Author: Samikhsya Bureau

President Droupadi Murmu’s Dance Video: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ସିକିମ ଗସ୍ତରେ ଅଛନ୍ତି। ସେ ସେଠାରେ ସିକିମ ସରକାରଙ୍କଠାରୁ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ଏଥିସହିତ ସେ ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି। ଗାଂଗଟକରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସେଠାରେ ଏକ ନୃତ୍ୟ ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଏହି ନୃତ୍ୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ପ୍ରମୁଖ ନୃତ୍ୟଶିଳ୍ପୀଙ୍କୁ ଡକାଯାଇଥିଲା। ତେବେ ଏହି ନୃତ୍ୟ ମଧ୍ୟରେ ସିକିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା ରାୟ ରାଷ୍ଟ୍ରପତିଙ୍କୁ ନୃତ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ନୃତ୍ୟଶିଳ୍ପୀଙ୍କ ଗହଣରେ ରାଷ୍ଟ୍ରପତି ଏବଂ ରାୟ ଉଭୟ ତାଳରେ ତାଳ ମିଶାଇ ନୃତ୍ୟ କରିଥିଲେ। ଯାହା ସେଠାରେ ଉପସ୍ଥିତ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା। ଏହି ନୃତ୍ୟଟି ସିକିମ ରାଜ୍ୟର ସଂସ୍କୃତି, ସୌନ୍ଦର୍ଯ୍ୟ, ଏକତା ଉପରେ ଆଧାରିତ ଥିଲା।

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…

Read More

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଏବଂ ମାନ୍ୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଆଇଆଇଟି କାନପୁରର ପରିଚାଳନା ପରିଷଦ ଅଧ୍ୟକ୍ଷ ତଥା ଆଇଆଇଟି ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମୂଲ୍ୟାଙ୍କନ ଏବଂ ମାନ୍ୟତା ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ। ଏଥିସହିତ ଜାତୀୟ ଶିକ୍ଷା ନୀତି ୨୦୨୦ର ପରିକଳ୍ପନା ଅନୁଯାୟୀ ଜାତୀୟ ମାନ୍ୟତା ପରିଷଦ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବ। କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏହି ଉଚ୍ଚସ୍ତରୀୟ କମିଟିରେ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମୃଦୁଳ ହଜାରିକା, ଆଇଆଇଏମ ଲକ୍ଷ୍ନୌର ପ୍ରାଧ୍ୟାପକ ପ୍ରଫେସର ଭାରତ ଭାସ୍କାର ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ସଦସ୍ୟ ରହିଛନ୍ତି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସମଗ୍ର ବାଣପୁର ସହର ପରିକ୍ରମା କରିଥିଲା। ଉକ୍ତ ପଦଯାତ୍ରାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡ଼ା ଏସପିଏନଏସ ବର୍ମା ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନେ ପରିଚାଳନା କରିଥିଲେ। ସୂଚନା ଥାଉକି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକାଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ଏକ ଆଲୋଚନା ଚକ୍ର ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ଵର: ରାଜ୍ୟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ଆସିଛି। ଚଳିତ ବର୍ଷ ମାଟ୍ରିକ ସମେଟିଭ୍ ପରୀକ୍ଷା ବାବଦରେ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚଳିତ ବର୍ଷ ନଭେମ୍ବର ୨୩ ତାରିଖରେ ମାଟ୍ରିକ ସମେଟିଭ୍ ପରୀକ୍ଷା ହେବ। ଏହି ପରୀକ୍ଷା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ନଭେମ୍ବର ୧୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ରାଜ୍ୟର ୩୦୨୯ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ସେହିଭଳି ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ।

