ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେପରି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ତାହା ସାରା ବିଶ୍ବରେ ଚର୍ଚ୍ଚା କେନ୍ଦ୍ର ପାଲଟିଛି। ଭାରତୀୟ କଂପାନୀମାନେ ଆମେରିକାକୁ ବିଭିନ୍ନ ଖାଦ୍ୟ ଜିନିଷ ରପ୍ତାନୀ କଲେ 50 ପ୍ରତିଶତ ଅଧିକ ଶୁଳ୍କ ଦେବାକୁ ପଡିବ। ଏହା ଭାରତୀୟ କଂପାନୀଙ୍କ ପାଇଁ ମଧ୍ୟ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେମାନେ ବର୍ତ୍ତମାନ ତାଙ୍କ କଂପାନୀର ଆର୍ଥିକ ସ୍ଥିତି ନେଇ ବ୍ୟସ୍ତ ବିବ୍ରତ ହେବାକୁ ଲାଗିଲେଣି। ତେବେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ, ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ନ ଦେବା ପାଇଁ ଏହି କଂପାନୀଗୁଡିକ ବିକଳ୍ପ ରାସ୍ତା ବାଛି ନେଲେଣି। ବହୁ କଂପାନୀ ଭାରତ ବାହାରେ ସେମାନଙ୍କୁ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରିବାକୁ ଚିନ୍ତା କଲେଣି। ସେହି କଂପାନୀ ମଧ୍ୟରେ ଅଛନ୍ତି ଅମୁଲ, ପାର୍ଲେ, ଆଇଟିସି ଏବଂ ଗଡରେଜ। ଇକୋନମିକ୍ସ ଟାଇମ ରିପୋର୍ଟ ଅନୁସାରେ ଏହି କଂପାନୀ…
Author: Samikhsya Bureau
ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କଡା ହେବାରେ ଲାଗିଛି। ପ୍ରଥମେ 25 ପ୍ରତିଶତ ଏହାପରେ ପୁଣି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଭାରତ ଉପରେ ଲଗାଇଛନ୍ତି। ଫଳରେ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ଏଣିକି ବ୍ୟବସାୟୀମାନେ 50 ପ୍ରତିଶତ ଶୁଳ୍କ ଦେବେ। ପୂର୍ବରୁ ସେମାନେ ଯେଉଁ ଜିନିଷ 100 ଟଙ୍କାରେ ବିକ୍ରି କରୁଥିଲେ ବର୍ତ୍ତମାନ ଅତିରିକ୍ତ ଶୁଳ୍କ ସହିତ 150 ଟଙ୍କା ଦେବାକୁ ପଡିବ। ତେବେ ଏହି ଅତିରିକ୍ତ ଶୁଳ୍କ ଦ୍ବାରା ଆମେରିକାର ଭାରତୀୟ ଜିନିଷର ବିକ୍ରୀ ହ୍ରାସ ପାଇବ। କାରଣ ଆମେରିକୀୟମାନେ ଯେଉଁ ଜିନିଷ 100 ଟଙ୍କାରେ କିଣିଥିଲେ ତାହା ବର୍ତ୍ତମାନ 150 ଟଙ୍କା ହୋଇଯିବ। ଫଳରେ ଏତେ ପଇସା ଦେଇ ସେମାନେ ଭାରତୀୟ ଜିନିଷ କିଣିବାକୁ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ଯେଉଁ ଜିନିଷ ଆମେରିକୀୟଙ୍କ ନିହାତି ଆବଶ୍ୟକ ହୁଏତ ତାହାକୁ ସେମାନେ ବାଧ୍ୟ ହୋଇ କଣିପାରନ୍ତି।…
