Author: Samikhsya Bureau

ଭୁବନେଶ୍ବର: ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆଜି ପାଳିତ ହେଉଛି। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ଗଛକୁ ପୂଜା କରିଥାନ୍ତି। ଏହି ପୂଜା ପିଲା ଏବଂ ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ।

Read More

The Samikhsya Desk: ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କ ପିଠି ଥାପୁଡେଇ ଆର୍ଶିବାଦ କଲେ ତେବେ ଆପଣଙ୍କ ଭାଗ୍ୟ ଉଦୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କ୍ଷେତ୍ରରେ ସେହିପରି ପରିସ୍ଥିତି ଆସିଛି। ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ବାଲୁକା କଳା ପାଖକୁ ଆସି ତାଙ୍କ ପିଠି ଥାପୁଡେଇଲେ। ଆଉ ତାଙ୍କ ବାଲୁକା କଳାକୁ ସେ ବେଶ ପ୍ରଶଂସା ମଧ୍ୟ କଲେ। ଯାହାକୁ ନେଇ ସୁଦର୍ଶନ ନିଜକୁ ଧନ୍ୟ ମନେ କରିବା ସହିତ ଖୁସି ପ୍ରକଟ ମଧ୍ୟ କରିଛନ୍ତି। ଅବସର ଥିଲା ମୁମ୍ବାଇରେ ଆୟୋଜିତ ଭାରତ ସାମୁଦ୍ରିକ ସପ୍ତାହ 2025 ବା ଇଣ୍ଡିଆ ମେରିଟାଇମ ଉଇକି 2025। ଏହି ସମ୍ମିଳନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ଅତିଥୀଙ୍କ ପାଇଁ ନିର୍ମାଣ କରିଥିଲେ ଏକ ସୁନ୍ଦର ବାଲୁକା କଳା। ଏଥିରେ ସେ ବାଲିଯାତ୍ରା ଉପରେ 30 ଫୁଟ ଉଚ୍ଚତାର ଏହି କଳା ନିର୍ମାଣ କରିଥିଲେ।…

Read More

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ତଥା ସାହିତ୍ୟିକ ଶଙ୍କର ପରିଡାଙ୍କ ଆଜି ପରଲୋକ ଘଟିଛି। ସେ ଫୁସଫୁସ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ବର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ରୋଗ ଚତୁର୍ଥ ପର୍ଯ୍ୟାୟକୁ ଆସିଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା। ପୂର୍ବରୁ ସେ ଏହି ରୋଗର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଭଲ ହୋଇ ଫେରିଥିଲେ ମଧ୍ୟ ଏହି ରୋଗ ପୁଣି ବାହାରିଥିଲା। ଫଳରେ ସେ ପ୍ରଥମେ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲ ଏବଂ ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଶଙ୍କର ପରିଡା ଯୁବ ସାହିତ୍ୟିକ ତଥା ସାମ୍ବାଦିକ ମହଲରେ ବେଶ ପରିଚିତ ବ୍ୟକ୍ତିତ୍ବ। ସେେ ବିଜେପି ରାଜନୀତିରେ ଥିଲେ ସତ ହେଲେ ସେ ଜଣେ ସାହିତ୍ୟିକ ତଥା ସଂଗଠକ ଭାବେ ତାଙ୍କୁ ଭୁବନେଶ୍ବରର ସମସ୍ତେ ଅବଗତ। ପୁରୀ ମୁନିସିପାଲଟିର ଅଧ୍ୟକ୍ଷ ହୋଇଥିଲେ। ଏହାପରେ ତାଙ୍କୁ ବିଜେପି 2009…

