Author: Samikhsya Bureau

ରାଶିଫଳ: କୌଣସି କାମ ପାଇଁ ଘର ବାହାରେ ପଚରାଉଚରା କରିବେ। ଆପଣଙ୍କ ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ, ଚେଷ୍ଟା ଜାରି ରଖନ୍ତୁ। ଖୁସି ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ। ଏହି ତିନୋଟି ରାଶି ହେଲା ତୂଳା, ମକର ଏବଂ କୁମ୍ଭ ରାଶି। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ କରିବ। ଚିନ୍ତିତ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ସମସ୍ୟାର ମୁକାବିଲା କରି ଆପଣ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ। ଶିକ୍ଷା ଏବଂ ଜ୍ଞାନ ବୃଦ୍ଧି ପାଇବ। ଅସମାପ୍ତ କାର୍ଯ୍ୟଗୁଡ଼ିକ ସମାପ୍ତି ହେବ। ସମ୍ପତ୍ତି କାର୍ଯ୍ୟ ପାଇଁ ଉପକୃତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ବେକାରୀ ଦୂର ହେବ। ଭ୍ରମଣ, ଚାକିରି ଏବଂ ବିନିଯୋଗ ଲାଭଦାୟକ ହେବ। ବ୍ୟବସାୟରେ କର୍ମଚାରୀମାନଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ସକାଳୁ ଏକ ଭଲ ଖବର ପାଇବେ।

Read More

ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ସ୍ୱାସ୍ଥ୍ୟ ପ୍ରତି…

Read More

ଖୋର୍ଦ୍ଧା: ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ଖୋର୍ଦ୍ଧା ସହରସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ ପ୍ରେକ୍ଷାଳୟରେ ପାଳିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନସାଧାରଣ ମାନଙ୍କୁ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଥିବା ସଂକଳ୍ପକୁ ଆଜିର ଦିନଟି ମନେ ପକେଇ ଦେଇଥାଏ। ସହରବାସୀଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସହର ସୌଦର୍ଯ୍ୟକରଣ ଭଳି ସୁବିଧା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ। ୫-ଟି ମାଧ୍ୟମରେ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ। ପାର୍କ, ପୋଖରୀ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଭାରତ ଇତିହାସରେ ସ୍ବତନ୍ତ୍ର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବାସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ ଏବଂ କର୍ମଚାରୀମାନେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ଜରାଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଭିନ୍ନ ୱାର୍ଡରେ ୭ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୨ ଗୋଟି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମଧ୍ୟାହ୍ନରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ…

Read More

ନୂଆଦିଲ୍ଲୀ: ନିଜ ଚ୍ୟାଟର ଫ୍ଲାଇଟରେ ଗଲା ବେଳେ ହଠାତ ବିଶ୍ବର ପ୍ରମୁଖ ଶିଳ୍ପପତି ଅନୀଲ ଅଗ୍ରଲାୱାଙ୍କ ନିକଟଙ୍କୁ ଜଣେ ଯୁବତୀ ଆସିଲେ। ବେଶ ଭୂଷାରୁ ଜଣାପଡୁଥିଲା ସେ ଜଣେ ପାଇଲଟ। ଯୁବତୀ ଜଣଙ୍କ ଅନୀଲ ଅଗ୍ରୱାଲାଙ୍କ ନିକଟକୁ ଆସି ନିଜର ପରିଚୟ ଦେଲା। ସେ କହିଲା ସାରେ ମୋ ନାମ ହେଉଛି ନେହା କାପୁର। ମୁଁ ଆପଣଙ୍କ କ୍ରାଏନ ବେଦାନ୍ତରେ କାମ କରୁଥିଲି। ଏବେ ଭଲ ପୋଜିସନରେ ଆଉ ଏକ କଂପାନୀରେ ଅଛି। ଏହା ଶୁଣି ଶିଳ୍ପପତି ଅନୀଲ ଅଗ୍ରୱାଲା ବେଶ୍ ଖୁସି ପ୍ରକଟ କଲେ। ନେହାଙ୍କୁ କହିଲେ ତୁମକୁ ଧନ୍ୟବାଦ। କାରଣ ତୁମେ ଆମର କଂପାନୀରେ କାମ କରି ଆଜି ଉଚ୍ଚ ସ୍ଥାନକୁ ଉନ୍ନତି ହୋଇପାରିଛ। ଏ କଥା ନିଜେ ଅନୀଲ ଅଗ୍ରୱାଲା ନିଜ ସାମାଜିକ ଗଣ ମାଧ୍ୟମରେ ଲେଖି ଜଣାଛନ୍ତି। ସେ କହିଛନ୍ତି ଯେ ଆଜି ଭାରତର ଯୁବତୀମାନେ ବେଶ୍ ଆଗକୁ ଅଗ୍ରଗତି କରି ପାରିଛନ୍ତି। ସେ କହିଛନ୍ତି…

