ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନାମ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓନାମ ପର୍ବକୁ ନେଇ ସେ କହିଛନ୍ତି ଯେ, “ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ”। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି; “ସମସ୍ତଙ୍କୁ ଓନାମ୍ ପାଇଁ ବହୁତ ଶୁଭକାମନା! ଏହି ସୁନ୍ଦର ପର୍ବ ସମସ୍ତଙ୍କ ପାଇଁ ନୂତନ ଆନନ୍ଦ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଚୁର ସମୃଦ୍ଧି ଆଣିଦେଉ। ଓନାମ୍ କେରଳର କାଳଜୟୀ ଐତିହ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ। ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ।” https://twitter.com/narendramodi/status/1963791696988434434?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1963791696988434434%7Ctwgr%5Eaec764a65b409302c55b48b787318b0f06e3c3e9%7Ctwcon%5Es1_&ref_url=https%3A%2F%2Fwww.pib.gov.in%2FPressReleasePage.aspx%3FPRID%3D2164043 Read In English-…
Author: Samikhsya Bureau
ଭୁବନେଶ୍ବର: ଆଗ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବା ନା ନିଗମ ନିଯୁକ୍ତି କରାଯିବ। ଏହାକୁ ନେଇ ଦିଲ୍ଲୀରେ ରାଜ୍ୟ ବିଜେପି ଦ୍ବନ୍ଦରେ ପଡିଯାଇଛି। ନୂଆଦିଲ୍ଲୀରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ବିଭିନ୍ନ ବିଶେଷଜ୍ଞଙ୍କର ପରାମର୍ଶ ନେଉଛନ୍ତି। ଯଦି ସେମାନେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଆଗେ କଲେ ତେବେ ତାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇପାରେ। ଏହାପରେ ପରେ ନିଗମ ନିଯୁକ୍ତି କେଲେ ଏହି ଅସନ୍ତୋଷର ପରିମାଣ ବୃଦ୍ଧି ପାଇପାରେ। ସେଥିପାଇଁ କେଉଁଟି ଆଗ କଲେ ପରିସ୍ଥିତି ଠିକରେ ମ୍ୟାନେଜ ହୋଇପାରିବ ତାହାକୁ ନେଇ ଚାଲିଛି ତର୍ଜମା। ବର୍ତ୍ତମାନ ମୋହନ ସରକାରଙ୍କୁ ପ୍ରାୟ 15 ମାସ ହୋଇଯାଇଥିଲେ ମଧ୍ୟ ନିଗମ ନିଯୁକ୍ତି ଆଦୌ କରିପାରି ନାହାଁନ୍ତି। ଆଶାୟୀଙ୍କ ସଂଖ୍ୟା ବଢିବା ଦ୍ବାରା କାହାକୁ ରଖିବେ କାହାକୁ କାଟିବେ ତାହା କରିବା କଷ୍ଟକର ହୋଇଯାଇଛି। ତେବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ ଉଭୟ କିଛି ଚୁଡାନ୍ତ…
