Author: Samikhsya Bureau

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More

ନୂଆଦିଲ୍ଲୀ: ଦେଶରେ କରୋନା କ୍ଷେତ୍ରରେ ଏକ ବଡ଼ ହ୍ରାସ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯ ହଜାର ୬୨ ନୂଆ କରୋନା ମାମଲା ରୁଜୁ ହୋଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଏହି ସମୟ ମଧ୍ୟରେ କରୋନାରୁ ୧୫ ହଜାର ୨୨୦ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ, ଏହିପରି ଭାବରେ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ୫ ହଜାର ୫୮ କୁ ଖସି ଆସିଛି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୮ ବରଗଡ ଜିଲ୍ଲାରୁ- ୯ ବଲାଙ୍ଗୀରି ଜିଲ୍ଲାରୁ- ୯ ବୌଦ୍ଧ ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୨୨ ଦେବଗଡ ଜିଲ୍ଲାରୁ- ୫ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୬ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୭ ଝାରସୁଗୁଡା ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୭ କେନ୍ଦ୍ରପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୬୧ କୋରାପୁଟ ଜିଲ୍ଲାରୁ- ୫ ମୟୂରଭଞ୍ଜ ଜିଲ୍ଲାରୁ- ୧୨ ନବରଙ୍ଗପୁର ଜିଲ୍ଲାରୁ-…

Read More

ନୂଆଦିଲ୍ଲୀ: ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା ସମସ୍ୟାରୁ ମୁକ୍ତି…

Read More

ପୁରୀ: ଯେଉଁମାନେ ସାଧାରଣ ଚଳପ୍ରଚଳ ସ୍ଥାନରେ ମଦ ପିଉଛନ୍ତି ସେମାନେ ଏଣିକି ସାବଧାନ ରୁହନ୍ତୁ। କାରଣ ଏହିପରି ବ୍ୟକ୍ତିଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି। ସଂଧ୍ୟା ହେଲେ ଅନେକ ଲୋକ ସାଧାରଣ ସ୍ଥାନରେ ନିର୍ଭୟରେ ମଦ ପିଉଛନ୍ତି। କେବଳ ସେତିକି ନୁହେଁ ସେମାନେ ମଧ୍ୟ ସାଧାରଣ ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ହେବାରେ ଲାଗିଛି। ଏସବୁ ଅଭିଯୋଗକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ତରଫରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଯେଉଁମାନେ ସାଧାରଣ ସ୍ଥାନରେ ମଦ ପିଉଛନ୍ତି ସେମାନଙ୍କୁ ଗୋଡାଇ ଗୋଡାଇ ପୋଲିସ ଧରିବା ଆରମ୍ଭ କରିଛି। ଗତକାଲି ରାତିରେ ପୁରୀ କୁମ୍ଭାରପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପନ୍ଦର ଜଣଙ୍କୁ ଧରିଛି। ଏହି ଅଭିଯାନ ପ୍ରତିଦିନ ଚାଲିବ ବୋଲି ପୁରୀ ପୋଲିସ ନିଷ୍ପତି କରିଛି।

Read More

ଶରତ ପାଇକରାୟ ଭୁବନେଶ୍ବର: ଗତ କିଛି ମାସ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାରେ ଲାଗିଛନ୍ତି। ବିଭିନ୍ନ ଗଣମାଧ୍ୟମ ଆଶଙ୍କା କରିଛି ଯେ, ଏଥର ଧର୍ମେନ୍ଦ୍ର ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ହେଲେ କଣ ଏମିତି ଘଟିଲା ଯେ ସେ ସିଧା ନିର୍ବାଚନ ଲଢିବା ପାଇଁ ବାଧ୍ୟ ହେଉଛନ୍ତି। ଏହାର କାରଣକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେବାରେ ଲାଗିଛି। ଏହା ନିଶ୍ଚିତ ଯେ, ଧର୍ମେନ୍ଦ୍ର ସିଧା ନିର୍ବାଚନ ଲଢେଇ କରିବାକୁ ପସନ୍ଦ କରନ୍ତି ନାହିଁ। କାରଣ ଧର୍ମେନ୍ଦ୍ର ହେଉଛନ୍ତି ଏପରି ଜଣେ ନେତା ଯେ କି ଶୁଖିଲାରେ ରହି ଶେଉଳ ମାରିବାରେ ଓସ୍ତାଦ। ସେଥିପାଇଁ ସେ ନିର୍ବାଚନ ପରି ଅଳିଆ ଭିତରେ ନ ପଶି ଅନ୍ୟ ରାଜ୍ୟରୁ ରାଜ୍ୟସଭା ସାଂସଦ ହୋଇ ମନ୍ତ୍ରୀ ପଦ ହାତେଇଛନ୍ତି। ତେଣୁ ଜଣେ ସୁବିଧାବାଦୀ ନେତା ଏପରି ସିଧା ନିର୍ବାଚନ ଲଢେଇ କରିବା ପଛରେ ରହିଛି…

