Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ। ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ।

ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା। ସେମାନେ ମଧ୍ୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଭାରତ-ଜାପାନ ସ୍ବତନ୍ତ୍ର ରଣନୈତିକ ସମ୍ପର୍କ ଏବଂ ବିଶ୍ବସ୍ତରୀୟ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। କ୍ଷେତ୍ରୀୟ ସ୍ତରରେ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଗୋଷ୍ଠୀ ଓ ପ୍ରତିଷ୍ଠାନରେ ମିଳିତ ଭାବେ କାର‌୍ୟ୍ୟ କରିବା ନେଇ ଉଭୟ ସହମତ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଟୋକିଓରେ ଦ୍ଵିପାକ୍ଷିକ ଆଲୋଚନା: ପ୍ରତିରକ୍ଷା ସହଯୋଗର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜାପାନ ପ୍ରତିପକ୍ଷ

ମୁଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 08 ସେପ୍ଟେମ୍ବର 2022 ରେ ଟୋକିଓରେ ଜାପାନର ରକ୍ଷା ମନ୍ତ୍ରୀ ୟାସୁକାଜୁ ହମଦାଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଦ୍ଵିପାକ୍ଷିକ ସହଯୋଗ ସହିତ କ୍ଷେତ୍ରୀୟ ବିଷୟର ବିଭିନ୍ନ ଦିଗ ଉପରେ ସମୀକ୍ଷା କରାଯାଇଛି। ଭାରତ-ଜାପାନ ପ୍ରତିରକ୍ଷା ସହଭାଗୀତାର ଗୁରୁତ୍ଵ ତଥା ସ୍ଵତନ୍ତ୍ର, ଉନ୍ମୁକ୍ତ ଓ ନିୟମ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକାକୁ ଉଭୟ ଗ୍ରହଣ କରିଛନ୍ତି।

ପ୍ରତିନିଧିମଣ୍ଡଳର ସ୍ତରର ବାର୍ତ୍ତା ସମୟରେ, ରାଜନାଥ ସିଂ ଏହି ବିଷୟ ଉପରେ ଆଲୋକପାତ କରିଛନ୍ତି ଯେ ଭାରତ-ଜାପାନ ଦ୍ଵିପାକ୍ଷିକ ରକ୍ଷା ଅଭ୍ୟାସ ଉଭୟ ଦେଶ ମଧ୍ୟରେ ରକ୍ଷା ସହଯୋଗକୁ ଆହୁରି ଦୃଢ଼ କରିବାର ପ୍ରମାଣ ଅଟେ। ଉଭୟ ମନ୍ତ୍ରୀ ‘ଧର୍ମ ଗାର୍ଡିଆନ୍’, ‘ଜିମେକ୍ସ’ ଓ ‘ମାଲବାର’ ସହିତ ଦ୍ବିପାକ୍ଷୀୟ ଏବଂ ବହୁପକ୍ଷୀୟ ଅଭ୍ୟାସକୁ ଜାରି ରଖିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେ ଚଳିତ ବର୍ଷ ମାର୍ଚ୍ଚରେ ଅଭ୍ୟାସ ‘ମିଳନ’ ସମୟରେ  ଯୋଗାଣ ଓ ସେବା ରାଜିନାମାର ପାରସ୍ପରିକ ବ୍ୟବସ୍ଥା ସଞ୍ଚାଳନର ସ୍ବାଗତ କରିଛନ୍ତି। ଉଭୟ ମନ୍ତ୍ରୀ ଏହି ବିଷୟରେ ସହମତି ପ୍ରକାଶ କରିଛନ୍ତି ଯେ ଉଦ୍‌ଘାଟନୀ ଫାଇଟର ଏକ୍ସରସାଇଜ୍ ର ଶୀଘ୍ର ଆୟୋଜନ ଉଭୟ ଦେଶର ବାୟୁ ସେନାଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପାରସ୍ପରିକ ପରିଚାଳନାର ମାର୍ଗକୁ ପ୍ରଶସ୍ତ କରିବ।

ରକ୍ଷା ମନ୍ତ୍ରୀ ରକ୍ଷା ଉପକରଣ ଏବଂ ପ୍ରଯୁକ୍ତି ସହଯୋଗ କ୍ଷେତ୍ରରେ ସହଯୋଗର ପରିସରକୁ ବିସ୍ତାର କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ ଜାପାନୀ ଉଦ୍ୟୋଗକୁ ଭାରତର ରକ୍ଷା କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି ଯେଉଁଠାରେ ଭାରତ ସରକାରଙ୍କ ଦ୍ବାରା ରକ୍ଷା ଉଦ୍ୟୋଗର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି।

ଚଳିତ ବର୍ଷ ଭାରତ ଓ ଜାପାନ ମଧ୍ୟରେ ରାଜନୈତିକ ସମ୍ବନ୍ଧର 70 ବର୍ଷ ପୂରଣ ହେଉଛି। ଦୁଇଟି ମଜବୁତ୍ ଗଣତାନ୍ତ୍ରିକ ଦେଶ ଭାବରେ ଉଭୟ ଦେଶ ଏକ ବିଶେଷ କୌଶଳଗତ ଏବଂ ବିଶ୍ଵ ସହଭାଗୀତା ପାଇଁ ପ୍ରଚେଷ୍ଟାରତ ରହିଛନ୍ତି।

07 ସେପ୍ଟେମ୍ବର 2022 ର ରାତିରେ ଟୋକିଓ ପହଞ୍ଚିବା ପରେ, ଶ୍ରୀ ରାଜନାଥ ସିଂ ଜାପାନର ଆତ୍ମରକ୍ଷା ବଳର କର୍ମଚାରୀ, ଯେଉଁମାନେ ଡ୍ୟୁଟି ସମୟରେ ନିଜର ପ୍ରାଣର ଆହୁତି ପ୍ରଦାନ କରିଛନ୍ତି, ତାଙ୍କୁ ସମର୍ପିତ ଏକ ସ୍ମାରକରେ ମାଲ୍ୟାର୍ପଣ କରି ଦିନକୁ ଆରମ୍ଭ କରିଛନ୍ତି। ଏହି ସ୍ମାରକ ରକ୍ଷା ମନ୍ତ୍ରଣାଳୟ ଜାପାନରେ ରହିଛି। ଜାପାନୀ ରକ୍ଷା ମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷୀୟ ବୈଠକ ପୂର୍ବରୁ ତାଙ୍କୁ ଔପଚାରିକ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି।

ରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଡା. ଏସ. ଜୟଶଙ୍କରଙ୍କ ସହିତ ଆଜି ଦ୍ଵିତୀୟ ଭାରତ-ଜାପାନ 2+2 ମନ୍ତ୍ରୀସ୍ତରୀୟ ବାର୍ତ୍ତାରେ ଭାଗ ନେବେ। ଜାପାନୀ ପକ୍ଷର ପ୍ରତିନିଧିତ୍ଵ ରକ୍ଷା ମନ୍ତ୍ରୀ ଶ୍ରୀ ୟାସୁକାଜୁ ହମାଦା ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ଶ୍ରୀ ୟୋସିମାସା ହୟାସି କରିବେ। 2+2 ବାର୍ତ୍ତା ସମସ୍ତ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗର ସମୀକ୍ଷା କରିବ ଏବଂ ଭବିଷ୍ୟତର ମାର୍ଗ ନିର୍ଦ୍ଧାରିତ କରିବ।