ନୂଆଦିଲ୍ଲୀ: ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୂଆଦିଲ୍ଲୀର ହେବିଟେଟ୍ ସେଣ୍ଟରଠାରେ ଅବସ୍ଥିତ ଭିଜୁଆଲ୍ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି ଓଡ଼ିଶାର ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ। ପ୍ରଦର୍ଶନୀକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଦିବାସୀ ଚିତ୍ରକଳାର ବିକାଶ ସହିତ ଶିଳ୍ପୀମାନଙ୍କୁ ଆଧୁନିକ କଳା ସ୍ରୋତରେ ସାମିଲ କରେଇବା ପାଇଁ ଲଳିତ କଳା ଏକାଡ଼େମୀର ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଏକାଡ଼େମୀର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଗତ ଜୁଲାଇ ମାସରେ ବାଙ୍ଗାଲୋର ଠାରେ ଆଦିବାସୀ ଶିଳ୍ପୀମାନଙ୍କ ଶିବିର ସହିତ ପ୍ରଦର୍ଶନୀ ଓ ଏବେ ଦିଲ୍ଲୀରେ ସେଗୁଡ଼ିକର ପ୍ରଦର୍ଶନୀ କରି ଆଦିବାସୀ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ…
Author: Samikhsya Bureau
ଭୁବନେଶ୍ବର: ୧୪ ତମ ଏସିଆନ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚମ୍ପିୟାନସିପରେ କୋରିଆକୁ ହରାଇ ଭାରତ ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛି। ଗତ ଥର ସିଲଭର ପଦକ ଜିତିଥିବା କୋରିଆକୁ ୩-୨ ସେଟ୍ (୨୫-୨୦, ୨୫-୨୧, ୨୬-୨୮, ୧୯-୨୫ ଏବଂ ୧୫-୧୨) ରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି। କୋରିଆକୁ ହରାଇବାରେ ଭାରତୀୟ ଦଳର ଆଶିଷ ସ୍ବାଇଁ, ଆର୍ଯ୍ୟାୟନ ବାଲିଆନ, ଖୁଶ ସିଂ ଏବଂ କାର୍ତ୍ତିକ ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରାଥମିକ ଲିଗ୍ ମ୍ୟାଚରେ ଭାରତ କୋରିଆକୁ ପରାସ୍ତ କରି ସେମିପାଇନାଲକୁ ଉନ୍ନତ ହୋଇଥିଲା। ଗତକାଲି ଆୟୋଜିତ ସେମିଫାଇନାଲ ମ୍ୟାଚରେ ଇରାନଠାରୁ ଭାରତ ହାରିଯାଇଥିଲା। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବ ଚାମ୍ପିଅନ୍ ଚୀନ୍ ୫ମ ସ୍ଥାନ ଏବଂ ଚାଇନିଜ୍ ତାଇପେଇ ଷଷ୍ଠ ଏବଂ କୋରିଆ ୪ର୍ଥ ସ୍ଥାନ ପାଇଛି। ଏହି ଚାମ୍ପିୟନସିପ୍ରେ ଭାରତ ଅଲରାଉଣ୍ଡର ପ୍ରଦର୍ଶନ ପ୍ରଦର୍ଶନ କରିଥିଲା। ଇରାନର ତେହେରାନଠାରେ ଥିବା ଫେଡେରେସନ୍ ହଲ୍…
ଭୁବନେଶ୍ୱର: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୨୦୧୮ ହକି ପୁରୁଷ ବିଶ୍ୱକପ୍ରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର୍ୟ୍ୟକ୍ରମ ଆୟୋଜନ କରୁଛି। ୨୦୧୭ ରେ ଓଡିଶା ଆଥଲେଟିକ୍ସ ଚାମ୍ପିଅନସିପ୍ ମଧ୍ୟ ଏକ ଚମତ୍କାର ସଫଳତା ହାସଲ କରିଥିଲା। ସେହିସବୁ ସଫଳତା ପରେ ଓଡିଶା ପୁଣି ୨୦୨୩ ରେ ହକି ପୁରୁଷ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ପୂର୍ବ ଆୟୋଜନ ଅପେକ୍ଷା ଏଥର ଆହୁରି ବଡ ଏବଂ ବ୍ୟାପକ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନର ନୂତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ବୈଠକରେ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ଶାସନ ସଚିବ, ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T)…
