Author: Samikhsya Bureau

ଭୁବନେଶ୍ବର: ଚଳିତ ମାସରେ ଏକବେଳେ ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଫଳରେ ଯେଉଁମାନଙ୍କର ଆର୍ଥିକ କାମ ରହିଛି ତାହା ଶେଷ କରିଦେବା ଦରକାର। କାରଣ ଲାଗାତର ଏତେଦିନ ବ୍ୟାଙ୍କ ବନ୍ଦ ରହିଲେ ହୁଏତ କିଛି ଅସୁବିଧା ହୋଇପାରେ। ତେବେ ସୂଚନା ଅନୁସାରେ ଆସନ୍ତା 24 ଓ 25 ତାରିଖ ଦୁଇଦିନ ଧରି ବ୍ୟାଙ୍କ ଧର୍ମଘଟ ହେବ। ଏ ନେଇ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଧର୍ମଘଟର ଡାକରା ଦେଇଛି। ଏହି ଡାକରାରେ ଓଡିଶାର ପ୍ରାୟ 6 ହଜାର ବ୍ୟାଙ୍କ ସାମିଲ ହେଲେ। ଏହି ବ୍ୟାଙ୍କର ପ୍ରାୟ 37 ହଜାର କର୍ମଚାରୀ କାମ ବନ୍ଦ କରିବେ। ତେବେ ତା ପୂର୍ବରୁ ଅର୍ଥାତ 22 ଓ 23 ତାରିଖ ଛୁଟି ରହୁଛି। 22 ତାରିଖ ଚତୁର୍ଥ ଶନିବାର ଥିବା ବେଳେ 23 ତାରିଖ ରହିଛି ରବିବାର। ଏହି ଦୁଇଦିନ ସହିତ ଆଉ ଦୁଇଦିନ ଧର୍ମଘଟ ଏହିପରି ମୋଟ ଚାରି ଦିନ ବ୍ୟାଙ୍କ…

Read More

ନୂଆଦିଲ୍ଲୀ: ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର ପୁଣି ଥରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା  ପ୍ରଦାନ କରିବାକୁ ଜୋରଦାର ଦାବୀ କରିଛନ୍ତି।ସେ ସୋମବାର ଦିନ ରାଜ୍ୟସଭାରେ ଏହି ଦାବୀ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରୀ। ଓଡ଼ିଶା କୋଇଲା, ଖଣିଜ ଏବଂ ବନ୍ଦର ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ କରିଥାଏ। କିନ୍ତୁ ମହାବାତ୍ୟା, ଫାଇଲିନ୍, ଫୋନି, ଆମ୍ଫାନ୍ ଏବଂ ୟାସ୍ ଭଳି ବିପର୍ଯ୍ୟୟରେ ପ୍ରତିବର୍ଷ ରାଜ୍ୟକୁ ଅନେକ କ୍ଷତି ସହିବାକୁ ପଡିଥାଏ। ଓଡ଼ିଶାର ଏତେ ଅବଦାନ ଥାଇ ମଧ୍ୟ କେନ୍ଦ୍ରରୁ ଯଥା ସମ୍ଭବ ସହଯୋଗ କାହିଁକି ପାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଏକ ସମବେଦନା ନୁହେଁ ବରଂ ନ୍ୟାୟ ଚାହେଁ ବୋଲି ସେ କହିଛନ୍ତି। ପ୍ରତି ବର୍ଷ ରାଜ୍ୟ ବିପର୍ଯ୍ୟର ସମ୍ମୁଖୀନ ହେବା ପରେ ଆମେ ଆଉ ଥରେ ତାହା ନିର୍ମାଣ କରୁଛୁ। ଏଥିପାଇଁ ବିପୁଳ…

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଗତକାଲି ରାତିରେ ଏହି ଅଦଳବଦଳ କରାଯାଇଛି। ନିକଟରେ ସରକାର ଆଇଏଏସ ଓ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ନୂଆ ଅଦଳବଦଳ ଅନୁସାରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ହେଲା.. 1: ସମର୍ଥ ବର୍ମା-ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ତାଲିମ ସହିତ ସେ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଏହି ଦାୟିତ୍ବ ସହିତ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ କରାଯାଇଛି। 2: ସୁଦର୍ଶନ ଚକ୍ରବର୍ତ୍ତୀ- ବର୍ତ୍ତମାନ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ଓଡିଶା ରାଜ୍ୟ ସାଧାରଣ ଯୋଗାଣ ବିଭାଗର ଏମଡି ଭାବେ ବଦଳି କରାଯାଇଛି। 3: ଶୁଭମ ସାକ୍ସସେନା- ବର୍ତ୍ତମାନ ଓଡିଶା ରାଜ୍ୟ ସାଧାରଣ ଯୋଗାଣ ବିଭାଗର ଏମଡି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଛନ୍ତି।…

