Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇଲେ ଶ୍ରୀମୟୀ
ଜାତୀୟ ଖବର

ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇଲେ ଶ୍ରୀମୟୀ

September 24, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରୁ ନିଲମ୍ବିତ ହେବା ପରେ
ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇବାରେ ଲାଗିଲେ ଶ୍ରୀମୟୀ
ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେବା ପରେ ଗହନ କଥା ଖୋଲିବାରେ ଲାଗିଛନ୍ତି ନେତ୍ରୀ ଶ୍ରୀମୟି ମିଶ୍ର। ନିଜ ସାମାଜିକ ଗଣମାଧ୍ୟମରେ ସେ ଖୋଦ ନବୀନ ଏବଂ ପାଣ୍ଡିଆନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି। ଆଉ ତାହାକୁ ସାମନା କରିବାରେ ଲାଗିଛନ୍ତି ବିଜେଡିର ବହୁ ନେତା ଓ ନେତ୍ରୀ। ହେଲେ ଶ୍ରୀମୟୀଙ୍କ ବିଭିନ୍ନ ପୋଷ୍ଟିଂ ଦଳକୁ ବିବାଦୀୟ କରିଦେଉଥିବାରୁ ବିଜେଡି ବଡ ଚିନ୍ତାରେ ଅଛି।
ଗତକାଲି ଦଳରୁ ନିଲମ୍ବିତ ହେବା ପରେ ସେ ତାଙ୍କର ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଦେଇଥିଲେ। ହେଲେ ଆଜି ପୁଣି ସେ ନିଜ ସାମାଜିକ ଗଣମାଧ୍ୟମରେ ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି। ଏଥିରେ ସେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ସେ ସାମାଜିକ ଗଣମାଧ୍ୟମରେ ଯାହା ଲେଖିଛନ୍ତି ତାହା ହେଲା…
“ଗତବର୍ଷେ ହେଲା ମୁଁ ଦଳ ଭିତରେ ଅସନ୍ତୁଷ୍ଟ ଥିଲି ଓ ପଦପଦବୀକୁ ଗ୍ରହଣ କରି ନ ଥିଲି- ଏକଥା ଆଜି ସେମାନେ ଗଣମାଧ୍ୟମରେ ସମ୍ମୁଖରେ ସ୍ବୀକାର କରୁଛନ୍ତି। ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ନେତ୍ରୀମାନେ ଗତ ୧୦ଦିନ ମଧ୍ୟରେ ମୋ ସମ୍ପର୍କରେ ଗଣମାଧ୍ୟମରେ କେତେ ପ୍ରକାରର ବୟାନରେ କେତେଥର ୟୁଟର୍ଣ୍ଣ ନେଇଛନ୍ତି ତାହା ସେମାନେ ନିଜେ ଆତ୍ମସମୀକ୍ଷା କଲେ ଜାଣିପାରିବେ ଓ ତା’ର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡୁଛି।
କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି।
୨୦୨୪ ଫେବୃୟାରୀ ମାସରୁ ମୁଁ ବାରମ୍ବାର ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲି । ଏହା ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ବ୍ୟକ୍ତିଗତ ଅଭିଜ୍ଞତା, ଯେଉଁଠି ଆତ୍ମସମ୍ମାନ ଓ ଆତ୍ମଗୌରବ ଉପରେ ଆଘାତ ଲାଗିଛି। ମୁଁ ଯେଉଁ ଦଳୀୟ ନେତାଙ୍କୁ ପିତାତୁଲ୍ୟ ମାନୁଥିଲି,ତାଙ୍କଠାରୁ ସମର୍ଥନ ଓ ନ୍ୟାୟ ଆଶା କରିଥିଲି, କିନ୍ତୁ ସେହି ସମୟରେ ତାଙ୍କ ନୀରବତା ମତେ ନିରାଶ କରିଛି।
ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ମତେ ସୁର୍ପଣଖା କହି ସମ୍ବୋଧନ କଲେ, ଦଳୀୟ ବିଧାୟକ ଓ ଅନ୍ୟ ସଦସ୍ୟ ମତେ ନାନାଦି ଅପଶବ୍ଦ ବ୍ୟବହାର କରି କହିଲେ,ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀମାନଙ୍କୁ କହିଥିଲି। ପ୍ରମିଳା ଅପା, ସ୍ନେହାଙ୍ଗିନୀ ଅପା ଏମିତି ଅନେକ,କିନ୍ତୁ ସେତେବେଳେ ସମସ୍ତେ ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଚୁପ୍ ରହିଲେ, କେବଳ ପୂଜ୍ୟା ଉଷା ଦେବୀ ମୋତେ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ ଏବଂ ସବୁ ଘଟଣା ଦଳର ସଭାପତି  ଶୁଣିଲା ପରେ କେବଳ ପଦେ କହିଲେ,”It happens in Politics”।
ଯଦି ଅନୁରୂପ ଘଟଣା ବାହାରେ ହେଇଥାନ୍ତା ଆଉ ମୁଁ ମୋ ବାପାଙ୍କୁ ଜଣାଇ ଥାଆନ୍ତି ତେବେ କଣ ଏଭଳି ଉତ୍ତର ଆସିଥାନ୍ତା କି ? ନବୀନ ବାବୁଙ୍କୁ ମୁଁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି, ମତେ ଅନେକ ପ୍ରତିଶ୍ରୁତି ଦେଇ ନ ରଖିଲା ପରେ ମଧ୍ୟ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାକୁ ଯାଇଥିଲି, କିନ୍ତୁ ଯେଉଁଦିନ ମୋ ସମ୍ମାନ କଥା ଉଠିଲା ଆଉ ସେ ନୀରବ ରହିଲେ, ସେଇଟା ହିଁ ମୋ ଜୀବନର turning point ପାଲଟିଗଲା।
ମତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ଵ ନାହିଁ। ସେଇଥିପାଇଁ  ମୁଁ ନାଁ ମୋର ସଦସ୍ୟତା ନବୀକରଣ କଲି, ନାଁ କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେଲି। ଦଳୀୟ ପଦପଦବୀକୁ ନେଇ ନିଜର ଆପତ୍ତି ଓ ଅସନ୍ତୋଷ ମଧ୍ୟ ନବୀନ ନିବାସକୁ ବାରମ୍ବାର ଅବଗତ କରିଛି, ଯାହାର ପ୍ରମାଣ ସମୟ ଆସିଲେ ଦେବି।
ଆଉ ନିକଟରେ ମହିଳା ଶାଖା ଘୋଷଣା ପରେ ମଧ୍ୟ ମୁଁ ଅନୁରୂପ କଥା କହିଥିଲି । ଅତୀତରେ ଅନେକ ପ୍ରତିଶ୍ରୁତି ନବୀନ ବାବୁ ଦେଇ ପରବର୍ତ୍ତୀ ସମୟରେ ଓହରି  ଯାଇଥିଲେ ମଧ୍ୟ ନିରବ ରହିଥିଲି।
ଏବେବି ମୋର ପ୍ରଶ୍ନ ଯଦି ମୋର ସଦସ୍ୟତା ଅଛି ତ ସେ ସଂକ୍ରାନ୍ତୀୟ ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ସାର୍ବଜନୀନ କରନ୍ତୁ। ଏତେ ବୁଲେଇ ବଙ୍କେଇ କହିବାର ତାତ୍ପର୍ଯ୍ୟ କ’ଣ ?
ଆଉ ଏବେ ଯେଉଁମାନେ ମୋର ଯୋଗ୍ୟତା ଉପରେ ପ୍ରଶ୍ନ କରୁଛନ୍ତି , ଦୟାକରି ସେ ପ୍ରଶ୍ନ ନବୀନବାବୁଙ୍କୁ କଲେ ଉତ୍ତର ପାଇପାରନ୍ତେ? ବିଜେଡି ସଭାପତି ନବୀନ ବାବୁ କ’ଣ ଦୀର୍ଘ ଦୁଇ ଦଶନ୍ଧି ଧରି ଅଯୋଗ୍ୟମାନଙ୍କୁ ନିଜ ଟିମରେ ବାରମ୍ବାର ରଖୁଥିଲେ ?
ପଶ୍ଚିମ ଓଡ଼ିଶାରୁ ଆସି କଟକସ୍ଥିତ ଶୈଳବାଳା ମହିଳା କଲେଜର ସଭାନେତ୍ରୀ ହେବା ଓ ୨୦୦୬ରୁ ବିଜୁ ଛାତ୍ର ଜନତା ଦଳର ପଦାଧିକାରୀ ଓ ଦଳର ବିଭିନ୍ନ ପଦବୀରେ ରହିବା କ’ଣ ଜଣେ ଅଯୋଗ୍ୟ ପକ୍ଷେ ସମ୍ଭବପର କି ? ଏହାର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡ଼ିଲି। ଜୟ ଶ୍ରୀଜଗନ୍ନାଥ

National Film Awards: President Droupadi Murmu Confers 

BJD Shreemayee Mishra ବିଜେଡି ଶ୍ରୀମୟୀ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026
Latest News

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.