Read More

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ। ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ। ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚଣା…

Read More

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ। ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ।…

Read More

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି। ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏହା ଜଙ୍ଗଲ, ବନ୍ୟ ପ୍ରାଣୀ, ପରିବେଶ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ କରିଡର ପୁନରୁଦ୍ଧାର ଓ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ବୟ ତଥା ସହଯୋଗକୁ ସୁଦୃଢ଼ କରିବ। ଦୁଇ ଦେଶ ଏହି କ୍ଷେତ୍ରରେ ପରସ୍ପର ସହ ଜ୍ଞାନ ଓ ଶ୍ରେଷ୍ଠ ପଦ୍ଧତିର ବିନିମୟ କରିବା ଲାଗି ସକ୍ଷମ ହୋଇପାରିବେ। ଏହି ଏମଓୟୁ ସ୍ବାକ୍ଷରିତ ହେବା ଦ୍ବାରା ଜଙ୍ଗଲ, ବନ୍ୟପ୍ରାଣୀ, ଜୈବ ବିବିଧତା ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମେତ କରିଡର ସଂରକ୍ଷଣ ଏବଂ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ…

Read More

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।” ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ। ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା।

Read More

ଭୁବନେଶ୍ୱର: ଆଜିଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ମେକ ଇନ ଓଡିଶା କନକ୍ଲେଭରେ ବିଭିନ୍ନ ଦେଶରୁ କିପରି ଅଧିକ ପୁଞ୍ଜି ଓଡ଼ିଶାକୁ ଆସିବ ତାହା ଉପରେ ଗୁରୁତ୍ବ ଦେବେ। ତେବେ ରାଜ୍ୟ ସରକାର ସିଙ୍ଗିଲ ଓ୍ବିଣ୍ଡୋ ଜରିଆରେ ଜମି, ବିଜୁଳି, ପାଣି ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ନିବେଶକଙ୍କୁ ବୁଝାଇ କହିବେ ନବୀନ । ଅପରପକ୍ଷେ କରୋନା କାରଣରୁ ଦୁଇ ବର୍ଷ ପରେ ଏହି କନକ୍ଲେଭ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବ ‘ମେକ ଇନ ଓଡ଼ିଶା କନକ୍ଲେଭ’। ଏଥିସହିତ ମୁଖ୍ୟମନ୍ତ୍ରୀ ଆସନ୍ତା ଚାରି ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ତରଫରୁ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧ରୁ ଦୁଇଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସେ ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର‌୍ୟ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। କୋଚିରେ ପ୍ରଧାନମନ୍ତ୍ରୀ ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ…

Read More

ଭୁବନେଶ୍ବର: ବର୍ତ୍ତମାନ କିଛି ଦନ ଧରି ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାରେ ଲାଗିଛି। ଦିନ ଦଶଟା ବେଳକୁ ବାହାରେ ବୁଲିଲେ ମୁହଁରୁ ଝାଳ ବାହାରି ପଡୁଛି। ଏହାର କାରଣ ହେଲା ବର୍ତ୍ତମାନ କିଛିଦିନ ଧରି ମୌସୁମୀ ବାୟୁ ଦୁର୍ବଳ ହୋଇପଡିଛି। ଫଳରେ ଏହାର ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଠାନ୍ତ ମୂଳକ ବୃଦ୍ଧି ଘଟିଛି। 10ଟି ସହରରେ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ସର୍ବାଧିକ 36.2°C, ମାଲକାନଗିରି ରେ 36°C ଏବଂ ରାଜଧାନୀ ଭୁବନେଶ୍ୱର ରେ 35.6°C ଦିନ ତାପମାତ୍ରା ରେକର୍ଡ କରାଯାଇଛ। ମୁଖ୍ୟତଃ ଦିନର ତାପମାତ୍ରା ଅଧିକ ହେବା ତଥା ଉଚ୍ଚ ଆଦ୍ରତା ଯୋଗୁ ଗୁଳୁଗୁଳି ଜାରି ରହିଛି।