Read More

ଜୀବନଶୈଳୀ: ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ। ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍‌। କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି। ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ। ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ। ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ। ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍‌।…

Read More

ମେଷ ରାଶି- ଏହି ରାଶିର ବ୍ୟକ୍ତିମାନେ ସମ୍ପତ୍ତି ସହିତ ଜଡିତ କୈଣସି ବଡ଼ ଲାଭ ପାଇପାରିବେ। ସମ୍ପତ୍ତି କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଆପଣ ଲଗାଇଥିବା ପ୍ରୟାସ ଏହାର ସଠିକ୍ ଫଳାଫଳ ପାଇବ । ରୋଜଗାର ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରରେ ସମୃଦ୍ଧତା ରହିବ । ବୃଷ ରାଶି- ଏହି ରାଶି ଥିବା ବ୍ୟକ୍ତିମାନେ ଆଜି ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେବେ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପ୍ରଭାବଶାଳୀ ଲୋକମାନେ ମାର୍ଗ ଦର୍ଶନ ପାଇ ପାରିବେ । ମସ୍ତିଷ୍କରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ । ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । ମନର ସମସ୍ତ ଅସୁବିଧା ଦୂର ହେବ । କୈଣସି ସ୍ଥାନରେ ସାଙ୍ଗମାନଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ମିଥୁନ ରାଶି- ଏହି ରାଶିର ଲୋକମାନେ କେବଳ କମ୍ ପରିଶ୍ରମ ସହିତ…

Read More

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀର କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ନିଜେ ଗୁଲାମ ନବୀ ଆଜାଦଙ୍କୁ କାଶ୍ମୀରରେ ପ୍ରଚାର କମିଟି ସମେତ ଅନେକ କମିଟିର ମୁଖ୍ୟ କରିବାକୁ ଘୋଷଣା କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଗୁଲାମ ନବୀଙ୍କ ସୁପାରିଶକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେ ଉଭୟ ପ୍ରଚାର ଏବଂ ରାଜନୈତିକ କମିଟିରୁ ଇସ୍ତଫା ଦେଇଛନ୍ତି। ଗୁଲାମ ନବୀ ଆଜାଦଙ୍କ ନିକଟ ସୂତ୍ର ମଧ୍ୟ କହିଛି ଯେ, ସେ କୌଣସି ପଦବୀ ଚାହୁଁ ନାହାଁନ୍ତି ବୋଲି ଦଳର ନେତୃତ୍ୱଙ୍କୁ ସ୍ପଷ୍ଟ କରିସାରିଛନ୍ତି। ଏହା ପରେ ମଧ୍ୟ ତାଙ୍କ ନାମ ଘୋଷଣା କରାଯାଇଥିଲା।

Read More

ଭୁବନେଶ୍ବର: ରାଜଧାନୀ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ଟି ଅଂହିସା ରଥକୁ ଉଦଘାଟନ କରିବା ପରେ ପରେ ଭୁବନେଶ୍ୱର ମହାନଗରର ବିଭିନ୍ନ ସ୍ଥାନକୁ ଏହି ରଥ ପରିକ୍ରମା କରିଥିଲା । ଓଡିଶାରେ ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ବାଜି ରାଉତ, ଶହୀଦ ଲକ୍ଷ୍ମଣ ନାଏକଙ୍କ ସଂପର୍କିତ ପ୍ରାମାଣିକ ଚଳଚିତ୍ର ଆଦି ଦୃଶ୍ୟ ଶ୍ରାବ୍ୟ ସ୍ୱତନ୍ତ୍ର ଯାନରେ ପ୍ରଦର୍ଶିନ କରାଯାଉଥିବା ବେଳେ ଗତ କାଲି ରାଜଧାନୀର ୧୨ ଟି ସ୍ଥାନକୁ ଅହିଂସା ରଥ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ଅହିଂସା ସଚେତନତା ବାର୍ତ୍ତା ଜାଗରଣ ସୃଷ୍ଟି କରିଥିଲା । ପ୍ରଦର୍ଶନୀ ପଡିଆରୁ ବାହାରି ଲୋକସଂପର୍କ ଭବନ ଆସିବା ପରେ ରଥ ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବ୍ରହ୍ଣେଶ୍ୱର ମନ୍ଦିର ନିକଟସ୍ଥ ଗତିକୃଷ୍ଣ ଭିଲ୍ଲା ଗସ୍ତ କରିଥିଲା । ସ୍ଥାନୀୟ ୱେଲଫେୟାର ଆସୋସିଏସନ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସ…