ଭୁବନେଶ୍ବର: ରାଜ୍ୟରେ ଯେପରି ହିଂସା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର ବଦନାମ ହେବାରେ ଲାଗିଛନ୍ତି। କେଉଁଠି ଗଣବଳତ୍କାର, କେଉଁଠି ଆତ୍ମହତ୍ୟା, କେଉଁଠି ହତ୍ୟା ପରି ଘଟଣା ବଢିବାରେ ଲାଗିଛି। ଏହାକୁ ରୋକିବାରେ ପୋଲିସ କାହିଁକି ବିଫଳ ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ବୈଠକ। ଲୋକସେବା ଭବନରେ ଏହି ବୈଠକ ଆଜି ଅପରାହ୍ନରେ ବସିବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଗୁଇନ୍ଦା ମୁଖ୍ୟ, କ୍ରାଇମ ବ୍ରାଞ୍ଚ ମୁଖିଆ ପ୍ରମୁଖ ଯୋଗଦେବେ। ସେମାନଙ୍କୁ ଏକ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। କେଉଁଠି କିପରି ଭୁଲ ରହୁଛି ଏବଂ ତାହାର ଭବିଷ୍ୟତ ସମାଧାନ କଣ ହେବ ସେସବୁ ଲେଖି ଆଣିବା ପାଇଁ କୁହାଯାଇଛି। ବିଭିନ୍ନ ଘଟଣାରେ ଗୁଇନ୍ଦା ବିଭାଗ କାହିଁକି ସୂଚନା ଦେବାରେ ବିଫଳ ହୋଇଛି ସେ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।
ରେଙ୍ଗାଲି: ଆଦିତ୍ୟ ଆଲୁମିନିୟମ, ଲପାଙ୍ଗା, ସିଏଚସି ଲଇଡା ଓ ମହିଳା ଓ ଶିଶୁ ବିକାଶ, ରେଙ୍ଗାଲି ର ମିଳିତ ଆନୁକୁଲ୍ୟରେ ରେଙ୍ଗାଲି ବ୍ଲକ ର ପାଞ୍ଚ ଗୋଟି ପଞ୍ଚାୟତ ରେ ଯଥା ଲପଙ୍ଗା, ବୋମାଲେଇ, କତରବଗା, ଜଙ୍ଗଲା ଗିଚାମୁରାର ବିଭିନ୍ନ ଅଙ୍ଗନାୱାଡ଼ି କେନ୍ଦ୍ର ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ତାରିଖ ଠାରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏଥିରେ ସ୍ତନ୍ୟପାନ ର ଗୁରୁତ୍ଵ ଓ ଆବଶ୍ୟକ ଉପରେ ଆଲୋଚନା କରାଯାଇଥିଲା । ଶିଶୁର ଯତ୍ନ ଓ ସ୍ତନ୍ୟପାନ ର ବିଭିନ୍ନ ପ୍ରଣାଳୀ ଉପରେ ଲୋକମାନେ ଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ପାଇଁ କଙ୍ଗାରୁ ଯତ୍ନ ର ଆବଶ୍ୟକ ବିଷୟେରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି କୁ ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସ ଓ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା କାର୍ଯଟିକୁ…
ଭୁବନେଶ୍ବର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର…
ଭୁବନେଶ୍ବର: ଓଡ଼ିଶା ହସ୍ତତନ୍ତର ଅନ୍ଲାଇନ୍ ବ୍ୟବସାୟିକ ପ୍ଲାଟ୍ଫର୍ମ ‘ଆର୍ଟସ ଅଫ୍ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ବୁଣାକାର ପରମ୍ପରାକୁ ସମ୍ମାନ ଦେବା ସହ ଏହାକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଅଭିନବ ପ୍ରୟାସ କରାଯାଇଛି । ଏବର୍ଷ ‘ଆର୍ଟସ ଅଫ୍ ଉଇଭିଂ’ (ଏଓଡବ୍ଲୁ୍ୟ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି । ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲୁ୍ୟ ପକ୍ଷରୁ ଏରି ସିଲ୍କର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏରିି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ…
