Author: Samikhsya Bureau

ଭୁବନେଶ୍ବର: କଂଗ୍ରେସ ନେତା ତଥା ଓଡିଶାର ଅନ୍ୟତମ ଧନି ବ୍ୟକ୍ତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରୀ କରୁଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। କମିସନରେଟ ପୋଲିସ ଏକ ଟିମ ବିଶାଖପାଟଣାରୁ ତାଙ୍କୁ ଗିରଫ କରିଛି। ତାଙ୍କ ନାମ ହେଉଛି ଶକ୍ତି ରେଡ୍ଡି। ସେ ଜଣେ ହାଇ ପ୍ରୋଫାଇଲ ଚୋର ବୋଲି ପୋଲିସ ଜାଣିବାକୁ ପାଇଛି। ପୋଲିସ ତାଙ୍କ ପାଖରୁ ଚୋରୀ ହୋଇଥିବା ସମସ୍ତ ସୁନା ଓ ହୀରା ଗହଣା ଜବତ କରିଥିବାର ଜଣାପଡିଛି। ଏ ସଂପର୍କରେ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଚୋରକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ସେହି ଘଟଣା ଦିନ ସେହି ସ୍ଥାନରୁ ହଜାର ହଜାର ଫୋନ କଲ ଏବଂ ସିସିଡିଭି କ୍ୟାମେରା ଯାଞ୍ଚ କରାଯାଇଥିଲା। ହେଲେ ବରମୁଣ୍ଡା ବସ ଷ୍ଟାଣ୍ଡରେ ଥିବା ଏକ ସିସି ଟିଭିରେ ସେହି ବ୍ୟକ୍ତିର ପତା ମିଳିଥିଲା। ଏହାପରେ ତାହାର ଗତିବିଧିକୁ…

Read More

ଭୁବନେଶ୍ବର: ଆଜି ବିଧାନସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା ଯେ, ଆଜି ବିରେଧୀ ଦଳର ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ଆସିଥିଲେ। ସେ ଗାଡିରୁ ଓହ୍ଲାଇବା ପରେ ପାଖରେ ଅନ୍ୟ ନେତାଙ୍କ ସହିତ ଥିଲେ ବିଧାୟକ ସନାତନ ମହାକୁଡ। ତାଙ୍କୁ ଦେଖିବା ପରେ ନବୀନ ହିନ୍ଦିରେ ପଚାରିଥିଲେ ଯେ, କାଲି ବିଧାୟକ ଦଳ ବୈଠକକୁ କାହିଁକି ଆସିଲ ନାହିଁ। ଏହାର ଉତ୍ତରରେ ସନାତନ ମହାକୁଡ କହିଥିଲେ ଯେ, ମୋ ଦେହ ଖରାପ ଥିଲା। ସେଥିପାଇଁ ଆସିପାରିଲି ନାହିଁ। ଏତିକି ଶୁଣିବା ପରେ ନବୀନ ଆଗକୁ ଚାଲିଯାଉଥିଲେ। ପୁଣି ହଠାତ ମୁହଁ ବୁଲାଇ କହିଲେ, “କଣ ବିଜେପି ଆଡେ ଯାଉଛ କି ?”। ସନାତନ ଏହା ଶୁଣିବା ପରେ ମନା କରିଥିଲେ। ହେଲେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ନବୀନ ଏପରି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। କଣ ବିଜେଡିର କିଛି ବିଧାୟକ…

Read More

ନୂଆଦିଲ୍ଲୀ: ଆଜି ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ପାର୍ଶ୍ୱରେ ଥିବା ଭାରତୀୟ ପୋଷ୍ଟ ଉପରେ ପାକିସ୍ତାନୀ ସୈନ୍ୟମାନେ ବିନା କାରଣରେ ଗୁଳି ଚଳାଇଛନ୍ତି। ଏହା ପରେ ଭାରତୀୟ ସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛି।  ବିନା କାରଣରେ ପାକିସ୍ଥାନ ସେନାଙ୍କ ଗୁଳିମାଡ ପାଇଁ ଭାରତୀୟ ସୈନିକଙ୍କ ଗୁଳି ଚଳାଇଥିଲେ। ଫଳରେ ପାକିସ୍ତାନକୁ ବହୁତ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି। ଆଜି ଭାରତୀୟ ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାର ତାରକୁଣ୍ଡି ସେକ୍ଟରରେ ଏକ ଆଗୁଆ ପୋଷ୍ଟ ଉପରେ ବିନା କାରଣରେ ଗୁଳି ଚଳାଇଥିଲେ। ଭାରତୀୟ ସେନା କଡ଼ା ଜବାବ ଦେଇଥିଲା ଏବଂ ଶତ୍ରୁ ବାହିନୀର ପ୍ରବଳ କ୍ଷତି ହୋଇଛି। ଅନ୍ୟପକ୍ଷରେ, ଅଧିକାରୀମାନେ କହିଛନ୍ତି ଯେ ଆଜି ସେହି ଅଞ୍ଚଳରେ ଏକ ଲ୍ୟାଣ୍ଡମାଇନ୍ ଉପରେ ପାଦ ଦେବା ପରେ ଭାରତୀୟ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (ଜେସିଓ) ସାମାନ୍ୟ ଆହତ…

Read More

ଭୁବନେଶ୍ବର: ଆଜି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବାତାସନା ଜି.ପି.ର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଏସ.ପାର୍ଥ ସାରଥି ବିଶୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି। ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା 1. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ପାର୍ଥ ସାରଥି ବିଶୋଇଙ୍କ ଆବାସିକ ଘର। 2. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ତାଙ୍କ ଭାଇଙ୍କ ଆବାସିକ ଘର। 3. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। 4. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ଘର। 5. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଠାରେ ଅବସ୍ଥିତ…

Read More

ଭୁବନେଶ୍ବର: ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକରଙ୍କ ଦି ଦିନିଆ ଗସ୍ତ କାଳରେ ଆଜି ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗ ର ସହଭାଗିତାରେ ରାଜ୍ୟରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର ଅଧ୍ୟକ୍ଷତା କରି କହିଲେ ଯେ ଆଜିର ଯୁଗରେ ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି । ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି । ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନିତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ । “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )…

Read More

ଭୁବନେଶ୍ବର: ହିନ୍ଦୁ ଧର୍ମର ଅନ୍ୟତମ ବଡ ପର୍ବ ହେଉଛି ମହାଶିବରାତ୍ରୀ ବା ଜାଗର। ଏହିଦିନକୁ ଶୈବ୍ୟ ଭକ୍ତମାନେ ଅନେଇ ରହିଥାନ୍ତି। ଏହିଦିନ ଭକ୍ତମାନେ ପୁରା ଉପବାସ କରି ମହାଦ୍ବୀପ ଦେଖିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ମହାଶିବରାତ୍ରୀରେ ସମସ୍ତ ଶୈବ୍ୟପିଠରେ ପ୍ରବଳ ଭିଡ ହୋଇଥାଏ। ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ଫେବୃୟାରୀ ୨୬ ତାରିଖ ବୁଧବାରରେ ପଡୁଛି। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଶିବରାତ୍ରୀଦିନ ରାତି ୧୦ଟା ବେଳେ ମହାଦୀପ ଉଠିବ ବୋଲି ନିଷ୍ପତି କରାଯାଇଛି। ଅନ୍ୟ ପୂଜା ଯାହା ରହିଛି ତାହା ହେଲା ୨୫ ତାରିଖ ରାତି ୨ଟା ୩୦ ମିନିଟରେ ମନ୍ଦିର ଖୋଲିବ ଭୋର ୩ ଟାରୁ ୩.୩୦ ମିନିଟ ପର୍ଯ୍ୟନ୍ତ ମଙ୍ଗଳା ଆରତି ଓ ଅବକାଶ ନୀତି ଭୋର ୩ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପି ଦିଲ୍ଲୀ ପ୍ରଦେଶ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ପ୍ରଦେଶ ମୁଖ୍ୟ ବିରେନ୍ଦ୍ର ସଚଦେବାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଦୀର୍ଘ 27 ବର୍ଷ ପରେ ବିଜେପି କ୍ଷମତାକୁ ଆସିବାରେ ସଫଳ ହୋଇଛି। ଏନେଇ ବୈଜୟନ୍ତ ପଣ୍ଡାଙ୍କ ସଫଳ ଗୋଟି ଚାଳନା ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଆଜିର ବୈଠକରେ ଦିଲ୍ଲୀ ମୁକୁଟ କିଏ ପିନ୍ଧିବ ସେ ନେଇ ନିଷ୍ପତି ନିଆଯାଇପରେ। ଏହା ସହ ଦଳ ଦିଲ୍ଲୀ ବାସୀ ଙ୍କ ଆଶା ଓ ଆକାଂକ୍ଷା କିପରି ପୂରଣ କରିବ, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କିପରି ପୂରଣ କରିବ ଏବଂ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସାରା ଦିନ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ କର୍ମୀ ଓ…

