ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଏସବିଆଇ ଏଟିଏମରେ ନିଆଁ ଲାଗିଯାଇଥିଲା। ସେ ଭିତରେ ହୁତୁହୁତୁ ହୋଇ ନିଆଁ ଜଳୁଥିବାର ଦେଖି ଅଗ୍ନିଶମ କର୍ମଚାରୀ ଖବର ପାଇଁ ନିଆଁକୁ ଆୟତ କରିଥିଲେ। ହେଲେ ଏଟିଏମ ଭିତରେ ପୁରା ଅର୍ଦ୍ଧାଧିକ ପୋଡି ଯାଇଛି। ଏହି ଘଟଣାଟି ଭୁବନେଶ୍ବରର ଲକ୍ଷ୍ମୀ ସାଗରର ଓସ୍କାର ସିଟରେ ଥିବା ଏସବିଆଇ ଏଟିଏମରେ ଘଟିଛି। ତେବେ ଏଟିଏମ ଭିତରେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।
Author: Samikhsya Bureau
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୨ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗଡଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବଡଗଡ ଉଚ୍ଚ ବିଦ୍ୟାଳୟ ଆଲୁମିନି ସଭାପତି ଶ୍ରୀ ପ୍ରତାପ କୁମାର ଜେନା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମ“ମହକମେଳା”କୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ସ୍ୱପ୍ନ,ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ଅନୁଭବକୁ ସାଉଁଟିଥିବା ପତ୍ରିକା “ମନର କଥା” ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା। ପରିଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଶ୍ରୀମତୀ ସଙ୍ଗୀତା ଦାଶପୁରସ୍କାର ବିତରଣ କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ବଡଗଡର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ…
ଭୁବନେଶ୍ୱର: ମାଟି ପ୍ରକୃତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ମଣିଷ ତଥା ସଂପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷାର ଏକାନ୍ତ ପ୍ରୟୋଜନ ରହିଛି । ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟଗତ ପରିଚାଳନା ଆଜିର ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ବିଷୟ‘ମାଟି ଖାଦ୍ୟର ଜନନୀ’ ରଖାଯାଇଛି। ମାଟିର ଗୁଣାତ୍ମକ ମାନର ଅବକ୍ଷୟ, ଏହାର ମଣିଷ ସମାଜ ଓ ଜୀବଜଗତ ଉପରେ ପ୍ରଭାବ ଓ ଏହାର ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ କୃଷକ ତଥା ଜନସାଧାରଣଙ୍କୁ ସଚେତନ କରାଇବା ଆଜି ଦିବସ ପାଳନର…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ବଡ଼ ସହରସାହିର ଏକ ପରିତ୍ୟକ୍ତ ଗୃହରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫୩ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ଏବଂ ଏକ ମୋବାଇଲ ଜବତ କରାଯାଇଥିଲା। ଏଥିସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ଅମିତ କୁମାର…
ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଠାରେ ଜି୨୦ ଶେର୍ପା ବୈଠକ ଅନୁଷ୍ଠିତ ହେଉଛି। ଏହି ଚାରି ଦିନିଆ ବୈଠକ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଡିସେମ୍ବର ୫ ତାରିଖ ଥିଲା ବୈଠକର ଦ୍ୱିତୀୟ ଦିବସ। ଏଥିରେ ଭାରତର ଜି୨୦ ଅଧ୍ୟକ୍ଷତାର ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମ ଦୁଇଟି ଅଧିବେଶନରେ ‘ପ୍ରଯୁକ୍ତିଗତ ପରିବର୍ତ୍ତନ’ ଏବଂ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ’ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଏହାପରେ ‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା : ପରିଦୃଶ୍ୟ ଓ ଆହ୍ବାନ’ ବିଷୟରେ ବିଚାରବିମର୍ଶ କରାଯାଇଥିଲା। ଏତଦ୍ବ୍ୟତୀତ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ଅନୌପଚାରିକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର ଜି୨୦ ଶେର୍ପା ଅମିତାଭ କାନ୍ତ ୧୩ଟି କାର୍ଯ୍ୟ ଗୋଷ୍ଠୀ ମଧ୍ୟରେ ଭାରତର ଜି୨୦ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଏହା ଉପରେ ପ୍ରଥମ…
ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ଏ ନେଇ ଆଜି ଏସଟିଏଫ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଗତକାଲି ରାତିରେ ଜଙ୍କିଆ ଥାନା ହଜ ଗ୍ରାମ ନିକଟରେ ଏସଟିଏଫ ବନବିଭାଗ ସହାୟତାରେ ଚଢ଼ାଉ କରି ଉମେଶ ରଥ ନାମକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚିତାବାଘ ଛାଲ ଜବତ କରିଥିଲା। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୩୦/୨୨ ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଥିବା ବେଳେ ଜବତ ଚିତାବାଘ ଛାଲକୁ ଦେହେରାଡୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଶିକ୍ଷାନୁଷ୍ଠାନକୁ ଅଧିକ ପରୀକ୍ଷା ପାଇଁ ପଠାଇଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ବାଣପୁର ବିକାଶ ପାଇଁ ଶୁଭେଚ୍ଛୁ କମିଟି ଦେଇଥିବା ପ୍ରସ୍ତାବକୁ ‘ବାଣପୁର ସ୍ୱାଭିମାନ ମଞ୍ଚ’ ପକ୍ଷରୁ ସ୍ଥାନୀୟ ରଘୁନାଥ ମଣ୍ଡପ ଠାରେ ଏକ ସାମ୍ବାଦିକ ସମିଳନୀ ଜରିଆରେ ନାପସନ୍ଦ କରାଯାଇଛି। ଆଜି ସନ୍ଧ୍ୟାରେ ଯୁବ ସଂଗଠକ ଅମିତାଭ ପଟ୍ଟଯୋଶୀଙ୍କ ଆବାହକତ୍ବରେ ଆୟୋଜିତ କରାଯାଇଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଭଗବାନ ପ୍ରଧାନ, ରାଜକିଶୋର ସାହୁ, ପ୍ରସନ୍ନ ମାର୍ଥା, ବିପ୍ର ଜେନା, ବିପିନି ବାରିକି, ଏନଏସିର କିଛି କାଉନସିଲରଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ଅଭିଯୋଗ ମୁତାବକ ଯେଉଁ ଶୁଭେଚ୍ଛୁ କମିଟିକୁ ନେଇ ଜିଲ୍ଲାପାଳ ବୈଠକ କରିଥିଲେ ଏବଂ ଭଗବତୀ ମନ୍ଦିର ଓ ବାଣପୁରର ଉନ୍ନତି ପାଇଁ ମତାମତ ଲୋଡିଥିଲେ ଉକ୍ତ କମିଟି ବାଣପୁରବାସୀଙ୍କ ବିନା ମତାମତରେ କିଛି ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେଇଥିବାର ଉକ୍ତ ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି। ଉକ୍ତ କମିଟିରେ ବିଶେଷ କରି କ୍ଷତିଗ୍ରସ୍ତ ହେବାକୁ ଥିବା ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ବାସିନ୍ଦା, ଅଞ୍ଚଳର ବୁଦ୍ଧିଜୀବୀ,…
