Mandia Dibas: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ନଭେମ୍ବର ୧୦, ୨୦୨୫ ସୋମବାର ଦିନ ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି, ପୁଷ୍ଟିକର ସୁରକ୍ଷା ଏବଂ ପ୍ରାକୃତିକ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ ସକାଳେ ପାଟନାରୁ ବାହାରି ପୂର୍ବାହ୍ନ ୧୧:୦୦ ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ, ସେ ଲୋକ ସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟ ଅତିଥି ଭାବରେ ‘ମାଣ୍ଡିଆ ଦିବସ (ମିଲଟ ଦିବସ)’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ବାଜରା (ଶ୍ରୀ ଅନ୍ନା/ମୋଟା ଶସ୍ୟ) ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ…
Author: Samikhsya Bureau
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେଡି। ଦଳର ଏକ ନେତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେମାନେ ଅଭିଯୋଗ କରିଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ, ନୂଆପଡା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁନାବେଢା ଅଭୟାରଣ୍ୟ ଉପରେ ଉଡୁଥିଲା। ଏହା ବନ୍ୟପ୍ରାଣୀ ନିୟମର ଉଲ୍ଲଘଂନ କରୁଛି ବୋଲି ବିଜେଡି ଉଲ୍ଲେଖ କରିଛି। ସେତିକି ନୁହେଁ ସିଇଓଙ୍କ ନିକଟରେ ନୂଆପଡ଼ା ଉପନିର୍ବାଚନ ନେଇ ଅଭିଯୋଗର ଲମ୍ବା ତାଲିକା ଦେଇଛି ବିଜୁ ଜନତା ଦଳ। ତାହା ହେଲା ନିର୍ବାଚନ ବେଳେ ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି ମନ୍ତ୍ରୀ ଓ ବିଜେପି ନେତା। ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ବନ୍ଧା ପାଇଁ ରାଜପଥ ଅବରୋଧ କରିଛି ବିଜେପି। ମତଦାନ କେନ୍ଦ୍ର ଆଗରେ ଦଳୀୟ କାର୍ଯ୍ୟାଳୟ ଖୋଲାଯାଇଛି। ସେହିପରି ସରକାରୀ ସମ୍ପତ୍ତିର ଦୁରୁପଯୋଗ କରିଛନ୍ତି ଜୟ ଢୋଲକିଆ ବୋଲି ଦଳ ଅଭିଯୋଗ କରିଛି।
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପାଞ୍ଚ ଦିନର ଫଳପ୍ରଦ ଆଲୋଚନା ପରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଉପରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି ଯେ ସାମଗ୍ରୀ ଏବଂ ସେବା ବାଣିଜ୍ୟ, ଆର୍ଥିକ ସହଯୋଗ ଏବଂ ଉତ୍ପତ୍ତି ନିୟମ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ କହିଛନ୍ତି ଯେ ଆଲୋଚନା ସକାରାତ୍ମକ ଥିଲା ଏବଂ ଏକ ଦୃଢ଼, ଆଧୁନିକ ଏବଂ ସନ୍ତୁଳିତ ବାଣିଜ୍ୟ ସହଭାଗୀତା ଗଠନ କରିବାର ସେମାନଙ୍କର ମିଳିତ ଲକ୍ଷ୍ୟ। ଏକ ବିବୃତ୍ତିରେ, ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ମନ୍ତ୍ରୀ ଟଡ୍ ମ୍ୟାକକ୍ଲେ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଚୁକ୍ତି ବାଣିଜ୍ୟକୁ ବୃଦ୍ଧି କରିବାରେ, ନିବେଶକୁ ଆକର୍ଷିତ କରିବାରେ, ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାରେ ଏବଂ…
