ଭୁବନେଶ୍ବର: ପ୍ରଭୃ ଜଗନ୍ନାଥଙ୍କ ଚିତ୍ରକୁ ଜଣେ ବିଦେଶୀନିଙ୍କ ଜଙ୍ଘରେ ଆଙ୍କିବା ଘଟଣା ମହାଙ୍ଗା ପଡିଲା। ଗିରଫ ହେଲେ ଟାଟୁ ଷ୍ଟୁଡିଓର ମାଲିକ ଏବଂ ଜଣେ ସହଯୋଗୀ। ସହୀଦ ନଗର ପୋଲିସ ଯେଉଁ ଦୁଇଜଣଙ୍କୁ ଗିରଫ କରିଛନ୍ତି ସେମାନେ ହେଲେ ରକି ଟାଟୋଜ ର ମାଲିକ ରକି ବିଶ୍ବୋଇ ଏବଂ ତାଙ୍କର ଜଣେ ସହଯୋଗୀ ଅଶ୍ବିନୀ ପ୍ରଧାନ। ଇଟାଲୀର ଜଣେ ଯୁବତୀଙ୍କ ଜଙ୍ଗରେ ରକି ଜଗନ୍ନାଥଙ୍କ ମୁହଁକୁ ଟାଟୁ କରିଥିଲେ। ଏହାପରେ ସେ ତାହାକୁ ସାମାଜିକ ଗଣମାଧ୍ୟମ ମଧ୍ୟ ପ୍ରକାଶ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ବିବାଦ। ଗଣମାଧ୍ୟମରେ ରକିଙ୍କୁ ଗାଳି କରାଯିବା ସହିତ କ୍ଷମାପ୍ରାର୍ଥନା କରିବାକୁ ଦାବୀ କରାଯାଇଥିଲା। ଏହାପରେ ତାଙ୍କ ବିରୋଧରେ ସହିଦନଗର ଥାନାରେ ମାମାଲା ଋଜୁ କରାଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଭୟରେ ରକି ସାମାଜିକ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ଏପରିକି ଯୁବତୀ ଜଣଙ୍କ ମଧ୍ୟ କ୍ଷମା ପ୍ରାର୍ଥନା କରି ମୁଁ ଜଗନ୍ନାଥଙ୍କୁ ଭକ୍ତି କରେ ବୋଲି…
Author: Samikhsya Bureau
ଭୁବନେଶ୍ୱର: ଆଜି ବିଜେଇଏମ ସ୍କୁଲ ଅଭିଭାବକ ସଂଘ ସଭାପତି ଶ୍ରୀ ରଂଜନ କୁମାର ଦାସ ଙ୍କ ନେତୃତ୍ଵରେ ଏକ 10 ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ରେ ଭେଟିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଜଷ୍ଟିସ କେ ପି ମହାପାତ୍ର ଙ୍କ ସବ କମିଟି ରିପୋର୍ଟ କୁ ଫାଇନାଲ ରିପୋର୍ଟ ଦର୍ଶାଇ ବାର୍ଷିକ 20 % ହାରରେ ଫି ବୃଦ୍ଧି କରି ଚାଲିବା। ଗତ କାଲି ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ବେଳେ ସବ କମିଟି ରିପୋର୍ଟର ସତ୍ୟତା ଧରା ପଡିଯିବା, ଫି ବୃଦ୍ଧି ପାଇଁ କିଛି ଅଭିଭାବକ ମାନେ ଶିକ୍ଷକ ମାନଙ୍କୁ କହିଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା ପୋଲିସ ଉପସ୍ଥିତି ରେ କହିବା କଥା ବିଷୟ ସ୍କୁଲ ଗଣଶିକ୍ଷା ବିଭାଗ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ଅଭିଭାବକ ଫି ବୃଦ୍ଧି ସପକ୍ଷରେ ଦସ୍ତଖତ ଦେଇ ନାହାନ୍ତି ବୋଲି ଆଜି ସଂଘ ଜଣାଇଥିଲେ । ପିଲାଙ୍କ…
ଭୁବନେଶ୍ବର: ଗତକାଲି ରାଜସ୍ଥାନର ଜୟପୁର ବିବାହ ବନ୍ଧନରେ ବାନ୍ଧି ହେଲେ ମହାଙ୍ଗାର ବିଜେପି ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ। ସେ ଓଏଏସ ଅଫିସର ସିପ୍ରା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି। ସେହି ବିବାହ ସମୟର ଫଟୋ ବର୍ତ୍ତମାନ ପ୍ରକାଶ ପାଇଛି। ପଢନ୍ତୁ- ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଯାହାକୁ ବିବାହ କଲେ ସେ କନ୍ୟା କିଏ ସେ?
ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ ଚାଲିଛି। ୬ ତାରିଖ ଦିନ ଏହି ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟ ଟଙ୍କା ପଠାଯିବ। ଏହାପରେ ୮ ତାରିଖରେ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁମାନେ ଆବେଦନ କରି ନାହାଁନ୍ତି ସେମାନଙ୍କ ପାଇଁ ଏବେ ମଧ୍ୟ ସମୟ ଅଛି। ସେମାନେ ସୁଭଦ୍ରା ପୋର୍ଟାଲରେ ଆବେଦନ କଲେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ତିନୋଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ। ତେବେ ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏଇ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଏହାପରେ ଆଉ କେହି ଆବେଦନ କରିପାରିବେ ନାହିଁ। ଯେଉଁମାନେ ନିଜକୁ ଉପଯୁକ୍ତ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ। ନଚେତ ନିଜେ ସୁଭଦ୍ରା ପୋର୍ଟାଲ ମଧ୍ୟମରେ ମଧ୍ୟ ଆବେଦନ କରିପାରିବେ।
କେନ୍ଦୁଝର: ଯେ କୌଣସି ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ ଯେଉଁମାନେ ଖରା, ବର୍ଷା, ଶୀତକୁ ଭୃକ୍ଷେପ ନ କରି ହାଡଭଙ୍ଗା ପରିଶ୍ରମ ଦ୍ଵାରା ଆମ୍ଭ ସମସ୍ତଙ୍କୁ ଆହାର ଦେଇଥାନ୍ତି। ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ। ତେଣୁ, ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହିଁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରି ନିଜ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ୬୦ ପ୍ରତିଶତରୁ ବି ଉର୍ଦ୍ଧ୍ଵ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାରୁ ଆମ ସରକାର ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ରାଜ୍ୟର…
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଛି ବଡ ଖବର। ତାହା ହେଲା ଚଳିତ ମାର୍ଚ୍ଚ ମାସରେ ଦୁଇଥର ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଗଣଣାଧ୍ୟମକୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ 6 ତାରିଖରେ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟର 5 ହଜାର ଟଙ୍କା ପ୍ରଦାନ କରାଯିବ। ଏଥିରେ ଏକ କୋଟି ମହିଳା ସାମିଲ ହୋଇଥିବାର ସେ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ସମସ୍ତଙ୍କୁ ଅର୍ଥାତ ସମସ୍ତ ଆବେଦନ କରିଥିବା ମହିଳାଙ୍କୁ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟର ଯେଉଁମାନେ ପାଇ ନାହିଁନ୍ତି ସେମାନେ 6 ତାରିଖରେ ପୁଣି ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ମାର୍ଚ୍ଚ 8 ତାରିଖରେ ସେମାନଙ୍କୁ ଦିଆଯିବ। ଫଳରେ ଚଳିତ ମାର୍ଚ୍ଚରେ…