Read More

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି। ସ୍ବର୍ଗଦ୍ବାରରେ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାବା ରାମଦେବ, ରାଜ୍ୟମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ, ବିଜେପି ନେତା ପ୍ରମୁଖ ଯୋଗ ଦେଇଥିଲେ। ଦେବେନ୍ଦ୍ରଙ୍କ ବଡପୁଅ ମୁଖାଗ୍ନି ପ୍ରଦାନ କରିଥିଲେ। ଅନ୍ୟତମ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଆଜି ସକାଳୁ ତାଙ୍କ ମରଶରୀର ଚନ୍ଦ୍ରଶେଖରପୁର ବାସ ଭବନରୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ଦେବେନ୍ଦ୍ରଙ୍କ ଶହଶହ ସମର୍ଥକ ଯୋଗ ଦେଇଥିଲେ। ଗତକାଲି ତାଙ୍କର ୮୪ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ପରଲୋକ ହୋଇଥିଲା। ମରଶରୀର ଦିଲ୍ଲୀରୁ ଆସିବା ପରେ ତାଙ୍କୁ…

Read More

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଯାଇଛି। ସେ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା। ସେ ପୁତ୍ର ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ବାସଭବନରେ ଅବସ୍ଥାନ କରୁଥିଲେ। ସେଠାରେ ତାଙ୍କର ଦେହାନ୍ତ ହୋଇଯାଉଛି। ସେ ତତକାଳୀନ ଦେବଗଡ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେତେବେଳେ ମଧ୍ୟ ଦେବେନ୍ଦ୍ର ସଂସଦରେ ଓଡିଆରେ ଶପଥ ଗ୍ରହଣ କରିଥିଲେ। ଦେବେନ୍ଦ୍ର ଦୁଇଥର ଦେବଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ 1998 ମସିହାରେ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହାପରେ ସେ ପୁନର୍ବାର 1999 ମସିହାରେ ସେହି ଦେବଗଡରୁ ସାଂସଦ ହୋଇ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ଦ୍ବିତୀୟ ଥର ପାଇଁ ସେହି ଭୂପୃଷ୍ଠ ପରିବହନ ଏବଂ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତୀ ହୋଇଥିଲେ।

Read More

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି । ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ…

Read More

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ପୂର୍ବତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ପରଲୋକ ହୋଇଯାଇଛି। ସେ ନୂଆଦିଲ୍ଲୀରେ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ରହୁଥିଲେ। ସେଠାରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମରଶରୀର ଭୁବନେଶ୍ବର ଆଣିବା ପାଇଁ ନିଷ୍ପତି ହୋଇଛି। ଏହାପରେ ତାଙ୍କର ବାସସ୍ଥାନ ତାଳଚେର ନିଆଯିବ ବୋଲି ଜଣାପଡିଛି। ଡାକ୍ତର ଦେବେନ୍ଦ୍ର ପ୍ରଧାନ 1998 ମସିହାରେ ତତକାଳୀନ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହାପରେ ସେ ପୁନର୍ବାର 1999 ମସିହାରେ ସେହି ଦେବଗଡରୁ ସାଂସଦ ହୋଇ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ଦ୍ବିତୀୟ ଥର ପାଇଁ ସେହି ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତୀ ହୋଇଥିଲେ।

Read More

ଭୁବନେଶ୍ବର: ଧିରେ ଧିରେ ନବ ଦାସ ହତ୍ୟା ମାମଲା ଏକ ନୂଆ ମୋଡ ନେବାରେ ଲାଗିଛି। ପୂର୍ବରୁ ବିଜେପି ଦାବୀ କରି ଆସୁଥିଲା ଯେ, ତାଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବୀ କରିବା ଉଚିତ। ଏହାକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଲା। ନବ ଦାସଙ୍କ ପରିବାର ଉପରେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବାକୁ ଚାପ ପଡିଲା। ହେଲେ ସେ ଆଜି ପର୍ଯ୍ୟନ୍ତ ଚିଠି ନ ଲେଖିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଗଲା। ତେବେ ଏହା ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିବା ପାଇଁ ଇ-ମେଲ ଯୋଗେ ଅନୁରୋଧ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ। ଏଥିରେ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି। ସେ ସମୟ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ…

