Author: Samikhsya Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଓଡିଶା ସରକାର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ, ଦକ୍ଷତା ଇତ୍ୟାଦି ମାଧ୍ୟମରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ରଗତିଶୀଳ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ‘ସ୍କିଲ ଇନ ଓଡିଶା’ TVET ଇକୋ-ସିଷ୍ଟମରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି। ରାଜ୍ୟର ଏହି ମହତକାଂକ୍ଷୀ ଦୃଷ୍ଟିକୋଣ ଏବଂ ସମସ୍ତ ହିତାଧିକାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁ ‘ସ୍କିଲ୍‌ -ଇନ୍‌- ଓଡିଶା’ ତାଲିମଦାତାଙ୍କୁ ୨୦୧୯ ବିଶ୍ୱ୍‌ ଦକ୍ଷତା ପ୍ରତିଯୋଗିତାରେ ଭାରତରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ କରିଛି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି। ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ, ଓଡ଼ିଶାରେ ଏଭଳି ଆୟୋଜନ ଭାରତବର୍ଷରେ ପ୍ରଥମ ଏବଂ ଓଡ଼ିଶା ହେବ ସୁଯୋଗର ପୃଷ୍ଠଭୂମି। ‘ସ୍କିଲ୍‌-ଇନ୍‌-ଓଡିଶା’ ବ୍ରାଣ୍ଡକୁ…

Read More

ଭୁବନେଶ୍ୱର: ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରିକରି ବିଭିନ୍ନ ପ୍ରଜାତିର ମାଛସଂଖ୍ୟାରେ ବୃଦ୍ଧି ଆଣିବା ପାଇଁ ଓଡ଼ିଶା ଉପକୂଳରେ ମାଛଧରା ନିଷେଧାଜ୍ଞା ପ୍ରତିବର୍ଷ ଅପ୍ରେଲ ୧୫ ତାରିଖରୁ ଜୁନ ୧୪ ତାରିଖ, ୬୧ ଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ ଏକ ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷିଭବନଠାରେ ଆୟୋଜିତ ବୈଠକରେ ବିଭିନ୍ନ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ମାଛଧରା ନିଷେଧାଜ୍ଞାର ବିଭିନ୍ନ ଦିଗ ସଂପର୍କରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ସମୁଦ୍ରରେ ବିଭିନ୍ନ ପ୍ରଜାତିର ମାଛ ସଂରକ୍ଷଣ ଓ ଏହାର ବଂଶବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ, ଯେପରି ଦୀର୍ଘ ସମୟ ଧରି ସମୁଦ୍ରରେ ମାଛ ଧରିବା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ। ବୈଠକରେ ସଂଘର ପ୍ରତିନିଧିମାନେ ଯନ୍ତ୍ରଚାଳିତ ମାଛଧାରା ଡଙ୍ଗା ଉପରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସ୍ ପି ଜଗମୋହନ ମୀନ ବେଲଗୁଣ୍ଠା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣୀ କରିବା ସହ ୫ ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକ୍ରମରେ ୫୩ ଜଣ ଅଭିଯୋଗକାରୀ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ୍ ପ୍ରଦାନ କରିବା ସହ ୧୯ ଜଣଙ୍କୁ ଭତ୍ତା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଭଞ୍ଜନଗର ଉପଜିଲ୍ଲାପାଳ, ଲୋକ ସମ୍ପର୍କ ଅଧିକାରୀ, ବେଲଗୁଣ୍ଠା ବିଡ଼ିଓ, ଭଞ୍ଜନଗର ଏସ୍ ଡି ପି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ତହସିଲଦାର, ବେଲଗୁଣ୍ଠା ଓ ଗାଙ୍ଗପୁର ଥାନା ଅଧିକାରୀଙ୍କ ସମେତ ବହୁ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଜାତୀୟ ରାଜପଥ ୧୬ ପୋକଡିବନ୍ଧ ଛକରେ ସେହି ଅଞ୍ଚଳର ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ କୌଣସି ଏକ ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଏତିକି ବେଳେ ଗୋପାଳପୁର ଥାନା ପାଟ୍ରୋଲିଂ ସେହି ରାସ୍ତାରେ ଯାଉଥିବା ବେଳେ ଆହତ ଯୁବକଙ୍କୁ ଉଠାଇ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଦାୟିତ୍ଵରେ ଥିବା ଡ଼ାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ସୌଭାଗ୍ୟ ସାହୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗ ଅନୁଯାୟୀ ଏତଲା ନଂ ୧୨୦/୨୩ ଅନୁଯାୟୀ ମାମଲା ରୁଜୁ କରି ଗୋପାଳପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