Read More

ଭୁବନେଶ୍ବର: ବେଆଇନ ସୈନିକ ସ୍କୁଲ ଗାଡ଼କଣ ଅଳିଆଗଦାକୁ ହଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମୁଖରେ ଆମରଣ ଅନଶନ କରିଥିଲା ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନ। ମଙ୍ଗଳବାର ଦିନ ବୋର୍ଡ ତରବରିଆ ଭାବେ ଅଭିଯାନକୁ ଏକ ଚିଠି ଲେଖି ଆମରଣ ଅନଶନ ବନ୍ଦ ରଖିବାକୁ ଅନୁରୋଧ କରିବା ସହିତ ଏହି ବିଷୟରେ ଗୃହ ଓ଼ ନଗର ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରିବାକୁ କହିଥିଲା। ହେଲେ ପ୍ରବଳ ବର୍ଷା ସତ୍ୱେ ଆଜି ଅନଶନ ଚାଲିଥିଲା। ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ସହିତ ପ୍ରଦୂଷଣ ବୋର୍ଡ ଅଧିକାରୀ ଆଲୋଚନା କରିବାକୁ ଗେଟ ସମୁଖକୁ ଆସିଥିଲେ। ଆଲୋଚନା ସମୟରେ ଗାଡକଣ ଅଳିଆ ପ୍ରୋସେସିଂ ସମ୍ପୂର୍ଣ୍ଣ ସେଟ୍ ଅପ୍ ସ୍ଥାନାନ୍ତର କେବେ ହେବ ପ୍ରଶ୍ନରେ, ଏହି ପ୍ରକ୍ରିୟା ଜାରି ରହିଛି ବୋଲି ବି ଏମ ସି ଲିଖିତ ଭାବେ ଜଣାଇଛି ଏବଂ କେତେଦିନ ଭିତରେ ଅଳିଆ ଗଦା ସମ୍ପୂର୍ଣ ବନ୍ଦ…

Read More

ଭୁବନେଶ୍ବର: ଖଣ୍ଡାୟତ’ ବା ‘Khandayat’ ଜାତିକୁ କେନ୍ଦ୍ର ଓବିସି ବର୍ଗରେ ସାମିଲ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ ବା National Commission for Backward Classes ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ବିଜେପି ନେତା ତେଜେଶ୍ୱର ପରିଡ଼ା। ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ ଅହିରଙ୍କ ଓଡିଶା ଗସ୍ତ ଅବସରରେ ସେ ଏହି ଦାବୀ କରିଛନ୍ତି। ତେଜେଶ୍ବର କମିଶନର ଏବଂ ସଦସ୍ୟ ଶ୍ରୀଯୁକ୍ତ ଭୁବନ ଭୂଷଣ କମଲ ଏବଂ କମିଶନଙ୍କ ସଚିବଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟ ଅତିଥି ଭବନରେ ତାଙ୍କୁ ଭେଟି ‘ଖଣ୍ଡାୟାତ’ ଜାତି କୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ। ‘ଖଣ୍ଡାୟତ’ ଜାତିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀମାନେ କମିଶନରଙ୍କ ଜନଶୁଣାଣିରେ ଭାଗ ନେଇ ଏହି ଯୁକ୍ତି ଉପସ୍ଥାପନା କରିଥିଲେ। ସୂଚନା ଯୋଗ୍ୟ ଯେ,  ଖଣ୍ଡାୟତ ଜାତିକୁ ଓଡ଼ିଶା…

Read More

ଭୁବନେଶ୍ବର: ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଛି। ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦମ ରେ ଲାଗିପଡିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଶାସକ ବିଜେପିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାରକୁ ଯାଇ ନାହାଁନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ନାହାଁନ୍ତି। ଉଭୟ ଦଳର କର୍ମି ଓ ପ୍ରାର୍ଥୀ ଏହି ଦୁଇ ନେତାଙ୍କୁ ଅପେକ୍ଷା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କେବେ ପ୍ରଚାରକୁ ଯିବେ ସେ ନେଇ କୌଣସି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ନ ଥିବା ବେଳେ ନବୀନଙ୍କ ଗସ୍ତ ପ୍ରାୟ ଚୁଡାନ୍ତ ହୋଇଥିବାର ଜଣାପଡିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ତିନି ତାରିଖରେ ନୂଆପଡା ଗସ୍ତ କରିବେ ବୋଲି ଦଳୀୟ ସୁତ୍ରରୁ ଜଣାପଡିଛି। ସେଥିପାଇଁ ନୂଆପଡା ବିଜେଡି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ସୂଚନା ଅନୁସାରେ ନବୀନ ତିନି ତାରିଖ ସକାଳୁ ନୂଆପଡା ଗସ୍ତ କରିବେ।…

