ପାଟନା: ଜେଡିୟୁ ରାଷ୍ଟ୍ରୀୟ ସଭାପତି ଲଲନ ସିଂ ପୁଣି ଥରେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଲଲନ ସିଂ ବିଜେପିର ରାଜ୍ୟ ସଭାପତି ହେବା ବିଷୟରେ କହୁଥିବାବେଳେ ଏକ କଟାକ୍ଷ କରିଛନ୍ତି, ଏହାର ଉତ୍ତରରେ ସୁଶୀଲ ମୋଦୀ ତାଙ୍କୁ ରାଷ୍ଟ୍ରୀୟ ସଭାପତିରୁ ଜିଲ୍ଲା ସଭାପତି ମଧ୍ୟ କରିଦେଇଛନ୍ତି। ପୁଣିଥରେ ରାଜ୍ୟ ସଭାପତି କରିବା ପ୍ରସଙ୍ଗରେ ସୁଶୀଲ ମୋଦୀ ଲାଲାନ ସିଂଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ବିଜେପିରେ କୌଣସି ବ୍ୟକ୍ତି ପୁନର୍ବାର ରାଜ୍ୟ ସଭାପତି ହୁଅନ୍ତି ନାହିଁ। କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ, ନୀତୀଶ କୁମାର ଖୁବ ଶୀଘ୍ର ମୁଙ୍ଗେର ଜିଲ୍ଲାର ଜିଲ୍ଲା ସଭାପତି ହେବାକୁ ଯାଉଛନ୍ତି। ସୁଶୀଲ ମୋଦୀ ଆହୁରି କହିଛନ୍ତି ଯେ, ବିହାର ବିଜେପିର ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ ରାଜ୍ୟ ସଭାପତି ରହିବେ। ବିହାର ବିଜେପିରେ କୌଣସି ନେତୃତ୍ୱ ପରିବର୍ତ୍ତନ ହେବ ନାହିଁ, କିନ୍ତୁ ଖୁବ୍…
Author: Samikhsya Bureau
Duga Puja 2022 : ଏଥର ପୂଜାରେ ଏକ ଭିନ୍ନ କଥା ଦେଖିବାକୁ ମିଳିବ। ତାହା ହେଲା ମା ଦୁର୍ଗାଙ୍କ ଏଥର ପୂଜା ପୁରୋହିତ ନୁହଁନ୍ତି ମହିଳାମାନେ ପୂଜା କରିବେ। ସେଥିପାଇଁ ୪ ଜଣ ମହିଳା ପୁରୋହିତ ପୁରା ପ୍ରସ୍ତୁତ ହୋଇ ଆସିଛନ୍ତି। ସେତେକି ନୁହେଁ ସେହି ପୂଜା ପେଣ୍ଡାଲରେ ମହିଳାମାନେ କେବଳ ଡ୍ରମ ବଜାଇବେ। ଯାହାକି ମାତୃ ଶକ୍ତିର କରାମତି ଦେଖାଇବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଏହି ପରି ବ୍ୟବସ୍ଥା କରାଯାଇଛି କୋଲକାତାର ନ୍ୟୁ ଟାଉନ କମ୍ୟୁନିଟ ପୂଜା ପେଣ୍ଡାଲରେ। ଏଥିରେ ଚାରିଜଣ ମହିଳା ପୁରା ବେଦମନ୍ତ୍ରୀ ଉଚ୍ଚାରଣ କରି ଏହି ପୂଜା କରିବେ। ସେଥିପାଇଁ ସେମାନେ ପୂର୍ବରୁ ନିଷ୍ଠାର ସହ ରହିଛନ୍ତି। ସେହିପରି ୧୨ ଜଣ ମହିଳା ଡ୍ରମ ବାଦ୍ୟକାର ମଧ୍ୟ ଏଥର ସେମାନଙ୍କ କଳା ପ୍ରଦର୍ଶନ କରିବେ। ଏହାକୁ ଆଞ୍ଚଳିକ ଭାଷାରେ ଧାନୁଚି ନାଚ ବୋଲି କୁହାଯାଏ। ଯାହା ମା ଦୁର୍ଗାଙ୍କର ଆଳତି ବେଳେ ଏହା…
ନୂଆଦିଲ୍ଲୀ: ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜାପାନରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ତାଙ୍କର ଫଳପ୍ରଦ ବୈଠକ ହୋଇଛି। ସେ ଅଧିକ ଦୁଃଖ ଅନୁଭବ କଲେ। କାରଣ ସେ ଗତଥର ଆବେଙ୍କ ସହ ତାଙ୍କର ବହୁତ ଲମ୍ବା ବାର୍ତ୍ତାଳାପ ହୋଇଥିଲା। ସେ କେବେ ଭାବି ନଥିଲେ ଯେ ଦେଶ ଛାଡିବା ଯିବା ପରେ ତାଙ୍କୁ ଏପରି ଖବର ଶୁଣିବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଯେ ନୂତନ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ଅଧିକ ଶୀର୍ଷକୁ ଛୁଇଁବ। ଶ୍ରୀ…
ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଅବଦାନ ପାଇଁ ପ୍ରତିଷ୍ଠିତ ଅଭିନେତ୍ରୀ ଆଶା ପାରେଖଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର। ଭାରତୀୟ ସିନେମାର ଅଭିବୃଦ୍ଧି ତଥା ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଆଶା ପାରେଖ ହିନ୍ଦି ଚଳଚିତ୍ରର ଜଣେ ପ୍ରତିଷ୍ଠିତ ତଥା ଲୋକପ୍ରିୟ ଅଭିନେତ୍ରୀ। ସେ 1952 ମସିହାରେ ଚଳଚ୍ଚିତ୍ର ‘ମା’ ରେ ଦଶ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ 1959 ମସିହାରେ ‘ଦିଲ୍ ଡେକେ ଦେଖୋ’ ଚଳଚ୍ଚିତ୍ରରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ, ଯାହା ତାଙ୍କୁ ଲୋକପ୍ରିୟତା କରାଇଦେଇଥିଲା। ଏହି ଚଳଚିତ୍ରରେ ଶମି କପୁରଙ୍କ ବିପକ୍ଷରେ ଆଶା ନାୟିକା ହୋଇଥିଲେ। ସେହି ଦିନଠାରୁ ଆଶା ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ। ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା। ସେମାନେ ମଧ୍ୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଭାରତ-ଜାପାନ ସ୍ବତନ୍ତ୍ର ରଣନୈତିକ ସମ୍ପର୍କ ଏବଂ ବିଶ୍ବସ୍ତରୀୟ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। କ୍ଷେତ୍ରୀୟ ସ୍ତରରେ ଏବଂ ବିଭିନ୍ନ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୭ ବୌଦ୍ଧ ଜିଲ୍ଲାରୁ- ୬ କଟକ ଜିଲ୍ଲାରୁ- ୪୦ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୭ ଖୋର୍ଦ୍ଧା ଜିଲ୍ଲାରୁ- ୧୯ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୭ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୨ ନୂଆପଡା…
ସିତରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳେ ବିଷଧର ସାପ କାମୁଡିବା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଚିଲିକା ବ୍ଲକ ଅଠର ବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ହଟ କିଶୋର ଜାଲି (୫୫) ଗତ କାଲି ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକ ସେଠାରେ ଏକ ବିଷଧର ସାପ ଦେଖିଥିଲେ। ଅବିଳମ୍ବେ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ସେ ଆଜି 1.30 ମିନଟରେ ଏହି ଗସ୍ତ କରି ଆସନ୍ତା 29 ତାରିଖରେ ଭୁବନେଶ୍ବର ଫେରିବେ। ଆସନ୍ତାକାଲି ବେଙ୍ଗାଲୁରୁରେ ଇନଭେଷ୍ଟର ମିଟ୍ ଆୟୋଜିତ ହେବ। ସେଠାରେ ନବୀନ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଓଡିଶାରେ ପୁଂଜି ନିବେଶ କରିବାକୁ ଆହ୍ବାନ କରିବେ। ଏହା ପୂର୍ବରୁ ରାଜ୍ୟ ଶିଳ୍ପ ବିଭାଗର ଏକ ଟିମ ବାଙ୍ଗାଲୁରୁ ଗସ୍ତ କରି ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହି ସମ୍ମିଳନୀ ଫିକି ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ କରାଯାଉଛି। ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଏହି ଇନଭେଷ୍ଟର ମିଟ ଆୟୋଜିତ ହୋଇଛି। ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନବୀନ ପୁରା ଦମରେ ଲାଗିପଡିଛନ୍ତି।
ଭୁବନେଶ୍ବର: ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିନ୍ନ ଧରଣର ନୂଆ ମେଗା ଧାରାବାହିକ। ଯାହାର ନାଁ ରହିଛି ‘ସାଥୀରେ’। ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି। କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ନବାଗତ ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ। କାହାଣୀରେ ଧାରା ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହି ସବୁ ସମସ୍ୟାର ସମାଧାନ କରିଦିଏ।…
ନୂଆଦିଲ୍ଲୀ: ହୋଟେଲରୁ ଭାରତୀୟ ମହିଳା କ୍ରିକେଟର ତାନିଆ ଭାଟିଆଙ୍କ ବ୍ୟାଗ ଚୋରି ହୋଇଛି। ନଗଦ ଟଙ୍କା ବ୍ୟତୀତ ଭାରତୀୟ କ୍ରିକେଟର ବ୍ୟାଗରେ କାର୍ଡ, ଘଣ୍ଟା ଏବଂ ଅଳଙ୍କାର ରହିଥିଲା। ତାନିଆ ଭାଟିଆ ନିଜେ ଏହି ସୂଚନା ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ସେ ହୋଟେଲ ମ୍ୟାରିଏଟ୍ ଲଣ୍ଡନରେ ରହୁଛନ୍ତି, ଯେଉଁଠାରୁ ତାଙ୍କ ବ୍ୟାଗ ଚୋରି ହୋଇଛି। ତାନିଆ ଭାଟିଆଙ୍କ ଅନୁଯାୟୀ, ନଗଦ ଟଙ୍କା ବ୍ୟତୀତ କାର୍ଡ, ଘଣ୍ଟା ଏବଂ ଅଳଙ୍କାର ସେହି ବ୍ୟାଗରେ ଥିଲା। ଏହା ସହିତ ଭାରତୀୟ କ୍ରିକେଟର ଶୀଘ୍ର ଅନୁସନ୍ଧାନ କରି ଏହି ସମସ୍ୟାର ସମାଧାନ ବିଷୟରେ କହିଥିଲେ। ସେ ଆହୁରି ମଧ୍ୟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଏହା ହେଉଛି ଇଂଲଣ୍ଡ କ୍ରିକେଟ୍ ବୋର୍ଡର ପ୍ରିୟ ହୋଟେଲ, କିନ୍ତୁ ଏହି ହୋଟେଲରେ ସୁରକ୍ଷା ଅଭାବ ଏକ ସମସ୍ୟା। ଏହା ସହିତ ତାନିଆ ଭାଟିଆ ଏହି ଘଟଣାର ଶୀଘ୍ର ଅନୁସନ୍ଧାନ ଏବଂ ସମାଧାନ ପାଇଁ…
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ, ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…
ନୂଆଦିଲ୍ଲୀ: 26 ସେପ୍ଟେମ୍ବର 2022 ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଛି। ମା’ର ଭକ୍ତମାନେ 9 ଦିନ ପୂଜା କରି ମନ୍ତ୍ର ଜପ କରି ସାଧନା କରି ଦେବୀଙ୍କୁ ପ୍ରସନ୍ନ କରନ୍ତି। ଶାରଦୀୟ ନବରାତ୍ରୀଙ୍କ ଦ୍ୱିତୀୟ ଦିନରେ ଅର୍ଥାତ୍ ଆଶ୍ୱିନ୍ ମାସର ଶୁକ୍ଲ ପକ୍ଷର ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କର ଦ୍ୱିତୀୟ ରୂପ, ମା ବ୍ରହ୍ମାଚାରିଣୀଙ୍କୁ ପୂଜା କରାଯାଏ। ଦେବୀ ବ୍ରହ୍ମଚାରିଣୀ ତପ, ସଂଯମତା ଏବଂ ତ୍ୟାଗର ପ୍ରତୀକ। ମା ବ୍ରହ୍ମଚରିଣୀ ଆଜି ପୂଜା ପାଇବେ। ଆସନ୍ତୁ ଜାଣିବା ପୂଜା ପଦ୍ଧତି, ଶୁଭ ଯୋଗ ଏବଂ ମାତା ବ୍ରହ୍ମଚରିଣୀଙ୍କ କାହାଣୀ… ମା’ ବ୍ରହ୍ମାଚାରିଣୀ ପୂଜା ମୂହୁର୍ତ୍ତ: ଆଶ୍ୱିନ୍ ଶୁକ୍ଲ ଦ୍ୱିତିୟା ତିଥି ଆରମ୍ଭ – 27 ସେପ୍ଟେମ୍ବର 2022, ସକାଳ 03.08 ଅଶ୍ୱିନ୍ ଶୁକ୍ଲ ଦ୍ୱିତିୟା ତିଥି ସମାପ୍ତ – 28 ସେପ୍ଟେମ୍ବର 2022, ଭୋର 02.28 ବ୍ରହ୍ମ ମୂହୁର୍ତ୍ତ- ସକାଳ 04:42ରୁ ସକାଳ 05:29 ଅଭିଜିତ୍ ମୂହୁର୍ତ୍ତ – ପୂର୍ବାହ୍ନ…
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଚାରି ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ। ଏହି ଚାରି ଅଭିଯୁକ୍ତ ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବୁଚୁଡ଼ି ଗ୍ରାମରୁ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଲୁହା ରଡ଼ ଓ ସଟର ପ୍ଲେଟ ଲୁଟି ନେଇଥିଲେ। ଏ ନେଇ ବାଲୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଆଇଆଇସି ରଶ୍ମିରଞ୍ଜନ ଦାସ ଲୁଟେରାଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବୁଚୁଡ଼ି ଗ୍ରାମର ପଙ୍କଜ ଦାସ, ସିନା ନାୟକ, ସଞ୍ଜୟ ଦାସ ଓ ସଠିଆ ପଲେଇ। ଏମାନେ ବାରମ୍ବାର ଜାତୀୟ ରାଜପଥରୁ ଲୁଟ କରୁଥିବା ବେଳେ ପୁର୍ବରୁ ଏମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବାର ଆଇଆଇସି କହିଛନ୍ତି। ଆଜି ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲୁଟ ଜିନିଷ…
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଜଣେ କଣ୍ଟ୍ରାକ୍ଟରଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି ଜଣେ ଆସିଷ୍ଟାଣ୍ଡ ଇଂଜିନିୟର। ସେ ହେଉଛନ୍ତି ଗଂଜାମ ବ୍ଲକର ବଂଶୀଧର ପରିଡା। ସେ ଜଣେ କଣ୍ଟ୍ରାକ୍ଟରଠାରୁ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ରଙ୍ଗ ହାତରେ ଧରିଛି। ଏଥିସହିତ ଭିଜିଲାନସ ତରଫରୁ ତାଙ୍କ ଅଫିସ ଓ ଘର ଉପରେ ଚଢାଉ ଜାରି ରଖିଛନ୍ତି। ଘଟଣାରୁ ଜଣାପଡିଛି ଯେ, ଶ୍ରୀ ପରିଡା ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ବିଲ କରାଇଦେବା ପାଇଁ ଲାଞ୍ଚ ମାଗିଥିଲେ। ଏମଜିଏନଆରଜି କାମରେ ସେହି କଣ୍ଟ୍ରାକ୍ଟର ରୋଡ କାମ ପାଇଁ ମୋରମ ବିଛାଇଥିଲେ। ଏହାପରେ ବିଲ କରିବା କଥା। ହେଲେ ଶ୍ରୀ ପରିଡା ବିଲ ନ କରି ତାଙ୍କୁ ବୁଲାଇବାରେ ଲାଗିଲେ। ଶେଷରେ ଲାଞ୍ଚ ଦେଲେ ବିଲ ହେବ ବୋଲି କହିବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା। ତାଙ୍କ ପ୍ୟାଣ୍ଟ ପଛ ପକେଟରୁ ଏହି ଟଙ୍କା ଭିଜିଲାନ୍ସ ଜବତ କରିଛି। ତାଙ୍କ ନାମରେ…