Read More

ଭୁବନେଶ୍ବର: ପୁଣି ଥରେ ଫ୍ଲାଟ କିଣାବିକା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ନିକଟରେ ଏହି ଦ୍ବନ୍ଦକୁ ହଟାଇବା ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ସେ ରେରା ଗଠନ ପୂର୍ବରୁ ଯେଉଁ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ତାହା କିଣାବିକା ହୋଇପାରିବ। ଏ ନେଇ ବିଭାଗ ସମସ୍ତ ରେଜଷ୍ଟ୍ରିଂ ଅଫିସକୁ ଅବଗତ କରାଇଥିଲେ। ହେଲେ ସେହି ବିଜ୍ଞପ୍ତି ଉପରେ ଆଜି ହାଇକୋର୍ଟ ରହିତାଦେଶ ଜାରୀ କରିଛନ୍ତି। ଫଳରେ ସରକାର ଯେଉଁ ନିଷ୍ପତି କରିଥିଲେ ତାହା ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପରବର୍ତ୍ତି ଶୁଣାଣି ହେବା ପରେ ଯାହା ନିଷ୍ପତି ହେବ ବୋଲି ଜଣାପଡିଛି। ଆସନ୍ତା 19 ତାରିଖରେ କୋର୍ଟ ପରବର୍ତ୍ତି ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ନିର୍ଦ୍ଦିଷ୍ଟ ସ୍ପଷ୍ଟ ନିତି ନ ଥିବାରୁ କୋର୍ଟ ଖପ୍ପା ହୋଇଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟ ଆୟୁଷ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ତାତିଛନ୍ତି ଆୟୁଷ ଛାତ୍ରଛାତ୍ରୀ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ଆୟୁଷ ମହାବିଦ୍ୟାଳୟକୁ ବନ୍ଦ କରାଯିବ। ଏହି ଧମକ ଦେଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂସଦ। ଯେଉଁମାନଙ୍କ ବିରୋଧରେ ଛାତ୍ରଛାତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସେମାନେ ହେଲେ ନିର୍ଦେଶକ ପ୍ରେମଜିତ ନାୟକ, ଆୟୁଷ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୯ ବର୍ଷ ଧରି ୫ଟି ବିଭାଗ ଦାୟିତ୍ବରେ ଥିବା ଆୟୁଷ ନୋଡାଲ ଅଫିସର ତଥା ହୋମିଓପ୍ୟାଥିକ ରେଜିଷ୍ଟାରଏବଂ ଅଧ୍ୟାପକ ଡା ପ୍ରମୋଦ ବିହାରୀ ପ୍ରଧାନଙ୍କ ସହିତ ସେକ୍ସନ ଅଫିସର ପ୍ରଦୀପ ନାଥ ଶର୍ମାଙ୍କ ତୁରନ୍ତ ବଦଳି ଓ ତାଙ୍କ ପ୍ରତି ବିହିତ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି। ଏ ନେଇ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ସାତୋଟି…

Read More

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ ଆୟୁକ୍ତ ଉମାଶଙ୍କର ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ପ୍ରାଧିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରାଇମବ୍ରାଞ୍ଚ ପ୍ରମୁଖର ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା…

Read More

ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କାପୁର ଏବଂ ଅଭିନେତା ଅର୍ଜୁନ କାପୁର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶ୍ରୀ କାପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ କାପୁର କହିଥିଲେ ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ…

