Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଅନୁଷ୍ଠିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଏକ ବଣ୍ଣାଢ୍ୟ ପରିବେଶରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ନାଟ୍ୟ ଉପସ୍ଥାପନା ପରେ ପଞ୍ଚମ ସଂଧ୍ୟାରେ ସମ୍ମାନ ବିତରଣ ସମାରୋହ ସହିତ ସୃଜନ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ‘ଦୁର୍ଯ୍ୟୋଧନ’ ପରିବେଷଣ ହୋଇଥିଲା । ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ପୂର୍ବତନ ସାଂସଦ (ରାଜ୍ୟସଭା) ଶ୍ରୀ ପ୍ରଶାନ୍ତ ନନ୍ଦ; ଏମଜିଏମ୍ ମିନେରାଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ବିଶିଷ୍ଟ ଓଡ଼ିଶୀ…

Read More

ଭୁବନେଶ୍ୱର: ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜର ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଭାରତର ଦ୍ରୁତତମ ଧାବକ ଅନିମେଷ କୁଜୁରଙ୍କ ଭୁୟସୀ ପ୍ରଶଂସା କରିବା ସହିତ ପ୍ରେରଣା ଭାବେ ଅଭିହିତ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଅନିମେଷ କୁଜୁର ଗତ ମାସରେ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ସିନିୟର ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିବା ସହିତ ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ସେପ୍ଟେମ୍ବର ୧୩ ରୁ ୨୧ ଯାଏଁ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଅନିମେଷ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ କରିଥିବା ପୋଷ୍ଟରେ…

Read More

ଭୁବନେଶ୍ବର: ଅଭିଜିତ ମଜୁମଦାର, ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ଓ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍‌ ଜଣା। ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ । ତେଣୁ ତାଙ୍କ ସୁସ୍ଥତା କାମନା କରି ଓଡିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସିଣ୍ଡିକେଟର ସମ୍ପାଦକ ଶ୍ରୀଯୁକ୍ତ ସଚ୍ଚିକାନ୍ତ ଜେନାଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା, ଜୁବୁଲି ସୁନ୍ଦରାୟ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ଶ୍ରୀତମ ଦାସ, ପ୍ରଯୋଜକ ବିବେକାନନ୍ଦ ବାରିକ, ସଞ୍ଜୟ ଭଟ୍ଟ, ଖଗେଶ୍ୱର ଜୟପୁରିଆ, ଇଂଫ୍ଲୁଏନ୍ସର ପ୍ରକାଶ ନାୟକ କୋରିଓଗ୍ରାଫର ଲୁବୁନ, ଅଭିନେତ୍ରୀ ଅଙ୍କିତା, ପ୍ରିୟ ରଞ୍ଜନ ମହାନ୍ତି, କଣ୍ଠଶିଳ୍ପୀ ଅଂଶୁମାନ ନାୟକ, ଅନ୍ତରୀକ୍ଷା ନାୟକ, ପ୍ରଦୀପ ଏବଂ ଅନେକ ସଂଗୀତଜ୍ଞ ଓ ଓଲିଉଡ଼ ପରିବାରବର୍ଗ ଶ୍ରୀରାମ ମନ୍ଦିରରେ ସମୂହ…