ଭୁବନେଶ୍ବର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ବଡ ଚର୍ଚ୍ଚା। କାରଣ ଦୀର୍ଘ ବର୍ଷ ଧରି ନବୀନ ଦିଲ୍ଲୀପଙ୍କୁ ବିଜେଡିରୁ ଆଉଟ କରିଦେଇଛନ୍ତି। ଏହାପରେ ଗତ 2019 ନିର୍ବାଚନ ବେଳକୁ ଦିଲ୍ଲୀପ ନବୀନ ନିବାସ ଆସିଥିଲେ। ହେଲେ ତାଙ୍କ ସହିତ ନବୀନଙ୍କ ସଂପର୍କ ଭଲ ନାହିଁ। କିନ୍ତୁ ଗତକାଲି ନବୀନ ନିବାସରେ ଦିଲ୍ଲୀପ ରାୟ ଯାଇ ନବୀନଙ୍କୁ ଭେଟିବା ସମସ୍ତଙ୍କୁ ସନ୍ଦେହ ଭିତରକୁ ନେଇ ଆସିଛି। ନବୀନଙ୍କ ଦେହ ଖରାପ ଥିଲା ସେଥିପାଇଁ ହୁଏତ ଦିଲ୍ଲୀପ ଦେଖା କରିବା ପାଇଁ ଆସିଥାଇ ପାରନ୍ତି। ହେଲେ ତାହା ଯେ ମୁଖ୍ୟ କଥା କେହି ବିଶ୍ବାସ କରୁ ନାହାଁନ୍ତି। ଦିଲ୍ଲୀପ ନବୀନଙ୍କ ସହିତ ପ୍ରାୟ 15 ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିବାର ଜଣାପଡିଛି। ହେଲେ ସେହି ସମୟରେ ଆଉ କିଏ ଥିଲେ ତାହା ଜଣାପଡି ନାହିଁ।
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଧିରୁଭାଇ ଅମ୍ବାନୀ, ଭାରତ ସରକାରଙ୍କ ଦ୍ୱାରା ସାମଗ୍ରୀ ଏବଂ ସେବା କର (ଜିଏସଟି) ହାରରେ କରାଯାଇଥିବା ଦ୍ୱିତୀୟ ପିଢ଼ିର ସଂସ୍କାରକୁ ସ୍ୱାଗତ କରିଛନ୍ତି। ମୁକେଶ ଅମ୍ବାନୀ ଐତିହାସିକ ଜିଏସଟି ସଂସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତୀୟମାନଙ୍କ ପାଇଁ ଏକ “ଦୀପାବଳି ଉପହାର” ଭାବରେ ବର୍ଣ୍ଣନା କରି କହିଛନ୍ତି, “ଜିଏସଟିରେ ସୁଧାରଗୁଡ଼ିକ ଗ୍ରାହକଙ୍କ ପାଇଁ ଉତ୍ପାଦ ଏବଂ ସେବାକୁ ସୁଲଭ କରିବା, ବ୍ୟବସାୟର ପରିଚାଳନାଗତ ଜଟିଳତା ହ୍ରାସ କରିବା, ମୁଦ୍ରାସ୍ଫୀତି ହ୍ରାସ କରିବା ଏବଂ ରିଟେଲ କ୍ଷେତ୍ରରେ ବ୍ୟବହାର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ। ଏହା ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତରେ ପହଞ୍ଚିଛି, ଏବଂ ନୂତନ ସଂସ୍କାର ଅର୍ଥନୀତିକୁ ଆହୁରି ଗତି ଦେଇପାରିବ, ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ପାଖରେ ପହଞ୍ଚାଇ…
ଭୁବନେଶ୍ବର: ଓଡିଆ ଚଳଚିତ୍ରର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ସେ ବର୍ତ୍ତମାନ ଏମ୍ସ ର ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ସେ କଟକର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ହେଉଥିଲେ। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସ ତରଫରୁ ଜାରୀ ଏକ ସୂଚନାରେ କୁହାଯାଇଛି ଯେ, ଅଭିଜିତ ମଜମୁଦାରଙ୍କୁ କୋମା ସ୍ଥିତିରେ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଲିଭର ରୋଗ ସହିତ ବିଭିନ୍ନ ରୋଗରେ ପିଡିତ ଅଛନ୍ତି। ତାଙ୍କର ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ତାଙ୍କର ବ୍ଲଡ ପ୍ରେସର ଓ ପଲ୍ସ ଠିକ ରହିଛି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ପୁନଃର୍ଗଠନ କରିଛନ୍ତି। ସେହି ଅନୁସାରେ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ଏହି ମହିଳା ସଂଗଠନରେ ସଭାପତି ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଏଥିରେ ପନ୍ଦର ଜଣଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସଭାପତି- ସ୍ନେହାଙ୍ଗିନୀ ଛୁରିଆ ବରିଷ୍ଠ ସାଧାରଣ ସଂପାଦିକା ସୁମିତ୍ରା ଜେନା ରାଜଶ୍ରୀ ମଲ୍ଲିକ ଲେଖାଶ୍ରୀ ସାମନ୍ତସିଂହାର ସାଧାରଣ ସଂପାଦିକା ସୁଲୋଚନା ଦାସ ସୁଲତା ଦେଓ ବର୍ଷା ସିଂ ବରିହା ଶର୍ମିଷ୍ଠା ସେଠୀ ଶ୍ରୀମୟୀ ମିଶ୍ର ଲୋପାମୁଦ୍ରା ବକ୍ସିପାତ୍ର ମିନତି ବେହେରା କସ୍ତୁରୀ ମହାପାତ୍ର ପଦ୍ମନୀ ଦିଆନ ଦୀପାଳି ଦାସ ରଂଜିତା ସାହୁ ଗୀତାଞ୍ଜଳି ବସ୍ତିଆ
ଭୁବନେଶ୍ବର: ବିଜୁ ଜନତା ଦଳ ଆଉ ତିନିଟି ଜିଲ୍ଲାର ସଭାପତି ଓ ଉପସଭାପତିଙ୍କ ନାମ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସଭାପତିଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କ ଦସ୍ତଖତରେ ବିଜେଡି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଢେଙ୍କାନାଳ- ନୃସିଂହ ଚରଣ ସାହୁ- ସଭାପତି, ସନ୍ଦିପ ଷଡଙ୍ଗୀ- କାର୍ଯ୍ୟକାରୀ ସଭାପତି କୋରାପୁଟ- ଝିନ୍ ହିକାକା- ସଭାପତି, ଦୁର୍ଗା ମିଶ୍ର ଏବଂ ପ୍ରସାଦ ବିଡିକା- କାର୍ଯ୍ୟକାରୀ ସଭାପତି ରାୟଗଡା- ଜଗନ୍ନାଥ ସାରକା- ସଭାପତି, ଗୟାଧର ପୁଆଳୋ ଏବଂ ରଂଜିତ ପାଣିଗ୍ରାହୀ- କାର୍ଯ୍ୟକାରୀ ସଭାପତି ତେବେ ମୁଖ୍ୟତଃ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲା ସଭାପତି କିଏ ହେବ ସେ ନେଇ ଦଳ ତରଫରୁ କୌଣସି ନିଷ୍ପତି ହୋଇପାରୁ ନାହିଁ। ଏହି ଜିଲ୍ଲାରେ ଛକାପଞ୍ଚା ଲାଗିରହିଥିବାରୁ ଦଳ କାହାକୁ ବାଛିବ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।
The Samikhsya Desk: ଗୋଟିଏ କିଲୋଗ୍ରାମ ଲୁଣର ଦାମ କେତେ ହୋଇପାରେ। ଅତି ବେଶୀରେ ଏକଶହ ଟଙ୍କା ହୋଇପାରେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏପରି ଲୁଣ ରହିଛି ଯାହାର ଦାମ୍ ଏକ କିଲୋ ଦାମ୍ ହେଉଛି ୩୫୨୪୬ ଟଙ୍କା। ଏ କଥା ଯେ କେହି ଶୁଣିବ ସେ ମୁଣ୍ଡରେ ହାତ ଦେଇ ବସିବ। ହେଲେ କଥାଟି ମିଛ ନୁହେଁ। ଏହା ସଂପୂର୍ଣ୍ଣ ସତ୍ୟ ଏବଂ ସାରା ବିଶ୍ବରେ ଏହି ଲୁଣକୁ ନେଇ ଚର୍ଚ୍ଚା ଜାରୀ ରହିଛି। ଏହି ଲୁଣର ଏତେ ଦାମ ହୋଇଥିଲେ ମଧ୍ୟ ଲୋକେ କିଣି ବ୍ୟବହାର କରୁଛନ୍ତି। ଆମେ ଯେଉଁ ଲୁଣ କଥା କହୁଛୁ ତାହା ହେଉଛି କୋରିଆନ ବାଉଁଶ ଲୁଣ। ଅଥବା ଆପଣ ଇଂରାଜୀରେ ଏହାକୁ Korean Bamboo Salt ବୋଲି କହିପାରିବେ। ଏହି ଲୁଣ ଏତେ ମୂଲ୍ୟ ହେବାର କାରଣ ହେଲା ଏହାର ପ୍ରସ୍ତୁତି ପ୍ରଣାଳି। ଏହାକୁ ପ୍ରସ୍ତୁତ କରିବାକୁ ବହୁ…
