Author: Samikhsya Bureau

Nuapada Bypoll: ନୂଆପଡା ନିର୍ବାଚନ ଯେତିକି ପାଖଉଛି, ବିଜେଡି ବିଜେପି ଭିତରେ କନ୍ଦଳ ସେତିକି ବଢିବାରେ ଲାଗିଛି। ପ୍ରତିଦିନ ନିର୍ବାଚନ ଅଧିକାରୀଙ୍କ ନିକଟରେ ତିନି ପ୍ରମୁଖ ଦଳର ନେତା କିଛି ଅଭିଯୋଗ କରିବାରେ ଲାଗିଛନ୍ତି। ଆଜି ସେହିପରି ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କରିଛି ବିଜେଡି। ବିଜେଡି ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ବିଜେଡି ଉଲ୍ଲେଖ କରିଛି ଯେ, ଶାସକ ବିଜେପି ନୂଆପଡା ମହିଳା ଭୋଟରଙ୍କୁ ଶାଢୀ ବଣ୍ଟନ କରିଛି। ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ନେତାମାନେ ଏହି ଶାଢୀ ବାଣ୍ଟିବାରେ ଲାଗିଛନ୍ତି। ଏପରିକି ସେମାନଙ୍କୁ ଟଙ୍କା ବଣ୍ଟାଯାଉଛି ବୋଲି ଅଭିଯୋଗ କରାଯାଇଛି। ସେହିପରି ବିଜେଡି ଅଭିଯୋଗ କରିଛି ଯେ, ବିଜେପି ପିଲାମାନଙ୍କୁ ନିର୍ବାଚନ ପ୍ରଚାରରେ ମଧ୍ୟ ନିୟୋଜିତ କରୁଛି। ଏ ନେଇ ଦଳ ତରଫରୁ ବିଭିନ୍ନ ପ୍ରମାଣ ଦାଖଲ କରାଯାଇଛି।…

Read More

Vande Mataram: ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”କୁ ୭ ନଭେମ୍ବରରେ ୧୫୦ ବର୍ଷ ପୁରିବାକୁ ଯାଉଛି । ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଏହାକୁ ରଚନା କରିଥିଲେ । ଏହି ଗୀତ ଗାଇ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ହସି ହସି ଜେଲ୍ ଚାଲିଯାଉଥିଲେ, ତ କିଏ ନିଜର ପାଠପଢ଼ା ଓ ଚାକିରି ଆଦି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେଉଥିଲେ, କିଏ ହସି ହସି ବିଟ୍ରିଶ ସରକାରଙ୍କ ଗୁଳିର ସମ୍ମୁଖୀନ ହେଉଥିଲେ ତ ଆଉ କିଏ ଫାଶୀ ଖୁଂଟରେ ଝୁଲି ଶହୀଦ ହୋଇଯାଉଥିଲେ। ଏହି ରାଷ୍ଟ୍ରଗୀତ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସମସ୍ତଙ୍କ ପାଇଁ ଉତ୍ସାହ ଓ ପ୍ରେରଣାର ଗୀତ ଥିଲା । ସ୍ୱଦେଶୀ ଆନ୍ଦୋଳନ ଓ ସ୍ୱତନ୍ତ୍ରତା ପାଇଁ ଦେଶବାସୀଙ୍କ ପ୍ରେରଣା ସାଜିଥିଲା । ମାତ୍ର କଂଗ୍ରେସ ମୁସ୍‌ଲିମ୍ ତୃଷ୍ଟିକରଣର ବଶବର୍ତୀ ହୋଇ ବନ୍ଦେ ମାତରମ୍ ଗୀତର ବିରୋଧ କରିଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି…

Read More

Boita Bandana in Delhi: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ,ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ସହିତ ସକାଳୁ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ପୁର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ବେଶ ଉତ୍ସବ ମୁଖର ହୋଇପଡିଥିବାର ଲକ୍ଷ୍ୟ କରାଯାଇଥିଲା। ଦର୍ଶକମାନଙ୍କ ମଧ୍ୟରେ ବୋଇତ ଭସାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିଲା।ବଢ଼ି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର…

