Author: Samikhsya Bureau

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ଦେବତାମାନଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ। ନଡ଼ିଆ ଭିତରେ ପାଣି ଅଛି, ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନଡ଼ିଆ ଜଳର ସ୍ପର୍ଶ ଦ୍ୱାରା ଜିନିଷଗୁଡ଼ିକ ଶୁଦ୍ଧ ହୋଇଥାଏ। ନଡ଼ିଆ ଭିତର ଶସକୁ ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ବିବେଚନା କରାଯାଏ। ନଡ଼ିଆକୁ ସୁଖ, ଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟ, ବିବାହ, ଲଗ୍ନ, ଧାର୍ମିକ ରୀତିନୀତି, ପ୍ରତିଷ୍ଠା, ଘରର ମୂଳଦୁଆ ପକାଇବା, ଘର ପ୍ରବେଶ ସମୟରେ ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି। କିଛି ଲୋକ ଏହାକୁ ଭଗବାନ ଶିବଙ୍କ ରୂପ ଭାବରେ ମଧ୍ୟ ବିବେଚନା କରନ୍ତି। କାରଣ ଏହାର ତିନୋଟି ଆଖି ଅଛି ଯାହାକୁ ଏହାକୁ ତ୍ରିନେତ୍ର ବୋଲି ବିବେଚନା କରାଯାଏ।

Read More

ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା 1- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି । ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ । 2- ଉଡିବା ସମୟରେ ଯଦି…

Read More

ମେଷ- ଆଜି ଆପଣଙ୍କର ସ୍ଥାନାନ୍ତରଣ ଯୋଗ ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କ କାର୍ଯ୍ୟର ଚତୁରତା ଏବଂ କଳାର ଭାବନା ପ୍ରଦର୍ଶନ କରିବାର ଏକ ସୁଯୋଗ ରହିବ । ଏହି ବ୍ୟକ୍ତିଙ୍କ ଜୀବନରେ ପ୍ରେମ ସାଂଘାତିକ ହୋଇପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଖୁସି ରହିବ। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ । ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କର ପ୍ରକୃତିରେ ଅଧିକ ରହିବ। ତେଣୁ ଆଜି ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ…

Read More

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଶହୀଦ ରଘୁ-ଦିବାକରଙ୍କ ସାହସ ତଥା ବି୍ରଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସେମାନଙ୍କର ସଂଗ୍ରାମ ଭାରତର ଅନ୍ୟ ସ୍ୱାଧୀନଚେତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା ବୋଲି ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ଐତିହାସିକ ଶ୍ରୀ ସତ୍ୟବାଦୀ ବଳିୟାରସିଂହ କହିଲେ ଯେ ଅତ୍ୟାଚାରୀ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତାର ଆଶାରେ ରଣପୁରବାସୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଆନ୍ଦୋଳନର ପୁରୋଧା ଭାବେ ଗ୍ରହଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ…

Read More

ଭୁବନେଶ୍ବର: ଆଜି ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ନବ ନିଯୁକ୍ତ ଭୂତତ୍ତ୍ୱବିତ୍(ଜିଓଲୋଜିଷ୍ଟ) ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏଥି ସହ ମନ୍ତ୍ରୀ ଭୂତଳ ଜଳର ଉପଯୋଗିତା ଓ ଏହାର ଉପଲବ୍ଧତା ନେଇ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ନ୍ୟାସନାଲ ହାଇଡ୍ରୋଲୋଜି ପ୍ରକଳ୍ପ ଅଧିନରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ବିକଶିତ ମୋବାଇଲ ଆପ୍ଲିକେସନ “ଗେସ୍” (ଗ୍ରାଉଣ୍ଡ ୱାଟର ୟୂଟିଲିଟି ଆଣ୍ଡ ଏକ୍ସଟ୍ରାସନ ଷ୍ଟ୍ରକ୍ଚର ସର୍ଭେ) ର ଶୁଭ ଉନ୍ମୋଚନ କରିଥିଲେ। ତତ୍ ସହିତ ମନ୍ତ୍ରୀ ଶ୍ରୀମତୀ ସାହୁ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଓ ଭୂତଳ ଜଳ ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ “ଛାତ”…

