ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ତେଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

Published: Apr 10, 2023, 5:25 pm IST

ଭୁବନେଶ୍ଵର: ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ସେଠାରେ ପ୍ରାର୍ଥୀ କରିଛି। କିନ୍ତୁ ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେପି ପଛରେ ପଡିଯାଇଛି। ଏପର୍ଯ୍ୟନ୍ତ ବିଜେପି କାହାକୁ ପ୍ରାର୍ଥୀ କରିବ, ନିଶ୍ଚିତ କରିପାରିନାହିଁ।

ପ୍ରକାଶ କି, ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏହି ଉପନିର୍ବାଚନ ପାଇଁ ବିଜେଡି ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। 

Related posts