ନୂଆଦିଲ୍ଲୀ: ବିବାଦୀୟ ଅବକାରୀ ନୀତିକୁ ନେଇ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି। ତାଙ୍କ ଘର ସମେତ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନରେ ଚଢାଉ କରାଯାଉଛି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, ” ସିବିଆଇ ଆସିଛି। ତାଙ୍କୁ ମୁଁ ସ୍ବାଗତ କରୁଛି। ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ। କିନ୍ତୁ ଆମ ଦେଶରେ ଯିଏ ଭଲ କାମ କରେ, ତାଙ୍କୁ ଏହିଭଳି ଭାବେ ହଇରାଣ କରାଯାଏ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏଥିପାଇଁ ଆମ ଦେଶ ଆଜି ଯାଏଁ ୧ ନମ୍ବର ହୋଇପାରି ନାହିଁ।”
Author: Samikhsya Bureau
ନୂଆଦିଲ୍ଲୀ: ଭଗବାନ କୃଷ୍ଣ ଭାଦ୍ରବ ମାସର ରୋହିଣୀ ନକ୍ଷତ୍ରରେ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ କୃଷ୍ଣ ଜନ୍ମତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନ ମଥୁରା ଏବଂ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। କୃଷ୍ଣ ଭକ୍ତିରେ ଏଠାକାର ପରିବେଶ ଭରିଯାଏ। ଏହା ବ୍ୟତୀତ ଭାରତରେ ଆହୁରି ଅନେକ ଶ୍ରୀକୃଷ୍ଣ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଭକ୍ତିର ରସପାନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚନ୍ତି। ଆଜି, କୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ଆମେ ଆପଣଙ୍କୁ ଦକ୍ଷିଣ ଭାରତରେ ଥିବା ତାଙ୍କ କୃଷ୍ଣ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁ ପ୍ରାଚୀନ ଏବଂ ପ୍ରସିଦ୍ଧ ଅଟେ। ଏଠାକୁ ଆସିବା ଦ୍ଵାରା ମଥୁରା-ଶ୍ରୀମନ୍ଦିର ଭଳି ଅନୁଭବ ହୁଏ… ଜଗନ୍ନାଥ ପୁରୀ, ଓଡ଼ିଶା: ଓଡ଼ିଶାର ଜଗନ୍ନାଥ ପୁରୀ ମନ୍ଦିରର ମହିମା କିଏ ଜାଣେ ନାହିଁ? ଭାରତର ଚାରି ଧାମ ମଧ୍ୟରୁ ଏହି ମନ୍ଦିରରେ ଭଗବାନ କୃଷ୍ଣ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ…
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବନ୍ୟା ଦେଖା ଦେଇଥିବାରୁ କେହି ଘରୁ ବାହାରି ପାରୁ ନାହାଁନ୍ତି। ଏପରି ପରିସ୍ଥିତିକୁ ଲକ୍ଷ ରଖି ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ବାରା ହେବାକୁ ଥିବା ଏଏସଓ ପରୀକ୍ଷାକୁ ବାତିଲ କରାଯାଇଛି। ଏ ନେଇ କମିସନର କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପରିସ୍ଥିତି ପାଇଁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା 21 ତାରିଖ ରବିବାରରେ ହେବାକୁ ଥିଲା। ତେବେ ପରବର୍ତ୍ତି ପରୀକ୍ଷା ଦିନ ପରେ ଜଣାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଚାଣକ୍ୟ ନୀତି: ଟଙ୍କା ଦୁନିଆର ସବୁକିଛି ନୁହେଁ। ଟଙ୍କା ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟଙ୍କା ହେଉଛି ସବୁକିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଧନ ନଷ୍ଟ ହେବା ପରେ ଆସିପାରେ, କିନ୍ତୁ ଥରେ ଏସବୁ ଜିନିଷ ଚାଲିଯିବା ପରେ ତାହା ଆଉ ଫେରେ ନାହିଁ। ତେବେ ଚାଣକ୍ୟଙ୍କ ହିସାବରେ କଣ ସେହି ଜିନିଷ ଯାହା ଟଙ୍କା ଅପେକ୍ଷା ବେଶ୍ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ….. ଅର୍ଥ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଧର୍ମ ଛାଡିବା ଉଚିତ୍ ନୁହେଁ। ଜଣେ ସର୍ବଦା ଧର୍ମର ମାର୍ଗ ଅନୁସରଣ କରିବା ଉଚିତ୍। ଧର୍ମର ପଥରେ ଚାଲୁଥିବା ବ୍ୟକ୍ତି ଜୀବନରେ ସମ୍ମାନ ପାଇଥାଏ। ଧର୍ମ ପାଇଁ ଟଙ୍କା ବଳିଦାନରେ କିଛି ଭୁଲ…
ମେଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ । ଯୋଗ ଏବଂ ଧ୍ୟାନ ସହିତ ଆପଣ ମାନସିକ ସ୍ତରରେ ଶାନ୍ତ ରହିପାରିବେ । ବୃଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ । ଆପଣ କଥାରେ କଥାରେ କ୍ରୋଧିତ ହେବେ । ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ…
ଭୁବନେଶ୍ବର: ଆଗାମୀ ୨୪ଘଣ୍ଟା ସୁଦୃଶଃ-ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡା, ମୟୁରଭଞ୍ଜ ଏବଂ କେନ୍ଦୁଝର। ଏହି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପ୍ରବଳ ବର୍ଷା ପାଇଁ ୟଲୋ ୱାର୍ଣ୍ଣି ଜାରୀ କରିଛି। ସେହିପରି ସମୁଦ୍ର ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ସ୍ଥିତି ରହିବ। ସେଥିପାଇଁ ୧୯ ଏବଂ ୨୦ ତାରିଖରେ ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳର ସମୁଦ୍ର ଭିତରକୁ ନି ଯିବା ପାଇଁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଆଜି ସଂଧ୍ୟାରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ହାଲକା ବର୍ଷା ଆରମ୍ଭ ହୋଇଯାଇଛି। ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ଗମ୍ଭିର ହେବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଓଡିଶା କ୍ୟାଡର ଆଇଏଏସ ରାଜେଶ ବର୍ମା ହେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଚିବ। ଆଜି ଏ ନେଇ କ୍ୟାବିନେଟ ନିଯୁକ୍ତି କମିଟ ବର୍ମାଙ୍କ ନାମରେ ମୋହର ମାରିଛନ୍ତି। ସେ ହେଉଛନ୍ତି 1987 ବ୍ୟାଚ ଓଡିଶା କ୍ୟାଡରର ଆଇଏଏସ ଅଫିସର। ବର୍ତ୍ତମାନ ରାଜେଶ ବର୍ମା କେନ୍ଦ୍ର ସରକାରଙ୍କ କରର୍ପୋରେଟ ବ୍ୟାପର ମନ୍ତ୍ରଣାଳୟର ସଚିବ ଅଛନ୍ତି। ରାଜେଶ ବର୍ମା ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ପୂର୍ବରୁ ଶକ୍ତି ବିଭାଗର ଶାସନ ସଚିବ ଥିଲେ। ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ନିଯୁକ୍ତି ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଇଛି। ଓଡିଆ ରାଷ୍ଟ୍ରପତିଙ୍କ ପାଖରେ ଜଣେ ଓଡିଶା କ୍ୟାଡରର ଆଇଏଏସ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଇ ବୋଲି ସମ୍ବୋଧୀତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସଚିବ ଥିଲେ।…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ ଘୋଷଣା କରିଛି। ସେହି ଅନୁସାରେ ଦଳର ସବୁ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ଦଳ ତରଫରୁ ସଂଗଠନ ସଂପାଦନ ପ୍ରଣବ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ଛଅ ଜଣ ବରିଷ୍ଠ ନେତାଙ୍କୁ ତିରିଶିଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଏହି ଦାୟିତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ବାତିଲ କରାଯାଇଛି।
ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ୟୁଟ୍ୟୁବ ନ୍ୟୁଜ୍ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍ ହୋଇଥିବା ୟୁଟ୍ୟୁବ ଚାନେଲକୁ ୧୧୪ କୋଟି ଥର ଦେଖାଯାଇଥିବା ବେଳେ ଏହାର ୮୫ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିଲେ। ଏସବୁ ୟୁଟ୍ୟୁବ ଚାନେଲ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ପ୍ରସାରଣ କରୁଥିଲେ। ବ୍ଲକ୍ ହୋଇଥିବା କେତେକ ୟୁଟ୍ୟୁବ ଚାନେଲରେ ମିଥ୍ୟା ଦାବିମାନ କରାଯାଇଥିଲା। ଏଥିରେ ପ୍ରସାରିତ ହୋଇଥିବା କେତେକ ମିଛ ଖବର ମଧ୍ୟରେ ରହିଛି : 1-ଧାର୍ମିକ ଢାଞ୍ଚା ଭାଙ୍ଗିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶ ( ମିଛ ଖବର ) 2- ଧାର୍ମିକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
