ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଭୁବନେଶ୍ବରର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଚଢାଉ କରି ଯାହା ପାଇଛି ତାହା ଦେଖି ମୁଣ୍ଡ ବୁଲାଇ ହୋଇଯାଇଛି। ତାଙ୍କର ଘରୁ ସବୁଠାରୁ ଅଧିକ ଦାମର କାର ଓ ମୋଟରସାଇକଲ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୭୦୦୦୦୦୦୦ ଟଙ୍କା ହେବ ବୋଲି ଇଡି ଆକଳନ କରିଛି। ସେତିକି ନୁହେଁ ତାଙ୍କ ଘରୁ ବାହାରିଛି ୧୦୦୦୦୦୦୦ ଟଙ୍କାର ସୁନା ଅଳଙ୍କାର। ତାଙ୍କ ଘରୁ ମିଳିଥିବା ଗାଡି ମଧ୍ୟରେ ରହିଛି ୧୦ ଟି ଦାମୀ ଗାଡି, ୩ ଟି ଦାମୀ ସୁପର ବାଇକ। ସେହି ଗାଡି ଭିତରେ ରହିଛି ପୋର୍ସେ କାୟେନ୍ନେ, ମର୍ସିଡିସ ବେଞ୍ଜ ଜିଏଲସି, ବିଏମଡବ୍ଲୁ ଏକ୍ସ ୭, ଅଡି ଏ୩, ମିନି କୁପର ପରି ଦାମୀ ବା ଲକ୍ଜୁରିୟସ ଗାଡି। ସେହିପରି ହୋଣ୍ଡା ଗୋଲ୍ଡ ୱିଙ୍ଗ ପରି ସୁପର ବାଇକ ଇଡି ଜବତ କରିଛି। ତାଙ୍କର ଦୁଇଟି ବ୍ୟାଙ୍କ ଲକରକୁ ମଧ୍ୟ ଇଡି…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟ ସରକାର ଭୁବନେଶ୍ବରରେ ଶସ୍ତା ଘର ବିକ୍ରି କରିବେ। ଏ ନେଇ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ବରରେ ଜଣେ ଘରଟିଏ କିଣିବାକୁ ହେଲେ କୋଟିଏ ଟଙ୍କା ନିହାତି ଆବଶ୍ୟକ। ହେଲେ ଏତେ ଟଙ୍କା ଦେଇ ଘର କିଣିବା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ସମ୍ଭବ ନୁହେଁ। ସେଥିପାଇଁ ରାଜ୍ୟ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଏକ ଶସ୍ତା ଘର ଯୋଜନା ଆଣୁଛନ୍ତି। ଯେଉଁଥିରେ ରାଜ୍ୟ ସରକାର ଘର କରି ତାଙ୍କୁ ବିକ୍ରି କରିବେ। ତେବେ ଏହାର ମୂଲ୍ୟ ମାତ୍ର 14 ଲକ୍ଷରୁ 50 ଲକ୍ଷ ଟଙ୍କା ମଧ୍ୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି।
The Samikhsya Desk: ଭାରତରେ ଯେତେ ଜମି ରହିଛି ତାହା ସବୁ ସରକାରଙ୍କର। ହେଲେ ସରକାରଙ୍କୁ ଛାଡିଦେଲେ ଆଉ ଏକ ସଂସ୍ଥା ପାଖରେ ରହିଛି ଦ୍ବିତୀୟ ସର୍ବାଧିକ ଜମି। ଯେ କେହି ଜାଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ସରକାରୀ ଜମି ରେକର୍ଡ ସୂଚନା ବ୍ୟବସ୍ଥା ବା Government Land Information System( GLIS) ଅନୁସାରେ ବର୍ତ୍ତମାନ ସରକାରଙ୍କ ପାଖରେ 15,531 ବର୍ଗ କିଲୋମିଟର ପରିବ୍ୟାପ୍ତ ଜମି ରହିଛି। ତେବେ ଏଥିରେ 116 ଟି ପବ୍ଲିକ ସେକ୍ଟର ଏବଂ 51 ଟି କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ପାଖରେ ରହିଛି। ତେବେ ଦ୍ବିତୀୟ ସର୍ବାଧିକ ଜମି ଯେଉଁ ସଂସ୍ଥା ପାଖରେ ରହିଛି ତାହା ହେଉଛି କ୍ୟାଥଲିକ ଚର୍ଚ୍ଚ। ଏହି ଖ୍ରୀଷ୍ଟିଆନ ସଂସ୍ଥା ପାଖରେ GLIS ଅନୁସାରେ 7 କୋଟି ହେକ୍ଟର ବା 17 କୋଟି ଏକର ଜମି ସାରା ଭାରତରେ ରହିଛି। ଏଥିରେ ସଂସ୍ଥା ଚର୍ଚ୍ଚ, ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରିଛି। ଯାହାର…
ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ପୂର୍ବରୁ କିଡିନ ଜନିତ ରୋଗରେ ପିଡିତ ଥିଲେ। ସେ ନେଇ ସେ ଚିକିତ୍ସିତ ହେଉଥିଲେ। ହେଲେ ହଠାତ ଗଣେଶ ପୂଜା ଦିନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଅଭିଜିତ ମଜୁମଦାର ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ। ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ରୁ ଅଧିକ ଚଳଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବା ପରେ ଓଲିଉଡ ଜଗତରେ ଶିଘ୍ର ଆରୋଗ୍ୟ କାମନା କରାଯାଇଛି।
ନୂଆଦିଲ୍ଲୀ: ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ଇ-ଗଭର୍ଣ୍ଣାନ୍ସ ସେବାର ଏକୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ସର୍ବଭାରତୀୟ ସ୍ତରରେ ପ୍ରାୟ ୨ ହଜାରଟି ଇ-ସରକାରୀ ସେବାକୁ ଏହି ଦୁଇଟି ପ୍ଲାଟଫର୍ମରେ ସାମିଲ କରିଛି। ଏହା ଡିଜିଟାଲ ଇଣ୍ଡିଆ ପାଇଁ ଏକ ବଡ଼ ସଫଳତା । ଏହି ସଫଳତା ସହିତ, ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ପ୍ରାୟ ୨ହଜାର ଡିଜିଟାଲ୍ ସେବା ସୁଗମ ଭାବରେ ପାଇପାରିବେ। ସମନ୍ୱିତ ସେବାଗୁଡ଼ିକ ନାଗରିକଙ୍କ ଆବଶ୍ୟକତାର ଏକ ବିସ୍ତୃତ ପରିସରକୁ ସାମିଲ କରିଥାଏ। ଏଥିରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣକାରୀ ଯୋଜନା, ବିଦ୍ୟୁତ ଓ ପାଣି ବିଲ୍ ଭଳି ବିଭିନ୍ନ ଉପଯୋଗୀତା ଦେୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଅନ୍ତର୍ଭୂକ୍ତ ଯାହା ଦ୍ଵାରା ସେବା ବିତରଣରେ ସୁବିଧା, ଦକ୍ଷତା ଏବଂ…
ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ। ଚନ୍ଦ୍ର ଗ୍ରହଣ ତାରିଖ- ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ- ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ- ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ- ୪ ଘଣ୍ଟା ୨୮ ମିନିଟ୍ ଚନ୍ଦ୍ର ଗ୍ରହଣ…
ମେଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ବୃଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ମିଥୁନ:- ଆଜି ଆପଣଙ୍କର ଧ୍ୟାନ ପରିବାରର ଆବଶ୍ୟକତା ପୂରଣ ଉପରେ ରହିବ। ଅଫିସରେ ଜୁନିଅର ଯେ କୈଣସି କାର୍ଯ୍ୟରେ ଆପଣଙ୍କଠାରୁ ସାହାଯ୍ୟ ନେଇପାରେ, ଆପଣ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଆଜି, ଖର୍ଚ୍ଚ ବୃଦ୍ଧି ହେତୁ ପକେଟରେ ଭାର ବଢିପାରେ। ବିବାହିତ ସାଥୀଙ୍କ ପତି କୈଣସି ଇଚ୍ଛା…
ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବରରେ ଗଣେଶ ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସପିଟାଲ ଏବଂ ଏମସରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏପରି ଗୋଷ୍ଠୀ ସଂଘର୍ଷ ହୋଇଛି ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଆଜି ଭୁବନେଶ୍ବରର ପାତ୍ରପଡାରେ ଗଣେଶ ଭଷାଣୀ କରାଯାଉଥିଲା। ଏହି ଶୋଭାଯାତ୍ରାରେ ଏକ ଡିଜେ ବାଜୁଥିଲା। ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ବନ୍ଦ କରିବାକୁ କହିଥିଲେ। ହେଲେ ତାହା କେହି ଶୁଣି ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରେ ମାଡପିଟି ଆରମ୍ଭ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି।
ଭୁବନେଶ୍ୱର: “ସଙ୍ଗଠନ ସୃଜନ ଅଭିଯାନ” ରେ ରାଜ୍ୟରେ ସମସ୍ତ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ବାଲେଶ୍ଵର ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପର୍ଯ୍ୟବେକ୍ଷକ ଯଥାକ୍ରମେ ସାଂସଦ ଶ୍ରେୟାଶ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ୍ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ସେମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଛ୍ୱସିତ ସ୍ବାଗତ ଜଣାଇବା ସହ ଉକ୍ତ ଜିଲ୍ଲାରେ କିପରି ସଭାପତି ଚୟନ ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ ସେଥିନେଇ ନିଯୁକ୍ତ ପିସିସି ପର୍ଯ୍ୟବେକ୍ଷକ ମାନେ ଦୃଷ୍ଟି ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି। ଆସନ୍ତା କାଲିଠାରୁ ସେମାନେ ସଂପୃକ୍ତ ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କଠୁଁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦ ଏବଂ ବିଭିନ୍ନ ଜିଲ୍ଲା ପଦାଧିକାରୀଙ୍କ ସହ ତୃଣମୂଳ ସଂଗଠକକୁ…
ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ସୁଶ୍ରୀ ସୁଶିଳା ତିରିଆ ଅଧ୍ୟକ୍ଷ ରହିଥିବା ବେଳେ ସୁସ୍ମିତା ଘୋଷାଲ, ସୁନିତା ନାୟକ, ବୃନ୍ଦାବତୀ ମହାପାତ୍ର ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ତୁରନ୍ତ ଘଟଣାର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ତିଆନଜିନରେ 7 ବର୍ଷ ପରେ ଏକ ମଞ୍ଚରେ ସାକ୍ଷାତ କରିଛନ୍ତି। ଦୁଇ ନେତା ପ୍ରାୟ 50 ମିନିଟ୍ ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆଲୋଚନାରେ କୈଳାସ ମାନସରୋବର ଯାତ୍ରା, ସୀମା ଚୁକ୍ତି, ବାଣିଜ୍ୟ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଖୁସି। ସେ ଆହୁରି କହିଛନ୍ତି ଯେ, ଡ୍ରାଗନ୍ ଏବଂ ହାତୀ ଏକାଠି ହୋଇଛନ୍ତି। ସେ ଚୀନକୁ ଡ୍ରାଗନ କହୁଥିବା ବେଳ ଭାରତକୁ ହାତୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ ଚୀନ୍ ବିଶ୍ୱର ଦୁଇଟି ସର୍ବପୁରାତନ ସଭ୍ୟତା ଏବଂ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଉଭୟ ଦେଶ ଦକ୍ଷିଣ ବିଶ୍ବର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ସେମାନଙ୍କ ଲୋକଙ୍କ କଲ୍ୟାଣ ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତିଆନଜିନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ଏହି ସମୟରେ ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ବର୍ଷ କାଜାନରେ ହୋଇଥିବା ସଫଳ ଆଲୋଚନା ଭାରତ-ଚୀନ୍ ସମ୍ପର୍କକୁ ଏକ ସକାରାତ୍ମକ ଦିଗଦର୍ଶନ ଦେଇଛି। ସେ କହିଛନ୍ତି ଯେ ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଶାନ୍ତି ଏବଂ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି। ଭାରତ ଏବଂ ଚୀନର ସ୍ୱତନ୍ତ୍ର ପ୍ରତିନିଧି ସୀମା ପରିଚାଳନା ଉପରେ ଏକ ଚୁକ୍ତିନାମାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ସେ କହିଛନ୍ତି ଯେ ଭାରତ ଏବଂ ଚୀନ ମଧ୍ୟରେ ସହଯୋଗ 2.8 ବିଲିୟନ…
ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ୧୬ଟି ଏନଏସି ଏବଂ ୭ଟି ନୂଆ ମୁନିସିପାଲିଟି ନାମ ଘୋଷଣା କରିଛନ୍ତି। ତେବେ ନୂଆ ଏନଏସି ଘୋଷଣାରେ ରହିଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗି ସହର। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଏନଏସି ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ଧନ୍ୟବାଦ ଦେଇଛନ୍ତି ସାଂସଦ ଓ ଖୋର୍ଦ୍ଧା ବିଧାୟକ। ଆଜି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀର ବିଶ୍ବରଂଜନ ବଡଜେନା।
ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ। ଚନ୍ଦ୍ର ଗ୍ରହଣ ତାରିଖ- ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ- ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ- ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ- ୪ ଘଣ୍ଟା ୨୮ ମିନିଟ୍ ଚନ୍ଦ୍ର ଗ୍ରହଣ…
ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ‘ନେସ୍ନାଲ କମନ୍ ମୋବିଲିଟି କାର୍ଡ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବରେ ଜନସାଧାରଣଙ୍କ ପାଇଁ ୱାନ ନେସନ ୱାନ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ଦେଶର ଜନସାଧାରଣ ଯେକୌଣସି ସହରରେ ବିଭିନ୍ନ ଟ୍ରାନସ୍ପୋର୍ଟ ସେବା ସୁବିଧାରେ ପାଇପାରିବେ। ସେ କହିଥିଲେ ଯେ, ଆଜି ଓଡିଶା ମଧ୍ୟ ଏଥିରେ ସାମିଲ ହୋଇଛି ଏବଂ ନେସ୍ନାଲ କମନ୍ ମୋବିଲିଟି କାର୍ଡ ର ସୁବିଧା ଆଗାମୀ ଦିନରେ OSRTC ବସ୍ ମାନଙ୍କରେ ମଧ୍ୟ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ‘ଆମ ବସ୍’ ବୁକିଂ କରିବା ପାଇଁ ଏକ ହ୍ବାଟ୍ସ ଆପ୍ ଟିକେଟିଂ ସେବା ମଧ୍ୟ ଆରମ୍ଭ କରିଥିଲେ । ଏହି ଡିଜିଟାଲ ଟିକେଟରେ ମହିଳାମାନଙ୍କ ପାଇଁ ୧୫ ପ୍ରତିଶତ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।…