Read More

ଭୁବନେଶ୍ବର: ପୁଣି ଥରେ ତେରଚ୍ଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ବିଜେଡିକୁ ତିବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡିର ଏକ୍ସପାଏର ଡେଟ ହୋଇଗଲାଣି। ତେଣୁ ତାହା ଆଉ କିଛି କାମ କରିବ ନା ହିଁ। ମୁଖ୍ୟତଃ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନେଇ ତଥାଗତ ଏପରି ଲେଖିଛନ୍ତି। ତେବେ ବିଜେଡିର ଏପରି ନିଷ୍ପତିକୁ ସେ ‘ପଲଟିକାଲ ସୁଇସାଇଡ’ ବୋଲି ଲେଖିଛନ୍ତି। ସେ କହିଛନ୍ତି ଯେ ବିଜେଡିର ଯାହା ବି ଅସ୍ଥିତ୍ବ ଥିଲା ତାହା ଶେଷ ହୋଇଛି। ସେ ବିଜେଡିକୁ ଲକ୍ଷ କରି ଏକ ଜାପାନୀ ଶଦ୍ଦ hara kiri-ed ବ୍ୟବହାର କରିଛନ୍ତି। ଏହାର ଅର୍ଥ ହେଲା ନିଜକୁ ନିଜେ ଶେଷ କରିବା। ବର୍ତ୍ତମାନ ବିଜେଡିର ସ୍ଥିତି ଯାହା ହେଲାଣି ତାହା ସେ ହିଁ ଶେଷ କରିବେ ବୋଲି ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡିକୁ ଲୋକେ…

Read More

The Samikhsya Desk: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ ଭାସ୍କର ରାଓ। ଆଜି ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଧ୍ୟ ଦଳ ଛାଡିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିରୁ ଉସ୍ତଫା ଦେଲେ ବୋଲି ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଦଳ ଉପରେ ବେଶ ଅସନ୍ତୋଷକୁ ଝାଡି ଦେଇଛନ୍ତି। ନିକଟରେ ଦଳ ରାୟଗଡା ସାଂଗଠନିକ ଜିଲ୍ଲାର ସଭାପତି ଭାବେ ଜଗନ୍ନାଥ ସାରକଙ୍କ ନାମ ଘୋଷଣା କରିଛି। ଏଥିରେ ସେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ଜିଲ୍ଲାରେ କାହାକୁ ସଭାପତି କରାଯିବ ସେ ନେଇ କେହି କାହାର ମତ ଲୋଡି ନାହିଁନ୍ତି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ…

Read More

ନୂଆଦିଲ୍ଲୀ: ସଂସଦ ଭବନରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକୃଷ୍ଣନ୍ ଇଣ୍ଡିଆ ବ୍ଲକ୍ ର ପ୍ରାର୍ଥୀ ଏବଂ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଉପରାଷ୍ଟ୍ରପତି ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଏକ ନିର୍ବାଚନ କଲେଜ ଦ୍ୱାରା ନିର୍ବାଚିତ ହୁଅନ୍ତି। ବର୍ତ୍ତମାନ ଲୋକସଭାରେ ୫୪୨ ସଦସ୍ୟ ଏବଂ ରାଜ୍ୟସଭାରେ ୨୩୯ ସଦସ୍ୟ ଅଛନ୍ତି, ଯାହା ମୋଟ ଭୋଟରଙ୍କ ସଂଖ୍ୟା ୭୮୧। ବହୁମତ ସଂଖ୍ୟା ହେଉଛି ୩୯୧। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମତଦାନ କରିଛନ୍ତି। ସଂସଦର ଉଭୟ ଗୃହର ସଦସ୍ୟମାନେ ନୂତନ ସଂସଦ ଭବନରେ ଗୁପ୍ତ ମତଦାନ ମାଧ୍ୟମରେ ସେମାନଙ୍କର ମତଦାନ କରୁଛନ୍ତି। ସକାଳ ୧୦ ଟାରୁ ଆରମ୍ଭ ହୋଇଥିବା ଭୋଟଦାନ ସନ୍ଧ୍ୟା ୫ ଟା ପର‌୍ୟ୍ୟନ୍ତ ଚାଲିବ। ସନ୍ଧ୍ୟା ୬ ଟା ପରେ ଭୋଟ ଗଣତି…

