ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୩୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୮୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୫ ବରଗଡ ଜିଲ୍ଲାରୁ- ୧୩ ଭଦ୍ରକ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୧୩ ବୌଦ୍ଧ ଜିଲ୍ଲାରୁ- ୧୭ କଟକ ଜିଲ୍ଲାରୁ- ୧୪ ଦେବଗଡ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୬ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୫ କଳାହାଣ୍ଡି ଜିଲ୍ଲାରୁ- ୩୩ କନ୍ଧମାଳ ଜିଲ୍ଲାରୁ- ୯ କେନ୍ଦ୍ରପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୪୯ କୋରାପୁଟ…
Author: Samikhsya Bureau
ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସଂପଦର ଚିକିତ୍ସା ଓ ଟୀକାକରଣ ଆଦିକୁ ୟୁଜର୍ସ ଫି ଛାଡ଼ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରସ୍ତାବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛାଡ଼ କରାଯାଇଛି । ଅଗଷ୍ଟ ୧୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ ଫି ଛାଡ଼ କରାଯାଇଛି। ପ୍ରାଣୀଧନମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି ନିଆଯିବ ନାହିଁ। ଏଥି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟୀକାକରଣ ନିମନ୍ତେ…
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ବିଧାୟକ ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ କୋଭିଡ୍ ସଂକ୍ରମଣ ପାଇଁ ଗତ ତିନିବର୍ଷ ଧରି ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ। ପ୍ରତିବର୍ଷ ଓଡ଼ିଶା ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ବିଧାୟକ, ଉତ୍କଳଗୌରବ…
ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଜେଡି ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରଥମେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିବା ପରେ ବର୍ତ୍ତମାନ ଯୁବ ସଂଗଠନକୁ ମଧ୍ୟ ପରିବର୍ତ୍ତନ କରିଛି। ଦଳ ବିଜୁ ଯୁବ ଜନତା ଦଳର ନୂଆ ସଂଗଠନ ନେତାଙ୍କ ନାମ ଘୋଷଣା କରିଛି। ସେହି ଅନୁସାରେ ଏଲିନା ଦାଶ ପୂର୍ବ ପରି ମହାସଚିବ ପଦବୀ ବଜାୟ ରଖିଛନ୍ତି। ଏଥି ପୂର୍ବରୁ ୨୦୨୦ ସେପ୍ଟେମ୍ବର ୨୩ରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ହୋଇଥିଲା। ଚଳିତ ବର୍ଷ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ତାଲିକା ପ୍ରକାଶ ପାଇଛି। ବିଜୁ ଯୁବ ଜନତା ଦଳରେ ୩ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲା ବେଳେ ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ ନିଯୁକ୍ତି ପାଇଛନ୍ତି I କାର୍ଯ୍ୟକାରୀ ସଭାପତି:…
