Author: Samikhsya Bureau

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ରୋଟାରୀ କ୍ଲବ ଖାରବେଳ, କଳିଙ୍ଗନଗରର ସଭାପତି ରୋଟାରିଆନ୍ ଲେଫ୍‌ଟନାଂଟ କର୍ନେଲ ଏସ୍‌. ଜଗନ୍ନାଥ ରାଓ, ସମ୍ପାଦକ ରୋଟାରିଆନ୍ ଦିଲୀପ କୁମାର ଜେନା, ପିଡିଜି ଶିବବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଏପ୍ରିଲ୍ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧିମାନେ ଭୁବନେଶ୍ୱରରେ ଆୟୋଜତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଓଡ଼ିଶାର…

Read More

ଚାଣକ୍ୟ ନୀତି: ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ…

Read More

ନୂଆଦିଲ୍ଲୀ: ଶରୀରକୁ ପ୍ରଭାବିତ କରୁଥିବା ଅନେକ ରୋଗର ଲକ୍ଷଣ ଜିଭରେ ପ୍ରାୟତଃ ଦେଖାଯାଏ। ଯେତେବେଳେ ରୋଗୀମାନେ ଶାରୀରିକ ପରୀକ୍ଷା ପାଇଁ ଯାଆନ୍ତି, ଡାକ୍ତର ପ୍ରଥମେ ସେମାନଙ୍କୁ ଜିଭ ଦେଖାଇବାକୁ କୁହନ୍ତି। ଏହାର କାରଣ ହେଉଛି ଜିଭ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିପାରେ। ଜିଭ ରଙ୍ଗର ପରିବର୍ତ୍ତନକୁ ଦେଖି ଡାକ୍ତରମାନେ ଏକ ଧାରଣା ପାଇପାରିବେ ଯେ, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ଏବଂ ଆପଣଙ୍କର ଅସୁବିଧା କ’ଣ? ଆସନ୍ତୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ସହିତ କେଉଁ ରହସ୍ୟ ଅଛି ଯାହା ଜିଭ ପ୍ରକାଶ କରିପାରିବ… ଜିଭ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରହସ୍ୟ ଖୋଲିବ: ୧. ବର୍ଣ୍ଣିଂ ମାଉଥ ସିଣ୍ଡ୍ରୋମ: ଏହା ଏପରି ଏକ ସମସ୍ୟା, ଯେଉଁଥିରେ ଜିଭ ଏବଂ ତାଳୁ ସମେତ ପୁରା ପାଟିରେ ଜଳିବା ଅନୁଭବ ହୁଏ। ଏହି କାରଣରୁ, ଗଳା ଯନ୍ତ୍ରଣା ଏବଂ ସ୍ୱାଦର ପରିବର୍ତ୍ତନ ସମସ୍ୟା ଉପୁଜେ। ୨. ପାଟି ଭିତରେ ଧଳା ଦାଗ: ଜିଭରେ…

Read More

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆର ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ପ୍ରୋଟକଲ ଭାଙ୍ଗି ସେ ବିମାନବନ୍ଦରକୁ ମଧ୍ୟ ସ୍ବାଗତ କରିବା ପାଇଁ ଗଲେ ନାହିଁ। ପୂର୍ବରୁ ମଧ୍ୟ କେସିଆର ଏହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଚର୍ଚ୍ଚାରେ ଅଛନ୍ତି। ଶନିବାର ଦିନ ତେଲେଙ୍ଗାନା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେଥିପାଇଁ ପ୍ରୋଟୋକଲ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କେସିଆର ଯୋଗଦେବା କଥା। ହେଲେ ତାହା ସେ କଲେ ନାହିଁ। କେନ୍ଦ୍ର ସରାକରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ମଧ୍ୟ କେସିଆର ପ୍ରଧାନମନ୍ତ୍ରୀଙ୍କ ସାଥୀରେ ରହିଲେ ନାହିଁ। ପ୍ରଧାନମନ୍ତ୍ରୀ ଶନିବାର ସକାଳେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରଂଜନ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ,…