ଭୁବନେଶ୍ବର: ଆଜି ସଂଧ୍ୟାରେ ଶେଷ ହେବ ନୂଆପଡା ନିର୍ବାଚନ ପ୍ରଚାର। ବେଶ କିଛିଦିନ ଧରି ଘୋଘାରେ କମ୍ପି ଉଠିଥିଲା ନୂଆପଡା। ଆଜି ଅପରାହ୍ନରୁ ସେ ସବୁ ବନ୍ଦ ହେବ। ଏହାପରେ ଦଶ ତାରିଖ ଦିନ କାହାକୁ ଭୋଟ ଦିଆଯିବ ସେ ନେଇ ଭୋଟରଙ୍କୁ ଚିନ୍ତା କରିବା ପାଇଁ ସମୟ ଦିଆଯାଇଛି। ଏହାପରେ ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା ବାହାର ନେତାମାନେ ନୂଆପଡା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦ୍ଦେଶ ଜାରୀ କରିଛନ୍ତି। ଏପରିକି କୌଣସି ନେତା ଦେହ ଖରାପ କହି ରହିବାକୁ ଚେଷ୍ଠା କଲେ ତାଙ୍କର ମେଡିକାଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଇଛି। ତେଣୁ ନିୟମ ଅନୁସାରେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ବାହାର ନେତାମାନେ…
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ରହିଲା। ଫଳରେ ତିନିଦଳର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି। ପ୍ରଚାର ମଇଦାନରେ ଉଭୟ ବିଜେଡି ବିଜେପି ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି କରିବାରେ ଲାଗିଛନ୍ତି। ଏହି ପ୍ରଚାର ବେଳେ ଅରୁଣ ସାହୁ କହିଲେ ନୂଆପଡାରେ ବିଜେପି ଜିତିବ। ଓଡିଶାରେ ବିଜେପି ଦେଢ ବର୍ଷ ମଧ୍ୟରେ ବେଶ ଭଲ କାମ କରିଛି। ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି। ତେଣୁ ନୂଆପଡାର ଲୋକେ ଜୟ ଢୋଲକିଆଙ୍କୁ ବିଜୟ କରିବାକୁ ନିଶ୍ଚିତ କରିଛନ୍ତି। ତେବେ ଏହି ଅରୁଣ ସାହୁ ହେଉଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ତଥା ଛତିଶଗଡର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ। ଗତକାଲି ସେ ନୂଆପଡାର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେ କହିଛନ୍ତି ଯେ, ଓଡିଶାରେ ମାତ୍ର ୧୬ ମାସ ଭିତରେ ବିଜେପି ସରକାର ନିଜେ ଦେଇଥିବା ୨୧ ଟି ପ୍ରତିଶୃତି ମଧ୍ୟରୁ ୧୧ ଟି ପୂରଣ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଆଜି ଭାରତର ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ପ୍ରତିଷ୍ଠାନ ପରିସରରେ ସାମୂହିକ “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗାନରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ। ଦେଶପ୍ରେମର ଅପୂର୍ବ ଭାବରେ ସମ୍ପୂର୍ଣ୍ଣ ପରିବେଶ ସ୍ପନ୍ଦିତ ହୋଇଥିଲା। ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଭାରତୀୟମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଏକତାର ମନ୍ତ୍ରକୁ ଅଭିମନ୍ତ୍ରିତ କରୁଥିବା ଏକ ଚମତ୍କାର କୃତି ସୃଷ୍ଟି କରିଥିବାରୁ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା କେବଳ ଏକ ଗୀତ ନୁହେଁ ବରଂ ଆମ ସମସ୍ତଙ୍କୁ ଏକତ୍ର ବାନ୍ଧିରଖିବା ଏକ ଅନନ୍ୟ ରଜ୍ଜୁ, ବୋଲି ଡକ୍ଟର ବିଶ୍ୱାସ…
ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର: ରିଲାଏନ୍ସ ଜିଓ ପ୍ଲାଟଫର୍ମ ବର୍ତ୍ତମାନ ଏହାର ଉନ୍ନତ ୫ଜି ପ୍ରଯୁକ୍ତି ମାଧ୍ୟମରେ ବିଶ୍ୱ ସ୍ତରରେ ସମ୍ପ୍ରସାରଣ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉଭୟରେ ସମ୍ପୂର୍ଣ୍ଣ ୫ଜି ସମାଧାନ ବିକଶିତ କରିଛି, ଯେଉଁଥିରେ ଓପନ ଆରଏଏନ-ଆଧାରିତ ରେଡିଓ, ନେଟୱାର୍କ କୋର୍, କ୍ଲାଉଡ୍-ନେଟିଭ୍ ଓଏସଏସ / ବିଏସଏସ ସିଷ୍ଟମ୍ ଏବଂ ଏଆଇ-ଆଧାରିତ ଅଟୋମେସନ୍ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ ରହିଛି। ଜିଓର ‘ଏୟାର ଫାଇବର’ ପ୍ରଯୁକ୍ତି ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି। ପ୍ରତିଷ୍ଠିତ ଆନ୍ତର୍ଜାତୀୟ ବ୍ରୋକରେଜ୍ ସଂସ୍ଥା ଜେଫରିଜ୍ ଦ୍ୱାରା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ଜିଓର ସୁଲଭ ଏବଂ ସ୍କେଲେବଲ୍ ୫ଜି ସମାଧାନ ଏହାକୁ ବିଶ୍ୱର ୧୨୧ ବିଲିୟନ ଡଲାର ଟେଲିକମ୍ ପ୍ରଯୁକ୍ତି ବଜାରରେ ଏକ ମହତ୍ତ୍ୱପୂର୍ଣ୍ଣ ଲାଭ ଦେଇପାରିବ। ବର୍ତ୍ତମାନ, ବିଶ୍ୱବ୍ୟାପୀ, ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ୫ଜି ନେଟୱାର୍କ କଭରେଜ୍ ବହୁତକମ୍ ରହିଛି।…
Niti Aayog CEO: ନୀତି ଆୟୋଗର ସିଇଓ ବି.ଭି.ଆର. ସୁବ୍ରମଣ୍ୟମ୍ ଶୁକ୍ରବାର ଦିନ କହିଛନ୍ତି ଯେ ମାସ ଶେଷ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ ଆଲୋଚନା ସଫଳ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ଦେଶକୁ ଏହାର ନିବେଶ ହାରକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 35-36 ପ୍ରତିଶତକୁ ବୃଦ୍ଧି କରିବାକୁ ପଡିବ। ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଛନ୍ତି ଯେ ଆଲୋଚନା ସଠିକ ଦିଗରେ ଗତି କରୁଛି ଏବଂ ମାସ ଶେଷ ସୁଦ୍ଧା କିଛି ଭଲ ଖବର ଆସିବାର ସମ୍ଭାବନା ରହିଛି। ନୀତି ଆୟୋଗ ସିଇଓ ପୁଣି କହିଛନ୍ତି ଯେ ନଭେମ୍ବର ସୁଦ୍ଧା ଜାତୀୟ ଉତ୍ପାଦନ ମିଶନ ଆରମ୍ଭ କରାଯିବ, ଯାହା 15 ଟି କ୍ଷେତ୍ର ଉପରେ କେନ୍ଦ୍ରିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ 75 ଟି ସ୍ଥାନରେ କ୍ଷେତ୍ରଗତ କ୍ଲଷ୍ଟର ସୃଷ୍ଟି କରିବାର ପ୍ରସ୍ତାବ ରହିଛି। ସେ କହିଛନ୍ତି ଯେ 8-9 ପ୍ରତିଶତ…
ସୁଟିଂ କ୍ରୀଡା: ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ମଉ ସ୍ଥିତ ପ୍ରତିଷ୍ଠିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ), ସୁଟିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ (ଆରଏଫ) ସହିତ ପ୍ରଥମ କର୍ପୋରେଟ୍ ସହଭାଗୀତା କରିଛି। ଏହି ସହଭାଗୀତା ବର୍ତ୍ତମାନ ଏଏମୟୁରେ ତାଲିମ ନେଉଥିବା ୧୪ ଜଣ ସୁଟରଙ୍କୁ ସହାୟତା ପ୍ରଦାନ କରିବ। ଏଥିରେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସନ୍ଦୀପ ସିଂହ ଏବଂ ସେନାର ପ୍ରଥମ ମହିଳା ସୁବେଦାର ପ୍ରୀତି ରଜକ ଅନ୍ତର୍ଭୁକ୍ତ ରହିଛନ୍ତି। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀ ଏହି ଅବସରରେ କହିଛନ୍ତି, “ଭାରତୀୟ ସେନା ଏବଂ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ) ସହିତ ଯୋଡି ହେବା ଆମ ପାଇଁ ସମ୍ମାନର ବିଷୟ। ଏହି ସହଭାଗୀତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତକୁ କ୍ରୀଡ଼ାରେ ଶୀର୍ଷରେ ପହଞ୍ଚାଇବା ପାଇଁ ଏକ ସଂକଳ୍ପ। ଆମେ ମିଳିତ ଭାବରେ ଏପରି ଚାମ୍ପିଅନମାନଙ୍କୁ ପ୍ରସ୍ତୁତ…
