Author: Samikhsya Bureau

ଭୁବନେଶ୍ବର: ବୁଧବାର ଦିନ ଓଡିଶା ଜଗରନେଟ୍ସ ର ଚେନ୍ନାଇ ସହିତ ଖୋ ଖୋ ମୁକାବିଲା ଥିଲା। ଓଡିଶା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ବସି ଟେଲିଭିଜନରେ ଦେଖୁଥିଲେ। ଯାହାର ଫଟୋ ପ୍ରକାଶ ପାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଖେଳ ପ୍ରତି ରହିଛି ବଡ ଆଗ୍ରହ। କେବଳ ସେତିକି ନୁହେଁ ଓଡିଶା ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟସ କଂପ୍ଲେକ୍ସରେ ଅଲଟିମେଟ ଖୋ ଖୋ ପ୍ରତିଯୋଗୀତା ଚାଲିଛି। ଏଥିରେ ଓଡିଶା ଜଗରନେଟ୍ସ ଭାଗ ନେଇଛି। ପୂର୍ବରୁ ଓଡିଶା ଚେନ୍ନାଇ ସହିତ ମୁକାବିଲା କରି ବିଜୟ ଲାଭ କରିଥିଲା। ହେଲେ ପରବର୍ତ୍ତି ମ୍ୟାଚରେ ଓଡିଶା ଗୁଜୁରାଟଠାରୁ ହାରିଯାଇଥିଲା। ଏହି ମ୍ୟାଚ ସେପ୍ଟେମ୍ବର ଚାରି ତାରିଖ ପର୍ଯ୍ୟନ୍ତ ଚାଲିବ।

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ଆମ ଜୀବନରେ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। ଘରେ ରଖାଯାଇଥିବା କିଛି ଜିନିଷ ପ୍ରତି ଆମେ ଧ୍ୟାନ ଦେଉନାହୁଁ ଏବଂ ଏହି ଜିନିଷଗୁଡ଼ିକ ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯାହା ଦୀର୍ଘ ସମୟ ଧରି ବ୍ୟବହୃତ ହୁଏ ନାହିଁ, ଏପରି ଜିନିଷରେ ରାହୁ-କେତୁ ଏବଂ ଶନି ବାସ କରିଥାନ୍ତି। ବିଶ୍ୱାସ କରାଯାଏ ଯେ ଘରେ ରଖାଯାଇଥିବା ଏହି ଜିନିଷଗୁଡ଼ିକ କଳହ ବଢାଇଥାଏ ଏବଂ ଏହି କାରଣରୁ ଲୋକଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡେ। ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ, ଘରେ କେଉଁ ଜିନିଷକୁ ଏଡାଇବା ଉଚିତ୍। ବନ୍ଦ ଘଣ୍ଟା: ଯଦି କାନ୍ଥରେ ଝୁଲୁଥିବା ଘଣ୍ଟା ଖରାପ ହୋଇଯାଏ, ଲୋକମାନେ ପ୍ରାୟତଃ ଏହାକୁ ବନ୍ଦ କରି ଘରର କିଛି କୋଣରେ ରଖନ୍ତି। ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ଯେକୌଣସି ବନ୍ଦ ଘଣ୍ଟା ଜଣେ ବ୍ୟକ୍ତିଙ୍କ ପାଇଁ ଖରାପ…

Read More

ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ । ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ । କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ ।…

Read More

ଭୁବନେଶ୍ୱର: ହାତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସାମଗ୍ରୀକ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ (ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି। ଗତକାଲି ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ଉଦଘାଟିତ ହୋଇଛି। ଏହି କ୍ଲିନିକ୍ ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଓପିଡିରେ ପ୍ରତ୍ୟେକ ମଙ୍ଗଳବାର ଦିନ ଅଢ଼େଇଟାରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ରାଜ୍ୟରେ ପ୍ରଥମ କରି ଏପରି କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି। ସବୁ ବୟସ ବର୍ଗର ବ୍ୟକ୍ତିଙ୍କର ହାତ ସହିତ ଜଡ଼ିତ ବିଭିନ୍ନ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା କ୍ଷେତ୍ରରେ ଏହା ବିଶେଷ ଭୂମିକା ଗ୍ରହଣ କରିବ। ଆଜିର ବ୍ୟସ୍ତବହୁଳ ଜୀବନରେ ହାତର ଭୂମିକା ଅନସ୍ବୀକାର୍ଯ୍ୟ। ତେଣୁ ସଠିକ ଢ଼ଙ୍ଗରେ ଏହାର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି…