Read More

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ସାମାଜିକ ଗଣମାଧ୍ୟମ ସମ୍ମିଳନୀ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଆଜିର ଯୁଗରେ ସାମାଜିକ ଗଣମାଧ୍ୟମ ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଏହା ସହିତ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ,ଏକ୍ସ, ଫେସବୁକ ଏବଂ ହ୍ବାଟସଆପ ମାଧ୍ୟମରେ  ଦକ୍ଷତାର ସହ କାମ କରିବାକୁ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟରେ ଅଳକା ପ୍ରିତମ ଦାସ ସହଯୋଗ କରିଥିଲେ। ଭାରତରେ ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଆମ୍ ଆଦ୍‌ମୀ ପାର୍ଟି ସର୍ବଦା ଅଗ୍ରଣୀ ଥିବାବେଳେ ଓଡ଼ିଶାରେ ମଧ୍ୟ ରାଜ୍ୟ ସାମାଜିକ ଗଣମାଧ୍ୟମ ଟିମ୍ ବେଶ୍ ଆଗୁଆ ରହିଛି । ସାମ୍ପ୍ରତିକ ସମୟରେ ଜନସାଧାରଣଙ୍କ ନିକଟରେ ପହଁଞ୍ଚିବା ପାଇଁ ସାମାଜିକ ଗଣମାଧ୍ୟମର ଏକ ପ୍ରମୁଖ…

Read More

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହିବା ନିଷ୍ପତ୍ତି ନେଇ ବିଜେଡି ଓଡିଶାବାସୀଙ୍କୁ ଲଜ୍ଜିତ କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି । ଏକ ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ବିଜେପି-ବିଜେଡି ଏକ ଅଘୋଷିତ ମେଣ୍ଟ ରାଜନୀତିରେ ଅଛନ୍ତି ବୋଲି ସମସ୍ତେ ଜାଣନ୍ତି । ଗତ ୱାକଫ ବିଲ ପ୍ରକରଣରେ ବିଜେଡିର ଦ୍ୱନ୍ଦ୍ୱରୁ ଉଭୟ ଦଳ କୋଳାକୋଳି ହେଉଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ରାଜ୍ୟର ପ୍ରକୃତ ପ୍ରମୁଖ ବିରୋଧୀ ଦଳ ବୋଲି ପୁଣି ଆସ୍ଥାଭାଜନ ହେବାର ସୁଯୋଗ ଥିଲା । କିନ୍ତୁ ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା । ପୂର୍ବଭଳି ସିବିଆଇ-ଇଡି ଭୟରେ ଏଥର ମଧ୍ୟ ବିଜେପି ପାଇଁ ପରୋକ୍ଷରେ ବିଜେଡି କାମ କଲା । କାରଣ, ଭୋଟଦାନରୁ ବିରତ ରହିବା ଅର୍ଥ, କେନ୍ଦ୍ରରେ ଶାସକ ଦଳର ପ୍ରାର୍ଥୀଙ୍କୁ ପରୋକ୍ଷ ସମର୍ଥନ ବୋଲି…

Read More

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଅତିଶୀଘ୍ର ଘୋଷଣା କରି ଏକ ସୁସ୍ଥ ଶିକ୍ଷାନୁଷ୍ଠାନ ବାତାବରଣ ସହିତ ଭାଇଚାରାର ପୁନଃପ୍ରତିଷ୍ଠା କରୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବୀ କରୁଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବୀ କରିଛନ୍ତି ସଭାପତି ଭକ୍ତ ଦାସ। ସେ ଛାତ୍ରମାନଙ୍କୁ  ନିର୍ବାଚନ ସଂଘର୍ଷ ଯେମିତି ଅହିଂସା ଉପାୟରେ ହେବ, ନିଜ କର୍ତ୍ତବ୍ୟ ଅନୁଯାଇ ସଂଗଠନ ମାଧ୍ୟମରେ ନିଜ ଭବିଷ୍ୟତ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ପିସିସିର ମୁଖ୍ୟ ମୁଖପାତ୍ର ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ, କଲେଜ ଓ ବିଶ୍ବବିଦ୍ୟାଳୟ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଅନ୍ତୁଡ଼ିଶାଳ। ଅତୀତରେ ସାରା ରାଜ୍ୟର ଛାତ୍ରସଂସଦ ନିର୍ବାଚନରୁ ବହୁତ ବଡ଼ବଡ଼ ନେତା ସୃଷ୍ଟି ହୋଇଛନ୍ତି, ଯେଉଁମାନେ କି ପରବର୍ତ୍ତୀ ସମୟରେ କେବଳ ରାଜନୀତି ନୁହେଁ, ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶର ନେତୃତ୍ବ ନେଇଛନ୍ତି। କେବଳ ରାଜନୀତିକୁ ଯଦି ଧରାଯାଏ, କଂଗ୍ରେସ ଦଳ‌…