Read More

ସୀତାରାମ ଅଗ୍ରୱାଲ ବାଣପୁର : ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ମାର୍ଗଦର୍ଶନ ନିମନ୍ତେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀ ମାନେ ପାଠ୍ୟପୁସ୍ତକ ବ୍ୟତୀତ ସାମାଜିକ ଗଠନ ମୁଲକ ତତ୍ତ୍ୱ ବିଷୟରେ ଶିକ୍ଷା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ନିର୍ଦ୍ଦେଶ ମୁତାବକ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ବାଣପୁର ବ୍ଲକର ଗୋଦାବରୀଶ ହାଇସ୍କୁଲ ଏବଂ ନାଚୁଣୀ ହାଇସ୍କୁଲଠାରେ ସାମାଜିକ ବିଜ୍ଞାନ ଏବଂ ଲିଙ୍ଗଗତ ସମାନତା କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଯେଉଁଥିରେ କି 100 ଜଣ ଶିକ୍ଷକ ପ୍ରଶିକ୍ଷିତ ହେବେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଶିକ୍ଷକ ମାନେ ମୁଖ୍ୟତଃ କିପରି ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅଧିକାର, ସୁଯୋଗ ଏବଂ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପ୍ରତିପାଦନ କରିପାରିବେ ଏହାରି ଉପରେ ପ୍ରଶିକ୍ଷିତ ହେବେ। ଯାହାକି ଆଗାମୀ ଦିନରେ ପିଲାମାନେ ଦେଶ ମାତୃକା ପ୍ରତି କର୍ତ୍ତବ୍ୟ, ସେମାନଙ୍କର…

Read More

Naveen In Japan: ଜାପାନରୁ ଆସିଲା ବଡ ଖବର। ତାହା ହେଲା ବିଶ୍ବର ପ୍ରମୁଖ ଇସ୍ପାତ କଂପାନୀ ନିପ୍ପନ ଷ୍ଟିଲ କରପୋରେସନ ଓଡିଶାରେ କରିବ ବଡ କାରଖାନା। ଆଜି ନିପ୍ପନ କଂପାନୀର ମୁଖ୍ୟ ଇଜି ହାସିମୋଟୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଘୋଷଣା କରିଛନ୍ତି। ବାର୍ଷିକ ୩୦ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ଥିବା କାରଖାନା ପ୍ରତିଷ୍ଠା କରିବ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଅଛନ୍ତି। ଆଜି ଗସ୍ତର ପ୍ରଥମ ଦିନରେ ନିପ୍ପନ ଷ୍ଟିଲ କଂପାନୀର ସଭାପତି ବା ମୁଖ୍ୟ ଇଜି ହାସିମୋଟୋଙ୍କ ସହିତ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ନିପ୍ପନ ଷ୍ଟିଲର ମୁଖ୍ୟ ସହିତ ତାଙ୍କର ପ୍ରତିନିଧୀମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଏବଂ ୫ଟି ସଚିବ ପ୍ରମୁଖ ଉପସ୍ଥିତି ଥିଲେ। ବର୍ତ୍ତମାନ ନିପ୍ପନ ଓଡିଶାରେ ଆର୍ସଲର ମିତ୍ତଲ ସହିତ ମିଶି ଇସ୍ପାତ ପ୍ରକଳ୍ପ…

Read More

ଭୁବନେଶ୍ବର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବାରୁ ଆଜି ‘ଡେଲିଭରୀ ବୟ’ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରୋତ୍ସାହନ ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଛି। ଏଥିସହ ଓଡିଆ ଚଳଚ୍ଚିତ୍ରର ପ୍ରସାର ପାଇଁ ଏଭଳି ସାଧୁ ଉଦ୍ୟମ ର ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଏଭଳି ଉଦ୍ୟମ ଫଳରେ ମୋୖଳିକ କାହାଣୀକୁ ନେଇ ପ୍ରଯୋଜକମାନେ ଆଗେଇ ଆସିବେ ଓ ଅଧିକରୁ ଅଧିକ ଦର୍ଶକ ଓଡିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇଵେ ବୋଲି ‘ଡେଲିଭରୀ ବୟ’ ଟିମ୍ ତରଫରୁ ମତ ପ୍ରକାଶ ପାଇଥିଲା। ଏହି ସମ୍ମିଳନୀରେ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶକ୍ତି ବରାଳ, ସୁଶାନ୍ତ ଦାସ ମହାପାତ୍ର,…

