Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି। କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି। ରାହୁଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ସିଦ୍ଧାର୍ଥ ଆଜି ଠାରୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ପ୍ରଥମେ କେନ୍ଦ୍ରାପଡାର ପ୍ରସିଦ୍ଧ ତଥା ବଡ ଠାକୁର ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ସହିତ ସିଦ୍ଧାର୍ଥ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ସିଦ୍ଧାର୍ଥଙ୍କ ନାଁ ଘୋଷଣା ପରେ ସେ ଶନିବାର ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ପାଇଁ କେନ୍ଦ୍ରାପଡା ଗସ୍ତ କରୁଛନ୍ତି। ଏଥିପାଇଁ ତାଙ୍କର ସମର୍ଥକମାନେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। କେନ୍ଦ୍ରାପଡା ସଂସଦୀୟ କ୍ଷେମ୍ର ପରିସୀମା ଆରମ୍ଭ ତଥା ପୀରବଜାର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସାଲେପୁର କଂଗ୍ରେସ ଭବନ, ନିଶ୍ଚିତକୋଇଲି, ଅସୁରେଶ୍ୱର, ଚାନ୍ଦୋଳ ବଜାର, ଦୁହୁରିଆ ଛକ, ତିନିମୁହାଣୀ ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ମନ୍ଦିରରେ ପହଞ୍ଚିବ। ସେଠାରେ ପହଞ୍ଚିବା ପରେ ସିଦ୍ଧାର୍ଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ବଡ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିବେ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଂସଦ ପାର୍ଥି ଶ୍ରୀଦାଶ କେନ୍ଦ୍ରାପଡା ଜିଲ୍ଳା କଂଗ୍ରେସର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କୁ ଆରମ୍ଭ କରି ସମସ୍ତ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁ ଏବଂ ସାଧାରଣ ଜନତାଙ୍କ ସାହାଯ୍ୟ ସହଯୋଗ ସହ ଶୋଭାଯାତ୍ରାରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି। ବିଶେଷ କରି ଯୁବକମାନେ ଦେଶର ଭବିଷ୍ୟତ, ସୁରକ୍ଷା ଓ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ତେବେ କେନ୍ଦ୍ରାପଡାରୁ କଂଗ୍ରେସ ସାଂସଦ ଟିକେଟ ପାଇବା ପରେ ସିଦ୍ଧାର୍ଥ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଜନମାନସର ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଓଡିଶା ପ୍ରଭାରୀ ଡ଼. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାଶ,ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଏବଂ କଂଗ୍ରେସ ର ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଏଥର ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ, ସଂଖ୍ୟାଲଘୁ ଭୋଟ ଉପରେ ଭରସା

ଭୁବନେଶ୍ବର: ଚଳିତ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟିକୁ ସିପିଆଇଏମକୁ ଛାଡି ଦେଇଥିଲା। ଫଳରେ ଗତଥର ସିପିଆଇଏମରୁ ଜନର୍ଦ୍ଦନ ପତି ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ହାରିଥିଲେ।

ହେଲେ ଏଥର ଦଳ ସେହି ଭୁଲ କରିନାହିଁ। କାରଣ ଭୁବନେଶ୍ବର ଲୋକସଭାରେ ଥିବା କଂଗ୍ରେସ ଭୋଟର ସିପିଆଇଏମ ପ୍ରାର୍ଥୀଙ୍କୁ ପସନ୍ଦ କରି ନ ଥିଲେ। ଯାହାଫଳରେ ସେହି ଭୋଟ ଭାଗଭାଗ ହୋଇ ଅନ୍ୟ ଦଳକୁ ଚାଲିଯାଇଥିଲା।

