ଗୋରଖପୁର: ଗୋରଖପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷଙ୍କ ପୁଅ ଓ ଝିଅ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏକ ଛୋଟ ପ୍ରସଙ୍ଗରେ ଝଗଡା ପରେ ଦୁହେଁ ଏହି ଆତ୍ମହତ୍ୟା ପଦକ୍ଷେପ ନେଇଛନ୍ତି। ଏହି ଘଟଣା ପରେ ପରିବାରରେ ଉତ୍ତେଜନା ଦେଖାଦେଇଛି। ଖଜନୀ ପୋଲିସ ଷ୍ଟେସନ ପରିସରରେ ରାମପୁର ମଲୋଲି ନିବାସୀ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ଛୋଟେଲାଲ ମୌର୍ଯ୍ୟଙ୍କ ପୁଅ ଓ ଝିଅର ମୃତଦେହ ଶୁକ୍ରବାର ଦିନ ଘରରେ ଝୁଳୁଥିବା ଦେଖିବାକୁ ମିଳିଛି। ପିପରୋଲି ବ୍ଲକର ଖଜ୍ନି ପୋଲିସ ଷ୍ଟେସନ ଅଧୀନରେ ଥିବା ରାମପୁର ମଲୋଲି ଗାଁର ବାସିନ୍ଦା ଛୋଟେଲାଲ ମୌର୍ଯ୍ୟ ବର୍ତ୍ତମାନ ଜିଲ୍ଲା ଉପାଧ୍ୟକ୍ଷ ତଥା ଜିଲ୍ଲା ପଞ୍ଚାୟତ ସଦସ୍ୟ। ଶୁକ୍ରବାର ଦିନ ପରିବାର ଘର ଭିତରକୁ ଗଲାବେଳେ ୨୩ ବର୍ଷିୟା ଝିଅ ପୁନମ ଏବଂ ୨୦ ବର୍ଷର ପୁଅ ସୋନୁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଦୁହେଁ ରଶିରେ ଝୁଲୁଥିବା…
Author: Samikhsya Bureau
ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ଶୁକ୍ରବାର ଦିନ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ନେଇ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ସମୟରେ ତାଙ୍କୁ ଏଭଳି କରିବା ଉଚିତ ନୁହେଁ। ଆଜାଦ ଶୁକ୍ରବାର ଦିନ ସମସ୍ତ ପାର୍ଟି ପଦରୁ ଇସ୍ତଫା ଦେଇଛନ୍ତି। ଅବଦୁଲ୍ଲା ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଏଥିପାଇଁ ଦୁଃଖିତ। ଗୁଲାମ ନବୀ ତାଙ୍କର ପୁରା ଜୀବନ କଂଗ୍ରେସକୁ ଦେଇଥିଲେ। ସେ କଲେଜ ଦିନରୁ ଏହା ପାଇଁ କାମ କରିଥିଲେ। ସେ କଂଗ୍ରେସରେ ଶୀର୍ଷ ସ୍ତର ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ। ସେ ଅନେକ ସରକାରରେ ମନ୍ତ୍ରୀ, କାର୍ଯ୍ୟ କମିଟିର ସଦସ୍ୟ, ସାଧାରଣ ସମ୍ପାଦକ ଥିଲେ। ସେ କଂଗ୍ରେସ ଦଳର ଏକ ସ୍ତମ୍ଭ ଥିଲେ। ସେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ପରିବାରର ସଦସ୍ୟ ପରି ଥିଲେ। ଅବଦୁଲ୍ଲା କହିଛନ୍ତି ଯେ, କଂଗ୍ରେସର କଠିନ ସମୟରେ ଆଜାଦ ଦଳ ଛାଡିବା ଭଲ କଥା…
ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଲିତ ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ୪୯ ତମ ବ୍ୟକ୍ତି ଜଷ୍ଟିସ୍ ଲଲିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରହିବ।
ସୋପୋର: ଉତ୍ତର କାଶ୍ମୀରର ସୋପୋରରେ ଲଶ୍କର-ଏ-ତୋଇବା (ଲେଟି) ଆତଙ୍କବାଦୀ ସଂଗଠନର ତିନିଜଣ ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁଏସ୍) ଗିରଫ କରିଥିବା ଜମ୍ମୁ କାଶ୍ମୀର ପୋଲିସ ଶୁକ୍ରବାର ଦିନ ଦାବି କରିଛି। ଶୁକ୍ରବାର ସନ୍ଧ୍ୟାରେ ବୋମାଇ ପୋଲିସ ଷ୍ଟେସନ ପରିସରରେ ଥିବା ୨୨ ରାଷ୍ଟ୍ରିୟ ରାଇଫଲ୍ସ (ଆରଆର) ଏବଂ ୧୭୯ ବିଏନ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ସମେତ ସୁରକ୍ଷା ବାହିନୀ ସହିତ ମିଳିତ ଅପରେସନରେ ଏହି ଗିରଫ କରାଯାଇଛି। ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀମାନେ ଶାରିକ୍ ଆଶ୍ରାଫ୍, ସାକଲେନ୍ ମୁସ୍ତାକ୍ ଏବଂ ତୌଫିକ୍ ହାସନ ଶେଖ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ଯାଞ୍ଚ ବେଳେ ଗୋରିପୁରାରୁ ବୋମାଇ ଅଭିମୁଖେ ଆସୁଥିବା ତିନିଜଣଙ୍କର ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରାଯାଇଥିଲା ଏବଂ ପରେ ସେମାନଙ୍କୁ ଅଟକିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁରକ୍ଷା ବାହିନୀ ଚତୁରତାର ସହ ସେମାନଙ୍କୁ ଧରି ନେଇଥିଲେ। ସନ୍ଧାନରେ ତାଙ୍କ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୬ ବରଗଡ ଜିଲ୍ଲାରୁ- ୯ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧୧ ବୌଦ୍ଧ ଜିଲ୍ଲାରୁ- ୧୨ କଟକ ଜିଲ୍ଲାରୁ- ୨୫ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୪ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୮ କନ୍ଧମାଳ ଜିଲ୍ଲାରୁ- ୭ କେନ୍ଦୁଝର ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୬୦ କୋରାପୁଟ ଜିଲ୍ଲାରୁ- ୪ ମୟୂରଭଞ୍ଜ ଜିଲ୍ଲାରୁ- ୬ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସର୍ବେଶ୍ୱର ପ୍ରଧାନ (୩୯)। ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ। ଉକ୍ତ ଚଢ଼ାଉର ନେତୃତ୍ୱ ନେଇଥିଲେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ। ଶ୍ରୀ ପ୍ରଧାନଙ୍କ କହିବା କଥା ସର୍ବେଶ୍ୱରଙ୍କ ଉପରେ ଦୀର୍ଘ ୧୫ ଦିନ ଧରି ଅବକାରୀ ବିଭାଗ ନଜର ରଖିଥିବା ବେଳେ ପରିଶେଷରେ…
ନୂଆଦିଲ୍ଲୀ: ଆଜିଠାରୁ ଏସିଆ କପ୍-୨୦୨୨ ଆରମ୍ଭ ହେବ। ଭାରତ ଏବଂ ପାକିସ୍ଥାନର ଦଳ ଅଗଷ୍ଟ ୨୮ ତାରିଖରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏଥି ସହିତ ସେପ୍ଟେମ୍ବର ୧୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଏସିଆ କପ୍ ୨୦୨୨ର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରାୟ ୪ ବର୍ଷ ପରେ ଏସିଆ କପ୍ ଆୟୋଜିତ ହେଉଛି। ଏହାପୂର୍ବରୁ ୨୦୧୮ ମସିହାରେ ଏସିଆ କପ୍ ଖେଳାଯାଇଥିଲା। ଟି -୨୦ ଫର୍ମାଟରେ ଖେଳାଯିବ ମ୍ୟାଚ୍: ଏସିଆ କପ୍ ୨୦୨୨ର ମ୍ୟାଚ୍ ଟି -୨୦ ଫର୍ମାଟରେ ଖେଳାଯିବ। ତେବେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ବାସ୍ତବରେ, ସେହି ବର୍ଷ ଟି -୨୦ ବିଶ୍ୱକପ୍ ଆୟୋଜନ କରାଯାଉଥିଲା, ଯେଉଁ କାରଣରୁ ୨୦୧୬ ଏସିଆ କପ୍ ଟି -୨୦ ଫର୍ମାଟରେ ଖେଳାଯାଇଥିଲା। ଏଥି ସହିତ, ଚଳିତ ବର୍ଷ ମଧ୍ୟ ଟି -୨୦…
ନୂଆଦିଲ୍ଲୀ: ଭାରତରେ ୨୧୧ କୋଟିରୁ ଅଧିକ କୋଭିଡ ଟିକା ଲୋକଙ୍କୁ ଦିଆଯିବା ସହିତ ଦେଶ ଟିକାକରଣ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏ ସମ୍ପର୍କରେ ସୂଚନାଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟାତ୍ମକ ଓ ପ୍ରଗତିଶୀଳ ନେତୃତ୍ୱ ବଳରେ ଦେଶର ମିଳିତ ଇଚ୍ଛାଶକ୍ତି ଦ୍ୱାରା ଜନ ଭାଗିଦାରୀ ମାଧ୍ୟମରେ ଭାରତ ଏହି ସଫଳତା ଅର୍ଜନ କରିଛି । ୨୦୨୨ ଜୁଲାଇ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ରେ କହିଥିଲେ ଯେ, “କୋଭିଡ-୧୯ର ମୁକାବିଲାରେ ଟିକାଦାନ ଏକ ସଫଳ ମାଧ୍ୟମ। ଆଜିର କ୍ୟାବିନେଟ ନିଷ୍ପତ୍ତି ଭାରତର ଟିକାକରଣ ପ୍ରକ୍ରିୟାକୁ ବଢାଇବା ସହିତ ଏକ ସୁସ୍ଥ ଭାରତ ଗଠନର ସହାୟକ ହେବ।” “କୋଭିଡ ଟିକାକରଣ ଅମୃତ ମହୋତ୍ସବ” ଦେଶରେ ୨୦୨୨ ଜୁଲାଇ ୧୫ତାରିଖରେ ଆରମ୍ଭ ହୋଇଥିଲା। ଜାତୀୟ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସଫଳ କରିବା…
ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକତା ବୃତ୍ତି ପ୍ରତି ଶ୍ରୀ ନାୟକଙ୍କର ନିଷ୍ଠା ଓ ସାମାଜିକ କର୍ତ୍ତବ୍ୟବୋଧର ଉଚ୍ଚପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ନିମାପଡ଼ା ତଥା ସମଗ୍ର ରାଜ୍ୟ…
ଦିଲ୍ଲୀ: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଟିବି ବିଭାଗ ୨୪ ଅଗଷ୍ଟରେ ରାଷ୍ଟ୍ରୀୟ ଜନଜାତି ଅନୁସନ୍ଧାନ ସଂସ୍ଥାନ (ଏନ୍ଟିଆର୍ଆଇ) , ନୂଆ ଦିଲ୍ଲୀରେ ‘ଜନଜାତି ଟିବି ପଦକ୍ଷେପ’ ଅଧୀନରେ ୧୦୦ ଦିବସୀୟ ଆଶ୍ୱାସନ ଅଭିଯାନର ବିଶେଷତା ଗୁଡିକୁ ପ୍ରଚାର କରିବା ନିମନ୍ତେ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରିଥିଲେ। ‘ଜନଜାତି ଟିବି ପଦକ୍ଷେପ’ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କେନ୍ଦ୍ରୀୟ ଟିବି ପ୍ରଭାଗର ଏକ ମିଳିତ ପଦକ୍ଷେପ ଅଟେ। ୟୁଏସ୍ଏଆଇଡି ଏହାର ବୈଷୟିକ ଭାଗିଦାର ଏବଂ ପିରାମଲ୍ ସ୍ୱାସ୍ଥ୍ୟ କାର୍ଯ୍ୟାନ୍ୱୟନ ଭାଗିଦାର ଅଟନ୍ତି। ଜନଜାତି ଟିବି ପଦକ୍ଷେପର ପରିସରରେ ଭାରତର ୧୭୪ ଜନଜାତି ଜିଲ୍ଲା ଗୁଡିକରେ ଟିବିର ସକ୍ରିୟ ମାମଲା ଗୁଡିକ ସମ୍ପର୍କରେ ଜାଣିବା ପାଇଁ ଆଶ୍ୱାସନ ଅଭିଯାନ ଏହି ବର୍ଷ ୭ ଜାନୁଆରୀରୁ ଆରମ୍ଭ କରା ଯାଇଥିଲା। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଏହାର ଶୁଭାରମ୍ଭ କରା ଯାଇଥିଲା। ଏହି ପଦକ୍ଷେପ…
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କର ଦରମା, ପେନ୍ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଆସିଥିଲା। ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଏକ ୧୧ ଜଣିଆ ପରାମର୍ଶଦାତା କମିଟି ଗଠନ କରିଥିଲେ। ଗତକାଲି ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକମାନଙ୍କର ପେନ୍ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବାବଦରେ ଆଲୋଚନା ହୋଇଛି। ପରବର୍ତ୍ତୀ ବୈଠକରେ ସଂସଦୀୟ ବ୍ୟାପାର ବିଭାଗକୁ ସଂଶ୍ଳିଷ୍ଟ କରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ଏବଂ ଆବଶ୍ୟକ ସ୍ଥଳେ କମିଟି ଅନ୍ୟାନ୍ୟ ରାଜ୍ୟର ବିଧାନସଭା ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କୁ ମିଳୁଥିବା ଦରମା, ପେନ୍ସନ୍ ଏବଂ…
ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି। ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କର ସତ୍ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି। କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସଂଘଠିତ ହେଉଥିବା ବନ୍ୟା ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖି ଥିଲେ ଓ…
ଭୁବନେଶ୍ୱର: ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍କୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ଼୍ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷାକରି ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡି.ଏଫ୍.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…