Read More

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରେ ୪ ଟି ମ୍ୟାଚ୍ ଖେଳିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୬ ପଏଣ୍ଟ ପାଇଛି ଏବଂ ଏହାର ପରବର୍ତ୍ତୀ ମ୍ୟାଚ୍ ରବିବାର ଦିନ ଜିମ୍ବାୱେ ସହିତ ଅଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତର ଦୁଇଟି ଉପାୟ ଅଛି, ଗୋଟିଏ- ଯଦି ଭାରତ ଜିମ୍ବାୱେକୁ ପରାସ୍ତ କରେ ତା’ହେଲେ ସେମାନଙ୍କ ପାଖରେ ସର୍ବାଧିକ ୮ ପଏଣ୍ଟ ରହିବ। କିନ୍ତୁ ଯଦି ବର୍ଷା ହୁଏ କିମ୍ବା ମ୍ୟାଚ ବାତିଲ ହୁଏ, ତେବେ ଭାରତ ୭ ପଏଣ୍ଟ ହାସଲ କରି ସେମିଫାଇନାଲରେ ଖେଳିବା ପାଇଁ ସୁଯୋଗ ପାଇବ। ସେହିଭଳି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ପରାସ୍ତ କଲେ ୭ ପଏଣ୍ଟ ସହ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିବ। ବର୍ତ୍ତମାନ ପାକିସ୍ତାନ ୪ ଟି ମ୍ୟାଚ୍ ଖେଳିବା ପରେ ୪ ପଏଣ୍ଟ ପାଇଛି ଏବଂ ସେମାନଙ୍କୁ ବାଂଲାଦେଶ ସହିତ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ। ଯେକୌଣସି ପରିସ୍ଥିତିରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ହାତୀମାନେ ଏବେ ଗାଁ ମୁହାଁ ହେଉଥିବାରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ଫସଲ ମଧ୍ୟ ନଷ୍ଟ ହେଉଥିବାର ନଜିର ରହିଛି।  ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି। ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଦୁଇଟି ପଞ୍ଚାୟତ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହା ହାତୀମାନଙ୍କ ରହଣି ସ୍ଥଳ ପାଲଟି ଯାଇଛି। ଫଳରେ ହାତୀମାନଙ୍କ ଉପଦ୍ରବ ଏଠାରେ ଅସହ୍ୟ ହେବାକୁ ଲାଗିଲାଣି। ଉକ୍ତ ଦୁଇ ପଞ୍ଚାୟତର ବହୁ ଲୋକ ଚାଷୀ ଓ ଦିନ ମଜୁରିଆ ହୋଇଥିବାରୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ହାତୀ ମାନେ ବାରମ୍ବାର ଏମାନଙ୍କର ଶହଶହ ଏକରର ଧାନ ଫସଲ ନଷ୍ଟ କରିଦେଉଥିବାରୁ ବର୍ଷସାରା କିପରି ନିଜ ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ବହୁ ଗ୍ରାମବାସୀ ମିଶି ପାଳି କରି ରାତିତମାମ ଜଙ୍ଗଲୀ ହାତୀଙ୍କୁ ଜଗୁ ଥିଲେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଚଳିତ ୨୦୨୨ – ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ସାଂସଦ ବସନ୍ତ ପଣ୍ଡା, ଜୁନାଗଡ଼ର ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ୍, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଆଲୋଚନା ଆରମ୍ଭ କରି ଚଳିତ ବର୍ଷ କପା ଚାଷ ଉପରେ ଆଲୋକପାତ କରିଥିଲେ। ବିଗତ ବର୍ଷ ୬୬୬୧୬ ହେକ୍ଟର. ତୁଳନା ରେ ଚଳିତ ବର୍ଷ ୭୦୭୮୦ ହେକ୍ଟର ଜମିରେ କପା ଚାଷ ହୋଇଥିବା ସେ ସୂଚନା ଦେଇଥିଲେ। ବିଗତ…

Read More

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ  ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିଜିଟାଲ ପାଠ୍ୟକ୍ରମ  ପ୍ରଦାନ କରାଯିବ। ଏହାବ୍ୟତୀତ ଏହି କେନ୍ଦ୍ରରୁ ମଧ୍ୟ ସ୍ପଳ୍ପ ଅବଧିର ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଭାରତୀୟ ଜନ ସଂଚାର ସଂସ୍ଥାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନ (ଆଇଆଇଏମ୍‌ସି) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହା ଭାରତର ଏକ ପ୍ରମୁଖ ଓ ପ୍ରତିଷ୍ଠିତ ସାମ୍ବାଦିକତା ତଥା ଗଣଯୋଗାଯୋଗ ପ୍ରତିଷ୍ଠାନ। ଏହାର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଥିବାବେଳେ ଦେଶର ପାଂଚଟି ସ୍ଥାନରେ ଆଞ୍ଚଳିକ କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକ ହେଲା-ଓଡିଶାର ଢେଙ୍କାନାଳ, ମିଜୋରାମର ଆଇଜଲ,…