Read More

ଭୁବନେଶ୍ବର: ଜାପାନ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଫେରିବେ। ସେଠାରୁ ସେ ବିପୁଳ ପରିମାଣର ପୁଂଜି ନେଇ ଓଡିଶା ଫେରୁଛନ୍ତି। ଯାହା ଓଡିଶୀବାସୀଙ୍କ ପାଇଁ ଗର୍ବ ଓ ଖୁସିର କଥା। ହେଲେ ତାଙ୍କ ଫେରିବା ନେଇ ବିଜେଡିର ବିଧାୟକମାନଙ୍କ ମଧ୍ୟରୁ କେତେକ ଖୁସି ଅଛନ୍ତି ତ ଆଉ କେତେକ ଦୁଃଖରେ ଅଛନ୍ତି। ତେବେ ଏହାର କାରଣ ହେଲା ଯେ, ନବୀନ ବିଦେଶରୁ ଫେରିବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ଅଦଳବଦଳ। ଏହି ଚର୍ଚ୍ଚାକୁ ନେଇ ମନ୍ତ୍ରୀ ଆଶାୟୀମାନେ ଆଶା ବାନ୍ଧି ବସିଥିବା ବେଳେ କେତେକ ମନ୍ତ୍ରୀ ପଦ ଯିବା ନେଇ ଦୁଃଖରେ ଅଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର କୌଣସି ସମ୍ଭାବନା ନ ଥିବା ବେଳେ ହଠାତ ଏହି ଚର୍ଚ୍ଚା ବଢିବା ଅନେକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଏହି ଚର୍ଚ୍ଚା ଅନୁସାରେ ଓଡିଶାରେ ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି ନୀବନ ମନ୍ତ୍ରୀମଣ୍ଡଳ…

Read More

ଉପେନ୍ଦ୍ର ବଳିୟାରସିଂହ ଧର୍ମର ଚାରି ଅଙ୍ଗ ମୁଖ୍ୟ। ୧- ସତ୍ୟ, ୨- ତପ, ୩- ପବିତ୍ରତା, ୪- ଦୟା। ଏହି ଚାରଟି ର ଯୋଗଫଳ ହିଁ ହେଉଛି ଧର୍ମ। ସତ୍ୟ ହିଁ ପରମ ଆତ୍ମା ଅଟନ୍ତି। ଯେଉଁଠାରେ ସତ୍ୟ ଥାଏ, ସେଠାରେ ପରମାତ୍ମା ଥା’ନ୍ତି। ସତ୍ୟର ଆଶ୍ରୟ ନେଇ ନର ନାରାୟଣଙ୍କ ନିକଟକୁ ଯାଇପାରେ। ଏହି ସମ୍ପର୍କରେ ମହାଭାରତରେ ଏକ ସୁନ୍ଦର କଥା ଅଛି। ସତ୍ୟଦେବ ନାମକ ଜଣେ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମ ପରାୟଣ ଥିଲେ। ଥରେ ସେ ଅନ୍ତଃ ପୁରରେ ଅର୍ଦ୍ଧ ରାତ୍ରୀ ସମୟରେ ଜଣେ ନାରୀର କ୍ରନ୍ଦନ ସ୍ଵର ଶୁଣି ପାରିଲେ। ସେ ତାଙ୍କ ନିକଟକୁ ଯାଇ ପଚାରିଲେ, ” ତୁମେ କିଏ? ତୁମେ କ୍ରନ୍ଦନ କରୁଛ କାହିଁକି?” ସ୍ତ୍ରୀ ଲୋକଟି କହିଲା, ” ରାଜନ! ମୁଁ ହେଉଛି ଅଲକ୍ଷ୍ମୀ। ତେଣୁ ମୋତେ କେହି ଆଶ୍ରୟ ଦେବାକୁ ଚାହୁଁନାହାନ୍ତି।” ରାଜା କହିଲେ, “ଠିକ୍ ଅଛି। ତୁମେ…

