Author: Samikhsya Bureau

ଦିଲ୍ଲୀ: ମୁଖ୍ୟ କମିଶନର ନିଧି ଖରେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୨୦ ଅନୁଯାୟୀ ଧାର୍ଯ୍ୟ ବାଧ୍ୟତାମୂଳକ ମାନଦଣ୍ଡକୁ ଉଲ୍ଲଂଘନ କରି ଉପଭୋକ୍ତା ଅଧିକାରର ଉଲ୍ଲଂଘନ କରିବା ସହିତ ଅନୁଚିତ ବାଣିଜ୍ୟ କାରବାର କରି ଥିବାରୁ କମ୍ପାନୀ ବିରୁଦ୍ଧରେ ଏହି ଆଦେଶ ପ୍ରଦାନ କରିଛନ୍ତି। ବାଧ୍ୟତାମୂଳକ ମାନକର ଉଲ୍ଲଂଘନ କରି ଇ – କମର୍ସ ପ୍ଲାଟଫର୍ମରେ ଘରୋଇ ପ୍ରେସର କୁକର ବିକ୍ରୟ କରା ଯାଉଥିବାରୁ ଏହା ବିରୋଧରେ ସିସିପିଏ ନିଜ ତରଫରୁ କାର୍ଯ୍ୟ ଆରମ୍ଭ କରିଥିଲା। ସିସିପିଏ ଆମାଜନ, ଫ୍ଲିପକାର୍ଟ, ପେଟିଏମ୍ ମଲ୍‌, ସପ୍‌କ୍ଲୁଜ୍ ଏବଂ ସ୍ନାପଡିଲ୍ ସହିତ ପ୍ରମୁଖ ଇ – କମର୍ସ ପ୍ଲାଟଫର୍ମ ଗୁଡିକୁ ତଥା ଏହି ପ୍ଲାଟଫର୍ମ ଗୁଡିକରେ ପଞ୍ଜିକୃତ ହୋଇଥିବା ବିକ୍ରେତା ମାନଙ୍କୁ ନୋଟିସ୍ ଜାରି କରିଛି। କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍  “ଆମାଜନ୍ ବେସିକ୍ସ ଷ୍ଟେନଲେସ୍ ଷ୍ଟିଲ୍ ଆଉଟର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ମ.ରାମପୁର ବିଇଓ ଠାକୁର ସାହୁ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ। ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା,…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିବା ସହ ୧୬ ଟି ହାତ ତିଆରି ବୋମା ଜବତ କରିଛି। ଏଥି ସହ ଗୋଟିଏ ବୋମା ଫୁଟି ଗୋଟିଏ କୁକୁରର ମୁହଁ ଉଡି ଯାଇଥିବା ଜଣା ପଡିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ଘୋଷରାମାଳ ଲୁସୁରା ନିକଟସ୍ଥ ଲମ୍ପାଫୁଲି ଡିପିଏଫ୍ ନିକଟରେ ବାରହା ଶିକାର କରିବା ପାଇଁ ପଥୁରିଆ ଗ୍ରାମର ସୁଦାମ ସାହୁ (୫୫), ଶିମିଳିପାଳ ଗ୍ରାମର ସୁଦ୍ର ସାହୁ (୫୭) ହାତ ତିଆରି ବୋମା ବିଚ୍ଛାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବୋମା ବିଚ୍ଛାଇଥିବା ସ୍ଥାନକୁ ରାତିରେ ଯାଇ ଚଢାଉ କରିଥିଲା। ଜଙ୍ଗଲରୁ ବନବିଭାଗ ଅଫୁଟା ୧୩ ଟି ହାତ ତିଆରି ବୋମା ଜବତ କରିବା ସହ…

