ୍ତ ନାରୀ କିଭଳି ରାଜନୈତିକ, ସାମାଜିକ ଓ ପାରିବାରିକ ବିଘ୍ନ ସବୁକୁ ସାମନା କରି ଆଗକୁ ବଢ଼ିବାର ଅଦମ୍ୟ ଉଦ୍ୟମ କରିଛି ତାହା ହିଁ ‘ଦ ଗ୍ଲାସ୍‌ ସିଲିଂ’ର ସାରମର୍ମ। ଉନ୍ମୋଚନ ଅବସରରେ ଜଣାଶୁଣା କବି ରକ୍ଷକ ନାୟକ ଓ କଥାକାର ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। ପୁସ୍ତକଟି ଆମାଜନ୍‌ ସମେତ ବିଭିନ୍ନ ପୁସ୍ତକ ଭଣ୍ଡାରରେ ଉପଲବ୍ଧ ହେଉଛି।

Read More

Cyclone Montha: ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ମୋନ୍ଥାକୁ ଦୃଷ୍ଟିରେ ରଖି, (ଯାହା 28 ଅକ୍ଟୋବର ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ସନ୍ଧ୍ୟା/ରାତି ସୁଦ୍ଧା କାକିନଡା ନିକଟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ), ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀ ଏବଂ ରେଳ ସମ୍ପତ୍ତିର ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ପରିସ୍ଥିତିର ନିକଟତର ତଦାରଖ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ 24 ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ସମନ୍ୱୟ ଏବଂ ବାସ୍ତବ-ସମୟ ମୂଲ୍ୟାଙ୍କନ ପାଇଁ ରେଳପଥର ମୁଖ୍ୟାଳୟ ରେଳ ସଦନରେ ବିପର୍ଯ୍ୟୟ ପରିଚାଳନା ସେଲ୍ 24×7 କାର୍ଯ୍ୟ କରୁଛି। ଘୂର୍ଣ୍ଣିଝଡ଼ ସମୟରେ ନିରନ୍ତର ସଂଯୋଗ ବଜାୟ ରଖିବା ପାଇଁ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ଉଚ୍ଚସ୍ତରୀୟ ସମୀକ୍ଷା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ _ ପୂର୍ବତଟ ରେଳପଥ…

Read More

Nuapada Byelection: ନୂଆପଡା ଉପନିର୍ବାଚନ ନେଇ ଓଡିଶା ରାଜନୀତି ବର୍ତ୍ତମାନ ସରଗରମ। ତିନି ପ୍ରମୁଖ ଦଳ ଧୂମଧାମରେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏହା ଭିତରେ ତିନିଦଳର ପ୍ରାର୍ଥୀଙ୍କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାହା ହେଲା ଯେ ବିଜେଡି କଣ ପାଇଁ ନୂଆପଡାରେ ଜଣେ ଆଦିବାସୀ ପ୍ରାର୍ଥୀ ଦେଲା ନାହିଁ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ହେଉଛନ୍ତି ଅନୁସୂଚିତ ଜାତି ପ୍ରାର୍ଥୀ। ନୂଆପଡାରେ ଆଦିବାସୀଙ୍କ ଭୋଟ ବ୍ୟାଙ୍କ ଥିବା ବେଳେ ବିଜେଡି କାହିଁକି ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କଲା ନାହିଁ ବୋଲି ଉଠିଛି ପ୍ରଶ୍ନ। ବର୍ତ୍ତମାନ ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଜୟ ଢୋଲକିଆ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର। ବିଜେଡିରୁ ଭିଡିଆଣି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ଫା ଭୋଟ ହାତେଇବା ପାଇଁ ବିଜେପି ଏପରି ରଣ କୌଶଳ ଆପଣେଇଛି। ଯାହା ରାଜନୀତିରେ କୌଣସି ଅସୁବିଧା ନାହିଁ। ସେହିପରି କଂଗ୍ରେସ ଆଦିବାସୀ ପ୍ରାର୍ଥୀ…