Read More

Nuapada ByElection:ନୂଆପଡା ଉପନିର୍ବାଚନର ପ୍ରଚାରରେ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ନୂଆପଡାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ଟାର୍ଗେଟ କରିଛି । ଦଳ କହିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ନୂଆପଡା ଆସିଥିଲେ। ନୂଆପଡା ମାଟିରେ ଛିଡା ହୋଇ ନୂଆପଡାବାସୀଙ୍କୁ ଗାଳି ଦେଲେ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ନବୀନ ପଟ୍ଟନାୟକଙ୍କ ଏଭଳି ଭାଷାକୁ ସ୍ଥାନୀୟ ଅଂଚଳବାସୀ କେବେବି କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ନବୀନ ପଟ୍ଟନାୟକ। ନୂଆପଡାରେ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନୀ ସଭାରେ ଯେଉଁ ଅଶାଳୀନ ଭାଷାର ପ୍ରୟୋଗ କରିଛନ୍ତି, ଯାହା ତାଙ୍କ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରୁଛି । ନବୀନ ବାବୁ ମଂଚରେ ଛିଡା ହୋଇ ନୂଆପଡାବାସୀଙ୍କୁ ନିଜ ଶାସନ କାଳର ଉପଲବ୍ଧି ନକହି ଓଲଟା ପ୍ରଶ୍ନ ପଚାରିବା ଦ୍ୱାରା ନିଜ…

Read More

Jatra Actor’s Death: ବର୍ଷିଆନ କଳାକାର ଦେବୀ ରଥ ଆଉ ନାହାଁନ୍ତି। ସେ ଆଜି ସକାଳେ ନିଜ ଗାଁ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ  71 ବର୍ଷ ବୟସ ହୋଇଥିଲା। ସତୁରି ଦଶକରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ସେ ନିଜର ଯାତ୍ରା ଜୀବନ ଶେଷ କରିଥିଲେ। ଜେଲ ଟାଇଗର, ଲାଲୁଲକା, ଡ଼ିମିରି ଫୁଲ, ବାଟ ଛାଡ଼ ଷଣ୍ଡ ଆସୁଛି, ଅକୁହା କଥା, କେମିତି ଏ ବନ୍ଧନ, ଅଜବ କାହାଣୀ, ତୁଳସୀ, ବଳାତ୍କାର, ମଶାଣୀ ଫୁଲ, ଛତା ଚିହ୍ନରେ ଭୋଟ ଦିଅ ଆଦି ଦୁଇ ଶହରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ଅନେକ ନାଟକରେ ସେ ନିର୍ଦେଶନା ମଧ୍ୟ ଦେଇଛନ୍ତି। ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। Kartik Purnima and Dev Deepavali: PM…

Read More

Kartik Purnima: ଆଜି କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ ଏହି ଦିବ୍ୟ ଅବସର ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପବିତ୍ର ସ୍ନାନ, ଦାନ, ଆରତୀ ଏବଂ ପୂଜା ସହିତ ଜଡିତ ଆମର ପବିତ୍ର ପରମ୍ପରା ସମସ୍ତଙ୍କ ଜୀବନକୁ ଆଲୋକିତ କରୁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ହିନ୍ଦିରେ ଉଲ୍ଲେଖ କରିଛନ୍ତି ଯେ, The Prime Minister posted on X: “देश के अपने सभी परिवारजनों को कार्तिक पूर्णिमा और देव दीपावली की कोटि-कोटि शुभकामनाएं। भारतीय संस्कृति और अध्यात्म से जुड़ा यह दिव्य अवसर हर किसी के लिए सुख, शांति, आरोग्य और सौभाग्य लेकर…