Read More

ଭୁବନେଶ୍ବର: ଆଜି ପ୍ରଖ୍ୟାତ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କର ବିୟୋଗ ହୋଇଯାଇଛି। ସେ ୯୧ ବର୍ଷ ବୟସରେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ସାରା ଓଡିଶାର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, “ପ୍ରସିଦ୍ଧ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ରହିଛି ବହୁମୂଲ୍ୟ ଯୋଗଦାନ। ନିଜ ସ୍ୱତନ୍ତ୍ର ରଚନା ଶୈଳୀ ପାଇଁ ପାଠକଙ୍କ ହୃଦୟରେ ସେ ଚିର ଅମର ହୋଇ ରହିବେ। ଏପରି ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।’

Read More

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମାକାନ୍ତ ରଥଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ବଡ କ୍ଷତି ଘଟିଯାଇଛି। ତାଙ୍କ ପରଲୋକ ନେଇ ଓଡିଶା ସାହିତ୍ୟକମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଜାଣନ୍ତୁ କେଉଁ ସାହିତ୍ୟିକ ତଥା ବିଶିଷ୍ଠ ବ୍ୟକ୍ତି କଣ କହିଛନ୍ତି। ଦାସ ବେନହୁର- ଲୁଚିଗଲା ଗୋଟାଏ ଚଳମାନ ଦୀର୍ଘ କବିତା। ଶ୍ରୀରାଧାରୁ ଶ୍ରୀପଳାତକ। ଯେତେ କୋଠରି ତିଆରିଲେ ବି ସପ୍ତମ ଋତୁ ଶେଷକଥା। ଖୁବ୍ କମ୍ ଜାଣିଥିବେ ମାଟିରେ ଚଳାଏ ପାଣି ଭିତରେ ଜହ୍ନକୁ ବି ଧରିନେଇ ସେ ଗପ ଲେଖିପାରନ୍ତି। ଶବ୍ଦର ମହୁଫେଣା ଗଢ଼ି ଅନାୟାସରେ ଝୁଲେଇ ଦିଅନ୍ତି ଭାବବୃକ୍ଷର ଶାଖା ପ୍ରଶାଖାରେ। ମୁଖ୍ୟ ଶାସନ ସଚିବ, ସାହିତ୍ୟ ଅକାଦେମି ସଭାପତି, ପଦ୍ମଭୂଷଣ ଫଳକ କବିବୋଧ ଉପରକୁ ଡେଇଁ ନଥିଲା କେବେ। ନିରୋଳାରେ କବିତାର ଲୋଡ଼ାପଣ ରହିଥିଲା ଶେଷ ଶଯ୍ୟା ଯାଏ। ସମସ୍ତେ ଯିବେ। ଦେହ ଯିବ। କବି ରମାକାନ୍ତ…

Read More

ଭୁବନେଶ୍ବର: ନୂଆଦିଲ୍ଲୀରୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଗତକାଲି ରାତିରେ ସେ ଭୁବନେଶ୍ବର ଫେରିଥିବାର ଜଣାପଡିଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ରାତିରେ ଫେରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଉଭୟ କାହା ସହିତ ଦେଖା ହେଲେ, କେଉଁ କାର୍ଯ୍ୟକ୍ରମରେ ସାମିଲ ହେଲେ ତାହା ଜଣାପଡି ନାହିଁ। ତେବେ ଉଭୟଙ୍କ ଏକା ସାଥୀରେ ଦିଲ୍ଲୀ ଗସ୍ତ କରିବାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କିଛି ଗୋଟିଏ ଘଟିବ ବୋଲି ବିଭିନ୍ନ ହଲରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ହେଲେ ବିନା କିଛି ଭେଟଘାଟରେ ଉଭୟ ଫେରି ଆସୁଥିବାରୁ ଏହି ଆଶଙ୍କା ସତ କି ମିଛ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ କିଛି ଗୋଟିଏ ଘଟଣା ଘଟିବାର ଥିଲା ହେଲେ କୌଣସି କାରଣ ବସତଃ ତାହା ସ୍ଥଗିତ ରହିଲା ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ଆଧୁନିକ ଓଡିଆ ସାହିତ୍ୟ ର ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଅଳ୍ପ କେତେଜଣ ଶ୍ରେଷ୍ଠ କବି ଙ୍କ ମଧ୍ୟ ରେ ସେ ଥିଲେ ଅନ୍ୟତମ। ସପ୍ତମ ଋତୁ,ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତ ରେ ଚିର ଦିନ ପାଇଁ ଅମରକରି ରଖିବ । ବିଭିନ୍ନ ବିଭାଗ ର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି । ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ…

Read More

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମକାନ୍ତ ରଥଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ତାଙ୍କର ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ପରଲୋକ ହୋଇଛି। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଏହାପରେ ୩୫ ବର୍ଷ ଧରି ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ପରେ ୧୯୯୨ ମସିହାରେ ଅବସର ନେଇଥିଲେ। ରମକାନ୍ତ ରଥଙ୍କ ଦ୍ବାରା ଲିଖିତ କବିତା ସଂଙ୍କଳନ ‘ଶ୍ରୀରାଧା’ ବେଶ ଲୋପ୍ରୟତା ହାସଲ କରିଛି। ୧୯୮୪ରେ ରଚିତ ଏହି କବିତା ସଙ୍କଳନ କବି ରମାକାନ୍ତ ରଥଙ୍କୁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲା। ଭରତବର୍ଷର କାବ୍ୟ ସାହିତ୍ୟରେ ‘ଶ୍ରୀରାଧା’ ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି। ଏହି ପୁସ୍ତକ ଇଂରାଜୀ ଓ ଆଠଟି…

Read More

ବାଣପୁର: ପବିତ୍ର ଫାଲ୍‌ଗୁନ ଦୋଳ ପୂର୍ଣ୍ଣିମା ଅପରାହ୍ନର ମାହେନ୍ଦ୍ର ବେଳାରେ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମା’ ଭଗବତୀ ଓ ଶ୍ରୀ ଚ଼ରଣ ଚ଼କାଦେବଙ୍କ ଜୟ ଜୟ କାର ହରିବୋଲ ଧ୍ବନୀରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ ନିମନ୍ତେ ମିଳନ ଯଜ୍ଞବେଦୀର ଐଶାନ୍ୟ କୋଣରେ ଶୁଭ ସ୍ତମ୍ବ ସ୍ଥାପନ କରାଗଲା । ଏହି ଯାତ୍ରାର ପ୍ରମୁଖ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚ଼କାଦେବଙ୍କ ଚରଣାର ବିନ୍ଦରେ ସମର୍ପିତ ହୋଇ ଯାତ୍ରା କମିଟିର କର୍ମକର୍ତ୍ତାମାନେ ଯାତ୍ରାର ସଫଳତା ନିମନ୍ତେ ଶ୍ରୀ ଜୀଉଙ୍କ ଆର୍ଶୀବାଦ କାମନା କରି ଦୀପ ଧୂପ ନୈବେଦ୍ୟ ଅର୍ପଣ ପରେ ଆଜ୍ଞାମାଳ ନେଇ ପଡ଼ିଆ ଅଭିମୁଖେ ଯାତ୍ରା କରି ଯଜ୍ଞବେଦୀରେ ସ୍ଥାପନ କରିଥିଲେ। ସେହିପରି ଯାତ୍ରାର ମୁଖ୍ୟ ଆକର୍ଷଣ ଅରାଧ୍ୟା ଦେବୀ ସଂସାରର ମାତୃଶକ୍ତିର ପ୍ରତୀକ ମଙ୍ଗଳମୟୀ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ କର୍ମକର୍ତ୍ତାମାନେ ମା’ଙ୍କ ପାଦତଳେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମର୍ପିତ ହୋଇ ଯାତ୍ରାର ସଫଳତା ନିମନ୍ତେ ପ୍ରାର୍ଥନା…

