Author: Samikhsya Bureau

ନୂଆଦିଲ୍ଲୀ: ତାପମାତ୍ରା ବିନା ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ କେନ୍ଦ୍ର ସରକାର ଖାଇବା ତେଲ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଘୋଷଣାନାମା ପ୍ରକାଶ ପାଇବାର ଛ’ମାସ ମଧ୍ୟରେ, ଅର୍ଥାତ୍ ଆସନ୍ତା ୨୦୨୩ ଜାନୁୟାରୀ ୧୫ତାରିଖ ସୁଦ୍ଧା ନିଜର ଲେବଲ ସଂଶୋଧନ କରି ପ୍ରତି ପ୍ୟାକେଟ, ଟିଣ ବା ବୋତଲରେ ରହୁଥିବା ଖାଇବା ତେଲର ଉଭୟ ପରିମାଣ (ତାପମାତ୍ରା ବିନା) ଓ ଓଜନ ଦର୍ଶାଇବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମ୍ପୃକ୍ତ ପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି। ୨୦୧୧ର ମାପ ଓ ଓଜନ ଆଇନ (ପ୍ୟାକେଟ କରା ସାମଗ୍ରୀ ସଂକ୍ରାନ୍ତ) ଅନୁସାରେ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବରୁ ପ୍ୟାକେଟ ହୋଇଥିବା ସବୁ ସାମଗ୍ରୀର ପ୍ରକୃତ ଓଜନ ଓ ପରିମାଣ ସେହି ପ୍ୟାକେଟର ଲେବଲ ଉପରେ ଲେଖିବା ବାଧ୍ୟତାମୂଳକ। ସେହି ପ୍ୟାକେଟର ଲେବଲ ଉପରେ ଖାଇବା ତେଲର ପରିମାଣ ଓ ଓଜନ…

Read More

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ପାଇଁ ସମସ୍ତ ଦଳର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥି ସହିତ, ସମସ୍ତ ଦଳ ଏହି ଟାଇଟଲ୍ ଜିତିବା ପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି। ସେପଟେ ଭାରତୀୟ ଦଳ ଏସିଆ କପ୍ ପାଇଁ ଏକ ନୂଆ ଜର୍ସି ଜାରି କରିଛି। ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପ୍ ଜର୍ସିରେ ଭାରତୀୟ ଦଳର ଏକ ଫଟୋ ସେୟାର କରିଛନ୍ତି। ଭାରତ ବ୍ୟତୀତ ପାକିସ୍ତାନ ଦଳ ମଧ୍ୟ ଏହାର ନୂଆ ଜର୍ସି ଜାରି କରିଛି। ଭାରତୀୟ ଦଳ ଏସିଆ କପରେ ନୂଆ ଜର୍ସିରେ ଦେଖିବାକୁ ମିଳିବ। ବାସ୍ତବରେ, ଆଇସିସି ଏବଂ ଏସିସିର ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଦଳ ନୂଆ ଜର୍ସିରେ ଦେଖାଯାଏ। ଏହି ଜର୍ସିରେ ଟୁର୍ଣ୍ଣାମେଣ୍ଟର ନାମ ମଧ୍ୟ ଲେଖାଯାଇଛି। ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇନଷ୍ଟାଗ୍ରାମରେ ଏକ କାହାଣୀ ସେୟାର କରି ଟିମ୍ ଇଣ୍ଡିଆର ଏସିଆ କପ୍‌ର…

Read More

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତ କରିଥିଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ। ଏଥିରେ ଶିଳ୍ପ ଏବଂ ଦକ୍ଷତା ବିକାଶ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ ମଧ୍ୟ ସାମିଲ ଥିଲେ। ଏମାନେ ବୁର୍ଲାସ୍ଥିତ ଭିସୁଟ ତଦାରଖ କରିବା ସହିତ ଏହାର ବିକାଶ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷଣା କରିଥିଲେ। ଏହି ଦଳ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଓବିବିସି କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ। ପ୍ରକଳ୍ପ ଅଧିନସ୍ଥ ସମସ୍ତ…