Read More

ଧାମନଗର: ଆସନ୍ତାକାଲି ହେବ ଧାମନଗର ଉପନିର୍ବାଚନର ଭୋଟ ଗଣତି। ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ ଗଣନା ସକାଳ 8.00 ରୁ ଆରମ୍ଭ ହେବ। ଭଦ୍ରକ ଜିଲ୍ଲାପଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନରେ ଏହି ଗଣନା କରାଯିବ। ପ୍ରଥମ ରାଉଣ୍ଡ ଭାବରେ ଡାକ ବାଲାଟ ଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହାପରେ ସକାଳ 8.30 ରୁ ଇଭିଏମରେ ସିଲ ହୋଇଥିବା ଭୋଟ ଗଣନା ଆରମ୍ଭ କରାଯାଇଛି। ଇଭିଏମ୍ ଗଣନା ପାଇଁ 14 ଟି କାଉଣ୍ଟିଂ ଟେବୁଲ୍ ଏବଂ ଡାକ ବାଲାଟ୍ ଗଣନା ପାଇଁ ଗୋଟିଏ କାଉଣ୍ଟିଂ ଟେବୁଲ୍ ଅଛି। ଏହି ନିର୍ବାଚନ ମଣ୍ଡଳିରେ ହୋଇଥିବା 252 ବୁଥର ପ୍ରାୟ 18 ରାଉଣ୍ଡ ଗଣନା ହେବ। ଶେଷରେ, କ୍ରସ ଯାଞ୍ଚ ପାଇଁ ମନଇଚ୍ଛା ମନୋନୀତ 5ଟୁ ବୁଥର VVPAT ରୁ ଗଣନା କରାଯିବ। ସମଗ୍ର ଗଣନା ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ନିର୍ବାଚନ କମିଶର ଜଣେ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି। ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ…

Read More

ନୂଆଦିଲ୍ଲୀ: ଗୁଜୁରାଟରେ ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ଏଠାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ବ୍ୟାସ ଶେଷରେ ବିଜେପି ଛାଡିଛନ୍ତି। ଜୟ ନାରାୟଣ ବ୍ୟାସ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସିଦ୍ଧପୁର ଆସନରୁ ବ୍ୟାସ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ନିକଟରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିଥିଲେ, ଯିଏକି କଂଗ୍ରେସ ପକ୍ଷରୁ ଗୁଜରାଟର ସ୍ୱତନ୍ତ୍ର ନିର୍ବାଚନ ଅଧିକାରୀ। ସେବେଠାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଏହା ଦେଖିବାକୁ ହେବ ଯେ, ଦୀର୍ଘ ଦିନ ଧରି ବିଜେପିରେ ରହିଆସିଥିବା ଜୟନାରାୟଣ ବ୍ୟାସ କେଉଁ ଦଳରେ ଯୋଗ ଦେଉଛନ୍ତି? ପ୍ରକାଶ ଯେ ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ…

Read More

ନୂଆଦିଲ୍ଲୀ: ବିସିସିଆଇର ସଭାପତି ରୋଜର ବିନ୍ନି ପୂର୍ବତନ ପାକିସ୍ତାନୀ କ୍ରିକେଟର ସହିଦ ଆଫ୍ରିଦିଙ୍କ ବିବୃତ୍ତିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଭାରତକୁ ଆଇସିସି ସମର୍ଥନ କରୁଛି। ବୁଧବାର ରାତିରେ ଟି -୨୦ ବିଶ୍ୱକପ ୨୦୨୨ରେ ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚ ସମୟରେ କିଛି ବିବାଦ ସାମ୍ନାକୁ ଆସିଥିଲା। ବିରାଟ କୋହଲିଙ୍କ ନିର୍ଦ୍ଦେଶରେ ଅମ୍ପାୟାରଙ୍କୁ ୱାଇଡ ଦେବା, ନକଲି ଥ୍ରୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ପଡିଆ ଓଦା ଥିବା ସତ୍ତ୍ୱେ ମ୍ୟାଚ୍ ଆରମ୍ଭ କରିବା ଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା। ଏହି ଘଟଣା ଆଧାରରେ ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି କହିଛନ୍ତି ଯେ, ଭାରତ ପାଇଁ ଆଇସିସି ପକ୍ଷପାତିତା କରୁଛି ଏବଂ କୌଣସି ଉପାୟରେ ଭାରତୀୟ ଦଳକୁ ସେମିଫାଇନାଲ ନେବା ଲାଗି ଆଇସିସି ଚାହୁଁଛନ୍ତି। ସହିଦ ଆଫ୍ରିଦି କହିଥିଲେ ଯେ, ‘ଆପଣମାନେ ପଡିଆ ଦେଖିଲେ, ଏହା ଓଦା ଥିଲା। କିନ୍ତୁ ମୁଁ ଭାବୁଛି…