Read More

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ବିନା କୌଣସି ସ୍ୱୀକୃତି ରେ ଗାଡ଼କଣ ଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଳିଆ ଗଦାଇ ଅଧା ଭୁବନେଶ୍ୱର କୁ ହନ୍ତସନ୍ତ କରି ଆସୁଛି । ସୈନିକ ସ୍କୁଲ ଭଳି ଗୌରବ ମୟ ଅନୁଷ୍ଠାନର ଜମିକୁ ମାଡି ବସି ଦୁର୍ଗନ୍ଧ ସୃଷ୍ଟି କରି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲି ଚାଲିଛି । ଏହି ଅମାନବୀୟ କାର୍ଯ୍ୟକୁ ଦୀର୍ଘ ଦିନ ଧରି ବିରୋଧ କରି ଅନେକ ଆନ୍ଦୋଳନ ଓ଼ ଧାରଣା କାର୍ଯ୍ୟକ୍ରମ ହାତକୁ ନେଇ ବିରୋଧ କରି ଆସୁଛି ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ । ଏହି କ୍ରମରେ ଅଭିଯାନର ପ୍ରତିନିଧି ମଣ୍ଡଳୀ ଦୁଇ ଦୁଇ ଥର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ଆସି ବି ଏମ ସି ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରଦୂଷଣ ବୋର୍ଡ ବି ଏମ ସି କୁ ସେପ୍ଟେମ୍ବର ୩…

Read More

AIIMS Bhubaneswar: ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ୍ ଅକ୍ସିଜେନ୍ର ସଫଳ ପରିଚାଳନା ତଥା ରୋଗୀ ସେବାରେ ଏହାର ସଫଳ ପ୍ରୟୋଗକୁ ଉନ୍ନତ କରିବା ନିମନ୍ତେ, ଏମ୍ସ ଭୁବନେଶ୍ୱର, ହସ୍ପିଟାଲ ପ୍ରଶାସନ ବିଭାଗ ପକ୍ଷରୁ ମେଡିକାଲ ଅକ୍ସିଜେନ ପରିଚାଳନା ଉପରେ ଏକ ଜାତୀୟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଶିକ୍ଷକମାନଙ୍କ ତାଲିମ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ ଏବଂ ହସ୍ପିଟାଲ ପ୍ରଶାସନ ବିଭାଗ, ଏମ୍ସ ନୂଆଦିଲ୍ଲୀର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି। ସାରା ଦେଶରେ ମେଡିକାଲ ଅକ୍ସିଜେନ ପରିଚାଳନାକୁ ବ୍ୟବସ୍ଥିତ କରିବାରେ ଏହା ପ୍ରଥମ ପଦକ୍ଷେପ ଭାବେ ବିବେଚିତ ହେଉଛି। ଏହି କାର୍ଯ୍ୟକ୍ରମକୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଉଦ୍ଘାଟନ କରିଥିଲେ। କୋଭିଡ୍-୧୯ ମହାମାରୀରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଉପରେ ଆଲୋକପାତ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମେଡିକାଲ୍ ଗ୍ୟାସ୍ର ଗୁଣବତ୍ତା, ସୁରକ୍ଷା ଏବଂ ବ୍ୟବସ୍ଥିତ…

Read More

ଭୁବନେଶ୍ବର: ଆଜି ନୂଆପଡାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ। ହେଲେ ସେ ଆଜି ପରଲୋକ ଗମନ କରିଛନ୍ତି। ଢୋଲକିଆ ୨୦୦୪, ୨୦୦୯, ୨୦୧୯, ୨୦୨୪ ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ତାଙ୍କ ପରଲୋକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ନବୀନ କହିଛନ୍ତି ଯେ, ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର…