Read More

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟିକ୍ ଟକ୍ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଫୋଗାଟଙ୍କ ସହ ଅଗଷ୍ଟ ୨୨ ତାରିଖରେ ଗୋଆରେ ପହଞ୍ଚିଥିବା ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ବାସିଙ୍କୁ ଗିରଫ କରାଯାଇଛି। ସୁଧୀର ସାଙ୍ଗୱାନ ସୋନାଲି ଫୋଗାଟଙ୍କ ପିଏ ଥିଲେ। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ସୋନାଲିଙ୍କ ଶରୀରରେ ଆଘାତ ଲାଗିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଭିସୁଟ ରାଜ୍ୟର ଏକ ଅଗ୍ରଣୀ ଇଂଜିନିୟରିଂ କଲେ ଭାବେ ସାରା ଦେଶରେ ସୁଖ୍ୟାତି ରହିଛି।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଭିସୁଟ ଯାଇ ବିଶ୍ୱବିଦ୍ୟାଳୟର ଏକାଡେମୀ ବ୍ଲକରେ  ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ପ୍ରେକ୍ଷାଳୟ,…

Read More

ଭୁବନେଶ୍ବର: ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର-ପୁରୀ ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ ମାର୍ଗରେ ଚଳାଚଳ କରାଇ ସୋଗରିଆ ଷ୍ଟେସନ ଠାରେ ରହଣି ଦେବାକୁ ନିଷ୍ପତ୍ତି ନିଆଯାଇଅଛି। 20471 ବିକାନେର-ପୁରୀ ଏକ୍ସପ୍ରେସ ବିକାନେର ଷ୍ଟେସନ ଠାରୁ ଅକ୍ଟୋବର ମାସ 2 ତାରିଖ ଠାରୁ ସୋଗରିଆ ଷ୍ଟେସନ ଠାରେ ସକାଳ 5ଘ.30ମି.ରେ ପହଞ୍ଚି 5ଘ.40ମି. ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ 20472 ପୁରୀ-ବିକାନେର ଏକ୍ସପ୍ରେସ ପୁରୀ ଠାରୁ ଅକ୍ଟୋବର ମାସ 05 ତାରିଖ ଠାରୁ ସୋଗରିଆ ଷ୍ଟେସନ ଠାରେ ପୂର୍ବାହ୍ନ 9ଘ.15ମି.ରେ ପହଞ୍ଚି 9ଘ.25ମି. ରେ ବିକାନେର ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Read More

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ ଜନସେବକ ଭାବେ ଭାରତ ଏକ ବୈଶ୍ୱିକ ଜ୍ଞାନକେନ୍ଦ୍ର, ନବୋନ୍ମୋଷ, ପ୍ରଯୁକ୍ତି ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ କିପରି ପ୍ରତିଷ୍ଠା ଲାଭ କରିବ ତାହା ସୁନିଶ୍ଚିତ କରିବା ନେଇ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥି ସହିତ ଭାରତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ନେଇଥିବା ନେତୃତ୍ୱ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ। ୨୦୪୭ କଥା ଚିନ୍ତା କଲେ ୨୦୨୦ ବ୍ୟାଚର ଅଧିକାରୀମାନେ ସେତେବେଳକୁ ଅତି ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ହୋଇସାରିଥିବେ ବୋଲି କହି ରାଷ୍ଟ୍ରପତି କହିଥିଲେ ଯେ ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ସେମାନେ ଏକ ସମୃଦ୍ଧ, ମଜଭୁତ…