Read More

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ବିଧାନାସଭା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ସବୁଦଳର ବିଧାୟକଙ୍କୁ ବାଚସ୍ପତି ଗୃହ ପରିଚାଳନାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତାକାଲି ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ହରିଦାସ କୁମ୍ଭମପତି ଗୃହରେ ନିଜର ଅଭିଭାଷଣ ରଖିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କରିସାରିଛନ୍ତି। ରାଜ୍ୟପାଳ ଅଭିଭାଷଣ ପରେ ପରବର୍ତ୍ତି ଦିନରେ ଧନ୍ୟବାଦ ପ୍ରସ୍ତାବରେ ଆଲୋଚନା ହେବ।

Read More

ଭୁବନେଶ୍ବର: ଏଆଇସିସି ସଦସ୍ୟ ତଥା ପୂର୍ବତନ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଉପରୁ ଉଠିଲା ନିଲମ୍ବନ। ଆଜି ଏ ନେଇ କଂଗ୍ରେସ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ଭକ୍ତ ଦାସ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଘୋଷଣା ହେବା ପରେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ମାନସ ଚୌଧୁରୀ କଟକ କଂଗ୍ରେସର ଜଣେ ପରିଚିତ ନେତା। ସେଠାରେ ତାଙ୍କର ଭଲ ସଂଗଠନ ମଧ୍ୟ ରହିଛି। ହେଲେ ତାଙ୍କର ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ଭଲ ନ ପଡିବାରୁ ତାଙ୍କୁ ଏହି ଦଶା ଭୋଗୀବାକୁ ପଡିଥିଲା। ତେବେ ନୂଆ ସଭାପତି ଭାବେ ଭକ୍ତଦାସ ଯୋଗ ଦେବା ପରେ ତାଙ୍କ ଉପରୁ ସେହି ନିଲମ୍ବନ ଆଦେଶ ହଟାଇ ଦିଆଯାଇଛି।

Read More

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ…

Read More

ଭୁବନେଶ୍ବର: ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକ ମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି, ଭୁବନେଶ୍ୱରସ୍ଥ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଥିବା “ପରୀକ୍ଷା ପେ ଚର୍ଚ୍ଚା ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଛନ୍ତି। ଏହି ଅବସରରେ ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଏହି ମତ ବିନିମୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପ୍ରସ୍ତୁତ ଭିଡିଓଟି ୟୁନିଟ‌-୧ ସରକାରୀ ଉଚ୍ଚ…

Read More

ଭୁବନେଶ୍ବର: ଏନ୍‍.ସି.ସି. ମହାନିର୍ଦ୍ଦେଶକ ଲେଫ୍‍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍‍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍‍.ସି.ସି.ର କାଡେଟ୍‍ ସଂଖ୍ୟା ୬୦ ହଜାର ରହିଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍‍.ସି.ସି. ଶାଖା ପ୍ରତିଷ୍ଠା କରାଯିବ। ରାଜ୍ୟରେ ଏନ୍‍.ସି.ସି. ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା କରାଯିବ । କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍‍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ । ଏହା ସହିତ କୋରାପୁଟରେ ଏନ୍‍.ସି.ସି.ର ଗ୍ରୁପ୍‍ ହେଡ୍‍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…

Read More

ଭୁବନେଶ୍ବର: ମାଘ ପୂର୍ଣ୍ଣିମା ହେଉଛି ମାଘ ମାସର ଶେଷ ଦିନ। ଏହାର ପରଦିନଠାରୁ ଫାଲଗୁନ୍ ମାସ ଆରମ୍ଭ ହେବ। ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃୟାରୀ ୧୨ ତାରିଖ ବୁଧବାରରେ ପଡୁଛି। ତେବେ ଏହିଦିନ ମଧ୍ୟ ସଂକ୍ରାନ୍ତି ମଧ୍ୟ ପଡୁଛି। ଅର୍ଥାତ ମାଘ ପୂର୍ଣ୍ଣିମା ଏବଂ କୁମ୍ଭ ସଂକ୍ରାନ୍ତି ଗୋଟିଏ ଦିନରେ ପଡୁଛି। ତେବେ ଏହି ପରି ପବିତ୍ର ଦିନରେ କଣ କରିବା ଉଚିତ ଜାଣନ୍ତୁ ଏହି ୬ ଟି ଉପଯୋଗୀ ତଥ୍ୟ। ୧- ପୂର୍ଣ୍ଣିମା ଦିନ ମଧ୍ୟରେ ମାଘ ପୂର୍ଣ୍ଣିମାର ମହତ୍ତ୍ବ ସମ୍ପୂର୍ଣ୍ଣ ଭିନ୍ନ। ମାଘ ପୂର୍ଣ୍ଣିମାରେ ତୀର୍ଥଯାତ୍ରୀ ନଦୀରେ ସ୍ନାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ଉତ୍ତରପ୍ରଦେଶର ପ୍ରୟାଗରାଜଙ୍କ ସଙ୍ଗମ ଉପକୂଳରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ୨- ମାଘରେ କଳ୍ପବାସର ଏକ ପରମ୍ପରା ଅଛି। ଏଥିରେ ଏକ ମାସ ଧରି ହଜାର ହଜାର ଲୋକ ଉପବାସରେ ରୁହନ୍ତି ଏବଂ ପ୍ରତିଦିନ ପ୍ରୟାଗ ରାଜ ସଙ୍ଗମରେ ସ୍ନାନ…