Read More

ଭୁବନେଶ୍ଵର: ଆଜି ପୂର୍ବ ତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଏକ ପୁରସ୍କାର ବିତରଣ ସମାରୋହରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି। ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳନ ପାଇଁ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଛି। ସତର୍କତା ସଚେତନତା ସପ୍ତାହ-୨୦୨୨ କୁ ସ୍ମରଣୀୟ କରିବା ପାଇଁ ପୂର୍ବ ତଟ ରେଳପଥ ଏହି ପ୍ରତିଯୋଗିତା ଆୟୋଜନ କରି ସାଧାରଣ ଜନତା, ବିଶେଷକରି ରେଳ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରିଛି ଯାହାକି ଏକ ନିରପେକ୍ଷ ଏବଂ ପ୍ରଭାବଶାଳୀ ଢଙ୍ଗରେ ସେବା କାର୍ଯ୍ୟରେ ସହାୟକ ହେବ। ସତର୍କତା ସଚେତନତା ସପ୍ତାହ-୨୦୨୨ ଅବସରରେ ପୂର୍ବତଟ ରେଳପଥ ଚିଫ ମେକାନିକାଲ୍ ଇଞ୍ଜିନିୟର ତଥା କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକ ଆର ରାଜା ଗୋପାଳ ଏହି ଅବସରରେ…

Read More

ଖୋର୍ଦ୍ଧା: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ଉଦ୍ଦେଶ୍ୟରେ ମିଶନ ଶକ୍ତି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ମହିଳା ସଦସ୍ୟାମାନେ ସାମିଲ ହୋଇ ଦୁର୍ନୀତି ରୋକିବା ନିମନ୍ତେ ସଚେତନତା ମୂଳକ ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ମାନ ଦେଇଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଭିଜିଲାନ୍ସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ରକଳା ଜେନା, ମିଶନ ଶକ୍ତି ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜୀବିକା ମିଶନର ଡିପିଏମ ବିବେକ ରଞ୍ଜନ ବେଉରିଆ, ବିପିସି ସ୍ବପ୍ନା ପାତ୍ର, ବିପିଏମ୍ ପ୍ରିୟଦର୍ଶୀ ଦାସ, ମିଶନ ଶକ୍ତିର ଅଞ୍ଜୁମନ ଆରା, ସୁକାନ୍ତି ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗୀ ଥାନା ବଡପାରୀ ଗ୍ରାମରେ ହଣା କଟା ହୋଇଛି। ଯେଉଁଥିରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ମହିଳା ବଡପାରୀ ଗ୍ରାମର ଦୀପା ସେଠୀ (୨୫) ଏବଂ ପ୍ରଭାତି ସେଠୀ (୪୫)। ଘରୋଇ କଳିକୁ କେନ୍ଦ୍ର କରି ଉକ୍ତ ଆକ୍ରମଣ ହୋଇଥିବା କୁହାଯାଉଛି। ପୋଲିସ୍ ଟାଙ୍ଗୀ ମେଡିକାଲରେ ପହଂଚି ତଦନ୍ତ ଆରମ୍ଭ କରିଥିବାର ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି l

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗିୟ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଡି ଏସ୍ ପି ଭିଜିଲାନ୍ସ…