ଭୁବନେଶ୍ଵର: ଭାରତରେ ଅନେକ ସହର ଅଛି ଯାହା ସେମାନଙ୍କର ବିଶେଷତା ପାଇଁ ଜଣାଶୁଣା। ସେଗୁଡିକୁ କିଛି ନା କିଛି ନାମ ଦିଆଯାଇଛି। ଏହିପରି ଗୋଟିଏ ସହର ଭାରତର ମନ୍ଦିର ସହର ଭାବରେ ଜଣାଶୁଣା। ଏଠାରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ୫୦୦ ରୁ ଅଧିକ ମନ୍ଦିର ଅଛି। ଏହି କାରଣରୁ ଏହାକୁ ମନ୍ଦିର ମାଳିନୀ ସହର କୁହାଯାଏ। ଆମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବିଷୟରେ କହୁଛୁ .. ଏଠାରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି। ଏହିପରି ଅନେକ ମନ୍ଦିର ମଧ୍ୟ ଅଛି, ଯାହା ଷଷ୍ଠ ଏବଂ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହା ସହରର ସଂସ୍କୃତି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରେ। ମନ୍ଦିର ମାଳିନୀ ସହର ଭୁବନେଶ୍ୱର: ହଜାର ହଜାର ବର୍ଷର ଐତିହ୍ୟ ଏବଂ ସଂସ୍କୃତିର ଏକ ଏକ ଉଦାହରଣ ହେଉଛି ଭୁବନେଶ୍ୱରର ‘ଏକାମ୍ର କ୍ଷେତ୍ର’ ମନ୍ଦିର। ଏହାର ଅନନ୍ୟ ସ୍ଥାପତ୍ୟ ପାଇଁ ଏହା ଜଣାଶୁଣା। ଏହାର ନାମ ୟୁନେସ୍କୋ…

Read More

ଭୁବନେଶ୍ବର: ‘ଗରୁଡ ପୁରାଣ’ର ନାମ ଶୁଣି ଲୋକମାନେ ଏହାକୁ କେବଳ ମୃତ୍ୟୁ ଘଟଣା ସହ ଜଡିତ ଏକ ପୁସ୍ତକ ଭାବରେ ଦେଖନ୍ତି, ଯାହାକି ସମ୍ପର୍କୀୟଙ୍କ ମୃତ୍ୟୁ ପରେ ପୁରା ୧୩ ଦିନ କେବଳ ଘରେ ପଢାଯାଏ। ଯେଉଁମାନେ ସନାତନ ଧର୍ମରେ ବିଶ୍ଵାସ କରନ୍ତି, ସେମାନେ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଥିବା ଜିନିଷଗୁଡ଼ିକ ଉପରେ ସେମାନଙ୍କର ବିଶ୍ୱାସ ବ୍ୟକ୍ତ କରନ୍ତି, ଯେଉଁଥିରେ ମୃତକଙ୍କ ମୃତ୍ୟୁଠାରୁ ପରିତ୍ରାଣ ପ୍ରାପ୍ତି ପର୍ଯ୍ୟନ୍ତ ଯାତ୍ରାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ସନାତନ ଧର୍ମରେ ସମୁଦାୟ ୧୮ ଟି ପୁରାଣ ଏବଂ ଉପ ପୁରାଣ ଅଛି। ସମସ୍ତ ପୁରାଣ ମହାଭାରତର ଲେଖକ ମହର୍ଷି ବେଦବ୍ୟାସ ଲେଖିଛନ୍ତି। ଗରୁଡ ପୁରାଣ ମଧ୍ୟ ସେଗୁଡିକ ମଧ୍ୟରୁ ଅନ୍ୟତମ। ଏଥିରେ ସମୁଦାୟ ୧୯ ହଜାର ଶ୍ଳୋକ ଅଛି, ଯେଉଁଥିରେ ଭଗବାନ ବିଷ୍ଣୁଙ୍କର ୨୪ ଅବତାର କୁହାଯାଇଛି। ଏହା ସୂର୍ଯ୍ୟ, ଚନ୍ଦ୍ର ଏବଂ ଅନ୍ୟାନ୍ୟ ଗ୍ରହ ସମେତ ଅଲୌକିକ ଜଗତର ୯ ଟି ଶକ୍ତି ବିଷୟରେ…

