Author: Samikhsya Bureau

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପାର୍ଟି ତାହାର 15ତମ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ରହିଛନ୍ତି ଗୁଜୁରାଟର 12ଟି ଆସନ ପାଇଁ ଆପର ପ୍ରାର୍ଥୀ ତାଲିକା। ବର୍ତ୍ତମାନ ଗୁଜୁରାଟରେ ଆମ ଆଦମୀ ପାର୍ଟି କିପରି ସଫଳତା ହାସଲ କରିବ ସେ ନେଇ ଜୋରଦାର ଉଦ୍ୟମ ଜାରୀ ରଖାଯାଇଛି। ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା ବିଭିନ୍ନ ସମୟରେ ଗୁଜୁରାଟ ଗସ୍ତ କରି ଲୋଭନୀୟ ଘୋଷଣା କରିବାରେ ଲାଗିଛନ୍ତି।

Read More

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି ଏବଂ ପ୍ରଥମ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଜି ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ନାମିବିୟା ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ନାମିବିୟା ୧୬୪ ରନ୍‌ର ଟାର୍ଗେଟ ଦେଇଥିଲେ। ଏହାର ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୧୦୮ ରନ୍ ସ୍କୋର କରିବାରେ ସମର୍ଥ ହୋଇଥିଲା। ନାମିବିୟା ଦେଇଥିବା ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଦଳ ଖରାପ ଆରମ୍ଭ କରିଥିଲା। ଓପନର୍ ପଥୁମ୍ ନିଶଙ୍କା ମାତ୍ର ୯ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ୬ ରନ୍ ସ୍କୋର କରିବା ପରେ କୁସଲ ମେଣ୍ଡିସ୍ ପାଭିଲିୟନକୁ ଫେରିଥିଲେ। ୧୨ ରନ୍ ସ୍କୋର କରିବା ପରେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କରାଯାଇଥିଲା। ଦନୁଷ୍କା ଗୁନାଥିଲକା ଖାତା ମଧ୍ୟ ଖୋଲିପାରିନଥିଲେ। ଏହା ପରେ ଅଧିନାୟକ ଦସୁନ୍ ଶନାକା ଏବଂ ଭାନୁକା ରାଜପକ୍ଷେ କିଛି ରନ୍ ଯୋଡିଥିଲେ। ୨୦ ରନ୍ ସ୍କୋର…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି। ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍‌”। ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ। ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍ ଡକ୍ଟର…

Read More

ଭୁବନେଶ୍ବର: ଆସୁଛି ଦୀପାବଳି। ଏହି ଉପଲକ୍ଷେ ବାଣଫୁଟା ପର୍ବ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇବର୍ଷ ଧରି ବାଣଫୁଟା ବନ୍ଦ ଥିଲା। ଚଳିତ ବର୍ଷ ବାଣଫୁଟା ପାଇଁ ଅନୁମତି ରହିଛି। ତେବେ ବାଣ ବିକ୍ରୀ ନେଇ ରହିଛି କଟକଣା। ଏଥର ରାଜ୍ୟ ସରକାର ଭୁବନେଶ୍ବରର ଆଉ ସାତୋଟି ସ୍ଥାନରେ ବାଣ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ସ୍ଥାନଗୁଡିକ ହେଲା ଶବର ସାହୀ ମେଳନ ପଡିଆ, ରସୁଲଗଡ ଦୁର୍ଗାପୂଜା ମଣ୍ଡପ, ପଳାଶୁଣି ଖେଳପଡିଆ, ୟୁନିଟ-01 ହାଇସ୍କୁଲ ପଛପାର୍ଶ, ଲକ୍ଷ୍ମୀସାଗର ମେଳଣ ପଡିଆ, ବଡଗଡ ଶ୍ମସାନ ସାମନା, ବଡଗଡ ବିଡିଏ ମାର୍କେଟ ପଛ। ଏ ନେଇ ଜିଏ ତରଫରୁ ବିଏମସିକୁ ଏକ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି। ପୂର୍ବରୁ ରାଜଧାନୀରେ 21ଟି ସ୍ଥାନରେ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା। ଏବେ ମୋଟ 28ଟି ସ୍ଥାନରେ ବାଣ ବିକ୍ରିପାଇଁ ସରକାର ଅନୁମତି ରହିଛି।

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଥିବା ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୩ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାର ରୂପାନ୍ତରିକରଣ କରିଛନ୍ତି। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ତଦନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ସ୍ବୀକୃତି ମିଳିଛି। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତର ଭେଟିନାଥ ଦେବ ବିଦ୍ୟାପୀଠକୁ ରୂପାନ୍ତିକରଣ କରାଯାଇଛି। ଏଣିକି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ (କଳା) ପର୍ଯ୍ୟନ୍ତ ପାଠ ପଢିପାରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡିକର ନାମ…