The Samikhsya Desk: ଆସନ୍ତାକାଲି ବ୍ୟାଙ୍କ ବନ୍ଦ ଅଛି ନା ଖୋଲା ଅଛି। ଏ ନେଇ ବିଭିନ୍ନ ମହଲରେ ଦ୍ବନ୍ଦ ସୃଶ୍ଟି ହୋଇଛି। କାରଣ ହେଉଛି ଆସନ୍ତା କାଲି ହେଉଛି ଗୁରୁ ଦିବସ। ଏଥିସହିତ ମୁସଲମାନ ସଂପ୍ରଦାୟଙ୍କର ଏକ ପର୍ବ ଆସନ୍ତାକାଲି ରହିଛି। ସେଥିପାଇଁ ଏହି ଦିନରେ ବ୍ୟାଙ୍କ ଛୁଟି ରହୁଛି କି ନାହିଁ ସେ ନେଇ ଗ୍ରାହକମାନେ ଦ୍ବନ୍ଦରେ ଅଛନ୍ତି। ତେବେ ସତ ହେଲା ଆସନ୍ତାକାଲି କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହୁଛି। ସେପ୍ଟେମ୍ବର 5 ତାରିଖ ଶୁକ୍ରବାରରେ ଦୁଇଟି ପର୍ବ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁଯାୟୀ, ଈଦ୍-ଏ-ମିଲାଦ୍ ଉନ୍-ନବି ଏବଂ ଥିରୁଭୋନମ୍ ବା ଓନମ୍ ପର୍ବ ଯୋଗୁଁ ଏହି ଦିନ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ କେତେକ ରାଜ୍ୟରେ ବନ୍ଦ ରହିବ। ଯଦି ଆପଣ ବ୍ୟାଙ୍କକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଖୋଲା ଅଛି କି ବନ୍ଦ ଅଛି…
The Samikhsya Desk: ସ୍ୱତନ୍ତ୍ର ସାରାଂଶ ସଂଶୋଧନ (SSR) ପ୍ରକ୍ରିୟା ମାଧ୍ୟମରେ ଅପଡେଟ୍ ଭୋଟର ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ କମିଶନ ଅକ୍ଟୋବରରେ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଏ ନେଇ ଏକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ଦୁର୍ଗା ପୂଜା ଏବଂ ଦଶହରାର ଠିକ୍ ପରେ ଅକ୍ଟୋବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ। ବିହାରରେ ଭୋଟ ଗ୍ରହଣ ଦୁଇଟି କିମ୍ବା ତିନୋଟି ପର୍ଯ୍ୟାୟରେ ହେବାର ଆଶା କରାଯାଉଛି। ସମ୍ଭବତଃ ଛଠ ପୂଜା ପରେ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଉଛି। ସେଥିପାଇଁ ନେଭମ୍ବର ପ୍ରଥମ ସପ୍ତାହରେ ହେବ ବୋଲି ଏହି ଗଣମାଧ୍ୟମରେ ପ୍ରକାଷ ପାଇଛି। ଭୋଟ୍ ଗଣନା ନଭେମ୍ବର 15 ରୁ 20 ମଧ୍ୟରେ ହୋଇପାରେ ଏବଂ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ନଭେମ୍ବର 22 ପୂର୍ବରୁ ଶେଷ ହେବ।