ଭୁବନେଶ୍ୱର: ଆସନ୍ତା ସୋମବାର ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଅନଲାଇନ ସ୍ଲଟ ବୁକିଂ ଆଜି ଶେଷ ହୋଇଛି। ଆସନ୍ତା ସୋମବାର ଜନଶୁଣାଣି ପାଇଁ ଆଜି ନିର୍ଦ୍ଧାରିତ ପୂର୍ବାହ୍ନ ୧୧ ଟା ସମୟରୁ ଜଣାଶୁଣାଣି ପୋର୍ଟାଲ ଖୋଲାଯାଇଥିଲା ଏବଂ ଆଜି ଅପରାହ୍ଣ ସୁଦ୍ଧା ସମସ୍ତ ୧୦୦୦ ଟି ସ୍ଲଟ ବୁକିଂ ହୋଇସାରିଥିବା ଜଣାଯାଇଛି। ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ୧୧ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଅନ୍ ଲାଇନ୍ ପଞ୍ଜୀକରଣ କରିଥିବା ଜନସାଧାରଣ ସେମାନଙ୍କର ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା…
ନୂଆଦିଲ୍ଲୀ: ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ ୭ ଅଗଷ୍ଟରେ ପାଳନ ହୋଇଥାଏ। ଏଥିରେ ହସ୍ତତନ୍ତକୁ ଉତ୍ସାହିତ କରିବା ପାଇଁ ୫ ଜଣଙ୍କୁ ସନ୍ଥ କବୀର ପୁରସ୍କାର ଏବଂ ୧୯ ଜଣ ଜାତୀୟ ପୁରସ୍କାର ସମେତ ମୋଟ ୨୪ ଜଣଙ୍କୁ ପୁରସ୍କୃତ କରାଯାଇଥାଏ। ଏହି ପୁରସ୍କାରଗୁଡ଼ିକ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (ଏନଏଚଡିପି) ଅଧୀନରେ ହସ୍ତତନ୍ତ ମାର୍କେଟିଂ ସହାୟତା (ଏଚଏମଏ) ଉପାଦାନର ଏକ ଅଂଶ। ଏହି ପୁରସ୍କାରଗୁଡ଼ିକ ବୁଣାକାର, ଡିଜାଇନର, ମାର୍କେଟର, ଷ୍ଟାର୍ଟ-ଅପ୍ ଏବଂ ଉତ୍ପାଦନକାରୀ କମ୍ପାନୀଗୁଡ଼ିକର କାର୍ଯ୍ୟକୁ ସ୍ୱୀକୃତି ଦିଏ ଯେଉଁମାନେ ଏହି କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି। ପ୍ରତ୍ୟେକ ସନ୍ଥ କବୀର ପୁରସ୍କାର ପାଇଁ ୩.୫ ଲକ୍ଷ ଟଙ୍କା ନଗଦ ପୁରସ୍କାର, ଏକ ସ୍ୱର୍ଣ୍ଣ ମୁଦ୍ରା (ଜଡ଼ିତ), ଏକ ତାମ୍ରପତ୍ର, ଏକ ଶାଲ ଏବଂ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ। ପ୍ରତ୍ୟେକ ଜାତୀୟ ହସ୍ତତନ୍ତ ପୁରସ୍କାରରେ ୨ ଲକ୍ଷ ଟଙ୍କା ନଗଦ ପୁରସ୍କାର, ଏକ ତାମ୍ରପତ୍ର, ଏକ…
ଭୁବନେଶ୍ବର: ଓଡ଼ିଶା ସରକାର ସମସ୍ତ ସରକାରୀ କୋଠା ପାଇଁ କେସରୀ ରଙ୍ଗ କୋଡ୍ ଜାରି କରିଛନ୍ତି। ଓଡିଶା ସରକାର ମରାମତି ଏବଂ ନବୀକରଣ ସମୟରେ ସମସ୍ତ ନୂତନ ଏବଂ ବର୍ତ୍ତମାନର ସରକାରୀ କୋଠା ପାଇଁ ଏକ ସମାନ କେସରୀ-ଥିମ୍ ରଙ୍ଗ କୋଡ୍ ବାଧ୍ୟତାମୂଳକ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ପୁର୍ତ୍ତ ବିଭାଗ ବାହ୍ୟ କାନ୍ଥ ଏବଂ ସୀମା ପାଇଁ ହାଲୁକା କେସରୀ ଏବଂ ଟେରାକୋଟା ସଦୃଶ RGB ହାଲକା ରଂଗ ଦେବା ପାଇଁ ନିଷ୍ପତି କରିଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜ୍ୟ ସରକାରୀ ବିଭାଗ ଏବଂ PSU କୋଠାରେ ଏହି ରଂଗ ଲଗାଯିବା ପାଇଁ କୁହାଯାଇଛି।
