Author: Samikhsya Bureau

ଭୁବନେଶ୍ବର: ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଥିଲେ ସେବା ଓ ସଂଗ୍ରାମର ଅନିର୍ବାଣ ଶିଖା । ତାଙ୍କର ତ୍ୟାଗପୂତ ଜୀବନାଦର୍ଶ ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ ତଥା କୃଷକ ଓ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା ପ୍ରାଣନାଥ ପଟ୍ଟନାୟକଙ୍କ ୫୫ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଜ୍ୟ ପ୍ରାଣନାଥ ସ୍ମୃତି ସମିତି ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ରାଜ୍ୟପାଳ ପ୍ରାଣନାଥଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରାଣନାଥଙ୍କ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ମଧ୍ଯ ବିଶେଷ ଅବଦାନ ରହିଥିବାର ସେ ଉଲ୍ଲେଖ କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…

Read More

ଭୁବନେଶ୍ବର: କଟକରେ ଆଜି ରାତି 10ଟାରୁ ଲାଗୁ ହେଲା କର୍ଫ୍ୟୁ। ଏ ନେଇ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି। ଏହି କର୍ଫ୍ୟୁ ଆସନ୍ତା 36 ଘଣ୍ଟା ପାଇଁ ଲାଗୁ ହେଲା ବୋଲି କହିଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ। କଟକ ଭସାଣୀ ବେଳେ ଯେଉଁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ତାହା ଧିରେଧିରେ ଉତ୍ତେଜନା ଆଡକୁ ଗତି କରୁଥିବାରୁ ପୋଲିସ ତରଫରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପୋଲିସ ସୂଚନା ଅନୁସାରେ କଟକର ଦରଘା ବଜାର, ଲାଲବାଗ, ମର୍କତ ନଗର, ମଙ୍ଗଳାବାଗ, ପୁରୀଘାଟ, ବିଡାନାସୀ, ସିଡିଏ ଫେଜ-2, ଦରଘାବଜାର, ମାଲଗୋଦାମ, କ୍ୟାଣ୍ଟନମେଣ୍ଟ, ଜଗତପୁର, ବୟାଳିଶମୌଜା, ବାଦମବାଡି, ସଦରଥାନା ପ୍ରଭୃତି ଅଞ୍ଚଳରେ ଏହି କର୍ଫ୍ୟୁ ଲାଗୁ କରାଯାଇଛି। ଏହି ଅଞ୍ଚଳରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ ଏହି କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ବନ୍ଦ କରାଯାଇ ନାହିଁ ବୋଲି ପୋଲିସ ତରଫରୁ କୁହାଯାଇଛି। ସେହିପରି…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର “୨ଜି-ମୁକ୍ତ ଭାରତ” ଅଭିଯାନର ଅଂଶ ଭାବରେ ଓଡ଼ିଶାରେ ଗ୍ରାହକମାନଙ୍କୁ ୨ଜି ରୁ ୪ଜି କୁ ଅପଗ୍ରେଡ୍ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହି ଦୀପାବଳିରେ, ଜିଓ ଭାରତ ମୋବାଇଲ୍ ଫୋନ୍ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ ହୋଇ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। କମ୍ପାନୀ ରାଜ୍ୟର ୯୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ଏପର୍ଯ୍ୟନ୍ତ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ଜିଓ କେବଳ ଅତ୍ୟାଧୁନିକ ୪ଜି ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ୍ ଇଣ୍ଡିଆର ରୋଡମ୍ୟାପ୍ କୁ ଆଗକୁ ବଢ଼ାଉଛି। ଓଡିଶାରେ ଜିଓ ଭାରତ ଫୋନ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି କାରଣ ଏହାର ମାସିକ ରିଚାର୍ଜ ସବୁଠାରୁ ଶସ୍ତା ରହିଛି। ଗ୍ରାହକମାନଙ୍କୁ ୨୮-ଦିନର ବୈଧତା ରହିଥିବା ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ଦେବାକୁ ପଡିବ। ଏହି ସୁଲଭ ପ୍ଲାନରେ ଦୈନିକ ଅଧ ଜିବି…

