Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଞ୍ଚକତା କରି ଲିଜ ଜମିକୁ ବିକ୍ରି ଅଭିଯୋଗ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଆଜିର ଖବର

ଚଞ୍ଚକତା କରି ଲିଜ ଜମିକୁ ବିକ୍ରି ଅଭିଯୋଗ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

August 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗିନାଳୀ ଗ୍ରାମବାସୀଙ୍କ ପୂର୍ବ ପୁରୁଷରୁ ଦଖଲ କରି ଆସୁଥିବା ଏକ ଜମିକୁ କଦଳୀଗଡ଼ ରାଜସ୍ୱ ସର୍କଲରେ ପୂର୍ବରୁ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ତାଙ୍କ ପତ୍ନୀଙ୍କ ନାମରେ ବେଆଇନ ଭାବରେ ଲିଜ ପାଇ ପୁଣି ସେହି ଜମିକୁ ପଟ୍ଟା କରି ନେଇ ଥିବା ନେଇ ଅଭିଯୋଗ ହୋଇଛି। ହେଲେ ଉକ୍ତ ଜମିକୁ ବେଆଇନ ଭାବରେ ଲିଜ ପାଇ ପୁଣି ସେହି ଜମିକୁ ବିକ୍ରି କରି ଥିବା ନେଇ ଘୁଙ୍ଗିନାଳୀ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ମଙ୍ଗଳବାର ରେଢାଖୋଲ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ଘୁଙ୍ଗିନାଳୀ ଗ୍ରାମର ଖାତା ନମ୍ବର ୧, ପ୍ଲଟ ନମ୍ବର ୭୩/୨୮୮ ଜମିକୁ ଗ୍ରାମବାସୀମାନେ ଦୀର୍ଘ ୪୫ ବର୍ଷ ହେଲା ଦଖଲ କରି ଆସୁଥିଲେ।  ମାତ୍ର ଗ୍ରାମବାସୀଙ୍କ ଅଜ୍ଞାତରେ ୧୯୭୯ ମସିହାରେ ରେଢାଖୋଲ ତହସିଲ ଅନ୍ତର୍ଗତ କଦଳୀଗଡ଼ ଆରଆଇ ସର୍କଲରେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିବା ଭଗବାନ ସାହୁ ଚଞ୍ଚକତା କରି ପ୍ଲଟ ନମ୍ବର ୭୩/୨୮୮କୁ ତାଙ୍କ ପତ୍ନୀଙ୍କ ନାମରେ ଲିଜ ସୂତ୍ରରେ କରାଇ ଦେଇ ସେଇ ଜମିକୁ ତା୨୦.୦୮.୨୦୨୨ରିଖରେ ନାକଟିଦେଉଳ ବ୍ଲକ ଜଳ ବିଭାଜିକା ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁଙ୍କ ଘନିଷ୍ଠ ସହଯୋଗୀ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମର ଗନ୍ଧର୍ବ ପ୍ରଧାନଙ୍କ ପୁଅ ନରୋତ୍ତମ ପ୍ରଧାନଙ୍କୁ ବିକ୍ରି କରିଥିବା ଜଣା ପଡ଼ିଛି।

ତେବେ ଉକ୍ତ ଜମି ଟିକୁ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁ ନିଜ ନାମରେ କ୍ରୟ କରୁଥିବା ତଥା ଦସ୍ତାବିଜ ପ୍ରସ୍ତୁତ କରୁଥିବା ଖବର ପାଇ ଗ୍ରାମବାସୀମାନେ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଜମି କିଣାରୁ ନିବୃତ୍ତ ରହିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କନିଷ୍ଠ ଯନ୍ତ୍ରୀ ନରେଶ କୁମାର ସାହୁ ଚଞ୍ଚକତା କରି ଉକ୍ତ ଜମିଟିକୁ ତାଙ୍କ ନିଜ ନାମରେ ନ କରି ତାଙ୍କର ଘନିଷ୍ଠ ସହଯୋଗୀ ନରୋତ୍ତମ ପ୍ରଧାନଙ୍କ ନାମରେ କ୍ରୟ କରି ନେଇଥିଲେ। ହେଲେ ପୂର୍ବରୁ କଦଳୀଗଡ଼ ଆରଆଇ ସର୍କଲରେ ଭଗବାନ ସାହୁ ଜଣେ ସରକାରୀ ଚାକିରୀଆ ଥିଲେ।

ନାକଟିଦେଉଳ ବ୍ଲକ ବାଟଗାଁ ଗ୍ରାମରେ ତାଙ୍କ ନିଜ ନାମରେ ପ୍ରାୟ ୨୦ ଏକର ଜମି ଥାଇ ତାଙ୍କ ସ୍ତ୍ରୀ କିପରି ଲିଜ ପାଇ ଜମି ପଟ୍ଟା ପାଇଲେ ତାହା ସନ୍ଦେହ ସୃଷ୍ଟି କରୁଛି। ଏଣୁ ଲିଜ ପାଇ ଥିବା ଦସ୍ତାବିଜ ଓ ବିକ୍ରି ହୋଇ ଥିବା ଜମି ସମ୍ପର୍କିତ ଦଲିଲ ଓ ଦସ୍ତାବିଜ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ରେଢ଼ାଖୋଲ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.