Read More

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀ ଏବଂ ପକ୍ଷୀଙ୍କ ଅବୈଧ ବ୍ୟାପାର ଉପରେ ନଜର ରଖୁଥିବା ସଂଗଠନ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି (ସିଆଇଟିଇଏସ) ଗୁଜୁରାଟର ଜାମନଗରରେ ଥିବା ବନତାରା ପରିଯୋଜନା ଏବଂ ଏହାର ସହଯୋଗୀ ପ୍ରତିଷ୍ଠାନ, ଗ୍ରୀନ ଜୁଲୋଜିକାଲ ରେସକ୍ୟୁ ଏଣ୍ଡ ରିକଭରୀ ସେଣ୍ଟର (ଜିଜେଡ଼ଆରଆରସି) ଏବଂ ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ (ଆରକେଟିଇଡବ୍ଲୁଟି) ର ଉତ୍କୃଷ୍ଟ କାର୍ଯ୍ୟପ୍ରଣାଳୀ ଏବଂ କାର୍ଯ୍ୟଗୁଡିକର ଖୋଲାଖୋଲି ପ୍ରଶଂସା କରିଛି। ଏହା ପୂର୍ବରୁ, ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟ ବନତାରାକୁ କ୍ଲିନ୍ ଚିଟ୍ ଦିଆଯାଇଥିଲା। ଏହାର ଯାଞ୍ଚ ରିପୋର୍ଟରେ, ସିଆଇଟିଇଏସ କହିଛି ଯେ ଉଭୟ ପ୍ରତିଷ୍ଠାନ ବହୁତ ଉଚ୍ଚ ମାନଦଣ୍ଡ ଆଧାରରେ ସଞ୍ଚାଳିତ ହେଉଛି। ଏଠାରେ ପଶୁମାନଙ୍କ ପାଇଁ ଆଧୁନିକ ପ୍ରାଣୀ ଘେରା, ଚିକିତ୍ସା ସେବା, ଯତ୍ନ ଏବଂ ଉନ୍ନତ ସୁବିଧାସମୂହ ଉପଲବ୍ଧ ରହିଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରତିଷ୍ଠାନଗୁଡ଼ିକ ପଶୁଚିକିତ୍ସା କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଆହୁରି ଆଗକୁ ଯାଇ,…

Read More

ଭୁବନେଶ୍ବର: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଲେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଏହି ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି। ୨୦୧୫ ମସିହାରେ ୭୧ ନିୟୁତ ଟନ୍ ପଣ୍ୟ ପରିବହନ…

Read More

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି । (1) 08417 ବ୍ରହ୍ମପୁର–ପୁରୀ ପ୍ୟାସେଞ୍ଜର ବିଶେଷ ଟ୍ରେନ 04.11.2025 (ମଙ୍ଗଳବାର) ରାତି 8ଘ.35ମି.ରେ ବ୍ରହ୍ମପୁରରୁ ଛାଡି ମଧ୍ୟରାତ୍ରି ପରେ 01ଘ.30ମି.ରେ ପୁରୀ ଠାରେ ପହଞ୍ଚିବ । (2) 08418 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 05.11.2025 ବୁଧବାର ଭୋର 03 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ । (3) ଅନ୍ୟ ଏକ ବିଶେଷ ଟ୍ରେନ 08448 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 06.11.2025 (ଗୁରୁବାର) ସକାଳ 05 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ । ଏହି ବିଶେଷ ଟ୍ରେନଗୁଡିକ ଯାତ୍ରୀମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ହବିଶ୍ୟା ଉତ୍ସବ ସମୟରେ ସୁବିଧାଜନକ ଯାତ୍ରା ପାଇଁ ସହାୟକ ହେବ । Fortified Rice Kernel: APEDA Facilitates First Export  from Chhattisgarh…

