ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି “ରାଜଭାଷା ହିନ୍ଦୀ କର୍ମଶାଳା ସହ ପୋଷଣ ମାସ” କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି। ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଶେଷ ଅତିଥିଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡକ୍ଟର ସ୍ନେହଲତା ଦାଶ, ସ୍ଵତନ୍ତ୍ର ଅତିଥି ଭାବେ ମହିଳା ଏବଂ ଶିଶୁ ବିକାଶ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି, ରାଜଭାଷା ବିଭାଗର ସହାୟକ ନିର୍ଦ୍ଦେଶକ ସୁଶ୍ରୀ କିର୍ତ୍ତୀ ସିଂଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ରାଜଭାଷା ହିନ୍ଦୀର ପ୍ରଚାର ପ୍ରସାର ସହିତ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା…
Author: Samikhsya Bureau
ନୂଆଦିଲ୍ଲୀ: ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ। ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ସେ ଏହି ଆକ୍ରମଣ କରିଥିଲେ। ପୀଡିତ ସାମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମିଶନ କହିଛନ୍ତି ଯେ, ଯଦି ଏହି ଖବର ସତ୍ୟ ତେବେ ଏହା ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ ଅଟେ। ତେଣୁ, କମିଶନ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତଦନ୍ତର ସ୍ଥିତି ଏବଂ ଆହତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି। ୩୦ ଅଗଷ୍ଟ, ୨୦୨୫ରେ ପ୍ରସାରିତ…
ଭୁବନେଶ୍ବର: ଖୁବ ଶିଘ୍ର ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି ପୂର୍ବ ପରି ଯେପରି କାର୍ଯ୍ୟ କରିବା କଥା ତାହା କରୁ ନାହିଁ। ଲୋକେ ବର୍ତ୍ତମାନ ମଧ୍ୟ ଭାବୁଛନ୍ତି ବିଜେଡି ବିଜେପି ଏକ। ଦଳ ତରଫରୁ ଯେଉଁ ନିଷ୍ପତି ନିଆଯାଉଛି ତାହା ବିଜେଡି ବିଜେପି ସଂପର୍କ ଅଛି ବୋଲି ଜଣା ପଡୁଛି। ତାହା ଠିକ ନୁହେଁ ବୋଲି ଭୂପିନ୍ଦର ସିଂହ କହିଛନ୍ତି। ସେହିପରି ସେ ଆହୁରି କହିଛନ୍ତି ଯେ, ଦଳ ଭିତରେ ଦଳଗତ ନିଷ୍ପତି ନେବା କଥା, ହେଲେ ବର୍ତ୍ତମାନ ତାହା ଜଣଗତ ନିଷ୍ପତି ହେଉଛି। ଘରର ମୁରବି ଯେତେବେଳେ କୌଣସି ନିଷ୍ପତି ଗ୍ରହଣ କରନ୍ତି ସେତେବେଳେ ସେ ସମସ୍ତଙ୍କ ମତ ନିଅନ୍ତି। ହେଲେ ବିଜେଡିରେ ତାହା କରାଯାଉ ନାହିଁ। ଏପରି କହି ଭୂପିନ୍ଦର ପାଣ୍ଡିଆନଙ୍କୁ ତେରଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି…
The Samikhsya Desk: ଜମ୍ମୁ ଏବଂ କାଶ୍ମୀରରେ ଗତକାଲି ବିଳମ୍ବିତ ରାତିରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ଘଟିଛି। ଅଧିକାଂଶ ସ୍ଥାନରେ ଜଳବନ୍ଦୀ, ଯାତାୟାତ ସମସ୍ୟା ଏବଂ ଦୈନନ୍ଦିନ ଜୀବନଯାତ୍ରା ରେ ଅସୁବିଧା ସୃଷ୍ଟି ହୋଇଛି। ଚେନାବ, ତାୱି, ରବିଏବଂ ଉଝ ସମେତ ଜମ୍ମୁ ଅଞ୍ଚଳର ସମସ୍ତ ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜମ୍ମୁ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ଆଜି ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନିରନ୍ତର ପ୍ରବଳ ବର୍ଷା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ଚଳାଚଳକୁ ମଧ୍ୟ ବାଧାପ୍ରାପ୍ତ କରିଛି। ସ୍ଥାନୀୟ ପାଣିପାଗ ବିଭାଗ ଆଜି ଅପରାହ୍ନ ପର୍ଯ୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଅଧିକାରୀଙ୍କ ଅନୁସାରେ କେତକ ସ୍ଥାନରେ ବାଦଲ ଫାଟିବା, ବନ୍ୟା, ଭୂସ୍ଖଳନ ଏବଂ ପଥର ମାଡ଼ ଭଳି ପରିସ୍ଥିତି…