Read More

ବାସ୍ତୁଶାସ୍ତ୍ର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌। ଏବଂ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମରେ ଆଜି ସକାଳୁ ଅଭାବନୀୟ ଘଟଣା ଘଟିଯାଇଛି। ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ମୁତାବକ ଆଜି ସକାଳୁ ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ ଖାଲି କରି ଫେରିବା ବେଳକୁ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ତେବେ ହାଇୱା ଟି ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଗାଡି ମାଲିକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି।

Read More

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ, ତେବେ ରଜା କୈଣସି ନିଷ୍ପତି ନେଇପାରିବେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି। ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟୁଇଟରେ ସେ ଏହି ସୁବିଧା ବୁଲି ଦେଖିବା ସହିତ କର୍ମଚାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ସ୍ଥିତି ଏବଂ ଦେଶରେ ପ୍ରତିରୋଧ ଏବଂ ପରିଚାଳନା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଲାଗି ସାରା ଦେଶରେ ମକ୍ ଡ୍ରିଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକ ଆଜି ମକ୍ ଡ୍ରିଲ୍ କରୁଛନ୍ତି…

Read More

ମେଷ- ଆଜି ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଆଜି ଅର୍ଥର ବିନିଯୋଗ ବିଷୟରେ ଆଲୋଚନା କରିପାରିବେ। ରୋଜଗାର ଏବଂ ଅର୍ଥ ପାଇଁ କରାଯାଉଥିବା ପ୍ରୟାସରେ ଆଜି ଆପଣ ସଫଳତା ପାଇବେ। ଆଜି, ଛାତ୍ରମାନେ ଆଶା କରାଯାଉଥିବା ପରି ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ। ପିଲାଠାରୁ ଲାଭ ଏବଂ ସୁଖ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। ବୃଷ- ବୃଷ ରାଶିର ଲୋକମାନେ ଆଜି କିଛି ବୃଥା ଚାପ ପାଇବେ। ଆଜି ଟଙ୍କା ଅପଚୟ କାର୍ଯ୍ୟରେ ଖର୍ଚ୍ଚ ହେବ। ଆଜି ଆପଣ ଚାକିରୀ କ୍ଷେତ୍ରରେ ସମସ୍ୟା ହୋଇପାରେ, କିନ୍ତୁ ଆପଣଙ୍କର କାର୍ଯ୍ୟ ସରିଯିବ। ଆଜି ପେଟ ସହିତ ଜଡିତ ଏକ ପ୍ରକାର ଅସୁବିଧା ହୋଇପାରେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆଜି ଭ୍ରମଣରେ ଆପଣଙ୍କୁ କିଛି ଅସୁବିଧା ହୋଇପାରେ। ଆଜି ନିଜକୁ ଏବଂ ଅନ୍ୟମାନଙ୍କୁ ବିତର୍କରୁ ଦୂରରେ ରୁହନ୍ତୁ। ମିଥୁନ-  ଆଜି…

Read More

ଭୁବନେଶ୍ଵର: ଏକ ଦେଶର ଅଭିବୃଦ୍ଧି ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ବୃଦ୍ଧି ପାଇଥାଏ। ଏକ ଶକ୍ତିଶାଳୀ ଉଦ୍ଭାବନ ଇକୋସିଷ୍ଟମ୍ ଗଠନ ପାଇଁ ବନ୍ଦର, ସିପିଂ ଏବଂ ଜଳପଥ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) (ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟ ଅପ୍ ପଲିସି) ଉପରେ ଡ୍ରାଫ୍ଟ ଜାରି କରିଛନ୍ତି। ଏହି ଡ୍ରାଫ୍ଟ ନୀତିର ଲକ୍ଷ୍ୟ ହେଉଛି ଷ୍ଟାର୍ଟ ଅପ୍ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଭାରତର ବଢ଼ୁଥିବା ସାମୁଦ୍ରିକ କ୍ଷେତ୍ରର ଭବିଷ୍ୟତର ବିକାଶ କରିବା ସହିତ ଦେଶର ଉନ୍ନତି କରିବା। ଏହା ଦେଶରେ ଏକ ନୂତନ ଇନୋ-ସିଷ୍ଟମ ଗଠନ ପାଇଁ ସଂସ୍ଥାଗୁଡ଼ିକର ଗଭୀର ସହଯୋଗକୁ ଅନ୍ତର୍ଭୁକ୍ତ କରେ ଯାହା ସ୍ଥାୟୀ ଅଭିବୃଦ୍ଧି ଘଟାଇବ ଏବଂ ବୃହତ ରୋଜଗାରର ସୁଯୋଗ ସୃଷ୍ଟି କରିବ। ଏହା ଏକାଡେମିକ୍ ଅନୁଷ୍ଠାନ, ସାର୍ବଜନୀନ କ୍ଷେତ୍ର, ବେସରକାରୀ କ୍ଷେତ୍ର ଏବଂ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ସମ୍ମିଶ୍ରଣକୁ ବୃଦ୍ଧି କରିବ ଏବଂ କାର୍ଯ୍ୟ, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦକ୍ଷତା ବୃଦ୍ଧି…