ଚାଣକ୍ୟ ନୀତି: ଏକ ଭଲ ଜୀବନଯାପନ କରିବା ପାଇଁ ଟଙ୍କା ଅତ୍ୟନ୍ତ ଆବଶ୍ୟକ। ଆମର ପୂର୍ବପୁରୁଷ, ଶାସ୍ତ୍ର ଏବଂ ଚାଣକ୍ୟ ମଧ୍ୟ ଧନ ସଂଗ୍ରହ କରିବାକୁ ପରାମର୍ଶ ଦିଅନ୍ତି, ଯାହା ଦ୍ଵାରା ସେମାନେ ସଙ୍କଟ ସମୟରେ ବିଚଳିତ ହେବେ ନାହିଁ। ଅର୍ଥ ସମ୍ବନ୍ଧରେ ଚାଣକ୍ୟ ନୀତିରେ ବିସ୍ତୃତ ଭାବରେ ନିଜର ମତ ବାଣ୍ଟିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ଧନ ସଞ୍ଚୟ କରିବା ଭଲ କାର୍ଯ୍ୟ। ହେଲେ ଏମିତି କିଛି ଜିନିଷ ଅଛି, ଯେଉଁଥିରେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେବା ଉଚିତ ନୁହେଁ। ଚାଣକ୍ୟ ଅନୁଯାୟୀ, ୩ଟି ମାମଲାରେ ଟଙ୍କା ଖର୍ଚ୍ଚ କଲେ ଧନ କେବେ ବି ହ୍ରାସ ହୁଏ ନାହିଁ ବରଂ ବୃଦ୍ଧି ପାଇଥାଏ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା: ଚାଣକ୍ୟ କୁହନ୍ତି ଗରିବ, ଅସହାୟ ଏବଂ ଅଭାବୀ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବାକୁ କେବେ କଞ୍ଜୁସୀ କରନ୍ତୁ ନାହିଁ। ଗରିବ ଲୋକଙ୍କୁ ଅନେକ ଉପାୟରେ ସାହାଯ୍ୟ କରାଯାଇପାରିବ।…
ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ । କର୍କଟ- ଯଦି…
ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ଏହି ସମୟରେ ଗୁଲାମ ନବୀ ଆଜାଦ ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସେ ନିଜ ନିର୍ବାଚନମଣ୍ଡଳୀରୁ ନିଜ ଦଳ ଆରମ୍ଭ କରିବାକୁ ଚାହୁଁଛନ୍ତି। କିଛି ଦିନ ପୂର୍ବରୁ ଗୁଲାମ ନବୀ ଆଜାଦ ମଧ୍ୟ ଜମ୍ମୁ କାଶ୍ମୀର କଂଗ୍ରେସ ଅଭିଯାନ କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ଖୁବ ଶୀଘ୍ର କଂଗ୍ରେସକୁ ବିଦାୟ ଦେବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଆଜାଦଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀରରେ ନିର୍ବାଚନ…
ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ କୋଭିଡ ସଂକ୍ରମଣ ସହ ଲଢୁଛନ୍ତି। ଅଗଷ୍ଟ ୨୩ ତାରିଖରେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରି ବିଗ୍ ବି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ, ସେ କୋଭିଡ ପଜିଟିଭ୍ ହୋଇଛନ୍ତି। ଏହା ସହିତ ଅଭିନେତା ସେହି ଲୋକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି, ଯେଉଁମାନେ ଗତ କିଛି ଦିନ ହେବ ଅଭିନେତାଙ୍କୁ ଭେଟିଛନ୍ତି। ସେମାନଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ କହିଛନ୍ତି। ବିଗ୍ ବି ର ଏହି ଟୁଇଟ୍ ପରେ ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ବିଗ୍ ବି ଯେତେ ବ୍ୟସ୍ତ ହୁଅନ୍ତୁ ନା କାହିଁକି, ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ଭୁଲି ନାହାଁନ୍ତି। ଯେତେବେଳେ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କୋଭିଡ ପଜିଟିଭ ହୋଇଥିଲେ ଏବଂ…
ବଲାଙ୍ଗୀର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ବଲାଙ୍ଗୀର ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ବଲାଙ୍ଗୀର ସହରରେ ଏହି ଟ୍ରେଣ୍ଡ୍ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବଲାଙ୍ଗୀର ସହର ଓ ନିକଟବର୍ତ୍ତୀ ଅଂଚଳର ଗ୍ରାହକମାନେ ଏବେ…