ଭୁବନେଶ୍ବର: ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳରେ ଲଘୁଚାପ ସକ୍ରିୟ ରହିଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ ଏବଂ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ ରେ ପରିଣତ ହେବା ସମ୍ଭାବନା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। ପ୍ରଥମେ ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହାପରେ 12 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏବଂ 24 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ର ରୁପନେବାର ସମ୍ଭାବନା ରହିଛି। ଏହା ଦ୍ବାରା ଓଡିଶାରେ ପୁଣି ବର୍ଷାର ସମ୍ଭାବନା ସୃଷ୍ଟି ହୋଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।
ନୂଆଦିଲ୍ଲୀ: ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ, ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ ଦେଇନାହିଁ। ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ରୋହିଙ୍ଗ୍ୟା ବେଆଇନ ବିଦେଶୀମାନେ କାଞ୍ଚନ କୁଞ୍ଜ, ମଦନପୁର ଖଡର ଅଞ୍ଚଳରେ ବର୍ତ୍ତମାନ ଯେଭଳି ରହିବେ ତାହା ନିଶ୍ଚିତ କରିବାକୁ ଏମ୍ଏଚଏ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି, କାରଣ ଏମ୍ଏଚ୍ଏ ବିଦେଶ ମନ୍ତ୍ରାଳୟ ଜରିଆରେ ବେଆଇନ ବିଦେଶୀମାନଙ୍କୁ ଦେଶାନ୍ତରୀକରଣ ଲାଗି ସମ୍ପୃକ୍ତ ଦେଶ ସହିତ ଯୋଗାଯୋଗରେ ଅଛି। ବେଆଇନ ବିଦେଶୀମାନଙ୍କୁ ଆଇନ ଅନୁଯାୟୀ ଦେଶାନ୍ତରୀକରଣ କରାଯିବା ପର୍ଯ୍ୟନ୍ତ ଅଟକ କେନ୍ଦ୍ରରେ ରଖାଯିବ। ଦିଲ୍ଲୀ ସରକାର ବର୍ତ୍ତମାନର ରହଣି ସ୍ଥାନକୁ ଅଟକ କେନ୍ଦ୍ର ଭାବରେ ଘୋଷଣା କରି ନାହାଁନ୍ତି। ତୁରନ୍ତ ଏଭଳି ଘୋଷଣା କରିବାକୁ…
ଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ। ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହୁବଲୀ ନେତା ମୁଖତାର୍ ଅନସାରୀଙ୍କ ପରିସରରେ ଇଡି ଚଢାଉ ଜାରି ରହିଛି। ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ମୁଖତାର ଅନସାରୀର ୧୧ ଟି ସ୍ଥାନରେ ଇଡିର ଏହି ଚଢାଉ ଚାଲିଛି। ସୂଚନାନୁସାରେ, ମୁଖତାର ସିଏଙ୍କ ସମେତ ସମ୍ପର୍କୀୟ ଏବଂ ସହଯୋଗୀଙ୍କ ଠାରେ ଚଢାଉ ଜାରି ରହିଛି। ଲକ୍ଷ୍ନୌର ଇଡି ଦଳ ଗାଜିପୁରର ମହମ୍ମଦାବାଦରେ ମୁଖତାର ଅନସାରୀଙ୍କ ଘରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଟାଉନ ହଲରେ ଖାନ ବସ୍ ସର୍ଭିସର ମାଲିକ, ସୁନା ବ୍ୟବସାୟୀ ବିକ୍ରମ ଅଗ୍ରହରୀ ଏବଂ ପ୍ରପର୍ଟି ଡିଲର ଗଣେଶ ଦତ୍ତ ମିଶ୍ରଙ୍କ ଉପରେ ମଧ୍ୟ ଚଢାଉ କରାଯାଇଛି। ଗଣେଶ ଦତ୍ତ ମିଶ୍ର, ବିକ୍ରମ ଅଗ୍ରହରୀ ଏବଂ ମୁସ୍ତାକ୍ ଖାନ୍ ମୁଖତାର୍ ଅନସାରୀଙ୍କ ନିକଟତର ଅଟନ୍ତି। ଇଡି ଟିମ୍ ପୋଲିସ୍ ଫୋର୍ସ ସହିତ ସମସ୍ତଙ୍କ ବାସଭବନକୁ ଘେରି ରହିଛି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୯ ବରଗଡ ଜିଲ୍ଲାରୁ- ୯ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୨୪ ବୌଦ୍ଧ ଜିଲ୍ଲାରୁ- ୩୭ କଟକ ଜିଲ୍ଲାରୁ- ୧୬ ଦେବଗଡ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୬ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୧୦ ଝାରସୁଗୁଡା ଜିଲ୍ଲାରୁ- ୮ କଳାହାଣ୍ଡି ଜିଲ୍ଲାରୁ- ୧୬ କନ୍ଧମାଳ ଜିଲ୍ଲାରୁ- ୭ କେନ୍ଦ୍ରପଡା ଜିଲ୍ଲାରୁ- ୬ କେନ୍ଦୁଝର ଜିଲ୍ଲାରୁ- ୧୦ ଖୋର୍ଦ୍ଧା ଜିଲ୍ଲାରୁ- ୭୧ କୋରାପୁଟ ଜିଲ୍ଲାରୁ- ୫ ମୟୂରଭଞ୍ଜ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ-ସିସିପିଏ ବାଧ୍ୟତାମୂଳକ ମାନକକୁ ଉଲଂଘନ କରି ଘରୋଇ ପ୍ରେସର କୁକରର ବିକ୍ରି ପାଇଁ ଅନୁମତି ଦେବା ହେତୁ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପକାର୍ଟ’ ଦ୍ବାରା ଗ୍ରାହକ ଅଧିକାରର ଉଲଙ୍ଘନ ମାମଲାରେ ଏକ ଆଦେଶ ପାରିତ କରିଛନ୍ତି। ମୁଖ୍ୟ ଆୟୁକ୍ତ ନିଧି ଖରେଙ୍କ ଅଧ୍ୟକ୍ଷତାରେ, ସିପିପିଏ ଫ୍ଲିପକାର୍ଟକୁ ନିଜର ପ୍ଲାଟଫର୍ମରେ ବିକ୍ରି ହେଉଥିବା ସମସ୍ତ 598 ପ୍ରେସର କୁକର ବିଷୟରେ ଗ୍ରାହକମାନଙ୍କୁ ସୂଚୀତ କରିବା, ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟର ଭରଣା କରିବା ଏବଂ 45 ଦିନ ମଧ୍ୟରେ ଏହାର ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀକୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକର ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ 100,000 ଟଙ୍କାର ଜରିମାନା ପ୍ରଦାନ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର, ସମୟକୁ ସମୟ, ଗୁଣବତ୍ତା ନିୟନ୍ତ୍ରଣ ଆଦେଶ…
ଭୁବନେଶ୍ବର: ଜୀ ସାର୍ଥକରେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’। ନିକଟରେ ଏହାର ସମସ୍ତ ଅଡିସନ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯିବ। ଓଡିଶାର ସବୁଠାରୁ ବଡ ଏହି ମ୍ୟୁଜିକ ରିୟଲିଟି ସୋ’ରେ ଜଜ୍ ଭାବେ ରହିଛନ୍ତି ଯୁବପିଢ଼ୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଦିପ୍ତୀରେଖା ପାଢ଼ୀ। ମହାଗୁରୁ ଭାବେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ନଜର ଆସିଛନ୍ତି। ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଇରାଙ୍କୁ ପ୍ରଥମ ଥର ପାଇଁ ମ୍ୟୁଜିକ ରିୟଲିଟି ସୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବ। ଜୀ ସାର୍ଥକରେ ପ୍ରସାରିତ ଓଡିଶାର ସବୁଠାରୁ ବଡ…
ଭୁବନେଶ୍ବର: ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଉଛି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ,ସାମଜିକ ସୁରକ୍ଷା,କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମ ଆଦି ବିଭିନ୍ନ ବିଭାଗ ରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭକରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଇଥିଲେ। ଛଅ ବର୍ଷୀୟା…
ଭୁବନେଶ୍ବର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଳଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ@ରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ସମ୍ମିଳିତ ଉଦ୍ୟମରେ ବିଜ୍ଞାନ ଓ କାରିଗରୀ କାର୍ଯ୍ୟକ୍ରମ ତଥା ଅଭିନବ ଭିତ୍ତିଭୂମିର ଉନ୍ନତିକରଣ ଉପରେ ବୁଝାମଣାପତ୍ରରେ ଗୁରୁତ୍ୱାରୋପ କରାଯାଇଛି। ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ରାଜ୍ୟର ସାମର୍ଥ୍ୟକୁ ଏପରି ପଦକ୍ଷେପ ଅଧିକ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା, ଯୋଗାଯୋଗ ଓ ନୂତନ ଉଦ୍ଭାବନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବାରେ ଏପରି ବୁଝାମଣା ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ ମଧ୍ୟ ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ବୁଝାମଣାପତ୍ର ଅନୁସାରେ ବିଜ୍ଞାନ…
ଭୁବନେଶ୍ବର, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି। ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ…