ଭୁବନେଶ୍ବର: ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଇସ୍କ ଟ୍ରାଫିକ’ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ‘ଆମର ମ୍ୟୁଜିକ’ରେ ମୁକ୍ତିଲାଭ କରିଥିବା ଏହାର ସଙ୍ଗୀତକୁ ହୋଟେଲ ଏଚଏଚଆଇ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପିତ କରାଯାଇଥିଲା। ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଓ ତାଙ୍କ ଟିମ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକନିସିଆନ ଯୋଗ ଦେଇଥିଲେ। ରୋହନଜିତ ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ଟ୍ରାଫିକ’ ରେ ସଙ୍ଗୀତ ଦେଇଛନ୍ତି ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଅସଦ ନିଜାମ। ତପୁ ନାୟକ, ରଞ୍ଜନ ନାୟକ, ପୁଷ୍ପକ ପରିଡା ଓ ଅସଦ ନିଜାମଙ୍କ ଦ୍ୱାରା ରଚିତ ଗୀତଗୁଡିକରେ କଣ୍ଠ ଦାନ କରିଛନ୍ତି ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଓ ଅବିନାଶ ପ୍ରମୁଖ ସମସ୍ତ ଆଗଧାଡିର କଣ୍ଠଶିଳ୍ପୀ। ଚଳଚ୍ଚିତ୍ରରେ ସମୁଦାୟ ୭ଟି ଗୀତ ସ୍ଥାନିତ ହୋଇଛି। ଥିମ ଗୀତ, ଡ୍ୟାନ୍ସ ନମ୍ବର,ରୋମାଣ୍ଟିକ ଡୁଏଟ,…
ଭୁବେନଶ୍ବର: ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଏଥି ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ପିସିସି ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ପିସିସି ମୁଖପାତ୍ର ସୋନାଲି ସାହୁ, ଡ଼ ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପିସିସି ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ଯ୍ୟ ସଦସ୍ୟା…
Mahua Pinaki Wedding Reception: ବିବାହ କଲେ ବିଦେଶରେ ଆଉ ଭୋଜି ଦେଲେ ଦିଲ୍ଲୀରେ। ଆମେ କହୁଛୁ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତ୍ରିମୂଳ କଂଗ୍ରେସର ସାଂସଦ ମହୁଆ ମୋଇତାଙ୍କ ବିବାହ ପ୍ରସଂଗ। ସେମାନେ ଗତ ମେ 30 ତାରିଖରେ ଜର୍ମାନୀରେ ଲୁଚିଛପି ବିବାହ କରିଥିଲେ। ଆଉ ଗତକାଲି ମଙ୍ଗଳବାରରେ ସେମାନେ ଦିଲ୍ଲୀର ହୋଟେଲ ଲଳିତରେ ଦେଇଛନ୍ତି ବିବାହ ଭୋଜି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଓକିଲ ପ୍ରମୁଖ ଯୋଗ ଦେଇଥିଲେ। ଦିଲ୍ଲୀ ରିସେପ୍ସନରେ, ଶ୍ରୀମତୀ ମୋଇତ୍ରାଙ୍କୁ ସୁନା କାରୁକାର୍ଯ୍ୟ ଏବଂ ପାରମ୍ପରିକ ସୁନା ଅଳଙ୍କାର ସହିତ ଏକ ଲାଲ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ମିଶ୍ର ମଧ୍ୟ ଲାଲ କାରୁକାର୍ଯ୍ୟ ହୋଇଥିବା ଏକ କ୍ଲାସିକ୍ ଧଳା ପାରମ୍ପରିକ ପୋଷାକ ପିନ୍ଧିଥିଲେ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋଗୁଡ଼ିକରେ ଶ୍ରୀମତୀ ମୋଇତ୍ରା ଏବଂ ଶ୍ରୀ ମିଶ୍ର ଉପସ୍ଥିତ ଲୋକଙ୍କୁ…