Read More

ବାଲୁଗାଁ: ଉତ୍କଳ ବିଶ୍ୱବିଦ୍ୟାଳୟର ଆର୍ଥିକ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅୟୋଜିତ ହୋଇଥିବା ସାତଦିନିଆ ପୂଜା ସ୍ୱତନ୍ତ୍ର ଶିବିରର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ନିର୍ଦ୍ଦେଶନା ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ତ୍ୱାବଧାନରେ “ବୃକ୍ଷରୋପଣ ଓ ଚିଲିକା ସୁରକ୍ଷା” ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଛି ଶିବିର। ଉକ୍ତ ଶିବିରର ବିଭିନ୍ନ ଦିବସରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ରେଞ୍ଜ ଅଫିସର ରଶ୍ମିତା ଜେନା,ଫରେଷ୍ଟର ନାରାୟଣ ଆଲତିଆ , ସମାଜସେବୀ ଶ୍ରୀ ସୋମ , ଅନନ୍ୟା ଷଡ଼ଙ୍ଗୀ, ତ୍ରିବିକ୍ରମ ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିକ୍ରମ ବିଷୋୟୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ବବୁଲ ରଣସିଂହ, ପୋଷ୍ୟଗ୍ରାମ ଶାନ୍ତି ନଗର ଓ ଗୋପବନ୍ଧୁ ନଗରର…

Read More

ଖୋର୍ଦ୍ଧା: ଟାଙ୍ଗୀ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ,ଟାଙ୍ଗୀ ଆନୁକୁଲ୍ୟରେ ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। ସମାଜରେ ପ୍ରଥମ ସମ୍ମାନର ପାତ୍ର ହେଉଛନ୍ତି ବରିଷ୍ଠ ନାଗରିକମାନେ।ସେମାନଙ୍କ ପ୍ରତି ଶ୍ରଦ୍ଧା,ସମ୍ମାନ ପ୍ରଦାନ କରିବା ଏବଂ ସେମାନଙ୍କ ସୁଖଦ ଜୀବନ ପାଇଁ ଆମ ମାନଙ୍କର ଦାୟିତ୍ଵ ରହିଛି।ବରିଷ୍ଠ ନାଗରିକ ମାନଙ୍କର ଜ୍ଞାନ, ଅଭିଜ୍ଞତା,ବଳିଷ୍ଠ ଉପଦେଶ ଓ ଦିଗଦର୍ଶନ ଆମ ସମାଜକୁ ଅଧିକ ସମୃଦ୍ଧ କରିଥାଏ।ବରିଷ୍ଠ ନାଗରିକ ମାନେ ଆମ ସମାଜର ଅମୁଲ୍ୟ ରତ୍ନ।ସମାଜ ଗଠନରେ ସେମାନଙ୍କର ଅବଦାନ ସର୍ବଦା ସ୍ମରଣୀୟ।ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି।ଏବେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସାମାଜିକ ଜୀବନକୁ ଅଧିକ ସହଜ କରୁଛି।ଆମେ ସମସ୍ତେ…

Read More

The Samikhsya Desk: ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଏବଂ ବିଆରଏସ ବିଧାୟକ ଟି ହରିଶ ରାଓ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିବା ହାଇଦ୍ରାବାଦର ଜଣେ ଭାରତୀୟ ଛାତ୍ରଙ୍କୁ ଟେକ୍ସାସରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ଘଟିବା ସମୟରେ ପୀଡିତ ଚନ୍ଦ୍ରଶେଖର ପୋଲ ଟେକ୍ସାସର ଡେଣ୍ଟନର ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି। ପୀଡିତା ଅଧିକ ଅଧ୍ୟୟନ ପାଇଁ ଡାଲାସ ଯିବା ପୂର୍ବରୁ ଡେଣ୍ଟାଲ ସର୍ଜରୀ (ବିଡିଏସ୍)ରେ ତାଙ୍କର ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ହରିଶ ରାଓ କହିଛନ୍ତି ଯେ ସେ ଏବଂ ଅନ୍ୟ ଦଳର ନେତାମାନେ ପୀଡିତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ହାଇଦ୍ରାବାଦରେ ତାଙ୍କ ଘରେ ଭେଟିଥିଲେ। ସେ ରେବନ୍ତ ରେଡ୍ଡିଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ସରକାରଙ୍କୁ ଶେଷ ସଂସ୍କାର ପାଇଁ ପୀଡିତାଙ୍କ ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ପୀଡିତା ପୂର୍ବରୁ ଆମେରିକୀୟ ଏକ୍ସପ୍ରେସରେ 2021 ରୁ 2023…