ଭୁବନେଶ୍ବର: ଆଜିଠାରୁ ସହରାଞ୍ଚଳରେ ଲାଗୁ ହେଲା ସହର ସାଥୀ। ଟୋଲ-ଫ୍ରି କଲ କଲେ ମିଳିବ ସହରାଞ୍ଚଳ ଲୋକଙ୍କୁ ବିଭିନ୍ନ ସେବା । ଆଜି ସ୍ବାୟତ୍ତ ଶାସନ ଦିବସରେ ଏହି ସେବାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆଜି ଆମେ ଏକ ନୂଆ ପଦକ୍ଷେପ ନେଉଛୁ,୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର ସାଥୀ” ଆରମ୍ଭ କରୁଛୁ । ଆଜିଠାରୁ ଆପଣମାନଙ୍କୁ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । କେବଳ ଏକ ଫୋନ୍ କଲେ, ଆପଣଙ୍କର ଅଭିଯୋଗ, ପ୍ରଶ୍ନ, କିମ୍ବା ପ୍ରସ୍ତାବ ସିଧାସଳଖ ସହର ସାଥୀ ପାଖରେ ପହଞ୍ଚିବ। ସହର ସାଥୀ ୨୪ ଘଣ୍ଟା ଆପଣଙ୍କ ପାଇଁ ସେବାରେ ରହିବେ। ଆମର କେବଳ ଗୋଟିଏ ଲକ୍ଷ୍ୟ ହେବା ଉଚିତ, ‘ଲୋକଙ୍କୁ ସେମାନଙ୍କ ଆକାଂକ୍ଷିତ ମୌଳିକ ସୁବିଧା ପ୍ରଦାନ କରାଇ ସେମାନଙ୍କ ଦୈନନ୍ଦିନ ଜୀବନକୁ ସ୍ବଚ୍ଛନ୍ଦ, ସାବଲିଳ ଏବଂ ସହଜ କରିବା’।
ଭୁବନେଶ୍ୱର: ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ (Pothole-free) ଏବଂ ମୁକୁଳା ଡ୍ରେନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ରେଲ୍ ଅଡିଟୋରିଅମ ରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ରେ ଆମେ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନ ଦେଖୁଛୁ। ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି ବିକାଶର ପ୍ରତିଛବି। ତେଣୁ, ଯଦି ସହରାଞ୍ଚଳ ଗୁଡିକର ରାସ୍ତା, ଘାଟ ପରିସ୍କାର ପରିଚ୍ଛନ୍ନ ନରୁହେ, ଗର୍ତ୍ତମୁକ୍ତ ନରହେ ତେବେ ଆମର ଲକ୍ଷ୍ୟ ଅପୂରଣୀୟ ରହିବ। ତେଣୁ, ଆସନ୍ତା ଏପ୍ରିଲ ମାସ ମଧ୍ୟରେ ରାଜ୍ୟର ସମସ୍ତ ପୌରାଞ୍ଚଳର ରାସ୍ତାଘାଟ ଗୁଡିକ ଯେପରି ଗର୍ତ୍ତମୁକ୍ତ ହେବ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ ଦୀର୍ଘ ଆଠ ବର୍ଷ ଧରି ରହିଥିଲେ। ସ୍ଥାନୀୟ ଲୋକ ଓ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ପାଖରୁ ପାଇ ଖୁବ୍ ଖୁସି ଓ ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ‘ମନ୍ କି ବାତ୍’ ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ କୋଟି କୋଟି ଲୋକଙ୍କ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ମନ୍ କି ବାତ୍’ ରେ ପ୍ରତ୍ୟେକ ଥର ପରି ସେ ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି ଲୋକଲୋଚନକୁ ଆଣିଥିଲେ। ଆଜି ପ୍ରଧାନମନ୍ତ୍ରୀ ଓଡିଆ ଝିଅ ରଶ୍ମିତା ସାହୁଙ୍କ ସହିତ କଥା ହୋଇ ତାଙ୍କର ଉଚ୍ଚ ପ୍ରଶଂସା…