ଭୁବନେଶ୍ୱର :- ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସପ୍ତାହବ୍ୟାପି ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି। ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁବୃର୍ତ୍ତଙ୍କ ଗିରଫ ଦାବିରେ କଟକ ସ୍ଥିତ ପୋଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ କଂଗ୍ରେସ କର୍ମୀ ଘେରାଉ କରିବେ। ସେଦିନ ସକାଳ ୧୦ ଟାରେ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହେବ। ମହିଳାଙ୍କ ସୁରକ୍ଷା ଦିଗରେ ସଚେତନ ମହିଳା ଓ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସଂଗଠନ ବହୁ ସଂଖ୍ୟାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ଵାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପକ୍ଷରୁ ଶ୍ରୀ ଦାସ ସରକାରଙ୍କୁ ସାତ ଦିନର ମହଲତ ଦେଇଥିଲେ। ସେହିପରି ଆସନ୍ତା ୧୦ ଅଗଷ୍ଟ, ରବିବାର ପୂର୍ବାହ୍ନ ଆଠଟା ତିରିଶରେ ଦିବଂଗତ ବଳଙ୍ଗା…
ଭୁବନେଶ୍ବର: ଆସନ୍ତା ସୋମବାର ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅଗଷ୍ଟ ୬ ତାରିଖ ପୂର୍ବାହ୍ନ ୧୧ ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ https://janasunani.odisha.gov.in/ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି…
ଭୁବନେଶ୍ବର: ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ। ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ। ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବନ ଅଧିକାରୀମାନଙ୍କୁ କହିଥିଲେ ଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ।…
ଭୁବନେଶ୍ବର: ରାଜ୍ୟ ସରକାର ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ନାମ। ସେ ହେଲେ ଶ୍ରୀମତୀ ବବିତା ପାତ୍ର। ଆଜି ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ତାଙ୍କ ନାମ ଘୋଷଣା କରିଛନ୍ତି। ଶିଶୁ ଅଧିକାର ଆଇନ ଆୟୋଗ, ୨୦୦୫ ର ଧାରା ୧୭ ଅନୁଯାୟୀ, ୩୦.୦୯.୨୦୧୦ ଠାରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର) ଗଠନ କରାଯାଇଛି। ସେହିପରି ଏହି ଆୟୋଗରେ ଯେଉଁମାନଙ୍କୁ ସଦସ୍ୟା ଭାବେ ନିଆଯାଇଛି ସେମାନେ ହେଲେ 1- ସୁକେଶୀ ଓରାମ 2- କଳ୍ପନା ଲେଙ୍କା 3-ଚନ୍ଦନା ଦାସ 4- କସ୍ତୁରୀ ମିଶ୍ର 5- ମନସ୍ମିତା ଖୁଣ୍ଡିଆ 6- ସୁଜାତା ନାୟକ