Read More

ଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର କାହାଣୀ ସମସ୍ତଙ୍କ ସାମନାକୁ ଆଣିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ଜିଙ୍ଗା ଇଣ୍ଡିଆ ସହଯୋଗରେ ବିକଶିତ ଅନଲାଇନ୍ ଶିକ୍ଷା ମୋବାଇଲ ଖେଳ ଶୃଙ୍ଖଳା ‘ଆଜାଦି କ୍ୱେଷ୍ଟ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଅପୂର୍ବ ଚନ୍ଦ୍ର ଏବଂ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ କିଶୋର କିଚଲି ମଧ ଉପସ୍ଥିତ ଥିଲେ। ଏହି ଅବସରରେ ଯୋଗ ଦେଇ ଅନୁରାଗ ଠାକୁର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଆମର ସ୍ୱାଧୀନତା ସଂଗ୍ରାମୀ ତଥା ଅଣସ୍ୱୀକୃତ ନାୟକ ମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସରକାରଙ୍କ ଉଦ୍ୟମର ଏହା ଏକ ଅଂଶ ବିଶେଷ। “ଏହି ଖେଳ ଗୁଡିକ ଅନଲାଇନ୍ ଖେଳାଳୀ ମାନଙ୍କର ବିଶାଳ ବଜାରକୁ ଧରି ରଖିବା ଏବଂ ଖେଳ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦେବା ପାଇଁ…

Read More

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍‌ଲାଇନ୍‌ ସିଏଏଫ୍‌ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପେଫମ୍ବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି। ଯୁକ୍ତ-୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପେଫମ୍ବର ୨ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଏବେ ଏହାକୁ ସେପେଫମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପେଫମ୍ବର ୧୨ରୁ ୧୪ ତାରିଖ ସ୍ଥିର କରାଯାଇଥିବାବେଳେ ଏହାକୁ ସେପେଫମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ସୂଚୀ ଅନୁଯାୟୀ ତତ୍‌କାଳ ନାମଲେଖା(ସ୍ପଟ୍‌ ସିଲେକ୍ସନ୍‌)ର ଅବଧି ସେପେଫମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା। ଏବେ ତାହାକୁ ସେପେଫମ୍ବର…

Read More

ଭୁବନେଶ୍ବର: ଆଜି ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ମରଣୀୟ ଦିନ। କାରଣ ୧୯୪୨ ମସିହା ଆଜିର ଦିନରେ ନବରଙ୍ଗପୁର ଜିଲ୍ଲା ପାପହାଣ୍ଡିରେ ଘଟିଥିଲା ଏକ ନରସଂହାର ଘଟଣା। ଯେଉଁଥିରେ ପୋଲିସ ଗୁଳିରେ ଟଳିପଡିଥିଲେ ୪୩ ଜଣ ସ୍ବାଧୀନତା ସଂଗ୍ରାମୀ। ଘଟଣାଟି ଥିଲା ଏହିପରି। ସେଦିନ ବାଘ ସିଉନି ଗ୍ରାମର ସଂଗ୍ରାମୀ ମାଧବ ପଧାନୀଙ୍କ ନେତୃତ୍ୱରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଗୁମ୍ମୁଗୁଡାଠାରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଡାବୁଗାଁ ଦିଗରେ ଅଗ୍ରସର ହେଉଥିଲେ। ଏହି ଶୋଭାଯାତ୍ରାର ଖବର ଗୁପ୍ତଚରମାନେ ପାପଡ଼ାହାଣ୍ଡି ଥାନାର ଅଧିକାରୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ଜଣାଇଲେ। ରାମକୃଷ୍ଣ ପଟ୍ଟନାୟକ ନିଜ କୁକାର୍ଯ୍ୟ ପାଇଁ “କଳାନାଗ” ନାମରେ ପରିଚିତ ଥିଲେ। ଆସନ୍ନ ବିପଦ ଆଶଙ୍କାରେ ସଶସ୍ତ୍ର ଫୌଜ ପ୍ରସ୍ତୁତ କରାଗଲା। ଶୋଭାଯାତ୍ରା ପଥରେ ତୂରୀ ନଦୀରେ ଥିବା କାଠପୋଲ ପାରି ହେଉଥିବା ସମୟରେ, ନଦୀର ଆରପାଖରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଇଂରେଜ ପୁଲିସ,…