Read More

ଖୋର୍ଦ୍ଧା: ଆଜି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ -୨୦୨୨-୨୩ ପୂର୍ବାହ୍ନ ୧୧ ଘଟିକା ରେ ଜୟୀ ରାଜଗୁରୁ ଟାଉନ ହଲ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ମୁଖ୍ୟ ଅତିଥି ଥିବାବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ସଭାପତି ଥିଲେ। ଡ. ଆର୍ତ୍ତ ବନ୍ଧୁ ନାୟକ ପୌରାହିତ୍ୟ କରିଥିଲେ। ଭାବଗ୍ରାହୀ କଳାନିକେତନ ର ବିମଳ ପ୍ରସାଦ ପରିଡା ମଞ୍ଚକୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ସଭା ପରିଚାଳନା କରଥିଲେ। ଡ଼. ରଘୁନାଥ ନାୟକ ସ୍ୱାଗତ ଭାଷଣ ରଖିଥିଲେ। ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରତ୍ୟେକ ମା ଜଣେ ଜଣେ ଆଶା ଦିଦି ସଂଗେ ସମାନ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ.ଆଶା ମା ମାନଙ୍କ କାର‌୍ୟ୍ୟ ଶୈଳୀ ବହୁତ ନିଆରା। ସେଥିପାଇଁ ସେମାନଙ୍କୁ ପୁରସ୍କୃତ…

Read More

Naveen In Japan: ଆଜି ଜାପାନ ରାଜଧାନୀ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନିପ୍ପନ ଷ୍ଟିଲ କଂପାନୀର ସଭାପତି। ସେ ହେଉଛନ୍ତି ଏଇଜି ହାସିମୋତୋ। ତାଙ୍କ ସହିତ କଂପାନୀର ଏକ ପ୍ରତିନିଧୀ ଦଳ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାସିମୋତାଙ୍କୁ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏଥିରେ ସେ ରାଜି ହୋଇଥିବାର ଜଣାପଡିଛି। ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି କେ ପାଣ୍ଡିଆନ ସାମିଲ ଥିଲେ।

Read More

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର “ନାମ ବଡ଼଼ା-ଦର୍ଶନ ଥୋଡା” ଧାରାରେ ଚାଲିଛନ୍ତି । ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାର ଆନୁପାତିକ ଫଳ ପାଉ ନାହାନ୍ତି। ଓଡ଼ିଶାରେ ଓଡ଼ିଆ ଉଦ୍ଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ମେକ୍‌-ଇନ-ଓଡ଼ିଶା ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଅଧିକାର ଆଇନ ତଥ୍ୟ ଉପରେ ଆଧାରିତ କେତେକ ପ୍ରଶ୍ନ…

Read More

କରୋନା ଫେରିଲା: ପୁଣି ଥରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି। ଏହିପରି ପରିସ୍ଥିତିରେ ଗୋଟିଏ ରାଜ୍ୟରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟ ମଧ୍ୟ ଟୁଇଟ କରି ସେମାନେ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି। ସେମାନେ ହେଉଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଲେଖିଛନ୍ତି ଅସୁସ୍ଥତା ଅନୁଭବ କରିବାରୁ କରୋନା ପରୀକ୍ଷା କରିଥିଲି। ରିପୋର୍ଟ ପଜେଟିଭ ଆସିଛି। ସେଥିପାଇଁ ଘରେ ରହି କାମ କରୁଛି। ସମସ୍ତ ସୁସ୍ଥ ରୁହନ୍ତୁ। ସେହିପରି ବସୁନ୍ଧରା ରାଜ ସିନ୍ଧିଆ ମଧ୍ୟ ସମାନ କଥା ଲେଖିଛନ୍ତି। ତେବେ ସେ ଗତକାଲି ବିଜେପି କୋର କମିଟ ବୈଠକରେ ଯୋଗଦେଇଥିଲେ। ସେଥିପାଇଁ ସମସ୍ତେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