ଦିଲ୍ଳୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନ ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ଼ କରିବା ନିମନ୍ତେ ଅଷ୍ଟ୍ରେଲିଆକୁ ଚାରି ଦିନ ପାଇଁ ଗସ୍ତରେ ଯାଇଛନ୍ତି। ପ୍ରାରମ୍ଭିକ ବାଲ୍ୟ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ସ୍କୁଲ୍ର ଉତ୍କୃଷ୍ଟ ସ୍ୱରୂପ ଏବଂ ସର୍ବୋତମ ପ୍ରଥା ଗୁଡିକ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରାଯିବାର ଅର୍ନ୍ତଦୃଷ୍ଟି ହାସଲ କରିବା ନିମନ୍ତେ ଶ୍ରୀ ପ୍ରଧାନ ମହାମହିମ ସାରା ମିଶେଲ୍, ଏମ୍ଏଲ୍ସି, ନ୍ୟୁ ସାଉଥ ୱେଲ୍ସ, ଶିକ୍ଷା ଏବଂ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହିତ ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ସ୍ଥିତ ଏକ ହୋମବୁଶ୍ ୱେଷ୍ଟ ପବ୍ଲିକ୍ ସ୍କୁଲ୍ ପରିଦର୍ଶନ କରିଥିଲେ। ସେ ସ୍କୁଲ୍ର ଯୁବ ଛାତ୍ର ଏବଂ ଶିକ୍ଷକ ମାନଙ୍କ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣା କାରଣରୁ ବହୁ ସଂଖ୍ୟାରେ ଗାଈ, ଷଣ୍ଢ, ବାଛୁରୀ ଆଦି ପ୍ରାଣୀଙ୍କୁ ରକ୍ତାତ ଓ ମୁର୍ମୁଷୁ ଅବସ୍ଥାରେ ପୋଲିସ, ସ୍ବେଚ୍ଛାସେବୀ ଓ ସାଧାରଣ ଲୋକ ଚିକିତ୍ସା ପାଇଁ ବାଲୁଗାଁ ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ନିଜ ଉଦ୍ୟମରେ ଆଣୁଥିବାବେଳେ ଏଠାରେ ସାଧାରଣ ପ୍ରାଥମିକ ଚିକିତ୍ସା ସୁବିଧା ପରେ ଏମାନଙ୍କୁ ରଖିବା ସହ ଖାଦ୍ୟପେୟ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ଫଳରେ ଆବଶ୍ୟକୀୟ ଚିକିତ୍ସା ଅଭାବରୁ ବହୁ ସଂଖ୍ୟକ ପ୍ରାଣୀ ମୃତ୍ୟୁ ବରଣ କରୁଛନ୍ତି। ଦୁର୍ଘଟଣାରେ ପୀଡିତ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ନେବାକୁ ପଡୁଥିବା ବେଳେ ପ୍ରାଣୀମାନଙ୍କ ପାଇଁ ଉଦ୍ଧିଷ୍ଟ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କାରଣରୁ ବହୁ ଲୋକ ତଥା ସ୍ବେଚ୍ଛାସେବୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ମୋବାଇଲ ଚିକିତ୍ସା ଗାଡିଟି ବହୁ ଦିନରୁ ଭାଙ୍ଗି ଯାଇଥିବା…
କନ୍ଦର୍ପ ବେହେରା ରେଢ଼ାଖୋଲ: ଜଙ୍ଗଲି ବାରହା ଆକ୍ରମଣରେ ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଲେଙ୍ଗଟିଦାଦର ଗ୍ରାମର ଜନୈକ ଚାଷୀ ମୃତ୍ୟୁବରଣ କରିଥିବା ଖବର ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି। ଚାଷୀ ଜଣଙ୍କ ହେଲେ ଗେଥଲ ମାଝୀ (୫୦) ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଲେଙ୍ଗଟିଦାଦର ଗ୍ରାମ ନିକଟ ଜଙ୍ଗଲ ପାଖ ଚାଷ ଜମିକୁ ଗ୍ରାମର ଗେଠଲ ମାଝୀ (୫୦) ଯାଇଥିବା ବେଳେ ଏକ ବାରାହା ଆକ୍ରମଣ କରିଥିଲା। ଗତକାଲି ଠାରୁ ଚାଷୀ ଜଣକ ନିଖୋଜ ରହିଥିଲା। ପରିବାର ଲୋକେ ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ। ଆଜି ସକାଳୁ ପରିବାର ଲୋକେ ଜଙ୍ଗଲରୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷିତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏପଟେ ବନବିଭାଗ ଚାଷୀ ଜଣଙ୍କ ଚାଷ ଜମି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ଲାଞ୍ଜିଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ସି ଡ଼ି ଏମ୍ ଓ ଡ ରଞ୍ଜନ ମିତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ,ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବି ଡି ଓ ଜିତେନ୍ଦ୍ର ମିଶ୍ର ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୪୩୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୯୫ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୪୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।…
ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ ତାରିଖରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସପ୍ତମ ଦିନରେ ପହଁଚିଛି, ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ,ଯୋଜନାଓ ସମବାୟ,ଖାଉଟି ଯୋଗାଣ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଶିଶୁ ଏବଂ ମହିଳା ସଂସକ୍ତିକରଣ, ଶକ୍ତି, ଦକ୍ଷତା ,ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି/ପ୍ରାରମ୍ଭିକ ନିଯୁକ୍ତିକୁ ବିରୋଧ କରି ବିଭିନ୍ନ ବ୍ଲକ, ତହସିଲ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦପ୍ତର ଠାରୁ ନେଇ ରାଜ୍ୟ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ବିଭାଗର ଚୁକ୍ତଭିତିକ କର୍ମଚାରୀ କଳାବ୍ୟାଚ…
ଭୁବନେଶ୍ଵର: ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ମଧ୍ୟ ଏପରି ଯୋଜନା ରହିଛି, କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ଉପରେ ତଥ୍ୟ ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ, ୨୦୨୦-୨୧ରେ ୨୮୨୮ ନିର୍ଯାତନା…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଭୁବନେଶ୍ବରର ବ୍ରହ୍ମାକୁମାରୀଗଣ। ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସେବା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ନେତୃତ୍ବରେ ଏକ ଦଳ ସାକ୍ଷାତ କରିଛନ୍ତି। ଏଥିରେ ଅଛନ୍ତି ବ୍ରହ୍ମକୁମାର ଅରୁଣ, ବ୍ରହ୍ମାକୁମାରୀ ସାଲମା, ବ୍ରହ୍ମକୁମାରୀ ପ୍ରାଚୀ ଏବଂ ବ୍ରହ୍ମାକୁମାରୀ ପ୍ରତିଭା। ଏମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପବିତ୍ର ଜନ୍ମାଷ୍ଠମୀ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।
ସିଡନୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ (ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ (ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି। ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଉଭୟ ଦେଶର ସହଭାଗିତାକୁ ମଜବୁତ୍ କରିବା ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛନ୍ତି। ଭାରତରେ ନିଜ କ୍ୟାମ୍ପସ ସ୍ଥାପନ କରିବା ଏବଂ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ କ୍ଷେତ୍ର ଗୁଡିକର ଅନ୍ୱେଷଣ କରିବା ପାଇଁ ସେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ଅନୁଷ୍ଠାନକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଶ୍ରୀ ପ୍ରଧାନ। ଉଭୟ ମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଭାଗିଦାରୀ…
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ନାକଟିଦେଉଳ ବ୍ଲକ୍ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣୀରେ ୧୪ ଟି ପଂଚାୟତରୁ ଆସିଥିବା ବ୍ୟକ୍ତିମାନଙ୍କର ୧୨୮ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୭ ଟି ଗ୍ରୁପ୍ ଭାବରେ ଅଭିଯୋଗ ଆସିଥିଲା। ତେବେ ଏସବୁର ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ବିଶେଷ କରି ରାସ୍ତା, ପାନୀୟ ଜଳ ,ଆବାସ ଯୋଜନା ଓ ମୋବାଇଲ ଟାୱାର ଆଦି ସଂପର୍କରେ ଅଭିଯୋଗ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏସ୍ଏସ୍ଓ ସନ୍ତୋଷ କୁମାର ନାଏକ, ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଆର୍ ଟିଓ, ସିଡିଏମ୍ଓ, ତହସିଲଦାର ନାକଟିଦେଉଳ ସୁକାନ୍ତ ନାଏକ, ବିଡିଓ ବିବେକା ନନ୍ଦ ସାହୁ,ଏବିଡ଼ିଓ ବିଦ୍ୟାଧର ରାଉତରାୟ, ନାକଟିଦେଉଳ ପଂଚାୟତ ସମିତି ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ପିଲାଦିନରୁ ଶୁଖିଲା ନଡ଼ିଆ ଖାଇଆସୁଥିବେ। ଶୁଖିଲା ନଡ଼ିଆରୁ ତିଆରି ଆଇସକ୍ରିମ୍ ହେଉ କିମ୍ବା ଘରେ ତିଆରି କୌଣସି ଖାଦ୍ୟ, ଶୁଖିଲା ନଡ଼ିଆକୁ ଏକ ଭଲ ସ୍ଵାଦ ପାଇଁ ବ୍ୟବହାର କରାଯାଇଛି। କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ, ଶୁଖିଲା ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ, ଯଦି ଆପଣ ନିଜ ଖାଦ୍ୟରେ ଶୁଖିଲା ନଡ଼ିଆକୁ ଯେକୌଣସି ରୂପରେ ବ୍ୟବହାର କରନ୍ତି। ତେଣୁ ଏହା ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ ଲାଭଦାୟକ ଅଟେ। ଏହା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଶରୀରରେ କୌଣସି ପ୍ରକାର ଭାଇରାଲ୍ ସଂକ୍ରମଣରୁ ଦୂରେଇ ରଖିଥାଏ। କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ମଧ୍ୟ ସୁସ୍ଥ ରୁହେ। ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ: ଆପଣ ଯେକୌଣସି ସମୟରେ ଶୁଖିଲା ନଡ଼ିଆ ଖାଇପାରିବେ। ଆପଣ ବୁଲିବାକୁ ଯାଉଛନ୍ତି, ତେଣୁ ଏହାକୁ ନିଜ…
ଭୁବନେଶ୍ବର: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ତଥା ଆଶାୟୀ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ: ୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ୨୦୨୨ ଦିନ ଅପରାହ୍ନ ୪ ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ, ୨୦୨୨ ଦିନ ରାତ୍ର ୯ଘ.୪୦ମି.ରେ ଛାଡି ହଟିଆ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଦୁଇଟି ଏସି-୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍,…
ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ଆଜି ମୋର ଜୀବନ ବଞ୍ଚିଗଲା। ସେହିପରି ସମ ହସପିଟାଲ କର୍ମଚାରୀମାନେ ଯେପରି ସେବା ଦେଲେ ତାହା ଭୁଲିବାର ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମ ହସପିଟାଲ କର୍ମଚାରୀ ଏବଂ ମାଲିକଙ୍କୁ ମୋର ଧନ୍ୟବାଦ। ଏପରି ଏକ କୋହ ଭରା କଣ୍ଠରେ କହିଛନ୍ତି କଣାସ ବ୍ଲକର ମୁକୁନ୍ଦପୁର ଗାଁର 41 ବର୍ଷିୟ ସୁରେନ୍ଦ୍ର ପ୍ରଧାନ। ସୁରେନ୍ଦ୍ର ଗତ ଶୀତଳ ଷଷ୍ଠୀ ଉତ୍ସବରେ ବାଣ ଫୁଟାଉ ଥିଲେ। ଅସାବଧାନତା ଯୋଗୁଁ ବାଣ ପାଖରେ ଫୁଟିଗଲା। ଫଳରେ ସେଠାରେ ଥିବା ତିନିଜଣଙ୍କର ଦେହ ପୋଡିଯାଇଥିଲା। ଚାଷୀ ଲୋକ ହୋଇଥିବାରୁ କେମିତି ଚିକିତ୍ସା ହେବ ସେ ନେଇ ଭୟଭିତ ଥିଲୁ। ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଆମକୁ ବଞ୍ଚାଇ ଦେଲା ବୋଲି ସୁରେନ୍ଦ୍ର କହିଛନ୍ତି। ସମ ହସପିଟାଲରେ ପହଁଚିବା ପରେ ଏଠାରେ କର୍ମଚାରୀମାନେ କାର୍ଡ ଦେଖି ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ। ଆମେ ହସପିଟାଲରେ ପ୍ରାୟ…
ସ୍ୱାସ୍ଥ୍ୟ ଟିପ୍ସ: କରୋନା ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ଏପରି ପରିସ୍ଥିତିରେ ଆପଣ ଆପଣଙ୍କର ଖାଦ୍ୟର ଯତ୍ନ ନେଲେ ଓଜନ ବଢିବାର ସମ୍ଭାବନା ହ୍ରାସ ପାଇଥାଏ। ତେବେ ଖାଦ୍ୟରେ କେଉଁ ଜିନିଷ ବ୍ୟବହାର କଲେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରି ହେବ, ତାହା ବିଷୟରେ ଆସନ୍ତୁ ଜାଣିବା। ୧- ନଡ଼ିଆ ପାଣି ଖାଇବା ଜରୁରୀ। ପ୍ରତିଦିନ ସକାଳେ ଖାଲି ପେଟରେ ନଡିଆ ପାଣି ପିଅନ୍ତୁ। ଏଥିରେ ଫାଇବର, ଭିଟାମିନ୍, ଆମିନୋ ଏସିଡ୍ ସହିତ ଅନେକ ଉପାଦାନ ରହିଥାଏ, ଯେଉଁ କାରଣରୁ ଆପଣଙ୍କ ହଜମ ପ୍ରକ୍ରିୟା ଶକ୍ତିଶାଳୀ ଏବଂ ଶରୀରରୁ ମଇଳା ପାଣି ବାହାରିଯାଇଥାଏ। ୨- ପନିର୍ ବହୁତ କମ୍ ଲୋକ ପସନ୍ଦ କରନ୍ତି। କିନ୍ତୁ ଯଦି ଆପଣ ସକାଳେ ପନିର୍ ଖାଆନ୍ତି, ତେବେ ଏହା ଅତ୍ୟଧିକ ଖାଇବା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଥାଏ। ଏହାକୁ ଖାଇବା ଦ୍ୱାରା ଆପଣ ଶୀଘ୍ର ଭୋକିଲା ଅନୁଭବ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସତ୍ୟନଗରସ୍ଥିତ ନୂଆ ବିଏମସି ଭବନ ଏବଂ ‘ଓ’ ହବ ବିଲଡିଂ ପରିଦର୍ଶନ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହିତ ସେ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏଥିରେ ଥିବା ନୂତନ ବିକାଶ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବା ପାଇଁ ଆବଶ୍ୟକ କାର୍ଯ୍ୟକୁ ଶିଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 2022 ଅକ୍ଟୋବର ସୁଦ୍ଧା 2ଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ସେ ଭୁବନେଶ୍ବର ସ୍ମାର୍ଟ ସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ତେବେ ଆପଣଙ୍କୁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଆପଣ ନିଶ୍ଚୟ ସାମ୍ବରରେ ଏବଂ ତରକାରୀରେ ବୃଷଙ୍ଗ ପତ୍ର ଖାଇଥିବ, କିନ୍ତୁ ସକାଳେ ଏହାକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ। ଅନେକ ପୋଷକ ତତ୍ତ୍ୱ ବୃଷଙ୍ଗ ପତ୍ରରେ ମଧ୍ୟ ମିଳିଥାଏ, ଯେତେବେଳେ କି ଏହା ସ୍ୱାଦରେ ମଧ୍ୟ ଭଲ। ଆସନ୍ତୁ ଜାଣିବା ଶରୀରରେ ବୃଷଙ୍ଗ ପତ୍ର ଖାଇବାର ପ୍ରଭାବ କ’ଣ? ବୃଷଙ୍ଗ ପତ୍ର ଖାଇବାର ଲାଭ: ୧- କେଶ ପାଇଁ: ବୃଷଙ୍ଗ ପତ୍ରରେ ଭିଟାମିନ୍ ସି, ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ନିକୋଟିନ୍ ଭରପୂର ଅଟେ। ଏହାର ବ୍ୟବହାର ଦ୍ୱାରା, ଆଭ୍ୟନ୍ତରୀଣ ଏବଂ ବାହ୍ୟରେ କେଶ ଭଲ…
ନୂଆଦିଲ୍ଲୀ: ଭାରତରେ ଶାସକ ଦଳର ନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆଇଏସଆଇଏସ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଋଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ ଗିରଫ କରିଛି। ଏଫଏସବି କହିଛି ଯେ, ଋଷରେ ନିଷିଦ୍ଧ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟର ଜଣେ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଏବଂ ଗିରଫ କରାଯାଇଛି। ସେ ଏସୀୟ ଅଞ୍ଚଳର ନାଗରିକ ଏବଂ ଭାରତରେ ଶାସକ ଦଳର ପ୍ରତିନିଧୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିଲା।
ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ନିଯୁକ୍ତି ପାଇବା ସହ ପୁନର୍ଗଠିନ କରାଯାଇଛି। ଏନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୁବ କର୍ମକର୍ତ୍ତାମାନଙ୍କୁ ଦାୟିତ୍ଵ ବଣ୍ଟନ କରିଛନ୍ତି। ଏହିକ୍ରମରେ ଦଳର ଯୁବ ନେତ୍ରୀ ଇପସିତା ସାହୁଙ୍କୁ ଦ୍ଵିତୀୟଥର ମହାସଚିବ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର (ମଧ୍ୟ) ପାଇଁ ମଧ୍ୟ ସେ ନିଯୁକ୍ତ ହୋଇଛନ୍ତି। ବିଜ୍ଞପ୍ତି ଅନୁସାରେ ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର, ବରଗଡ଼) ଓ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବଢୁଥିବା ବେଳେ କିଛି ଦିନ ହେବ ଅବକାରୀ ବିଭାଗ କ୍ରମାଗତ ଚଢ଼ାଉ ଜାରି ରଖିଛି। ନୂତନ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା କାର୍ଯ୍ୟରେ ଯୋଗଦେବା ପରଠାରୁ ନିରନ୍ତର ଚଢ଼ାଉ ଜାରି ରଖିଛନ୍ତି। ଅବକାରୀ ଅଧିକ୍ଷକ ଝସକେତନ ବରିହା ଏବଂ ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ତତ୍ୱାବଧାନରେ ଆଜି ସକାଳେ ପୁଣି ବାଲୁଗାଁ ଅବକାରୀ ଅଧିକାରୀ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୨୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଜେଲ ରୋଡ଼ ନିକଟରୁ ୧୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଥିବା ଜଣାପଡିଛି। ସେହିପରି ଭାବେ ଅନ୍ତରକିଆରୀ କେନାଲ ରୋଡ଼ରୁ ଅଭିଯୁକ୍ତ ବସନ୍ତ ମହାରଣା (୩୮)…