Read More

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡିଶାର ଲଗାତର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରି ପରିସ୍ଥିତିରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ସେହି ଅନୁସାରେ ଆସନ୍ତା ୧୯ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ଅଗଷ୍ଟରୁ ପୁଣି ଥରେ ବର୍ଷାର ପ୍ରକୋପ ଆରମ୍ଭ ହେବ। ଏହା ୧୯ ଏବଂ ୨୦ ତାରିଖରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Read More

ରେଢ଼ାଖୋଲ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତଥା ଅମୃତ ମହୋତ୍ସବ ପାଳନ ଅବସରରେ ରେଢ଼ାଖୋଲ ଉପଖଣ୍ଡ  ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ ପରିସର ସ୍ଥିତ ରାଜୀବ ଗାନ୍ଧୀ ଭବନ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ରନାଥ ପ୍ରଧାନ, ଜୟନ୍ତ କୁମାର ଖଡିରତ୍ନ ମଞ୍ଚାସିନ ଥିଲେ। ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା କରାଯିବା ସହ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ କିପରି ଗଣମାଧ୍ୟମ ପ୍ରତିନିଧି ମାନେ ସୁବିଧାରେ ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଆଜି ସମୟର  ଯୁବ ସାମ୍ବାଦିକ ମାନେ  କିଭଳି ଭାବରେ ନିଜ ଲକ୍ଷ୍ମଣ ରେଖାରେ ରହି ସତ୍ୟ, ନିର୍ଭୁଲ ତଥ୍ୟ ଭିତ୍ତିକ ଖବର କେମିତି କରିବେ, ବର୍ଷକୁ ଛଅ ଟି ବୈଠକ କରିବାର ନିଷ୍ପତି…

Read More

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି” ଉଦଘାଟିତ ହୋଇଯାଇଛି। ପ୍ରଫେସର ନାୟକ ଏହାର ଲୋଗୋକୁ ଉନ୍ମୋଚିତ କରିଥିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚିଫ ଭିଜିଲାନ୍ସ ଅଫିସର ତଥା ଡାଇରେକଟର ରିସୋରସେସ ଯୁଗଳ ଦାସ, ଆଇନ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହୁ, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନ ର ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ନିୟୁଜ ସେଭେନ ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ଓ ନ୍ୟୁଜ ସେଭେନ ର ନିର୍ଦେଶକ (ସେଲସ ଆଣ୍ଡ ମାର୍କେଟିଙ୍ଗ) ହିମାଂଶୁ ହୋତା ଓ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୁମା ସିକ୍ୟୁରିଟି ଏଜେନସି ର ଉଦ୍ଦେଶ୍ୟ…

Read More

ନୂଆଦିଲ୍ଲୀ: “ଭାରତ ସରକାର ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି।” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଭାଷୀ ମାଧ୍ୟମରେ ବିଭିନ୍ନ ଫ୍ଲାଗସିପ ଯୋଜନାର କାର୍ଯ୍ୟ ସମୀକ୍ଷା କାଳରେ ଆଜି ଏହା ପ୍ରକାଶ କରିଛନ୍ତି। ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ। ସେ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ତଥା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୪୧୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ଜନଶୁଣାଣୀ ଶିବିର ସମାପ୍ତ ହେବା ପରେ ଜିଲ୍ଲାପାଳ ଓ ଟିମ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନକୁ ଯାଇଥିଲେ। ସେଠାରେ ବିଭିନ୍ନ ସମସ୍ୟା ସ୍ଥାନୀୟ ମେଡିକାଲ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ପଚାରିଥିଲେ ଜିଲ୍ଲାପାଳ। ତେବେ ଡାକ୍ତରଖାନା ରେ ଡାକ୍ତରମାନେ ସପ୍ତାହକୁ ମାତ୍ର ଦୁଇ ଦିନ କାର୍ଯ୍ୟକୁ ଆସୁଥିବାର ଜନପ୍ରତିନିଧିଙ୍କ ଠାରୁ ଶୁଣି ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ତୁରନ୍ତ…