Read More

ଭୁବନେଶ୍ବର: ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋନ୍ଥାର ପ୍ରକୋପ ଭୁବନେଶ୍ବରରେ ଆରମ୍ଭ ହେବାରେ ଲାଗିଛି। ଆଜି ରାଜଧାନୀର ପାଗ ସକାଳେ ବେଶ ଭଲ ଥିଲା, ସକାଳୁ ସକାଳୁ ଖରା ପଡିଥିଲା। ହେଲେ ଦିନ ଏଗାର ବେଳକୁ ଆକାଶ ମେଘାଛନ୍ନ ହେବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷ କରି ଖଣ୍ଡଗିରି, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଶହୀଦନଗର ଏବଂ ପୁରୁଣା ଭୁବନେଶ୍ବରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ସହିତ ପବନ ପ୍ରବାହିତ ହୋଇଛି। ବାତ୍ୟା ମୋନ୍ଥା ଭୀଷଣ ବାତ୍ୟାରେ ପରିଣତ ହୋଇ ଘଣ୍ଟାକୁ 15 କିଲୋମିଟର ବେଗରେ ଗତି କରୁଛି। ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ଗୋପାଳପୁରରୁ 550 କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ ରହିଛି। ସେହିପରି ଆନ୍ଧ୍ରପ୍ରଦେଶ ମଚ୍ଛଲିପାଟନମରୁ 190 କିଲୋମିଟର, କାକିନଡାରୁ 270 କିଲୋମିଟର ଦୂରରରେ ରହିଛି।

Read More

Chhath Puja:ଆଜି ଶେଷ ହୋଇଛି ଛଟ୍ ପୂଜା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭକ୍ତଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭଗବାନ ସୂର୍ଯ୍ୟଦେବଙ୍କୁ ସକାଳେ ଅର୍ଘ୍ୟ ଅର୍ପଣ ସହିତ ଏହି ମହାନ ଚାରି ଦିନିଆ ମହୋତ୍ସବ ଶେଷ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ମହୋତ୍ସବ ସମୟରେ ଭାରତର ଗୌରବମୟ ଛଟ ପୂଜା ପରମ୍ପରାର ଦିବ୍ୟ ମହିମା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଭକ୍ତ ଏବଂ ପରିବାରକୁ ତାଙ୍କର ଶୁଭକାମନା ଜଣାଇବା ସହିତ ପ୍ରାର୍ଥନା କରିଛନ୍ତି ଯେ ଛଟ ମାଇୟାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ଆଲୋକ ଏବଂ ଖୁସିରେ ପରିପୂର୍ଣ୍ଣ କରୁ। ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ହିନ୍ଦିରେ ଲେଖିଛନ୍ତି ଯେ, “भगवान सूर्यदेव को प्रात:कालीन अर्घ्य के साथ आज महापर्व छठ का शुभ समापन हुआ। चार दिवसीय इस…