Read More

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।  ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଏପରି ଦିନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତି ଭିତ୍ତିକ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ନିଯୁକ୍ତି ଉଚ୍ଛେଦ ନେଇ ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଏହି ଉଚ୍ଥେଦ ହେବା କଥା ଘୋଷଣା କରିଥିବା ବେଳେ ଆଜି ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା। ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରାଯାଇଛି। ସେ କହିଥିଲେ ଯେ, ଓଡ଼ିଶାରେ…

Read More

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, “ଆଜି ଜନ୍ମଦିନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା। ସେ ଲୋକମାନଙ୍କ ସେବା କରିବା ପାଇଁ ସୁସ୍ଥ ଏବଂ ଦୀର୍ଘାୟୁ ହୁଅନ୍ତୁ ” ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ଜନ୍ମଦିନର ଶୁଭେଚ୍ଛା ଦେଇଥିବାରୁ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ। ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ମୁଖ୍ୟମନ୍ତ୍ରୀ 77 ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବରଗଡ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୫ ଦେବଗଡ ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୬ କନ୍ଧମାଳ ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୫ ପୁରୀ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୧୫ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଭୁବନେଶ୍ଵର: IRCTC ଏହାର ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ଟୁର୍ ପ୍ୟାକେଜ୍ ଆଣିଥାଏ। ଏହି କ୍ରମରେ, IRCTC କୋଣାର୍କ ଟୁର୍ ପ୍ୟାକେଜ୍ ଆଣିଛି। ଏହି ପ୍ୟାକେଜ୍ ରେ ଓଡିଶାର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ଦେଖିବାକୁ ମିଳିବ ସୁଯୋଗ। ଓଡିଶା ବହୁତ ସୁନ୍ଦର ସ୍ଥାନ। ଏଠାରେ ଦେଖିବା ପାଇଁ ଏକରୁ ଅଧିକ ପ୍ରସିଦ୍ଧ ସ୍ଥାନ ଅଛି। ଏହା ସହିତ, ଏଠାରେ ଥିବା ମନ୍ଦିରଗୁଡ଼ିକ ମଧ୍ୟ ବିଶ୍ୱ ପ୍ରସିଦ୍ଧ। ଯଦି ଆପଣ ମଧ୍ୟ ଓଡିଶା ଭ୍ରମଣ କରିବାକୁ ଚାହୁଁଛନ୍ତି ଏବଂ ଏଠାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ସ୍ୱଳ୍ପ ବଜେଟରେ ଯାତ୍ରା କରିବାର ଏକ ବଡ଼ ସୁଯୋଗ ଅଛି। ଆସନ୍ତୁ ଜାଣିବା ଏହି ପ୍ୟାକେଜରେ କ’ଣ ଅଧିକ ବିଶେଷ … ଯାତ୍ରା ଆରମ୍ଭ: IRCTC କୋଣାର୍କ ଟୁର୍ ପ୍ୟାକେଜ୍ ଅଧୀନରେ ଯାତ୍ରା କରିବାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ଏହି ଯାତ୍ରାଡିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକି ଡିସେମ୍ବର ୬ ତାରିଖ ୨୦୨୨…

Read More

ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଗୁରୁତର ରୋଗରେ ଡାକ୍ତରମାନେ ବିସ୍ତୃତ ସୂଚନା ପାଇଁ ସିଟି ସ୍କାନ୍ କରିବାକୁ ପରାମର୍ଶ ଦିଅନ୍ତି। ଏହା ଏପରି ଏକ ଶବ୍ଦ, ଯାହା ଆଜିକାଲି ସମସ୍ତଙ୍କ ଦ୍ୱାରା ଶୁଣାଯାଏ ଏବଂ ଅଧିକାଂଶ ଲୋକ ଏହାର ପ୍ରକ୍ରିୟା ବିଷୟରେ ମଧ୍ୟ ଅବଗତ ଅଛନ୍ତି। କିନ୍ତୁ ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ, ଡାକ୍ତରମାନେ ପୂର୍ବରୁ ଏକ୍ସ-ରେ କରିସାରିଥିବା ବେଳେ କାହିଁକି ସିଟି ସ୍କାନ କରିବାକୁ କହୁଛନ୍ତି? ଏଥି ସହିତ, କିଛି ଲୋକ ଭୟଭୀତ ହୋଇ ଭାବନ୍ତି ଯେ ଏକ୍ସ-ରେ ପରେ ସିଟି କରାଯିବା, ଅର୍ଥାତ୍ ଅବସ୍ଥା ଗୁରୁତର! ଏହିପରି ଅନେକ ପ୍ରଶ୍ନର ସଠିକ୍ ଉତ୍ତର ଆପଣ ଏଠାରେ ଜାଣିପାରିବେ। ସର୍ବପ୍ରଥମେ, ଆପଣ ଜାଣିବା ଉଚିତ୍ ଯେ ସିଟି ସ୍କାନ୍ ହେଉଛି ଏକ୍ସ-ରେ। ଏହାକୁ CAT ସ୍କାନ୍ ମଧ୍ୟ କୁହାଯାଏ। ଯେଉଁଠାରେ ଏହାର ସମ୍ପୂର୍ଣ୍ଣ ନାମ ହେଉଛି – କମ୍ପ୍ୟୁଟରୀକରଣ ଟମୋଗ୍ରାଫି ସ୍କାନ୍ (ସିଟି ସ୍କାନ୍)। ସାଧାରଣତଃ ସମସ୍ତଙ୍କୁ ସିଟି ସ୍କାନ୍…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଖବର ମିଳିଛି।  ସୂଚନା ମୁତାବକ ଆଜି ସକାଳେ ବଡପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରିବା ବେଳକୁ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଠାବ କରିବା…

Read More

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ଜାରି କରାଯାଇଥିବା ସେପ୍ଟେମ୍ବର ମାସ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ରହିଛି। ଅଗଷ୍ଟ ମାସରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୭.୪ ଏମ୍‌ବିପିଏସ୍ ଥିଲା। ନିକଟରେ ଓକ୍‌ଲା ପକ୍ଷରୁ ରାଜଧାନୀ ଦିଲ୍ଲୀ ସମେତ ଚାରିଟି ସହରରେ ହାରାହାରି ୫ଜି ସ୍ପିଡ୍‌ର ତଥ୍ୟ ଜାରି କରାଯାଇଥିଲା। ସେଥିରେ ରିଲାଏନ୍ସ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ବହୁ ଆଗରେ ରହିଥିଲା। ଦିଲ୍ଲୀରେ ଜିଓ ୬୦୦ ଏମ୍‌ବିପିଏସ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ହାସଲ କରିଥିଲା। ଅନ୍ୟ ପକ୍ଷରେ ଟ୍ରାଇ ତଥ୍ୟ ଅନୁଯାୟୀ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସେପ୍ଟେମ୍ବର ସୁଦ୍ଧା ୧୨.୭ ଏମ୍‌ବିପିଏସ୍‌କୁ…

Read More

ଭୁବନେଶ୍ଵର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡିଶା ଗସ୍ତ କରୁଛନ୍ତି। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ମଧ୍ୟାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକକୁ ଉଦ୍ଘାଟନ କରିବେ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ।

Read More

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ‘ମୃତ୍ତିକା-୨୨’ ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ‘ମୃତ୍ତିକା-୨୨’ ନାମରେ ଏହି ପ୍ରଦର୍ଶନୀ ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟ, ଭୁବନେଶ୍ୱରଠାରେ ଅକ୍ଟୋବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ଏହି ଅବସରରେ ୧୨୫ଟି ଷ୍ଟଲର ବ୍ୟବସ୍ଥା କରାଯାଇ ୨୫୦ରୁ ଉର୍ଦ୍ଧ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଉଛି। ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, କୋରାପୁଟ, ଗଜପତି, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା। ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ଟେରାକୋଟା ସାମଗ୍ରୀ…

Read More

Happy Birthday To Naveen Patnaik: ଜାତୀୟ ରାଜନୀତିରେ ଏକ ସ୍ବତନ୍ତ୍ରସ୍ଥାନ ଦଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ। ସେ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ଏବେ ସେ ୭୭ ବର୍ଷ ବୟସରେ ପଦାର୍ପଣ କଲେ। ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସି ଏକ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ଓଡିଶାର ଏହି ଅନନ୍ୟ ନେତା ନବୀନ ପଟ୍ଟନାୟକ। ତାଙ୍କର ରାଜନୀତିରେ ପ୍ରବେଶ ଯେପରି ଥିଲା ଆକସ୍ମିକ, ଏପରି ସଫଳତା ହାସଲ କରିବା ମଧ୍ୟ ଏକ ଆଶ୍ଚର୍ଯ୍ୟ। ୧୯୯୭, ଏପ୍ରିଲ ମାସରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିର ଦିଗ ଯେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଯିବ ଏକଥା କେହି କେବେ କଳ୍ପନା କରି ନ ଥିଲେ। କାରଣ ମୃତ୍ୟୁ ବେଳକୁ ବିଜୁ ବାବୁ କ୍ଷମତାରେ ନଥିଲେ ଓ ଓଡିଶା ରାଜନୀତିରେ କଂଗ୍ରେସ ସଂଗଠନର ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଜାନକୀ…

Read More

ଜ୍ୟୋତିଷ ଶାସ୍ତ୍ର: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ: ୧- ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। ୨- ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ…

Read More

ଚାଣକ୍ୟ ନିତୀ: ମହିଳାମାନଙ୍କର ବିବାହ ପାଇଁ ଗୁଣ କିପରି ରହିବା ଉଚିତ୍, କେଉଁ ପ୍ରକାରର ମହିଳାଙ୍କୁ ବିବାହ କରିବା ଉଚିତ୍, ତାହା ଚାଣକ୍ୟ ନିତୀରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ମହିଳାଙ୍କ ଗୁଣ ପରୀକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ପୁରୁଷମାନଙ୍କ ସହିତ ମହିଳାମାନଙ୍କର ମଧ୍ୟ ଧର୍ମ ଏବଂ କର୍ମରେ ବିଶ୍ୱାସ ରହିବା ଆବଶ୍ୟକ। ଚାଣକ୍ୟ ନିତୀରେ କୁହାଯାଇଛି ଯେ, ଯଦି ମହିଳାଙ୍କ ସୌନ୍ଦର୍ଯ୍ୟ ଆଧାରରେ ବିବାହର ନିଷ୍ପତ୍ତି ନିଆଯାଇଛି, ତେବେ ଏହା ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଗୁଣ ପରୀକ୍ଷା କରାଯିବା ଉଚିତ୍। ଅପରପକ୍ଷେ, ଜୀବନ ସାଥୀ ବାଛିବାବେଳେ ମହିଳାମାନେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଜଣେ ମହିଳାଙ୍କୁ ସର୍ବଦା ବିବାହ କରିବା ଉଚିତ୍ ଯିଏ ସ୍ୱଇଚ୍ଛାରେ ବିବାହ ପାଇଁ ପ୍ରସ୍ତୁତ। ବାଧ୍ୟତାମୂଳକ ବିବାହ ଭବିଷ୍ୟତରେ ଅନେକ ସମସ୍ୟା…

Read More

ମେଷ ରାଶି: ଜୀବନସାଥୀ ଉପରେ ପାରସ୍ପରିକ ଦୟା ରହିବ, ପ୍ରେମ ସମ୍ପର୍କ ଅଧିକ ମଧୁର ହେବ। ତତ୍ପରତା ଯୋଗୁଁ ଅର୍ଥ ହାନି ହୋଇପାରେ। ବ୍ୟବସାୟ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। କାମ ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ। ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ। ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ବୃଷ ରାଶି: ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ। ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ। ବ୍ୟବସାୟ ଭଲ ହେବ। ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ। ପ୍ରତିଦ୍ୱନ୍ଦ୍ୱିତା ହେବ। ଆୟ ବୃଦ୍ଧି ପାଇବ। ଆଘାତ ଏବଂ ରୋଗ ହେତୁ ବାଧା ସମ୍ଭବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ମିଥୁନ ରାଶି: ଚାକିରିରେ ସୁସଙ୍ଗତତା ରହିବ। ପାର୍ଟି ଏବଂ ପିକନିକ୍ ଯୋଜନା କରାଯିବ। ସାଙ୍ଗମାନଙ୍କ ସହିତ…

Read More

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଭାରତ ନିର୍ବାଚନ ଆୟୋଗଙ୍କ ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ଅନୁସାରେ ଅକ୍ଟୋବର ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ। ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା.୦୧/୦୧/୨୦୨୨ରିଖ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ। ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ…

Read More

ଭୁବନେଶ୍ବର: ଭାରତୀୟ କୃଷି ଗବେଷଣା ପରିଷଦ – କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ), ଭୁବନେଶ୍ବର ପକ୍ଷରୁ  ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି। କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନ ଏବଂ ଅଂଶଗ୍ରହଣକୁ ପାଳନ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଏକ ଅତିରିକ୍ତ ମହତ୍ବ ରହିଛି କାରଣ ଅପପୁଷ୍ଟି ଦୂରୀକରଣ ଏବଂ ପୋଷଣ ସୁରକ୍ଷା ବଢ଼ାଇବା ଲାଗି ମହିଳା ଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ଦେଶବ୍ୟାପୀ କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ମହିଳା ଚାଷୀଙ୍କ ସମ୍ଭାବନାକୁ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖରେ ରବିବାର ଦିନ ପଡୁଛି। ତେବେ ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More