ଭୁବନେଶ୍ବର: ଆଜି ମୟୁରଭଂଜ ଜିଲ୍ଲା ଜାମଦା ର ତହସିଲଦାର ମଧୁସ୍ମିତା ସିଂଙ୍କୁ ତାଙ୍କ ଚାକିରୀରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାର ଆଜି ଏହି ବଡ ନିଷ୍ପତି ଗ୍ରହଣ କରିଛନ୍ତି। ମଧୁସ୍ମିତା ବେଲପାହଡ ମ୍ୟୁନିସପାଲଟିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଦୁର୍ନିତି ଅଭିଯୋଗ କରାଯାଇଥିଲା। ସେତେବେଳେ ସେ ଚାରି କୋଟି ଟଙ୍କା ହେରଫେର କରିଥିବାର ଅଭିଯୋଗ ହୋଇଥିଲା। ଏନଏସିର ବିଭିନ୍ନ ଖର୍ଚ୍ଚ ଉପରେ ସ୍ବତନ୍ତ୍ର ଅଡିଟ ରିପୋର୍ଟ କରାଯାଉଥିବା ବେଳେ ତାହା ଧରାପଡିଥିଲା। ଫଳରେ ରାଜସ୍ବ ବିଭାଗ ଏହାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦେଇଥିଲା। କ୍ରାଇବବ୍ରାଞ୍ଚ ତଦନ୍ତ କରିବା ପରେ ସତ୍ୟତା ଜଣାପଡିବାରୁ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ପୂର୍ବରୁ ବେଲପାହଡ ମ୍ୟୁନିସପାଲଟିର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶକୁ ଲୋକାଲ୍ ଫର ଭୋକାଲ୍, ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡିବ। ଆଜି ଆକାଶବାଣୀରେ ମନ କି ବାତ୍ କାର୍ଯ୍ୟକ୍ରମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରି ଶ୍ରୀ ମୋଦୀ କହିଛନ୍ତି, ପର୍ବପର୍ବାଣୀରେ ଦେଶବାସୀ କେବେବି ସ୍ୱଦେଶୀକୁ ଭୁଲିବା ଉଚିତ୍ ନୁହେଁ। ସେ କହିଛନ୍ତି, ଉପହାର ଭାରତରେ ତିଆରି ହେବା ଉଚିତ, ପୋଷାକ ଭାରତରେ ବୁଣା ହୋଇଥିବା ଉଚିତ, ସାଜସଜ୍ଜା ଭାରତରେ ତିଆରି ସାମଗ୍ରୀରୁ ତିଆରି ହେବା ଉଚିତ, ଜୀବନର ପ୍ରତ୍ୟେକ ଆବଶ୍ୟକତାରେ ସବୁକିଛି ସ୍ୱଦେଶୀ ହେବା ଉଚିତ। ସେ କହିଛନ୍ତି, ଏହି ସମସ୍ତ ଆନନ୍ଦ ମଧ୍ୟରେ, ଲୋକମାନେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଉଚିତ, କାରଣ ଯେଉଁଠାରେ ସ୍ୱଚ୍ଛତା ଥାଏ, ପର୍ବପର୍ବାଣୀର ଆନନ୍ଦ ଆହୁରି ବୃଦ୍ଧି ପାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା, ଦେଶର ଏକତା ରାଷ୍ଟ୍ରର ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ…
The Samikhsya Desk: ରାଜ୍ୟରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି। ତାହା ହେଲା ଏକ ଗାଡି ଭିତରେ ଜଣେ ଯୁବତୀଙ୍କୁ ପାଞ୍ଚଜଣ ଗଣ ଦୁଷ୍କର୍ମ କରିଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ। ଜଣେ ଯୁବତୀଙ୍କୁ ଘରୁ ଗାଡିରେ ଆଣି ରାସ୍ତାକଡରେ ଏହି ଗଣ ଦୁଷ୍କର୍ମ କରି ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଘଟଣାରୁ ଜଣାପଡିଛି ଯେ, ଉଦଳା ଅଞ୍ଚଳର ଜଣେ ଯୁବତୀଙ୍କର ଜଣେ ଯୁବକଙ୍କର ପରିଚୟ ଥିଲା। ଯୁବତୀଙ୍କୁ ଉଚ୍ଚ ଦରମାରେ ଚାକିରୀ କରାଇଦେବାର ପ୍ରତିଶୃତି ଦେଇ ତାଙ୍କୁ ବାଙ୍ଗିରିପୋଷିରୁ ଏକ କାରରେ ଆଣିଥିଲା। ତାଙ୍କ ସହିତ ଆଉ ଜଣେ ଯୁବକ ଥିବା ବେଳେ ରାସ୍ତାରେ ଆଉ ତିନି ଜଣ ବସିଥିଲେ। ଗାଡି ଚଲାଉଥିବା ଡ୍ରାଇଭର ଜଣେ ନାବାଳକ ଥିଲା।…