ଭୁବନେଶ୍ବର: ପୂର୍ବତଟ ରେଳପଥ ସ୍ୱଚ୍ଛତା ଅଭିଯାନ-2025 ଅନ୍ତର୍ଗତ ଏହାର ମୁଖ୍ୟାଳୟରେ ସଚେତନତା ଏବଂ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ସହିତ ଏହାର ଉତ୍ସର୍ଗୀକୃତ ପ୍ରୟାସ ଜାରି ରଖିଛି। ଆୟୋଜିତ ସଚେତନତା ଅଭିଯାନଗୁଡ଼ିକ ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ସକାଶେ ପ୍ରୟାସ କରିଛି ଯେ ସ୍ୱଚ୍ଛତା କେବଳ ଏକ କର୍ତ୍ତବ୍ୟ ନୁହେଁ ବରଂ କାର୍ଯ୍ୟସ୍ଥଳ ଏବଂ ସାର୍ବଜନୀନ ସ୍ଥାନରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଏକ ସାମୂହିକ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ, ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟରେ ସ୍ୱଚ୍ଛ ସମ୍ବାଦ – କର୍ମଚାରୀମାନଙ୍କ ମଧ୍ୟରେ ଏକ ଆଦାନପ୍ରଦାନ ଅଧିବେଶନର ଆୟୋଜନ କରିଥିଲା । ଏହି ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରୀୟ ହସ୍ପିଟାଲର ଅତିରିକ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ଦୈନନ୍ଦିନ ଜୀବନରେ, ଘରେ ଏବଂ କାର୍ଯ୍ୟସ୍ଥଳରେ, ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରେଳ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ମିଶନର ଦୂତ ହେବା ଏବଂ ସମାଜରେ ସଚେତନତା ପ୍ରସାର…
ନୂଆଦିଲ୍ଲୀ: ଗତକାଲି ଜିଏସଟି ପରିଷଦ ବୈଠକରେ ବହୁ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିଯାଇଛି। ଏହି ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦୁପତ୍ରରୁ ଜିଏସଟି ହ୍ରାସ ଓଡିଶା ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରମାନଙ୍କୁ ବୀମାଭୁକ୍ତ ହେବା ନିମନ୍ତେ ଉତ୍ସାହିତ କରିବ । କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରିବା ଆମ ରାଜ୍ୟ ତଥା ଦେଶର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏହା ଦ୍ବାରା କେନ୍ଦୁପତ୍ରର ବିକ୍ରି ବଢିବ ଓ କେନ୍ଦୁପତ୍ର…
ନୂଆଦିଲ୍ଲୀ: ଶିଳ୍ପ ସଂଗଠନଗୁଡ଼ିକ ପରବର୍ତ୍ତୀ ପିଢ଼ିର GST ସଂସ୍କାରକୁ ସ୍ୱାଗତ କରିଛନ୍ତି, କହିଛନ୍ତି ଯେ ଟିକସ ବ୍ୟବସ୍ଥାର ସରଳୀକରଣ ବ୍ୟବସାୟ ସହଜ କରିବାରେ ସାହାଯ୍ୟ କରିବ। ଭାରତୀୟ ଶିଳ୍ପ ମହାସଂଘ – CII କହିଛି ଯେ 5 ପ୍ରତିଶତ ଏବଂ 18 ପ୍ରତିଶତ ଦୁଇଟି ହାର ରିଫଣ୍ଡ ଏବଂ MSME ପ୍ରକ୍ରିୟାକୁ ସରଳ କରିବ। GST ରୁ ବ୍ୟକ୍ତିଗତ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଛାଡ଼କୁ ଏକ ପଥପ୍ରଦର୍ଶକ ଭାବରେ ପ୍ରଶଂସା କରିଛି। ଆହୁରି ମଧ୍ୟ କୁହାଯାଇଛି ଯେ ଏହା ମାମଲା ହ୍ରାସ କରିବ ଏବଂ ବ୍ୟବସାୟ ଏବଂ ଗ୍ରାହକମାନଙ୍କୁ ଆବଶ୍ୟକ ପୂର୍ବାନୁମାନ ପ୍ରଦାନ କରିବ। CII ଉଲ୍ଲେଖ କରିଛି ଯେ ଦୈନନ୍ଦିନ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ଉପରେ ହାର ହ୍ରାସ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଅଭିବୃଦ୍ଧିର ମୂଳଦୁଆକୁ ମଜବୁତ କରିବ। ଏହି ସମୟରେ, ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ମହାସଂଘ – FICCI କହିଛି ଯେ…
ଭୁବନେଶ୍ବର: ଆସନ୍ତାକାଲି ହେଉଛି ଗୁରୁ ଦିବସ। ଏହି ଦିବସରେ ଗୁରୁଙ୍କୁ ପୂଜା କରାଯାଏ। ହେଲେ ଗୁରୁ ଦିବସରେ ଓଡିଶାର ଶିକ୍ଷକ ଓ କର୍ମଚାରୀମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି। ଭୁବନେଶ୍ବରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ ନେତାମାନେ ସରକାର ତୁରନ୍ତ ଦାବୀ ପୂରଣ ପାଇଁ ନିବେଦନ କରିଛନ୍ତି। ସଂଘ କହିଛି ଯେ, ରାଜ୍ୟର ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରାଯାଉ। ସେହିପରି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପେନସନ ପ୍ରଦାନ, ଚାକିରୀ ସର୍ତ୍ତାବଳି ଲାଗୁ, ଅବସର ବୟସ ସୀମା 62 ବର୍ଷକୁ ବୃଦ୍ଧି ପ୍ରଭୃତି ଦାବୀ ସରକାର ପୂରଣ କରନ୍ତୁ ବୋଲି ସଂଘ ଦାବୀ କରିଛନ୍ତି। ନଚେତ ଗୁରୁ ଦିବସ ଦିନ ଗାନ୍ଧୀ ମାର୍ଗରେ ଶିକ୍ଷକମାନେ ଆନ୍ଦୋଳନ କରିବେ ବୋଲି ସଂଘ ଧମକ ଦେଇଛି।
Reliance Jio : ରିଲାଏନ୍ସ ଜିଓ ୫ ସେପ୍ଟେମ୍ବରରେ ଏହାର ସେବା ଶୁଭାରମ୍ଭର ୧୦ମ ବର୍ଷରେ ପ୍ରବେଶ କରିବ। ୯ ବର୍ଷ ପୂରଣ ଅବସରରେ, ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ୫୦ କୋଟି ଜିଓ ଉପଭୋକ୍ତାଙ୍କୁ ଏକ ଉପହାର ସ୍ୱରୂପ ଅନେକ ନୂତନ ଉତ୍ସବ ପ୍ଲାନ ଘୋଷଣା କରିଛନ୍ତି। ଏଥିରେ ଅସୀମିତ ମନୋରଞ୍ଜନ ରହିଥିବା ସପ୍ତାହାନ୍ତ ପ୍ଲାନ, ଏକ ମାସ ବ୍ୟାପୀ ସ୍ୱତନ୍ତ୍ର ଅଫର୍ ଏବଂ ଏକ ବର୍ଷ ବ୍ୟାପୀ ଅଫର ଅନ୍ତର୍ଭୁକ୍ତ ରହିଛି। ଜିଓ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ତିନୋଟି ସେଲିବ୍ରେସନ ପ୍ଲାନ ଆରମ୍ଭ କରାଯାଇଛି। ବାର୍ଷିକୀ ସପ୍ତାହାନ୍ତ ଅଫର୍ ଅଧୀନରେ, ଜିଓ ୫ଜି ଉପଭୋକ୍ତାମାନେ ଅସୀମିତ ଡାଟା ପାଇବେ। ସେପ୍ଟେମ୍ବର ୫ ରୁ ୭ ମଧ୍ୟରେ, ଅର୍ଥାତ୍ ଆଗାମୀ ସପ୍ତାହାନ୍ତରେ, ଯେକୌଣସି ପ୍ଲାନରେ ରହିଥିବା ଜିଓ ୫ଜି ଉପଭୋକ୍ତାଙ୍କୁ ଅସୀମିତ ଡାଟା ଉପଲବ୍ଧ ହେବ। ଅନ୍ୟପକ୍ଷରେ, ସମସ୍ତ ୪ଜି ସ୍ମାର୍ଟଫୋନ୍ ଉପଭୋକ୍ତା ୩୯ ଟଙ୍କାର…
ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସହଯୋଗରେ ବୁଧବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ମିଶ୍ରଣ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଅଙ୍ଗନବାଡି କର୍ମୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। “ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ-ଗୋଟିଏ କ୍ୟାମ୍ପସ, ଗୋଟିଏ ପରିକଳ୍ପନା”। “ବିକାଶିତ ଭାରତ” ରେ ମାନବ ପୁଞ୍ଜିର ଏକ ସୁଦୃଢ଼ ମୂଳଦୁଆ ନିର୍ମାଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ସାକାର କରିବା ଦିଗରେ ଏହା…
ନୂଆଦିଲ୍ଲୀ: ବୁଧବାରରେ ଅନୁଷ୍ଠିତ ୫୬ତମ ଜିଏସଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ୍ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବହୁ ଜିନିଷ ଉପରୁ ଜିଏସଟି ଛାଡ ସହିତ ଜିଏସଟି ହ୍ରାସ କରାଯାଇଛି। ଏହା ସାଧାରଣ ଲୋକଙ୍କୁ ବେଶ ଲାଭ ଦାୟକ ହେବ ବୋଲି ଜଣାପଡିଛି। ବୈଠକ ପରେ ଅର୍ଥମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଯେଉଁ ଜିନିଷ ଉପରୁ ଜିଏସଟି ଛାଡ ଓ ହ୍ରାସ ହେଲା ସେଗୁଡିକ ହେଲା… 1-ସାଧାରଣ ଲୋକଙ୍କ ପାଇଁ ବୀମା ସୁଲଭ କରିବା ଏବଂ ଦେଶରେ ବୀମା ସୁରକ୍ଷା ବୃଦ୍ଧି କରିବା ଲାଗି ସମସ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ପଲିସି (ପରିବାର ଫ୍ଲୋଟର୍ ପଲିସି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ପଲିସି ସମେତ) ଏବଂ ଏହାର ପୁନଃବୀମା ଉପରେ ଜିଏସଟି ଛାଡ଼ କରାଯାଇଛି। 2-ବର୍ତ୍ତମାନର 4-ସ୍ତରୀୟ ଟିକସ ଢାଞ୍ଚାକୁ ନାଗରିକ-ଅନୁକୂଳ ‘ସରଳ ଟିକସ’ ବ୍ୟବସ୍ଥାରେ…
ମେଷ– ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ୧୫୦୦ କୋଟି ଟଙ୍କାର ଏକ ରିସାଇକେଲିଂ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରିସାଇକେଲିଂ କ୍ଷମତା ବୃଦ୍ଧି କରିବା ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା। ଏହି ପଦକ୍ଷେପ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ (NCMM) ଅଧୀନରେ ପରିଚାଳିତ ହେବ। ଏହା ୨୦୨୫-୨୬ ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଛଅ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ଇ-ବର୍ଜ୍ୟ, ଲିଥିୟମ-ଆୟନ ବ୍ୟାଟେରୀ (LIB) ସ୍କ୍ରାପ୍ ଏବଂ କାଟାଲିଟିକ୍ କନଭର୍ଟର ଭଳି ପୁରୁଣା ସାମଗ୍ରୀର ରିସାଇକେଲିଂ ଅନ୍ତର୍ଭୁକ୍ତ। ଏହି ଯୋଜନା ବଡ଼ ଶିଳ୍ପପତିଙ୍କ ସହିତ ଛୋଟ ବ୍ୟବସାୟୀ ଏବଂ ଷ୍ଟାର୍ଟ-ଅପ୍ଗୁଡ଼ିକୁ ଲାଭଦାୟକ କରିବ। ଏହି ଯୋଜନା ଅଧୀନରେ ଦୁଇଟି ପ୍ରମୁଖ ପ୍ରୋତ୍ସାହନ ଦିଆଯିବ। ପ୍ରଥମତଃ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉତ୍ପାଦନ ଆରମ୍ଭ କରୁଥିବା ୟୁନିଟଗୁଡ଼ିକୁ ପ୍ଲାଣ୍ଟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ (PPC) ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛି। ଏକ ମାସରେ ଏହି ପ୍ଲାଟଫର୍ମରେ ସର୍ବାଧିକ ସଂଖ୍ୟକ ଲୋକ ପଞ୍ଜିକୃତ ହୋଇଛନ୍ତି। ସେଥିପାଇଁ ଏହି ରେକର୍ଡ ହାସଲ କରିଛି। 2025 ମସିହାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ଅଷ୍ଟମ ସଂସ୍କରଣରେ 3.53 କୋଟି ପଞ୍ଜିକରଣ ହୋଇଛି। ଯାହା ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ବେଶ ବୃଦ୍ଧି ପାଇଥିବାର ପ୍ରମାଣିତ ହୋଇଛି। 2018 ମସିହାରୁ MyGov ସହଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା ସଫଳତାର ସହିତ ଆୟୋଜନ କରାଯାଇଛି। ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଏକ ଅନନ୍ୟ ବିଶ୍ୱ ପ୍ଲାଟଫର୍ମ ଯେଉଁଠାରେ ସେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ସିଧାସଳଖ ଭାବ ବିନିମୟ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପରୀକ୍ଷା ଋତୁକୁ ସକାରାତ୍ମକତା, ପ୍ରସ୍ତୁତି ଏବଂ ଉଦ୍ଦେଶ୍ୟମୂଳକ ଶିକ୍ଷାର ଉତ୍ସବ କରିଥାଏ। ଏହା ପରୀକ୍ଷାକୁ ଚାପ ନୁହେଁ…
ନୂଆଦିଲ୍ଲୀ: ବୁଧବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୫୬ତମ ବୈଠକ ଚାଲିଛି। ଏଥରର ଜିଏସଟି ପରିଷଦ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତାକାଲି ଗୁରୁବାରରେ ଏହି ବୈଠକ ପୁଣି ବସିବ। ଏହାପରେ କଣ ନିଷ୍ପତି ହେଲା ସେ ନେଇ ଘୋଷଣା କରାଯିବ। ତେବେ ଅର୍ଥ ବିଶେଷଜ୍ଞ ଅନୁସାରେ ଜିଏସଟିରେ କେତକ ପରିବର୍ତ୍ତନ ହେବ। ଜିଏସଟିରେ ବଡ଼ ପରିବର୍ତ୍ତନ ହୋଇପାରେ ଏହି ଦୁଇ ଦିନିଆ ବୈଠକରେ, ଜିଏସଟି ପରିଷଦ କେନ୍ଦ୍ରର ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରୁଛି। ବୈଠକରେ, ଦୈନନ୍ଦିନ ଜିନିଷ ଉପରେ ଟିକସ ହ୍ରାସ କରିବା ପାଇଁ ଜିଏସଟିରେ ବଡ଼ ପରିବର୍ତ୍ତନ ହୋଇପାରେ। ଏହାର ନିଷ୍ପତ୍ତି ସେପ୍ଟେମ୍ବର ୪ ରେ ଘୋଷଣା କରାଯିବ। ଏହା ଛୋଟ ବ୍ୟବସାୟର ଅଭିବୃଦ୍ଧିରେ ସାହାଯ୍ୟ କରିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବୈଠକ ପୂର୍ବରୁ କହିଥିଲେ ଯେ…