ନୂଆପଡାରେ ପ୍ରଚାର ଜୋରଦାର: ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଉପନିର୍ବାଚନ ପାଇଁ ଦମଦାର ପ୍ରଚାର କରିଛନ୍ତି। ଦ୍ବିତୀୟ ଥର ପାଇଁ ନବୀନ ନୂଆପଡା ଗସ୍ତ କରି ସେ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।ନବୀନ ପ୍ରଥମେ ଏକ ବିରାଟ ରୋଡ ସୋ ରେ ଯାଇ ଲୋକଙ୍କୁ ହାତ ହଲାଇ ସମର୍ଥନ ମାଗିଥିଲେ। ଏହି ସମୟରେ ଉଭୟ ପାର୍ଶ୍ବରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ନବୀନ ପ୍ରଥମେ ଖରିଆର ରୋଡ୍ ଥାନା ନିକଟସ୍ଥ ପଡ଼ିଆରେ ପହଞ୍ଚି ସେଠାରୁ ଏକ ରୋଡ୍ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଯାଇଥିଲେ। ସେଠାର ପରକୋଡଠାରେ ଏକ ସଭାରେ ସେ ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଗତ ପ୍ରଚାର ବେଳେ ନବୀନ ଜୟ ଢୋଲକିଆଙ୍କୁ ବେଇମାନ ବୋଲି କହିଥିଲେ। ହେଲେ ଏଥର ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଜନସମାଗମକୁ ପ୍ରଶ୍ନ କରିଥିଲେ ଯେ,…
ଓଡ଼ିଶାରେ ବନ୍ଦେ ମାତରମ୍: ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକ ସେବା ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍ ‘ ର ୧୫୦ ତମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ କହିଥିଲେ। ସୂଚନା ଯୋଗ୍ୟଯେ, ଲୋକସେବା ଭବନ ସ୍ଥିତ ପ୍ରାଙ୍ଗଣରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଦିଲ୍ଲୀ ଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର ସାମୁହିକ ଗାନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିଶ…
Vande Mataram: ଆଜି ହେଉଛି ବନ୍ଦେ ମାତରମ୍ ରାଷ୍ଟ୍ରୀୟ ସଂଗୀତର ୧୫୦ ବର୍ଷ ପୂର୍ତ୍ତି। ଏହି ଉପଲକ୍ଷେ ସାରା ଦେଶରେ ଏହାର ଉତ୍ସବ ପାଳନ ହେଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି।” ସେ କହିଛନ୍ତି ଯେ, “ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ। ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ…
Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଭାରତୀୟ ରୋଡ କଂଗ୍ରେସ ବା ଆଇଆରସି ସମ୍ମିଳନୀ। ଏଥିରେ ଦେଶ ତଥା ବିଦେଶରୁ ଶହଶହ ଇଂଜିନିୟର ଯୋଗଦେବେ। ୧୯୩୪ ମସିହାରୁ ଆଇଆରସି ଗଠନ ହୋଇଥିବାବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା।ଏହି ମହାକୁମ୍ଭକୁ ଉଦ୍ଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ୍ ଗଡ଼କରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ଏହି ଅଧିବେଶନ ନଭେମ୍ବର ୬ ରୁ ୧୦ ତାରିଖ ପର୍ୟ୍ୟନ୍ତ ୫ ଦିନ ଧରି ସଡ଼କ ଭିତ୍ତିଭୂମି ଉନ୍ନତୀକରଣ,ନୂଆ ଜ୍ଞାନକୌଶଳ, ଜଳବାୟୁ ଅନୁକୂଳ ରାସ୍ତାନିର୍ମାଣ ଇତ୍ୟାଦି ଅନେକ ବୈଷୟିକ ବାବଦରେ ଜ୍ଞାନର ଆଦାନପ୍ରଦାନର କେନ୍ଦ୍ରବିନ୍ଦୁ ହେବ। ଆଇଆର୍ସିର ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର…