Read More

ପ୍ରକାଶ ଭୂୟାଁ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ। ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ପ୍ରଶାସନ ତରଫରୁ ଏହି ଯାତ୍ରାକୁ ବନ୍ଦ କରା ଯାଇଥିଲା। ଯଦିଓ ମା’ଙ୍କର ବିଧି ରକ୍ଷା ପାଇଁ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଗତ ଦୁଇ ବର୍ଷ ହେଲା ପାଳନ କରାଯାଇଥିଲା। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି,…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ବରର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ସେହି ଅଞ୍ଚଳରେ ଥିବା ସିଅନ ଶ୍ରମିକ ବସ୍ତି ନିକଟରେ ପାଞ୍ଚୋଟି କୁକୁର ମରି ପଡିଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ସ୍ଥାନରେ ଏହି କୁକୁର ମରି ପଡିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମା ଆଉ ଚାରୋଟି ଛୁଆ କୁକୁର। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ କାହିଁକି ଏପରି କଲା ସେ ନେଇ ତନାଘନା ଚାଲିଛି। ତେବେ ରାତିରେ ଏହି କୁକୁର ଲୋକଙ୍କୁ ଦେଖି ଭୁକୁଥିବାରୁ କେହି ବିଷ ଦେଇ ମା ପିଲାଙ୍କୁ ମାରି ଦେଇଛି ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ଥାନାରେ ଏକ ମାମଲା ଋଜୁ କରାଯାଇଛି।

Read More

Dog Eat Twitter Bird: ଆଜି ଏଲନ ମସ୍କ ଟୁଇଟରୁ ନୀଳ ପକ୍ଷୀ ଗାଏବ ହୋଇଯାଇଛି। ତା ବଦଳରେ ଆସିଛି କୁକୁର ବା ଡଗି। ଏହାକୁ ନେଇ ଟୁଇଟରରେ ଚାଲିଛି ଆକ୍ଷେପ ପ୍ରତିଆକ୍ଷେପ। କାରଣ କୌଣସି ସୂଚନା ନ ଦେଇ ଟୁଇଟର ମାଲିକ ଏଲନ ମସ୍କ ଏପରି  ଲୋଗୋ ପରିବର୍ତ୍ତନକୁ ବହୁ ବ୍ୟବହାରକାରୀ ନାପସନ୍ଦ କରିଛନ୍ତି। ଗତକାଲି ମଧ୍ୟ ରାତ୍ରୀରୁ ଟୁଇଟର ଏହି ଲୋଗୋ ପରବର୍ତ୍ତନ କରାଯାଇଛି। ହେଲେ ପୂର୍ବର ପକ୍ଷୀ ପରି ଏହି କୁକୁର ଲୋଗକୁ ଅନେକ ପସନ୍ଦ କରିପାରୁ ନାହାଁନ୍ତି। ସେମାନେ ସମସ୍ତେ ସେହି ପୂର୍ବର ପକ୍ଷୀକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି। ହେଲେ କେତେକ ମଜାରେ ପକ୍ଷୀକୁ କୁକୁର ଖାଇଦେଲା ବୋଲି କମେଣ୍ଟ ବକ୍ସରେ ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଏବଂ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ଖାଦ୍ୟରେ ସାମିଲ ହୋଇଛି ରାଜ୍ୟର ପାରମ୍ପରିକ ତଥା ପୋଷଣଯୁକ୍ତ ଖାଦ୍ୟ ମାଣ୍ଡିଆ। ଛାତ୍ରଛାତ୍ରୀ ତଥା ଏଠାରେ ଭର୍ତ୍ତିା ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମମାନର ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ମହତ ଉଦ୍ଦେଶ୍ୟନେଇ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାଣ୍ଡିଆକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଉତ୍କଳ ଦିବସ ଏବଂ ଜି -୨୦ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ସ୍ବରୂପ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବ୍ୟବସ୍ଥାକୁ ଆରମ୍ଭ କରିଥିଲେ। ରୋଗୀଙ୍କୁ ମାଣ୍ଡିଆଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ ଡ. ବିଶ୍ବାସ। ଏହି ଅବସରରେ ଚିକିତ୍ସାଧୀନ ରୋଗୀ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ଖାଦ୍ୟରେ ମାଣ୍ଡିଆ(ମିଲେଟ୍‌ସ)କୁ ପାଇ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା। ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ଜଣ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକ। ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ସେ ହେଉଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ଏ ନେଇ ଦୀପାଳି ଝାରସୁଗୁଡାରେ ତାଙ୍କର ପ୍ରଚାର ଆରମ୍ଭ କରିସାରିଲେଣି। ଏହି ସ୍ଥାନରେ ଆସନ୍ତା ମେ ୧୦ ତାରିଖରେ ଉପନିର୍ବାଚନ ହେବ।