Read More

ସୁନ୍ଦରଗଡ଼: “ମୋ ଝିଅର ସ୍ୱାସ୍ଥ୍ୟ ଦୁର୍ବଳ ଥିଲା। ଯାହା ଖାଇଲେ ବି ତା’ର ଓଜନ ବଢ଼ୁ ନଥିଲା। ଗତ ୬ ମାସ ହେଲା ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛି। ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡୁ ଖାଇବା ଫଳରେ ଏବେ ତା’ର ଓଜନ ଧୀରେ ଧୀରେ ବଢୁଛି। ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ସେ ଆଗ୍ରହ ଦେଖାଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କଲେଇପୋଷ ଗ୍ରାମର ଦଶମୀ ମୁଣ୍ଡା। ଦଶମୀଙ୍କ ଝିଅ ପ୍ରିୟଙ୍କା ମୁଣ୍ଡାଙ୍କ ବୟସ ଏବେ ୪ ବର୍ଷ। ଜନ୍ମ ହେବା ପରେ ପ୍ରିୟଙ୍କାର ଓଜନ ଅପେକ୍ଷାକୃତ କମ୍ ରହିଥିଲା। ତାକୁ ନିୟମିତ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଲାଗି ଡାକ୍ତର କହିଥିଲେ। ତେବେ ଏହା ପ୍ରିୟଙ୍କାର ବାପା, ମା’ଙ୍କ ପକ୍ଷରେ ସମ୍ଭବ ନଥିଲା। ୩ ବର୍ଷ ବୟସରେ ପ୍ରିୟଙ୍କା ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ…