ଭୁବନେଶ୍ବର: କେବେ ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ସମୟରେ ଏ ନେଇ ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ଆଲୋଚନା କରିଯାଉଛନ୍ତି। ହେଲେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହୋଇପାରୁ ନାହିଁ। ତେବେ ବିଭିନ୍ନ ସମୟରେ ବିଜେପି ସରକାର ଏହାକୁ ନେଇ ସମାଲୋଚିତ ହେବା ପରେ ବର୍ତ୍ତମାନ କୁଆଡେ ସବୁ କିଛି ଚୁଡାନ୍ତ ହୋଇଯାଇଛି ବୋଲି ଜଣାପଡିଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକାଠି କଥା ହେବା ପରେ ଏହି ତାଲିକା ଚୁଡାନ୍ତ ହୋଇଥିବ ବୋଲି ଅନୁମାନ କରାଯାଉଛି। ତେଣୁ ଏହାର କେନ୍ଦ୍ରୀୟ ଅନୁମୋଦନ ପାଇଁ ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇଛନ୍ତି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେମାନେ ଦିଲ୍ଲୀରୁ ଫେରିବା ପରେ ଚଳିତ ମାସରେ ଏହି ଅଦଳବଦଳ ହେବ ବୋଲି ଚର୍ଚ୍ଚା ଚାଲିଛି। ସେହିପରି ନିଗମ ଅଧ୍ୟକ୍ଷ ପଦ ମଧ୍ୟ ନିଷ୍ପତି ହୋଇସାରିଛି। ଏହି…
ନୂଆଦିଲ୍ଲୀ: କରମା ପୂଜାର ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ନାଗରିକମାନଙ୍କୁ ସେମାନଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ କାମନା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମ ଏବଂ ସଦ୍ଭାବର ପ୍ରତୀକ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପର୍ବ ପ୍ରକୃତି ସଂରକ୍ଷଣର ବାର୍ତ୍ତା ପ୍ରଦାନ କରେ। Read More in English-Dr. Swayam Prabha Satpathy, Associate Professor at the Siksha ‘O’ Anusandhan Deemed to be University here, has been picked as one of India’s Change Makers for 2025 for her contribution in the field of education, research and social empowerment. (CLICK HERE)
ନୂଆଦିଲ୍ଲୀ: ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଯଶୋଭୂମିରେ ସେମିକଣ୍ଡକ୍ଟର କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ସେ ପ୍ରଦର୍ଶନୀ ପରିଦର୍ଶନ କରି ସେମିକଣ୍ଡକ୍ଟର ସହିତ ଜଡିତ ବିଭିନ୍ନ ଉତ୍ପାଦ ଏବଂ ପ୍ରକଳ୍ପ ଦେଖିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଶ୍ରୀ ମୋଦୀ ଆଜି ସେମିକନ୍ ଇଣ୍ଡିଆରେ ସିଇଓଙ୍କ ଗୋଲଟେବୁଲରେ ଅଂଶଗ୍ରହଣ କରିବେ। ଏହି ଗୋଲଟେବୁଲ ବିଶ୍ୱର ବିଭିନ୍ନ ଶିଳ୍ପ ନେତାମାନଙ୍କୁ ଏକତ୍ର କରିବ। ସେମାନେ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ ଏବଂ ଏହାର ଅଭିବୃଦ୍ଧି ଏବଂ ବିକାଶ ବିଷୟରେ ଆଲୋଚନା କରିବେ। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଏହି 3 ଦିନିଆ ସମ୍ମିଳନୀର ଉଦଘାଟନ କରିଥିଲେ। ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳରେ ଭାରତକୁ ଏକ ବିଶ୍ୱସ୍ତ ଅଂଶୀଦାର ଭାବରେ ସ୍ଥାନିତ କରିବା ପାଇଁ ଏହି ସମ୍ମିଳନୀର ଲକ୍ଷ୍ୟ ରଖାଯାଇଛି। Read More in English: Coal Ministry…
ଭୁବନେଶ୍ବର: ଗତକାଲି ରାତିରେ ବଙ୍ଗୋପସାଗର ଉତ୍ତରପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି। ଫଳରେ ଗତକାଲି ରାତିରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ଚାରିଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି। ସେଗୁଡିକ ହେଲା ଦେଓଗଡ, ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗୁଡା। ସେହିପରି ପୁରୀ, ଖୋର୍ଦ୍ଧା, କେଉଁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଏବଂ ନହରଂଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି।
The Samikhsya Desk: ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ବିରୋଧରେ ଭାରତୀୟ ଜନତା ପାର୍ଟି କରୁଛି ଏକ ବଡ ଯୋଜନା। ବିଶେଷ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯିବ। ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ଲାଗୁ ସତ୍ବେ ଭାରତି କିପରି ନିଜର ସ୍ଥିତି ସୁଦୃଢ କରିପାରିଛି ତାହା ଲୋକଙ୍କୁ ଅବଗତ କରାଯିବ। ସେଥିପାଇଁ ଦଳ ତରଫରୁ ବାରମ୍ବାର ବୈଠକ କରି ଏକ ନିଷ୍ପତି ଗ୍ରହଣ କରାଯାଇଛି। ନିଷ୍ପତି ଅନୁସାରେ ଆସନ୍ତା 25 ତାରିଖରୁ ଡିସେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଜନ ସଚେତନତା କାର୍ଯ୍ୟକ୍ରମ। ଏଥିରେ ଦଳ ଆତ୍ମ ନିର୍ଭର ଭାରତ ସଂକଳ୍ପ ରଥଯାତ୍ରା ଅନୁଷ୍ଠିତ କରାଯିବ। ଏହି ଦେଶର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଏହି ରଥଯାତ୍ରା ମାଧ୍ୟମରେ ସେହି ଜିଲ୍ଲାର କଣ ରହିଛି ସ୍ଥାନୀୟ ଉତ୍ପାଦନ ସେ ନେଇ ପ୍ରସାର କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ…
The Samikhsya Desk: ଝାରସୁଗୁଡାର ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଏକ ମସଜିଦକୁ ଯାଇ ପ୍ରାର୍ଥନା କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ ଝାରସୁଗୁଡାର ତେଲିଭଟ୍ଟା ଇସଲାମ ନଗରସ୍ଥିତ ହଜରତ ବାବା ଅବଦୁଲ ଗଫାର୍ ମସଜିଦର ଉର୍ଷ ମୁବାରକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ମୁସଲିମ ମହିଳାଙ୍କ ପରି ବେଶ ଧାରଣ କରି ପ୍ରାର୍ଥନା କରିଥିଲେ। ତେବେ ଏହାର କାରଣ ହେଲା ସେ ଲୋକସଂପର୍କ ବଢାଇବା ପାଇଁ ପ୍ରତିଦିନ ବିଭିନ୍ନ ସଂପ୍ରଦାୟ ତଥା ବର୍ଗର ଲୋକଙ୍କୁ ଭେଟୁଛନ୍ତି। ବିଭିନ୍ନ ଲୋକଙ୍କ ଦୁଃଖସୁଖ ସମୟରେ ତାଙ୍କ ପାଖରେ ପହଞ୍ଚୁଛନ୍ତି। ଫଳରେ ଦୀପାଳିଙ୍କର ସେହି ପୂର୍ବ ଲୋକପ୍ରିୟତା ବର୍ତ୍ତମାନ ସୁଦ୍ଧା ସେ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେହିପରି ସେ ଗଣେଶ ପୂଜାରେ ମଧ୍ୟ ନିଜକୁ ସାମିଲ କରାଇଛନ୍ତି। ଝାରସୁଗୁଡାରେ ଆୟୋଜିତ ବିଭିନ୍ନ ଗଣେଷ ପୂଜା ମଣ୍ଡପକୁ ଯାଇ ପ୍ରାର୍ଥନା କରିଛନ୍ତି। ସେ କେଉଁଠାରେ…
ନୂଆଦିଲ୍ଲୀ: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ତିନି ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ରଣନୈତିକ ସହଭାଗୀତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବ ବୋଲି ଜଣାପଡିଛି। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ତାଙ୍କ ସହ ତାଙ୍କ ପତ୍ନୀ ଏବଂ କ୍ୟାବିନେଟ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୱଙ୍ଗ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତା’ପରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବେ। ବୁଧବାର ସିଙ୍ଗାପୁର ନେତା ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ…
ନୂଆଦିଲ୍ଲୀ: GST ପରିଷଦର 56ତମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ପରିଷଦ ଭାରତର ପରବର୍ତ୍ତୀ ପିଢ଼ିର GST ସଂସ୍କାର ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏଥିରେ ଟିକସ ହାରର ଯୁକ୍ତିଯୁକ୍ତୀକରଣ ଏବଂ ଅନୁପାଳନର ସରଳୀକରଣ ଅନ୍ତର୍ଭୁକ୍ତ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ସାମଗ୍ରୀ ଏବଂ ସେବା କର କିପରି ଦେଶକୁ ଲାଭ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦି GST ଅଧୀନରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଯାହା ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ MSME ପାଇଁ ଆଶ୍ୱସ୍ତି ଆଣିବ। ସ୍ବାଧୀତାଦିବସରେ ମୋଦିଙ୍କ ଜିଏସଟି ନେଇ ପରୋକ୍ଷ ସୂଚନା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ବୈଠକରେ କଣ ନିଷ୍ପତି ଗ୍ରହଣ କରାଯିବ। ଏଥିରେ କେତୋଟି ସ୍ଲାବ…
ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ “ଅପରେସନ ପ୍ରହାର” କାର୍ଯ୍ୟକ୍ରମ ଭିତ୍ତିରେ ବ୍ରହ୍ମପୁର ପୋଲିସ ର ଚଢ଼ାଉ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି। ଏହି ଜରିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଅବସ୍ଥିତ ବିଭିନ୍ନ ପାନ ଦୋକାନ ଓ ଥଣ୍ଡା ପାନୀୟ ଦୋକାନୀମାନେ ଚଲାଇ ଥିବା ପାନ ଓ ଗୁଟଖା ବିକ୍ରି ନିଷେଧ ପାଳନ କଡାକଡି କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ବଡ଼ବଜାର ଥାନା, ବୈଦ୍ୟନାଥ ପୁର ଥାନା ଓ ଗୋଷାଣୀ ନୁଆଁଗାଁ ଥାନା ଅଧୀନରେ ଥିବା ୪୪ ଟି ଦୋକାନ ବିରୁଦ୍ଧରେ ଧାରା ୨୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ଆଗକୁ ଆହୁରି ଜୋରଦାର କାର୍ଯ୍ୟକ୍ରମ ଚାଲିବ ବୋଲି ପୋଲିସ ପ୍ରଶାସନ ସୁତ୍ରରୁ ଜଣାପଡିଛି।
ରଣପୁର: ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଉପ-ନିର୍ଦ୍ଦେଶକ ସୁଶ୍ରୀ ସଙ୍ଗୀତା ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେମାନେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରି ଶିକ୍ଷାର ଗୁଣତ୍ତ୍ୱ, ନିପୁଣ ଭାରତ କାର୍ଯ୍ୟକ୍ରମର ପ୍ରଗତି, ଆସ ସ୍କୁଲ କାର୍ଯ୍ୟକ୍ରମ ଯିବା କାର୍ଯ୍ୟକ୍ରମର ପ୍ରଗତି, ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀ ବ୍ୟବହାର, ମଧ୍ୟାହ୍ନ ଭୋଜନର ମାନ ଆଦିକୁ ସମୀକ୍ଷା କରିଥିଲେ। ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଥିବା ‘ଦୀପା’ କମ୍ପ୍ୟୁଟର ପ୍ରୋଗ୍ରାମ ସମ୍ବନ୍ଧରେ ମଧ୍ୟ ତଦାରଖ କରିଥିଲେ। ଏହା ସହିତ ମାଳ ଜାମୁଗଣ୍ଡ ଅଞ୍ଚଳକୁ ଯାଇ ଶିକ୍ଷକ ମିହିର କୁମାର ଭୂୟାଁ ଙ୍କ ସହିତ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କ ରେ ଆଲୋଚନା କରିଥିଲେ। ପରିଦର୍ଶନ…
ଭୁବନେଶ୍ୱର: ଶିକ୍ଷା, ଗବେଷଣା ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କୁ ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ମନୋନୀତ କରାଯାଇଛି । ଭାରତର ସର୍ବ ବୃହତ ଘରୋଇ ଷ୍ଟାର୍ଟ ଅପ୍ ବିଜିନେସ୍ ଟକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚେଞ୍ଜ ମେକର ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଇଂରାଜୀ ଭାଷା, ଗଣମାଧ୍ୟମ ଓ ଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡକ୍ଟର ଶତପଥୀଙ୍କର ଗବେଷଣା ଏବଂ ସନ୍ଦର୍ଭ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଦକ୍ଷତା ରହିଛି । ଶୈକ୍ଷିକ ଉତ୍କର୍ଷତା ସହିତ ମୂଲ୍ୟବୋଧ ଭିତିକ ଶିକ୍ଷା, ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଏବଂ ନାରୀ-ପୁରଷ କ୍ଷେତ୍ରରେ ସମାନତା ଦିଗରେ ଡକ୍ଟର ଶତପଥୀ ଅନେକ କାର୍ଯ୍ୟ କରିଛନ୍ତି । ଏହି ସମ୍ମାନ ନିମନ୍ତେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ସାହାଯ୍ୟ ଓ ସହଯୋଗ…
ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ। ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ– ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ– ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ– ୪ ଘଣ୍ଟା ୨୮ ମିନିଟ୍ ଚନ୍ଦ୍ର ଗ୍ରହଣ…
