ଭୋଟ ସରିଲା: ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ, ଜିତିଲେ ହେବ ଉପ-ନିର୍ବାଚନ

Published: Apr 11, 2021, 12:27 pm IST

ଚେନ୍ନାଇ: ତାମିଲନାଡୁ ବିଧାନସଭା ପାଇଁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ହୋଇଯାଇଛି। ସେ ଶ୍ରୀବିଲ୍ଲିପୁଥୁର ଆସନରୁ ନିର୍ବାଚନ ଲଢୁଥିଲେ। ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ସପ୍ତାହରେ ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ, ଆଜି ତାଙ୍କର ପରଲୋକ ହୋଇଯାଇଛି। ମାଧବଙ୍କ ନିଧନରେ ସମ୍ପର୍କୀୟଙ୍କ ସହ ଦଳର କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଯାଇଛି। ୨୩୪ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନର ଫଳାଫଳା ମେ ୨ ତାରିଖରେ ଘୋଷଣା ହେବ।ଯଦି ମାଧବ ରାଓ ଏହି ନିର୍ବାଚନରେ ବିଜୟ ଲାଭ କରନ୍ତି, ତେବେ ପୁଣିଥରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଏଆଇଏଡିଏମକେ ଏବଂ ବିଜେପି ମେଣ୍ଟ ସହ ଡିଏମକେ ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ ଲଢେଇ ହେଉଛି।

Related posts