CM in Nuapada: ନୂଆପଡା ଉପନିର୍ବାଚନର ବିଜେପି ମଙ୍ଗ ଆଜି ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କୋମନା ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା। କୋମନା ବ୍ଲକ ଉଦ୍ୟାନ ବନ୍ଧ ଭୀମରାଓ ଛକରୁ କୋମନା ବ୍ଲକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯାଇଥିଲେ । ବାଟରେ ସ୍ଥାନେ ସ୍ଥାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଉଥିବା ବେଳେ ମହିଳା ମାନେ ଫୁଲ ଚନ୍ଦନ ଦେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ପ୍ରଚାର ବେଳେ ଜୟ ଢୋଲକିଆଙ୍କୁ ନବୀନ କହିଥିବା ବେଇମାନ ର ଅର୍ଥ ବୁଝାଇ…
ନୂଆପଡା / ଭୁବନେଶ୍ୱର: ବିଜେଡି ୨୪ବର୍ଷ ଓ କଂଗ୍ରେସ ୫୦ ବର୍ଷ ଶାସନ କରିବି ଉଭୟ ଓଡିଶାବାସୀଙ୍କ ଭରଷା ହରାଇଛନ୍ତି । ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନ କଲେ କିନ୍ତୁ ଓଡିଆ କହିପାରିଲେ ନାହିଁ । ଯିଏ ଓଡିଆ କହିପାରିଲେନି କି ଶିଖିପାରିଲେନି ସେ କଣ ଓଡିଶାବାସୀଙ୍କ କଥା ବୁଝିବେ ? ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡା ବ୍ଲକ ଅନ୍ତର୍ଗତ ପଂଚମପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ସାଏ କହିଛନ୍ତି ଯେ, କଂଗ୍ରେସ ପରିବାରବାଦକୁ ଛାଡି ପାରିନି । ଦୀର୍ଘ ୫୦ ବର୍ଷର ନିଜ ଶାସନ ସମୟରେ କଂଗ୍ରେସ ଦଳ ଓଡିଶାକୁ ଅବହେଳା କରିବା ସହିତ ଲୁଟିଦେଇଛି । ଉଭୟ ବିଜେଡି – କଂଗ୍ରେସ ଦଳ ପାରିବାରିକ ଦଳ । କଂଗ୍ରେସ ଓ ବିଜେଡି ଦଳ…
Nuapada Bypoll: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଗତ ମଙ୍ଗଳବାର ଦିନ ବିଭାଗୀୟ ଅଧିକାରୀମାନେ ଯାଞ୍ଚ କରି ୧୫୦ଲିଟର ହାତ ରନ୍ଧା ମଦ, ୧୦୭ଲିଟର ବାହାର ଭାଟି ମଦ, ୪୩୦୦ କେଜି ମହୁଲ ପୋଚ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୦୩ ଲକ୍ଷ ୨୧ ହଜାର ୮୫୦ ଟଙ୍କା ହେବ। ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲିଟର ବିଅର୍, ୪୨ ଲିଟର ବିଦେଶୀ ମଦ, ୬୭୬୫ ଲିଟର ହାତ ରନ୍ଧା ମଦ, ୧୪୧୯ ଲିଟର ବାହାର ଭାଟି ମଦ, ୬୦କେଜି ଗଞ୍ଜେଇ ଏବଂ ୧,୬୬ ,୬ ୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୬ ଲକ୍ଷ ୦୬ ହଜାର ୩୮୬ ଟଙ୍କା ହେବ। ଏହା ସହିତ ଛଅ ଗୋଟି ବାଇକ୍ ଏବଂ ଏକ…
Bihar Assembly Polls: ବିହାରର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର ୧୨୧ଟି ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମତଦାନ ହେଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୩.୭୫ କୋଟି ଭୋଟର ଅଂଶଗ୍ରହଣ କରୁଛନ୍ତି, ଯାହା ୧୮ ଟି ଜିଲ୍ଲାର ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ଏହି ନିର୍ବାଚନର ମୁଖ୍ୟ ପ୍ରସଂଗ ହେଉଛି ବେକାରୀ, ପ୍ରବାସ, ଦୁର୍ନୀତି, ଏବଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ହ୍ରାସ – ଏହି ପ୍ରସଙ୍ଗଗୁଡ଼ିକ ରାଜ୍ୟରେ ସାଧାରଣ ଆଲୋଚନାରେ ପ୍ରଭାବ ପକାଇଥାଏ। ଗୁରୁବାରର ମତଦାନ RJD ର ତେଜସ୍ୱୀ ଯାଦବ, ବିଜେପି ନେତା ସମ୍ରାଟ ଚୌଧୁରୀ ଏବଂ ମଙ୍ଗଲ ପାଣ୍ଡେ ଏବଂ JD(U) ର ଶ୍ରବଣ କୁମାର ଏବଂ ବିଜୟ କୁମାର ଚୌଧୁରୀଙ୍କ ସମେତ ଅନେକ ଉଚ୍ଚ-ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ସମ୍ଭାବନା ନିର୍ଣ୍ଣୟ କରିବ। ନିଜସ୍ୱ ଦଳ ଗଠନ କରିଥିବା ତେଜ ପ୍ରତାପ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୁଇଟି ପ୍ରମୁଖ ସମବାୟ ସଂସ୍ଥା, ଅମୂଲ ଏବଂ ଇଫକୋକୁ ଯଥାକ୍ରମେ ସମବାୟ ପାଇଁ ବିଶ୍ୱ ରାଙ୍କିଂରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। “ଭାରତର ସମବାୟ କ୍ଷେତ୍ର ସକ୍ରିୟ ଏବଂ ଅନେକ ଜୀବନକୁ ପରିବର୍ତ୍ତନ କରୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛି”, ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି: “ଅମୂଲ ଏବଂ ଇଫକୋକୁ ଅଭିନନ୍ଦନ। ଭାରତର ସମବାୟ କ୍ଷେତ୍ର ସକ୍ରିୟ ଏବଂ ଅନେକ ଜୀବନକୁ ପରିବର୍ତ୍ତନ କରୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ଉତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛି।” Prime Minister posted on X: “Congratulations to Amul and IFFCO. India’s cooperative sector is vibrant and is…
ଭୁବନେଶ୍ୱର: ଆଠ ଦଫା ଦାବି ନେଇ ରାଜ୍ୟ ଆୟୁଷ ଛାତ୍ର ସଙ୍ଗଠନ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ଅଧିକାରୀ ଙ୍କୁ ବାରମ୍ବାର ଦାବୀ ପତ୍ର ଓ ଆଲୋଚନା କରିଛନ୍ତି। ହେଲେ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଗଲା ନାହିଁ। ଫଳରେ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଆଙ୍କୁଶପୁର ଆଦି ସମସ୍ତ ସରକାରୀ ଆୟୁଷ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ କଳାବ୍ୟାଚ ପରିଧାନ କରି ସରକାର ଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବେ। ଓଡ଼ିଶାରେ ନୂତନ ଆୟୁଷ ପଦବୀ ଓ ପି ଏସ ସି ଦ୍ଵାରା ଖୋଲାବା,ପିଜି ଓ ପି ଏଚ ଡ଼ି ସିଟ ସଂଖ୍ଯା ବୃଦ୍ଧି ,ଡାଇନାମିକ ଭର୍ତା ଆୟୁଷ ହାଉସ ସର୍ଜନଙ୍କୁ ତୁରନ୍ତ ପ୍ରଦାନ,ସମସ୍ତ ଆୟୁଷ କଲେଜ ରେ ପରିଚାଳନା କମିଟି ଗଠନ ,ଆୟୁଷ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାଇ ଭିତ୍ତିଭୂମି ଓ ମାନବ…
ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି । କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ…
ନୂଆପଡା ଉପନିର୍ବାଚନ: ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରି ଓଡ଼ିଶା ପ୍ରଦେଶ କଂଗେସ ପକ୍ଷରୁ ଏକ ୫ ଜଣିଆ ମହିଳା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ସହ ଏକ ଦାବିପତ୍ର ପ୍ରଦାନ କରି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତିରେ ସ୍ମାରକପତ୍ର ଗ୍ରହଣ କରିଥିବା ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି କି ଭାରତୀୟ ଜନତା ପାର୍ଟି (BJP)ର କିଛି ମହିଳା ସଦସ୍ୟ ଏବଂ କର୍ମୀମାନେ ନୂଆପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ମହିଳା ଭୋଟରମାନଙ୍କୁ ଖୋଲାଖୋଲି ଭାବରେ ଶାଢ଼ି ଏବଂ ଅନ୍ୟାନ୍ୟ ଉପହାର ସାମଗ୍ରୀ ବଣ୍ଟନ କରୁଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ଶାଢ଼ି ପ୍ୟାକେଟରେ ୫୦୦ ଟଙ୍କା ନଗଦ ରାଶି ରହିଛି, ଯାହାକୁ ମହିଳା ଭୋଟରମାନଙ୍କୁ ଶାଢ଼ି ସହିତ ପ୍ରଦାନ କରାଯାଉଛି।…