Read More

ଭୁବନେଶ୍ବର: ଅଣ ବିଜେପି ରାଜ୍ୟରେ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ପର୍ବ ଦିଲ୍ଲୀ ଏବଂ ଝାଡଖଣ୍ଡରେ ଆରମ୍ଭ ହୋଇଯାଇଛି। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରୟାସ ଜାରୀ ରଖିଛି ବୋଲି ଖୋଦ ଆମ ଆଦମୀ ପାର୍ଟି କହିଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଭୁଷୁଡି ପଡିଲା। ଏ ସବୁ ଦେଖି ଅଣ ବିଜେପି ରାଜ୍ୟଗୁଡିକର ସରକାର ଭୟଭିତ ହେବାରେ ଲାଗିଛନ୍ତି। ହେଲେ ଏହି ଭୟରୁ ଦୂରେଇ ରହିଛନ୍ତି ଓଡିଶା ଏବଂ ପଶ୍ଚିମବଂଗ ସରକାର। ଏହି ଦୁଇ ରାଜ୍ୟରେ ବିଜେପି ଭାଲୁ ପୁରାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇପାରୁ ନାହିଁ। କାରଣ ହେଲା ଓଡିଶାରେ ନବୀନଙ୍କ ବିନା କୌଣସି ନେତାଙ୍କର ନେତୃତ୍ବ ନେବାର କ୍ଷମତା ନାହିଁ। ସେହିପରି ବଙ୍ଗଳାରେ ମଧ୍ୟ ଦିଦିଙ୍କ କଡା ଆଭିମୁଖ୍ୟକୁ ଭେଦ କରିପାରୁ ନାହିଁ ବିଜେପି ସକ୍ଷମ ହୋଇପାରୁ ନାହିଁ। ତଥାପି ଉଭୟ ମମତା ବାନାର୍ଜି…

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ/ନିଷେଧାଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ (ଏଚ୍ଏସ୍ କୋର୍ଡ ୧୧୦୧) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଭାବ: ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳି ଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ଅଙ୍କୁଶ ଲଗାଇ ପାରିବ ଏବଂ ସମାଜର ସବୁଠାରୁ ଦୁର୍ବଳ ତଥା ଅସୁରକ୍ଷିତ ଶ୍ରେଣୀର ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରିବ। କାର୍ଯ୍ୟାନ୍ୱୟନ: ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ଏହାର ପ୍ରଭାବ ନିମନ୍ତେ ବିଜ୍ଞପ୍ତିି ଜାରି କରିବ। ପୃଷ୍ଠଭୂମି: ରୁଷିଆ ଏବଂ ୟୁକ୍ରେନ୍ ଦେଶ ହେଉଛନ୍ତି ଅଧିକ ଗହମ ରପ୍ତାନୀ କରୁଥିବା ଦେଶ, ଯେଉଁମାନେ କି ବିଶ୍ୱ ଗହମ ବ୍ୟବସାୟର ଏକ ଚତୁର୍ଥାଂଶ ଅଂଶଧନକୁ ନିଜ ଆୟତରେ ରଖିଥାନ୍ତି। ସେହି ଦୁଇ ଦେଶ…

Read More

ଭୁବନେଶ୍ୱର : ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଶ୍ରୀ ସିନ୍‌ ରୁଥ୍‌ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜନୈତିକ ଓ ଅର୍ଥନୈତିକ ବିଶେଷଜ୍ଞ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ଶ୍ରୀ ରୁଥ୍‌ଙ୍କ ସହ ଉପସ୍ଥିତ ଥିଲେ। ଶ୍ରୀ ରୁଥ୍‌ ଏବଂ ତାଙ୍କ ସହଯୋଗୀମାନେ ଶ୍ରୀ ବାଗ୍‌ଚୀଙ୍କ ସହ ଯୁବବର୍ଗଙ୍କ ଦକ୍ଷତା ବିକାଶ ସମେତ ରାଜ୍ୟର ବୃହତ୍ତର ଅର୍ଥନୈତିକ ଓ ରାଜନୈତିକ ବିଷୟ ନେଇ ଦୀର୍ଘ ଏକ ଘଣ୍ଟାକାଳ ଆଲୋଚନା କରିଥିଲେ। ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ବାଗଚୀ ଅତିଥିମାନଙ୍କୁ ଓଡ଼ିଶା ପରିଦର୍ଶନ ନେଇ ଧନ୍ୟବାଦ ଜ୍ଞାପନ କରିବା ସହ ଭବିଷ୍ୟତରେ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ ସହ ସମସ୍ତ ସ୍ତରରେ ଅଧିକ ସହଯୋଗ ଏବଂ ଭାବବିନିମୟ ଜାରି ରହିବ ବୋଲି…