ନୂଆଦିଲ୍ଲୀ: ଡିସେମ୍ବର ପହିଲା ଠାରୁ ଭାରତ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି। ଏହି ଉପଲକ୍ଷେ ୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୧୦୦ରୁ ଅଧିକ ଐତିହାସିକ କିର୍ତ୍ତୀରାଜିଗୁଡ଼ିକୁ ଜି୨୦ ଲୋଗୋରେ ଆଲୋକିତ କରାଯାଇଥିଲା। ଦେଶବ୍ୟାପୀ ବିଭିନ୍ନ କୀର୍ତ୍ତିରାଜିଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ହୁମାୟୁଁ ସମାଧିସୌଧ, ଲାଲକିଲ୍ଲା, ପୁରାନା କିଲା, କୁତବମୀନାର, ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ, ଜାମ୍ମୁ ଓ କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର, ତେଲଙ୍ଗାନାର ରାମାପ୍ପା ମନ୍ଦିର, ରାଜସ୍ଥାନର ନାଗଡ଼ା ମନ୍ଦିର, କର୍ଣ୍ଣାଟକ ହମ୍ପିସ୍ଥିତ ଶ୍ରୀ ବୀରୂପାକ୍ଷ ମନ୍ଦିର, ବିହାରର ପ୍ରାଚୀନ ନାଳନ୍ଦା ବିହାରକୁ ମଧ୍ୟ ଆଲୋକିତ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଉପରେ ଥିବା ପ୍ରାଚୀନ ଗୁମ୍ଫା, ପ୍ରାଚୀନ କିର୍ତ୍ତିରାଜି ଓ ଐତିହ୍ୟ କୀର୍ତ୍ତିକୁ ଜି-୨୦ ଲୋଗୋରେ ଉଦଭାସିତ କରାଯାଇଥିଲା।
ନୂଆଦିଲ୍ଲୀ: ରାୱଲପିଣ୍ଡି ଟେଷ୍ଟରେ ପାକିସ୍ତାନକୁ ଇଂଲଣ୍ଡ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପାକିସ୍ତାନକୁ ୭୪ ରନରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହିପରି ଇଂଲଣ୍ଡ ଦଳ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ହୋଇଛି। ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ ୩୪୨ ରନ୍ ଆବଶ୍ୟକ ଥିଲା, କିନ୍ତୁ ଘରୋଇ ଦଳ ୨୬୮ ରନ୍ ରେ ସମସ୍ତ ୱିକେଟ ହରାଇଥିଲା। ଏହିପରି ଭାବରେ ବେନ ଷ୍ଟୋକ୍ସଙ୍କ ଦଳ ୭୪ ରନରେ ମ୍ୟାଚ ଜିତିଥିଲା। ତେବେ ୨୨ ବର୍ଷ ପରେ ପାକିସ୍ତାନ ମାଟିରେ ଇଂଲଣ୍ଡ ଟେଷ୍ଟ ମ୍ୟାଚ ଜିତିଛି। ପାକିସ୍ତାନ ପାଇଁ ଦ୍ୱିତୀୟ ଇନିଂସରେ ସାଉଦ ଶକିଲ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୧୫୯ ବଲରେ ୭୬ ରନର ଇନିଂସ ଖେଳିଥିଲେ। ଏଥି ସହିତ ଇମାମ-ଉଲ-ହକ ୪୮ ରନ ଯୋଗଦାନ କରିଥିଲେ। ମହମ୍ମଦ ରିଜୱାନ୍ ଏବଂ ଅଜହର ଅଲି ଯଥାକ୍ରମେ ୪୮ ଏବଂ ୪୦ ରନ୍ କରିଥିଲେ। ଏହା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ଦିବା ୧୦ ଘଣ୍ଟା ସମୟରେ ଭବାନୀପାଟଣା ବ୍ଲକ୍ ର କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ:- ୨୦୨୨ ପାଳିତ ହୋଇଥିଲା। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ୍ ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଭାରେ ମୃତ୍ତିକା, ମୃତ୍ତିକାର ସ୍ବାସ୍ଥ୍ୟ, ମୃତ୍ତିକା ପରୀକ୍ଷାର ଉଦ୍ଦେଶ୍ୟ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା। ସଭାରେ ଉପସ୍ଥିତ ଥିବା ଚାଷୀ, କୃଷକ ମାନଙ୍କୁ ମୃତ୍ତିକାର ଗୁଣବତ୍ତା ବଜାୟ ରଖିବା ସହ ମୃତ୍ତିକା କ୍ଷୟକୁ ରୋକିବାର ବିଭିନ୍ନ ଉପାୟ ଉପରେ ଅବଗତ କରା ଯାଇ ଥିଲା। ପ୍ରଥମ ଥର ପାଇଁ ବିଶ୍ଵ ମୃତ୍ତିକା ଦିବସ ଉପଲକ୍ଷେ ଥୁଆପଦର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ତଲବେଲଗାଁ, ଶ୍ରିପୂର୍, ଚହଗାଁ, ପଲ୍ସିଝରନ୍, ଉଦେୟପୁରରୁ ୨୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ଖବର। ତାହା ହେଲା ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଏବେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଶକ୍ତିଶାଳି ହେବାରେ ଲାଗିଛି। ଫଳରେ ବର୍ତ୍ତମାନ ବଙ୍ଗୋପସାଗରରେ ଏହା ଲଘୁଚାପ ଭାବେ ଘୁରି ବୁଳୁଛି। ତେବେ ଆସନ୍ତାକାଲି ଏହା ତୀବ୍ର ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସୁତ୍ର ଅନୁସାରେ ଏହି ଲଘୁଚାପ ଆସନ୍ତାକାଲି ଅବପାତ ରୂପ ନେବ ଏହାପରେ ତାହା ତାମିଲନାଡୁ ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ଗତି କରିବ ବୋଲି କୁହାଯାଉଛି। ଏହା ଧିରେଧିରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ଡିସେମ୍ବର 8 ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହି ବାତ୍ୟାର ନାମ ହେବ ‘ମାନଡ୍ୟୁସ’। ଏହା ଦ୍ବାରା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତିକା ଦିବସ’ ପାଳିତ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଛତାବର, ମେଣ୍ଢାଶାଳ, ଅନ୍ଧାରୁଆ, ଭୋଳା ଓ କାଟେଣି ଗ୍ରାମରେ ଏହି ଦିବସ ପାଳିତ ହୋଇଛି। ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ଡକ୍ଟର ପ୍ରଣୟ ରାୟ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ମାନସ ପଟେଲ, କୁମାର ସମ୍ଭବ ଗିରି, ଡଃ ରାମ ପ୍ରସାଦ ନନ୍ଦୀ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ମୃତିକାର ସ୍ୱାସ୍ଥ୍ୟ ଓ ଫସଲ ଅମଳ ଉପରେ ଏହା କିପରି ପ୍ରଭାବ ପକାଇଥାଏ ତାହା ଉପରେ ବିଷଦ ଆଲୋଚନା କରିଥିଲେ। ମୃତିକାର ଉତମ ସ୍ୱାସ୍ଥ୍ୟ ହିଁ ଅଧିକ ଅମଳର ଭିତିଭୂମି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଚତୁ୍ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଯୋଜିତ ହେଉଥିବା ରାୱେ କାର୍ଯ୍ୟକ୍ରମରେ ମୃତିକା ଦିବସ ସଚେତନତା…
ଭୁବନେଶ୍ବର: ଅର୍ଥ ଅଭାବରୁ, ଶେଷକୃତ୍ୟ ନିମନ୍ତେ ଘରକୁ ଫେରିପାରୁନଥିଲା ମୃତଦେହ, ଠିକ୍ ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଘରକୁ ଫେରିବା ପାଇଁ ଯୋଗାଇଦେଲା ଆମ୍ବୁଲାନ୍ସ । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗରାଜପୁର ଅଞ୍ଚଳର ୬୫ବର୍ଷିୟ ଶେଷଦେବ ମହାରଣାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ମୃତଦେହ ଘରକୁ ଫେରାଇ ନେବା ପାଇଁ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ସେମାନେ ସ୍ଥାନୀୟ ବିଧାୟିକା ଶ୍ରୀମତି ସାବିତ୍ରୀ ଅଗ୍ରୱାଲାଙ୍କର ସାହାଯ୍ୟ ଲୋଡିଥିଲେ । ଶ୍ରୀମତି ଅଗ୍ରୱାଲା ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଅବଗତ କରାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପୁଣି ଗରଜିଲା ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା, ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ପୁଣି ଥରେ ଜାଗ୍ରତ ହୋଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱରରେ ଧର୍ମଗଡ଼ ଜିଲ୍ଲା ଗଠନ ଦାବି ଦୋହରାଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରିବା ସହ ଭୟାବହ ଆନ୍ଦୋଳନ ହେବ ଓ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଛନ୍ତି। ଧର୍ମଗଡ଼ ଉପଖଣ୍ଡ ସାମୁହିକ ସଂଗଠନ ପକ୍ଷରୁ କୁହାଯାଇଛି ଏଥି ପ୍ରତି ସରକାର ଦାୟୀ ରହିବେ। ଏକ ରାଲି କରି ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି।
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶିବିରରେ ସମୁଦାୟ ୮୨ ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୫ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା। ଉକ୍ତ ଶୁଣାଣିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ କୁମାର ରାଉତରାୟ, ସି.ଡି.ଏମ.ଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ଡି.ଡବ୍ଲୁ.ଓ, ବିଡିଓ, ଲେବର ଅଫିସର, ପ୍ରୋଗ୍ରାମ ଅଫିସର, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଅନ୍ୟ ସମସ୍ତ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ।
ସ୍ୱାସ୍ଥ୍ୟ ଟିପ୍ସ: କୋଷ୍ଠକାଠିନ୍ୟ ଏକ ଛୋଟ ଶବ୍ଦ ପରି ଶୁଣାଯାଏ, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଅନ୍ୟପକ୍ଷରେ ପେଟ ସଫା ନେହେବା ହେତୁ ଶାରୀରିକ ସମସ୍ୟା ସହିତ ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର କିଛି ଅଭ୍ୟାସ ହେତୁ ଆପଣ କୋଷ୍ଠକାଠିନ୍ୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ଆପଣ ନିଜର ଯତ୍ନ ନେବା ପାଇଁ ଆପଣଙ୍କର କିଛି ଅଭ୍ୟାସରେ ଉନ୍ନତି ଆଣିବା ଉଚିତ୍। ଆପଣ କିଛି ଟିପ୍ସ ଗ୍ରହଣ କରି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ। ଲେମ୍ବୁ: ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଲେମ୍ବୁ କାମ କରେ। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ଗୋଟିଏ ଲେମ୍ବୁ ଏବଂ ମହୁର ରସକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇପାରିବେ। ଏହା କରିବା ଦ୍ୱାରା ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ।…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ତେବେ ଆପଣଙ୍କୁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଆପଣ ନିଶ୍ଚୟ ସାମ୍ବରରେ ଏବଂ ତରକାରୀରେ ବୃଷଙ୍ଗ ପତ୍ର ଖାଇଥିବ, କିନ୍ତୁ ସକାଳେ ଏହାକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ। ଅନେକ ପୋଷକ ତତ୍ତ୍ୱ ବୃଷଙ୍ଗ ପତ୍ରରେ ମଧ୍ୟ ମିଳିଥାଏ, ଯେତେବେଳେ କି ଏହା ସ୍ୱାଦରେ ମଧ୍ୟ ଭଲ। ଆସନ୍ତୁ ଜାଣିବା ଶରୀରରେ ବୃଷଙ୍ଗ ପତ୍ର ଖାଇବାର ପ୍ରଭାବ କ’ଣ? ବୃଷଙ୍ଗ ପତ୍ର ଖାଇବାର ଲାଭ: ୧- କେଶ ପାଇଁ: ବୃଷଙ୍ଗ ପତ୍ରରେ ଭିଟାମିନ୍ ସି, ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ନିକୋଟିନ୍ ଭରପୂର ଅଟେ। ଏହାର ବ୍ୟବହାର ଦ୍ୱାରା, ଆଭ୍ୟନ୍ତରୀଣ ଏବଂ ବାହ୍ୟରେ କେଶ ଭଲ…