Read More

ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: –…

Read More

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ସିକନ୍ଦରାବାଦ ରେଳ ଷ୍ଟେସନରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ଅନୁଧ୍ୟାନ କରିଥିଲେ ଏବଂ ରେଳ କର୍ମଚାରୀ ଏବଂ ପିଲାମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି: “ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସିକନ୍ଦରାବାଦ ଏବଂ ତିରୁପତି ମଧ୍ୟରେ ସଂଯୋଗକୁ ବଢାଇଛି। ଏହି ଟ୍ରେନ୍ ପାଇଁ ମୁଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଉଛି।” ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ, ହାଇଦ୍ରାବାଦର ଆଇଟି ସିଟି, ହାଇଦ୍ରାବାଦର ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ସହିତ ତିରୁପତିକୁ ସଂଯୋଗ କରୁଥିବା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ଯାହା ଖୁବ୍‍ କମ୍‍ ସମୟ ତିନି ମାସ ମଧ୍ୟରେ ତେଲେଙ୍ଗାନାରୁ ଆରମ୍ଭ ହୋଇଛି। ଏହି ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ ତିନି ଘଣ୍ଟା…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଆସାମର ତେଜପୁର ସ୍ଥିତ ବାୟୁସେନା ଘାଟୀରୁ ସୁଖୋଇ ୩୦ ଏମ୍‍କେଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ କରିଛନ୍ତି। ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଥିବା ରାଷ୍ଟ୍ରପତି ବାୟୁସେନା ଘାଟୀକୁ ଫେରିବା ପୂର୍ବରୁ ହିମାଳୟର ଦୃଶ୍ୟ ସହିତ ବ୍ରହ୍ମପୁତ୍ର ଏବଂ ତେଜପୁର ଉପତ୍ୟକା ଉପରେ ପ୍ରାୟ ୩୦ ମିନିଟ୍ ଉଡ଼ାଣ କରିଥିଲେ। ଏହି ଯୁଦ୍ଧ ବିମାନକୁ ୧୦୬ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଗୃପ କ୍ୟାପଟେନ୍ ନବୀନ କୁମାରଙ୍କ ଦ୍ୱାରା ଉଡାଯାଇଥିଲା। ଏହି ବିମାନ ସମୁଦ୍ର ପତ୍ତନଠାରୁ ପ୍ରାୟ ଦୁଇ କିଲୋମିଟର ଉଚ୍ଚରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୮୦୦ କିଲୋମିଟର ବେଗରେ ଉଡିଥିଲା। ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଯିଏକି ଏଭଳି ଉଡାଣ କରିଛନ୍ତି। ପରେ ପରିଦର୍ଶକ ପୁସ୍ତକରେ ରାଷ୍ଟ୍ରପତି ଏକ ସଂକ୍ଷିପ୍ତ ମତ ଲେଖି ନିଜର ଭାବନା ପ୍ରକାଶ କରିଥିଲେ ଯେଉଁଥିରେ ସେ…

Read More

ଭୁବନେଶ୍ୱର/ରାଉରକେଲା: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନଆଇଟି ରାଉରକେଲା ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଏନଆଇଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଦୀର୍ଘସ୍ଥାୟିତ୍ୱ ପ୍ରଦର୍ଶନୀ (ସଷ୍ଟେନବଲିଟୀ ଏକ୍ସପୋ)’ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନରେ ଶସ୍ତା ସ୍ୱଚ୍ଛ ଇନ୍ଧନ, ଆଧୁନିକ କୃଷି ପ୍ରଯୁକ୍ତି, ସ୍ମାର୍ଟ ଫ୍ଲୋର କ୍ଲିନର ଆଦି ପ୍ରକଳ୍ପ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ପ୍ରତି ପ୍ରାଥମିକତା ଦିଆଯାଉଛି । ଏ ସମ୍ପର୍କରେ ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସେହିପରି ଏନଆଇଟି ରାଉରକେଲା ପରିସରରେ ଓଡ଼ିଶା-ସିକ୍କିମ ଯୁବସଙ୍ଗମର ଏକ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି, ପର୍ଯ୍ୟଟନ, ବିକାଶ, ପରମ୍ପରା ଓ ଲୋକସମ୍ପର୍କ କ୍ଷେତ୍ରରେ…