Read More

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଜମ୍ମୁ କାଶ୍ମୀରକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଆଜି ଗୃହ ମନ୍ତ୍ରଣାଳୟରେ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ସେନା ମୁଖ୍ୟ ମନୋଜ ପାଣ୍ଡେ, ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା, ସିଆରପିଏଫ ଡିଡି କୁଲଦୀପ ସିଂ ଯୋଗ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଏଥିରେ ଜମ୍ମୁ-କଶ୍ମୀରର ବିକାଶ କାର୍ଯ୍ୟ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବ। କାଶ୍ମୀର ପଣ୍ଡିତ ତଥା ଅଣ-କାଶ୍ମୀରବାସୀଙ୍କ ଉପରେ ହେଉଥିବା ଟାର୍ଗେଟ କିଲିଂକୁ ନେଇ ଏହି ବୈଠକରେ ମଧ୍ୟ ଆଲୋଚନା ହେବ।

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ପ୍ରୟାସକୁ ଭାରତୀୟ ଯବାନମାନେ ବିଫଳ କରିଛନ୍ତି। ଜମ୍ମୁ କାଶ୍ମୀରର ଊରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି। ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମଦିୟାନ୍ ନାନକ ପୋଷ୍ଟ ନିକଟରେ ଏହି ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି। ଜବାନମାନଙ୍କ ଗୁଳି ଦ୍ଵାରା ତିନି ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ପୋଲିସ ଆଜି ଏହି ସୂଚନା ଦେଇଛି। ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ଯବାନମାନେ ବିଫଳ କରିଛନ୍ତି। ଗତକାଲି ରାତିରେ ଆତଙ୍କବାଦୀମାନେ ନୋଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହା ଭାରତୀୟ ସେନା ଦ୍ୱାରା ବିଫଳ ହୋଇଥିଲା। ଯଦି ଆମେ ନାଉଶେରା ସେକ୍ଟର ବିଷୟରେ କହିବା, ତେବେ ସେଠାରେ ଜଣେ ଆତଙ୍କବାଦୀ ଜୀବନ୍ତ ଧରାପଡିଥିବା ବେଳେ ବିସ୍ଫୋରଣରେ ଦୁଇ ଆତଙ୍କବାଦୀ ନିହତ…

Read More

ସମ୍ବଲପୁର: ଆଜି ବୁର୍ଲା ଭିସୁଟକୁ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭିକେ ପାଣ୍ଡିୟାନ। ଆଜି ଉଭୟ ଏହି କଲେଜ ପରିଦର୍ଶନ କରିବା ସହିତ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ତାହା ହେଲା ଭିସୁଟର ବିକାଶ ପାଇଁ ସରକାର ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିସହିତ ଏହାର ଶିକ୍ଷାର୍ଥୀଙ୍କ ସଂଖ୍ୟା 5 ହଜାରରୁ 10 ହଜାରକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏଥିସହିତ ଏହା ପରିସୀମା ମଧ୍ୟ ବୃଦ୍ଧି କରାଯିବ ବୋଲି ସାମ୍ବାଦିକଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ସେ କହିଛନ୍ତି ଯେ, ଏହାର ପରିସୀମା ବୃଦ୍ଧି ପାଇଁ 10 ଏକ ଜମି ଚିହ୍ନଟ ହୋଇଛି। ଖୁବ ଶିଘ୍ର ଏହାକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ସେହିପରି ଏହାକୁ ସେଣ୍ଟର ଫର ଏକ୍ସଲାନସି କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହି…