ଭୁବନେଶ୍ବର: କେନ୍ଦ୍ର ସାର ଓ ରସାୟନ, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ ସାର କାରଖାନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିବା ସହ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେ ପ୍ରକଳ୍ପ ପରିଚାଳନା ସମୀକ୍ଷା କରିବା ସହିତ ତାଳଚେର ସାର କାରଖାନା ଏବଂ ପିଡିଆଇଏଲର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଜରୁରୀ ସମୀକ୍ଷା ବୈଠକ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସେମାନଙ୍କ ଠାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ସେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟର ଓ ସହାୟକମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କର କାର୍ଯ୍ୟ ଏବଂ ପ୍ରକଳ୍ପର ପ୍ରଗତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଶତାଧିକ ଠିକା ସଫେଇ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯାହାଫଳରେ ଏନଏସି କାର୍ଯ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି। ପରିମଳ ବ୍ୟବସ୍ଥା ନେଇ ସହରର ସ୍ଵଚ୍ଛତା ଓ ବିକଶିତ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହାର ଘୋର ଅନିୟମିତତା ବାଲୁଗାଁ ଏନଏସିରେ ଦେଖିବାକୁ ମିଳୁଛି। ସ୍ଵଚ୍ଛତା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀ ନିୟୋଜିତ କରିଆସୁଛନ୍ତି। ଏପରିକି ଆଧୁନିକିକରଣ ଉପାୟରେ ଲୋକଙ୍କ ଘରୁ ସଫେଇ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ଓଦା ଏବଂ ଶୁଖିଲା ଅଳିଆ ଆବର୍ଜନା ଆଣି ତାହାକୁ ଏକତ୍ର କରି କମ୍ପୋଷ୍ଟ କରିବାପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ଏ ସବୁର ଘୋର ବ୍ୟାଘାତ ସୃଷ୍ଟି ହୋଇଛି ବାଲୁଗାଁ ଏନ୍ଏସିରେ, ଯାହାକି ସିଧାସଳଖ ପ୍ରଭାବ ପଡୁଛି ବାଲୁଗାଁ ବାସିନ୍ଦାଙ୍କ ଉପରେ।…
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ କଙ୍ଗନା ରନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଅଭିନୟ ସର୍ବଦା ପ୍ରଶଂସା ଲାଭ କରେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, କଙ୍ଗନା ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି କାମ କରନ୍ତି, ସେତିକି ତାଙ୍କ ଫିଟନେସ୍ ପାଇଁ ମଧ୍ୟ କାମ କରନ୍ତି। ସେ ତାଙ୍କ ଚଳଚ୍ଚିତ୍ର ‘ପଙ୍ଗା’ ଏବଂ ‘ଥାଲାଇଭି’ ପାଇଁ ବହୁ ଓଜନ ବୃଦ୍ଧି କରିଥିଲେ। କିନ୍ତୁ କଙ୍ଗନା ଯେଉଁ ଗତି ସହିତ ଓଜନ ବଢାଇଥିଲେ, ସେହିଭଳି ଗତିରେ ମଧ୍ୟ ଓଜନ ହ୍ରାସ କରିଥିଲେ। ତଥାପି, କଙ୍ଗନା ରନାୱତ ନିଜର ପୁରୁଣା ରୂପକୁ ଫେରିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ସେ ମାତ୍ର ୧୦ ଦିନରେ ତାଙ୍କର ୫ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। ଓଜନ ହ୍ରାସ କରିବା ପାଇଁ କଙ୍ଗନା ପାଇଲେଟ୍ସ କରିଥିଲେ। ଏହା ସହିତ, ସେ ବ୍ୟାୟାମର ଦ୍ୱିତୀୟ ଫର୍ମରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ…