Read More

ଭୁବନେଶ୍ବର: ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୋମବାର ଦିନ ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ଚିଲିକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ ଭିନ୍ନ ଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ସେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଲକ୍ଷ୍ମୀମନ୍ଦିର ଉନ୍ନତି କରଣ ପ୍ରକଳ୍ପର ଉଦଘାଟନ କରିଥିଲେ। ମନ୍ତ୍ରୀ ଚାଷଙ୍ଗରରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗ୍ରାମବାସୀଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ପତିତପାବନ ଦେବଙ୍କୁ ଦର୍ଶନ କରିଥିଲେ। ସେଠାରେ ଆୟୋଜିତ ହେଉଥିବା ଅଷ୍ଟପ୍ରହରୀ ନାମ ଯଜ୍ଞରେ ମଧ୍ୟ ସେ ସାମିଲ ହୋଇ ହରି ନାମ ଉଚ୍ଚାରଣ କରି ଝାଞ୍ଜ ବଜାଇଥିଲେ। ଏହାପରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇଥିବା ଲକ୍ଷ୍ମୀ ମନ୍ଦିର ଚତୁଃପାର୍ଶ ଉନ୍ନତି କରଣ ପ୍ରକଳ୍ପକୁ ଶୁଭ ଉଦଘାଟନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ଅବସରରେ…

Read More

ଭୁବନେଶ୍ୱର: ଗ୍ରାହକଙ୍କ ଅତୁଳନୀୟ ବିଶ୍ୱାସ ଏବଂ ଏହାର ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ପନ୍ନ ୪ଜି ଓ ଟ୍ରୁ ୫ଜି ନେଟୱାର୍କକୁ ସୁଦୃଢ଼ ​​କରି, ଜିଓ ଓଡ଼ିଶାରେ ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଚମତ୍କାର ଅଭିବୃଦ୍ଧି ଜାରି ରଖିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୨୫ରେ ଓଡ଼ିଶାରେ ଏକ ଲକ୍ଷ ୯୬ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ, ଏହା ପଛକୁ ଦ୍ଵିତୀୟ ସ୍ଥାନରେ ରହିଥିବା ଭୋଡାଫୋନ ଆଇଡ଼ିଆ ମାତ୍ର ୭,୯୮୦ ଜଣ ଗ୍ରାହକ ଯୋଡିଛି। ଉଭୟ ଏୟାରଟେଲ୍ ଏବଂ ବିଏସଏନଏଲ ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଜିଓ ଯୋଡିଥିବା ନୂଆ ଗ୍ରାହକ ସଂଖ୍ୟା ଏହି ମାସରେ ସମସ୍ତ ଅପରେଟରଙ୍କ ଦ୍ୱାରା ରାଜ୍ୟରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍…

Read More

ଭୁବନେଶ୍ବର: ଆଜି ବିଜେଡିକୁ ବଡ ଧକ୍କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତରେ ସେ ଦଳରେ ସାମଲ ହୋଇଛନ୍ତି। ଅମର ପଟ୍ଟନାୟକ ଆକାଉଣ୍ଟ ଜେନରାଲ ଭାବେ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲେ। ଏହାପରେ ସେ ବିଜେଡିରେ ସାମିଲ ହୋଇ ଦୁଇଥର ରାଜ୍ୟସଭା ସାଂସଦ ଭାବେ ଯାଇଥିଲେ। ଏହାପରେ ତାଙ୍କୁ ଦଳ ଆଇଟି ସେଲର ମୁଖ୍ୟ ଭାବେ ଅବସ୍ଥାପିତ କରିଥିଲା। ସେ ଏକଦା ନବୀନ ଓ ପଣ୍ଡିଆନଙ୍କ ଖାସ ଲୋକ ଭାବେ ପରିଚିତ ଥିଲେ।

Read More

ଭୁବନେଶ୍ବର: ଆଜି ପୁଣି ଥରେ ନେତ୍ରୀ ଶ୍ରୀମୟୀ ମିଶ୍ର ଆଉ ଏକ ବାଣ ଫୁଟାଇଛନ୍ତି। ଏଥର ସେ ଶକ୍ତି ନାନୀ ବୋଲି କହି ଇସାରା କରିଛନ୍ତି। ତେବେ ସେ ଆଜି ଯାହା ଲେଖିଛନ୍ତି ତାହା ହେଲା Titanic କୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ବସ୍ତରୀୟ ଯୋଜନା ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ। କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି , ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ଅବଶ୍ୟ ବିଭାଗବିହିନ ନାନୀ ସୁଭଦ୍ରା ମାଆ ମାନଙ୍କୁ…