Read More

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସମସ୍ତ ବିଧାୟକ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧୀ ପୀଠରେ ପହଞ୍ଚିଥିଲେ। ସେଠାରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ଦେଶରେ ଶାନ୍ତି ରହିବା ପାଇଁ ଆମେ ବର୍ତ୍ତମାନ ଗାନ୍ଧୀ ଜୀଙ୍କୁ ପ୍ରାର୍ଥନା କରିଛୁ। ସେ କହିଛନ୍ତି ଯେ, ଏହି ସମୟରେ ଦେଶ ଭିତରେ ସରକାରକୁ ଭାଙ୍ଗିବା ପାଇଁ ମାହୋଲ ଚାଲିଛି। ସେ କହିଥିଲେ ଯେ, ଦିଲ୍ଲୀରେ ଅବକାରୀ ଦୁର୍ନୀତି ବିଷୟରେ ଚର୍ଚ୍ଚା ହେଉଛି, କିନ୍ତୁ ଏହି ଦୁର୍ନୀତି ବିଷୟରେ ବିଜେପି ମଧ୍ୟ ଜାଣି ନାହିଁ। ସେମାନେ ସମସ୍ତେ ବକବାସ କରୁଛନ୍ତି। ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରେ ବିଜେପି ୮୦୦ କୋଟି ଟଙ୍କା ରଖିଛି। ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ମିଥ୍ୟା ଏଫଆଇଆର ବୋଲି କହିଛନ୍ତି। ମନୀଷ ସିସୋଦିଆଙ୍କ ଘରେ ହୋଇଥିବା ଚଢାଉ ସମୟରେ ସିବିଆଇ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ରାଜ୍ୟ ସଭାପତିଙ୍କ ନାମକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ରାଜ୍ୟରେ ନୂଆ ରାଜ୍ୟ ସଭାପତିଙ୍କ ନାମ ବିଜେପି ଘୋଷଣା କରିଛି। ଆଜି ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଚିଠି ମାଧ୍ୟମରେ ଏହି ନାମ ଘୋଷଣା କରାଯାଇଛି। ଦଳ ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ଦାୟିତ୍ଵ ଦେଇଛି। ଉତ୍ତରପ୍ରଦେଶରେ ବିଜେପିର ନୂତନ ରାଜ୍ୟ ସଭାପତିଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା। ଏହି ସମୟରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଦୀନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ବସ୍ତି ସାଂସଦ ହରିଶ ଦ୍ୱିବେଦୀ, କନୌଜ ସାଂସଦ ସୁବ୍ରତ ପାଠକ ଏବଂ କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମାଙ୍କ ନାମ ଚର୍ଚ୍ଚା ହେଉଥିଲା। କିନ୍ତୁ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଶେଷରେ ବିଜେପି ଏଠାରେ ଦଳର ନୂତନ ସଭାପତି ଘୋଷଣା କରିଛି।

Read More

ଭୁବନେଶ୍ବର: ରାଜଧାନୀର କୁକୁର ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ ଶିଘ୍ର ବିଡିଏ ଭୁବନେଶ୍ବରରେ କୁକୁରମାନଙ୍କ ପାଇଁ ନିର୍ମାଣ କରିବାକୁ ଯାଉଛି ଏକ ପାର୍କ। ଯେଉଁ ପାର୍କରେ କୁକୁର ମାଲିକମାନେ ସେମାନଙ୍କ ପୋଷା କୁକୁରକୁ ଧରି ଅନାୟସରେ ଭ୍ରମଣ କରିପାରିବେ। କାରଣ ବର୍ତ୍ତମାନ ଭୁବନେଶ୍ବରରେ ଯେଉଁ ପାର୍କ ରହିଛି ସେଥିରେ କୁକୁର ମାଲିକମାନେ କୁକୁରକୁ ଧରି ଯାଇପାରୁ ନାହିଁନ୍ତି। କାରଣ ସେଠାରେ ସେପରି କିଛି ସୁବିଧା ନାହିଁ। ହେଲେ ବର୍ତ୍ତମାନ ଏହି ନୂଆ ପାର୍କରେ କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇ ନିର୍ମାଣ ହେବ। ଏଥିପାଇଁ ଭୁବନେଶ୍ବରର ଭରତପୁର ଅଞ୍ଚଳରେ ବିଡିଏ ଜାଗା ଚିହ୍ନଟ କରିଛି। ସେଠାରେ ପ୍ରାୟ ପାଞ୍ଚ ଏକର ପରିମିତ ସ୍ଥାନରେ ଏହି ପାର୍କ ନିର୍ମାଣ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିପାଇଁ ବିଡିଏ ଅଧିନରେ ଥିବା ଭୁବନେଶ୍ବର ଅର୍ବାନ କେନ୍ଦ୍ରକୁ ଦାୟିତ୍ବ ଦିଆଯାଇଛି। ଏହି କେନ୍ଦ୍ରର ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରି ଏହି…