Read More

ମୁମ୍ବାଇ: ପ୍ରତି ବର୍ଷ ଏହି ସମୟରେ ମୁମ୍ବାଇ ସହର ଅତ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି। କାରଣ ସାରା ଭାରତରେ ଯେତେ ଗଣେଷ ପୂଜା ହୁଏ ମୁମ୍ବାଇରେ ତାହା ଭିନ୍ନ। ବହୁ ପ୍ରାଚୀନ ସମୟରୁ ମୁମ୍ବାଇ ନଗରୀ, ଗଣେଷ ପୂଜା ପାଇଁ ପ୍ରସିଦ୍ଧ ଅର୍ଜନ କରିଛି। ସେଥିପାଇଁ ଚଳିତ ବର୍ଷ ମୁମ୍ବାଇ ନଗରୀ ବେଶ ଧୂମଧାମରେ ଗଣେଷ ପୂଜାର ଆୟୋଜନ କରିଛି। ଗତ ଦୁଇବର୍ଷ ଧରି କରୋନା ପାଇଁ ଗଣେଷ ପୂଜା ଠିକରେ ହୋଇପାରି ନ ଥିଲା। ସେଥିପାଇଁ ଚଳିତ ବର୍ଷ ଫୁଲ ଦମରେ ଏବଂ ଭକ୍ତିପୂତ ଭାବରେ ଏହି ପୂଜା କରିବା ପାଇଁ ମୁମ୍ବାଇର ସମସ୍ତ ପୂଜା ପେଣ୍ଡାଲ ତତ୍ପର ହୋଇ ଉଠିଛନ୍ତି। ଭଳିକ ଭଳିକି ତୋରଣ ଓ ମେଢର ଆକର୍ଷଣରେ ମୁମ୍ବାଇର ଚେହେରା ପୁରା ବଦଳି ଯାଇଛି। ତେବେ ଏହି ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ମୁମ୍ବାଇର ଅନ୍ଧେରୀଚା ରାଜା ଗଣେଷ ପେଣ୍ଡାଲ ଭକ୍ତମାନଙ୍କ ପାଇଁ ଡ୍ରେସ…

Read More

ପୁରୀ: ବିଘ୍ନ ହରତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ତାଙ୍କୁ ନିଜ ବାଲୁକା କଳା ରେ ସ୍ଥାପନା କରି ସାରା ପୃଥିବୀ ରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ହେବା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱ ରେ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଛି ସମସ୍ତ ଦେଶ ମଧ୍ୟ ରେ ବନ୍ଧୁତ୍ୱ ର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶ ଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ “World Peace” ର ବାର୍ତ୍ତା…

Read More

ଭୁବନେଶ୍ବର: ଆଜି ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠିଛି। କାରଣ ଦୁଇବର୍ଷ ଧରି କରୋନା ପାଇଁ ପୂଜା ଠିକରେ ହୋଇପାରି ନ ଥିବା ବେଳେ ଏଥର ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶ କରିବେ। ଏହି ପବିତ୍ର ଦିନ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।’

Read More

ଭୁବନେଶ୍ବର:  ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ…

Read More

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ। ଆଜି ପ୍ରଭୃ ବିଘ୍ନ ବିନାସନ ଗଣପତି ବାବାଙ୍କ ପୂଜା ଅନୁଷ୍ଠିତ ହେଉଛି। ସୁଉଚ୍ଚ ତୋରଣମାନ ନିର୍ମାଣ କରାଯାଇ ପ୍ରଭୃଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ସେହିପରି ସମସ୍ତେ ଘରେଘରେ ମଧ୍ୟ ପ୍ରଭୃଙ୍କ ପୂଜା କରିଥାନ୍ତି। ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭ କାମନା ପ୍ରଦାନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭ କାମନା, ଗଣପତିବାବା ମୋରିଆ ବୋଲି ଉଲ୍ଲେଖ କରିଛନ୍ତି। ସେ ସଂସ୍କୃତର ଏକ ଗଣେଷ ବନ୍ଦନାକୁ ମଧ୍ୟ ଉପସ୍ଥାପିତ କରିଛନ୍ତି।