Read More

ଭୁବନେଶ୍ବର: ଓଡିଶା ରାଜନୀତିରେ ବଡ ଦୁଃଖଦ ଖବର। କାରଣ ନିର୍ବାଚନ ହୋଇଥିବାର ମାତ୍ର ଦେଢ ବର୍ଷ ମଧ୍ୟରେ ଜଣେ ବିଧାୟକ ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ। ହେଲେ ସେ ଆଜି ପରଲୋକ ଗମନ କରିଛନ୍ତି।  ଢୋଲକିଆ ୨୦୦୪, ୨୦୦୯, ୨୦୧୯, ୨୦୨୪ ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଗତଥର ବିଜେପି ଚାରିଆଡେ ପଦ୍ମ ଫୁଟାଇଥିବା ବେଳେ ନୂଆପଡାରେ କିନ୍ତୁ ଜିତିପାରି ନ ଥିଲା। ସେଠାରୁ ବହୁବାର ଜିତି ଆସୁଥିବା ଢୋଲକିଆଙ୍କୁ ନୂଆପଡା ବାସୀ ପୁଣି ନିର୍ବାଚିତ କରିଥିଲେ।  ଢୋଲକିଆ ପ୍ରଥମେ ୨୦୦୪ ରେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ବିଜେଡି ଟିକେଟରୁ ୨୦୦୯ ରେ ଜିତିଥିଲେ। ହେଲେ ସେ ୨୦୧୪ ରେ…

Read More

ଭୁବନେଶ୍ବର: ଶେଷରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କଣ କରିବ ସେ ନିଷ୍ପତି ନିଆଯାଇଛି। ଏହି ନିର୍ବାଚନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିଲା। ହେଲେ ଆଜି ଏ ନେଇ ଦଳ ତରଫରୁ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିରତି ରହିବ। ଅର୍ଥାତ ବିଜେଡିର ସାଂସଦମାନେ ଭୋଟ ଦେବେ ନାହିଁ। ବର୍ତ୍ତମାନ ବିଜେଡିର କେବଳ ରାଜ୍ୟସଭାରେ ମାତ୍ର ସାତ ଜଣ ସାଂସଦ ରହିଛନ୍ତି। ଏଥିରେ ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା କି ନାହିଁ ସେ ନେଇ ଦ୍ବନ୍ଦ ରହିଥିଲା। ଏହାକୁ ନେଇ ଦଳ ଭିତରେ ମଧ୍ୟ ବେଶ ଚାପା ଅସନ୍ତୋଷ ରହିଥିଲା। କାରଣ ବାରମ୍ବାର ଏନଡିଏକୁ ସମର୍ଥନ ଦେବା ଦ୍ବାରା ବିଜେଡି ପୁରପଲ୍ଲୀରେ ନିନ୍ଦିତ ହେଉଥିଲା। ସେଥିପାଇଁ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ପାଇଁ ଦଳରୁ ଚାପ ପଡିଥିଲା। ଫଳରେ ବର୍ତ୍ତମାନ ବିଜେଡି ଭୋଟ…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଏହି ପିତୃପକ୍ଷ ପାଳିତ ହୋଇଥାଏ। ଆଜିଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ ଏହି ପିତୃପକ୍ଷ ପାଳିତ ହୋଇଥାଏ। ଏହା ମହାଳୟା ଦିନ ଅର୍ଥାତ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିଥାଏ। ଏହି ପକ୍ଷରେ ପରିବାରର ଯିଏ ମୁଖ୍ୟ ବା ବଡ ସେ ତାଙ୍କର ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଏହା କୌଣସି ଦେବାଳୟ ପୋଖରୀ କିମ୍ବା ଶ୍ରୀମନ୍ଦିରରେ କରାଯାଇଥାଏ। ଏହି ପିତୃପକ୍ଷ ଶ୍ରାଦ୍ଧ ଭୁବନେଶ୍ବରର ବିନ୍ଦୁସାଗରରେ ମଧ୍ୟ କରାଯାଇଥାଏ। ଏଥିପାଇଁ ବିନ୍ଦୁ ସାଗରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Read More