Read More

ସ୍ୱାସ୍ଥ୍ୟ ଟିପ୍ସ: ମୋଟାପଣ ଏପରି ଏକ ସମସ୍ୟା ଯାହା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ। ମେଦବହୁଳତା କାରଣରୁ ଶରୀରରେ ଅନେକ ରୋଗ ସୃଷ୍ଟି ହୁଏ। ଓଜନ ବୃଦ୍ଧି ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତର ଆଶଙ୍କା ବଢାଇଥାଏ। ଯଦି ଆପଣ ମୋଟାପଣ ଦ୍ୱାରା ଅସୁବିଧାରେ ଅଛନ୍ତି ଏବଂ ଓଜନ ହ୍ରାସ କରିବାକୁ ପ୍ରତିଦିନ ଅଣ୍ଡା ଖାଆନ୍ତି, ତେବେ ଆପଣ ଅଣ୍ଡା ଖାଇବା ପାଇଁ ସଠିକ୍ ଉପାୟ ଜାଣିବା ଉଚିତ୍। ବାସ୍ତବରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅଣ୍ଡା ସହିତ ମିଶାଇ ଖାଇବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଅଣ୍ଡା ଖାଇ କିପରି ଓଜନ ହ୍ରାସ କରିବେ?: ଅଣ୍ଡା ହେଉଛି ଏକ ସୁପରଫୁଡ୍ ଯାହା ପ୍ରୋଟିନ୍, ଭିଟାମିନ୍ ଏବଂ ଓମେଗା -୩ ପରି ସୁସ୍ଥ ଚର୍ବିରେ ଭରପୂର। ଓଜନ ହ୍ରାସ କରିବାକୁ, ଆପଣ ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଇବା ଆବଶ୍ୟକ। ଏହି କାରଣରୁ ଶରୀର ଆବଶ୍ୟକୀୟ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୩୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୭ ବରଗଡ ଜିଲ୍ଲାରୁ- ୧୨ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୨୫ ବୌଦ୍ଧ ଜିଲ୍ଲାରୁ- ୨୮ କଟକ ଜିଲ୍ଲାରୁ- ୨୨ ଦେବଗଡ ଜିଲ୍ଲାରୁ- ୩ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୬ ଗଞ୍ଜାମ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୧୦ ଝାରସୁଗୁଡା ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୧୪ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରାପଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୬୨ କୋରାପୁଟ…

Read More

ନୂଆଦିଲ୍ଲୀ: ସନାତନ ଧର୍ମରେ ମନ୍ତ୍ର ବହୁତ ଶକ୍ତିଶାଳୀ ବୋଲି କୁହାଯାଏ। ପ୍ରଭୁଙ୍କୁ ଉପାସନା କରିବାର ସରଳ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ମନ୍ତ୍ର ଜପ କରିବା। ମନ୍ତ୍ରର ଏତେ ଶକ୍ତି ଅଛି ଯେ ଏହାର କେବଳ ପଠନ ଖରାପ ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରେ। ସକରାତ୍ମକ ଶକ୍ତି ସଂଚାର ହେବା ଆରମ୍ଭ କରେ। ନିୟମ ଅନୁଯାୟୀ ମନ୍ତ୍ର ଜପ କଲେ, ଏହାର ଫଳାଫଳ ମିଳିଥାଏ। ମନ୍ତ୍ର ଜପ କରିବାବେଳେ କିଛି ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ, ନଚେତ୍ ପ୍ରାର୍ଥନା ବୃଥା ହୋଇଯାଏ। ଆସନ୍ତୁ ଜାଣିବା ମନ୍ତ୍ର ଜପ କରିବା ସମୟରେ ମାଳା କାହିଁକି ବ୍ୟବହାର କରାଯାଏ ଏବଂ କଣ ରହିଛି ଏହାର ନିୟମ? ମନ୍ତ୍ର କାହିଁକି ମାଳା ସହିତ ଜପ କରାଯାଏ?: ପ୍ରତ୍ୟେକ ମନ୍ତ୍ରରୁ ବିଭିନ୍ନ ପ୍ରକାରର ଶକ୍ତି ଉତ୍ପନ୍ନ ହୁଏ। ଦେବତାଙ୍କୁ ପୂଜା କରିବା ପାଇଁ ବିଭିନ୍ନ ପ୍ରକାରର ମାଳ ବ୍ୟବହୃତ ହୁଏ। ଶାସ୍ତ୍ର ଅନୁଯାୟୀ, ମନ୍ତ୍ର ଜପ କରିବା…