Read More

ଭୁବନେଶ୍ୱର: ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସସେସ୍‌ରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ସମାପନ ଉତ୍ସବରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସନାଲ ଡିନ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଆଇଏଏସର ଡିନ ପ୍ରଫେସର ବିଜୟ କୁମାର ସାହୁ, ଆଡିସନାଲ ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗ ଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇପାରିବ ସେହି ବିଷୟରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିମାନେ ଗାଜର ଘାସର ହାନିକାରକ, ପ୍ରଭାବ ଏବଂ ଏହାର ସମନ୍ୱିତ ନିରାକରଣ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଂଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍‌ୱାଟର୍ ଆକ୍ୱାକଲ୍‌ଚର୍ (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ହର୍ବାଲ୍ ବାୟୋମେଡିସିନ୍‌ସ, ନାନୋଟେକ୍ନୋଲୋଜି, ମେରାଇନ୍ ଆଣ୍ଡ ଫ୍ରେଶ୍ ୱାଟର୍ ଇକୋ ସିଷ୍ଟମ୍ସ, ଆଂଟି-ମାଇକ୍ରୋବାଇଆଲ୍ ରେଜିଷ୍ଟାନ୍ସ, ଇମ୍ୟୁନୋଲୋଜି ଆଣ୍ଡ ଟ୍ରାନ୍ସଲେସ୍‌ନାଲ୍ ମେଡିସିନ୍ ରିସର୍ଚ୍ଚ ଇତ୍ୟାଦି କ୍ଷେତ୍ରରେ ଦୁଇଟି ଅନୁଷ୍ଠାନ ମଧ୍ୟରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ କରାଯିବ। ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଆଇସିଏଆର୍‌-ସିଫାର ନିର୍ଦ୍ଦେଶକ ଡକ୍ଟର ସରୋଜ କୁମାର ସ୍ୱାଇଁ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ପ୍ରଧାନ ଏହି ଏମ୍‌ଓୟୁ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: କିଛି ଦିନ ତଳେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହେବା ଘଟଣା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଅଭିଯୋଗ କାରୀ ପ୍ରି ପ୍ଲାନ୍ କରି ପୋଲିସ୍ କୁ ଭକୁଆ ବନାଇ ଏଇ ସଂଗ୍ରୁହିତ ଟଙ୍କା ହଡପ କରିବାକୁ ଉଦ୍ୟମ କରି ଶେଷରେ ନିଜେ ପୋଲିସ୍ ପଞ୍ଝାରେ ପଡ଼ି ଜେଲ୍ ଯିବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ। ସୂଚନା ଥାଉ କି, ଅଗଷ୍ଟ ମାସ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ସ୍ଥିତ ଭାରତ ଫାଇନାନ୍ସ କର୍ମଚାରୀ ସୁବର୍ଣ୍ଣପୁର ଜିଲ୍ଲା କଦଳିପାଲି ଗ୍ରାମର ଜ୍ୟୋତି ଲାଲ ବିଶ୍ଵାଳ (୨୨) ଭାରତ ଫାଇନାନ୍ସ ଦ୍ଵାରା ଦେଇଥିବା ଋଣ, ସାପ୍ତାହିକ କିସ୍ତି ସଂଗ୍ରହ ଅର୍ଥ  ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ନେଇ ଆସୁଥିବା ବେଳେ ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ହେମନ୍ତଖୋଲ ଗ୍ରାମ ନିକଟ ରାସ୍ତା ଉପରେ ଏକ ବାଇକ ରେ ଦୁଇ ଜଣ ଲୁଟେରା ଆସି…

Read More

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ କିନ୍ନର ମାନଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ.ଏଚ୍.ଏ.) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ। ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍ ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଆର. ସୁବ୍ରମଣ୍ୟମ୍ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି। ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର…