Read More

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଜଣେ ଆଇପିଏସ ଅଧିକାରୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି। ଏଠାରେ ସେ ଅଧିକାରୀଙ୍କ ବିରୋଧରେ ଅପରାଧିକ ଅବମାନନା ଆବେଦନ କରିଛନ୍ତି। ଆଇପିଏଲ ବେଟିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ବିରୋଧରେ ମନ୍ତବ୍ୟ ଦେବା ପ୍ରସଙ୍ଗରେ ଏହି ପିଟିସନ ଦାଖଲ କରାଯାଇଛି। ଧୋନି ଆଇପିଏଲ୍ ୨୦୧୩ ସ୍ପଟ୍ ଫିକ୍ସିଂ ଏବଂ ବେଟିଂ ଯାଞ୍ଚ କରିଥିବା ଆଇପିଏସ୍ ଅଧିକାରୀ ଜି ସମ୍ପତ କୁମାରଙ୍କ ବିରୋଧରେ ଏହି ଅବମାନନା ଆବେଦନ କରିଛନ୍ତି। ଏହା ସହିତ ଧୋନିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣିଥିବାରୁ ସମ୍ପତ କୁମାରଙ୍କ ଠାରୁ ୧୦୦ କୋଟି କ୍ଷତିପୂରଣ ମାଗିଛନ୍ତି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବାର ଥିଲା କିନ୍ତୁ ବର୍ତ୍ତମାନ ମଙ୍ଗଳବାର ଦିନ ଏହା ଶୁଣାଣି ହେବ। ଧୋନି ୨୦୧୪ ମସିହାରେ ଜି ସମ୍ପତ କୁମାରଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ। ସେହିବର୍ଷ ଧୋନିଙ୍କ ବିରୋଧରେ କୌଣସି ମନ୍ତବ୍ୟ ନଦେବାକୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ଖଲିକୋଟରୁ ଫ୍ଲିପକାର୍ଟ କୋରିଅର ସମାନ ନେଇ ଏକ ଗାଡ଼ି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳକୁ ଯାଉଥିବା ବେଳେ ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡ଼ିହ ବାଇପାସରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା। ଉକ୍ତ ଦୁର୍ଘଟଣାରେ କଟକ ସାଲେପୁର ଅଞ୍ଚଳର ଗାଡ଼ିଚାଳକ ସୁଶାନ୍ତ ଦାସ (୪୦) ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ଦଳର କୌଣସି ବିଧାୟକ କିମ୍ବା ସାଂସଦଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେବ ନାହିଁ। ରାଜ୍ୟ ବିଜେପି ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଭରୁଚ ବିଜେପି ସାଂସଦ ମନସୁଖ ଭସାଭାଙ୍କ ଝିଅ ଟିକେଟ ମାଗିଥିଲେ ମଧ୍ୟ ବିଜେପି ସ୍ପଷ୍ଟ କରିଛି ଯେ, କୌଣସି ସାଂସଦ କିମ୍ବା ବିଧାୟକଙ୍କ ସମ୍ପର୍କୀୟଙ୍କୁ ବିଧାନସଭା ଟିକେଟ ଦିଆଯିବ ନାହିଁ। ମାନସୁଖ ଭସାଭା ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଦଳର ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି ବୋଲି ଭସାଭା କହିଛନ୍ତି। ଦଳ ଯାହାକୁ ଟିକେଟ୍ ଦେବ, ସେମାନଙ୍କର ବିଜୟ ନିଶ୍ଚିତ କରିବାକୁ ଦଳ କାର୍ଯ୍ୟ କରିବ। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଗୁଜୁରାଟରେ ଟିକେଟ୍ ସ୍ଥିର କରିବାକୁ ତୃତୀୟ ଦିନ ପାଇଁ ରାଜ୍ୟ ନିର୍ବାଚନ କମିଟିର ବୈଠକ ଚାଲିଛି। ପ୍ରକାଶ ଯେ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର…

Read More

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିଛି। ଘୋଷଣା ପତ୍ରରେ କଂଗ୍ରେସ କହିଛି ଯେ ପ୍ରଥମ କ୍ୟାବିନେଟରେ ୧ ଲକ୍ଷ ଚାକିରି ଦିଆଯିବ। ଆହୁରି ମଧ୍ୟ ପୁରୁଣା ପେନସନ୍ ପୁନଃ ସ୍ଥାପିତ ହେବ। ଏହା ବ୍ୟତୀତ ମହିଳାମାନଙ୍କୁ ହର ଘର ଲକ୍ଷ୍ମୀଙ୍କ ଅଧୀନରେ ପ୍ରତି ମାସରେ ୧୫୦୦ ଟଙ୍କା ଦିଆଯିବ। ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୪ ଟି ଇଂରାଜୀ ମଧ୍ୟମ ବିଦ୍ୟାଳୟ ଖୋଲାଯିବ। ଯଦି କେନ୍ଦ୍ରରେ ସରକାର ଗଠନ ହୁଏ, ତେବେ ୪ ବର୍ଷର ସେନା ସେବାର ନିୟମ ପ୍ରତ୍ୟାହାର କରାଯିବ। କଂଗ୍ରେସର ୧୦ ଟି ପ୍ରତିଶ୍ରୁତି: ୧. ପୁରୁଣା ପେନ୍ସନ୍ ପୁନଃ ସ୍ଥାପିତ ହେବ। ୨. ଯୁବକମାନଙ୍କ ପାଇଁ ୫ ଲକ୍ଷ ଚାକିରି। ୩. ମହିଳାମାନଙ୍କୁ ମାସକୁ ୧୫୦୦ ଟଙ୍କା। ୪. ୩୦୦ ୟୁନିଟ୍ ବିଦ୍ୟୁତ୍ ମୁକ୍ତ। ୫. ବଗିଚାମାଲିକମାନେ ଫଳର ମୂଲ୍ୟ ସ୍ଥିର କରିବେ। ୬. ଯୁବକମାନଙ୍କ ପାଇଁ ୬୮୦…