Read More

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସରକାରଙ୍କୁ ଆଇନା ଦେଖାଇବା, ଲୋକଙ୍କ ସାଧାରଣ ସମସ୍ୟାକୁ ତଥ୍ୟ ସହିତ ସରକାରଙ୍କ ନଜରକୁ ଆଣିବା ହେଉଛି ତାଙ୍କର ମୁଖ୍ୟ ଦାୟିତ୍ବ। ସୌମ୍ୟବାବୁ ଯେଉଁ ଦଳର ସମର୍ଥକ କିମ୍ବା ସଭ୍ୟ ଥାଆନ୍ତୁ ନା କାହିଁକି, ସରକାରଙ୍କୁ ପ୍ରଶ୍ନ ପଚାରିବାରେ କୌଣସି କାର୍ପଣ୍ୟତା କରିନାହାନ୍ତି। ସରକାରଙ୍କୁ ଲୋକଙ୍କ ସ୍ବାର୍ଥକୁ ନେଇ ଓଡିଆଙ୍କ ସ୍ବାର୍ଥକୁ ନେଇ ତେରେଛା ବାଣ ମାରିବାରେ କେବେହେଲେ ସୌମ୍ୟବାବୁ ସଙ୍କୋଚ କରି ନାହାନ୍ତି। ଏହା ହେଉଛି ପ୍ରକୃତ ସାମ୍ବାଦିକତା। ମୁଁ ଅନ୍ୟ କାହା କହିପାରିବି ନାହିଁ, କିନ୍ତୁ ଗୋଟିଏ ସ୍ତମ୍ଭ ବାହାରୁ ଥିଲା ସ୍ବର୍ଗୀୟ ମହତାବ ବାବୁଙ୍କ ‘ଗାଁ ମଜଲିସ’। ୨୦୦୦ ଦଶକରେ ଆରମ୍ଭ ହୋଇଥିଲା ‘ପ୍ରଥମ ପୃଷ୍ଠା ସମ୍ପାଦକୀୟ’, ଯାହାର ନାଁ ଥିଲା,…

Read More

କୌଶଳ ଦୀକ୍ଷାନ୍ତ ସମାରୋହ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଦକ୍ଷତା ସମାବର୍ତ୍ତନ ସମାରୋହରେ ୬୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶବ୍ୟାପୀ ଲକ୍ଷ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀ, ବିହାରର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, କିଛି ବର୍ଷ ପୂର୍ବେ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଧରଣର ସମାବର୍ତ୍ତନ ସମାରୋହ ଆୟୋଜନ କରିବାର ଏକ ନୂତନ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଆଜି ସେହି ପରମ୍ପରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ସମାରୋହ ଭାରତ ଦକ୍ଷତା ବିକାଶକୁ ଦେଇଥିବା ପ୍ରାଥମିକତାର ପ୍ରତୀକ । ସେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ଦୁଇଟି ପ୍ରମୁଖ ପଦକ୍ଷେପ ଆରମ୍ଭ କରିବାର ଘୋଷଣା କରିଥିଲେ। ଶ୍ରୀ ମୋଦୀ ଘୋଷଣା କରିଥିଲେ…