Read More

ଭୁବନେଶ୍ବର: ଡ୍ରିମ ଗାର୍ଲ ହେମା ମାଳିନୀ ଓଡିଶା ଗସ୍ତରେ ଅଛନ୍ତି। ସେ ଦୁଇଦିନ ଧରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ପରେ ଆଜି ହୋଲି ଉପଲକ୍ଷେ ସେ ପୁରୀ ଗସ୍ତ କରିଥିଲେ। ଆଜି ସକାଳୁ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପୁରୀ ଲୋକଙ୍କ ସହିତ ହୋଲି ଖେଳିଥିଲେ। ଦେଖନ୍ତୁ ଏହି ଫଟୋ… ଏହି ଅବସରରେ ତାଙ୍କ ସହିତ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଉଭୟ ହୋଲି ଉତ୍ସବକୁ ବେଶ ଉପଭୋଗ କରିଥିଲେ। ସେ ମଥୁରାରୁ ଆସି ପୁରୀରେ ହୋଲି ଖେଳିଥିବାରୁ ହେମା ନିଜକୁ ଧନ୍ୟ ମନେ କରିଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମହୋନ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ। ସେ ସେଠାରେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ କଣ ତାହା ସରକାରୀ ଭାବେ କିଛି କୁହାଯାଇ ନାହିଁ। ତେବେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ତାଙ୍କର କୌଣସି କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ। ତେବେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନକୁ ବିରୋଧ ବୈଠକରେ ଯୋଗଦେବେ ବୋଲି କୁହାଯାଉଛି। ତେବେ ଓଡିଶାର ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତର କୌଣସି ସୂଚନା ଦିଆଯାଇ ନ ଥିବାରୁ ବିଭିନ୍ନ ମହଲରେ ସନ୍ଦେହ ପ୍ରକଟ ହୋଇଛି।

Read More

ଭୁବନେଶ୍ବର: ଆଜି ସାରା ଓଡିଶାରେ ପାଳିତ ହୋଇଛି ରଂଗର ପର୍ବ ହୋଲି। ବିଭିନ୍ନ ରଂଗ ବୋଳି ପରସ୍ପରକୁ ଆଲିଙ୍ଗନ କରି ଲୋକେ ପାଳନ କରିଛନ୍ତି ଏହି ଉତ୍ସବ। ତେବେ ଏହି ଉତ୍ସବ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରେ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଗୋଟିଏ ସୋସାଇଟ୍ ଭିତରେ ଶହଶହ ଲୋକ ରହୁଥିବାରୁ ଏହି ଉତ୍ସବ ବେଶ ଜମିଯାଇଛି। ସେହି ପରିପ୍ରେକ୍ଷୀରେ ଭୁବନେଶ୍ବରର କଲିଙ୍ଗନଗରରେ ଥିବା ଟ୍ରାଇଣ୍ଡେଣ୍ଟ ଗାଲାକ୍ସିରେ ମଧ୍ୟ ହୋଲି ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇଛି। ଏହି ଉତ୍ସବର ମଜା ନେବା ପାଇଁ ଟ୍ରାଇଣ୍ଡେଣ୍ଟ ରେସିଡେଣ୍ଟ ୱେଲଫାର ଆସୋସିଏସନ ତରଫରୁ ରେନ ଡ୍ୟାନସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଫଳରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଏବଂ ସୋସାଇଟର ସଦସ୍ୟଗଣ ଏହି ଉତ୍ସବରେ ଭାଗ ନେଇଥିଲେ। ସଂଗୀତର ତାଳେ ତାଳେ ଆପାର୍ଟମେଣ୍ଟର ବାସିନ୍ଦା ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ନୃତ୍ୟ ପରିବେଷଣ କରିଥିଲେ।

Read More

ଭୁବନେଶ୍ବର: ଆଜି ହେଉଛି ରଂଗର ଉତ୍ସବ ହୋଲି। ଏହି ଅବସରରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ରଂଗୀନ ହୋଇ ଉଠିଛି। ନେତାଙ୍କଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ହୋଲିଖେଳରେ ମସଗୁଲ ଅଛନ୍ତି। ଏହିପରି ଅବସରକୁ ହାତଛଡା କରି ନାହାଁନ୍ତି ବିଜେପି ନେତା ଓ ମନ୍ତ୍ରୀ। ସେମାନେ ମଧ୍ୟ ରଂଗୀନ ରଂଗରେ ରଙ୍ଗାୟିତ ହୋଇଛନ୍ତି। ଶୁକ୍ରବାର ଦିନ ବିଜେପି ପାର୍ଟି ଅଫିସରେ ଆୟୋଜିତ ହୋଇଥିଲା ହୋଲି ଉପଲକ୍ଷେ ବନ୍ଧୁ ମିଳନ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେଇ ହୋଲି ଖେଳିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଥିଲେ।