Read More

ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ଉପରେ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ମନି ଲଣ୍ଡରିଂ ମାମଲାରେ ନବାବ ମଲିକଙ୍କ ସମ୍ପତ୍ତି ଜବତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁମତି ପାଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ମଲିକଙ୍କ ସମସ୍ୟା ବଢିପାରେ। ଇଡି ଶୀଘ୍ର ଏହି ସମ୍ପତ୍ତିଗୁଡିକୁ ଜବରଦଖଲ କରିପାରେ ବୋଲି କୁହାଯାଉଛି। ସୂଚନାନୁସାରେ, ବାନ୍ଦ୍ରା ପଶ୍ଚିମର ଦୁଇଟି ଫ୍ଲାଟ, କୁର୍ଲା, ମୁମ୍ବାଇର ଗୋଆୱାଲା କମ୍ପ୍ଲେକ୍ସ ଏବଂ କୁର୍ଲା ପଶ୍ଚିମର ତିନୋଟି ଫ୍ଲାଟ ନବାବ ପରିବାରର ଅଟେ। ଏହା ବ୍ୟତୀତ ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ନବାବଙ୍କ ୧୪୭ ଏକର କୃଷି ଜମି ରହିଛି। ତେବେ ନବାବ ମୂକତାହ ଉତ୍ତରପ୍ରଦେଶର ବାସିନ୍ଦା। ମନି ଲଣ୍ଡରିଂ ଜରିଆରେ ମିଳିଥିବା ଅର୍ଥରୁ ସେ ଏହି ସମ୍ପତ୍ତି ହାସଲ କରିଥିବା ଅଭିଯୋଗ ହୋଇଛି। ନିକଟରେ ନବାବ ମଲିକଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରାଯାଇଥିଲା।…

Read More

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ସୁପର-୧୨ ରାଉଣ୍ଡର ଶେଷ ପର୍ଯ୍ୟାୟ ଚାଲିଛି। ପ୍ରଥମ ରାଉଣ୍ଡରୁ ମୋଟ ୩୮ ଟି ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍ ପରେ ବିରାଟ କୋହଲି ଏହି ବିଶ୍ୱକପ୍‌ରେ ସର୍ବାଧିକ ରନ୍ ସ୍କୋର କରିବାରେ ଆଗୁଆ ଅଛନ୍ତି। ଏଥି ସହ ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହସରଙ୍ଗା ୱିକେଟ୍ ନେବାରେ ଶୀର୍ଷରେ ଅଛନ୍ତି। ୧୦ ଟି ବିଶେଷ ସଂଖ୍ୟା ଦେଖନ୍ତୁ … ୧. ସର୍ବାଧିକ ସ୍କୋର: ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍ ହରାଇ ୨୦୫ ରନ ସ୍କୋର କରିଛି। ୨. ସବୁଠାରୁ ବଡ ବିଜୟ: ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୧୦୪ ରନରେ ପରାସ୍ତ କରିଛି। ୩. ସର୍ବାଧିକ ରନ୍: ବିରାଟ କୋହଲି ୨୨୦ ରନ୍ ସହ ଶୀର୍ଷରେ ଅଛନ୍ତି। ସେ ମାତ୍ର ୪ ଟି ମ୍ୟାଚରେ ବ୍ୟାଟିଂ ହାରାହାରି ୨୨୦ ଏବଂ ଷ୍ଟ୍ରାଇକ୍ ରେଟ୍ ୧୪୪.୭୩ ସହ ଏହି ରନ୍ ସଂଗ୍ରହ କରିଛନ୍ତି। ୪. ଶ୍ରେଷ୍ଠ ଇନିଂସ: ଦକ୍ଷିଣ…