Read More

ଭୁବନେଶ୍ବର: ଆଜି ଛଟ୍ ପୂଜାର ଉଦିତ ସୂର୍ଯ୍ୟଙ୍କୁ ପୂଜା କରାଯାଇଛି। ବିଭିନ୍ନ ନଦୀପଠାରେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ପାରଂପାରିକ ରିତିରେ ଏହି ପୂଜା କରାଯାଇଛି। ଗତକାଲି ସଂଧ୍ୟାରେ ସୂର୍ଯ୍ୟ ପୂଜା କରାଯାଇଥିବା ବେଳେ ଆଜି ଉଦିତ ସୂର୍ଯ୍ୟ ପୂଜା କରାଯାଇଛି। ବିହାରର ପ୍ରସିଦ୍ଧ ଏହି ପୂଜା ବର୍ତ୍ତମାନ ସାରା ଭାରତରେ ପାଳ ଆରମ୍ଭ ହୋଇଯାଇଛି। ଯେଉଁ ରାଜ୍ୟରେ ବିହାରୀମାନେ ଅଛନ୍ତି ସେମାନେ ସେହି ସ୍ଥାନରେ ଛଟ୍ ପୂଜା କରୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଏଥିରେ ଆଗ୍ରହ ପ୍ରକାଶ କରି ସେମାନେ ମଧ୍ୟ ଛଟ୍ ପୂଜା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ବିଭିନ୍ନ ନଦୀପଠାରେ ଛଟ୍ ପୂଜା ପାଳିତ ହୋଇଆସୁଛି। ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଏହା ପାଳନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ପତ୍ନୀ ମଧ୍ୟ ଛଟ ପୂଜାରେ ସାମିଲ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୁମ୍ବାଇରୁ ଫେରିବା ପରେ ସେ ଆଜି ଭୋରରୁ ସେ…

Read More

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ତଥା ଯୁବ ଲେଖିକା ମୁନ୍‌‌ମୁନ୍‌ ମହାନନ୍ଦିଆଙ୍କ ଲିଖିତ ଇଂରାଜୀ ଉପନ୍ୟାସ ‘ଦ ଗ୍ଲାସ୍‌ ସିଲିଂ’କୁ ଉନ୍ମୋଚନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି। ସୋମବାର ପୂର୍ବାହ୍ନରେ ରାଜଭବନ ପରିସରରେ ରାଜ୍ୟପାଳ ପୁସ୍ତକଟି ଉନ୍ମୋଚନ କରିବା ସମୟରେ ଜଣେ ନାରୀର ସଂଘର୍ଷ ଓ ସଫଳତାକୁ ନେଇ ଲିଖିତ ଏ ଉପନ୍ୟାସର ପ୍ରଶଂସା କରିଥିଲେ। ଲେଖିକା ମୁନ୍‌ମୁନ୍‌ଙ୍କର ଏହା ପ୍ରଥମ ଉପନ୍ୟାସ। ପରିସ୍ଥିତିକୁ ସାମନା କରି ଜଣେ ସାଧାରଣ ନିମ୍ନମଧ୍ୟବିତ୍ତ ନାରୀ କିଭଳି ରାଜନୈତିକ, ସାମାଜିକ ଓ ପାରିବାରିକ ବିଘ୍ନ ସବୁକୁ ସାମନା କରି ଆଗକୁ ବଢ଼ିବାର ଅଦମ୍ୟ ଉଦ୍ୟମ କରିଛି ତାହା ହିଁ ‘ଦ ଗ୍ଲାସ୍‌ ସିଲିଂ’ର ସାରମର୍ମ। ଉନ୍ମୋଚନ ଅବସରରେ ଜଣାଶୁଣା କବି ରକ୍ଷକ ନାୟକ ଓ କଥାକାର ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। ପୁସ୍ତକଟି ଆମାଜନ୍‌ ସମେତ ବିଭିନ୍ନ ପୁସ୍ତକ ଭଣ୍ଡାରରେ ଉପଲବ୍ଧ ହେଉଛି।