Read More

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଆଜି ମେକାନିକାଲ୍ ଭେଂଟିଲେସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସାମିଲ ହୋଇଛନ୍ତି ଦେଶର ୭୩ ଜଣ ଡାକ୍ତର ଓ ଇନ୍‌ଟେନ୍ସିଭି୍‌ଷ୍ଟସ। ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଫ୍ୟାକଲ୍ଟିମାନଙ୍କ ସହିତ ସାମ୍ନାସାମ୍ନି ଆଲୋଚନାର କରିବାର ସୁଯୋଗ ମିଳିବା ସହ ସିମୁଲେସନ୍ ସମ୍ମିଳିତ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ବୋଲି ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ତଥା କର୍ମଶାଳାର ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ବାନାମ୍ବର ରାୟ କହିଛନ୍ତି। ଏଭଳି ଶୈକ୍ଷିକ କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବେଳେ ଏଥିରେ ସାମିଲ ହୋଇଥିବା ଟ୍ରେନି ମାନଙ୍କୁ ଜ୍ଞାନ ଆହରଣ ଏବଂ ଅଭ୍ୟାସର ସୁଯୋଗ ଦିଆଯାଉଛି ବୋଲି ଡାକ୍ତର ରାୟ କହିଛନ୍ତି। ମେକାନିକାଲ୍ ଭେଂଟିଲେସନ୍‌କୁ ଆର୍ଟିଫିସିଆଲ୍ ରେସ୍‌ପିରେସନ୍ ବୋଲି ମଧ୍ୟ କୁହାଯାଉଥିବା ବେଳେ ନୂତନ ଭେଂଟିଲେଟରଗୁଡ଼ିକର ଆବିର୍ଭାବ ପରେ ଏହା ହସ୍ପିଟାଲ୍‌ର ଇନ୍‌ଟେନସିଭ୍ କେୟାର ମ୍ୟାନେଜମେଂଟ ଏବଂ…

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ବନିହାଲ ନିକଟରେ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବୁଲେଟ୍ ପ୍ରୁଫ୍ କାରକୁ ଭାରସାମ୍ୟ ହରାଇ ଏକ ଟ୍ରକ୍ ଧକ୍କା ଦେଇଥିଲା। କେନ୍ଦ୍ର ମନ୍ତ୍ରୀଙ୍କ କାରରେ କିଛି କ୍ଷତି ହୋଇଛି। ଆଜି ଘଟିଥିବା ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଆଜି ନିଜେ ଆଇନ ମନ୍ତ୍ରୀ ରିଜିଜୁ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ସେ ଜାମ୍ମୁ କାଶ୍ମୀରର ଉଦ୍ଧମପୁରରୁ ‘ଆଇନ ସେବା ଶିବିର’ରେ ଯୋଗଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ବିଚାରପତି ଏବଂ ନାଲସା ଦଳ ସହିତ କେନ୍ଦ୍ର ସରକାରୀ ଯୋଜନାର ଅନେକ ହିତାଧିକାରୀ ଏହି କାର୍ଯ୍ୟରେ ଭାଗ ନେଉଛନ୍ତି।