ଭୁବନେଶ୍ବର: ବହୁ ବାଦବିବାଦ ପରେ ବର୍ତ୍ତମାନ ଓଡିଶା ରାଜ୍ୟ ମହିଳା କମିଶନର ଓ ସଦସ୍ୟାଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶା ମହିଳା କମିଶନର ଯାହାଙ୍କ ନାମ ନିଷ୍ପତି ହୋଇଛି ସେ ହେଲେ ଶ୍ରୀମତୀ ଶୋଭନା ମହାନ୍ତି। ଶୋଭନା ହେଉଛନ୍ତି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କଂରଜିଆର ବାସିନ୍ଧା। ତାଙ୍କୁ ଓଡିଶା ରାଜ୍ୟ ମହିଳା ଆୟୋଗ ନିମୟ ଅନୁସାରେ ଅଧ୍ୟକ୍ଷା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ପଦବୀ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଏଥିରେ ବିଜେଡି ସରକାରଙ୍କ ଅମଳରେ ଯାହାକୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଥିଲା ତାଙ୍କର ବିଜେପି ସରକାର ବହିସ୍କାର କରିଥିଲେ। ହେଲେ ତାହାକୁ ବେଆଇନ ବୋଲି କହି ସେ ସେହି ପଦବୀ ଛାଡି ନ ଥିଲେ। ତେବେ ଏହି କମିଶନର ଯେଉଁ ନୂଆ ସଦସ୍ୟା ଭାବେ ଘୋଷଣା କରାଯାଇଛି ସେମାନେ ହେଲ ଶ୍ରୀମତୀ ପ୍ରତିଭା ଶତପଥୀ ଶ୍ରୀମତୀ ଉର୍ମିଳା ମହାପାତ୍ର ଶ୍ରୀମତୀ କଳ୍ପନା ମଲ୍ଲିକ…
ଭୁବନେଶ୍ବର: ବିଜୁ ଜନତା ଦଳ ଆଉ ଚାରଟି ଜିଲ୍ଲାର ନାମ ଘୋଷଣା କରିଛି। ସାଂଗଠାନିକ ନିର୍ବାଚନ ଶେଷ ହୋଇଥିବା ବେଳେ କେତେକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇପାରି ନ ଥିଲା। ସେଥିପାଇଁ ଦଳ ଆଉ ଚାରଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ… 1-ଗଂଜାମ- ବିକ୍ରମ କେଶରୀ ପଣ୍ଡା 2-କେନ୍ଦ୍ରାପଡା- ଶିବ ପ୍ରସାଦ ଭୋଳ 3- କଳାହାଣ୍ଡି- ପ୍ରଦୀପ କୁମାର ଦିଶାରୀ 4-କଟକ- ପ୍ରଫୁଲ ସିଂହ
VinFast India: ଭିନଫାଷ୍ଟ ତାମିଲନାଡୁର ଥୁଥୁକୁଡିରେ ଥିବା ସିପକୋଟ ଶିଳ୍ପ ପାର୍କରେ ଏହାର ବୈଦ୍ୟୁତିକ ଯାନ (EV) ଆସେମ୍ବଲି ପ୍ଲାଣ୍ଟକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏହାର ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ତାମିଲନାଡୁ ହେଉଛି ଭିନଫାଷ୍ଟ କମ୍ପାନୀର ତୃତୀୟ କାର୍ଯ୍ୟକ୍ଷମ ପ୍ଲାଣ୍ଟ ଏବଂ ଏହାର ବିଶ୍ୱ ଉତ୍ପାଦନ ନେଟୱାର୍କରେ ପଞ୍ଚମ ପ୍ରକଳ୍ପ। ଭିଏତନାମ ବାହାରେ ପ୍ରଥମ ଭିନଫାଷ୍ଟ ଉଦ୍ଘାଟିତ ହେବା ସହିତ, ଏହା ବ୍ରାଣ୍ଡର ବିଶ୍ୱ ଦୃଷ୍ଟିକୋଣ ଏବଂ ବଡ଼ ଧରଣର ପ୍ରକଳ୍ପ ପ୍ରଦାନ କରିବାର କ୍ଷମତାକୁ ପ୍ରଦର୍ଶନ କରୁଛି। ମୋଟ 400 ଏକର କ୍ଷେତ୍ରଫଳ ସହିତ, ଏହି