The Samikhsya Desk: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡିରେ ବସିବା, କେହି କେବେ କଣ ବିଶ୍ବାସ କରିପାରିବ। କାରଣ ସେ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ସାରା ବିଶ୍ବର ନେତା ତାଙ୍କୁ ଜାଣନ୍ତି, ସେ କିପରି ପଛରେ ବସିବେ। ତେବେ ଏହା କେହି ବିଶ୍ବାସ କରୁ ବ ନ କରୁ କିନ୍ତୁ କଥାଟି ସତ। ଏଥିରେ ଅବିଶ୍ବାସ କରିବାର କିଛି ନାହିଁ। ରବିବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏନଡିଏ ସାଂସଦମାନଙ୍କ ପ୍ରଶିକ୍ଷଣ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡିରେ ବସିଥିଲେ। ଏ ନେଇ ବିଜେପି ଏମପି ତଥା ଅଭିନେତା ରବି କିଶାନ ତାଙ୍କ ସମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଏନଡିଏ ସାଂସଦମାନଙ୍କ ପ୍ରଶିକ୍ଷଣ ଶିବିରରେ ପ୍ରଧାନମନ୍ତ୍ରୀ ମୋଦି ପଛ ଧାଡିରେ ବସିଛନ୍ତି। ସେ ବିଜେପି ସାଂସଦମାନଙ୍କ ପାଖରେ ବସିଛନ୍ତି। ଏହି ଶିବରରେ ସମସ୍ତେ ହେଉଛନ୍ତି କାର୍ଯ୍ୟକର୍ତ୍ତା। କେହି ଛୋଟ କିମ୍ବା ବଡ ନୁହଁନ୍ତି। ଉପରାଷ୍ଟ୍ରପତି ନିର୍ବାଚନ…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ବର୍ତ୍ତମାନ ସମସ୍ତ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିସାରିଛି। ହେଲେ କେବଳ ଖୋର୍ଦ୍ଧା ଏବଂ ବାଲେଶ୍ବର ଜିଲ୍ଲା ବାକି ରହିଛି। ତେବେ ବାଲେଶ୍ବରକୁ ଦଳ ଦୁଇଟି ସାଂଗଠାନିକ ଜିଲ୍ଲା କରିବାକୁ ଥିବାରୁ ତାହା ଘୋଷଣା ହୋଇପାରୁ ନାହିଁ। ହେଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ନେଇ ଦଳ ଏ ପର୍ଯ୍ୟନ୍ତ କାହିଁକି ନିଷ୍ପତି କରିପାରୁ ନାହିଁ ତାହା ଜଣାପଡୁ ନାହିଁ। ତେବେ ଏହି ସଭାପତି ଦୌଡରେ ଯେଉଁମାନଙ୍କର ନାମ ରହିଛି ସେମାନେ ହେଲେ ବିଧାୟକ ବିଭୂତି ବଳବନ୍ତରାୟ, ମନ୍ନଥ ରାଉତରାୟ, ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ବିଧାୟକ ପ୍ରଦୀପ ସାହୁ। ଅନ୍ୟତମ ଦାବୀଦାର ରାଜେନ୍ଦ୍ର ସାହୁଙ୍କୁ ନିକଟରେ ଦଳ ଯୁବ ବିଜୁ ଜନତା ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି କରିଛି। ଫଳରେ ତାଙ୍କୁ ଆଉ ଦଳର ସଭାପତି କରିବା ସମ୍ଭାବନା ନାହିଁ। ତେବେ ଏସବୁ ନେତାଙ୍କ ମଧ୍ୟରୁ ଚିଲିକାର ପୂର୍ବତନ ବିଧାୟକ ରଘୁ…