Read More

ଫରିଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଯେତେବେଳେ ଅମୃତକାଳ ମଧ୍ୟକୁ ପ୍ରବେଶ କରୁଛି ଓ ସମ୍ମିଳିତ ଆକାଂକ୍ଷା ଓ ସଂକଳ୍ପ ଏହାକୁ ପ୍ରକୃତ ରୂପ ଦେବାକୁ ଯାଉଛନ୍ତି, ସେତେବେଳେ ଦେଶ ଶ୍ରୀ ମାତା ଅମୃତାନନ୍ଦ ମୟୀଙ୍କ ଆଶୀର୍ବାଦର ଅମୃତଧାରା ପାଉଛି। ସେ କହିଥିଲେ ଯେ ଏହି ହସ୍ପିଟାଲ ଆଧ୍ୟାତ୍ମିକତା ଓ ଆଧୁନିକତାର ସମନ୍ୱୟ ଓ ଏହା ରୋଗୀଙ୍କ ନିମନ୍ତେ କମ୍ ବ୍ୟୟ ସାପେକ୍ଷ ଉପଚାର ଯୋଗାଇବ। “ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ସେ ଭାରତର ଆଧ୍ୟାତ୍ମିକ ପରମ୍ପରାରର ବାର୍ତ୍ତାବହ”…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗିନାଳୀ ଗ୍ରାମବାସୀଙ୍କ ପୂର୍ବ ପୁରୁଷରୁ ଦଖଲ କରି ଆସୁଥିବା ଏକ ଜମିକୁ କଦଳୀଗଡ଼ ରାଜସ୍ୱ ସର୍କଲରେ ପୂର୍ବରୁ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ତାଙ୍କ ପତ୍ନୀଙ୍କ ନାମରେ ବେଆଇନ ଭାବରେ ଲିଜ ପାଇ ପୁଣି ସେହି ଜମିକୁ ପଟ୍ଟା କରି ନେଇ ଥିବା ନେଇ ଅଭିଯୋଗ ହୋଇଛି। ହେଲେ ଉକ୍ତ ଜମିକୁ ବେଆଇନ ଭାବରେ ଲିଜ ପାଇ ପୁଣି ସେହି ଜମିକୁ ବିକ୍ରି କରି ଥିବା ନେଇ ଘୁଙ୍ଗିନାଳୀ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ମଙ୍ଗଳବାର ରେଢାଖୋଲ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ଘୁଙ୍ଗିନାଳୀ ଗ୍ରାମର ଖାତା ନମ୍ବର ୧, ପ୍ଲଟ ନମ୍ବର ୭୩/୨୮୮ ଜମିକୁ ଗ୍ରାମବାସୀମାନେ ଦୀର୍ଘ ୪୫ ବର୍ଷ ହେଲା ଦଖଲ କରି ଆସୁଥିଲେ।  ମାତ୍ର ଗ୍ରାମବାସୀଙ୍କ ଅଜ୍ଞାତରେ ୧୯୭୯…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଦିନିକିଆ ଗସ୍ତରେ ଆସିଛନ୍ତି। ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଫିସରେ ପହଞ୍ଚି ବନ ବିଭାଗର ବିଭିନ୍ନ ସମସ୍ୟା ସଂପର୍କରେ ରେଞ୍ଜରଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି। ଏବଂ ସରକାରୀ ଅର୍ଥ ବ୍ୟୟର ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ଅମାତ ନିରାକାରପୁରସ୍ଥିତ କ୍ଷେତ୍ରବାସି ଉଚ୍ଚ ବିଦ୍ୟାଳୟରେ ୫ଟି ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ଉକ୍ତ ଗସ୍ତ ସମୟରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା, ଉପାଧ୍ୟକ୍ଷ ଦୂରୁ ନାଥ ଶର୍ମା ଏବଂ ବିଡ଼ିଓ ଐଶ୍ଚର୍ଯ୍ୟା ସାମନ୍ତରାୟ ଆଦି ଉପସ୍ଥିତ ଥିଲେ।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ଅଧିକ୍ଷିକ ଝସକେତନ ବରିହା ଖବର ପାଇଥିଲେ। ବିଳମ୍ବ ନକରି ଅବକାରୀ ଅଧିକ୍ଷିକ ଏବଂ ଅବକାରୀ ଉପ ଅଧିକ୍ଷିକାଙ୍କ ତତ୍ୱାବଧାନରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘଟଣାସ୍ଥଳରୁ ସାମନ୍ତରାୟପୁର ଅଞ୍ଚଳର ଅଭିଯୁକ୍ତ ଅଜୟ ବେହେରା (୪୪) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୪୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।  ଜବତ ବ୍ରାଉନ ସୁଗାର ର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଏନଡ଼ିପିଏସ…