ଚାଣକ୍ୟନୀତି: ଯଦି ପିଲାକୁ ଧ୍ୟାନ ଦିଆଯାଏ ନାହିଁ, ଖୁବ୍ ଶୀଘ୍ର ପିଲାଟି ଖରାପ ଅଭ୍ୟାସ ଶିଖିବା ଆରମ୍ଭ କରେ। ପିଲାକୁ ଯୋଗ୍ୟ କରିବା ପାଇଁ ପିତାମାତାମାନେ ଏହି ଜିନିଷଗୁଡ଼ିକୁ କେବେବି ଭୁଲିଯିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ଆଜିର ଚାଣକ୍ୟ ନୀତି… ୧- ମିଛ କହିବା: ଯଦି ପିଲାଟି ମିଛ କହିବା ଆରମ୍ଭ କରେ, ତେବେ ପିତାମାତା ଗମ୍ଭୀର ହେବା ଉଚିତ ଏବଂ ଏହି ଅଭ୍ୟାସକୁ ଆରମ୍ଭରୁ ହଟାଇବାକୁ ଚେଷ୍ଟା କରିବା ଉଚିତ୍। ଯଦି ଏହାର ସମୟ ସମୟରେ ଯତ୍ନ ନିଆଯାଏ ନାହିଁ, ତେବେ ଏହି ଅଭ୍ୟାସ ପିତାମାତା ତଥା ଶିଶୁକୁ ମଧ୍ୟ କ୍ଷତି ପହଞ୍ଚାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ପିଲାମାନଙ୍କଠାରେ ମିଛ କହିବାର ପ୍ରବୃତ୍ତି ଅତି ଶୀଘ୍ର ବିକଶିତ ହୁଏ। ପିଲାମାନଙ୍କୁ ଏପରି ପରିବେଶ, ଶିକ୍ଷା ଏବଂ ସଂସ୍କୃତି ଯୋଗାଇ ଦିଆଯିବା ଉଚିତ ଯାହା ଦ୍ଵାରା ମିଛ କହିବାର ଅଭ୍ୟାସ ବିକାଶ ନହୁଏ। ୨- ଜିଦ୍ର ଅଭ୍ୟାସ: ପିଲାମାନେ ଅଧିକ ପ୍ରେମ ଯୋଗୁଁ ଜିଦ୍ଖୋର…
ମେଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ। ବୃଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ।…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ବହୁ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଟାଉନ ଥାନା ଅନ୍ତର୍ଗତ ଅରାଙ୍ଗ ଗ୍ରାମର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଅପରାହ୍ନରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଘରୁ ୫୦ କେଜି ୨୦୦ ଗ୍ରାମ ଗଞ୍ଜେଇ ସମେତ ଅଭିଯୁକ୍ତ ସଞ୍ଜୟ କୁମାର ଜେନାଙ୍କୁ ଗିରଫ କରିଛି ପୋଲିସ। ସଞ୍ଜୟ ଦୀର୍ଘଦିନ ହେବ ସୁରେଶଙ୍କ ଘରେ ଗଞ୍ଜେଇ ବେପାର ଜାରି ରଖିଥିଲେ ଏବଂ ସୁରେଶଙ୍କୁ ଏଥି ନିମନ୍ତେ ମୋଟା ଅଙ୍କର ଅର୍ଥ ଦେଉଥିଲେ। ତେବେ ସୁରେଶ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିବା…
ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ୨୦୧୯ ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲା ଉପରୁ ଏହି ଜଳଜୀବନ ମିଶନର ଆରମ୍ଭ ବିଷୟ ଘୋଷଣା କରିଥିଲେ। ସେତେବେଳେ ଦେଶର ଗ୍ରାମାଞ୍ଚଳରେ ମାତ୍ର ୩. ୨୩କୋଟି (୧୬.୯୦%) ପରିବାରକୁ ଟ୍ୟାପ୍ ଜଳର ସୁବିଧା ମିଳୁଥିଲା। ଯୋଜନା ଆରମ୍ଭର ତିନିବର୍ଷ ମଧ୍ୟରେ ଏବେ ୨୦୨୨ ଅଗଷ୍ଟ ୧୯ସୁଦ୍ଧା ୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳଯୋଗାଇ ଦେବା ସମ୍ଭବ ହୋଇଛି। ଆଜିର ତାରିଖ ସୁଦ୍ଧା ଗୋଆ, ତେଲଙ୍ଗାନା ଓ ହରିଆଣା ରାଜ୍ୟ ଏବଂ ପୁଡୁଚେରୀ, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ ଏବଂ ଅଣ୍ଡାମାନ…
ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଆଜି ମୁଖ୍ୟାଳୟ ରେଳସଦନ ଠାରେ ଏହାର ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଳପଥ କ୍ରୀଡା ସଂଗଠନର (ଇକୋର) ସଭାପତି ମାନସ କୁମାର ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ମହାପ୍ରବନ୍ଧକଙ୍କ ସଚିବ ବିଶ୍ୱଜିତ ଭୋଇଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି। ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ରୋହିଦାସ ଗତ କମନୱେଲଥ ଗେମ୍ସରେ ସିଲଭର ପଦକ ଜିତି ଭାରତୀୟ ରେଳବାଇ ସହିତ ଦେଶକୁ ଗୌରବାନ୍ୱିତ କରିଛନ୍ତି।
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଅନୁମତି ଆସିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାରଙ୍କ ପରିକଳ୍ପନାକୁ ସାକାର କରିବ। “ମେଡିକାଲ କଲେଜ ଆରମ୍ଭ ହେବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଏକ ନୂଆ ସୋପାନକୁ ଯାଇପାରିବ। ଏହି ଅତ୍ୟାଧୁନିକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନିୟୋଜିତ ଉଚ୍ଚମାନର ମାନବ ସମ୍ବଳ ତଥା ତାଲିମ ଓ ଚିକିତ୍ସା ଲାଗି ନିୟୋଜିତ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ଏକାଡାଳିଆ ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୨ ହଜାର ୨୫୦ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୧୫୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ତେବେ ବୋଲଗଡ ଥାନା ଅଞ୍ଚଳର ଦୁଇ ଅଭିଯୁକ୍ତ ସୁଧୀର କୁମାର ଦତ୍ତ ଏବଂ ପ୍ରଭାତ କୁମାର ବରଦଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୮ ଲିଟର ଦେଶୀ ମଦ ଜବତ କରିଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜୈସ ଏବଂ ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
ସୁନ୍ଦରଗଡ଼: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି “ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି”। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ଜିଲ୍ଲାର ୧୯ ଲକ୍ଷରୁ ଅଧିକ ଲୋକ ବିଶେଷ ଭାବେ ଉପକୃତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ସେବା ଯୋଗାଇଦେବା ପାଇଁ ୨୫ଟି ଏମଏମଭିକୁ ନିୟୋଜିତ କରାଯାଇଛି। ପ୍ରତି ଏମଏମଭି ନିୟମିତ ଭାବେ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ତା’ଛଡ଼ା ବିଭିନ୍ନ ସ୍କୁଲ, ବାଳାଶ୍ରମ ଓ ବୃଦ୍ଧାଶ୍ରମ ଆଦି ସ୍ଥାନରେ କ୍ୟାମ୍ପ କରି ଏମଏମଭି ହିତାଧିକାରୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି। ପ୍ରତିଦିନ ଏହି ସେବାରୁ ୮୦୦ରୁ ୯୦୦ ଲୋକ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ…
ଦିଲ୍ଲୀ: ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ- ଗ୍ରାମୀଣ (ଏସ୍ବିଏମ୍ – ଜି) ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ୧୦୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଭାବେ ଘୋଷିତ କରିଛନ୍ତି। ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ସ୍ଥିତିକୁ ବଜାୟ ରଖିଛନ୍ତି ଏବଂ କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁକୁ ପରିଚାଳନା କରିବା ନିମନ୍ତେ ପରିଚାଳନା ବ୍ୟବସ୍ଥା ମଧ୍ୟ ସେଠାରେ ରହିଛି ଏବଂ ସେହି ଗ୍ରାମ ଗୁଡିକ ନିଜର ସ୍ୱଚ୍ଛତାର ଯାତ୍ରାକୁ ଜାରି ରଖିବେ କାରଣ ସେମାନେ ନିଜ ଗ୍ରାମକୁ ସ୍ୱଚ୍ଛ, ସବୁଜ ଏବଂ ସ୍ୱାସ୍ଥ୍ୟକର କରିବା ନିମନ୍ତେ କାର୍ଯ୍ୟ କରୁଛନ୍ତି। ଶୀର୍ଷ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକରୁ ପ୍ରଥମ ପାଂଚଟି ରାଜ୍ୟ, ଯେଉଁ ରାଜ୍ୟ ଗୁଡିକର ଅଧିକ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଘୋଷିତ କରା ଯାଇଛି ତାହା ମଧ୍ୟରେ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ଥାନା ବାଟଗାଁରେ ଜନୈକା ମହିଳା ଘର ପଛପଟେ ଘାସ ଉପାଡୁଥିବା ସମୟରେ ଏକ ବିଷଧର ନାଗସାପ କାମୁଡିବାରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର କଟି ମାଝୀ (୭୦) ନିଜ ଘର ଚାରିପାଖ ସଫା କରୁଥିଲେ। ଏହି ସମୟରେ ଏକ ନାଗ ସାପ ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ଆଣି କୁଞ୍ଜାମୁରା ଶିବ ମନ୍ଦିର ନେଇଯାଇଥିଲେ। ସେଠାରେ ସେ ଭଲ ନ ହେବାରୁ ଘରକୁ ଆଣିଥିଲେ। ଆଜି ସକାଳେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନାକଟିଦେଉଳ ପୋଲିସ୍ ଖବର ପାଇ ଗାଁରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ଖୋର୍ଦ୍ଧା ରୋଡ଼ ଜିଆରପି ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଲୁଟେରା ଟାଙ୍ଗୀ ଏବଂ ବାଣପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରୁ ଟ୍ରେନ ଯାଉଥିବା ସମୟରେ ଯାତ୍ରୀଙ୍କଠାରୁ ମୋବାଇଲ ଛଡାଇ ଫେରାର ହେଇଯାଉଥିଲେ। ତେବେ ଦୀର୍ଘ ଦୁଇ ଦିନର ଅପରେସନ ପରେ ଗିରଫ ହୋଇଛନ୍ତି ଉକ୍ତ ଦୁଇ ଅଭିଯୁକ୍ତ। ସେମାନଙ୍କ ନିକଟରୁ ୬ ଗୋଟି ସ୍ମାର୍ଟ ଫୋନ ଏବଂ ୪ ଗୋଟି କି ପ୍ୟାଡ଼ ଫୋନ ଜବତ କରିଛି ରେଳବାଇ ପୋଲିସ ଯାହାର ମୂଲ୍ୟ ୯୬ ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେଶ ନମ୍ବର ୧୦୬/୨୨ ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ଖୋର୍ଦ୍ଧା…
ସୀତାରାମ ଅଗ୍ରୱାଲ ବାଣପୁର: ଶ୍ରୀକ୍ଷେତ୍ରପରି ଭଗବତୀ କ୍ଷେତ୍ର ବାଣପୁର ଠାରେ ମା’ ଭଗବତୀଙ୍କ ପିତ୍ରାଳୟ ଭାବରେ ପରିଚିତ ପ୍ରାଚୀନ ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଏକତ୍ର ପାଳିତ ହୋଇଯାଇଛି ଶ୍ରୀକୃଷ୍ଣ ଓ ଦେବୀ ଭଗବତୀଙ୍କ ଜନ୍ମନୀତି । କେବଳ ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଉଥିବାର ପରମ୍ପରା ଚଳି ଆସୁଥିବା ବେଳେ ବାଣପୁରର ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଚନ୍ଦ୍ରଶେଖର, ଗୋପାଳକୃଷ୍ଣ ଓ ଦେବୀ ଭଗବତୀ ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ନେଇ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହୁଏ ଜନ୍ମାଷ୍ଟମୀର ସମସ୍ତ ପରମ୍ପରା। ପ୍ରଚଳିତ ବିଧି ଅନୁସାରେ ଅଷ୍ଟମୀର ପ୍ରତ୍ୟୁଷରୁ ଦେବା ଦେବୀଙ୍କ ମନ୍ଦିର ଦ୍ଵାର ଫିଟା, ଅଙ୍ଗରାଗ (ମାଜଣା ପରେ ମହାପ୍ରସାଦ ଲାଗି, ବଲ୍ଲଭ ମଙ୍ଗଳାର୍ପଣ, ବେଶ ପରେ ସାଧାରଣ ଦର୍ଶନ,ଶଙ୍କୁଡ଼ି ଧୂପ , ଦିବା ପହୁଡ଼, ପରେ ସଂଧ୍ୟାରେ ନିଶଙ୍କୁଡ଼ି, ଆଳତୀ କରାଯାଇଥିଲା। ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା…