Read More

Cyclone Montha: ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ମୋନ୍ଥାକୁ ଦୃଷ୍ଟିରେ ରଖି, (ଯାହା 28 ଅକ୍ଟୋବର ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ସନ୍ଧ୍ୟା/ରାତି ସୁଦ୍ଧା କାକିନଡା ନିକଟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ), ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀ ଏବଂ ରେଳ ସମ୍ପତ୍ତିର ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ପରିସ୍ଥିତିର ନିକଟତର ତଦାରଖ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ 24 ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ସମନ୍ୱୟ ଏବଂ ବାସ୍ତବ-ସମୟ ମୂଲ୍ୟାଙ୍କନ ପାଇଁ ରେଳପଥର ମୁଖ୍ୟାଳୟ ରେଳ ସଦନରେ ବିପର୍ଯ୍ୟୟ ପରିଚାଳନା ସେଲ୍ 24×7 କାର୍ଯ୍ୟ କରୁଛି। ଘୂର୍ଣ୍ଣିଝଡ଼ ସମୟରେ ନିରନ୍ତର ସଂଯୋଗ ବଜାୟ ରଖିବା ପାଇଁ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ଉଚ୍ଚସ୍ତରୀୟ ସମୀକ୍ଷା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ _ ପୂର୍ବତଟ ରେଳପଥ…

Read More

Nuapada Byelection: ନୂଆପଡା ଉପନିର୍ବାଚନ ନେଇ ଓଡିଶା ରାଜନୀତି ବର୍ତ୍ତମାନ ସରଗରମ। ତିନି ପ୍ରମୁଖ ଦଳ ଧୂମଧାମରେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏହା ଭିତରେ ତିନିଦଳର ପ୍ରାର୍ଥୀଙ୍କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାହା ହେଲା ଯେ ବିଜେଡି କଣ ପାଇଁ ନୂଆପଡାରେ ଜଣେ ଆଦିବାସୀ ପ୍ରାର୍ଥୀ ଦେଲା ନାହିଁ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ହେଉଛନ୍ତି ଅନୁସୂଚିତ ଜାତି ପ୍ରାର୍ଥୀ। ନୂଆପଡାରେ ଆଦିବାସୀଙ୍କ ଭୋଟ ବ୍ୟାଙ୍କ ଥିବା ବେଳେ ବିଜେଡି କାହିଁକି ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କଲା ନାହିଁ ବୋଲି ଉଠିଛି ପ୍ରଶ୍ନ। ବର୍ତ୍ତମାନ ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଜୟ ଢୋଲକିଆ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର। ବିଜେଡିରୁ ଭିଡିଆଣି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ଫା ଭୋଟ ହାତେଇବା ପାଇଁ ବିଜେପି ଏପରି ରଣ କୌଶଳ ଆପଣେଇଛି। ଯାହା ରାଜନୀତିରେ କୌଣସି ଅସୁବିଧା ନାହିଁ। ସେହିପରି କଂଗ୍ରେସ ଆଦିବାସୀ ପ୍ରାର୍ଥୀ…

Read More

ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ସଂସ୍କୃତି ଗବେଷକ, ସାହିତ୍ୟିକ, ସଂଗ୍ରାହକ ଏବଂ ନାଟ୍ୟ ବ୍ୟକ୍ତିତ୍ବ ସୁରେଶ ବଳବନ୍ତରାୟଙ୍କ ୭୧ ତମ ଜୟନ୍ତୀ ‘ସୁରେଶ ସମାବେଶ’ ପାଳିତ ହୋଇଯାଇଛି। ଆଜି ସଂଧ୍ୟାରେ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ତରଫରୁ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଏହା ପାଳିତ ହୋଇଯାଇଛି। ଏଥିରେ ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ସଂସ୍କୃତି ଗବେଷକ ଚିତ୍ରସେଣ ପଶାୟତ, ପ୍ରମୁଖ ଯୋଗଦେଇଥିଲେ। ଅତିଥୀମାନେ ସୁରେଶଙ୍କ ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ କବି ରକ୍ଷକ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସୁରେଶ ବଳବନ୍ତରାୟଙ୍କ ଝିଅ ଅନ୍ୟା ଅନୁରୂପା ସଂପଦାକୀୟ ପାଠ କରିଥିଲେ। ଏହି ଉତ୍ସବର ସଭାପତିତ୍ବ କରିଥିଲେ ଅନୁଷ୍ଠାନର ସଭାପତି ଡ ହରେକୃଷ୍ଣ ପାତ୍ର। ଏହି ଉପଲକ୍ଷେ ଲେଖକ ତଥା ଗବେଷର ଡ ସୁଧୀର କୁମାର ସାହୁଙ୍କୁ ସୁରେଶ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଜୟନ୍ତୀ ଉପଲକ୍ଷେ ସୁରେଶ ବଳବନ୍ତରାୟ ଲେଖିଯାଇଥିବା ଭାରତ ଲୀଳା…