Read More

ନୂଆଦିଲ୍ଲୀ: କଂଗ୍ରେସ ଦଳର ନେତା ଜୟବୀର ଶେର୍ଗିଲ କଂଗ୍ରେସ ଦଳର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଜୟବୀର ଶେରଗିଲ ଦଳର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଁ ଦୁଃଖିତ ଯେ ନିଷ୍ପତ୍ତି ଗ୍ରହଣ କରିବା ଜନସାଧାରଣ ଆଉ ଦେଶର ସ୍ୱାର୍ଥରେ ନାହିଁ, ବରଂ କିଛି ନେତାମାନଙ୍କର ସ୍ଵାର୍ଥୀ ହିତରେ ପ୍ରଭାବିତ, ଯେଉଁମାନେ ଚାଟୁକାରିତାରେ ଲିପ୍ତ ରୁହନ୍ତି ଏବଂ କ୍ରମାଗତ ଭାବରେ ତୃଣମୂଳ ସ୍ତରକୁ ଅଣଦେଖା କରନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ସେ ଆଉ ଦଳର ଯୁବପିଢୀଙ୍କ ଭବିଷ୍ୟତ ଦେଖି ପାରୁନାହାନ୍ତି। କୁହାଯାଉଛି ଯେ, ଜୟବୀର ଶେର୍ଗିଲ ଦୀର୍ଘ ଦିନ ଧରି କଂଗ୍ରେସ ଦଳ ଉପରେ ନାରାଜ ଥିଲେ। ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଦଳ ଅନୁମତି ଦେଇ ନଥିଲା। ଏହା ପରେ ଆଜି ସେ କଂଗ୍ରେସ…

Read More

ଭୁବନେଶ୍ୱର: ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏହା ସବୁ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ। ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ.ରାଜୁ କହିଛନ୍ତି। ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ମଦ୍ୟପାନ ଜନିତ ମୃତ୍ୟୁ ଘଟୁଥିବାବେଳେ ଏହି ଅଭ୍ୟାସ ପ୍ରାୟ୨୦୦ ରୋଗର କାରଣ ହୋଇଥାଏ। ପୃଥିବୀର ସମସ୍ତ ମୃତ୍ୟୁରୁ ମଦ୍ୟପାନ ପାଇଁ ୭.୭ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳା ମୃତ୍ୟୁବରଣ କରିଥାନ୍ତି। ଏହାଛଡା ୨୦ରୁ ୩୯ବର୍ଷ ମଧ୍ୟରେ ଥିବା ଯୁବବର୍ଗର୧୩.୫ ପ୍ରତିଶତ ମୃତ୍ୟୁ ମଦ୍ୟପାନ ଜନିତ ଅଟେ ବୋଲି ନିକଟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ ଓ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟି (ଆଇପିଏସ୍‌)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର ରାଜୁ ଏହା କହିଥିଲେ।…

Read More

ସ୍ୱାସ୍ଥ୍ୟ ଟିପ୍ସ: ପାଳଙ୍ଗ କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୁହେଁ ବରଂ ସ୍ୱାଦ ଦୃଷ୍ଟିରୁ ମଧ୍ୟ ବହୁତ ଭଲ। କାର୍ବୋହାଇଡ୍ରେଟ୍ ଦ୍ରବଣୀୟ ଫାଇବର ଅଳ୍ପ ପରିମାଣରେ ପାଳଙ୍ଗରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ସହିତ, ଏହା ହୃଦୟ ପାଇଁ ମଧ୍ୟ ବହୁତ ଭଲ। ଓଜନ ହ୍ରାସ କରିବା ଏବଂ ମଧୁମେହର ପ୍ରଗତିକୁ ରୋକିବାରେ ପାଳଙ୍ଗ ମଧ୍ୟ ଉପଯୋଗୀ। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ ପାଳଙ୍ଗ ଖାଇବାର ଉପକାର ବିଷୟରେ କହିବୁ। ଆସନ୍ତୁ ଜାଣିବା ଶାଗୁଣା ଖାଇବାର ଉପକାର। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ- ଭିଟାମିନ୍ ସି, ବିଟା କାରୋଟିନ୍ ଏବଂ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ପାଳଙ୍ଗରେ ମିଳିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। ଭିଟାମିନ୍ ଇ ଏବଂ ମ୍ୟାଗ୍ନେସିୟମ୍ ପରି ପୁଷ୍ଟିକର ଖାଦ୍ୟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଇବା ସହିତ ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖେ। ଯଦି ଆପଣ…