Read More

ଭୁବନେଶ୍ଵର: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି। ଜୀବନରେ ଥରେ କାଉନସିଲର ଭୋଟରେ ବି ଜିତି ନଥିବା ଏହି ବିଜେପି ନେତାଙ୍କୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା। ଆଜି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ଦେଇଥିବା ବିବୃତିର ଜବାବ ଦେବାକୁ ଯାଇ ଏଭଳି ତୀବ୍ର ସମାଲୋଚନା କରିଛି ବିଜେଡି। ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଇସ୍ପିତା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ପୂର୍ବରୁ ବିଜେପି ଦଳରେ ଥିବା କିଛି ଅଭ୍ୟାସଗତ ଅପରାଧୀ ନେତା ନବ ଦାସ ହତ୍ୟାକାଣ୍ଡକୁ ନେଇ ଅନେକ ବାର ପାଗଳଙ୍କ ଭଳି ପ୍ରଳାପ କରିଛନ୍ତି ଏବଂ ଅପମାନିତ ହୋଇଛନ୍ତି। ଏବେ ଆଉ ଜଣେ ବିଜେପି ନେତା ମଧ୍ୟ ଏଭଳି ଅରୁଚିକର ଓ ଦାୟିତ୍ଵହୀନ ମନ୍ତବ୍ୟ ଦେଇ ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି। କାହା ବିରୋଧରେ…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ସେଞ୍ଚୁରିଅନ ୟୁନିଭର୍ସିଟୀ ଅଫ୍‌ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ (ସିୟୁଟିଏମ) ପକ୍ଷରୁ ଗଜପତି ଜିଲ୍ଲାରେ ଏକ ଗ୍ରାମୀଣ ହାଟ ଆୟୋଜନ କରାଯାଇଥିଲା। ହାଟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଘରକରଣା ସାମଗ୍ରୀ ବିକ୍ରି କରାଯାଇଥିଲା। ସିୟୁଟିଏମର ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳରେ ଜି-୨୦ ବୈଠକକୁ ନେଇ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ବୈଠକର ଅଂଶବିଶେଷ ଭାବେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଏକ ସ୍ଲୋଗାନ୍‌ ଲେଖା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଜି୨୦ ସମ୍ମିଳନୀର ପ୍ରଚାର ଉଦ୍ଦେଶ୍ୟରେ ସ୍ଲୋଗାନମାନ ଲେଖିଥିଲେ। ସେହିପରି ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

Read More

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପରେ ଆଉ ଜଣେ ବଡ ନେତା କଂଗ୍ରେସ ଛାଡିବାକୁ ଯାଉଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସେ ପଞ୍ଜାବରେ କିଛି ବିଜେପି ନେତାଙ୍କୁ ଭେଟିଛନ୍ତି। ତେବେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ପ୍ରତାପ ସିଂ ବାଜୱା ମଧ୍ୟ ବିଜେପିକୁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ଜଲନ୍ଧର ଲୋକସଭା ଆସନ ଉପ-ନିର୍ବାଚନ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ପଟିଆଲା ଜେଲରୁ ମୁକ୍ତ କରିବା ପରେ ଏହି କଳ୍ପନା ଜଳ୍ପନା ବଢିଛି। ପଞ୍ଜାବ ବିଧାନସଭା ନିର୍ବାଚନ -୨୦୨୨ ରେ କଂଗ୍ରେସର ପରାଜୟ ପରେ ଚରଣଜିତ ସିଂ ଚାନ୍ନି ରାଜନୈତିକ ଦୃଷ୍ଟିକୋଣରୁ ଅଦୃଶ୍ୟ ହୋଇଥିଲେ, ଯେଉଁଥିରେ ଆମ୍ ଆଦମୀ ପାର୍ଟି ଏକ…

Read More

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ କୋଲାର ଜନ ସଭା ପୁଣି ଥରେ ସ୍ଥଗିତ ରଖାଯାଇଛି। ପ୍ରକାଶ ଯେ, ୨୦୧୯ ମସିହାରେ ଏହି ସ୍ଥାନରେ ସେ ‘ମୋଦୀ ଉପନାମ’ ସମ୍ବନ୍ଧରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ, ଯାହା ସାଂସଦ ଭାବରେ ଅଯୋଗ୍ୟ ହେବାର କାରଣ ଥିଲା। ତେବେ ରାହୁଲଙ୍କ ରାଲିକୁ କୋଲାରରେ ଆୟୋଜନ କରି କଂଗ୍ରେସ ଏକ ରାଜନୈତିକ ବାର୍ତ୍ତା ଦେବ ବୋଲି ଆଶା କରାଯାଉଥିଲା। ଏହା କୁହାଯାଉଛି ଯେ, ଦ୍ୱିତୀୟ ଥର ପାଇଁ ସାଧାରଣ ସଭାର ସ୍ଥଗିତ ଥିବାରୁ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ କିଛି ମାତ୍ରାରେ ହ୍ରାସ ହୋଇପାରେ। ଦଳର ନେତାଙ୍କ ଅନୁଯାୟୀ, ଏହାର କାରଣ ହେଉଛି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ମଧ୍ୟରେ ପ୍ରାୟ ୨୫ ଟି ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ତୀବ୍ର ବିବାଦ ରହିଛି। ତେବେ…