Read More

ଭୁବନେଶ୍ବର: ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ଶ୍ରୀ ରେଭନ୍ଥ ରେଡ୍ଡୀ । ସେ ନୂଆପଡା ବାସୀଙ୍କୁ ଭେଟି ଭୋଟ ଭିକ୍ଷା କରିବେ। ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ସେ ଯୋଗଦେବେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଚଳଚଞ୍ଚଳ ହୋଇପଡିଛି ପ୍ରଦେଶ କଂଗ୍ରେସ। ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଏକ ଦଳ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରିଛନ୍ତି।  ଏହି ଅବସରରେ, ଦଳର ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ, ବିଧାୟକ ଶ୍ରୀ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଶ୍ରୀ ଅମିତ ହୁସେନ ଏବଂ ଶ୍ରୀ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। SiCSem Breaks Ground on India’s First Integrated Device Manufacturing Facility in Bhubaneswar ( Click Here To Read)

Read More

ପୁରୀ: ଆଜିଠାରୁ ଆରମ୍ଭ ହେଉଛି ପଞ୍ଚୁକ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ରହିବ। ପଞ୍ଚୁକ ତିଥିରେ ଏକ ଦିବସ କ୍ଷୟ ପଡୁଥିବାରୁ ଏଥର ଏହା ଚାରିଦିନ ପାଳନ ହେବ। ତେବେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର  ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ ଓ ହରିହର ବେଶରେ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି ଲାଭ କରିଛନ୍ତି। ପଞ୍ଚକର ପ୍ରଥମ ଦିବସ ଆଜି ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ବିଶ୍ୱାସ ରହିଅଛି ଯେଉଁ ମାନେ ମାସକ ଯାକ କାର୍ତିକ ବ୍ରତ କରି ନ ଥାନ୍ତି ସେମାନେ ଏହି ପଂଚୁକ ବ୍ରତ ନିଷ୍ଠାର ସହ  ପାଳନ କଲେ ସମପରିମାଣର…

Read More

ନୂଆପଡ଼ା / ଭୁବନେଶ୍ୱର: ନୂଆପଡ଼ା ସ୍ଥିତ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଲେ, ନୂଆପଡା ଓଡ଼ିଶାର ସବୁଠୁ ପଛୁଆ ଜିଲ୍ଲା। ଏହା ମଧ୍ୟ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଚିତ । ଏଠାରେ ଫ୍ଲୋରାଇଡଯୁକ୍ତ ପାଣି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା । ଏଥିପାଇଁ ପ୍ରାୟ ୫୦ ହଜାର ଲୋକ ଫ୍ଲୋରାଇସି ରୋଗର ଶିକାର ହୋଇଛନ୍ତି। ୨୦୦୬ରେ ୟୁପିଏ ଆଦିବାସୀଙ୍କୁ ବନାଧିକାର ପଟ୍ଟା ପ୍ରଦାନ କରିଥିଲା । ନୂଆପଡାରୁ ୪୫ ହଜାର ଜଣ ପଟ୍ଟା ପାଇଁ ଆବେଦନ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୭୦୦୦ ପଟ୍ଟା ଦିଆଯାଇଛି । ସିଆରଏଫ ପ୍ରୋଗ୍ରାମ ମାଧ୍ୟମରେ ୮୪୬ ଗୋଟି ଗ୍ରାମ ସଭା ବନବିଭାଗ ଏବଂ ସରକାରକୁ ଆବେଦନ କରିଥିଲା । କିନ୍ତୁ କେବଳ ୪୬ ଗୋଟି ଗ୍ରାମସଭାକୁ ଅନୁମତି ମିଳିଛି । ମହୁଲ ଉପରେ ଏମଏସପି ନାହିଁ, କେନ୍ଦୁପତ୍ର ଏବଂ…

