ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published: Sep 27, 2022, 11:54 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ। ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ।

ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା। ସେମାନେ ମଧ୍ୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଭାରତ-ଜାପାନ ସ୍ବତନ୍ତ୍ର ରଣନୈତିକ ସମ୍ପର୍କ ଏବଂ ବିଶ୍ବସ୍ତରୀୟ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। କ୍ଷେତ୍ରୀୟ ସ୍ତରରେ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଗୋଷ୍ଠୀ ଓ ପ୍ରତିଷ୍ଠାନରେ ମିଳିତ ଭାବେ କାର‌୍ୟ୍ୟ କରିବା ନେଇ ଉଭୟ ସହମତ ହୋଇଥିଲେ।

Related posts