ଭୁବନେଶ୍ବର: ବେଶ କିଛିଦିନ ଧରି ଓଡିଶା ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାହା ହେଲା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପୁରୀ ଗସ୍ତ ବେଳେ ମହାପ୍ରସାଦ ଖାଉଥିବାର ଫଟୋ ଭାଇରାଲ ହେଉଛି। ଏହାକୁ ନେଇ ବିଭିନ୍ନ ଲୋକ ସମାଲୋଚନା କରିବାରେ ଲାଗିଛନ୍ତି। ବିଜେପିର ଓଡିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ତେବେ ଘଟଣାଟି ହେଲା ଯେ, ପୁରୀ ଗସ୍ତ ବେଳେ ଜେ ପି ନଡ୍ଡା କଦଳୀ ପତ୍ରରେ ମହାପ୍ରସାଦ ଖାଉଛନ୍ତି। ତାଙ୍କ ସାଥିରେ ଅଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ତେବେ ନଡ୍ଡା ମହାପ୍ରସାଦ ଖାଉଥିବା ବେଳେ ତାଙ୍କର ପାଦ ପୁରା କଦଳୀ ପତ୍ର ଉପରେ ରହିଛି। ଯାହା ଠିକ୍ ନୁହେଁ। ସାଧାରଣତଃ ଖାଦ୍ୟ ପଦାର୍ଥ ଖାଇବା ବେଳେ ଖାଇବା ପତ୍ରରେ ଗୋଡ ବାଜେ ନାହିଁ। ହେଲେ ମହାପ୍ରସାଦ ଖାଉଥିବା ବେଳେ ନଡ୍ଡାଙ୍କ ଗୋଡ କଦଳୀ ପତ୍ର ଉପରେ ରହିବା ନେଇ ସାମାଜିକ ଗଣମାଧ୍ୟମରେ…
ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରାଯାଇଥିଲା। ଏହି ସମୟରେ କଂଗ୍ରେସ କର୍ମିଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଛି। ଆନ୍ଦୋଳନକାରୀ କଂଗ୍ରେସର ମହିଳାନେତ୍ରୀମାନଙ୍କୁ ପୋଲିସ ଅଟକ ରଖି ପରେ ଛାଡ଼ି ଦେଇଥିଲେ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଏହି ୮ମାସର ଡବଲ ଇଞ୍ଜିନ ସରକାର ସମୟରେ ରାଜ୍ୟର ଅପରାଧ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି। ଓଡ଼ିଶା ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣତି ହେବାକୁ ବସିଲାଣି । ବେଳ ଥାଉ ଥାଉ ସରକାର ଯଦି କୋଠର କାର୍ଯ୍ୟାନୁଷ୍ଠାନ ନଗ୍ରହଣ କରନ୍ତି ଏବଂ ମହିଳା ମାନଙ୍କର ସୁରକ୍ଷାକୁ ପ୍ରାଥମିକତା ନଦିଅନ୍ତି ତାହାଲେ ରାଜ୍ୟ କଂଗ୍ରେସ ଏ ସରକାରକୁ ଶାନ୍ତିରେ ନିଶ୍ବାସ ମାରିବାକୁ ଦେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଆଜିର ଆନ୍ଦୋଳନକୁ ଭୁବନେଶ୍ୱର…
ଭୁବନେଶ୍ବର: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଏଥି ନିମନ୍ତେ ଆନୁସଙ୍ଗିକ ୫୦ କୋଟି ଟଙ୍କା ମଂଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖିଚିଂ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘୋଷଣା କରିବା ସହିତ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କା ର ୫୩ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ସାଂସ୍କୃତିକ ମହୋତ୍ସବରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତିକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି । ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପିଢ଼ ଅଞ୍ଚଳର ବିକାଶ ଘଟିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ୧୨ ବର୍ଷରେ ପଦାର୍ପଣ…
ଭୁବନେଶ୍ବର: ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରଧାନ। ତେବେ ତା ପୂର୍ବରୁ ତାଙ୍କର ମେହେନ୍ଦି ଶେଷ ହୋଇଯାଇଛି। ସାରଦା ଯାହାକୁ ବାହା ହେବାକୁ ଯାଉଛନ୍ତି ସେ ହେଉଛନ୍ତି ଓଏଏସ ଟ୍ରେନିଂ ନେଉଥିବା ଯୁବତୀ ୨୭ ବର୍ଷୀୟା ସିପ୍ରା ପ୍ରିୟଦର୍ଶିନୀ ବଳ। ପୂର୍ବରୁ ଏମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଯାହା ବିବାହକୁ ରୂପାନ୍ତରିତ ହେଉଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହେବ। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ 50 ଜଣ ଉଦୟପୁରରେ ପହଞ୍ଚିସାରିଛନ୍ତି। ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୨୩ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ…
ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ଖୁବ୍ଶୀଘ୍ର ଓଡିଶାରେ ଦେଶର ୪ର୍ଥ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଶାଖା ଖୋଲିବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଓ ଭିତିଭୂମି ସହଯୋଗ ପ୍ରଦାନ କରିବେ ବୋଲି ଲଳିତ କଳା ଏକାଡେମୀଠାରେ ଆୟୋଜିତ ଉତ୍କଳିକା- ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଶ୍ରୀଯୁକ୍ତ ମାଝୀ ଆଧୁନିକ କଳା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ କରି କହିଛନ୍ତି ଯେ, “ମୁଁ ଭୁବନେଶ୍ୱରରେ ଏନଜିଏମଏର ଶାଖା ଖୋଲିବା ସମ୍ପର୍କରେ ସଂସ୍କୃତି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲି ଏବଂ ଏସମ୍ପର୍କରେ ଆଲୋଚନା କରିଥିଲି । ଆମେ କେନ୍ଦ୍ର ସରକାରଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛୁ । ଏହି ପଦକ୍ଷେପ ଓଡିଶାର କଳାତ୍ମକ ଐତିହ୍ୟକୁ ସମୃଦ୍ଧ କରିବା ସହ ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରିବ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ…
ଭୁବନେଶ୍ୱର: ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ୍ ବୁକିଂ ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧିକ ୧୦୦୦ ଜଣଙ୍କ ପାଇଁ ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା । ଏଥିପାଇଁ ପୂର୍ବ ସୂଚନା ଅନୁସାରେ ଫେବୃୟାରୀ ୨୮ତାରିଖ ପୁର୍ବାହ୍ନ ୧୧ ଘଟିକା ଠାରୁ ଏହି ସ୍ଲଟ୍ ବୁକିଂ ବା ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମାର୍ଚ୍ଚ ୧ ତାରିଖ ଶନିବାର ଅପରାହ୍ଣ ସୁଦ୍ଧା୧୦୦୦ ଜଣ ନିଜ ନିଜର ସ୍ଲଟ୍ ବୁକିଂ କରିସାରିଥିବା ଜଣାଯାଇଛି। ଏହି ସମସ୍ତ ଜନସାଧାରଣ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ନିଜର ଅଭିଯୋଗ ପତ୍ର ସହ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇବା ସଂପର୍କରେ ସାଧାରଣ ପ୍ରଶାସନ ଓ…
ଭୁବନେଶ୍ବର: ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏହି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଏବଂ ରାଜ୍ୟର ବିକାଶରେ ଏହା ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଳାର ପାଟପୁର ଅଂଚଳରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦାନ କରି କହିଛନ୍ତି । ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡରେ ସମୁଦାୟ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡିଶା ଗଠନ କରିବା ପାଇଁ ଅଗ୍ରଣୀ ଭୂମିକା…
ଭୁବନେଶ୍ବର: ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଉତ୍ତମ ମହାନ୍ତି, ଏହାକୁ ଯେ କେହି ସ୍ବୀକାର କରିବ ଏଥିରେ ସନ୍ଦେହ ନାହିଁ। ସେ ଏପରି ଜଣେ ଅଭିନେତା ଯାହାଙ୍କୁ ସାରା ଓଡିଶାର ଘରେ ଘରେ ଜାଣନ୍ତି। ସେହିପରି ଅଭିନେତା ଶେଷରେ ନିଜର ଅଭିନୟ ସାରି ଫେରିଯାଇଛନ୍ତି। ତେବେ ତାଙ୍କର ପରଲୋକ ପରେ ପ୍ରଶ୍ନ ଉଠିଛି ଯେ, ଉତ୍ତମ ମହାନ୍ତି କଣ ପଦ୍ମଶ୍ରୀ ପାଇବା ପରି ବ୍ୟକ୍ତି ନୁହଁନ୍ତି କି ? ଓଡିଶାରେ କେତେ ଯୋଗ୍ୟ ବ୍ୟକ୍ତି ପଦ୍ମଶ୍ରୀ ପାଇଛନ୍ତି ତାହା ଆଲୋଚନା କରିବା ଅନାବଶ୍ୟକ। କାରଣ ପଦ୍ମଶ୍ରୀ ପାଇଥିବା ଅନେକ ବ୍ୟକ୍ତିଙ୍କର ଯୋଗ୍ୟତା କିପରି ମପାଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେମାନେ କେତେ ଯୋଗ୍ୟ ବା ଅଯୋଗ୍ୟ ତାହା ବଡ କଥା ନୁହେଁ। ହେଲେ ଦୁଃଖର କଥା ଯେଉଁମାନେ ଯୋଗ୍ୟ ସେମାନଙ୍କୁ କେମିତି କେହି ଭୁଲିଯିବ ? ଉତ୍ତମ ମହାନ୍ତି ଏପରି ଏକ ଅଭିନେତା ଯେ କି ଓଡିଆ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଭୁବନେଶ୍ବର ଡିସିପି ପିନାସ ମିଶ୍ରଙ୍କୁ ମଧ୍ୟ ବଦଳି କରାଯାଇଛି। ଦେଖନ୍ତୁ ପୁରା ତାଲିକା ପଢନ୍ତୁ- ରାଜ୍ୟ ସରକାର ଆଇପିଏ ସ୍ତରରେ କଲେ ବଡ ଧରଣର ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ଥିଲେ କେଉଁଠାକୁ ଗଲେ- CLICK HERE 1. ଡ଼ଃ ଉମାଶଙ୍କର ଦାଶ, ବର୍ତ୍ତମାନ ଅତିରିକ୍ତ ସିପି, ଭୁବନେଶ୍ୱର-କଟକ, ସେ ଡିଆଇଜି, ହୋମ୍ ଗାର୍ଡସ୍ ଏବଂ ଅଗ୍ନି ଶମନ ସେବା ଭାବରେ ନିଯୁକ୍ତ ହୋଇଛନ୍ତି। 2. ଶ୍ରୀ ଅଖିଲେଶ୍ଵର ସିଂହ, ବର୍ତ୍ତମାନ ଡିଆଇଜି, ଅପରେସନ୍ସ ସେ ଡିଆଇଜି, ଦକ୍ଷିଣ ପଶ୍ଚିମ ରେଞ୍ଜ ଭାବରେ ନିଯୁକ୍ତ ହୋଇଛନ୍ତି। 3. ଶ୍ରୀ ଚରଣ ସିଂହ ମୀନା, ବର୍ତ୍ତମାନ ଡିଆଇଜି, CA, କଟକ, ସେ ଡିଆଇଜି, ପ୍ରୋଭିଜନିଂ ଭାବରେ ନିଯୁକ୍ତ ହୋଇଛନ୍ତି। 4. ଶ୍ରୀ ପିନାକ ମିଶ୍ର, ବର୍ତ୍ତମାନ ଡିସିପି, ଭୁବନେଶ୍ୱର, ସେ ଡିଆଇଜି, ଏସଟିଏଫ, ଭୁବନେଶ୍ୱର ଭାବରେ ନିଯୁକ୍ତ ହୋଇଛନ୍ତି।…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି 26 ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି। ସେମାନେ ହେଲେ 1- ଶ୍ରୀ ଏସ.ଏମ. ନରବାଣେ, ବର୍ତ୍ତମାନ ନିଦେଶକ, ଛାପାଖାନା, ଷ୍ଟେସନେରୀ ଏବଂ ପ୍ରକାଶନ, ଓଡିଶା, କଟକ। ତାଙ୍କୁ ସ୍ବତନ୍ତ୍ର ଡିଜି ଓଏଚଆରପିସି ଭାବେ ବଦଳି 2- ଶ୍ରୀ ଦୀପ୍ତେଶ କୁମାର ପଟ୍ଟନାୟକ, ବର୍ତ୍ତମାନ CMD, OSRTC ଅଛନ୍ତି। ତାଙ୍କୁ ପୋଲିସ ଛାପାଖାନା, ଷ୍ଟେସନେରୀ ଏବଂ ପ୍ରକାଶନ ଭାବରେ ନିଯୁକ୍ତ ହୋଇଛନ୍ତି। 3- ଶ୍ରୀ ଯତିନ୍ଦ୍ର କୋୟଲ, ବର୍ତ୍ତମାନ ADGP, ପ୍ରୋଭିଜନିଂ, ଓଡିଶା, ସେ ADG, HRPC ଭାବରେ ନିଯୁକ୍ତ ହୋଇଛନ୍ତି। 4- ଶ୍ରୀ ଏସ. ପ୍ରଭୀଣ କୁମାର, ବର୍ତ୍ତମାନ IGP, ପର୍ସୋନେଲ, ସେ IGP, ସେଣ୍ଟ୍ରାଲ ରେଞ୍ଜ, କଟକ ନିଯୁକ୍ତ ହୋଇଛନ୍ତି। 5- ଶ୍ରୀ ନରସିଂହ ଭୋଳ, ବର୍ତ୍ତମାନ ଅବକାରୀ କମିଶନର ଅଛନ୍ତି, ସେ ଅତିରିକ୍ତ ପୁଲିସ କମିଶନର, ଭୁବନେଶ୍ୱର-କଟକ ଭାବରେ ନିଯୁକ୍ତ ହୋଇଛନ୍ତି।…
ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦ୍ଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ରାଜଧାନୀର ଏକ କେନ୍ଦ୍ରସ୍ଥଳ ଭାବେ ସହିଦନଗର ରହିଥିଲେ ମଧ୍ୟ ଓ ୧୯୬୭ ମସିହାରୁ ଏଠାରେ ଏକ ହାଟ ଚାଲିଥିଲା । ଏହା ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୧୦ହଜାର ଲୋକ ନିର୍ଭର କରନ୍ତି । ତେବେ ସ୍ଥାୟୀ ହାଟ ପାଇଁ ନିର୍ଦ୍ଧିଷ୍ଟ ଜମି ନଥିବାରୁ ବ୍ୟବସାୟୀମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିଲେ । ବହୁ ସମୟରେ ସେମାନଙ୍କର ଦୋକାନକୁ ଜବରଦଖଲ ଦର୍ଶାଇ ଉଠାଇ ଦିଆଯାଉଥିଲା ଓ କେତେ ବେଳେ ଭାଙ୍ଗି ମଧ୍ୟ ଦିଆଯାଉଥିଲା। ତେବେ ଦୀର୍ଘଦିନରୁ ରହିଆସିଥିବା ଏହି ସମସ୍ୟାର ସମାଧାନ ନହେବା ପରେ ବ୍ୟବସାୟୀମାନଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ଏ ସଂପର୍କରେ ଅବଗତ କରିବା ପରେ ଶ୍ରୀମତୀ ଷଡଙ୍ଗୀ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ୨୦୨୫ ଜାନୁଆରୀ ୪ତାରିଖରେ…