Read More

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣା ଓଡ଼ିଶାର ଅଗଣିତ ଖେଳପ୍ରେମୀଙ୍କୁ ନିରାଶ କରିନି ବରଂ ଓଡ଼ିଶାର ସ୍ୱାଭିମାନକୁ ବିଶ୍ଵ ଦରବାରରେ ନିନ୍ଦିତ ଓ ଅପମାନିତ କରିଛି। ୫ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡ଼ିଶାବାସୀଙ୍କ ଭାଗ୍ୟରେ ଗୋଟିଏ କ୍ରିକେଟ୍ ମ୍ୟାଚର ଆୟୋଜନ ଖବରଟି ଓଡ଼ିଶାବାସୀଙ୍କୁ ଯେତିକି ଆହ୍ଲାଦିତ କରିଥିଲା ଗତକାଲିର ନିନ୍ଦିତ ଘଟଣାଟି ସେମାନଙ୍କ ମନ ଓ ପ୍ରାଣକୁ ଅଶେଷ ଆଘାତ ପ୍ରଦାନ କରିଛି। ଆପଣମାନେ ଜାଣିଥିବେ ଭାରତୀୟ ଇନିଂସର ସପ୍ତମ ଓଭରରେ ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ୍ ଲାଇଟ୍ ଅଚଳ ହୋଇଯିବାରୁ ଓ ପୁନଶ୍ଚ ଲାଇଟ୍ ଜଳିବାରୁ ଗୋଟିଏ ବଲ୍ ପଡ଼ିବାପରେ ପୁନର୍ବାର ଲାଇଟ୍ ଲିଭିଯାଇଥିଲା। ଉକ୍ତ ସମୟରେ ଭାରତର ସ୍କୋର ବିନା ୱିକେଟରେ ୪୮ରନ୍ ରହିଥିଲା ଓ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ପିଚରେ ରହିଥିଲେ।ଏତେ…

Read More

ମହାକୁମ୍ଭ 2025: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରାଷ୍ଟ୍ରପତି କଡା ସୁରକ୍ଷା ମଧ୍ୟରେ ଏକ ମେସିନ ବୋଟରେ ଯାଇ ଏହି ବୁଡ ପକାଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସଙ୍ଗମରେ ବୁଡ଼ ପକାଇବାରେ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ପ୍ରୟାଗରାଜରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ସଙ୍ଗମ ସ୍ଥଳରେ ପହଞ୍ଚିଥିଲେ। ସଙ୍ଗମ ହେଉଛି ପବିତ୍ର ନଦୀ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀଙ୍କର ସଙ୍ଗମ ସ୍ଥଳ। ଏହା ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱ ବହନ କରେ। ଚଳିତ ମହାକୁମ୍ଭ ଉତ୍ସବ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବଡବଡ ନେତା ଏଠାରେ ବୁଡ଼ ପକାଇ ସାରିଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି…

Read More

ଭୁବନେଶ୍ବର: ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ କରୁଛନ୍ତି । ଏହି ଜନଶୁଣାଣି ୧୧ ଫେବୃଆରୀ, ୨୦୨୫ ଦିନ ଅପରାହ୍ନ ୨:୦୦ ଟାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ର ଏକାମ୍ର ହଲ୍ ରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହଟକର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ। ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜାତୀୟ ମହିଳା କମିଶନ ଦ୍ୱାରା ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଆୟୋଗଙ୍କ…

Read More