Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»DurgaPujaNews»ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ: ଧରାବତରଣ କଲେ ଦେବୀ ଓ ଶ୍ରୀକୃଷ୍ଣ
DurgaPujaNews

ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ: ଧରାବତରଣ କଲେ ଦେବୀ ଓ ଶ୍ରୀକୃଷ୍ଣ

August 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକ୍ଷେତ୍ରପରି ଭଗବତୀ କ୍ଷେତ୍ର ବାଣପୁର ଠାରେ ମା’ ଭଗବତୀଙ୍କ ପିତ୍ରାଳୟ ଭାବରେ ପରିଚିତ ପ୍ରାଚୀନ ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଏକତ୍ର ପାଳିତ ହୋଇଯାଇଛି ଶ୍ରୀକୃଷ୍ଣ ଓ ଦେବୀ ଭଗବତୀଙ୍କ ଜନ୍ମନୀତି । କେବଳ ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଉଥିବାର ପରମ୍ପରା ଚଳି  ଆସୁଥିବା ବେଳେ ବାଣପୁରର ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଚନ୍ଦ୍ରଶେଖର, ଗୋପାଳକୃଷ୍ଣ ଓ ଦେବୀ ଭଗବତୀ ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ନେଇ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହୁଏ ଜନ୍ମାଷ୍ଟମୀର ସମସ୍ତ ପରମ୍ପରା।

ପ୍ରଚଳିତ ବିଧି ଅନୁସାରେ ଅଷ୍ଟମୀର ପ୍ରତ୍ୟୁଷରୁ ଦେବା ଦେବୀଙ୍କ ମନ୍ଦିର ଦ୍ଵାର ଫିଟା, ଅଙ୍ଗରାଗ (ମାଜଣା ପରେ ମହାପ୍ରସାଦ ଲାଗି, ବଲ୍ଲଭ ମଙ୍ଗଳାର୍ପଣ, ବେଶ ପରେ ସାଧାରଣ ଦର୍ଶନ,ଶଙ୍କୁଡ଼ି ଧୂପ , ଦିବା ପହୁଡ଼, ପରେ ସଂଧ୍ୟାରେ ନିଶଙ୍କୁଡ଼ି, ଆଳତୀ କରାଯାଇଥିଲା। ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା ଗୁରୁଣ୍ଡି ଗୋପାଳ ଏବଂ ମା’ଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ନବବସ୍ତ୍ର ପରିଧାନ ପରେ ସିଂହାସନରେ ବସାଯାଇଥିଲା ।ପଲେଇ ସେବକମାନେ ଜନ୍ମ ବିଧି ପାଇଁ ଆବଶ୍ୟକୀୟ କାଣ୍ଡିଆ କୁଣ୍ଡା, ଅଙ୍ଗାର, ଶିମ୍ଵପତ୍ର,କୁଶ, ପାଳରେ ତିଆରି ଏନ୍ତୁଡି, ଇତ୍ୟାଦି ଯୋଗାଇ ଦେଇଥିଲେ।

ମଧ୍ୟରାତ୍ରରେ ପରିଛା ସାମନ୍ତ, ପାଳିଆମାଳି ଖଡ଼ି ରତ୍ନ ଙ୍କ ଦ୍ଵାରା ନିର୍ଦ୍ଧାରିତ ଜନ୍ମ ସମୟ ପରେ ନିଶବ୍ଦରେ ଗୋପାଳକୃଷ୍ଣଙ୍କୁ ନେଇ ମନ୍ଦିର ବେଢାରେ ଥିବା ବାମ୍ଫି ନିକଟରେ ଆଗରୁ ତିଆରି ହୋଇଥିବା ନାଭିକଟା ମଣ୍ଡପରେ କୁଶ ସାହାଯ୍ୟରେ ନାଭିକଟାନୀତି ସଂପର୍ଣ୍ଣ କରି କାଳ୍ପନିକ ଯମୁନା ନଦୀରେ ସ୍ନାନ କରାଇ ମନ୍ଦିର ମଧ୍ୟକୁ ଆଣିବା ପରେ ଆସନରେ ବସାଇଥିଲେ । ପରେ କଟନାଭି ସ୍ଥାନରୁ ନିର୍ଗତ ରକ୍ତକୁ ବନ୍ଦକରିବା ସହିତ ଯନ୍ତ୍ରଣା ର ଉପଷମ ପାଇଁ ପରିଛା ସାମନ୍ତ ଗୋପାଳଙ୍କ ନାଭିରେ ଶିମ୍ବ ପତ୍ରର ର ରସ ସ୍ଥାପନ କରିଥିଲେ ।

ଏଣେ ପଲେଇ ସେବକଙ୍କ ଦ୍ୱାରା କାଣ୍ଡିଆ କୁଣ୍ଡା, ଅଙ୍ଗାର ଓ ପାଳ ବିଡାରୁ ପ୍ରସ୍ତୁତ ଏନ୍ତୁଡି ନିଆଁରେ ଶ୍ରୀଗୋପାଳଙ୍କୁ ସେକାଯିବା ପରେ ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ଗୁରୁଣ୍ଡି ଗୋପାଳ ଏବଂ ମା’ ଭଗବତୀଙ୍କୁ ନବବସ୍ତ୍ର ପରିଧାନ କରାଇର ଆସନ ଉପରେ ବସାଇଥିଲେ। ପରେ ତିନୋଟି ଥାଳିରେ ଖଇ, ନଡ଼ିଆ କୋରା,ରାଶିକୋରା ଇତ୍ୟାଦି ନୈବେଦ୍ୟ ଏକତ୍ର ମଣୋହି କରାଇ ଆଳତି ପରେ ବଡ଼ସିଂହାର ନୀତିକାନ୍ତି ସାରି ଜନ୍ମବିଧି ଶେଷ ହୋଇ ପହୁଡ଼ ପଡ଼ିଥିଲା।

ପଣ୍ଡିତମାନଙ୍କ ମତରେ ଏଠାରେ ଚନ୍ଦ୍ରଶେଖରଙ୍କୁ ବଳରାମ, ଦେବୀ ଭଗବତୀଙ୍କୁ ବିଜୁଳିକନ୍ୟା ଏବଂ ଗୁରୁଣ୍ଡି ଗୋପାଳଙ୍କୁ ଭଗବାନ ଶ୍ରୀକୃଷ୍ଣ ଭାବରେ ଏକତ୍ର ପୂଜା କରାଯିବାର ପରମ୍ପରା ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ କାହିଁ କେଉଁ କାଳରୁ ଚଳି ଆସୁଛି। ଅବଶ୍ୟ ଦେବା ଦେବୀଙ୍କର ମାନବୀୟ ଲୀଳାର ପ୍ରତୀକ ଏଥିରୁ ଅନେକ ନୀତିକାନ୍ତି ଧୀରେ ଧୀରେ ବନ୍ଦ ହୋଇଯିବାକୁ ବସିଲାଣି।

ଏହାକୁ ପରିଛା ସାମନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସୁନୀଲ ମହାପାତ୍ର, ଶଙ୍କର ନାୟକ ଓ ପଲେଇ ସେବକ ମାନେ ସଂପାଦନ କରିଥିବା ବେଳେ ମନ୍ଦିର ପ୍ରଶାସନ ତରଫରୁ ସମସ୍ଥ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଏହି ଜନ୍ମ ଉତ୍ସବକୁ ଦେଖିବା ପାଇଁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Maa Bhagabati ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.