Read More

Subhadra Shakti Mela: ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରାର ମେଳା ‘ସୁଭଦ୍ରା ଶକ୍ତି ମେଳା’ ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନ ଅବସରରେ କହିଛନ୍ତି । ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୁରଣ ହେବ ଯେତେବେଳେ ଆମର ଲକ୍ଷ ଲକ୍ଷ ସୁଭଦ୍ରା ମା’ମାନଙ୍କ ଶକ୍ତିର ଜାଗରଣ ଆସିବ । ସେମାନେ ସଶକ୍ତ…

Read More

Indian IPO Market: ଅକ୍ଟୋବର ମାସଟି ଭାରତୀୟ ପୁଂଜି ବଜାର ବେଶ ଉତ୍ସାହ ଜନକ ଥିଲା। ବିଶେଷ କରି IPO କ୍ଷେତ୍ରରେ ଏହି ମାସ ବେଶ ଆଗୁଆ ରହିଥିଲା। ଏପର୍ଯ୍ୟନ୍ତ 14ଟି କମ୍ପାନୀ ବଜାରରେ ପ୍ରବେଶ କରିଛନ୍ତି, ଯେଉଁମାନେ ପ୍ରାୟ ₹46,000 କୋଟିରୁ ଅଧିକ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ମାସରେ, ଘରୋଇ ପୁଞ୍ଜି ବଜାର ମାସିକ ପାଣ୍ଠି ସଂଗ୍ରହ ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଟାଟା କ୍ୟାପିଟାଲ୍ ଏବଂ LG ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଏଥର ତାଲିକାଭୁକ୍ତ। ଟାଟା କ୍ୟାପିଟାଲ୍ ଏବଂ LG ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ମୋଟ ପାଣ୍ଠି ସଂଗ୍ରହର ଅଧାରୁ ଅଧିକ ଥିଲା। ଟାଟା କ୍ୟାପିଟାଲ୍ ₹15,512 କୋଟି ସଂଗ୍ରହ କରିଥିବା ବେଳେ, LG ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ IPO ମାଧ୍ୟମରେ ₹11,607 କୋଟି ସଂଗ୍ରହ କରିଥିଲା। ସେହିପରି ଲେନ୍ସକାର୍ଟ ସଲ୍ୟୁସନ୍ସ ଅକ୍ଟୋବର 31 ତାରିଖରେ ଏହାର ₹7,278 କୋଟି ଇସ୍ୟୁ ଜାରି କରିଛି, ଯାହା ନଭେମ୍ବର…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ଆଜିଠାରୁ ଖୋଲିବ ସୁଭଦ୍ରା ପୋର୍ଟାଲ। ଏହା ମାଧ୍ୟମରେ ମହିଳାମାନେ ସେମାନଙ୍କ ନାମ ପଂଜକରୀଣ କରିପାରିବେ। ଫଳରେ ସେମାନଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ମୋଟ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁମାନେ ଯୋଗ୍ୟା ହିତାଧିକାରୀ ସେମାନଙ୍କୁ ଏହି ଯୋଜନାରେେ ସାମିଲ କରାଯାଇଛି। ତେବେ ଯେଉଁମାନଙ୍କର ଏହି ଯୋଜନା ପାଇଁ ଗତଥର ବୟସ ହୋଇ ନ ଥିଲା ହେଲେ ବର୍ତ୍ତମାନ ଯୋଗ୍ୟ ହୋଇପାରିଛନ୍ତି ସେମାନେ ଏଥିରେ ପଂଜୀକରଣ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଏହି ପୋର୍ଟାଲ ପୁଣି ଥରେ ଖୋଲାଯାଇଛି। ଏହି ଯୋଜନାରେ ଯେଉଁମାନେ ବର୍ତ୍ତମାନ ଆବେଦନ କରିବେ ସେମାନେ ଆସନ୍ତା ବର୍ଷା ମାର୍ଚ୍ଚ ଆଠ…