Read More

Invest Odisha: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୫୦୦ ଦିନ ପୂରଣ ହେବା ପରେ, ଓଡ଼ିଶା ସରକାର ଶନିବାର ଦିନ ୧.୪୬ ଲକ୍ଷ କୋଟି ଟଙ୍କାର ୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୬୬,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ” ସରକାରଙ୍କ ଏହି ୫୦୦ ଦିନ ଏକ ଆତ୍ମବିଶ୍ୱାସୀ, ପ୍ରଗତିଶୀଳ ଏବଂ ନିବେଶ ପାଇଁ ପ୍ରସ୍ତୁତ ଓଡ଼ିଶାକୁ ପ୍ରତିଫଳିତ କରିଛି। ଭାରତ ଏବଂ ବିଦେଶର ନିବେଶକମାନଙ୍କ ଦ୍ୱାରା ଦେଖାଯାଇଥିବା ବିଶ୍ୱାସ ଆମର ନୀତିର ଶକ୍ତି, ଶାସନର ଗତି ଏବଂ ଏକ ଆତ୍ମନିର୍ଭରଶୀଳ ପ୍ରତିଫଳିତ ହୋଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଆଇଟି ଏବଂ ଇଏସଡିଏମ୍, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା, ବୟନ ଏବଂ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସବୁଜ ଶକ୍ତି ଉପକରଣ, ଆଇଟି ଏବଂ ଆଇଟିଇଏସ୍, ଡାଟାସେଣ୍ଟର, ସ୍ପେଶାଲିଟି ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ୍ ଏବଂ…

Read More

AIIMS Bhubaneswar: ଏମ୍ସ ଭୁବନେଶ୍ୱର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ, (ଆଇଏସଏସଏଚ୍ ଏବଂ ଏପିଆର୍ଏଏସ୍ଓ)ର ତତ୍ତ୍ୱାବଧାନରେ ଏକ ହ୍ୟାଣ୍ଡ୍ ଫ୍ରାକ୍ଚର ଫିକ୍ସେସନ୍ କର୍ମଶାଳା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ କଙ୍କାଳ ସ୍ଥିରୀକରଣ ଠାରୁ ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକ୍ଷମ ପୁନରୁଦ୍ଧାର ପର୍ଯ୍ୟନ୍ତ ହାତ ଭଙ୍ଗାର ବ୍ୟାପକ ପରିଚାଳନାରେ ପ୍ଲାଷ୍ଟିକ୍ ସର୍ଜନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲା। ଏହି ଅବସରରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ହାତ ଭଙ୍ଗା ପରିଚାଳନା ଏବଂ ସ୍ଥିରୀକରଣରେ ପ୍ଲାଷ୍ଟିକ୍ ସର୍ଜନମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ମାଇକ୍ରୋସର୍ଜରୀ, ନରମ ଟିସୁ ପୁନଃନିର୍ମାଣ ଏବଂ ହାଡ଼ ସ୍ଥିରୀକରଣରେ ବିଶେଷଜ୍ଞତାକୁ ମିଶ୍ରଣ କରି ଆହତ ହାତର ରୂପ ଏବଂ କାର୍ଯ୍ୟକୁ ପୁନଃସ୍ଥାପିତ କରନ୍ତି। ସର୍ବୋତ୍ତମ ପୁନରୁଦ୍ଧାର ଏବଂ କାର୍ଯ୍ୟକ୍ଷମ ଫଳାଫଳ ସୁନିଶ୍ଚିତ କରିବା ସହିତ ନରମ ଟିସୁ, ଟେଣ୍ଡନ, ସ୍ନାୟୁ ଏବଂ ରକ୍ତବାହୀ ନଳୀଗୁଡ଼ିକର ପୁନଃନିର୍ମାଣ…