Read More

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସୁଦାନ ଗଡଭୀଙ୍କୁ AAP ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମନୋନୀତ କରିଛନ୍ତି। ଅହମ୍ମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ଗଢବୀଙ୍କ ସାମ୍ନାରେ ଦଳର ରାଜ୍ୟ ୟୁନିଟ୍ ମୁଖ୍ୟ ଗୋପାଳ ଇଟାଲୀୟା ଥିଲେ, ଯିଏ ପାଟିଦାର ସମ୍ପ୍ରଦାୟର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେଜ୍ରିୱାଲଙ୍କ ଅନୁଯାୟୀ, ପ୍ରାୟ ୧୬.୫ ଲକ୍ଷ ଲୋକଙ୍କ ଠାରୁ ଏକ ମତଦାନ ପାଇବା ପରେ AAP ଇସୁଦାନଙ୍କ ନାମ ବାଛିଛି। ଯେଉଁଥିରେ ୭୩ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ବୋଲି କହିଥିଲେ। ପ୍ରକୃତରେ, ଅକ୍ଟୋବର ୨୯ ତାରିଖରେ କେଜ୍ରିୱାଲ ଏସଏମଏସ, ହ୍ଵାଟସ୍ ଆପ୍, ଭଏସ୍ ମେଲ୍ ଏବଂ ଇ-ମେଲ ମାଧ୍ୟମରେ ଦଳ ସହ ଯୋଗାଯୋଗ କରିବାକୁ ତଥା ରାଜ୍ୟରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…

Read More

ଅମୃତସର: ପଞ୍ଜାବର ଅମୃତସର ସହରରେ ଆଜି ଅପରାହ୍ନରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ଏକ ପ୍ରଦର୍ଶନ ସମୟରେ ସୁରୀଙ୍କୁ ରାସ୍ତାରେ ଗୁଳି କରାଯାଇଛି। ସେ ଏକ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଆକ୍ରମଣ ସମୟରେ ଅନେକ ରାଉଣ୍ଡ ଗୁଳି ଚଳାଇବାର ଚର୍ଚ୍ଚା ହେଉଛି। ସୂଚନାନୁସାରେ, ପରିଚାଳନା ବିବାଦକୁ ନେଇ ସ୍ଥାନୀୟ ଶିବସେନା ନେତା ସୁରୀ ଏକ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଜଣେ ଦୋକାନୀ ତାଙ୍କୁ ଅତି କମରେ ପାଞ୍ଚଟି ଗୁଳି ଚଳାଇଥିଲା। ଯଦିଓ ସେ ପୋଲିସର ସୁରକ୍ଷା ଥିଲା, ତଥାପି ଆକ୍ରମଣକାରୀ ତାଙ୍କୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସୁରୀଙ୍କର ମୃତ୍ୟୁ ହୋଇଥିଲା ପୋଲିସ କମିଶନରଙ୍କ କହିବାନୁସାରେ, ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ଏବଂ ଅପରାଧରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି। ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଜେରା କରୁଛି।

Read More

ସ୍ୱାସ୍ଥ୍ୟ ଟିପ୍ସ: ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଲୋକଙ୍କ ଉପରେ ଡେଙ୍ଗୁ ଭୟ ରହିଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଗୁରୁତର ରୋଗର ଶିକାର ହୋଇଛନ୍ତି। ଏହି ସମୟରେ ଏହି ବିପଜ୍ଜନକ ରୋଗ ହେତୁ ଅନେକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଡେଙ୍ଗୁକୁ ନେଇ ଦେଶରେ ଭୟର ବାତାବରଣ ରହିଛି, ଯେଉଁ କାରଣରୁ ଅନେକ ପ୍ରକାରର ଗୁଜବ ମଧ୍ୟ ବ୍ୟାପୁଛି। ଏହା ସହ ଜଡିତ ଅନେକ ପ୍ରକାରର ଗୁଜବକୁ ସମାପ୍ତ କରି ଆମକୁ ତଥ୍ୟକୁ ସାମ୍ନାକୁ ଆଣିବାକୁ ପଡିବ। ଏହାକୁ ଧ୍ୟାନରେ ରଖି କିଛି ବିଶେଷ କୌଶଳ ଦ୍ଵାରା ଏହି ରୋଗର ମୁକାବିଲା କରିପାରିବେ। ପ୍ଲେଟଲେଟ୍ ନିୟନ୍ତ୍ରଣ: ଡେଙ୍ଗୁ ଜ୍ୱରରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେତେବେଳେ ରୋଗୀର ପ୍ଲେଟଲେଟ୍ ଖସିଯିବା ଆରମ୍ଭ କରେ। ଯଦି ରୋଗୀର ପ୍ଲେଟଲେଟ୍ କ୍ରମାଗତ ଭାବରେ ଖସିଯିବା ଆରମ୍ଭ କରେ, ତେବେ ସମସ୍ୟା ଗୁରୁତର ହୋଇଥାଏ। କାରଣ ଏହା ଯୋଗୁଁ ରୋଗୀର…