Read More

ମେଷ:– ଆଜି ଆପଣ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କ୍ରୋଧର ପରିମାଣ ଅଧିକ ହେବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ସହିତ, ଆପଣ ମଧ୍ୟ ବକ୍ତବ୍ୟରେ ସଂଯମ ରଖନ୍ତୁ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ହେତୁ ସମସ୍ୟା ସୃଷ୍ଟି ନ କରିବାକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବୃଷ:– ଆଜି ଆପଣ କ୍ରୋଧ ଉପରେ ସଂଯମତା କରିବା ଆବଶ୍ୟକ, ନଚେତ୍  ଏକ ବୃଥା ବିବାଦରେ ଫସିଯିବେ। ପେଟ ସମ୍ବନ୍ଧୀୟ ରୋଗର ସମସ୍ୟା ହେବ। କାର୍ଯ୍ୟରେ ସଫଳତାର ଅଭାବ ହେତୁ ନିରାଶ ହେବାର ସମ୍ଭାବନା ମଧ୍ୟ ଅଛି। ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନଶୀଳ କଳା ପ୍ରତି ଆଗ୍ରହୀ ହେବେ। ପିଲାମାନଙ୍କ ପାଇଁ ଚିନ୍ତା ଯୋଗୁଁ, ମନରେ ଚିନ୍ତା ହେବ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଅନ୍ତୁ। ମିଥୁନ:– ଆଜି ଆପଣଙ୍କ ମନରୁ ନକାରାତ୍ମକ ଚିନ୍ତାଧାରା…

Read More

ଖଦି କାରିଗର ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଖଦି କାରିଗରମାନଙ୍କୁ ମେସିନ୍ ଏବଂ ଟୁଲକିଟ୍ ବଣ୍ଟନ କରିଥିଲେ, ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ  କାର୍ଯ୍ୟକ୍ରମ (PMEGP) ଅଧୀନରେ ହିତାଧିକାରୀମାନଙ୍କୁ ଅନଲାଇନ ମାଧ୍ୟମରେ ମାର୍ଜିନ୍ ମନି ସବସିଡି ପ୍ରଦାନ, ନୂତନ ୟୁନିଟ୍ ଉଦଘାଟନ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସୈନି, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଏବଂ ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜିତ ସିଂହ, କେନ୍ଦ୍ର ସମବାୟ  ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗ (KVIC) ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ ଏବଂ ” ଖଦି…

Read More

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୁଜରାଟର ଗାନ୍ଧୀନଗରଠାରେ  ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନକୁ ଉଦ୍‍ଘାଟନ କରିଛନ୍ତି।  କୌଣସି ଜମାକାରୀ ତାଙ୍କର କଷ୍ଟ ଅର୍ଜିତ ଜମା ପୁଞ୍ଜୀକୁ କିପରି ବ୍ୟାଙ୍କ ବା ଅନ୍ୟ ଆର୍ଥିକ ଅନୁଷ୍ଠାନରୁ ସହଜରେ ଉଠାଇପାରିବେ ସେ ବିଷୟରେ ସଚେତନତା ପ୍ରସାର କରିବା ଏହି ଅଭିଯାନର ଲକ୍ଷ୍ୟ। ଏହି ଅବସରରେ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଅଭିଯାନରେ ଏକ ସରଳ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ବହନ କରାଯାଇଛି ଯେ, ନାଗରିକମାନଙ୍କ ଦ୍ୱାରା ସଞ୍ଚିତ ପ୍ରତ୍ୟେକ ଟଙ୍କା ସେମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ ଫେରିବା ଉଚିତ।  ଏହା ତାଙ୍କର ସଞ୍ଚିତ ଜମାପୁଞ୍ଜୀ ହେଉ ବା ବୀମା ଆୟ, ଲାଭାଂଶ, ମ୍ୟୁଚୁଆଲ୍ ଫଣ୍ଡ ବାଲାନ୍ସ ଏବଂ ପେନସନ୍, ଏସବୁ କେବଳ କାଗଜପତ୍ରରେ ନ ରହି ସମ୍ପୃକ୍ତ ବ୍ୟକ୍ତି ପାଖକୁ ଫେରିବା ଆବଶ୍ୟକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।   କୌଣସି ସାଧାରଣ ପରିବାରର କଷ୍ଟ…