ମେଷ: ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ। ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବ। ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ଚାକିରିରେ ତୁମେ ପ୍ରଶଂସା ପାଇବ। ତତ୍ପରତା ନାହିଁ। ଆଦୌ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ । ବୃଷ: ଟଙ୍କା ଅଭାବରୁ ନିରାଶ ହେବେ। ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ। ବସଙ୍କ ସମର୍ଥିତ ହେବେ ନାହିଁ। କ୍ଳାନ୍ତ ହୋଇଯିବ। ବ୍ୟବସାୟ ଲାଭଦାୟକ ହେବ। ଖରାପ ଖବର ଗ୍ରହଣ କରାଯାଇପାରେ। କଠିନ ପରିଶ୍ରମ ଅଧିକ ହେବ। ଲାଭ ସୁଯୋଗକୁ ସ୍ଥଗିତ ରହିବ। ମିଥୁନ: ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ। ରୋଜଗାର ବୃଦ୍ଧି ପାଇବ। ଲାଭ…
ଭୁବନେଶ୍ୱର: ଆମେ କାହାର ଇତିହାସକୁ ଲିଭାଇ ଦେବା ତଥା ଇତିହାସର କୌଣସି ବିଷୟ ଉପରେ ଅବହେଳା କରିବାକୁ ଚାହୁଁନାହୁଁ ବରଂ ଇତିହାସର ସଠିକ୍ ଚିତ୍ର ଉପସ୍ଥାପନ କରୁଛୁ ବୋଲି ଆଜି ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ପାଇଁ ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚର ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ ଫାଉଣ୍ଡେସନ ଫର୍ ଇଣ୍ଡିଆନ୍ ହିଷ୍ଟୋରିକାଲ୍ ଆଣ୍ଡ୍ କଲଚୁରାଲ୍ ରିସର୍ଚ୍ଚ(ଏଫଆଇଏଚସିଆର) ପକ୍ଷରୁ ଆୟୋଜିତ ଏହି ଫେଲୋସିପର ପ୍ରଥମ ବ୍ୟାଚକୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସଫଳତା କାମନା କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ଆଜି ଛାତ୍ରଛାତ୍ରୀମାନେ ସେମାନଙ୍କର ସାର୍ଟିଫିକେଟ୍ ଗ୍ରହଣ କରୁନାହାନ୍ତି ବରଂ ଭାରତର ଐତିହାସିକ, ସାଂସ୍କୃତିକ ଏବଂ ବୌଦ୍ଧିକ ସାର୍ବଭୌମତ୍ୱର ମଶାଲବାହକ ହେବାର ଦାୟିତ୍ୱ ବହନ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ ଇତିହାସ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପଥ ପ୍ରଶସ୍ତ କରେ।…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଜାମ୍ମୁରେ ଆୟୋଜିତ ଏକ ବୈଠକରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇବି), ଜାମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଏବଂ ଡିଜିପି, ସିଏପିଏଫ୍ ର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ୨୦୨୫ ମସିହାରେ ଶ୍ରୀ ଅମରନାଥଜୀ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିଥିବାରୁ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ଏବଂ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ…
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାରେ ସ୍ୱାସ୍ଥ୍ୟ ଅଭିବୃଦ୍ଧି ସହ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଯୁଗାନ୍ତକାରୀ ପଦକ୍ଷେପ ; ଅନୁଗୋଳ ଜିଲ୍ଲା…
ଭୁବନେଶ୍ବର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ। ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହି ମଞ୍ଜୁରୀ କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରି ପାରିଛି। ଗୋଟିଏ ବର୍ଷରେ ୨୦୦ ଅଧିକ ଓଡ଼ିଆ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ। ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ବାସ୍ଥ୍ୟ ସେବା…