Read More

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ବା ଆରଟିଇ ରେ ଅନୁଚ୍ଛେଦ ୧୨ (୧) ର ଧାରା “ଗ” ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପରେ ନବମରୁ ଦ୍ୱାଦଶ ପଯ୍ୟନ୍ତ ନିଃଶୁଳ୍କ ପାଠପଢ଼ା ପାଇଁ ଓଡିଶା ହାଇକୋର୍ଟ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏକ ନୂଆ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଲୋକସେବା ଭବନରେ ଗଣଶିକ୍ଷା ସଚିବ  ଆଶ୍ବସ୍ତି ଏସ ଙ୍କୁ ଭେଟି ଦାବୀ କରିବା ସହ ଅଫିସିଆଲ ଭାବେ ଦାବୀ ପତ୍ର ଓ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଗଣଶିକ୍ଷା ସଚିବ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ କହିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ କି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆଡ଼ମିସନ ବର୍ତ୍ତମାନ…

Read More

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟୁରିଜିମ୍‌ ଏଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ) ପକ୍ଷରୁ ଏକ ଐତିହ୍ୟ ପଦଯାତ୍ରା ଆୟୋଜନ କରାଯାଇଥିଲା। ଦୈବୀଶକ୍ତି ପ୍ରତି ସମର୍ପିତ ଏହି ପଦଯାତ୍ରା ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ଆଇଆଇଟିଟିଏମର ଐତିହ୍ୟ କ୍ଲବ ଏବଂ ଭ୍ରମଣ ଫଟୋ କ୍ଲବର ସଦସ୍ୟମାନଙ୍କ ସମେତ ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଏଥିରେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ । ମନ୍ଦିର ପରିସର, ଯୋଗିନୀ ମୂର୍ତ୍ତି ପରିକ୍ରମା କରିବା ପରେ ଐତିହ୍ୟ ପଦଯାତ୍ରା ମନ୍ଦିର ବାହାରେ ଥିବା ପବିତ୍ର ପୁଷ୍କରିଣୀ ନିକଟରେ ଶେଷ ହୋଇଥିଲା। ଓଡ଼ିଶାର ସଂସ୍କୃତି, ଯୋଗିନୀ ସଂସ୍କୃତିର ଅସୀମିତ ଚେତନା ବିଷୟରେ ଏହି ପଦଯାତ୍ରାରୁ ଏକ ବିଶେଷ ଅନୁଭୂତି ପ୍ରାପ୍ତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଏଏପି) କୁ ରାଷ୍ଟ୍ରୀୟ ଦଳର ମାନ୍ୟତା ଦେଇଛନ୍ତି। ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରତୀକ ଝାଡୁ ହୋଇ ରହିବ। ଆଜି ନିର୍ବାଚନ ଆୟୋଗ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି), ଶରଦ ପାୱାର ଏନସିପି ଏବଂ ସିପିଆଇ ରାଷ୍ଟ୍ରୀୟ ମାନ୍ୟତା ହରାଇଛନ୍ତି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପରାଜୟ ପରେ ଏନସିପିରୁ ଏକ ରାଷ୍ଟ୍ରୀୟ ଦଳର ସ୍ଥିତି ଛଡ଼ାଇ ନିଆଯାଇଛି। ଚାରିଟି ରାଜ୍ୟ – ଦିଲ୍ଲୀ, ଗୋଆ, ପଞ୍ଜାବ ଏବଂ ଗୁଜୁରାଟରେ ନିର୍ବାଚନୀ ପ୍ରଦର୍ଶନ ଆଧାରରେ ଆପ କୁ ଏକ ରାଷ୍ଟ୍ରୀୟ ଦଳର ମାନ୍ୟତା ଦିଆଯାଇଛି ବୋଲି ଆୟୋଗ କହିଛନ୍ତି। ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଆଇ), ବାହୁଜନ ସମାଜ ପାର୍ଟି (ବିଏସପି), ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ଏଏପି ବର୍ତ୍ତମାନ ରାଷ୍ଟ୍ରୀୟ ଦଳ। ଲୋକ ଜନତା ପାର୍ଟି (ରାମ ବିଳାସ ପାସୱାନ)…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ମହୁରୀ କାଳୁଆ ଛକରେ ଯାଞ୍ଚ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ସ୍କୁଟି ଚାଳକକୁ ବିଭାଗୀୟ କର୍ମଚାରୀମାନେ ଅଟକାଇ ଯାଞ୍ଚ କରିଥିଲେ। ସେହିସମୟରେ ସେଥିରୁ ୪୦ ଲିଟର ସ୍ପିରିଟ ମିଳିଥିଲା ଓ ସ୍କୁଟି ଚାଳକ ଶିବାଶିଷ ଡାକୁଆକୁ ପଚରାଉଚରା ବେଳେ ନକଲି ମଦ ପ୍ରସ୍ତୁତ ପାଇଁ ଏହି ସ୍ପିରିଟ ବ୍ୟବହୃତ ହୁଏ ବୋଲି କହିଥିଲା। ତେବେ ସେ ଏହାକୁ ବଡଖେମୁଣ୍ଡି ସାହିର ଏକ ଗୋଦାମରୁ ଆଣିଥିବା କହିବା ପରେ ବିଭାଗୀୟ କର୍ମଚାରୀ ମାନେ ଶିବାଶିଷକୁ ନେଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲା। ସେଠାରେ ମହଜୁଦ ଥିବା ୧୭୪୦ ଲିଟର ସ୍ପିରିଟ ଜବତ କରିବା ସହ ଗୋଦାମରେ କାମ କରୁଥିବା ଶଙ୍କର ପ୍ରଧାନ ଓ ସଂଜିତ ପ୍ରଧାନ ନାମକ ଫାଶିଗୁଡା ଗ୍ରାମର ଦୁଇ ଯୁବକଙ୍କୁ ଗିରଫ କରିଥିଲା। ଜବତ ସ୍ପରିଟ୍ ର ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ…