Read More

ବସ୍ତର ଦଶହରା: କେନ୍ଦ୍ର ଗୃହ ଏଂବ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ଜଗଦଲପୁରରେ ବସ୍ତର ଦଶହରା ମହୋତ୍ସବକୁ ସମ୍ବୋଧିତ କରିଛନ୍ତି। ନିଜର ଅଭିଭାଷଣ ପୂର୍ବରୁ ଶ୍ରୀ ଶାହ ପ୍ରସିଦ୍ଧ ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେଠାରେ ପ୍ରାର୍ଥନା କରିଥିଲେ। ବସ୍ତର ଦଶହରା ଉତ୍ସବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ଡକ୍ଟର ବିଜୟ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୭୫ ଦିନ ଧରି ଚାଲିଥିବା ବସ୍ତର ଦଶହରା, ବିଶ୍ୱର ସର୍ବବୃହତ ଏବଂ ଅନନ୍ୟ ପର୍ବ, କେବଳ ଆଦିବାସୀ ସମ୍ପ୍ରଦାୟ, ବସ୍ତର, ଛତିଶଗଡ଼ କିମ୍ବା ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ଦନ୍ତେଶ୍ୱରୀ ମନ୍ଦିରରେ ପ୍ରାର୍ଥନା ସମୟରେ ସେ ୨୦୨୬ ମସିହା ମାର୍ଚ୍ଚ ୩୧…

Read More

ରୋଜଗାର ମେଳାର ସଫଳତା: ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ ୨୦୨୫ ମୁତାବକ ଭାରତ ଏପରି ଦେଶମାନଙ୍କ ମଧ୍ୟରେ ସାମିଲ ଅଛି ଯେଉଁ ଦେଶଗୁଡ଼ିକ ଆଗାମୀ ବର୍ଷରେ ପ୍ରାୟ ଦୁଇ-ତୃତୀୟାଂଶ ନୂତନ କର୍ମଶକ୍ତି ଯୋଗାଣ କରିବେ। ଭାରତ ନିଜ ଜନସାଂଖ୍ୟିକ ଲାଭାଂଶର ଫାଇଦା ଉଠାଇ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ନିଜର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରୁଛି । ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ପାଲଟିଥିବା ଭାରତ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୧୭ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ନିଯୁକ୍ତି ୨୦୨୩-୨୪ ରେ ୬୪.୩୩ କୋଟିକୁ ବୃଦ୍ଧି ପାଇଛି, ଯାହା ୨୦୧୭-୧୮ ରେ ୪୭.୫ କୋଟି ଥିଲା। ଛଅ ବର୍ଷ ମଧ୍ୟରେ ୧୬.୮୩ କୋଟି ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ମିଳିଛି । ଏହା ଯୁବ-କୈନ୍ଦ୍ରିକ ନୀତି ଏବଂ ବିକଶିତ…

Read More

ବାଲୁଗାଁ:-ଶନିବାର ଅପରାହ୍ନରେ ଚିଲିକା କୁଳ ନିକଟରୁ ଏକ ଅଜଣା ମୃତ ଶରୀର ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ବାଲୁଗାଁ ମା କାଳିଜାଇ ମୋଟର ବୋଟ ଆସୋସିଏସନ ଯାତ୍ରୀନିବାସ ପଛ ପାର୍ଶ୍ୱରେ ଏକ ଅଜଣା ବୃଦ୍ଧର ମୃତ ଶରୀର ଅନେକ ସମୟ ଧରି ପଡି ରହିଥିଲା। ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। INTACH Odisha Hosts State-Level Heritage Quiz 2025 in Bhubaneswar