ସ୍ୱାସ୍ଥ୍ୟ ଟିପ୍ସ: ଶୁଖିଲା ଫଳର ରାଜା ଭାବରେ କାଜୁକୁ ବିବେଚନା କରାଯାଏ। ଯାହା ସ୍ୱାସ୍ଥ୍ୟ ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଆଜି ଆମେ ଆପଣଙ୍କୁ କାଜୁର ଏପରି କିଛି ଉପକାର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ୍ ଠିକ୍ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅନେକ ରୋଗରେ ଆରାମ ମିଳିଥାଏ। ଆମ ରୋଷେଇ ଘରେ, କାଜୁ ବାଦାମ ପନିପରିବା ଗ୍ରେଭି ସ୍ୱାଦିଷ୍ଟ କରିବା ସହିତ ମିଠା ର ସ୍ୱାଦ ବଢାଇଥାଏ। ଏହା ଅନେକ ଉପାୟରେ ବ୍ୟବହୃତ ହୁଏ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। କାଜୁ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଉପକାର: – କାଜୁ ଆମର ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ପୁଣିଥରେ ପକ୍ଷୀ ଶୀକାରୀ ମାତିଛନ୍ତି। ଦିନକୁ ଦିନ ଚିଲିକାରେ ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଇଁ ଏହା ମୁଣ୍ଡବଥାର କାରଣ ପାଲଟିଛି। ଫୁରାଡନ ବିଷ ଦେଇ ପକ୍ଷୀ ଶୀକାର କରୁଛନ୍ତି। ଆଜି ପକ୍ଷୀ ଶିକାର ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କାଳୁପଡା ଘାଟ ନିକଟସ୍ଥ ବୋରକୂଦି ଚ୍ୟାନେଲରେ ଚଢାଉ କରି ୫ ଟି ମୃତ ବିଦେଶାଗତ ପକ୍ଷୀ ଏବଂ ଏକ ଡ଼ଙ୍ଗା ଜବତ କରିବା ସହ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି। ଗିରଫ ପକ୍ଷୀ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଜଟିଆ ପାଟଣା ଗାଁର ଚୈତନ୍ୟ ପ୍ରଧାନ (୪୬ )। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଯାଇଛି। ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।
Padampur Byelection: ପଦମପୁର ଉପନିର୍ବାଚନ ବର୍ତ୍ତମାନ ପର୍ଯ୍ୟନ୍ତ ସୁରୁଖୁରରୁ ଚାଲିଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ସେଠାରେ ଆଜି ଦିନ ଗୋଟାଏ ସୁଦ୍ଧା ହୋଇଛି ୪୬.୯୬ ପ୍ରତିଶତ ମତଦାନ। ଫଳରେ ଏହି ମତଦାନ ହାର ବୃଦ୍ଧି ପାଉଛି ଏବଂ ଏହା ଭଲ ହାର ବୋଲି ଜଣାପଡିଛି। ଆଜି ପଦ୍ମପୁର ଉପନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଅପରାହ୍ନ ୪ଟାରେ ଚାଲିବ। ଏହି ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ମତଦାନ ସମୟ ୧ ଘଣ୍ଟା ହ୍ରାସ କରାଯାଇଛି। ୩୧୯ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେଉଛି। ମତଦାନ ପରିଚାଳନା ପାଇଁ ୧୨୭୬ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ବୁଥ୍ରେ ୪ଜଣ ଅଧିକାରୀ ରହିବା ସହ ୧୨୮ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି।

