Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍ଘାଟିତ
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍ଘାଟିତ

August 24, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଫରିଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଯେତେବେଳେ ଅମୃତକାଳ ମଧ୍ୟକୁ ପ୍ରବେଶ କରୁଛି ଓ ସମ୍ମିଳିତ ଆକାଂକ୍ଷା ଓ ସଂକଳ୍ପ ଏହାକୁ ପ୍ରକୃତ ରୂପ ଦେବାକୁ ଯାଉଛନ୍ତି, ସେତେବେଳେ ଦେଶ ଶ୍ରୀ ମାତା ଅମୃତାନନ୍ଦ ମୟୀଙ୍କ ଆଶୀର୍ବାଦର ଅମୃତଧାରା ପାଉଛି। ସେ କହିଥିଲେ ଯେ ଏହି ହସ୍ପିଟାଲ ଆଧ୍ୟାତ୍ମିକତା ଓ ଆଧୁନିକତାର ସମନ୍ୱୟ ଓ ଏହା ରୋଗୀଙ୍କ ନିମନ୍ତେ କମ୍ ବ୍ୟୟ ସାପେକ୍ଷ ଉପଚାର ଯୋଗାଇବ। “ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ସେ ଭାରତର ଆଧ୍ୟାତ୍ମିକ ପରମ୍ପରାରର ବାର୍ତ୍ତାବହ” ବୋଲି ସେ କହିଥିଲେ।

ଭାରତର ସେବା ଓ ଔଷଧର ମହାନ ପରମ୍ପରା ରହି ଆସିଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତ ଏପରି ଦେଶ ଯେଉଁଠି ଉପଚାର ହିଁ ସେବା ଓ ସୁଧାର ଏକ ବଦନ୍ୟତା। ଏଠାରେ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତା ପରସ୍ପର ଅଙ୍ଗାଙ୍ଗୀଭାବେ ଜଡିତ । ଡାକ୍ତରୀ ବିଜ୍ଞାନ ଆମର ବେଦ ଭଳି। ଆମେ ମଧ୍ୟ ଆମର ଡାକ୍ତରୀ ବିଜ୍ଞାନକୁ ଆୟୁର୍ବେଦର ନାମ ଦେଇଛୁ।’ ସେ ସମବେତ ଜନତାଙ୍କୁ ମନେ ପକାଇ କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଓ ସେବା ମନୋଭାବ କେବେ ବି ବିସ୍ତୃତିର ଅତଳ ସାଗରରେ ଲୀନ ହୋଇନାହିଁ। ଏପରିକି ଶହ ଶହ ବର୍ଷର ଦାସତ୍ୱ ସତ୍ତ୍ୱେ ବି ଏହା ଜୀଇଁ ରହିଛି।

ସେ କହିଥିଲେ ଯେ ଦେଶର ସୌଭାଗ୍ୟ ଯେ ଦିବ୍ୟ ଋଷି ପୂଜ୍ୟ ଆମ୍ମାଙ୍କ ଉପରେ ଆଧ୍ୟାତ୍ମିକ ଶକ୍ତି ଦେଶର କୋଣ ଅନୁକୋଣେ ବ୍ୟାପି ରହିଛି। ସେ କହିଥିଲେ ଯେ ଶିକ୍ଷା ଓ ଔଷଧ ନେଇ ଆମର ଦାୟିତ୍ୱ ଧାର୍ମିକ ଓ ସାମାଜିକ ଅନୁଷ୍ଠାନଗୁଡିକ ଯେପରି ତୁଲାଉଥିଲେ ତାହା ପୁରୁଣା କାଳରେ ପିପିପି ମଡେଲ ସଦୃଶ।” ଏହା ସରକାରୀ ଘରୋଇ ଭାଗିଦାରିତା କିନ୍ତୁ ମୁଁ ଏହାକୁ ‘ପରସ୍ପର ପ୍ରୟାସ’ ଭାବେ ବିବେଚନା କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତରେ ତିଆରି ଟିକା ଓ କେତେକଙ୍କ ପ୍ରଚାର ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ଏହାଫଳରେ ସମାଜ ଅନେକ ପ୍ରକାର ଗୁଜବ ପ୍ରଚାର ହେଲା। ଯେତେବେଳେ ଆଧ୍ୟତ୍ମିକ ଗୁରୁ ଓ ଧାର୍ମିକ ନେତାମାନେ ଏକାଠି ହୋଇ ଜନସାଧାରଣଙ୍କୁ ଗୁଜବର ବଶବର୍ତ୍ତୀ ନ ହେବାକୁ ପ୍ରବର୍ତ୍ତାଇଲେ ସେତେବେଳେ ଏହା ସଫଳ ହେଲା। ଅନ୍ୟାନ୍ୟ ଦେଶରେ ଟିକା ପ୍ରତି ଦେଖା ଦେଉଥିବା ବିଦ୍ୱେଷ ଭାରତକୁ ଆଉ ସାମ୍ନା କରିବାକୁ ପଡିଲା ନାହିଁ।

ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଇଥିବା ଉଦ୍ବୋଧନ ଅବତାରଣା କରି ପ୍ରଧାନମନ୍ତ୍ରୀ ଅମୃତ କାଳରେ ସେ ପାଞ୍ଚଟି ଶପଥ କଥା ଦେଶବାସୀଙ୍କ ସମ୍ମୁଖରେ ରଖିଥିବା କହିଥିଲେ। ସେଥିରୁ ଗୋଟିଏ ପଣ ହେଉଛି ଦାସତ୍ୱ ମାନସିକତାର ସମ୍ପୂର୍ଣ୍ଣ ପରିହାର। ଏ ବିଷୟ ଦେଶରେ ମଧ୍ୟ ବ୍ୟାପକ ଆଲୋଚନାର ବିଷୟବସ୍ତୁ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯଦି ଏହି ମାନସିକତା ପରିହାର କରୁ, ତେବେ ଆମ କାର୍ଯ୍ୟର ଦିଗ ମଧ୍ୟ ବଦଳିଯିବ।” ଏହି ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଦୃଶ୍ୟମାନ, କାରଣ ଦେଶର ପାରମ୍ପରିକ ଜ୍ଞାନ ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଉଛି। ଯୋଗ ଆଜି ବିଶ୍ୱବ୍ୟାପୀ ଆଦୃତ ଓ ବିଶ୍ୱ ଆସନ୍ତାବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଯାଉଛି।

ତାଙ୍କ ଅଭିଭାଷଣ ସମାପନରେ ପ୍ରଧାନମନ୍ତ୍ରୀ କହିଥିôଲେ ଯେ ଆଜି ହରିୟାଣା ଦେଶର ଏକ ଅଗ୍ରଣୀ ରାଜ୍ୟ ଯେଉଁଠି ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହୋଇଛି। ବେଟି ବଚାଓ, ବେଟି ପଢାଓ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ହରିୟାଣାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସୁସ୍ଥତା ଓ କ୍ରୀଡା ହରିୟାଣାର ସଂସ୍କୃତିରେ ରହିଛି ବୋଲି ସେ କହିଥିଲେ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅମ୍ରିତ ହସ୍ପିଟାଲର ଉଦ୍ଘାଟନ ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳରେ ଏକ ଆଧୁନିକ ଡାକ୍ତରୀ ଭିତ୍ତିଭୂମି ମିଳିଛି। ମାତା ଅମୃତାନନ୍ଦ ମୟୀ ସଂସ୍ଥା ପକ୍ଷରୁ ପରିଚାଳିତ ଏହି ଅତି ସ୍ୱତନ୍ତ୍ର ହସ୍ପିଟାଲରେ ୨୬୦୦ଟି ଶଯ୍ୟା ରହିଛି। ପ୍ରାୟ ଛଅ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଫରିଦାବାଦ ଓ ଏନ୍ସିଆର ଅଞ୍ଚଳବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗୁଁ ଜୀବନ ଫେରି ପାଇଲେ ମହିଳା

August 28, 2026

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଯଦି ଏବେ ନିର୍ବାଚନ ହୁଏ…,କିଏ ପିନ୍ଧିବ ମୁକୁଟ?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

August 28, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.