Read More

ଭୁବନେଶ୍ବର: ଚଳିତ ବର୍ଷ କୁମାର ପୂର୍ଣ୍ଣିମା ନେଇ ଦ୍ବନ୍ଦ ଦେଖାଦେଇଛି। କାରଣ ଏହି ପୂର୍ଣ୍ଣିମା ଚଳିତ ଅକ୍ଟୋବର 6 ତାରିଖରେ ନା 7 ତାରିଖରେ ପଡୁଛି ତାହାକୁ ନେଇ ଦ୍ବନ୍ଦ। ସାଧାରଣତଃ ଆଶ୍ବିନ ମାସ ଶେଷ ଦିନକୁ ଆଶ୍ବିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏପରିକୀ ଶାରଦୀୟ ପୂଜା ଏହିମାସରେ ହୋଇଥିବାରୁ ଏହାକୁ କେତେକ ସ୍ଥାନରେ ଶାରଦ ପୂର୍ଣ୍ଣିମା ବୋଲି କହିଥାନ୍ତି। ତେବେ ଚଳିତ ମାସ ଏହି ପୂର୍ଣ୍ଣିମା ତିଥୀକୁ ନେଇ ଦ୍ବନ୍ଦ ଦେଖା ଦେଇଛି। ତାହା ହେଲା ଏହା 6 ତାରିଖ ସୋମବାରରେ ହେବ ନା 7 ତାରିଖ ମଙ୍ଗଳବାରରେ ହେବ। ଓଡିଆ କ୍ୟାଲେଣ୍ଡର ଅନୁସାରେ ଆସନ୍ତା 6 ତାରିଖରେ ହେଉଛି କୁମାର ଉତ୍ସବ। ହେଲେ 7 ତାରିଖରେ ହେଉଛି କୁମାର ପୂର୍ଣ୍ଣିମା। ତେବେ ପଞ୍ଚାଙ୍ଗ ଅନୁସାରେ ଏଥର ପୂର୍ଣ୍ଣିମା ଦୁଇ ଦିନ ରହୁଛି। ଅର୍ଥାତ ଚଳିତ ମାସ 6 ତାରିଖ ଦିନ 12 ଟା 23…

Read More

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦୀର୍ଘଦିନର ଇଚ୍ଛାକୁ ପୂରଣ କରିବାକୁ ଦୁଇ ଦଶନ୍ଧି ତଳେ ହୋଇଥିବା ଅତ୍ୟନ୍ତ ସନ୍ତୋଷଜନକ ଜାତୀୟ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋକପାତ କରିଛନ୍ତି । ୧୯୩୦ ମସିହାରେ ଶ୍ୟାମଜୀ କୃଷ୍ଣବର୍ମା ପରଲୋକ ଗମନ କରିଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଦିନେ ତାଙ୍କ ଚିତାଭସ୍ମ ସ୍ୱାଧୀନ ଭାରତକୁ ଫେରିବ । ୨୦୦୩ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧି ଧରି ତାଙ୍କର ଏହି ଇଚ୍ଛା ଅପୂର୍ଣ୍ଣ ରହିଥିଲା, ଯେତେବେଳେ କି ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଜରଲାଣ୍ଡର ଜେନେଭାରୁ ତାଙ୍କର ଚିତାଭସ୍ମ ଆଣିବା ଦିଗରେ ଐତିହାସିକ ପଦକ୍ଷେପ ନେଇଥିଲେ । ସେ ଉଲ୍ଲେଖ କରିଛନ୍ତି, ଏହି ପଦକ୍ଷେପ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା ଏବଂ ନିଜ ସ୍ୱାଧୀନତା ସଂଗ୍ରାମର ଲିଗାସୀକୁ ସଂରକ୍ଷିତ ରଖିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲା । ପ୍ରଧାନମନ୍ତ୍ରୀ ଏହି ଆଶା…