Read More

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ସ୍ଥିତ କପିଳେଶ୍ବର ମନ୍ଦିର ସମସ୍ତଙ୍କର ଆସ୍ଥାର କେନ୍ଦ୍ର ଦେବଦେବ ମହାଦେବଙ୍କ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ। ଯାହା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ  ଦ୍ୱାରା ସଂରକ୍ଷିତ ହେବାର ଆବଶ୍ୟକତା ରହିଛି। ସେ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କାହିଁକି ମନ୍ଦିର ASI ରେ ସାମିଲ ହେବ ସେ ନେଇ ଅପରାଜିତା ବ୍ୟାପକ ତଥ୍ୟ ରଖିଥିଲେ। ଏ ନେଇ ମନ୍ତ୍ରୀ ସକାରାତ୍ମକ ଭାବେ ସହଯୋଗ ପାଇଁ ସ୍ପଷ୍ଟ କରିଛନ୍ତି ବୋଲି ସାଂସଦ ଅପରାଜିତା କହିଛନ୍ତି। ଖୁବ ଶୀଘ୍ର ଏହା ASI ସଂରକ୍ଷିତ ସୂଚୀ ସ୍ଥାନ ପାଇବ ଏବଂ ମନ୍ଦିରର ରକ୍ଷଣା ବେକ୍ଷଣ,ବିକାଶ କାର୍ଯ୍ୟ,ସୌନ୍ଦର୍ଯ୍ୟ କରଣ ହୋଇ ପାରିବ ବୋଲି ଅଶା କରାଯାଉଛି।

Read More

ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ, ସିଏମ୍ ସଚିବ ୫ଟି, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଏବଂ ଇପିକୋଲର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜାପାନରେ ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାମୁଦ୍ରିକ-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା କ୍ଷେତ୍ରର ଅଗ୍ରଣୀ ଶିଳ୍ପପତିଙ୍କୁ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିବେ। ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବେ। ଏଥିରେ ଓଡିଶା ସରକାରଙ୍କ ସହଯୋଗରେ କିପରି ଇସ୍ପାତ କ୍ଷେତ୍ରରେ ପୁଂଜି ନିବେଶ ହେବ ସେ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନୂଆ ବାଟମଙ୍ଗଳା ରୋଡ଼ରୁ ଜଣେ ନିଶା ବେପାରିଙ୍କୁ ଗତକାଲି ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଟାଉନ ଥାନା ଅଞ୍ଚଳର ପ୍ରଦୀପ ପାଲଟାସିଂହ(୨୦)। ତାଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ମୂଲ୍ୟ ୫ ଲକ୍ଷ ୨୦ ହଜାର ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ସବଇନ୍ସପେକ୍ଟର ବି. ମନୋଜ କୁମାର ଏବଂ ଟିମ ସାମିଲ ଥିଲେ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାରତ ରାଷ୍ଟ୍ରଦୂତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜାପାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଅନ୍ୟ ଅଧିକାରୀଗଣ ତାଙ୍କୁ ପାଛୋଟି ନେଇଥିଲେ। ଗତକାଲି ସେ ଭୁବନେଶ୍ବରରୁ ସିଙ୍ଗାପୁର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ରାତିରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ। ଆଜି ସେଠାରେ ନବୀନ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ। ଏଥିସହିତ ସେ କେତେକ ନିବେଶକଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ମଧ୍ୟ ହେବେ।

Read More