Read More

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳପଥରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ଏହି ଖବର ଜରୁରୀ ଅଟେ। ଯଦି ଆପଣଙ୍କୁ ହଠାତ୍ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ପଡେ, ତେବେ ଆପଣ ଟ୍ରେନ୍ ରେ ଯାତ୍ରା କରିପାରିବେ। ଯଦି ଆପଣଙ୍କର ଟିକେଟ୍ ନାହିଁ, ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଆପଣ ବିନା ସଂରକ୍ଷଣରେ ମଧ୍ୟ ଯାତ୍ରା କରିପାରିବେ। ନୂତନ ନିୟମ କ’ଣ?: ରେଳବାଇର ନିୟମ ଅନୁଯାୟୀ, ପୂର୍ବରୁ ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ନିୟମର ବିକଳ୍ପ ଥିଲା। କିନ୍ତୁ ସେଥିରେ ଟିକେଟ୍ ପାଇବା ମଧ୍ୟ ଜରୁରୀ ନୁହେଁ। ଧରାଯାଉ ଯଦି ଆପଣଙ୍କର ସଂରକ୍ଷଣ ନାହିଁ ଏବଂ ଆପଣଙ୍କୁ ଟ୍ରେନରେ କୌଣସି ସ୍ଥାନକୁ ଯିବାକୁ ପଡେ, ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନରେ ଚଢି ପାରିବେ। ଟ୍ରେନରେ ଟିଟିଇ (TTE) ପାଖକୁ ଯାଇ ଆପଣ ଆପଣଙ୍କର ଟିକେଟ୍ ପ୍ରସ୍ତୁତ କରିପାରିବେ। ତା’ପରେ TTE ଆପଣଙ୍କୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ ପୁଞ୍ଜିଆମା ଇଟା ଭାଟି ନିକଟରେ ଏକ ଟ୍ରଲରରୁ କୋଇଲା ଖାଲି କରିବା ପାଇଁ ଉଦ୍ୟତ ହେଉଥିବାର ଦେଖିବାକୁ ପାଇଥିଲେ। ତେବେ ବାଣପୁରରେ ଏତେ ପରିମାଣର କୋଇଲା ଖାଲି ହେବା ଘଟଣା ସନ୍ଦେହଜନକ ହୋଇଥିବାରୁ ତହସିଲଦାର ଗାଡ଼ି ଚାଳକଙ୍କ ଠାରୁ କାଗଜପତ୍ର ମାଗିଥିଲେ। କାଗଜରେ ଗାଡିଟି ତାଳଚେରରୁ ଲୋଡ଼ ହୋଇ ସୋନପୁର ଅଭିମୁଖେ ଖାଲି କରିବାପାଇଁ ନିର୍ଦ୍ଦେଶ ଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଉକ୍ତ ଗାଡ଼ିରେ ୪୨ ଟନ କୋଇଲା ଥିବା ବେଳେ ଗାଡ଼ି ଚାଳକ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅସାଧୁ ବ୍ୟକ୍ତିଙ୍କୁ କୋଇଲା ବିକିବା ଉଦ୍ଦେଶ୍ୟରେ ବାଣପୁର ଆସିଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଏ ନେଇ ତହସିଲଦାର…

Read More

ଭୁବନେଶ୍ୱର: ଆଜି ନିର୍ବାଚନ କମିଶନର ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।  ସେହି ଅନୁସାରେ ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଏହି ଉପନିର୍ବାଚନ ପାଇଁ ନଭେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଘୋଷଣା ଅନୁସାରେ ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି। ଡିସେମ୍ବର ୫ରେ ଭୋଟିଂ ହେବାକୁ ଥିବାବେଳେ ୮ ତାରିଖରେ ଭୋଟ ଗଣତି ହେବ। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନ ଖାଲିପଡ଼ିଛି।

Read More

ଜୀବନଶୈଳୀ: ସମସ୍ତ ଚେଷ୍ଟା ସତ୍ତ୍ୱେ ଅନେକ ଥର ସଫଳତା ହାସଲ ହୁଏ ନାହିଁ। ଯେତେବେଳେ ଚତୁର୍ଦ୍ଦିଗରୁ ନିରାଶା ଆସେ, ସେତେବେଳେ ଶାସ୍ତ୍ର ଅନୁଯାୟୀ, ଗୃହର ମନ୍ଦିର କିମ୍ବା ବାହାରେ ଥିବା ମନ୍ଦିରରେ ଏକ ସୁନିଶ୍ଚିତ ପ୍ରତିକାର ଆପଣଙ୍କ ଦିନ ବଦଳାଇପାରେ। ଯଦି ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ଯଦି ହେଉଥିବା କାମ ନଷ୍ଟ ହୋଇଯାଏ, ତେବେ ଗୋଟିଏ ଟଙ୍କା ମୁଦ୍ରା, କପା, ବର୍ଗକାର ରୂପା ଖଣ୍ଡ, ଧଳା ରୁମାଲ ଏବଂ ତମ୍ବାର କଳସ ନିଅନ୍ତୁ। ଚାଉଳ ସହିତ ଏହି ଉପାଦାନଗୁଡ଼ିକ ମଧ୍ୟରୁ କୌଣସିଟି ନିଅନ୍ତୁ ଏବଂ ନିଜର ସମସ୍ୟା ଜଣାଇ ଘରର ମନ୍ଦିର କିମ୍ବା ନିକଟସ୍ଥ ମନ୍ଦିରରେ ରଖନ୍ତୁ। ମନେରଖନ୍ତୁ ଯେ, ଏହି ପ୍ରତିକାରକୁ ଚୁପଚାପ୍ କରିବାକୁ ହେବ। ଯେପରି ଏହାକୁ କେହି ଦେଖି ପାରିବେ ନାହିଁ। ଯଦି ଆପଣ ରୁମାଲ ନେଉଛନ୍ତି, ସେଥିରେ ୧ ମୁଠା ଚାଉଳ ଗୁଡ଼ାଇ ଏହାକୁ ଏକ ଗୁଆ ସହିତ ଗୁପ୍ତରେ ମନ୍ଦିରରେ ରଖନ୍ତୁ।…

Read More

ଭୁବନେଶ୍ବର: ଶାସ୍ତ୍ରରେ ତୁଳସୀର ପତ୍ର ବ୍ୟତୀତ ଏହାର ମୂଳ ମଧ୍ୟ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଏ। ଏହାର ପ୍ରତିକାର ମା’ ଲକ୍ଷ୍ମୀଙ୍କ ଅନୁଗ୍ରହ ପ୍ରଦାନ କରିବା ସହିତ ଅନେକ ଲାଭ ମଧ୍ୟ ଦେଇଥାଏ। କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବା, ହେଉଥିବା କାମ ସଂପୂର୍ଣ୍ଣ ହୋଇନପାରିବା, ଏଭଳି ସ୍ଥିତିରେ ତୁଳସୀର ଟିକିଏ ମୂଳକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଏବଂ ପୂଜା କରିବା ପରେ ଏହାକୁ ହଳଦିଆ କପଡ଼ାରେ ବାନ୍ଧନ୍ତୁ। ଯେତେବେଳେ ଆପଣ ଶୁଭ କାର୍ଯ୍ୟ ପାଇଁ ଯାଆନ୍ତି, ସେତେବେଳେ ଏହାକୁ ସାଙ୍ଗରେ ନିଅନ୍ତୁ। ଯଦି ଆପଣ ଗ୍ରହମାନଙ୍କର ଅଶୁଭ ପ୍ରଭାବରେ ପୀଡିତ ଅଛନ୍ତି, ତେବେ ତୁଳସୀ ମୂଳକୁ ଏକ ଲାଲ୍ କପଡ଼ାରେ ବାନ୍ଧି ଆପଣଙ୍କ ସହିତ ରଖନ୍ତୁ। ଏହା ରୂପାର ଡଉଁରିଆରେ ମଧ୍ୟ ପିନ୍ଧାଯାଇପାରିବ। କୁହାଯାଏ ଯେ, ଏହା ଦ୍ଵାରା ଗ୍ରହମାନଙ୍କର ଶୁଭ ଦୃଷ୍ଟି ପଡିଥାଏ। ଯଦି ଆପଣ ବ୍ୟବସାୟ, ଚାକିରି କିମ୍ବା ଘରେ ମାନସିକ ଏବଂ ଶାରୀରିକ…

