Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିଣ ଘର ଉପରେ ନିମ୍ବ ଗଛ ପଡ଼ି ୭ ମୃତ, ୨୩ ଆହତ
ଆଜିର ଖବର

ଟିଣ ଘର ଉପରେ ନିମ୍ବ ଗଛ ପଡ଼ି ୭ ମୃତ, ୨୩ ଆହତ

April 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାସ୍ତବରେ ରବିବାର ସନ୍ଧ୍ୟାରେ ବାବା ଜୀ ମହାରାଜ ମନ୍ଦିର ସମ୍ମୁଖରେ ପ୍ରସାଦ ବଣ୍ଟନ ଆରମ୍ଭ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ପ୍ରବଳ ଝଡ ପବନ ଓ ବର୍ଷା ଯୋଗୁଁ ଏକ ବିରାଟ ନିମ୍ବ ଗଛ ଟିଣ ଘର ଉପରେ ପଡ଼ିଗଲା। ଅନେକ ଭକ୍ତ ଏହି ଟିଣ ଘର ତଳେ ଠିଆ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଏହାର ତଳେ ଦବିହୋଇ ରହିଯାଇଥିଲେ।

ସୂଚନା ଅନୁଯାୟୀ, ୩୫ ରୁ ୪୦ ଭକ୍ତଙ୍କୁ ଗଛ ତଳେ ଦବି ଯାଇଥିଲେ। ଯେଉଁଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଯାହାର ଚିକିତ୍ସା ଅକୋଲା ମେଡିକାଲ କଲେଜରେ ଚାଲିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ଏବଂ ବାଲାପୁର ପୋଲିସ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟିଣ ଘରେ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ହିନ୍ଦୁ ମୁସଲମାନ ସମସ୍ତ ଧର୍ମର ଲୋକମାନେ ଗଛ କାଟିଥିଲେ। ପୋତି ହୋଇ ରହିଥିବା ଲୋକଙ୍କୁ ଗ୍ୟାସ କଟର ସାହାଯ୍ୟରେ ଟିଣ ଘରୁ ବାହାର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ, ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୃତକଙ୍କ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ସରକାରୀ ଖର୍ଚ୍ଚରେ କରାଯିବା ଉଚିତ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନଠାରୁ ସୂଚନା ନେଇଛନ୍ତି।

ମହାରାଷ୍ଟ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଯବାନଙ୍କ ସହ ଆଲୋଚନା କଲେ ଅମିତ ଶାହ

May 30, 2026

ରାଜନୈତିକ ଶତ୍ରୁତାରୁ ଆକ୍ରମଣ: ଦୁଇ ଗିରଫ

May 30, 2026

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026
Latest News

ଯବାନଙ୍କ ସହ ଆଲୋଚନା କଲେ ଅମିତ ଶାହ

May 30, 2026

ଆଜି ମେ ୩୦ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

May 30, 2026

ରାଜନୈତିକ ଶତ୍ରୁତାରୁ ଆକ୍ରମଣ: ଦୁଇ ଗିରଫ

May 30, 2026

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.