Read More

ଭୁବନେଶ୍ଵର: ୧୧ ବର୍ଷରେ ପଦାର୍ପଣ କଲା ଜୀ-ସାର୍ଥକ ର ଲୋକପ୍ରିୟ ରିଏଲିଟି ଶୋ, ‘ରଜ କୁଇନ୍‌’, ଆରମ୍ଭ ହେବାକୁ ଯାଉଛି ଅଡିସନ୍। ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ ମନୋରଂଜନ ଜଗତର ଯେକୌଣସି ବିଭାଗରେ ପାରଦର୍ଶିତା ହାସଲ କରିଛନ୍ତି ଓ ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି , ସେମାନେ ନିଜର ଅନନ୍ୟ କଳା ବା ପାରଦର୍ଶୀତା ପ୍ରଦର୍ଶନ କରି ଏହି ସ୍କଲାରସିପ୍ ର ହକଦାର୍ ହୋଇପାରିବେ। ଏଭଳି ସୁଯୋଗ ଓ ସହଯୋଗ କେବଳ ଜୀ-ସାର୍ଥକ ର ରଜ କୁଇନ୍‌ ପ୍ରତିଯୋଗୀମାନଙ୍କୁ ମିଳିପାରିବ। ‘ରଜ କୁଇନ ୨୦୨୩’ ପାଇଁ ଅଡିସନ୍ ଖୁବ୍ ଶୀଘ୍ର ଓଡ଼ିଶାର କିଛି ପ୍ରମୁଖ ସହରରେ ଭିନ୍ନ ଭିନ୍ନ ତାରିଖରେ ହେବାକୁ ଯାଉଛି, ଭଦ୍ରକ/ କେନ୍ଦୁଝରରେ ଏପ୍ରିଲ୍ ୮ ତାରିଖରେ, ଭୁବନେଶ୍ଵରରେ ଏପ୍ରିଲ୍ ୯ ତାରିଖରେ, ଯାଜପୁର/ ବାଲେଶ୍ୱରରେ ଏପ୍ରିଲ୍ ୧୫ ତାରିଖରେ, କଟକରେ ଏପ୍ରିଲ୍ ୧୬ ତାରିଖରେ, ଅନୁଗୁଳରେ ଏପ୍ରିଲ୍ ୨୨…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ମସିହା ଏପ୍ରିଲ 8 ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରିଥିଲେ। ଯୋଜନାର ଉଦ୍ଦେଶ୍ୟ ହେଉଛି ଆୟ ସୃଷ୍ଟିକାରୀ ଗତିବିଧି ନିମନ୍ତେ ଅଣ-କର୍ପୋରେଟ, ଅଣ-କୃଷି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହଜରେ ଯୋଗାଇ ଦେବା। ‘ପିଏମଏମୱାଇ’ ଅଧୀନରେ ସଦସ୍ୟ ଋଣଦାତା ସଂସ୍ଥା (ଏମଏଲଆଇ) ଯଥା ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି), ସୂକ୍ଷ୍ମ ଆର୍ଥିକ ପ୍ରତିଷ୍ଠାନ (ଏମଏଫଆଇ) ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ। ପିଏମଏମୱାଇର ସଫଳ ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଏହି ଯୋଜନା ବଳରେ ସୂକ୍ଷ୍ମ ଉଦ୍ୟୋଗ ପାଇଁ ସହଜରେ ଓ ବାଧାମୁକ୍ତ ଋଣ ଯୋଗାଇ ଦେବା ସମ୍ଭବ ହୋଇପାରିଛି।  ଏହାଦ୍ୱାରା ଅଧିକ ସଂଖ୍ୟାରେ…