Read More

Jio IPO: ଭାରତର ପ୍ରମୁଖ ବ୍ରୋକରେଜ୍ ହାଉସ୍, ଆଇସିଆଇସିଆଇ ସିକ୍ୟୁରିଟିଜ୍ ପକ୍ଷରୁ ସେପ୍ଟେମ୍ବର ୨୦୨୭ ସୁଦ୍ଧା ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ଇକ୍ୱିଟି ମୂଲ୍ୟକୁ ୧୪୮ ବିଲିୟନ ଡଲାର (ପ୍ରାୟ ୧୩,୦୦୦୦୦ କୋଟି ଟଙ୍କା) କୁ ଉନ୍ନୀତ କରିଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ, ଏହି ବ୍ରୋକରେଜ୍ ଫାର୍ମ ଆଶା ପ୍ରକାଶ କରିଛି ଯେ ଜିଓ ପ୍ଲାଟଫର୍ମସର ଇବିଆଇଟିଡିଏ / ନେଟ ଲାଭ ସିଏଜିଆରରେ ଆର୍ଥିକ ପ୍ରଦର୍ଶନ ୨୦୨୫ ରୁ ୨୦୨୮ ଆର୍ଥିକ ବର୍ଷ ମଧ୍ୟରେ ୧୮ ରୁ ୨୧ ପ୍ରତିଶତ ବୃଦ୍ଧି ପାଇବ। ୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀର ମୁକ୍ତ ନଗଦ ପ୍ରବାହ ୫୫୮ ବିଲିୟନ ଡଲାରକୁ ବୃଦ୍ଧି ପାଇବା ଆଶା କରାଯାଉଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ମଧ୍ୟ ସ୍ପେକ୍ଟ୍ରମ୍ ମୂଲ୍ୟରେ ହ୍ରାସର ପୂର୍ବାନୁମାନ କରିଛି, ଯାହାର ସିଧାସଳଖ ଲାଭ ଜିଓ ପ୍ଲାଟଫର୍ମସକୁ ମିଳିବ। ଗତ ମାସରେ, ଅନ୍ୟ ଏକ ବ୍ରୋକରେଜ୍ ଫାର୍ମ, ଜେପି ମୋର୍ଗାନ୍, ଜିଓ ପ୍ଲାଟଫର୍ମସର ଇକ୍ୱିଟି ମୂଲ୍ୟାଙ୍କନ…

Read More

ଭୁବନେଶ୍ବର: ଅକ୍ଟୋବର ଆସିଲେ ସବୁବେଲେ ଓଡିଶାକୁ ବାତ୍ୟା ଚିନ୍ତା ଘାରିଥାଏ। ଏଥର ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି। ଓଡିଶାକୁ ପୁଣି ବାତ୍ୟା ଡର। ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଏକ ବାତ୍ୟା, ଯାହାର ନାମ ରଖାଯାଇଛି ମୋନ୍ଥା। ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଜି ଭୋରରୁ ଅବପାତରେ ପରିଣତ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଏହି ଅବପାତ ଧିରେଧିରେ ଶକ୍ତିଶାଳି ହେଉଛି ଏବଂ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୨୭ ତାରିଖରେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ କଣ ହେବ, କେଉଁଠି ଛୁଇଁବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଆଜି ଅପରାହ୍ନରେ ଏହାର ଗତିପଥ ଏବଂ ସ୍ଥଳଭାଗ ସ୍ପର୍ଶ କରିବାର ସମୟ ଜଣାପଡିବ। ତେବେ ଏହାର ପ୍ରଭାବ ଆଜିଠାରୁ…