Read More

ଭୁବନେଶ୍ୱର: ଏଆଇସିସି ଏବଂ ପିସିସିର ନେତାମାନଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାର ଉପଯୁକ୍ତ ପ୍ରସାରଣ ଏବଂ ପ୍ରଚାର ପାଇଁ ରାଜ୍ୟ ସୋସିଆଲ ମିଡିଆ କମିଟିକୁ କ୍ରିୟାଶୀଳ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ୩୮ ଜଣ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ବିଧାୟକ ସତ୍ୟଜିତ ଗମାଙ୍ଗୋ ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ନୂତନ ସଭ୍ୟ ଓ ସଭ୍ୟା ଭାବେ ନିଯୁକ୍ତି ପ୍ରଦାନ କରି ସେମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ଗମାଙ୍ଗୋ ନବନିଯୁକ୍ତ ସଦସ୍ୟମାନଙ୍କୁ ଶୁଭେଛା ଜଣେଇବା ସହ ଦଳୀୟ ବିଚାରଧାରା ଏବଂ ଦଳୀୟ ନେତୃତ୍ୱର ସମସ୍ତ ପ୍ରୟାସର ଉପଯୁକ୍ତ ପ୍ରଚାର, ପ୍ରସାର କରିବା ପାଇଁ ସେମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଉକ୍ତ କମିଟିରେ ମାନସ ଆଚାର୍ଯ୍ୟ, ମୁକେଶ ଅଗ୍ରୱାଲ, ଶ୍ୟାମ ଅଗ୍ରୱାଲ, ରିଶିରାଜ୍ ସାହୁ, ସୁବାଶ ନାୟକ, କୈଳାଶ ସାହୁ,…

Read More

The Samikhsya Desk: ଷ୍ଟାରଲିଙ୍କ୍ ଇଣ୍ଡିଆ ଲଞ୍ଚ କରିବା ପାଇଁ ଏଲୋନ୍ ମସ୍କଙ୍କ କମ୍ପାନୀ ଭିତ୍ତିଭୂମି ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଏଥିପାଇଁ କମ୍ପାନୀ ଡାଟା ସେଣ୍ଟର ଅପରେଟର, ଇଣ୍ଟରନେଟ୍ ଏକ୍ସଚେଞ୍ଜ ପ୍ରଦାତା, ଫାଇବର ପ୍ଲେୟାର୍ ଏବଂ ଟେଲିକମ୍ ପ୍ରମୁଖଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ଆରମ୍ଭ କରିଛି। ଏହି କାର୍ଯ୍ୟ ଉପରେ ଅବଗତ ଥିବା ଅଧିକାରୀଙ୍କ ଅନୁସାରେ ଷ୍ଟାରଲିଙ୍କ୍ ଡାଟା ସେଣ୍ଟର ଅପରେଟରଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରେ ସିଫାଇ ଟେକ୍ନୋଲୋଜିଜ୍, STT, ଇକ୍ୱିନିକ୍ସ ଏବଂ CtrlS ଡାଟାସେଣ୍ଟର, ଇଣ୍ଟରନେଟ୍ ଏକ୍ସଚେଞ୍ଜ, DE-CIX ଏବଂ ଏକ୍ସଟ୍ରିମ କଂପାନୀ ରହିଛି। ସେହିପରି ଫାଇବର ଭିତ୍ତିଭୂମି କମ୍ପାନୀ – ମାଇକ୍ରୋସ୍କାନ୍, ଏବଂ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍, ରିଲାଏନ୍ସ ଜିଓ ଏବଂ ଟାଟା କମ୍ୟୁନିକେସନ୍ସ ସହିତ ଆଲୋଚନା କରିଛି। 