ଡକ୍ଟର ବି କେ ବେହେରା ହସ୍ତତନ୍ତ ଏକ ସୁନ୍ଦର ବୟନକଳା ଏବଂ ଏଥିପାଇଁ ଏହାର ବିଶେଷତ୍ୱ ରହିଛି ଯେ ଦୁଇଟି ବୁଣାବସ୍ତ୍ର ମଧ୍ୟରେ ସମାନତା ରହିନଥାଏ। ଅବଶ୍ୟ ଏହି ଉତ୍ପାଦ ବୁଣାକାରର କଳା, କୁଶଳତା ଏବଂ ପାରଦର୍ଶିତା ଉପରେ ନିର୍ଭର କରିଥାଏ। ଏଭଳି ପେଶାଦାରୀ କଳଚାତୁରୀ ସହିତ, ବିଶ୍ୱାସ କରାଯାଏ ଯେ ଅତି ସୂକ୍ଷ୍ମ ସୂତାବସ୍ତ୍ର ଯାହାକି ହସ୍ତତନ୍ତ ସାହାଯ୍ୟରେ ବୁଣାଯାଇଥାଏ। ତାହା ଜଣେ ବୁଣାକାରର ମାନସିକତା ଉପରେ ନିର୍ଭର କରିଥାଏ। ଗୋଟିଏ ଶାଢ଼ୀର ମସୃଣତା କି ପ୍ରକାର ହେବ ଏବଂ ଏହାର ବଡ଼ି ଉପରେ କି ପ୍ରକାର ଚିତ୍ର ବୁଣାଯିବ ତାହା ଜଣେ ବୁଣାକାରର ମନର ସ୍ଥିତି ଉପରେ ହିଁ ବିଶେଷ ଭାବେ ନିର୍ଭରଶୀଳ। ତେଣୁ ପ୍ରତ୍ୟେକ ଶାଢ଼ୀର ନିଜସ୍ୱ ସ୍ୱାତନ୍ତ୍ର୍ୟ ରହିଛି ଏବଂ ଏହା ବର୍ତ୍ତମାନ ସୁଦ୍ଧା ଏକ ଅନାବିଷ୍କୃତି ପ୍ରସଙ୍ଗ ଭାବେ ବିବେଚିତ। ହସ୍ତଶିଳ୍ପର ନିଜସ୍ୱ ବୈଶିଷ୍ଟ୍ୟର ସାମର୍ଥ୍ୟକୁ ଯଦି ଆମେ ଗୁରୁତ୍ୱର ସହ ବିଶ୍ଳେଷଣ କରିବା,…
ନୂଆଦିଲ୍ଲୀ: ଆଜି ଦେଶର କେତେକ ପ୍ରାନ୍ତରେ ଜନ୍ମାଷ୍ଠମୀ ପାଳନ କରାଯାଉଛି। ଏଥର ଜନ୍ମାଷ୍ଠମୀ ଦୁଇଦିନିଆ ତିଥୀରେ ରହିଥିବାରୁ ଏପରି ପରିଲକ୍ଷିତ ହୋଇଛି। ଗତକାଲି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଜନ୍ମାଷ୍ଠମୀ ଧୂମଧାମରେ ପାଳନ କରାଯାଇଥିଲା। ଆଜି ସେହି ସବୁ ସ୍ଥାନରେ ନନ୍ଦ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବର ଏକ ବଡ ପରଂପରା ହେଲା ଦହି ହାଣ୍ଡି ଭାଙ୍ଗିବା। ସେଥିପାଇଁ ଆଜି ବିଭିନ୍ନ ସହରରେ ଲୋକମାନେ ଏକାଠି ହୋଇ ଦହି ହାଣ୍ଡୀ ଭାଙ୍ଗିବା ଉତ୍ସବ ପାଳନ କରିଛନ୍ତି। ସେହିପରି କେତେକ ସ୍ଥାନରେ ଲଉଡି ଖେଳ ମଧ୍ୟ ପରିଲକ୍ଷିତ ହୋଇଛି।
ନୂଆଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ। ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ । MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଅଗଷ୍ଟ ୨୮ରେ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବିଚାର ଓ ମତାମତ ଅପେକ୍ଷାରେ ରହିଲି । MyGov କିମ୍ବା Namo Appରେ ନିଜ ବିଚାର ଲେଖନ୍ତୁ । ନଚେତ, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ କରାନ୍ତୁ ।”
ଭୁବନେଶ୍ବର: ମୋର ଯେପରି ଆକ୍ରମଣାତ୍ମ କାର୍ଯ୍ୟ କଳାପ ସେଥିପାଇଁ ମୁଁ ଦୁଃଖିତ। ମୋତେ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଏହି କଥା କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ମୋତେ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଢଯନ୍ତ୍ର କରାଯାଇଥିଲା। ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲି। ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ମୁଁ ଚିଲିକା ବ୍ଲକକୁ ଯିବି ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ। ସେଠାରେ ପହଁଞ୍ଚିବା ମାତ୍ରେ ମୋ ଉପରକୁ ଆକ୍ରମଣ କଲେ। ଠେଙ୍ଗାରେ ଲାଗିଥିବା ଦଳୀୟ ପତାକା ଧରି ସେମାନେ ମୋତେ ପିଟିଲେ। ଯାହା ସାରା ଓଡିଶା ଦେଖିଛି। ମୋ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ମୋର ଗୋଡ ଖସିଗଲା। ଫଳରେ ଗାଡି ଆଗକୁ ଗଡିଗଲା। ମିଡିଆରେ ଯାହା କୁହାଯାଉଛି ଯେ, ମୁଁ ଲୋକଙ୍କୁ ଉପରକୁ ଗାଡି…