Read More

ଦିଲ୍ଲୀ: ଅଟଳ ଇନୋଭେସନ୍ ମିଶନ (ଏଆଇଏମ୍‌), ନୀତି ଆୟୋଗ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କର ଚିତ୍ରଣ କରୁଥିବା କଫି ଟେବଲ୍  ପୁସ୍ତକ ‘ଇନୋଭେସନସ୍ ଫର ୟୁ’ ର ଚତୁର୍ଥ ସଂସ୍କରଣକୁ ଆଜି ଜାରି କରିଛି। ଏହି ୭୫ ଜଣ ମହିଳା ଉଦ୍ୟୋଗୀ ମାନଙ୍କୁ ଏଆଇଏମ୍‌, ନୀତି ଆୟୋଗର ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି) ଦ୍ୱାରା ସହାୟତା ପ୍ରଦାନ କରା ଯାଇଥାଏ। ଏବେ ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ – ସ୍ୱତନ୍ତ୍ରତାର ୭୫ ତମ ବର୍ଷ  ପାଳନ କରୁଛି, ‘ଇନୋଭେସନ୍ ଫର୍ ୟୁ’ ର ଶୃଙ୍ଖଳା ଏହା ଦର୍ଶାଇଥାଏ ଯେ ବିଭିନ୍ନ କ୍ଷେତ୍ର ଗୁଡିିକରେ ରହିଥିବା ଷ୍ଟାର୍ଟ – ଅପ୍ ଗୁଡିକ କିଭଳି ବିଭିନ୍ନ ସମୁଦାୟ ଗୁଡିକଙ୍କ ନିମନ୍ତେ ଏକ ସ୍ଥିର ଭବିଷ୍ୟତ ନିର୍ମାଣ କାରଣରୁ  ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି। ‘ଇନୋଭେସନ୍ ଫର ୟୁ’ ଏକ କଫି ଟେବଲ୍ ପୁସ୍ତକ ଶୃଙ୍ଖଳା ଅଟେ, ଯାହାର ତିନୋଟି ସଂସ୍କରଣ…

Read More

ଭୁବନେଶ୍ବର: ବର୍ତ୍ତମାନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପାଇଁ କେବଳ କିଛି ଦିନ ବାକି ଅଛି। ପଞ୍ଚଙ୍ଗ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖ ଦିନ ପାଳନ କରାଯିବ। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାକୁ ଦେବ ଦିୱାଲୀଙ୍କ ପର୍ବ ମଧ୍ୟ ପାଳନ କରାଯାଏ, କିନ୍ତୁ ଏଥର ଚନ୍ଦ୍ରଗ୍ରହଣ ହେତୁ ଦେବ ଦିୱାଲୀ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୭ ତାରିଖରେ ପାଳନ କରାଯିବ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଯଦି ଦେବୀ ଲକ୍ଷ୍ମୀଙ୍କ ଏହି କୌଶଳ ଚନ୍ଦ୍ରଗ୍ରହଣ ସମୟରେ କରାଯାଏ, ତେବେ ଘରେ ସୁଖ ଓ ସମୃଦ୍ଧି ବଢିଥାଏ ବୋଲି ବିଶ୍ୱାସ କରାଯାଏ। ମା ଲକ୍ଷ୍ମୀ ଖୁସି ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି। ଏହା ଦ୍ଵାରା ଧନପ୍ରାପ୍ତି ହୁଏ। ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀଙ୍କ ଏହି ପ୍ରତିକାର: – ଚନ୍ଦ୍ରଗ୍ରହଣ ସମୟରେ ମା’ ଲକ୍ଷ୍ମୀଙ୍କ ପ୍ରତିକାର କରନ୍ତୁ: ପଞ୍ଚଙ୍ଗ ଅନୁଯାୟୀ ଏହି…

Read More