Read More

ଭୁବନେଶ୍ବର: ଭୁବନେଶ୍ବରରେ ମେଟ୍ରୋ ରେଳ ହେବ କି ନାହିଁ ସେ ନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହେଲା ଏହି ବହୁ କୋଟି ପ୍ରକଳ୍ପ ଲାଭଦାୟକ ହେବ କି ନାହିଁ ତାହାର ଅନୁଧ୍ୟାନ କରିବା ପାଇଁ ଗଠନ ହେଲା ଏକ କମିଟ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ, ଏହି ପ୍ରକଳ୍ପର କାମ ଏବଂ ଫିଜିବିଲିଟ୍ ନେଇ ଅନୁଧ୍ୟାନ କରାଯିବ। ସେମାନଙ୍କ ରିପୋର୍ଟ ଅନୁସାରେ କାମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ଏହାର ଭବିଷ୍ୟତ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପ୍ରିଲ ୨୦୨୩ରେ ନବୀନ ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ କରିଥିଲେ ଅନୁମୋଦନ । ୨୦୨୪ ଜାନୁଆରୀ ପହିଲାରେ ବାରଙ୍ଗରେ ପଡ଼ିଥିଲା ଭିତ୍ତିପ୍ରସ୍ତର । ପ୍ରକଳ୍ପ ପାଇଁ ୬ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ ଓଡ଼ିଶା ସରକାର। ଏହାକୁ ନେଇ ରାଜ୍ୟବାସୀ ବେଶ…

Read More

ନବରଂଗପୁର: ବିବାହ କରି ଫସିଗଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ବାହା ହେବା ପରେ ସମସ୍ତେ ଖୁସି ହେବା କଥା। ହେଲେ ପ୍ରଦୀପଙ୍କ ପାଇଁ ଏହି ବିବାହ ଟେନସନ ବଢାଇ ଦେଇଛି। ତାହାର କାରଣ ହେଲା ସେ ଜଣେ ଅଣ ଆଦିବାସୀ ଝିଅକୁ ବାହା ହୋଇଥିବାରୁ ତାଙ୍କୁ ତାଙ୍କ ସମାଜ ବାସନ୍ଦ କରିଛି। ଭତରା ସମାଜର ମୁଖିଆମାନେ ଆଜି ବୈଠକ କରି ଏହି ନିଷ୍ପତି ଗ୍ରହଣ କରିଛନ୍ତି। ନିଷ୍ପତି ଅନୁସାରେ ପ୍ରଦୀପଙ୍କ ପୁରା ପରିବାରକୁ ଏହି ବାସନ୍ଦ କରାଯାଇଛି। ଫଳରେ ତାଙ୍କ ପରିବାରର କୌଣସି ଭଲ ମନ୍ଦ କାର୍ଯ୍ୟରେ ତାଙ୍କ ଭତରା ସମାଜ ସାହାଯ୍ୟ କରିବ ନାହିଁ। ପ୍ରଦୀପଙ୍କ ପରିବାରକୁ ଭତରା ସମାଜ ବାର ବର୍ଷ ପାଇଁ ଏହି ବାସନ୍ଦ କରିଛି।

Read More

କଟକ: “ମୋ ଅନ୍ତେ ଜଣେ ଉତ୍ତମ ନର୍ତ୍ତକୀ ଓ ଉତ୍କୃଷ୍ଟ କଳାକାର ଭାବରେ ମୁଁ ନିଜ ଲିଗାସୀ ଛାଡ଼ିଯିବାକୁ ଚାହେଁ ।” ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେବାକୁ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଅବସରରେ ଏକଥା କହିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା, ରାଜନେତା ତଥା ପ୍ରେରଣାଦାୟୀ ନାରୀନେତ୍ରୀ ଶ୍ରୀମତୀ ହେମା ମାଳିନୀ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ “ଇକୋସ୍ ଅଫ୍ ଆନ୍ ଏରା: ହେମା ମାଳିନୀ ରିଫ୍ଲେକ୍ଟସ୍ ଅନ୍ ହର୍ ଆଇକନିକ୍ ଫିଲ୍ମସ୍ ଆଣ୍ଡ୍ ଟାଇମଲେସ୍ ଆର୍ଟିଷ୍ଟ୍ରୀ” ଶୀର୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ହେମା ଯେ କୌଣସି ସୃଜନଶୀଳ କ୍ଷେତ୍ରରେ ନିଷ୍ଠା ଏବଂ ଅଧ୍ୟବସାୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ଡ୍ରିମ୍ ଗାର୍ଲଙ୍କ ସହିତ ତାଙ୍କ ଜୀବନର ବହୁ ଅନାଲୋଚିତ ଅଧ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ…

Read More