Read More

Reliance Jio: ରିଲାଏନ୍ସ ଜିଓ କାଶ୍ମୀରର ବାନ୍ଦିପୋରାରେ ଗୁରେଜ ର ଦୁର୍ଗମ ଅଞ୍ଚଳରେ ଏହାର ସେବା ଆରମ୍ଭ କରିଛି। ରିଲାଏନ୍ସ ଜିଓ ଏବଂ ଭାରତୀୟ ସେନା ମିଳିତ ଭାବରେ ପାଞ୍ଚଟି ନୂତନ ଟାୱାର ସ୍ଥାପନ କରିଛନ୍ତି। କୁପୱାରା ସେଣ୍ଟିନେଲ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ଏହା ଘୋଷଣା କରିଛି। ଏହି ଟାୱାରଗୁଡ଼ିକ ହାରାହାରି ୧୩,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଆଗୁଆ ପୋଷ୍ଟଗୁଡ଼ିକୁ ଅତ୍ୟାଧୁନିକ ଯୋଗାଯୋଗ ସଂଯୋଗ ପ୍ରଦାନ କରିବ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଅଭିହିତ କରି କୁପୱାରା ସେଣ୍ଟିନେଲ୍ସ ଏହାର ପୋଷ୍ଟରେ କହିଛି, “ଭାରତୀୟ ସେନା ଏବଂ ରିଲାଏନ୍ସ ଜିଓ ଗୁରେଜ୍ ଅଞ୍ଚଳରେ ପାଞ୍ଚଟି ନୂତନ ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି – ଏହି ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ଉନ୍ନତ କରିବା ଏବଂ ଡିଜିଟାଲ୍ ସଂଯୋଗୀକରଣକୁ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।” ପୂର୍ବରୁ, ଜିଓ ୧୬,୦୦୦…

Read More

Nuapada Bypoll: ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ନୂଆପଡା ଉପଜିଲ୍ଲାପାଳ ଅଫିସରେ ଏହି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଶୋଭାଯାତ୍ରା ବେଳେ ତାଙ୍କ ସହିତ କଂଗ୍ରେସ ସଭାପତି ଭକ୍ତଦାସ, କଂଗ୍ରେସର ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ବିଧାୟକ ସାଗର ଦାସ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ। JioFinance Dhanteras Offer: 2% Free Gold, Prizes Worth ₹10 Lakh ( Click Here to Read More)

Read More

Nuapada Byelection: ଆଜି ଏକ ଶୋଭାଯାତ୍ରାରେ ଯାଇ ବିଜେପି ତରଫରୁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଜୟ ଢୋଲକିଆ। ସେ ନୂଆପଡା ଉପଜିଲ୍ଲାପାଳ ଅଫିସରେ ନେତାଙ୍କ ଗହଣରେ ଏହି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା, ସାଂସଦ ମାଳବିକା ଦେଓ, ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ, ରବିନାରାୟଣ ନାୟକ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଜୟ ଢୋଲକିଆ ଖରିଆର ରୋଡସ୍ଥିତ ତାଙ୍କ ବାସ ଭବନରୁ ମାଆଙ୍କୁ ମୁଣ୍ଡିଆ ମାରି ଘରୁ ବାହାରିଥିଲେ। ଏହାପରେ ସେ କର୍ମୀମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳଙ୍କୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବ। JioFinance Dhanteras Offer: 2% Free…

Read More

ସାଇବର ସୁରକ୍ଷା: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରାୟ ୮୨ କୋଟି ଲୋକ ଅର୍ଥାତ ୫୫ ପ୍ରତିଶତ ଲୋକ ଆଜି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି। ଆମ ଦୈନନ୍ଦିନ ଜୀବନରେ ଆମେ…

Read More