ପ୍ଲାଣ୍ଟ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରୁଥିବା ଅତ୍ୟାଧୁନିକ ଉତ୍ପାଦନ ଲାଇନ ସହିତ ସଜ୍ଜିତ, ଉନ୍ନତ ସ୍ୱୟଂଚାଳିତ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ। ଏହି କମ୍ପ୍ଲେକ୍ସରେ ବଡି ଦୋକାନ, ପେଣ୍ଟ ଦୋକାନ, ଆସେମ୍ବଲି ଦୋକାନ, ଗୁଣବତ୍ତା ନିୟନ୍ତ୍ରଣ କେନ୍ଦ୍ର ଏବଂ ଏକ ଲଜିଷ୍ଟିକ୍ସ ହବ୍…
ଭୁବନେଶ୍ବର: ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା ନେଇ ସରକାରଙ୍କୁ ଘେରିବ ବିଜେଡି। ଏ ନେଇ ପୁରୀ ଜିଲ୍ଲା ବିଜେଡି ତରଫରୁ ଛଅ ଘଣ୍ଟିଆ ହରତାଳ ଡାକରା ଦେଇଛି। ସେଦିନ ପୁରା ପୁରୀ ଜିଲ୍ଲାରେ ଏହି ହରତାଳ ପାଳନ କରାଯିବ ବୋଲି ପୁରୀରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛି ବିଜେଡି। ରାଜ୍ୟ ସରକାର ପିଡିତାକୁ ଠିକ ନ୍ୟାୟ ଦେଇପାରି ନ ଥିବାରୁ ଏହି ହରତାଳ ପାଳନ କରାଯିବ। ବିଜେଡିର ଅଭିଯୋଗ ଯେ, ରାଜ୍ୟ ସରକାର ପୋଲିସ ଏବଂ ପିଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରୁଛନ୍ତି। ହସପିଟାଲରେ ପିଡିତା ବିଭିନ୍ନ ସମୟରେ ତାହାର ବୟନା ବଦଳାଇଥିଲା। ଏହା କେବଳ ସରକାରୀ ଚାପରେ କରାଯାଇଛି। ସେହିପରି ପିଡିତାଙ୍କ ପରିବାର ବର୍ଗଙ୍କ ଉପରେ ଚାପ ପକାଇ ତାଙ୍କର ବୟାନ ମଧ୍ୟ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଏହି ନିନ୍ଦନୀୟ ଘଟଣା ବୋଲି ବିଜେଡି କହିଛି। ସେଥିପାଇଁ ପିଡିତାକୁ ନ୍ୟାୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ…
ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର। ଆଜି ଶେଷ ହେବ କାଉଡିଆ ଯାତ୍ରା ବା ବୋଲବମ ଯାତ୍ରା। ସେଥିପାଇଁ ଆଜି ରାଜ୍ୟର ସମସ୍ତ ଶୈବ୍ୟପିଠରେ କାଉଡିଆଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଗତକାଲି ରାତିରୁ କାଉଡିଆମାନେ ମନ୍ଦିର ବାହାରେ ଡେରାପକାଇ ଦ୍ବାରଫିଟା ନୀତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଦ୍ବାରଫିଟା ପରେ ସମସ୍ତେ ଧାଡିରେ ଯାଇ ଶିବଙ୍କ ମସ୍ତକରେ ଜଳ ଲାଗି କରିଥିଲେ। ବିଶେଷ କରି ଆଜିର ଦିନରେ ଦେଶର ପ୍ରତିଷ୍ଠିତ ଶୈବ୍ୟ ପିଠ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗତକାଲି ରାତିକୁ କାଉଡିଆମାନେ ଗଡଗଡିଆ ଘାଟରୁ ପାଣି ଆଣି ମନ୍ଦିରର ବାହାରେ ଅପେକ୍ଷା କରିଥିଲେ। ପ୍ରଭୃଙ୍କ ଦ୍ବାରଫିଟା ପରେ ସମସ୍ତେ ଧାଡିରେ ଯାଇ ଜଳାଭିଷେକ କରିଥିଲେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପର ବ୍ୟବସ୍ଥା କରାଯାଇଥିଲା।