Read More

ନୂଆଦିଲ୍ଲୀ: ଖାଦ୍ୟ ଏବଂ ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦିଓ ପେଟରେ ଗ୍ୟାସ ସୃଷ୍ଟି ହେବାର ଅନେକ କାରଣ ଥାଇପାରେ, କିନ୍ତୁ ଜୀବନଶୈଳୀ ବଦଳାଇବା ଏବଂ ଔଷଧର ଅତ୍ୟଧିକ ବ୍ୟବହାର ମଧ୍ୟ ଏହାର ମୁଖ୍ୟ କାରଣ ହୋଇପାରେ। ଏଥି ସହିତ, ଦିନସାରା ବସି ଅତ୍ୟଧିକ ଚା ପିଇବା ଗ୍ୟାସ ଗଠନର ଅନ୍ୟତମ ଲକ୍ଷଣ। ପେଟର ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥି ଅତ୍ୟଧିକ ଏସିଡ୍ ନିର୍ଗତ କରେ, ଯାହା ଗ୍ୟାସ୍, ଖରାପ ନିଶ୍ୱାସ, ପେଟ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଲକ୍ଷଣ ସୃଷ୍ଟି କରେ। ଏହି ସମସ୍ୟା ଆମମାନଙ୍କ ମଧ୍ୟରୁ ଅନେକରେ ସାଧାରଣ ଅଟେ। ପେଟ ଗ୍ୟାସରୁ ମୁକ୍ତି ପାଇବା ପାଇଁ, ଆପଣ କିଛି ଘରୋଇ ଉପଚାର ମଧ୍ୟ ଚେଷ୍ଟା କରିପାରିବେ, ଯାହା ଏହି ସମସ୍ୟାରୁ ମୁକ୍ତି ପାଇପାରିବ। ବେଳେବେଳେ ରାଗ, ମସଲାଯୁକ୍ତ ଏବଂ ଅତ୍ୟଧିକ ଖାଦ୍ୟ ଆପଣଙ୍କ ଗ୍ଯାସ ବୃଦ୍ଧି କରିଥାଏ, ତେଣୁ ଭୋକ ଅପେକ୍ଷା ଟିକେ…

Read More

ନୂଆଦିଲ୍ଲୀ, ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା…

Read More

ନୂଆଦିଲ୍ଲୀ: କେବେ ଭାବିଛନ୍ତି କି ଆପଣଙ୍କ କାର ଜାତୀୟ ରାଜପଥରେ ଦୌଡୁଛି, କିନ୍ତୁ ଟୋଲ ଟ୍ୟାକ୍ସ ଦେବାକୁ ରହିବା ପାଇଁ ପଡିବ ନାହିଁ? ତେବେ ଆପଣ ଟୋଲ ଟ୍ୟାକ୍ସରୁ ଆଶ୍ଵସ୍ତି ତ ପାଇବେ ନାହିଁ, କିନ୍ତୁ ଟୋଲ ପ୍ଲାଜାରେ ରହିବାର ଅସୁବିଧାରୁ ଆପଣ ନିଶ୍ଚିତ ଭାବରେ ଆଶ୍ଵସ୍ତି ପାଇବେ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ସମସ୍ତ ଟୋଲ୍ ପ୍ଲାଜା ଏବଂ ଫାଷ୍ଟ ଟ୍ୟାଗ୍ ରଦ୍ଦ କରିବାକୁ ଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଅନୁଯାୟୀ ଭାରତର ଜାତୀୟ ରାଜପଥରେ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଟୋଲ୍ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବା। କ୍ୟାମେରାରୁ ଗାଡିର ନମ୍ବର ପ୍ଲେଟର ଫଟୋ କ୍ଲିକ୍ କରାଯିବା। କେନ୍ଦ୍ର ସଡ଼କ ପରିବହନ…

Read More