Read More

ଭୁବନେଶ୍ବର: ହିନ୍ଦୁ ଧର୍ମର ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ବୁଧବାର ଦିନ ଭଗବାନ ଗଣେଶଙ୍କ ପାଇଁ ବିଶେଷ ଉତ୍ସର୍ଗୀକୃତ। ଭଗବାନ ଗଣେଶ ଏହି ଦିନ ରୀତିନୀତି ଅନୁଯାୟୀ ପୂଜାରେ ସନ୍ତୁଷ୍ଟ ହୁଅନ୍ତି। ଏହା ସହିତ ଆଜି  ଗଣେଶ ଚତୁର୍ଥୀ। ଆଜି ସମଗ୍ର ଦେଶରେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ତେଣୁ ଆଜିର ଦିନଟି ବିଘ୍ନହର୍ତ୍ତାଙ୍କ ପୂଜା ପାଇଁ ସର୍ବୋତ୍ତମ ଯୋଗ ରହିଛି। ଦୟାକରି ଆଜି ଏହି ମନ୍ତ୍ରଗୁଡ଼ିକ ପଢି ବିଘ୍ନହର୍ତ୍ତାଙ୍କ ଆଶିଷ ଲାଭ କରନ୍ତୁ। ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟା ଧିମହି ତନ୍ନୋ ବୁଦ୍ଧି ପ୍ରଚୋଦୟତ। ଓଁ ଗ୍ଲାମ ଗୌରୀ ପୁତ୍ର, ବକ୍ରତୁଣ୍ଡ, ଗଣପତି ଗୁରୁ ଗଣେଶ। ଗ୍ଲାମ ଗଣପତି, ରିଦ୍ଧି ପତି, ସିଦ୍ଧି ପତି। କରୋ ଦୂର କ୍ଲେଶ .. ଓଁ ନମୋ ଗଣପତୟେ କୁବେର ୟେକଦ୍ରିକୋ ଫଟ୍ ସ୍ଵାହା। ଦୂର୍ବା ଅର୍ପିତ କରତେ ହୁଏ ମନ୍ତ୍ର ବୋଲେ, ‘ଇଦମ ଦୂର୍ବାଦଳମ୍ ଓମ୍ ଗମ୍…

Read More

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ତରଫରୁ ଦିଆଯାଇଥିବା ଗାଡ଼ି ପାର୍କିଂ ମହାଘୋଟାଲାର କ୍ରାଇମବ୍ରାଞ୍ଚ ଓ ଇଡ଼ି ତଦନ୍ତ ଦାବିରେ ଅଲ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗି ମହାସଂଘର ବହୁ କିନ୍ନର ବିଏମ୍‌ସି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଟିଜି ସ୍ୱୀକୃତି ଓ ପରିଚୟ ନାମକ ଏସ୍‌ଏଚ୍‌ଜିକୁ ଭୁବନେଶ୍ୱରର ଏଜି ଛକରୁ ରାଜମହଲ ଛକ (ୟୁନିଟ୍‌-୨) ଓ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ, ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ଓ ମାଷ୍ଟର କ୍ୟାଣ୍ଟିନରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଯେଉଁ ତିନୋଟି କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ଗାଡ଼ି ପାର୍କିଂ ଷ୍ଟାଣ୍ଡରୁ ଅର୍ଥ ଆଦାୟ ପାଇଁ କିନ୍ନରମାନଙ୍କୁ ନିୟୋଜିତ ନକରି କିଛି ଅସାଧୁ ଯୁବକ ଏବଂ ଯୁବତୀଙ୍କୁ ନିୟୋଜିତ…

Read More

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ମଙ୍ଗଳବାର ଦିନ ଈଶ୍ବର ଚନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସପତ୍ନୀକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଈଶ୍ବର ଚନ୍ଦ୍ର ଲେଖିଥିବା ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଉପହାର ଦେଇଥିଲେ। ତାଙ୍କ ସାଥୀରେ ଥିଲେ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି…

Read More