ଯାହାକୁ ଦଳ ଏଥର ଅନୁଭବ କରି ଜଣଙ୍କୁ ପ୍ରାର୍ଥୀ କରିଛି। ୟାଶିର ହେଉଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ଏବଂ ଯୁବ ଚେହେରା। ଫଳରେ ସେ ଏହି ଆସନରୁ ସଂଖ୍ୟାଲଘୁ ଭୋଟ ଭଲ ପାଇବେ ବୋଲି ଦଳ ଆଶା କରି ପ୍ରାର୍ଥୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ତେଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ଵର: ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ସେଠାରେ ପ୍ରାର୍ଥୀ କରିଛି। କିନ୍ତୁ ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେପି ପଛରେ ପଡିଯାଇଛି। ଏପର୍ଯ୍ୟନ୍ତ ବିଜେପି କାହାକୁ ପ୍ରାର୍ଥୀ କରିବ, ନିଶ୍ଚିତ କରିପାରିନାହିଁ।

ପ୍ରକାଶ କି, ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏହି ଉପନିର୍ବାଚନ ପାଇଁ ବିଜେଡି ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। 
Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନକୁ ସ୍ଥଗିତ ଆଦେଶ ଦେଲେ ପୁରୀ ଏଡିଏମ

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ଏଡିଏମ ଏନେଇ ଘୋଷଣା କରିଛନ୍ତି। ସିଇଓ ଓ ଇସିଆଇଙ୍କୁ ସ୍ଥଗିତାଦେଶ କପି ପଠାଯାଇଛି ବୋଲି ପୁରୀ ଏଡ଼ିଏମ କହଛନ୍ତି। ହେଲେ ଆସନ୍ତାକାଲି  ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ପିପିଲି ନଆସିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ବନ୍ଦ ହୋଇପାରେ ପିପିଲି ନିର୍ବାଚନ

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ପରଲୋକ ହୋଇଯାଇଛି। ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ ବୋଲି କୁହାଯାଉଛି। ନିର୍ବାଚନ କମିଶନ ମତଦାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ଥିଲା। ହେଲେ ନିର୍ବାଚନର ୩ ଦିନ ପୂର୍ବରୁ ଅଜିତଙ୍କ ଦେହାନ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇପଡିଥିଲେ।

ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ଭିଡ ଜମିଛି। ଅଜିତଙ୍କ ଦେହାନ୍ତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଭୋଟ ସରିଲା: ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ, ଜିତିଲେ ହେବ ଉପ-ନିର୍ବାଚନ

ଚେନ୍ନାଇ: ତାମିଲନାଡୁ ବିଧାନସଭା ପାଇଁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ହୋଇଯାଇଛି। ସେ ଶ୍ରୀବିଲ୍ଲିପୁଥୁର ଆସନରୁ ନିର୍ବାଚନ ଲଢୁଥିଲେ। ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ସପ୍ତାହରେ ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ, ଆଜି ତାଙ୍କର ପରଲୋକ ହୋଇଯାଇଛି। ମାଧବଙ୍କ ନିଧନରେ ସମ୍ପର୍କୀୟଙ୍କ ସହ ଦଳର କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଯାଇଛି। ୨୩୪ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନର ଫଳାଫଳା ମେ ୨ ତାରିଖରେ ଘୋଷଣା ହେବ।ଯଦି ମାଧବ ରାଓ ଏହି ନିର୍ବାଚନରେ ବିଜୟ ଲାଭ କରନ୍ତି, ତେବେ ପୁଣିଥରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଏଆଇଏଡିଏମକେ ଏବଂ ବିଜେପି ମେଣ୍ଟ ସହ ଡିଏମକେ ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ ଲଢେଇ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ  ମଧ୍ୟ ଓଡ଼ିଶାରେ ଦୁଇଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।

ପୂର୍ବରୁ ବାଲେଶ୍ବର ପାଇଁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ନିକଟରେ କଂଗ୍ରେସ ପ୍ରଭାରୀ ଓଡିଶା ଆସି ଏହି ଦୁଇ ଉପନିର୍ବାଚନ ପାଇଁ ନେତାମାନଙ୍କ ସହିତ ଆଲୋଚନା କରିଥିଲେ।