Read More

ନୂଆଦିଲ୍ଲୀ: ୨୦୨୨ ଟି-୨୦ ବିଶ୍ୱକପ ଯେଉଁଭଳି ଆଗକୁ ବଢୁଛି ସେମିଫାଇନାଲର ସମୀକରଣ ଜଟିଳ ହେବାରେ ଲାଗିଛି। ଗ୍ରୁପ୍-୨ରେ ଉପସ୍ଥିତ ଥିବା ଭାରତୀୟ ଦଳ ବିନା କୌଣସି ଅସୁବିଧାରେ ସେମିଫାଇନାଲରେ ପ୍ରବେଶ କରୁଥିବା ଦେଖାଯାଉଛି। ଏଥି ସହ ପାକିସ୍ତାନ ଦଳ ସେମିଫାଇନାଲରୁ ବାଦ ପଡୁଥିବା ଦେଖାଯାଉଛି। ଦଳ ସେମିଫାଇନାଲରେ ପ୍ରବେଶ କରିବାକୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିବ। ଭାରତୀୟ ଦଳ ବର୍ତ୍ତମାନ ୬ ପଏଣ୍ଟ ସହ ଗ୍ରୁପ୍‌ର ଶୀର୍ଷରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି। ସେମିଫାଇନାଲରେ ଟିମ୍ ଇଣ୍ଡିଆ କାହା ସହିତ ମୁହାଁମୁହିଁ ହେବ?: ଗ୍ରୁପ୍-୨ରେ ଏକ ନମ୍ବର ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ସେମିଫାଇନାଲ ପାଇଁ ଗ୍ରୁପ୍ -୧ ର ଦୁଇ ନମ୍ବର ଦଳକୁ ଭେଟିବ। ଗ୍ରୁପ୍- ୧ ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ୫-୫ ପଏଣ୍ଟ ସହ ଦୁଇ ଆଉ ୩ ନମ୍ବର ସ୍ଥାନରେ ଅଛନ୍ତି। ଭାରତୀୟ…

Read More

ନୂଆଦିଲ୍ଲୀ: ଗୁରୁବାର ଦିନ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି, ଡିସେମ୍ବର ୧ ତାରିଖ ଏବଂ ଡିସେମ୍ବର ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଗୁଜୁରାଟରେ ହିମାଚଳ ପ୍ରଦେଶ ସହିତ ଭୋଟ୍ ଗଣନା ୮ ଡିସେମ୍ବରରେ ହେବ। ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସ ଜନସାଧାରଣଙ୍କୁ ୮ ଟି ପ୍ରତିଶୃତି ଦେଇଛି। ଏଥିରେ ସିଲିଣ୍ଡର ମୂଲ୍ୟ, ବିଦ୍ୟୁତ୍, ଚାକିରି ଇତ୍ୟାଦି ଅନ୍ତର୍ଭୁକ୍ତ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ୭ କୋଟି ଗୁଜୁରାଟୀ ଭଉଣୀ ଏବଂ ଭାଇ କେବଳ କଂଗ୍ରେସକୁ ପରିବର୍ତ୍ତନର ବିକଳ୍ପ ଭାବରେ ବିବେଚନା କରନ୍ତି। ଗୁଜୁରାଟର ୮ ଟି ରିଜୋଲ୍ୟୁସନ୍ ଭାବରେ ଆମେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣା, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ କରିବୁ। ଏହା ସହିତ ସରକାରୀ ଚାକିରି…