ଭୁବନେଶ୍ୱର: ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି। ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନ ସଭା ଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ରାଜ୍ୟର ରାଜସ୍ୱ ସଂଗ୍ରହ ଏବଂ ବଜେଟ୍ ଅର୍ଥ ବିନିଯୋଗ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ବିଭାଗୱାରୀ ସ୍ଥିତିର ସମୀକ୍ଷା କରି ବିଭିନ୍ନ ପ୍ରକଳ୍ପ ଓ ଯୋଜନା କ୍ଷେତ୍ରୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।…
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ୟୁଥ ରେଡ଼କ୍ରସ ର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ଏଡ୍ସ ନିରାକରଣ ଓ ନିୟନ୍ତ୍ରଣ ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏଡ୍ସ ସଚେତନତା କାର୍ଯ୍ୟକ୍ରମ ପ୍ରମୁଖ ବିଧାନ ନାୟକ ଓ ଶଶିକାନ୍ତ ବରାଳ ସାଧନ କର୍ମୀ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଏଚ ଆଇ ଭି ତଥା ଏଡ୍ସ ଭୁତାଣୁ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ସହ ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ କେନ୍ଦ୍ରର ଟୋଲ ଫ୍ରି ନମ୍ବର 1097 ର ପ୍ରସାର ନିମିତ୍ତ ଜନ ଜାଗରଣ ପାଇଁ ଆହ୍ୱାନ ଦେଇଥିଲେ। ଏହା ଦ୍ୱାରା ଏଡ୍ସ ନିରାକରଣ ହେବା ସହ ଏଡ୍ସ ଆକ୍ରାନ୍ତ ବ୍ୟକ୍ତିର ତୁରନ୍ତ ଚିକିତ୍ସା ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ l ଏହାପରେ ସ୍ବେଛାସେବୀ ମାନେ…
ନୂଆଦିଲ୍ଲୀ: ଭାରତୀୟ ଖେଳଣା ଉଦ୍ୟୋଗକୁ ପରିବେଶ ଅନୁକୂଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କେତେକ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀର ଉପଯୋଗୀ କରି ପୁନଃ ଚକ୍ରଣ ବ୍ୟବସ୍ଥାରେ ଏହା ବ୍ୟବହାର କରିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଜାତୀୟ ଖେଳଣା କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏହି ମନ୍ତ୍ରଣାଳୟ ପକ୍ଷରୁ ଏକ “ସ୍ୱଚ୍ଛ ଟଏକାଥନ” ଆରମ୍ଭ କରାଯାଇଛି। ଆବର୍ଜନାରୁ କଣ୍ଢେଇ ତିଆରି କରିବାରେ ନୂଆ ବିଚାର, ନକ୍ସା ଓ ଉପାୟ ବାହାର କରିବା ପାଇଁ ଏହା ଏକ ଜାତୀୟ ପ୍ରତିଯୋଗିତା। ‘ସ୍ୱଚ୍ଛ ଅମୃତ ମହୋତ୍ସବ’ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ୨୦୨୨ ସେପ୍ଟେମ୍ବର ୧୭ ସେବା ଦିବସରୁ ଆରମ୍ଭ ହୋଇଛି ଏବଂ ୨୦୨୨ ଅକ୍ଟୋବର ୨ତାରିଖ ସ୍ୱଚ୍ଛତା ଦିବସ ପର୍ଯ୍ୟନ୍ତ ପନ୍ଦର ଦିନ…