Read More

Reliance Jio: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଏବଂ ଗୁଗୁଲ୍ ଆଜି ଏକ ପ୍ରମୁଖ ରଣନୈତିକ ସହଭାଗୀତା ଘୋଷଣା କରିଛନ୍ତି, ଯାହା ଅଧୀନରେ ଉଭୟ କମ୍ପାନୀ ଭାରତରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାରକୁ ଦ୍ରୁତ ଭାବରେ ବିସ୍ତାର କରିବା ପାଇଁ ଏକାଠି କାମ କରିବେ। ଏହି ସହଭାଗୀତାର ସ୍ୱତନ୍ତ୍ରତା ହେଉଛି ଜିଓ ବ୍ୟବହାରକାରୀମାନେ ୧୮ ମାସ ପାଇଁ ଗୁଗୁଲ ଏଆଇ ପ୍ରୋ ପ୍ଲାନ ର ମାଗଣା ପ୍ରବେଶ ବା ଆକ୍ସେସ ପାଇବେ। ଏହି ପ୍ଲାନର ମୂଲ୍ୟ ପ୍ରତି ଉପଯୋଗକର୍ତ୍ତାଙ୍କ ପାଇଁ ପ୍ରାୟ ୩୫,୧୦୦ ଟଙ୍କା ରହିଥିବା ବେଳେ, ଏହି ସହଭାଗିତା ଅଧୀନରେ ଏହା ମାଗଣାରେ ଉପଲବ୍ଧ ହେବ। ଗୁଗୁଲ୍ ଜେମିନି ୨.୫ ପ୍ରୋ, ନୂତନତମ ନାନୋ ବନାନା, ଏବଂ ଭିଓ ୩.୧ ମଡେଲ୍ ସହିତ ଚମତ୍କାର ଚିତ୍ର ଏବଂ ଭିଡିଓ ତିଆରି କରିବା ପାଇଁ ଉପଭୋକ୍ତାମାନେ ବିସ୍ତାରିତ ଲିମିଟ ପାଇବେ। ଅଧ୍ୟୟନ ଏବଂ ଗବେଷଣା ପାଇଁ ନୋଟବୁକ୍ ଏଲଏମର ବର୍ଦ୍ଧିତ ଆକ୍ସେସ ଏବଂ…

Read More

ଭୁବନେଶ୍ବର: ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ବେଶ ସରଗରମ। କାରଣ ଏଥର ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛି। ତେଣୁ ସରକାରୀ ଦଳ ଏଥିରେ କେତେ ସଫଳ ହେଉଛି ତାହା ଦେଖିବା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମୀକ୍ଷକମାନେ ମଧ୍ୟ ଅପେକ୍ଷା କରିଛନ୍ତି। ତେବେ ଏ ନେଇ ‘ଦ ସମୀକ୍ଷା’ ତରଫରୁ ନୂଆପଡା ହାଲଚାଲ ଜାଣିବା ପାଇଁ ସେଠାକାର କିଛି ବୁଦ୍ଧିଜୀବି, ଓକିଲ, ତଥା ସାମ୍ବାଦିକଙ୍କ ସହିତ ଯୋଗଯୋଗ କରାଯାଇଥିଲା। ବର୍ତ୍ତମାନ ନୂଆପଡାରେ କେଉଁ ଦଳର ସ୍ଥିତି କଣ ଅଛା ତାହା ପଚରାଯାଇଥିଲା। ତେବେ ସେମାନଙ୍କ ଉତ୍ତର ଯାହା ଆସିଲା ତାହା ବଡ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ସେମାନଙ୍କ ମଧ୍ୟରୁ ଅନେକ ଗୋଟିଏ କଥା କହିଥିଲେ। ରାଜନୈତିକ ଦଳଗୁଡିକ ମଧ୍ୟରେ ମଧ୍ୟ ସେହି କଥାକୁ ନେଇ କୁଆଡେ ବଡ ଆଲୋଚନା ଚାଲିଛି। ଯେଉଁ ଆଶ୍ଚର୍ଯ୍ୟଜନକ କଥାଟି ଅଛି…

Read More