Read More

ଶ୍ରୀନଗର: ପୁଞ୍ଚ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ପାକିସ୍ତାନର ଏକ ବଡ ଅନୁପ୍ରବେଶ ଷଡଯନ୍ତ୍ରକୁ ଭାରତୀୟ ସେନା ପଣ୍ଡ କରିଛି। ନଭେମ୍ବର ୩ ତାରିଖରେ ହୋଇଥିବା ଅପରେସନ୍ ସମୟରେ ସେନା ପୁଞ୍ଚ ସେକ୍ଟରରେ ତିନିଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଛନ୍ତି। ନିହତ ଅନୁପ୍ରବେଶକାରୀଙ୍କ ଗୋଟିଏ ମୃତଦେହକୁ ଭାରତୀୟ ସେନା ଉଦ୍ଧାର କରିଛି। ତେବେ ଅବଶିଷ୍ଟ ଦୁଇ ଶବକୁ ପାକିସ୍ତାନ ଅଧିକୃତ କାଶ୍ମୀରକୁ ସମ୍ପୃକ୍ତ ଆତଙ୍କବାଦୀମାନେ ଫେରାଇ ନେଇଛନ୍ତି। ଏଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଶବଗୁଡ଼ିକୁ ଆବାସିକ ଅଞ୍ଚଳକୁ ନିଆଯାଇଛି, ଯାହାର ପ୍ରମାଣ ପ୍ରଥମ ଥର ପାଇଁ ଭାରତୀୟ ସେନାକୁ ମିଳିଛି। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଗୁରୁବାର ସକାଳ ୧୦ ଟାରେ ଭାରତୀୟ ସେନାର ସତର୍କ ସୈନ୍ୟମାନେ ପୁଞ୍ଚ ସେକ୍ଟର (ଜମ୍ମୁ କାଶ୍ମୀର) ରେ କଣ୍ଟ୍ରୋଲ୍ ଲାଇନ୍ ର କିଛି ବ୍ୟକ୍ତିଙ୍କ ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟ କରିଥିଲେ, ଯେଉଁଥିରେ ସେମାନେ ଭାରତୀୟ ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ପ୍ରବେଶ କରିବାକୁ…

Read More

ରାଞ୍ଚି: ଆଜି ସକାଳେ ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଅନୁପ ସିଂ ଏବଂ ପ୍ରଦୀପ ଯାଦବଙ୍କ ଘରେ ଆୟକର ବିଭାଗ ଚଢାଉ ଆରମ୍ଭ କରିଛି। ସୂଚନାନୁସାରେ, ଆୟକର ବିଭାଗର ଟିମ୍ ପୋଡେୟାହାଟ ବିଧାୟକ ପ୍ରଦୀପ ଯାଦବ, ବେରମୋ ବିଧାୟକ ଅନୁପ ସିଂ ଏବଂ ନେତା ଶିବଶଙ୍କର ଯାଦବଙ୍କ ପରିସରରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ। ଯାହାକି ଏପର୍ଯ୍ୟନ୍ତ ଜାରି ରହିଛି। ବିହାର ଏବଂ ଝାଡଖଣ୍ଡର ଆଇଡି ଦଳ ଗୋଡଡା, ରାଞ୍ଚିର କାଙ୍କେ ରୋଡ ଏବଂ ଡୋରାଣ୍ଡାରେ ଅବସ୍ଥିତ ବିଭିନ୍ନ ସ୍ଥାନ ଉପରେ ଏହି ଚଢାଉ କରୁଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ପରୋକ୍ଷ ଭାବେ ଆକ୍ରମଣ କରି କହିଛନ୍ତି ଯେ, ଆଦିବାସୀ, ଦଳିତ ଓ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ଲୋକପ୍ରିୟତାକୁ ନେଇ ଅନେକ ଲୋକ ଭୟଭୀତ ହେଉଛନ୍ତି। ପ୍ରକୃତରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ…

Read More

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ପରତୱାଡା ରାସ୍ତାରେ ବସ୍ ଏବଂ ଟାଭେରା ମଧ୍ୟରେ ପ୍ରବଳ ଧକ୍କା ହୋଇଛି। ଟାଭେରାରେ ଯାତ୍ରା କରୁଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୭ ଜଣଙ୍କ ମୃତଦେହକୁ ତୁରନ୍ତ ଉଦ୍ଧାର କରାଜିଥିବା ବେଳେ ୪ ଜଣଙ୍କ ମୃତଦେହ ଟାଭେରା କାଟି ବାହାର କରାଯାଇଛି। ରାତି ପ୍ରାୟ ୨ ଟାରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପୋଲିସର ସୂଚନାନୁସାରେ, ମୃତକମାନେ ସମସ୍ତ ଶ୍ରମିକ ଥିବା ଜଣାପଡୁଛି।

Read More