Read More

The Samikhsya Desk: ଭାରତର ଏମିତି ଏକ ସହର ଅଛି ଯେଉଁଠି ଏ ପର୍ଯ୍ୟନ୍ତ ୨୦୦୦୦୦ ଗଣେଷ ମୂର୍ତ୍ତି ବିସର୍ଜ୍ଜନ ସରିଲାଣି। ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ବଡବଡ ମୂର୍ତ୍ତି ବିସର୍ଜନ କରାଯାଇଛି। ଏହାପରେ ସେସବୁକୁ ସଫା କରିବା ପାଇଁ ସ୍ଥାନୀୟ ମହାନଗର କାର୍ଯ୍ୟାଳୟ ତରଫରୁ୧୫୦୦୦ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଆମେ କହୁଛୁ ହାଇଦ୍ରାବାଦ କଥା। ଏହି ସହରରେ ଗଣେଷ ପୂଜା ବହୁ ଆଡମ୍ବର ସହକାରେ ପାଳନ କରାଯାଏ। ବଡ ବଡ ମୂର୍ତ୍ତି ସହିତ ସୁଉଚ୍ଚ ତୋରଣ ସବୁ ନିର୍ମାଣ କରାଯାଇଥାଏ। ତେବେ ପୂଜା ଶେଷ ହେବା ପରେ ବିସର୍ଜନର ପର୍ବ। ପୁରା ସହରର ଗଣେଷ ପ୍ରତିମୂର୍ତ୍ତି ସବୁ ହୁସେନ ସାଗର, ଅନ୍ୟାନ୍ୟ ଜଳାଶୟ ଏବଂ ବିସର୍ଜନ ପାଇଁ ନିର୍ମିତ ସ୍ବତନ୍ତ୍ର ପୋଖରୀରେ ଏହି ସବୁ ପ୍ରତିମୂର୍ତ୍ତି ବିସର୍ଜନ କରାଯାଇଛି। ଭିନ୍ନ ଭିନ୍ନ ଦିନରେ ବିଭିନ୍ନ ପୂଜା ସମିତି ଏହି ବିସର୍ଜନ କରିଛନ୍ତି। ଖୈରତାବାଦର ୬୯ ଫୁଟ ଉଚ୍ଚ ମହା…

Read More

The Samikhsya Desk: ଆଜି ବିଶ୍ୱରେ ରକ୍ତଚନ୍ଦ୍ର ବା Blood Moon ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଭାଦ୍ରବ ପୂର୍ଣ୍ଣିମାରେ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖାଯିବା ସହିତ ଆକାଶ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ। ଉଲ୍ଲେଖନୀୟ ଯେ ଏହି ଚନ୍ଦ୍ରଗ୍ରହଣର ମୋଟ ଅବଧି 3 ଘଣ୍ଟା, 28 ମିନିଟ୍ ଏବଂ 2 ସେକେଣ୍ଡ ହେବ। ଏହି ଗ୍ରହଣ ପୂର୍ବ ଭାଦ୍ରବ ନକ୍ଷତ୍ର ସମୟରେ କୁମ୍ଭ (କୁମ୍ଭ) ରାଶିରେ ହେବ। ଏହି ଗ୍ରହଣ ସମୟରେ ଧୃତି ଯୋଗ ସକ୍ରିୟ ରହିବ। ସାଧାରଣତଃ ପୃଥିବୀ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଧ୍ୟ ଭାଗକୁ ଆସିଲେ ଏହି ଚନ୍ଦ୍ର ଗ୍ରହଣ ହୋଇଥାଏ। ଏହି ସମୟରେ ଚନ୍ଦ୍ର ପୁରା ଉଭାନ ହେବା ପରିବର୍ତ୍ତେ ଲାଲ ଦେଖାଯାଇଥାନ୍ତି ଏହାକୁ Blood Moon କୁହାଯାଏ। ପୃଥିବୀ ଯେତେବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିକୁ ଆସନ୍ତି ସେତେବେଳେ ସୂର୍ଯ୍ୟଙ୍କର ନୀଳ ଓ ବାଇଗଣି ରଂଗ ପୃଥିବୀରେ ପଡି ଭିନ୍ନ ଦିଗକୁ…

Read More