Read More

ଚାଣକ୍ୟ ନୀତି: ପରିବାରର ମୁଖ୍ୟଙ୍କର ସମଗ୍ର ପରିବାରର ଦାୟିତ୍ୱ ଅଛି। କିଛି ପରିମାଣରେ ପରିବାରର ଗଠନ ଏବଂ ଖରାପ ହେବା ପଛରେ ଘରର ମୁଖ୍ୟଙ୍କର ହାତ ଅଛି। ସମ୍ପର୍କକୁ ବାନ୍ଧି ରଖିବାରେ ପରିବାରର ମୁଖ୍ୟଙ୍କର ବହୁତ ସମର୍ଥନ ଅଛି। କିନ୍ତୁ ଯଦି ଘରର ମୁଖ୍ୟଙ୍କର ଅବଗୁଣ ଥାଏ, ତେବେ ସମଗ୍ର ପରିବାର ନଷ୍ଟ ହୋଇଯାଏ। ଘରର ସମସ୍ତ ସଦସ୍ୟ ବର୍ବାଦ ରାସ୍ତାକୁ ଚାଲିଯାନ୍ତି। ଘରର ମୁଖ୍ୟଙ୍କ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ନିଜର ଭାବନା ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ସେହି ଗୁଣଗୁଡିକୁ କହିଛନ୍ତି, ଯେଉଁ ଗୁଣଗୁଡିକ ଘରର ମୁଖିଆଙ୍କ ପାଖରେ ଥାଏ, ତେବେ ସେହି ପରିବାର କେବେ ବି ବିଚ୍ଛିନ୍ନ ହେବ ନାହିଁ। ନିଷ୍ପତ୍ତି ନେବା କ୍ଷମତା: ପରିବାରର ମୁଖ୍ୟଙ୍କର ପ୍ରତ୍ୟେକ ନିଷ୍ପତ୍ତି କେବଳ ତାଙ୍କୁ ନୁହେଁ, ସମଗ୍ର ପରିବାରକୁ ପ୍ରଭାବିତ କରିଥାଏ, ତେଣୁ ସେ ପ୍ରତ୍ୟେକ ନିଷ୍ପତ୍ତିକୁ ସାବଧାନତାର ସହିତ ଗ୍ରହଣ କରିବା ଉଚିତ୍। ଆହୁରି ମଧ୍ୟ, ଠିକ୍…

Read More

ଭୁବନେଶ୍ୱର: ଶ୍ରବଣବାଧିତଙ୍କ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପ୍ରାୟ ୮୦୦ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି। ବିଟିଇର ୮ ଚ୍ୟାନେଲ ଓ ୧୨ ଚ୍ୟାନେଲବିଶିଷ୍ଟ ପ୍ରତ୍ୟେକରୁ ୨୦୦ ଲେଖାଏଁ ଏବଂ ଆଇଟିସିର ୮ ଓ ୧୨ ଚ୍ୟାନେଲ୍‌ବିଶିଷ୍ଟ ପ୍ରତ୍ୟେକରୁ ୨୦୦ ଲେଖାଏଁ କରି ମୋଟ ୮୦୦ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଉତ୍ତମ ବ୍ରାଣ୍ଡର ଶ୍ରବଣ ଯନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଏଗୁଡ଼ିକ ପାରମ୍ପରିକ ଶ୍ରବଣ ଯନ୍ତ୍ରଠାରୁ ଅଧିକ ଉନ୍ନତ। ବିଟିଇ ଶ୍ରବଣ ଯନ୍ତ୍ରଟି କାନର ଉପରେ ରଖାଯିବ ଓ ଏହା କାନର ପଛପାଖରେ ଝୁଲି ରହିବ। ଏପରି ଯନ୍ତ୍ର ସବୁ ବୟସର ଲୋକଙ୍କ ସବୁପ୍ରକାର ଶ୍ରବଣ ବାଧକତାକୁ ଦୂର କରିବାରେ ସହାୟକ ହେବ। ଅନ୍ୟପକ୍ଷରେ ଆଇଟିସି…

Read More