ଭୁବନେଶ୍ୱର: ପୂଜା ସମୟରେ ଗ୍ରାହକମାନଙ୍କୁ ଖୁସି ଓ ଉଲ୍ଲାସ ପ୍ରଦାନ କରିବା ଲାଗି ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ର ଟ୍ରେଣ୍ଡ୍ସ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ “ଖୁସିର ପର୍ବ’ ବିଷୟରେ ଘୋଷଣା କରାଯାଇଛି। ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍ ଉପରେ ଉନ୍ନତ ଅନୁଭୂତି ଦେବା ଲାଗି ସ୍ୱତନ୍ତ୍ର ଅଫର ଅଧିନରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ପାଇପାରିବେ। ଏସ୍ବିଆଇ ଡେବିଟ୍ କାର୍ଡ ବ୍ୟବହାରକାରୀମାନେ ସର୍ବନିମ୍ନ ୩,୯୯୯ ଟଙ୍କାର ସପିଙ୍ଗ କରି ୫% ରିହାତି ପାଇପାରିବେ ଏବଂ ଏଥିରେ ସର୍ବାଧିକ ୫୦୦ ଟଙ୍କାର ରିହାତି ମିଳିବ। ଏହି ଏସବିଆଇ କାର୍ଡ ସହିତ ଅଫର ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୈଧ ରହିବ। ଏହି ସ୍ୱତନ୍ତ୍ର…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ ପି ଙ୍କ ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ ସ୍ଥାନୀୟ ବ୍ଲକ୍ ପରିସର ସଭାଗ୍ରୁହରେ ଅନୁଷ୍ଠିତ ହେଇଯାଇଛି। ରେଢ଼ାଖୋଲ ବିଡ଼ିଓ ବିଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ , ଏସ୍ ପି ବାତୁଲା ଗଙ୍ଗାଧର ଯୋଗ ଦେଇ ୩୫ ବ୍ୟକ୍ତିଗତ ୨୦ ଗୋଷ୍ଠିଗତ ଅଭିଯୋଗ ହୋଇଥିଲା। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ରାସ୍ତା ଆଦି ମୁଖ୍ୟ ପ୍ରସଙ୍ଗ ଉପରେ ଅଭିଯୋଗ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ଅଭିଯୋଗ ଶୁଣାଣୀରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳ, ଡିଏଫ୍ଓ ରମାକାନ୍ତ ନାଏକ, ଏନ୍ ଏ ସି ଅଧ୍ୟକ୍ଷ ଶିବରାମ ସାହୁ, ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଉପାଧ୍ୟକ୍ଷ ଚିନ୍ମୟୀ ତ୍ରିପାଠୀ, ତହସିଲ୍ଦାର୍ ଦେବାଶିଷ୍ ପାତ୍ର, ଅତିରିକ୍ତ ତହସିଲ୍ଦାର୍ ଅମୂଲ୍ୟ କୁମାର ବାଘ, ଜିପିଓ ପଂଚାନନ ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ। ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ କରି କହିଛନ୍ତି ଯେ; ‘‘ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ, ମୋର ପ୍ରିୟ ବନ୍ଧୁ ଏବଂ ଭାରତ-ଜାପାନ ବନ୍ଧୁତାର ଜଣେ ମହାନାୟକଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ମୁଁ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରୁଛି।’’ ‘‘ସବୁ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଶିଦା ଏବଂ ଶ୍ରୀମତୀ ଆବେଙ୍କୁ ମୁଁ ମୋର ହାର୍ଦ୍ଦିକ ସମବେଦନା ବ୍ୟକ୍ତ କରିବି। ଆବେ ସାନଙ୍କ ପରିକଳ୍ପନା ଅନୁରୂପ ଭାରତ-ଜାପାନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପ୍ରୟାସ ଜାରି ରଖିବୁ।