ଭୁବନେଶ୍ବର: ଓଡିଆ ଚଳିଚତ୍ରର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବରମୁଣ୍ଡା ବାସଭବନରେ ଥିବା ତାଙ୍କ ପ୍ରାର୍ଥୀବ ଶରୀର ଉପରେ ଫୁଳମାଳ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଓଡିଆ ଚଳଚିତ୍ର ଜଗତର ଏହି ପ୍ରଖ୍ୟାତ ଅଭିନେତାଙ୍କ ଗତକାଲି ରାତିରେ ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି। ଆଜି ସକାଳେ ତାଙ୍କର ପ୍ରାର୍ଥୀବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କର ପ୍ରଶଂସକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହାପରେ ତାଙ୍କ ବାସଭବନରେ ମଧ୍ୟ ଲୋକଙ୍କ ପ୍ରବଳ ଗହଳି ଲାଗିରହିଥିଲା। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସଂଧ୍ୟାରେ ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ କରାଯିବ।
ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଓଡିଆ ଚଳଚିତ୍ର ପାଇଁ ଯେଉଁ ଅବଦାନ ଦେଇଛନ୍ତି ତାହା ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ। ସେଥିପାଇଁ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ନେତା ଅଭିନେତା ପ୍ରଯ୍ୟନ୍ତ ସମସ୍ତେ ଶୋକପ୍ରକାଶ କରିଛନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉତ୍ତମ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉତ୍ତମ ମହାନ୍ତିଙ୍କ ବିୟୋଗ ସମ୍ବାଦ ଜାଣି ମୁଁ ମର୍ମାହତ। ଶ୍ରୀ ମହାନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରର ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଜଣେ ମିଷ୍ଟଭାଷୀ ଓ ଅମାୟିକ ଭଦ୍ରବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ…
ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଶଂସକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ବିମାନ ବନ୍ଦରରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା। ତାଙ୍କ ପୁତ୍ର ତଥା ଅଭିନେତା ବାବୁସାନ ବାପାଙ୍କ ପ୍ରାର୍ଥୀବ ଶରୀର ବିମାନ ବନ୍ଦରରୁ ଆଣିବା ପରେ ବହୁ ଲୋକ କାନ୍ଦୁଥିବାର ପରିଲକ୍ଷିତ ହୋଇଛି। ବିମାନ ବନ୍ଦର ନିକଟରେ କିଛି ସମୟ ରଖିବା ପରେ ତାଙ୍କର ପ୍ରାର୍ଥୀବ ଶରୀର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାରକୁ ଅଣାଯାଇଥିଲା। ତା ପୂର୍ବରୁ ସେଠାରେ ମଧ୍ୟ ତାଙ୍କ ପ୍ରଶଂସକଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ଜଗନ୍ନାଥ ବିହାର ବାସଭବନରେ ଓଡିଆ ଚଳଚିତ୍ର ଜଗତର ବହୁ ଅଭିନେତା ତଥା ଅଭିନେତ୍ରୀ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆଜି ସଂଧ୍ୟାରେ ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।
ଭୁବନେଶ୍ବର: ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ପରଲୋକ ଗତ ଆତ୍ମାର ସଡଗତି କାମନା କରିବା ସହିତ…