Read More

ଭୁବନେଶ୍ଵର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ସମୟ। ଏହି ସାଇକେଲ ଶୋଭାଯାତ୍ରାରେ ଜି-୨୦ ବିଷୟରେ ଜନ ସଚେତନତା କରାଯାଇଥିଲା। ଦୁଇ ଶହରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷାର୍ଥୀ, ଅଭିଭାବକ, କର୍ମଚାରୀ ପ୍ରତିଷ୍ଠାନ ପରିସରରୁ ଆଚାର୍ଯ୍ୟ ବିହାର, କଳିଙ୍ଗ ଷ୍ଟାଡିୟମ, ୟୁନିଟ-୪, ଶାସ୍ତ୍ରୀ ନଗର ହୋଇ ପରିସର ପର୍ଯ୍ୟନ୍ତ ଆସିଥିଲେ। ସମନ୍ୱୟ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ୩୫୦ ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଞ୍ଚାଳନ ପ୍ର. ଅନିମେଶ ମହାପାତ୍ର, ପ୍ରଦୀପ ରାୟ, ବୃନ୍ଦାବନ୍ଦ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ପ୍ରତିଷ୍ଠାନର ଡିନ, ବିଭାଗୀୟ ମୁଖ୍ୟ,…

Read More

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ତଥା ଭାରତର ପ୍ରଥମ ରାଜ୍ୟପାଳ ଜେନେରାଲ ସି.ରାଜାଗୋପାଲାଚାରିଙ୍କ ଅଣନାତି ସିଆର କେଶୱନ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ, ବିଜେପି ନେତା ଅନିଲ ବଲୁନି ଏବଂ ପ୍ରେମ ଶୁକ୍ଲାଙ୍କ ଉପସ୍ଥିତିରେ କେଶବନ୍ ଦଳରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ସିଆର କେଶବନ୍ କହିଛନ୍ତି ଯେ, ମୁଁ ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବା ଭଳି ଦିଗରେ କାର୍ଯ୍ୟ କରିବି। ମୋର ଅବଦାନ ରାମସେତୁ ତିଆରି କରିବାରେ ଗୁଣ୍ଡିଚି ମୂଷା ପରି ସମାନ ହେବ। ଶ୍ରୀ କେଶବନ କହିଛନ୍ତି ଯେ, ଯେତେବେଳେ ଆମର ପ୍ରଧାନମନ୍ତ୍ରୀ ତାମିଲନାଡୁରେ ଅଛନ୍ତି, ମୁଁ ସେହି ଦିନ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ-ବିଜେପିରେ ଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନଡା ଜୀ ମୋତେ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲୋକକେନ୍ଦ୍ରିକ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦେଶ ମାତୃକାର ସୁରକ୍ଷା ପାଇଁ ବହୁ ଜବାନ୍ ସୈନ୍ୟବିଭାଗରେ କାମ କରୁଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ସୈନିକ ଭାବରେ ରହି ଶତୃକୁ ସଂହାର ମଧ୍ୟ କରୁଛନ୍ତି। ଦେଶ ପ୍ରତି ଥିବା ଭଲପାଇବା ପାଇଁ ହିଁ ସେ ପାଲଟି ଯାଆନ୍ତି ଜଣେ ଜଣେ ସୈନିକ। ନିଜ ଜୀବନକୁ ବାଜି ଲଗାଇ ପରିବାର ଠାରୁ ବହୁ ଦୂରରେ ରହି କାମ କରନ୍ତି ଦିନରାତି ଏକାକାର କରି। ନାଁ ସେଠି ଥାଆନ୍ତି ଜ୍ଞାତି କୁଟୁମ୍ବ ନା ଥାଆନ୍ତି ପରିବାର ଲୋକେ। ପାଖରେ କେବଳ ନିଜର ସାଥୀ ସୈନିକ। ନିଜର ଅଦମ୍ୟ ସାହସ ପାଇଁ ଆଜି ଜଣେ ସୈନିକ ଦେଶସେବକର ପରିଚୟ ପାଲଟିଯାଏ। ସେମିତି ଜଣେ ସୈନିକ ଅଛନ୍ତି ଯିଏକି ସୈନ୍ୟବିଭାଗରେ ଚାକିରୀ କରି ଅବସର ପରେ ଜଣେ ସଫଳ ଚାଷୀ ଭାବରେ ବେଶ୍ ପରିଚିତ। ସେ ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍‌ଡିଭିଜନ ନାକଟିଦେଉଳ ବ୍ଲକ୍ ସାହେବୀ ଗ୍ରାମପଂଚାୟତର ରେଂଗାଲିପଂଚୁ ଗାଁର…

Read More