Read More

ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ସଂସ୍କୃତି ଗବେଷକ, ସାହିତ୍ୟିକ, ସଂଗ୍ରାହକ ଏବଂ ନାଟ୍ୟ ବ୍ୟକ୍ତିତ୍ବ ସୁରେଶ ବଳବନ୍ତରାୟଙ୍କ ୭୧ ତମ ଜୟନ୍ତୀ ‘ସୁରେଶ ସମାବେଶ’ ପାଳିତ ହୋଇଯାଇଛି। ଆଜି ସଂଧ୍ୟାରେ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ତରଫରୁ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଏହା ପାଳିତ ହୋଇଯାଇଛି। ଏଥିରେ ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ସଂସ୍କୃତି ଗବେଷକ ଚିତ୍ରସେଣ ପଶାୟତ, ପ୍ରମୁଖ ଯୋଗଦେଇଥିଲେ। ଅତିଥୀମାନେ ସୁରେଶଙ୍କ ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ କବି ରକ୍ଷକ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସୁରେଶ ବଳବନ୍ତରାୟଙ୍କ ଝିଅ ଅନ୍ୟା ଅନୁରୂପା ସଂପଦାକୀୟ ପାଠ କରିଥିଲେ। ଏହି ଉତ୍ସବର ସଭାପତିତ୍ବ କରିଥିଲେ ଅନୁଷ୍ଠାନର ସଭାପତି ଡ ହରେକୃଷ୍ଣ ପାତ୍ର। ଏହି ଉପଲକ୍ଷେ ଲେଖକ ତଥା ଗବେଷର ଡ ସୁଧୀର କୁମାର ସାହୁଙ୍କୁ ସୁରେଶ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଜୟନ୍ତୀ ଉପଲକ୍ଷେ ସୁରେଶ ବଳବନ୍ତରାୟ ଲେଖିଯାଇଥିବା ଭାରତ ଲୀଳା…

Read More

Invest Odisha: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୫୦୦ ଦିନ ପୂରଣ ହେବା ପରେ, ଓଡ଼ିଶା ସରକାର ଶନିବାର ଦିନ ୧.୪୬ ଲକ୍ଷ କୋଟି ଟଙ୍କାର ୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୬୬,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ” ସରକାରଙ୍କ ଏହି ୫୦୦ ଦିନ ଏକ ଆତ୍ମବିଶ୍ୱାସୀ, ପ୍ରଗତିଶୀଳ ଏବଂ ନିବେଶ ପାଇଁ ପ୍ରସ୍ତୁତ ଓଡ଼ିଶାକୁ ପ୍ରତିଫଳିତ କରିଛି। ଭାରତ ଏବଂ ବିଦେଶର ନିବେଶକମାନଙ୍କ ଦ୍ୱାରା ଦେଖାଯାଇଥିବା ବିଶ୍ୱାସ ଆମର ନୀତିର ଶକ୍ତି, ଶାସନର ଗତି ଏବଂ ଏକ ଆତ୍ମନିର୍ଭରଶୀଳ ପ୍ରତିଫଳିତ ହୋଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଆଇଟି ଏବଂ ଇଏସଡିଏମ୍, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା, ବୟନ ଏବଂ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସବୁଜ ଶକ୍ତି ଉପକରଣ, ଆଇଟି ଏବଂ ଆଇଟିଇଏସ୍, ଡାଟାସେଣ୍ଟର, ସ୍ପେଶାଲିଟି ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ୍ ଏବଂ…

Read More

AIIMS Bhubaneswar: ଏମ୍ସ ଭୁବନେଶ୍ୱର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ, (ଆଇଏସଏସଏଚ୍ ଏବଂ ଏପିଆର୍ଏଏସ୍ଓ)ର ତତ୍ତ୍ୱାବଧାନରେ ଏକ ହ୍ୟାଣ୍ଡ୍ ଫ୍ରାକ୍ଚର ଫିକ୍ସେସନ୍ କର୍ମଶାଳା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ କଙ୍କାଳ ସ୍ଥିରୀକରଣ ଠାରୁ ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକ୍ଷମ ପୁନରୁଦ୍ଧାର ପର୍ଯ୍ୟନ୍ତ ହାତ ଭଙ୍ଗାର ବ୍ୟାପକ ପରିଚାଳନାରେ ପ୍ଲାଷ୍ଟିକ୍ ସର୍ଜନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲା। ଏହି ଅବସରରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ହାତ ଭଙ୍ଗା ପରିଚାଳନା ଏବଂ ସ୍ଥିରୀକରଣରେ ପ୍ଲାଷ୍ଟିକ୍ ସର୍ଜନମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ମାଇକ୍ରୋସର୍ଜରୀ, ନରମ ଟିସୁ ପୁନଃନିର୍ମାଣ ଏବଂ ହାଡ଼ ସ୍ଥିରୀକରଣରେ ବିଶେଷଜ୍ଞତାକୁ ମିଶ୍ରଣ କରି ଆହତ ହାତର ରୂପ ଏବଂ କାର୍ଯ୍ୟକୁ ପୁନଃସ୍ଥାପିତ କରନ୍ତି। ସର୍ବୋତ୍ତମ ପୁନରୁଦ୍ଧାର ଏବଂ କାର୍ଯ୍ୟକ୍ଷମ ଫଳାଫଳ ସୁନିଶ୍ଚିତ କରିବା ସହିତ ନରମ ଟିସୁ, ଟେଣ୍ଡନ, ସ୍ନାୟୁ ଏବଂ ରକ୍ତବାହୀ ନଳୀଗୁଡ଼ିକର ପୁନଃନିର୍ମାଣ…

Read More