Read More

ନୂଆଦିଲ୍ଲୀ: ଗାଜାରେ ଶାନ୍ତି ପ୍ରୟାସ ପାଇଁ ନିର୍ଣ୍ଣାୟକ ନେତୃତ୍ୱ ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀ ମୋଦୀ ଆଜି କହିଛନ୍ତି, ବନ୍ଧକଙ୍କ ମୁକ୍ତି ପାଇଁ ସଙ୍କେତ ମାନବୀୟ ଏବଂ କୂଟନୈତିକ ପ୍ରୟାସ ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଏହା ଦୋହରାଇଛନ୍ତି କି, ଭାରତ ଏହି କ୍ଷେତ୍ରରେ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ଯୋଗଦାନ କରୁଥିବା ସମସ୍ତ ପ୍ରୟାସକୁ ସମର୍ଥନ କରିବାକୁ ପ୍ରତିବଦ୍ଧ । ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି; “ଗାଜାରେ ଶାନ୍ତି ପ୍ରୟାସ ଦିଗରେ ନିର୍ଣ୍ଣାୟକ ପ୍ରଗତି ପାଇଁ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରୁଛୁ । ବନ୍ଧକଙ୍କ ମୁକ୍ତି ଦିଗରେ ସଙ୍କେତ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ଦିଗରେ ସମସ୍ତ ପ୍ରୟାସକୁ ଭାରତ ଦୃଢ଼ତାର ସହ ସମର୍ଥନ ଜାରି ରଖିବ। First Batch of…

Read More

ଭୁବନେଶ୍ବର: ଗତକାଲି କଟକରେ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ଯୋଗୁଁ କଟକ ଡିସିପି ଶ୍ରୀ ଖିଲାରୀ ରିଷିକେଶ ଆହତ ହୋଇଥିଲେ। ଚିକିତ୍ସା ପରେ ଆଜି ସେ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଗତକାଲି କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଆହତ ହୋଇଥିବା କଟକ ଡିସିପି ଶ୍ରୀ ଖିଲାରୀ ରିଷିକେଶଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସାକ୍ଷାତ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ତାଙ୍କର ଭୁମିକାକୁ ପ୍ରଶଂସା କରିଥିଲେ। First Batch of Automobiles Rake Reached Kashmir Valley by Rail

Read More

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ପ୍ରଥମ ଥର ପାଇଁ ଅଟୋମୋବାଇଲ ରେକ୍ ପାଇ ଭାରତୀୟ ରେଳବାଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯାହା ଏହି ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଆର୍ଥିକ ସୁଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୦୩ ଅକ୍ଟୋବର ୨୦୨୫ରେ, ୧୦୦ ରୁ ଅଧିକ ଯାନବାହନ ନେଇ ଟ୍ରେନ୍ ଉପତ୍ୟକାର ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଥିଲା। ଏହି ରେକ୍ ହରିୟାଣାର ମାନେସରରୁ ଆରମ୍ଭ ହୋଇଥିଲା ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ – ପ୍ରତୀକାତ୍ମକ ଚେନାବ ଆର୍ଚ୍ ବ୍ରିଜ୍ – ପାର କରିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ସଂଯୋଗ (ୟୁ. ଏସ୍. ବି. ଆର୍. ଏଲ୍.) ପ୍ରକଳ୍ପର ପ୍ରତ୍ୟକ୍ଷ ପରିଣାମ ହେଉଛି ଏହି ସଫଳତା। ଏହି ପ୍ରକଳ୍ପ ଶେଷରେ କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ…

Read More

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଓଡିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଉପରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ସି ପି ରାଧାକ୍ରିଷ୍ଣନ ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟରେ ଆମ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କଲି। ମାନନୀୟ ଉପରାଷ୍ଟ୍ରପତିଙ୍କୁ ‘ଓଡ଼ିଶା ଭିଜନ୍ ୨୦୩୬ – ୨୦୪୭’ ପ୍ରଦାନ କରି ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଲି । ତାଙ୍କର ପ୍ରେରଣା ଓ ମାର୍ଗଦର୍ଶନ ପାଇଁ କୃତଜ୍ଞ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି…

Read More

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସାଥିରେ ଅଛନ୍ତି ସଭାପତି  ମନମୋହନ ସାମଲ ଏବଂ ପ୍ରଭାରୀ ବିଜୟପାଲ ସିଂ ତୋମାର। ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଭାରୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏ ନେଇ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ଆମ ଦଳର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମାନନୀୟ…

Read More