Read More

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପ୍ରସ୍ତୁତ ରହିଛି। ଜିଲ୍ଲାରେ ରାଜୁଆ ଓ ଦୟା ନଦୀ ପ୍ରଭାବରେ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତିନୋଟି ବ୍ଲକର ୧୦ଟି ପଞ୍ଚାୟତର ୧୬ଟି ଗ୍ରାମର ୪୪୯୮ ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଜଣାଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି। ବାଲିଅନ୍ତାର ୩ଟି ଓ ଖୋର୍ଦ୍ଧା ବ୍ଲକର ୨ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ବାଲିପାଟଣା ବ୍ଲକରେ ଏନଡ୍ରାଫ ଓ ଖୋର୍ଦ୍ଧା ବ୍ଲକରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ୮ଟି ଯନ୍ତ୍ରଚାଳିତ ଡଙ୍ଗା ସମେତ ୫୮ଟି ଡଙ୍ଗା ପ୍ରସ୍ତୁତ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ଶୁଖିଲା ଖାଦ୍ୟ,…

Read More

ଭୁବନେଶ୍ବର: ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ଠାରୁ ସାରାରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବାସହିତ ଶାନ୍ତିପୂର୍ଣ୍ଣଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତରଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍ (ଏଚୟୁଆରଏଲ୍) -ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଖୁବ ଶୀଘ୍ର ଏଚୟୁଆରଏଲ୍-ବାରାଉନି ଏବଂ ସିନ୍ଦ୍ରି କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ଏହି ଦୁଇଟି କାରଖାନା ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନରୁ ଅଧିକ ୟୁରିଆ ଉତ୍ପାଦନ କରିବ ଯାହା ସମାନ ପରିମାଣ ୟୁରିଆର ଆମଦାନୀ ହ୍ରାସ କରିବାରେ ସହାୟକ ହେବ। କେନ୍ଦ୍ର ମନ୍ତ୍ରୀ ଆମୋନିଆ/ୟୁରିଆ ଉତ୍ପାଦନ ପାଇଁ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଜ୍ଞାନକୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍) ର ସମୀକ୍ଷା କରିଛନ୍ତି। ଟିଏଫ୍ଏଲର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ ହେବ। ୨୦୨୪ ମସିହାରେ ଟିଏଫ୍ଏଲର କାର୍ଯ୍ୟକାରୀ ହେବା ଆଶା କରାଯାଉଛି। ଡକ୍ଟର…

Read More

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ମୁଖ୍ୟମନ୍ତ୍ରୀ ଆଜି ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ବିଭାଗୀୟ ସଚିବମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି। ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ମହାନଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର କେତେକ ତଳିଆ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ। ଏହି ୧୦ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ତରରୁ ସରକାରୀ ବିଭାଗଗୁଡ଼ିକ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ…

Read More

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନେତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ଡିନ୍ (ଏକାଡେମିକ୍ସ) ଡ. ଦେବାଶିଷ ହୋତା, ପିଆର ସେଲ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜର ବିଭିନ୍ନ ବର୍ଗରୁ ଆସିଥିବା ପ୍ରମୁଖ ବ୍ୟକ୍ତିବିଶେଷ ଏମ୍ସ ପରିସରରେ ଥିବା ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ମୂଳଦୁଆ ପକାଇଥିଲେ। ଏହା ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ସ୍ଥାପନ ଶ୍ରୀ ବାଜପେୟୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ପୁଣ୍ୟତିଥି ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ଓଏଏସ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ପୁର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୬ ବ୍ୟାଚ ର ଉକ୍ତ ଯୁବ ଓଏଏସ ଅଧିକାରୀ ୨୦୨୦ ମସିହାରୁ ବାଲିଗୁଡାରେ କାର୍ଯ୍ୟରତ ଥିଲେ। ବିଶେଷ କରି କୋଭିଡ ପରିଚାଳନାରେ ଉଲେଖନୀୟ କାର୍ଯ୍ୟ କରି ଶ୍ରୀ ଷଡ଼ଙ୍ଗୀ ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତାଙ୍କର ବାଲିଗୁଡାରୁ ଚିଲିକାକୁ ବଦଳି ହୋଇଥିବା ବେଳେ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ତେବେ ଚିଲିକା ବ୍ଲକରେ କ’ଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ସରକାରଙ୍କ ୫-ଟି ବ୍ୟବସ୍ଥାକୁ କିପରି ଠିକ ଭାବେ ଲାଗୁ କରାଯିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ।

Read More