Read More

ନିରାକରପୁର: ଖୋର୍ଦ୍ଧା ନିରାକାରପୁର ଥାନା ନୂଆଗଡ ପଞ୍ଚାୟତରେ ଏକ ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି। ସାମାନ୍ୟ ବଚସାରୁ ପଡୋଶୀଙ୍କୁ ପିଟି ପିଟି ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି। ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ କୃଷ୍ଣଚନ୍ଦ୍ର ମାଝୀ (୪୨) ବୋଲି ଜଣାପଡିଛି। ଜମିବାଡ଼ିକୁ ନେଇ ପୂର୍ବ ଶତୃତା ଥିଲା। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଏ ନେଇ ମୃତକଙ୍କ ମାଆ ବଦନୀ ମାଝି ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ପୋଲିସ ୪ଜଣ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାରଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅରୁଣାଚଳ ପ୍ରଦେଶର କିବିଥୁ ଠାରେ ‘ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ’ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଚୀନ୍‌କୁ ଖୋଲାଖୋଲି ଭାବେ କହିଛନ୍ତି ଯେ, ବର୍ତ୍ତମାନ ଆଖି ଉଠାଇ କେହି ସୀମାକୁ ଦେଖିପାରିବେ ନାହିଁ। ଛୁଞ୍ଚି ମୁନର ସମାନ ଜମିରେ ମଧ୍ୟ କେହି ଅତିକ୍ରମଣ କରିପାରିବେ ନାହିଁ। ସେହି ସମୟ ଚାଲିଯାଇଛି, ଯେବେ ଭାରତ ଜମିରେ କେହି ଅତିକ୍ରମଣ କରିପାରୁଥିଲେ। ଅମିତ ଶାହା କହିଛନ୍ତି ଯେ, ଆଜି ଆସିବାବେଳେ ମୁଁ ଶହ ଶହ ଝରଣା ଦେଖିଲି। ମୁଁ ଏଠାରେ ଅବତରଣ କରିବା ମାତ୍ରେ ମୁଁ ପେମା ଖାଣ୍ଡୁଙ୍କୁ ଏଠାରେ ଏକ ଘର କିଣିବାକୁ କହିଲି ଏବଂ ମୋର ବୃଦ୍ଧାବସ୍ଥାରେ ଏଠାରେ ରହିବାକୁ ଆସିବି ବୋଲି କହିଲି। ଭଗବାନ ପର୍ଶୁରାମ ଅରୁଣାଚଳଙ୍କୁ ଏହି ନାମ ଦେଇଥିଲେ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁ ସୂର୍ଯ୍ୟ ଭଗବାନଙ୍କ ପ୍ରଥମ କିରଣର ଭୂମି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଆଗ୍ରହ ଦେଖି ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ଗସ୍ତ ବେଳେ ହାତୀମାନଙ୍କ ଅଭିନନ୍ଦନ ସମ୍ପର୍କରେ ପର୍ଶୁରାମ ଏମଜିଙ୍କ ଟିପ୍ପଣୀ ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ହଁ, ଏହା ନିଶ୍ଚିତ ଭାବେ ନିଆରା ଥିଲା।” ଶ୍ରୀ ମୋଦୀ ଦିଲ୍ଲୀ ସ୍ଥିତ ଜାତୀୟ ପ୍ରାଣୀ ଉଦ୍ୟାନ ଯାଇଥିବା ପ୍ରିୟଙ୍କା ଗୋୟଲଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ କରିଛନ୍ତି ଯେ, “ବଢିଆ। ଭାରତର ବୃକ୍ଷଲତା ଓ ବନ୍ୟପ୍ରାଣୀ ବିବିଧତା ଅସାଧାରଣ ଏବଂ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲୋକଙ୍କୁ ସୁଯୋଗ ମିଳିବା ଦରକାର।” ପ୍ରଧାନମନ୍ତ୍ରୀ ଗତକାଲିର ଫଟୋ ମଧ୍ୟ ଶେୟାର କରିଥିଲେ।

Read More

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ। ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏକ ଉନ୍ନତ ସମାଜ ଗଠନ ପାଇଁ ଶିକ୍ଷା’ ବିଷୟବସ୍ତୁ ଉପରେ ଏକ ଜାତୀୟ ସେମିନାର ଆୟୋଜିତ ହୋଇଯାଇଛି। ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଆୟୋଜିତ ଏହି ସେମିନାରରେ କିଟ୍‌ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସେମିନାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ପ୍ରଦ୍ୟୋତ କେଶରୀ ପ୍ରଧାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ମହେଶ୍ୱର ସାହୁ, କିଟ୍‌ର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ହଠାତ ବାଣପୁର ଗସ୍ତରେ ଆସି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ। ତାଙ୍କ ସହ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଓବିସିସି ପରିଚାଳନା ନିର୍ଦ୍ଦେଶକ ଇ. ଜୟକୃଷ୍ଣ ଦାସ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ୍ଷକ ଅଶ୍ୱିନୀ ଶତପଥୀ ଏବଂ ସ୍ଥପତି ଅକ୍ଷୟ ବେହୁରିଆ ଆଦି ଉପସ୍ଥିତ ଥିଲେ। ଉକ୍ତ ଟିମ ମନ୍ଦିରକୁ କିପରି ୫-ଟି ଅନ୍ତର୍ଗତ ନୂତନ ରୂପରେଖ ଦିଆଯିବ ତାହା ଉପରେ ଆଲୋଚନା କରିଥିଲେ। ମା’ ମନ୍ଦିର ସ୍ଥିତି ସମେତ ଏହି ଟିମ ପାରିପାର୍ଶ୍ୱ ଅଞ୍ଚଳ ବୁଲି ଦେଖିଥିଲେ। ମନ୍ଦିର ଚତୁର୍ପାଶ୍ୱରେ ପ୍ରାଚୀର ନିର୍ମାଣ, ପୁରୁଣା ମନ୍ଦିରକୁ ନୂତନ ଢାଞ୍ଚାରେ ନିର୍ମାଣ, ମନ୍ଦିରକୁ ସଂଯୋଗ ପାଇଁ ରୋଡ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ଏହି ଟିମ। ପରିଶେଷରେ ଏହି ଟିମ ସ୍ଥାନୀୟ ସେବାୟତ ଓ ବୁଦ୍ଧିଜୀବୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା…

Read More